Khabar Odisha

ନୂଆ ଓଡିଶା ନିର୍ମାଣ ଅଭିଯାନ ପକ୍ଷରୁ ଗୁଣ୍ଡିଚା ମନ୍ଦିର ଏବଂ ସ୍ୱର୍ଗ ଦ୍ୱାରରେ ସଫେଇ କାର୍ଯ୍ୟକ୍ରମ
ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ସ୍ୱର୍ଗଦ୍ୱାରଠାରେ ନୂଆ ଓଡିଶା ନିର୍ମାଣ ଅଭିଯାନ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ରଥଯାତ୍ରାରେ ତିନି ଠାକୁର ଗୁଣ୍ଡିଚା ମନ୍ଦିରରୁ ବାହୁଡିବାର ୭ ଦିନ ବିତିସାରିଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ମନ୍ଦିରକୁ ସଫା କରିବା ପାଇଁ କୌଣସି ଉଦ୍ୟମ ହୋଇନଥିଲା । ମନ୍ଦିର ଭିତରେ କୁଢ କୁଢ ଅଳିଆ ସେହିପରି ପଡିରହିଥିଲା। ଅବଢା ହାଣ୍ଡି, କଦଳି ପତ୍ର, ଫୁଲ ଓ ଅନ୍ୟାନ ସାମଗ୍ରୀରେ ମନ୍ଦିର ପରିସର ଅପରିଷ୍କାର ହୋଇରହିଥିଲା । ସ୍ଥାନୀୟ ସାମାଜିକ ସଙ୍ଗଠନ ‘ହୋପ ଇଜ୍ ଲାଇଫ’, ସାହି ଭାଇ ଏବଂ ଅନ୍ୟ କେତେକ ସାମାଜିକ ସଙ୍ଗଠନର ସହଯୋଗରେ ନୂଆ ଓଡିଶା ନିର୍ମାଣ ଅଭିଯାନ ପକ୍ଷରୁ ଗୁଣ୍ଡିଚା ମନ୍ଦିରକୁ ସଫା କରାଯାଇଥିଲା। ସେଠାରୁ ଅଳିଆ ଗୁଡିକ ବାହାର କରାଯାଇ ବୋଝେଇ ଗାଡି ସହାୟତରେ ନିର୍ଦ୍ଧାରିତ ଡମ୍ପିୟାର୍ଡରେ ପକାଯାଇଥିଲା ।

ସେହିପରି ସ୍ୱର୍ଗଦ୍ୱାର ପରିସରରେ ବି ନୂଆ ଓଡିଶା ନିର୍ମାଣ ଅଭିଯାନ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା । ଶବ ସଂସ୍କାର ବେଳେ ଶବ ସହ ଆସୁଥିବା ବିଭିନ୍ନ ସାମଗ୍ରୀ ସବୁ ସ୍ୱର୍ଗଦ୍ୱାର ଭିତରେ ଅନେକ ଦିନ ହେଲାଣି ପଡିରହୁଥିବାରୁ ଭିତର ପରିବେଶ ଖରାପ ଦେଖାଯାଉଥିଲା। ତେବେ ଓଡିଶା ନିର୍ମାଣ ଅଭିଯାନ ସଂଗଠନର ସଦସ୍ୟଙ୍କ ଦ୍ୱରା ଏହାକୁ ସଫା କରାଯିବା ସହ ସମସ୍ତ ଅଳିଆକୁ ସ୍ଥାନାନ୍ତରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୁରୀର ହୋପ ଇଜ୍ ଲାଇଫ, ସାହି ଭାଇ, ଜନଜାଗରଣ ମଞ୍ଚ, ହରିପୁର ୟୁଥ କ୍ଲବ, ପିପୁଲ ଫର୍ ସୋସାଇଟ ଭଳି ଅନେକ ସାମାଜିକ ସଙ୍ଗଠନ ଏବଂ ସ୍ଥାନୀୟ ଯୁବକ ମାନେ ସହଯୋଗ କରିଥିଲେ ।

ଅସରାଏ ବର୍ଷାରେ ଜଳମଗ୍ନ ହେଉଛି ନୟାପଲ୍ଲୀ, ସ୍ଥାୟୀ ସମାଧାନ ଦାବିରେ ଯୁବ ଓଡ଼ିଶାର ଆମରଣ ଅନଶନ
ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଉବୁଟୁବୁ ହେଉଛି । ଜନସାଧାରଣ  ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିଏମ୍‌ସି, ବିଡ଼ିଏ, ଡ୍ରେନେଜ୍ ଡିଭିଜନ୍ ଏବଂ ଜିଲ୍ଲା ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା  । ଯାହାର ପ୍ରତିବାଦରେ ଆଜି ଯୁବ ଓଡ଼ିଶା ପକ୍ଷରୁ ଆମରଣ ଅନଶନ ଆରମ୍ଭ ହୋଇଛି ।

ବିଗତ ଦିନମାନଙ୍କରେ ବର୍ଷାଜଳ ନିଷ୍କାସନ ହୋଇ ୭ ଏକର ବିଶିଷ୍ଟ ଜଳାଶ୍ରୟରେ ପଡୁଥିବା ବେଳେ ତନ୍ମଧ୍ୟରୁ ୪ ଏକର ଜଳାଶ୍ରୟକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ପୋତିବା ସହିତ ୪ଏକର ଦେବୋତ୍ତର ଜଳାଶ୍ରୟ ଜମି ବିକିବାରେ ଲାଗିଛନ୍ତି ବୋଲି ଯୁବ ଓଡ଼ିଶା ଭୁବନେଶ୍ୱର ଶାଖାର ସଭାପତି ଅର୍ଜୁନ ବେହେରା ଓ ସମ୍ପାଦକ ସମରେନ୍ଦ୍ର କୁମାର ଜେନା ଅଭିଯୋଗ କରିଛନ୍ତି । ନୟାପଲ୍ଲୀ ଜଳାଶ୍ରୟର ପୁନଃଉଦ୍ଧାର, ଆଇ.ଆର.ସି. ଭିଲେଜ ଇସ୍କନ୍ ପାଣି ନୟାପଲ୍ଲୀ ଅଞ୍ଚଳକୁ ନପଶି ତାହାର ସ୍ଥାୟୀ ସମାଧାନ କରିବା ଏବଂ ନୟାପଲ୍ଲୀ ପୋଖରୀରେ ଖର୍ଚ୍ଚ ହୋଇଥିବା ଏକ କୋଟି ଟଙ୍କାର ଭିଜିଲାନ୍ସ ତଦନ୍ତ ଦାବି କରି ଆଜି ଇସ୍କନ୍ ମନ୍ଦିର ସମ୍ମୁଖରେ ଯୁବ ଓଡ଼ିଶା ପକ୍ଷରୁ ଆମରଣ ଅନଶନ କରାଯାଇଛି  । ଜଳାଶ୍ରୟର ପୁର୍ନରୁଦ୍ଧାର ସହିତ ନାଳନର୍ଦ୍ଦମା ପାଣି ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ନ ହେଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ  । ଏହି ଦାବି ପୂରଣ ନହେଲେ ବିଭିନ୍ନ ଜିଲ୍ଲାର ଯୁବ ଓଡ଼ିଶାର ୧୦ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଅନଶନରେ ଯୋଗଦେବେ ବୋଲି ସଂଗଠନର ରାଜ୍ୟ ସଭାପତି ଉପେନ୍ଦ୍ର ଭଞ୍ଜ ପ୍ରକାଶ କରିଛନ୍ତି ।

କୋକାକୋଲା ସ୍ପ୍ରାଇଟ ଛାଡନ୍ତୁ ପଇଡ ପାଣି ପିଅନ୍ତୁ
ଆମେ ମାନେ ପ୍ରାୟ ସମସ୍ତେ ମୃଦ୍ୟୁ ପାନୀୟ ମୋହରେ ପଡିଯାଇଛେ । ହେଲେ ଏହି ମୃଦ୍ୟୁ ପାନୀୟ କେତେ ମାତ୍ରାରେ ଆମ ସ୍ୱାସ୍ଥ୍ୟ, ଆମ ଅର୍ଥନୀତି, ଆମ ପରିବେଶକୁ ଖରାପ କରୁଛି ତାହା ଆମେ ଜାଣିଛେ କି ? ଏବେ ସମୟ ଆସିଛି କୋକାକୋଲା, ସ୍ପ୍ରାଇଟ, ପେପସି, ଥମସଅପ, ମିରିଣ୍ଡା ଏସବୁକୁ ଛାଡିବା ଆଉ ପଇଡ ପାଣି ପିଇବା । ତାହେଲେ ଯାଇ ଆମେ ସୁସ୍ଥ ରହି ପାରିବା ଏବଂ ଆମର ଦେଶି ଅର୍ଥନୀତିକୁ ସୁରକ୍ଷିତ ରଖିପାରିବା ।

