ଦିପାବଳୀରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ, ହୋଇପାରେ କ୍ଷତି
Khabar Odisha:Diwali-2018-Avoid-Such-Mistakes-During-Diwali-Laxmi-Ganesh-Pujan
ଭୁବନେଶ୍ୱର, ନଭେମ୍ବର ୫, (ଖବର ଓଡିଶା)

 ନଭେମ୍ବର ୭ରେ ଦେଶ ସାରା ଦୀପାବଳି ପର୍ବ ପାଳିତ ହେବ । ଏହି ଦିନ ସୁଖ ସମୃଦ୍ଧି ଓ ବୈଭବ ପାଇବା ପାଇଁ ମା’ ଲକ୍ଷ୍ମୀଙ୍କ ଓ ଭଗବାନ ଗଣେଷଙ୍କୁ ବିଧି ବିଧାନ ସହ  ପୂଜା କରାଯାଏ । ଶାସ୍ତ୍ରରେ ଦୀପାବଳି ଦିନ କିଛି କାର୍ଯ୍ୟକୁ ବର୍ଜନ କରାଯାଏ । ସେଥିପାଇଁ ଦିପାବଳୀ ଦିନ ଏପରି କାର୍ଯ୍ୟକୁ କରିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ଦିପାବଳୀ କେଉଁ କାମ କରିବା ଉଚିତ ନୁହେଁ । 

ଦିପାବଳୀ ଦିନ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ । ଏହା ଦ୍ୱାରା ଦରିଦ୍ରତା ଆସିଥାଏ, କାରଣ ସନ୍ଧ୍ୟା ସମୟରେ ଦେବୀ ଲକ୍ଷ୍ମୀ ଘରକୁ ଆସିଥାନ୍ତି ଓ ଘରର କୌଣସୀ ସଦସ୍ୟଙ୍କୁ ଘରେ ଶୋଇଥିବାର ଦେଖିଲେ ଫେରି ଯାଇଥାନ୍ତି । 

ଦିପାବଳୀରେ ଘରର ବଡମାନଙ୍କୁ ସମ୍ମାନ ଦେବା ଉଚିତ୍ । ଭୁଲରେ ବି ସେମାନଙ୍କ ପାଇଁ ଅପଶବ୍ଦର ବ୍ୟବହାର କରନ୍ତୁ ନାହିଁ । ଏପରି କଲେ ଦିପାବଳୀରେ ମା’ ଲକ୍ଷ୍ମୀଙ୍କର କୃପା ମିଳିନଥାଏ । 

ପ୍ରାୟ ଲୋକ ଦିପାବଳୀ ଦିନ ମଧ୍ୟପାନ ଆଦି ନଶା ଦ୍ରବ୍ୟ ସେବନ କରିଥାନ୍ତି । ଏହି ଦିନ ଭୂଲରେ ବି ଏପରି କରନ୍ତୁ ନାହିଁ । ଏହା ଦ୍ୱାରା ଘରେ ଦାରିଦ୍ରତା ଦେଖାଦିଏ । 

ଦିପାବଳୀ ଦିନ ଭୁଲରେ ମଧ୍ୟ ଘରର କୌଣସୀ ସଦସ୍ୟଙ୍କ ସହିତ ଝଗଡା ଆଦି କରନ୍ତୁ ନାହିଁ । ଘରେ ଝଗଡା ହେଲେ ଘରକୁ ମା’ଲକ୍ଷ୍ମୀ ଆସନ୍ତି ନାହିଁ । 

ମା’ ଲକ୍ଷ୍ମୀ ସେହି ଘରକୁ ପ୍ରଥମେ ଆସିଥାନ୍ତି ଯେଉଁ ଘର ସଫା ସୁତୁରା ହୋଇଥାଏ ଓ ଦିପାବଳୀ ଘରର କାନ୍ଥଠାରୁ ଆରମ୍ଭ କରି ଚଟାଣ ପର୍ଯ୍ୟନ୍ତ ସଫା ରଖିବା ଉଚିତ । ଘର ବାହାରେ ରଙ୍ଗୋଲି ବନାନ୍ତୁ ଓ ଏହା ସହିତ ଫୁଲ ମାଳାରେ ଘର ସଜାନ୍ତୁ । 

ଦୀପାଳବୀରେ ଲକ୍ଷ୍ମୀ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଦରକାର । ଏହି ଦିନ କାହା ଉପରେ  ରାଗି କ୍ଷତି ପହଂଚାଇବା ଠିକ୍ ନୁହେଁ । ଏପରି କଲେ ଲକ୍ଷ୍ମୀ  ମାତା ଖୁସି ହୋଇ ନଥାନ୍ତି । 

Subscribe

National International State Sports Entertainment