ଏହି ଦୀପାବଳୀରେ ବାସ୍ତୁ ଅନୁଯାୟୀ ଘର ସଜାନ୍ତୁ, ମିଳିବ ଶୁଭଫଳ
Khabar Odisha:Vastu-Tips-to-Decorate-your-House-This-Diwali
ଭୁବନେଶ୍ୱର, ନଭେମ୍ବର ୫ଳ, (ଖବର ଓଡିଶା)

 ଦୀପାବଳୀରେ ବାସ୍ତୁ ଅନୁଯାୟୀ ଘର ସଜାଇଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଦୀପାବଳିରେ ଘର ସଫା ଓ ସାଜ ସଜାରେ ଅଧିକ ଧ୍ୟାନ ଦିଆଯାଏ । ବିଶ୍ୱାସ ରହିଛି କି, ଏପରି କଲେ ମା’ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ବଜାୟ ରହିଥାଏ । 

ଏହି ଦିନ ଘରର ମୁଖ୍ୟ ଦ୍ୱାର ଏବଂ କବାଟ ଝରକା ଖୋଲା ରଖନ୍ତୁ । ଘରର ମୁଖ୍ୟ ଦ୍ୱାରରେ ମୁରୁଜରେ ରଙ୍ଗେଲି ବନାନ୍ତୁ । ଏହା ଦ୍ୱାରା ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

ଘରର ମୁଖ୍ୟ ଦ୍ୱାରରେ ଉତର ଦିଗରେ ନାଲି ସିନ୍ଦୁରରେ ସ୍ୱସ୍ତିତ କରି ତା ପାଶ୍ୱରେ ଶୁଭ ଲାଭ ଲେଖନ୍ତୁ  ।

ଗୃହର ଦକ୍ଷିଣ ଦିଗରେ କେବଳ ନୀଳ ରଙ୍ଗରେ ଆୟତକାର ରଙ୍ଗୋଲି କରନ୍ତୁ  । ଏଥିରେ  କୌଣସୀ ରଙ୍ଗର ବ୍ୟବହାର କରିବେ ନାହିଁ । ଏହା ଦ୍ୱାରା ଆପଣଙ୍କର ସମ୍ମାନ ବୃଦ୍ଧି ହେବା ସହ ଘରେ ସୁଖ ଶାନ୍ତି ଅତୁଟ ରୁହେ । 

ଗୃହର ପୂର୍ବ ଓ ଉତର ଦିଗରେ ଫୁଲରେ କିମ୍ବା ରଙ୍ଗିନ ମୁରୁଜରେ ରଙ୍ଗୋଲି କରନ୍ତୁ । ବାସ୍ତୁ ଅନୁଯାୟୀ ଏପରି କଲେ ଶୁଭଫଳ ମିଳିଥାଏ । 

Subscribe

National International State Sports Entertainment