ଅର୍ଥନୀତି

ଏବେ ନିପଟ ମଫସଲ ଗାଁ ଠାରୁ ଆରମ୍ଭ କରି ରାଜଧାନୀର ବଡ ସପିଙ୍ଗମଲରେ ସବୁଠି ମିଳୁଛି ଏହି ମିଠା ବିଷ ସବୁ । ସାରା ଭାରତରେ ଏହି କୋଲ୍ଡଡ୍ରିଙ୍କସ ଯାହାକୁ ଆମେ ମୃଦ୍ୟୁ ପାନୀୟ କହୁଛେ ତାହାର ବଜାର ହେଉଛି ୧୮,୦୦୦ କୋଟି ଟଙ୍କାର । ଓଡିଶାରେ ପାଖାପାଖି ୮୦୦ କୋଟି ଟଙ୍କାର । ୪ କୋଟି ଜନ ସଂଖ୍ୟାରେ ୮୦୦ କୋଟିର ବେପାର । ଆଉ ଏହି ବେପାରରେ ବିଦେଶି କମ୍ପାନୀ କୋକାକୋଲା ଏବଂ ପେପସି କମ୍ପାନୀର ହେଉଛି ୮୦ % ସେୟାର । ଆମକୁ ପାଣୀରେ କିଛି କେମିକାଲ ଆଉ ଫ୍ଲେଭର ପକେଇ ଦେଇ ଏହାକୁ ଆକର୍ଷଣୀୟ ବୋଟଲରେ ପ୍ୟାକେଟ କରି ଏମାନେ କୋଟି କୋଟି ଲାଭ କରନ୍ତି ଏବଂ ଏହି ଅର୍ଥ ଚାଲିଯାଏ ସିଧା ସିଧା ବିଦେଶକୁ । ଆଉ ଏହି ୮୦୦ କୋଟି ଟଙ୍କା ଯଦି ଆମ ନିଜ ରାଜ୍ୟର ପଇଡ ଚାଷୀଙ୍କ ପାଖରେ ରୁହନ୍ତା ତାହେଲେ ଭାବନ୍ତୁ ତ କେତେ ଭଲ ହୁଅନ୍ତା । ସେମାନଙ୍କ ଆର୍ଥୀକ ପ୍ରଗତି ହେବା ସହ ଛୋଟ ଛୋଟ ବେପାରୀ ମାନେ ଅଧିକ ଲାଭ ପାଆନ୍ତେ ଏବଂ ଲୋକମାନେ ମଧ୍ୟ କମ ଅର୍ଥରେ ଭଲ ସ୍ବାସ୍ଥ୍ୟକର ପାନୀୟ ପିଇପାରନ୍ତେ ।

ଆପଣ ଭାବୁଥିବେ କୋଲ୍ଡଡ୍ରିଙ୍କସ ପିଇବା ବନ୍ଦ କରିଦେଲେ ଯେଉଁ ସବୁ ଦୋକାନୀମାନେ ଏବେ ବିକ୍ରି କରୁଛନ୍ତି ସେମାନ ହଇରାଣ ହେବେ । ବାସ୍ତବରେ ଗୋଟିଏ ୧୦ରୁ ୧୨ ଟଙ୍କାର କୋଲ୍ଡଡ୍ରିଙ୍କସରୁ ଦୋକାନୀ ପାଏ ମାତ୍ର ୧ ଟଙ୍କା । ମନେକରନ୍ତୁ ଏକ ଲିଟର ଥଣ୍ଡାର ଦାମ ହେଉଛି ୫୦ ଟଙ୍କା । ସେହି ୫୦ ଟଙ୍କାର କୋଲ୍ଡଡ୍ରିଙ୍କସ ରୁ ଦୋକାନୀ ପାଏ ମାତ୍ର ୩ରୁ ୫ଟଙ୍କା । ବାକି ୪୫ ଟଙ୍କାରୁ ସରକାର ଟିକସ ପାଆନ୍ତି ସର୍ବାଧୀକ ୫ ଟଙ୍କା । ବାକି ୪୦ ଟଙ୍କା ଯାଏ କମ୍ପାନୀ ପାଖକୁ । କମ୍ପାନୀର କର୍ମଚାରୀ ଦରମା ଖର୍ଚ୍ଚ, ବୋତଲ ଖର୍ଚ୍ଚ ଏବଂ ପାନିୟ ପ୍ରସ୍ତୁତି ଖର୍ଚ୍ଚରେ ଖର୍ଚ୍ଚ ହୁଏ ସର୍ବାଧୀକ ୫ ଟଙ୍କା ରୁ ୧୦ ଟଙ୍କା । ବାକି ୩୦ ଟଙ୍କା ହେଉଛି କମ୍ପାନୀର ଲାଭ । ପ୍ରାୟ ୬୦%  ଲାଭ ହୁଏ ଏବଂ ଏହା ସିଧା ସିଧା ଚାଲିଯାଏ ବିଦେଶକୁ । ହେଲେ ଯଦି ପଇଡ ଆମେ ସମସ୍ତେ ପିଅନ୍ତେ ତାହେଲେ ଏହି ପଇସା ଓଡିଆ ଚାଷୀ, ଛୋଟ ଛୋଟ ବେପାରୀଙ୍କ ପାଖରେ ରୁହନ୍ତା ।

ଓଡିଶାର ପ୍ରାକୃତିକ ଭୌଗଳିକ ପରିବେଶ ଯାହା ସେଥିରେ ପଇଡ ଚାଷ ବ୍ୟାପକ ମାତ୍ରାରେ ହୋଇପାରିବ । ଆମର ତ ଏଠି ଅନେକ ଯାଗାରେ ଖାଲି ନଡିଆ ଚାରା ପକାଇ ଦେଲେ ଗଛ ତାର ମନକୁ ମନ ହେବ । ବିଶେଷ ଯତ୍ନ ନନେଲେବି ପଇଡ ଫଳିବ । ଦେଶର ପଇଡା ବା ନଡିଆ ପାଇଁ ଉପଯୁକ୍ତ ଥିବା ମାତ୍ର ୬ଟି ରାଜ୍ୟରୁ ଓଡିଶା ଅନ୍ୟତମ । ହେଲେ ଆମ ମାନଙ୍କ କୋଲ୍ଡଡ୍ରିଙ୍କସ ପ୍ରେମ ପାଇଁ ଏହି ପଇଡ ଚାଷ ଆଜି ନଷ୍ଟ ହେବାକୁ ବସିଲାଣି । ଏବେ ରାଜ୍ୟରେ ଯେତିକି ପଇଡ ବା ନଡିଆ ଉପ୍ତାଦନ ହେଉଛି ତାହା ଆମର କ୍ଷମତାର ମାତ୍ର ୧୦% । ଆହୁରି ଅଧିକ ୯୦% ପଇଡ ଉପ୍ତାଦନ ପାଇଁ ରାଜ୍ୟ ସକ୍ଷମ । ହେଲେ ପଇଡ ବିକ୍ରି ନହୋଇ ପାରିବା କାରଣରୁ, ଏବଂ ନଡିଆରୁ ତେଲ ବାହାର କରି ଏହାର ବିକ୍ରି ସୁବିଧା ନଥିବା କାରଣରୁ ଚାଷୀ ମାନେ ଆଉ ପଇଡ ଚାଷ ପାଇଁ ଆଗ୍ରହ ଦେଖଉ ନାହାନ୍ତି ।

