ଧନତେରସରେ ଏହି ସବୁ ଜିନିଷ କିଣିଲେ ମିଳିଥାଏ ମା’ ଲକ୍ଷ୍ମୀଙ୍କ କୃପା
Khabar Odisha:Diwali-And-Dhanteras-2018-Buy-These-Auspicious-Things-On-Dhanteras
ଭୁବନେଶ୍ୱର, ନଭେମ୍ବର ୩,(ଖବର ଓଡିଶା)

 ଧନତେରସରେ ନୁଆ ଜିନିଷ କିଣିବାର ବିଶେଷେ ମହତ୍ୱ ଥାଏ । ଏପରି ମନାଯାଏ କି ଧନତେରସ ଦିନ କୌଣସୀ ଜିନିଷ କିଣିଲେ ଘରେ ସୁଖ ଓ ସମୃଦ୍ଧି ଆସିଥାଏ । କାର୍ତିକ ମାସର କୃଷ୍ଣପକ୍ଷର ତ୍ରୟୋଦଶୀକୁ ଧନତେରସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ନଭେମ୍ବର ୫ରେ ଏହି ଶୁଭ ଦିନ ଅଛି । ଶାସ୍ତ୍ରରେ ଏହି ଦିନ ଜିନିଷ କିଣିବା ଉପରେ କୁହାଯାଇଛି । ଯାହା କିଣିଲେ ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । 

ଧନିଆ

ଧନତେରସ ଦିନ ଧନିଆ କିଣିବା ବହୁତ ଶୁଭ ହୋଇଥାଏ । ପୂଜାରେ ମା’ଲକ୍ଷ୍ମୀଙ୍କ ନିକଟରେ ଧନିଆ ଅର୍ପଣ କରିବା ପରେ ଏହି ଧନିଆକୁ ଯେଉଁଠାରେ ଟଙ୍କା ରଖାଯାଏ ସେହି ସ୍ଥାନରେ ରଖିଦେବେ । 

ଝାଡୁ

ଧନତେରସ ଦିନ ଝାଡୁ କିଣିବା ବହୁତ ଶୁଭ ହୋଇଥାଏ । ଏହି ଦିନ ଝାଡୁ କିଣିଲେ ଆର୍ôଥକ ସଙ୍କଟ, ଦାରିଦ୍ରତା, ଓ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଦୀପାବଳି ଦିନ ଝାଡୁ ପୂଜା କରି ପରଦିନ ତାକୁ ବ୍ୟବହାର କରିବା ଦରକାର । 

ବାସନ

ଧନତେରସ ଦିନ ବାସନ କିଣିବା ବହୁତ ଶୁଭ ହୋଇଥାଏ । ବାସନ କିଣି ଏହାକୁ ଘରର ପୂର୍ବ ଦିଗରେ ରଖନ୍ତୁ । 

ଋୂପା ଟଙ୍କା

ଧନତେରସ ଦିନ ରୂପା ଟଙ୍କା କିଣିବା ବହୁତ ଶୁଭ ହୋଇଥାଏ । ଧନ ତେରସ ଦିନ କିଣିଥିବା ଟଙ୍କାକୁ ଦୀପାବଳୀ ଦିନ ଲକ୍ଷ୍ମୀ ପୂଜାରେ ଏହି ଟଙ୍କା ରଖାଯାଏ । 

ଶ୍ରୀଯନ୍ତ୍ର

ଧନତେରସ ଦିନ ଶ୍ରୀଯନ୍ତ୍ର କିଣିବା ବହୁତ ଶୁଭ ହୋଇଥାଏ । ଶ୍ରୀଯନ୍ତ୍ର କିଣିଲେ ମା’ଲକ୍ଷ୍ମୀଙ୍କ ଆର୍ଶିବାଦ ନିଶ୍ଚୟ ମିଳିଥାଏ । ଏହାକୁ ଦିପାବଳୀ ଦିନ ଲକ୍ଷ୍ମୀ-ଗଣେଷଙ୍କ ସହିତ ପୁଜା କରାଯାଏ । 

ଗୋମତି ଚକ୍ର

ଧନତେରସ ଦିନ ଗୋମତି ଚକ୍ର କିଣିବା ବହୁତ ଶୁଭ ହୋଇଥାଏ । ଏହା ମା’ ଲକ୍ଷ୍ମୀଙ୍କର ଅତିପ୍ରିୟ ହୋଇଥାଏ । ସେଥିପାଇଁ ଧନତେରସ ଦିନ ୧୧ଟି ଗୋମତି ଚକ୍ର କିଣିବା ଆବଶ୍ୟକ । 

ଗଣେଷ-ଲକ୍ଷ୍ମୀ  ମୂର୍ତି

ଧନତେରସ ଦିନ ଦିପାବଳୀ ପୁଜା ପାଇଁ ଲକ୍ଷ୍ମୀ ଓ ଗଣେଷଙ୍କ ମୂର୍ତି କିଣିବା ଶୁଭ ହୋଇଥାଏ । 

Subscribe

National International State Sports Entertainment