ସ୍ବାସ୍ଥ୍ୟ

ଋିସର୍ଚ୍ଚରୁ ଜଣା ପଡିଛି ଯେ ଯେଉଁମାନେ ନିୟମିତ ଭାବେ ଦୈନିକ ୨୦୦ ମିଲିଲିଟରରୁ ଅଧିକ କୋଲ୍ଡ ଡ୍ରିଙ୍କସ ପିଅନ୍ତି ସେମାନେ ୪୦ ବର୍ଷ ବୟସରେ ପହଂଚିଲାବେଳକୁ ସୁଗାର ଡାଇବେଟିସ ଏବଂ କିଡନି  ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । କୋଲ୍ଡ ଡ୍ରିଙ୍କସ ପିଇବା ଫଳରେ ଦାନ୍ତ ଏବଂ ହାଡକୁ ଯଥେଷ୍ଟ କ୍ଷତି ପହଂଚିଥାଏ । ପରୀକ୍ଷାରୁ ଜଣାପଡିଛି ଯେ ଗୋଟିଏ ଗ୍ଲାସରେ ଯଦି କୋକାକୋଲା ବା ସେହିଭଳି ମୃଦ୍ୟୁପାନୀୟରେ ଯଦି ଏକ ଦାନ୍ତକୁ ୧ ସପ୍ତାହ ବୁଡାଇ ରଖାଯାଇରଖାଯାଏ ତାହେଲେ ଏକ ସପ୍ତାହ ପରେ ଏହି ଦାନ୍ତଟି ସେଥିରେ ମିଳେଇ ଯିବ ଏବଂ ନିଜର ଅସ୍ତିତ୍ୱ ହରାଇବ । ଏଥିରୁ ବୁଝାପଡୁଛି ଯେ ଶରୀର ପାଇଁ କୋଲ୍ଡଡ୍ରିଙ୍କସ କେତେ ହାନି କାରକ । କୋକ ଏବଂ ଅରେଂଜ ଫ୍ଲେଭର କୋଲ୍ଡଡ୍ରିଙ୍କସରେ ମିଶୁଥିବା କୃତିମ ରଙ୍ଗ ସବୁ ହେଉଛନ୍ତି କ୍ୟାନସର ବେମାରୀ ଗୋଟିଏ ଗୋଟିଏ ଏଜେଂଟ । ମୃଦ୍ୟୁପାନିୟ ପ୍ରସ୍ତୁତିରେ ଫସପରିକଏ ଏସିଡର ବ୍ୟବହାର ହୁଏ ଯାହା କିଡନିକୁ ନଷ୍ଟ କରିଦେଇଥାଏ । କୋଲା ପିଇବା ଫଳରେ ରକ୍ତରେ ଅତ୍ୟଧିକ ଫସଫେଟ ଆସିଥାଏ ଯାହା ଶରୀରରେ କ୍ୟାଲସିୟମ ମେଟାବଲିଜିମକୁ ନଷ୍ଟ କରିଦେଇଥାଏ । କ୍ୟାଲସିୟମ ମେଟାବଲିଜିମ ନଷ୍ଟ ହେବାର ପ୍ରଭାବ ମସ୍ତିଷ୍କ, ହାଡ ଏବଂ ଦାନ୍ତ ଉପରେ ପଡେ । ମୃଦ୍ୟୁପାନୀୟରେ ସେପରି କିଛି ଏନର୍ଜି ବା ଭିଟାମିନସ ନାହିଁ । କେବଳ ପାଟି ସୁଆଦ ଏବଂ ବଡ ବଡ ସିନେମା ତାରକା ଏବଂ ଖେଳାଳୀଙ୍କ ବିଜ୍ଞାପନରେ ପ୍ରଭାବିତ ହୋଇ ଲୋକମାନେ ଏହାକୁ ପିଇ ଦେଇଥାନ୍ତି ।

କିନ୍ତୁ ପଇଡ ପିଇବା ଶରୀର ପ୍ରତି ଅନେକ ଲାଭ ଦାୟକ ହୋଇଥାଏ । ପ୍ରଥମତଃ ଏହା ସମ୍ପୁର୍ଣ୍ଣ ପ୍ରାକୃତିକ । ଏଥିରେ କୋଲ୍ଡ ଡ୍ରିଙ୍କସ ଭଳି କୌଣସି କେମିକାଲର ଭୟ ନାହିଁ । ୨୫୦ ଗ୍ରାମ ପଇଡ ପାଣିରେ ୪୬ କ୍ୟାଲୋରି ଏନର୍ଜି ଥାଏ ଯାହା ସମାନ ପରିମାଣର କୋଲ୍ଡଡ୍ରିଙ୍କସରେ ଥିବା ଏନର୍ଜି ଅପେକ୍ଷା ୪ ଗୁଣ ଅଧୀକ । ଏହା ଛଡା ପଇଡ ପାଣିରେ ଫାଇବର, ପ୍ରୋଟିନ, କାବ୍ରସ, ଭିଟାମିନ-ସି, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲିସିୟମ ଏବଂ ସୋଡିୟମ ଥାଏ ଯାହା ଶରୀର ପାଇଁ ବହୁତ ଭଲ । ପଇଡ ପାଣି ଶରୀରରେ ସୁଗାର ଲେଭେଲକୁ କମ କରିଥାଏ ଯାହା ଫଳରେ ଡାଇବେଟିସ ହୋଇନଥାଏ । ସର୍ଭେରୁ ଜଣାପଡିଛି ସକାଳେ ନିୟମିତ ପଇଡ ପାଣି ପିଇଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳେ । ପଇଡ ପାଣିରେ ପଟ୍ଟାସିୟମ ଥିବାରୁ ଏହା ରକ୍ତଚ୍ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ଯଦି କାହାକୁ ଡାଇରିଆ ବା ଦଣ୍ଡିସ ହୋଇଥାଏ ତାକୁ ଯଦି କୋଲ୍ଡଡ୍ରିଙ୍କସ ଦିଆଯାଏ ତାହେଲେ ରୋଗୀର ମୃତ୍ୟୁ ସୁନିଶ୍ଚିତ ହେଲେ ଯଦି ପଇଡ ପାଣି ଦିଆଯାଏ ତାହେଲେ ଏହା ରୋଗକୁ ପ୍ରଶମିତ କରିଥାଏ । ଏଥିରୁ ଜଣାପଡୁଛି ଆମେ କାହିଁକି କୋଲ୍ଡଡ୍ରିଙ୍କସକୁ ଛାଡି ପଇଡ ପିଇବା ଉଚିତ ।

ପରିବେଶ

କୋଲ୍ଡଡ୍ରିଙ୍କସର ସବୁଠାରୁ ଖରାପ ପ୍ରଭାବ ଯାହା ପରିବେଶକୁ ବହୁତ କ୍ଷତି କରେ ତାହା ହେଲା ଏହାର ପ୍ଲାଷ୍ଟିକ ବୋତଲ ଏବଂ ଏହାର ଠିପି । ଭାରତରେ ବର୍ଷକୁ ଏତେ ପରିମାଣର କୋଲ୍ଡଡ୍ରିଙ୍କସ ବିକ୍ରି ହେଉଛିଯେ ଯଦି ଏହାକୁ କେବଳ ଗୋଟିଏ ଗୋଟିଏ କରି ସଜା ଯାଏ ତାହେଲେ ସାରା ଭାରତର ଅଧା କ୍ଷେତ୍ରଫଳ ଭରିଯିବ । ଭାରତରେ ବର୍ଷକୁ ୧୩ ମିଲିୟନ ମେଟ୍ରିକ ଟନର ପ୍ଲାଷ୍ଟିକ ଉପ୍ତାଦନ ହୁଏ ଯାହାର ୩୦ରୁ ୩୫ % ହେଉଛି କେବଳ ଏହି କୋଲ୍ଡ ଡ୍ରିଙ୍କସ ପାଇଁ । ଆମ ଦେଶର ଜନସଂଖ୍ୟା ଅଧୀକ ଥିବାରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣ ଅଧିକ ହୋଇଯାଉଛି । ଏହି ସବୁ ବୋତଲକୁ ରିସାଇକ୍ଲିଙ୍ଗ କରିବା ପାଇଁ ସରକାରୀ ବା ବେସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନାହିଁ । ଏତେ ବିପୁଳ ପରିମାଣ ପ୍ଲାଷ୍ଟିକ ଯିବ କୁଆଡେ । ସବୁ ଯାଉଛି ବିଭିନ୍ନ ଜଳାଶୟ, ନଦୀ, ସମୁଦ୍ର ଆଉ ମାଟିକୁ । ହେଲେ ପଇଡର କୌଣସି ବର୍ଜ୍ୟବସ୍ତୁ ନାହିଁ । ଏହାର ସମସ୍ତ ଜିନିଷ କାମରେ ଲାଗେ । ଖାଇକି ଫୋପଡା ଯାଉଥିବା ପଇଡ ଶୁଖିଲେ ସେଥିରୁ କତା ବାହାରିପାରିବ ଯେଉଁଥିରୁ ଦଉଡି ବାହାରିପାରିବ, ପା ପୋଛ, ଅଖା, ବ୍ୟାଗ, ମଶିଣା, କଣ୍ଢେଇ ଇତ୍ୟାଦି ତିଆରି ହୋଇପାରିବ । ନଡିଆ କତାରୁ ଏପରି ଅନେକ ଘରକରଣା ଜିନିଷ ତିଆରି ହୋଇପାରିବ ଯାହା ଆମର ଦୈନଦିନ ଜିବନରେ ଅନେକ କାମରେ ଆସେ । ଆଗରୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବେଳେ ଲାଗୁଥିବା ଦଉଡି ସବୁ ଆମର ସାକ୍ଷୀଗୋପାଳରେ ପ୍ରସ୍ତୁତ ହେଉଥିଲା । ଏକଥା ବେଶି ଦିନର କଥା ନୁହେଁ ମାତ୍ର ୩୦ ବର୍ଷ ତଳର କଥା । ହେଲେ ଏବେ ଏହା କେରଳରୁ ଆସୁଛି । କାରଣ ଆମେ ନଡିଆ ଚାଷକୁ ଯେତିକି ପ୍ରୋସ୍ତ୍ରାହନ ଦେବା କଥା ତାହା କରିପାରିଲେ ନାହିଁ ଯାହା ଫଳରେ ଏହି ଚାଷ ଦିନକୁ ଦିନ ଡୁବିଲା ଏବଂ ରାଜ୍ୟର ପଇଡ ଉପ୍ତାଦନ ମଧ୍ୟ କମିବାରେ ଲାଗିଲା ।

ଏସବୁର ସମାଧାନ ହେବ ଯଦି ଆମେ କୋଲ୍ଡଡ୍ରିଙ୍କସ ପିଇବା ଛାଡିବା ଏବଂ ପଡଇ ପିଇବା ।

ପାସପୋର୍ଟର ଭିନ୍ନ ରଙ୍ଗ ପଛର କାରଣ
ଦୁନିଆରେ କେବଳ ୪ଟି ରଙ୍ଗର ପାସପୋର୍ଟ ଅଛି । ପ୍ରତ୍ୟେକ ଦେଶକୁ ଏହି ୪ଟି ରଙ୍ଗରୁ ଗୋଟେ ରଙ୍ଗକୁ ପାସପୋର୍ଟର କଭର ଭାବରେ ବାଛିବାକୁ ପଡିଥାଏ । ପାସପୋର୍ଟ ମୁଖ୍ୟତଃ ୪ଟି ରଙ୍ଗର ଥାଏ, ଲାଲ, ନୀଳ, ସବୁଜ ଏବଂ କଳା । ତେବେ ପ୍ରତ୍ୟେକ ରଙ୍ଗ ମଧ୍ୟରେ ଭି ଭିନ୍ନତା ଦେଖାଯାଏ ।

ଲାଲ ରଙ୍ଗ

ଲାଲ ରଙ୍ଗ ହେଉଛି ସାଧାରଣ ରଙ୍ଗ । ସାଧାରଣତଃ ଯେଉଁ ଦେଶର ଇତିହାସରେ କିମ୍ବା ବର୍ତମାନ ମଧ୍ୟ ସାମ୍ୟବାଦୀ ଶାସନର ଛାପ ରହିଛି ସେହି ଦେଶର ପାସପୋର୍ଟ କଭର ଲାଲ କିମ୍ବା ଏହାର ପାଖାପାଖି ରଙ୍ଗର ହୋଇଥାଏ । ସ୍ଲୋଭାନିଆ, ଚୀନ, ସର୍ବିଆ, ଋଷିଆ, ଲାଟଭିଆ, ରୋମାନିଆ, ପୋଲାଣ୍ଡ ଏବଂ ଜର୍ଜିଆର ନାଗରିକ ମାନେ ଲାଲ ରଙ୍ଗର ପାସପୋର୍ଟ ବ୍ୟବହାର କରିଥାନ୍ତି । କ୍ରୋସିଆ ବ୍ୟତୂତ ଇଉରୋପିଆନ ୟୁନିଅନର ଅନ୍ୟ ସଭ୍ୟ ଦେଶ ଗୁଡିକ ମଧ୍ୟ ଲାଲ କିମ୍ବା ଲାଲ ରଙ୍ଗର ଅନ୍ୟ ସେଡ୍ର ପାସପୋର୍ଟ ବ୍ୟବହାର କରିଥାନ୍ତି । ଯେଉଁ ଦେଶ ଗୁଡିକ ଇଉରୋପିଆନ ୟୁନିଅନର ସଭ୍ୟ ହେବାକୁ ଇଚ୍ଛୁକ ଯଥା ତୁର୍ତୀ, ମାକେଡୋନିଆ ଏବଂ ଆଲବାନିଆ ଭଳି ଦେଶ ଗୁଡିକ ମଧ୍ୟ କିଛି ବର୍ଷ ପୂର୍ବେ ସେମାନଙ୍କ ପାସପୋର୍ତ କଭରର ରଙ୍ଗ ବଦଳାଇ ଦେଇଛନ୍ତି ।

ନୀଳ ଗଙ୍ଗ

ନୀଳ ମଧ୍ୟ ସାଧାରଣରେ ବ୍ୟବହୃତ ରଙ୍ଗ । ଏହି ରଙ୍ଗ ନୂତନ ବିଶ୍ୱର ପ୍ରତୀକ । ୧୫ ଟି କ୍ୟାରବିଆନ ଦେଶର ପାସପୋର୍ଟ ରଙ୍ଗ ହେଉଛି ନୀଳ । ଉତର ଆମେରିକା, ଦକ୍ଷିଣ ଆମେରିକା ଏବଂ ଓସେନିଆରେ ପ୍ରାୟତଃ ନୀଳ ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଏ । ଦକ୍ଷିଣ ଆମେରିକାରେ ନୀଳ ରଙ୍ଗର ପାସପୋର୍ଟ ସାଧାରଣତଃ ମରକୋସର ଟ୍ରେଡ ୟୁନିଅନର ସଭ୍ୟ ହୋଇଥିବାକୁ ସୂଚାଇ ଥାଏ । ଆମେରିକୀୟଙ୍କ ପାସପୋର୍ଟର ରଙ୍ଗ ୧୯୭୬ ମସିହାରେ ବଦଳି ହୋଇ ନୀଳ ହୋଇଥିଲା । ଭାରତର ପାସପୋର୍ଟର ରଙ୍ଗ ମଧ୍ୟ ଗାଢ ନୀଳ ରଙ୍ଗର ।

ସବୁଜ ରଙ୍ଗ

ପ୍ରାୟତଃ ମୁସଲମାନ ଦେଶ ଗୁଡିକ ସବୁଜ ରଙ୍ଗର ପାସପୋର୍ଟ ବ୍ୟବହାର କରିଥାନ୍ତି । ଏହାର କାରଣ ମୁମଲମାନ ଧର୍ମରେ ଏହି ଗଙ୍ଗର ବିଶେଷତ୍ୱ ହେଇପାରେ । ସବୁଜ ଗଙ୍ଗ ପଫେଟ ମହମ୍ମଦଙ୍କର ପ୍ରିୟ ରଙ୍ଗ ହୋଇଥିବା ବେଳେ ଏହି ଗଙ୍ଗ ପ୍ରକୃତି ଏବଂ ଜୀବନର ପ୍ରତୀକ ମଧ୍ୟ । ତେବେ ମରକୋ, ସାଉଦୀ ଆରବ ଓ ପାକିସ୍ତାନ ଭଳି ଦେଶ ସବୁଜ ପାସପୋର୍ଟ ବ୍ୟବହାର କରିଥାନ୍ତି ।

କଳା ରଙ୍ଗ

ବହୁତ କମ ଦେଶ ଅଛନ୍ତି ଯାହାର ପାସପୋର୍ଟର ରଙ୍ଗ କଳା ହୋଇଥାଏ । କିଛି ଆଫ୍ରିକୀୟ ଦେଶ ଯଥା ବୋଟସ୍ଓାନା, ଜାମ୍ବିଆ, ବୁରୁଣ୍ଡି,ଗୋବୋନ, ଆଙ୍ଗୋଲା, କଙ୍ଗୋ, ମାଲାଓି ଏବଂ ଅନ୍ୟ କେତୋଟି ଦେଶ କଳା ରଙ୍ଗର ପାସପୋର୍ଟ ବ୍ୟବହାର କରନ୍ତି । ନିଉଜିଲ୍ୟାଣ୍ଡର ପାସପୋର୍ଟ ମଧ୍ୟ କଳା ରଙ୍ଗର ଯେହେତୁ କଳା ଏହି ଦେଶର ଜାତୀୟ ରଙ୍ଗ ।

ପାଠ ପଢିବାର ଇଚ୍ଛା ଥିଲେ ଅର୍ଥ ପ୍ରତିବନ୍ଧକ ହେବ ନାହିଁ: ଇଶ୍ଵର
ବାପାଙ୍କର ପାନ ଦୋକାନ। ତେଣୁ ୪ ଭାଇ ଭଉଣୀଙ୍କୁ ନେଇ ପରିବାର ଚଳାଇବା କଷ୍ଟକର ଥିଲା। ତେବେ ମୋର ପାଠ ପଢିବାର ଆଗ୍ରହ ଦେଖି ପରିବାର ଲୋକ ମୋତେ ମାମୁଁ ଘର ପଠାଇଦେଲେ। ସେଠାରେ ଛୋଟ ବେଳୁ ଅଜା ଆଇଙ୍କ ପାଖରେ ରହି ପାଠ ପଢିଲି। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସେଠାରେ ରହି ପାଠ ପଢିଲି। ଭଲ ମାର୍କ ରଖି ସଫଳ ମଧ୍ୟ ହେଲି। ତା’ ପରେ ପାଠ ପଢିବାର ଆଗ୍ରହକୁ ଦେଖି ବାପା ମଧ୍ୟ ମୋ ପାଇଁ ଅହେତୁକ ପରିଶ୍ରମ କରିଥିଲେ। ଲୋନ କରି ପାଠ ପଢିଲି, ପରିବାର ଲୋକଙ୍କ ଭରସା ଓ ମୋ ପରିଶ୍ରମ ଯୋଗୁଁ ମୁଁ ଆଜି ଆଇଏଏସ ହୋଇପାରିଛି। ଗତକାଲି ପ୍ରକାଶ ପାଇଥିବା ଭାରତୀୟ ପ୍ରଶାସନିକ ସେବା(ୟପିଏସସି) ସିଭିଲ ସର୍ଭିସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୮୭ତମ ସ୍ଥାନରେ ରହିଥିବା ଇଶ୍ଵର କୁମାର କାଣ୍ଡୋ ଏହା ପ୍ରକାଶ କରିଛନ୍ତି।

ଓଡ଼ିଶାର ନ ହୋଇଥିଲେ ମଧ୍ୟ ଓଡିଶାରେ ହିଁ ପରୀକ୍ଷା ପ୍ରସ୍ତୁତି କରି ଏକ ପାନ ଦୋକାନୀ ପୁଅର ପରିଚୟ ନେଇ ଗୌରବ ଅର୍ଜନ କରିପାରିଥିବାରୁ ସେ ଏବେ ଚର୍ଚ୍ଚାରେ ଅଛନ୍ତି। ଚାକିରୀର ଅବସାଦ ଭିତରେ ରହି ମଧ୍ୟ ସେ ନିଜ ସ୍ୱପ୍ନକୁ ପୂରଣ କରିପାରିଛନ୍ତି। ଏଥିପାଇଁ ସେ ତାଙ୍କ ଶ୍ରେୟ ପରିବାରଙ୍କୁ ଦେଇଛନ୍ତି।

କଣ କୁହନ୍ତି ଇଶ୍ୱର -

ଊତ୍ତରପ୍ରଦେଶ ଆଜମଗଡର ବାସିନ୍ଦା ହୋଇଥିଲେ ବି ବାପା ଶିବ ପ୍ରସାଦଙ୍କର ଲକ୍ଷ୍ନୋରେ ପାନଦୋକାନ ଥିବା ଯୋଗୁଁ  ସପରିବାର ଲକ୍ଷ୍ନୋରେ ରହୁଛୁ। ଦଶମ ଶ୍ରେଣୀ ପାସ କରିବା ପରେ ହାୟର ଷ୍ଟଡି ପାଇଁ ବାପା ବ୍ୟାଙ୍କରୁ ଲୋନ ନେଇ ପାଠ ପଢାଇଥିଲେ। ବିଟେକ ଗାଜିଆବାଦର KIET ଇଞ୍ଜିନିୟରିଂ କଲେଜରୁ ଶେଷ କରିବା ପରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ MTT ରେ ୨୦୧୪ ସେପ୍ଟେମ୍ବର ଯୋଗ ଦେଇଥିଲି। ଚାକିରୀ କରିବା ସହ ସିଭିଲ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲି। ମୁଁ ବର୍ତମାନ ଷ୍ଟିଲ ପ୍ଲାଣ୍ଟରେ ଜୁନିୟର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସଭିଲ ସର୍ଭିସ ପରୀକ୍ଷାରେ ଉତୀର୍ଣ୍ଣ ହୋଇପାରିଛି। ତେଣୁ ପାଠପଢିବାର ଇଚ୍ଛା ଥିଲେ ଅର୍ଥ ପ୍ରତିବନ୍ଧକ ହେବ ନାହିଁ ବୋଲି କୁହନ୍ତି ଇଶ୍ଵର।

ବିଜୁ କୃଷକ କଲ୍ୟାଣ ଯୋଜନାରେ ପ୍ରତି ଚାଷି ପିଛା ଖର୍ଚ୍ଚ ୩୬ ପଇସା : ଅର୍ଥନୈତିକ ସର୍ଭେ ରିପୋର୍ଟ
୨୦୧୩ରେ ରାଜ୍ୟରେ ଆରମ୍ଭ ହୋଇଥିଲା ବିଜୁ କୃଷକ କଲ୍ୟାଣ ଯୋଜନା । ରାଜ୍ୟରେ କୃଷକ ମାନଙ୍କ ସ୍ୱାସ୍ଥ୍ୟଗତ କଲ୍ୟାଣ ଏବଂ ଅନ୍ୟାନ୍ୟ କାମ ପାଇଁ ଆରମ୍ଭ ହୋଇଥିଲା ଏହି ଜନ କଲ୍ୟାଣ ଯୋଜନା । ହେଲେ ଆଜି ବିଧାନସଭାରେ ସ୍ଥାନିତ ହୋଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୧୬-୧୭ ଆର୍ଥୀକ ବର୍ଷରେ ପ୍ରତି ଚାଷି ପିଛା ବିଜୁ କୃଷକ କଲ୍ୟାଣ ଯୋଜନାରେ ଖର୍ଚ୍ଚ ହୋଇଛି ୩୬ ପଇସା । ବିଜୁ କୃଷକ କଲ୍ୟାଣ ଯୋଜନାରେ ରାଜ୍ୟର ୫୭ଲକ୍ଷ ୬୪ ହଜାର ଚାଷୀ ଅର୍ନ୍ତଭୁକ୍ତ ହୋଇଥିବା ବେଳେ ଗୋଟିଏ ବର୍ଷରେ ଏହି ଯୋଜାନରେ ଖର୍ଚ୍ଚ ହୋଇଛି ସମୁଦାୟ ମାତ୍ର ୨୦.୯୭ ଲକ୍ଷ ଟଙ୍କା ।

ପ୍ରକାଶ ପାଇଛି ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୧୪% ବୋଲି ଆକଳନ କରିଯାଇଛି ଏହି ରିପୋର୍ଟରେ । ଦେଶର ଜାତୀୟ ଅଭିବୃଦ୍ଧି ହାର ୬.୫% ଥିବା ବେଳେ ଓଡିଶାର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ ବୋଲି ଦର୍ଶାଯାଇଛି ।

୨୦୧୫-୧୬ରେ ଅଭିବୃଦ୍ଧି ହାର ୭.୯୪ ଥିବା ବେଳେ ୨୦୧୬-୧୭ରେ ଏହା କମି ୭.୧୪%କୁ ଆସିଯାଇଛି ।

ସେବା କ୍ଷେତ୍ରର ଅବଦାନ ରାଜ୍ୟର ଅର୍ଥନୀତି ପ୍ରତି ୪୫.୨୫% ଥିବା ବେଳେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଅବଦାନ ମାତ୍ର ୧୯.୯୮% ଅଛି । ରାଜ୍ୟର ୬୨% ଲୋକ ସିଧାସଳଖ ଭାବେ ଚାଷୀ ହୋଇଥିବା ବେଳେ ରାଜ୍ୟର ଅର୍ଥନୀତିକୁ ମାତ୍ର ୧୯.୯୮% ଅବଦାନ ପୁଣି ଥରେ ଚାଷିର ଦୁର୍ବଳ ଆର୍ଥନୈତିକ ସ୍ଥିତିକୁ ଦର୍ଶାଇଛି । ଶିଳ୍ପ କ୍ଷେତ୍ରର ଅବଦାନ ୩୪.୭୭% ଥିବା ବେଳେ ମାନ୍ୟୁଫାକ୍ଚରିଙ୍ଗ କ୍ଷେତ୍ରର ଅବଦାନ ୧୬.୨୩% ଅଛି ।

ଗେଟ୍-୨୦୧୮: ଓଡ଼ିଶା’ର ଜ୍ୟୋତିରଞ୍ଜନ ବାରିକ ସର୍ବଭାରତୀୟ ଟପ୍ପର
ଗୌହାଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ପକ୍ଷରୁ ଗେଟ-୨୦୧୮ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଗେଟ୍-୨୦୧୮ରେ ଓଡ଼ିଆ ଛାତ୍ର ଜ୍ୟୋତିରଞ୍ଜନ ବାରିକ୍ ଟପ୍ପର ହୋଇଛନ୍ତି।

ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟର କୃଷି ଯାନ୍ତ୍ରୀକ ବିଭାଗର ଚତୁର୍ଥ ବର୍ଷର ଫାଇନାଲ ସେମିଷ୍ଟାର ଛାତ୍ର ଜ୍ୟୋତିରଞ୍ଜନ ଜଣେ ମେଧାବୀ ଭାବେ ଜଣାଶୁଣା । ଫେବୃୟାରୀ ୩,୪,୧୦ ଏବଂ ୧୧ ତାରିଖରେ ଗେଟ୍ -୨୦୧୮ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜ୍ୟୋତିରଞ୍ଜନ ତାଙ୍କ ପେପରରେ ୯୫୯ ମାର୍କ ରଖି ସରା ଭାରତରେ ୧ନଂ ରାଙ୍କ ହାସଲ କରିଛନ୍ତି।

ଦେଶର ଜାତୀୟସ୍ତରରେ ପରୀକ୍ଷାରେ ଜ୍ୟୋତିରଞ୍ଜନ ଟପ୍ପର ହୋଇଥିବାରୁ ତାଙ୍କର ସଫଳତା ପାଇଁ ଓୟୁଏଟି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ଟ୍ୱିଟର ପେଜରେ ଜ୍ୟୋତିରଞ୍ଜନଙ୍କୁ ସଫଳତା ପାଇଁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି ।

ଜ୍ୟୋତିରଞ୍ଜନଙ୍କ ଘର କଟକ ଜିଲ୍ଲା ଫୁଲନଖରା ଅଞ୍ଚଳରେ। ତାଙ୍କର ଏହି ସଫଳତା ପାଇଁ ସେ ନିଜ ବାପା, ଭାଇ ଓ ଶିକ୍ଷକ ମାନଙ୍କୁ ଶ୍ରେୟ ଦେଇଛନ୍ତି। ଓଡ଼ିଆ ପୁଅ ଜ୍ୟୋତି ନିଜ ରେଜଲ୍ଟକୁ ନେଇ ଆଶାବାଦୀ ଥିବାବେଳେ ଆଗକୁ ତାଙ୍କର ପ୍ରସ୍ତୁତି ଏହିଭଳି ଜାରି ରହିବ ବୋଲି ସେ କହିଛନ୍ତି।  ଆଇଆଇଟି ଖଡଗପୁରରେ ଅଧ୍ୟୟନ କରିବା ପରେ ପି.ଏଚଡ଼ି କରିବା ସହ ସେ ବୈଜ୍ଞାନିକ ହେବାକୁ ଇଚ୍ଛା ରଖିଛନ୍ତି।

ପ୍ରକାଶ ଯେ, ଗେଟ-୨୦୧୮ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଦେଶର ସମସ୍ତ ଆଇଆଇଟି ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସସି)ରେ ଇଞ୍ଜିନିୟରିଂ, ଟେକ୍ନୋଲୋଜି, ଆର୍କିଟେକଚର ଏବଂ ଅନ୍ୟ ବିଭାଗରେ ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରିପାରିବେ। ସେହିପରି ଏହି ପରୀକ୍ଷାରେ  ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଏସବୁ ଶିକ୍ଷାନୁଷ୍ଠାନରେ ଦିଆଯାଉଥିବା ଡକ୍ଟୋରାଲ ପ୍ରୋଗ୍ରାମ ପାଠ୍ୟକ୍ରମ ପାଇଁ ସିଧାସଳଖ ନାମ ରେଜିଷ୍ଟ୍ରେସନ କରିପାରିବେ।

ବଢି ଚାଲିଛି ଦେଶରେ ଆତ୍ମହତ୍ୟାର ହାର,ବଳି ପଡୁଛନ୍ତି ଯୁବପିଢି
ଦେଶରେ ପ୍ରତି ଘଂଟାରେ ଯାଉଛି ଗୋଟିଏ ଲେଖାଏଁ ଅମୂଲ୍ୟ ଜୀବନ । ରାଜ୍ୟସଭାରେ ଦିଆଯାଇଥିବା ଏକ ପ୍ରଶ୍ନର ଉତରରେ ଏହି ତଥ୍ୟ ଜଣାପଡିଛି । ବୁଧବାର ରାଜ୍ୟସଭାରେ କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ହଂସରାଜ ଅହିରଙ୍କ ଉତର ଅନୁସାରେ  ୨୦୧୪ରୁ ୨୦୧୬ ମସିହା ମଧ୍ୟରେ ପାଖାପାଖି ୨୬୪୭୬ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । କହିବା ମୁତାବକ ୨୦୧୬ ରେ ଏହି ସଂଖ୍ୟା ୯୪୭୪ ଥିବା ବେଳେ ୨୦୧୫ ରେ ୮୯୩୪ ଏବଂ ୨୦୧୪ ରେ ଏହି ସଂଖ୍ୟା ୮୦୬୮ ଥିଲା । ଯଦି ୨୦୧୬ ମସିହାର ସଂଖ୍ୟାକୁ ଧରାଯାଏ ତାହାଲେ ଘଂଟା ପ୍ରତି ଜଣେ ଛାତ୍ର ଆତ୍ମହତ୍ୟା କରୁଛନ୍ତି ।

ସୂଚନାମୁତାବକ ମହାରାଷ୍ଟ୍ରରେ ସର୍ବାଧିକ ଛାତ୍ର ଆତ୍ମହତ୍ୟା କରିଥିବା ଜଣା ପଡିଛି ଏବଂ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରେ ଦିଲ୍ଲୀରେ ଏହି ସଂଖ୍ୟା ୨୭୪ ଯାହାକି ସର୍ବାଧିକ । ପରୀକ୍ଷାରେ ଅକୃତକାର୍ଯ୍ୟ ହିଁ ଛାତ୍ର ଆତ୍ମହତ୍ୟାର ମୁଖ୍ୟ କାରଣ ଥିବା ଜଣାପଡିଛି । ପାଖାପାଖି ଶତକଡା ୨୫ ଭାଗ ଅର୍ଥାତ ୨୪୧୩ ଜଣ ଛାତ୍ର ଆତ୍ମହତ୍ୟାର କାରଣ ଅସଫଳତା । ୨୦୧୪,୨୦୧୫,୨୦୧୬ ରେ କ୍ରମଶ ୨୪୦୩,୨୬୪୬,୨୦୧୩ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗ, ତାମିଲନାଡୁ,ମଧ୍ୟପ୍ରଦେଶ ଓ ଛତିଶଗଡ ଏହି ତାଲିକାରେ ଶୀର୍ଷରେ ଅଛନ୍ତି । ସରକାରଙ୍କ ଜବାବ ମୁତାବକ ଏହି ଘଟଣାକୁ ରୋକିବା ପାଇଁ ଜିଲ୍ଲାସ୍ତରରୁ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରାଯାଉଛି । ଛାତ୍ରଙ୍କ ବୌଦ୍ଧିକ ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀଙ୍କ ସମୁହ ବିକାଶ ପାଇଁ ସ୍କୁଲ ସ୍ତରରୁ ପ୍ରକ୍ରିୟା ଆରମ୍ଭ ହେଉଛି ।

ଆଜିକାଲିର ଛାତ୍ର ମାନେ ଅତ୍ୟଧିକ ମାନସିକ ଚାପରେ ରହୁଛନ୍ତି । ପାଠପଢା ସହ କ୍ୟାରିଅର ଏବଂ ଅନ୍ୟ ମାନସିକ ଅବସାଦରେ ଅନେକ ଛାତ୍ର କାଳାତିପାତ କରୁଛନ୍ତି । ଅବିଭାବକଙ୍କ ଅନୁସାରେ ପାଠପଢା ସହ ଅନ୍ୟ ପ୍ରକାର ବିଭିନ୍ନ ଚାପର ବଶବର୍ତୀ ହେଉଛନ୍ତି ଯୁବପିଢି । ଯାହାଦ୍ୱାରା ଛାତ୍ରମାନେ ଗୁମସୁମ ରହିବା ସହ ଅନେକ ସମୟରେ ଅଜଣା ଭୟରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଏହି ଭୟ ହିଁ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରରୋଚନା ଦେଉଛି ।

ଇତିହାସ ପୃଷ୍ଠାରୁ: ତିବତୀୟ ଜନ ବିଦ୍ରୋହ ଦିବସ
୧୯୫୯ ମସିହା ମାର୍ଚ ମାସ ୧୦ ତାରିଖ ଦିନ ତିବତରେ ମାଓଙ୍କ ଚୀନ ସେନା ବିରୁଦ୍ଧରେ ଜନ ବିଦ୍ରୋହ ଆରମ୍ଭ ହୋଇଥିଲା  । ଏଦି ଦିନ ତିବତର ହଜାର- ହଜାର ସଂଖ୍ୟାରେ ଜନସାଧାରଣ ବୌଦ୍ଧ ଭିକ୍ଷୁ ରାଜରାସ୍ତାକୁ ଓହ୍ଲାଇ ମାଓଙ୍କ ଲାଲ ସେନାର ବିରୋଧ କରିଥିଲେ  । ଏହା ପରେ ମାଓଙ୍କ ସେନାର ଆକ୍ରମଣରେ ହଜାର- ହଜାର ସଂଖ୍ୟାରେ ନୀରିହ ତିବତୀୟ ଜନସାଧାରଣ ପ୍ରାଣବଳି ଦେଇଥିଲେ ଏବଂ ଏହା ପରେ ଏପରି ପରିସ୍ଥିତି ଉତ୍ପନ୍ନ ହୋଇଥିଲା ଯେ ପରମ ପାବନ ଦଲାଇଲାମାଙ୍କୁ ତିବତ ଛାଡି ଭାରତ ଆସିବାକୁ ପଡିଥିଲା  ।

ଚୀନର କମ୍ୟୁନିଷ୍ଟ ସେନା ୧୯୪୯ ମସିହା ପାଖାପାଖି ତିବତ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା ପ୍ରଥମେ ମାଓଙ୍କ ସେନା ଚୀନ ସହିତ ଲାଗିଥିବା ତିବତର ଭାଗ ଆମଦୋ ଏବଂ ଖାମ ରାଜ୍ୟରେ ପ୍ରବେଶ କରି ଏଗୁଡିକୁ ନିୟନ୍ତ୍ରଣରେ ନେବା ଆରମ୍ଭ କରିଥିଲା  । ଚୀନ ନିଜର ବର୍ବର ସୈନ୍ୟ ବଳ ମାଧ୍ୟମରେ ଦଲାଇଲାମାଙ୍କୁ ନୁଆଇଁବା ପାଇଁ ଚାହୁଁଥିଲା  । ଏପରି କାରଣରୁ ହିଁ ବାଧ୍ୟ ହୋଇ ତିବତକୁ ଚୀନ ସହିତ ୧୭ ସୂତ୍ରୀ ଚୁକ୍ତି ଭଳି ଚୁକ୍ତି ସ୍ୱାକ୍ଷର କରିବାକୁ ପଡିଥିଲା  ।

ଧୀରେ ଧୀରେ ଚୀନର ସେନା ରାଜଧାନୀ ଲାହାସାରେ ମଧ୍ୟ ପହଂଚି ଯାଇଥିଲା  । ଚୀନ ଧୀରେ ଧୀରେ ସମ୍ପୂର୍ଣ ତିବତରେ ନିଜର ପ୍ରଶାସନ ଚଳାଇବା ପାଇଁ ନୂଆ ରଣନୀତି ଆପଣାଇବା ଆରମ୍ଭ କଲା  । ଏହି ନୂଆ ରଣନୀତି ଅନୁସାରେ ଦଲାଇଲାମାଙ୍କ ଦ୍ୱାରା ପରିଚାଳିତ ସମସ୍ତ ବିଭାଗ ଗୁଡିକୁ କାର୍ୟ୍ୟକରିବାକୁ ଦେଇଥିଲେ  । ତେବେ ସମାନ୍ତରାଳ ଭାବରେ ଚୀନ ନିଜର ପ୍ରଶାସନିକ ବିଭାଗ ଚଳାଇବା ଆରମ୍ଭ କରି ଦେଲା  । ଚୀନର ସେନା ବଳରେ ସେ ଏହାକୁ ଚଳାଉଥିଲା  । ଏହା ପରେ ଚୀନର ସୈନିକ ମାନେ ତିବତରେ ଥିବା ମଠ ମନ୍ଦିର ଗୁଡିକୁ ଭାଙ୍ଗିବା ଆରମ୍ଭ କରିଦେଲେ  ।  ବୌଦ୍ଧ ଭିକ୍ଷୁ ମାନଙ୍କର ଅପମାନ କରାଯିବ । ଆରମ୍ଭ ହୋଇଗଲା  । ଏହା ଫଳରେ ସମ୍ପୂର୍ଣ ତିବତରେ ଅସନ୍ତୋଷର ବହ୍ନି ବଢିବାରେ ଲାଗିଲା  ।

ଏହି ସମୟ ମଧ୍ୟରେ ଦଲାଇଲାମା ଭାରତ ଆସିଥିଲେ ଓ ସେ ସେଠାକାର ପରିସ୍ଥିତି ବିଷୟରେ ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଅବଗତ କରାଇଥିଲେ  । ଏହା ବ୍ୟତୀତ ସେ ଭାରତରେ ଶରଣ ନେବା କଥା ମଧ୍ୟ କହିଥିଲେ  । ପଣ୍ଡିତ ନେହେରୁ ତାଙ୍କୁ ସେତେବେଳେ ସ୍ପଷ୍ଟ ଭାବରେ ମନା କରି କହିଥିଲେ  ଓ ତାଙ୍କୁ ପରାମର୍ଶ ଦେଇଥିଲେ ଯେ  ସେ ଚୀନ ସହିତ ମିଳି ମିଶି ରହିବା ସିଖନ୍ତୁ  । କେବଳ ଏତିକି ନୁହେଁ ଏହା ପରେ ସେ ଚୀନର ରାଷ୍ଟ୍ରାଧ୍ୟକ୍ଷଙ୍କୁ ଏହି କଥା ଗୁଡିକ କହି ଦେଇଥିଲେ  । ତିବତର ସ୍ଥିତି ଧିରେ ଧିରେ ଖରାପ ହେବାରେ ଲାଗିଥିଲା  ।

ତିବତରେ ମୋନଲମ ନାମକ ଏକ ଉତ୍ସବ ଖୁବ ଧୁମଧାମରେ ପାଳନ କରାଯାଇଥାଏ  । ତିବତର ବିଶେଷଜ୍ଞ ମାନେ କହନ୍ତି ଯେ ତ ତିବତରେ ଏହା ସବୁଠାରୁ ବଡ ପର୍ବ  । ଏହି ଉତ୍ସବରେ ଭାଗ ନେ ବା ପାଇଁ ସମ୍ପୂର୍ଣ ଦେଶରୁ ଭକ୍ତ ମାନେ ଲାହାସା ଆସିଥାନ୍ତି ଓ ବୁଦ୍ଧ ମନ୍ଦିରରେ ପୂଜାର୍ଚନା ହୋଇଥାଏ  । ମୋନଲମ ଉତ୍ସବବେଳେ ଲାହାସାର ପ୍ରଶାସନ ଦାୟିତ୍ୱ ବୌଦ୍ଧ ଭିକ୍ଷୁ ମାନଙ୍କ ହାତକୁ ଆସିଯାଇଥାଏ  ।

୧୯୫୯ ମସିହା ମୋନଲମର କିଛି ଦିନ ପୂର୍ବରୁ ତିବତୀୟ ନବ ବର୍ଷ ଅବସରରେ ଦଲାଇଲାମାଙ୍କ ରାଜପ୍ରାସାଦରେ ନାମଗ୍ୟାଲ ମଠର ବୌଦ୍ଧ ଭିକ୍ଷୁ ମାନଙ୍କର ଏକ ନୃତ୍ୟ କାର୍ୟ୍ୟକ୍ରମ ହେଉଥିଲା  । ଏହି ନୃତ୍ୟ କାର୍ୟ୍ୟକ୍ରମରେ  ଚୀନର ଦୁଇ ଜଣ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ  । ସେମାନେ ଦଲାଇଲାମାଙ୍କୁ କହିଥିଲେ ଯେ ଚୀନରୁ ଏକ ନୃତ୍ୟ ଦଳ ଲାହାସା ଆସିଛି  । ଆପଣ ଏହି ଡ୍ରାଗନ ନୃତ୍ୟକୁ ଦେଖିବାକୁ ଲାହାସା ସ୍ଥିତ ଚୀନ ସେନାର କାର୍ୟ୍ୟାଳୟ କୁ ଆସନ୍ତୁ ବୋଲି ସେମାନେ କହିଲେ  । ଦଲାଇ ଲାମା ଏହି କାର୍ୟ୍ୟକ୍ରମ ପାଇଁ ୧୦ ମାର୍ଚର ତାରିଖ ସ୍ଥିର କଲେ  । ବାସ୍ତବରେ ଏହି କାର୍ୟ୍ୟକ୍ରମ ଦେଖାଇବା ବାହାନାରେ ଚୀନ ଦଲାଇଲାମାଙ୍କ ଅପହରଣ କରି ନେଇ ଯିବାକୁ ଚାହୁଁଥିଲା  । ଏହା ପରେ ଚୀନର ଅଧିକାରୀ ମାନେ ଦଲାଇଲାମାଙ୍କ ଅଙ୍ଗରକ୍ଷକ ମାନଙ୍କୁ କହିଲେ ଯେ ଦଲାଇଲାମା ଏହି କାର୍ୟ୍ୟକ୍ରମ ପାଇଁ ତିବତୀୟ ସେନାକୁ ନ ନେଇ ଆସିବେ  । ବହୁତ ଆବଶ୍ୟକ ହେଲେ ସେ ଦୁଇ କିମ୍ବା ତିନି ଜଣ ବିନା ଅସ୍ତ୍ର ଶସ୍ତ୍ର ଧରି ଅଙ୍ଗରକ୍ଷକ ଯ।ଇ ପାରନ୍ତି  । ଏହା ବ୍ୟତୀତ ମାମଲାକୁ ସମ୍ପୂର୍ଣ ଗୋପନୀୟ ରଖିବାକୁ ସେମାନେ କହିଥିଲେ  ।

ଚୀନର ସୈନିକ ମାନଙ୍କର ଗତିବିଧି ତିବତୀୟ ମାନଙ୍କୁ ଆଶ୍ଚର୍ୟ୍ୟଜନକ ଲାଗିଥିଲା  । ସେମାନେ ଆଶଙ୍କା କରିବା ଆରମ୍ଭ କରିଦେଲେ ଯେ ଚୀନ ପରମ ପାବନ ଦଲାଇଲାମାଙ୍କ ଅପହରଣ କରି ନେଇଯିବାକୁ ଷଡଯନ୍ତ୍ର କରୁଛି  । ଲାହାସାକୁ ଆସିବା ପାଇଁ ଯେଉଁ ପୋଲ ଥିଲା ତାକୁ ଚୀନର ସୈନିକ ମାନେ ବନ୍ଦ କରିଦେଲେ  । ଏହା ଫଳରେ ଆଶଙ୍କା ଆହୁ ରି ବଢିବାରେ ଲାଗିଲା  । ମାଓଙ୍କ ସେନା ଦଲାଇଲାମାଙ୍କୁ ଅପହରଣ କରିବାର ଯୋଜନା କରୁଛି ବୋଲି ଲାହାସାରେ ପ୍ରଚାରିତ ହେବା ଆରମ୍ଭ ହୋଇଗଲା  । ଏହି ଖବର ତୀବ୍ର ଗତିରେ ପ୍ରଚାରିତ ହେଲା  । ହଜାର- ହଜାର ସଂଖ୍ୟାରେ ତିବତୀ ଦଲାଇଲାମାଙ୍କ ପ୍ରାସାଦ ନିକଟରେ ଏକତ୍ରିତ ହେବା ଆରମ୍ଭ ହୋଇଗଲା  । ତିବତର ଏହି ଲୋକ ମାନେ ଚାହୁଁ ନ ଥିଲେ ଯେ ଦଲାଇଲାମା ଏହି କାର୍ୟ୍ୟ କ୍ରମ ଦେଖିବାକୁ ଚୀନ ସେନାର କାର୍ୟ୍ୟାଳୟକୁ ନ ଯାଆନ୍ତୁ  । ଲୋକମାନଙ୍କ ମଧ୍ୟରେ କ୍ରୋଧ ବଢିବାରେ ଲାଗିଥିଲା  ।

ଲୋକ ମାନଙ୍କ ମଧ୍ୟରେ କ୍ରୋଧ କେତେ ଥିଲା ଏହି କଥାରୁ ଅନୁମାନ କରାଯ ।ଇପାରେ ଯେ ଜଣେ ବରିଷ୍ଠ ଅଧିକାରୀ ଯାହାଙ୍କ ଉପରେ ଚୀନର ସମର୍ଥକ ହୋଇଥିବାର ସନ୍ଦେହ ଥିଲା ତା ଉପରେ ଲୋକମାନେ ଆକ୍ରମଣ କରିଦେଲେ  । ତାଙ୍କୁ ଚୀନର ଦଲାଲ ବୋଲି କହି ଗାଡିରୁ ଟାଣି ଆଣି ନିସ୍ତୁକ ମାଡ ମାରିଥିଲେ ଫଳରେ ତାର ମୃତ୍ୟୁ ଘଟିଥିଲା  ।

ଏପରି ପରିସ୍ଥିତି ଉତ୍ପନ୍ନ ହେଲା ଯେ ଦଲାଇଲାମା ସେଠାରୁ ଡ୍ରାଗନ ନୃତ୍ୟ ଦେଖିବା ପାଇଁ ଯାଇପାରିଲେ ନାହିଁ  । ସମ୍ପୂର୍ଣ ବାତାବରଣ ଅଶାନ୍ତ ହୋଇଯାଇଥିଲା  । ଚୀନର ସୈନିକ ମାନଙ୍କ ମଧ୍ୟରେ କ୍ରୋଧ ବଢିବାରେ ଲାଗିଥିଲା  ।

ସାତ ଦିନ ପର୍ୟ୍ୟନ୍ତ  ଚୀନ ସେନା ଚୁପ ହୋଇ ରହିଲା  । ତେବେ ମାର୍ଚ ୧୭ ତାରିଖ ଦିନ ମାଓ ସେନା ତାର କର୍ୟ୍ୟାଳୟରୁ ବାହାରକୁ ଆସି ତାର ତାଂଡ଼ବ ଦେଖାଇବା ଆରମ୍ଭ କଲା  । ଲାହାସାର ରାଜରାସ୍ତା, ବଜାରରେ ମାଓ ସେନାର ନିର୍ମମତା ର ଡ୍ରାଗନ ନୃତ୍ୟ ଦେଖା ଦେଲା ଦଲାଇଲାମାଙ୍କ ପ୍ରାସାଦ ନାରବୁଲିଙ୍ଗା ଠାରେ ମଧ୍ୟ ବୋମା ପକାଇ ଦିଆଗଲା  । ଚୀନର ସେନାଙ୍କ ଏହି ଅମାନବୀୟ ଆକ୍ରମଣରେ ଦଶ ହଜାରରୁ ଉର୍ଧ ନୀରିହ ଲୋକଙ୍କ ପ୍ରାଣ ଯାଇଥିଲା  ।

ତିବତୀୟ ଜନ ବିଦ୍ରୋହ ଘଟଣାକୁ ୫୯ ବର୍ଷ ବିତି ଗଲାଣି  । କିନ୍ତୁ ତିବତୀୟ ମାନଙ୍କ ମଧ୍ୟରେ ସେହି ପୀଡା ଆଜି ମଧ୍ୟ ରହିଛି  । କମ୍ୟୁନିଷ୍ଟ ଚୀନର ଦାସତ୍ୱରୁ ତିବତ ସ୍ୱାଧୀନ ହୋଇ ପାରି ନାହିଁ  । ବିଗତ ବର୍ଷ ଗୁଡିକରେ ଚୀନ ତିବତର ଚୀନୀକରଣର ପ୍ରୟାସକୁ ଆହୃରି ତ୍ୱରାନ୍ୱିତ କରିବାରେ ଲାଗିଛି  । ତିବତରେ ଚୀନର ହାନ ଜାତିର ଲୋକ ମାନଙ୍କୁ ରଖାଯାଉଛି  । ତିବତୀ ଝିଅ ମାନଙ୍କୁ ଜବରଦସ୍ତି ଚୀନର ଯୁବକ ମାନଙ୍କ ସହ ବିବାହ କରାଇ ଦିଆଯାଉଛି  । ତିବତରେ ତିବତୀୟ ମାନଙ୍କୁ ସଂଖ୍ୟା ଲଘୁ କରିବାର ଚେଷ୍ଟା ଚାଲିଛି  । ତିବତୀୟ ଜାତିକୁ ଶେଷ କରିବାକୁ ଚେଷ୍ଟା କର ।ଯାଉଛି  । ଆଉ ସବୁଠାରୁ ଦୁର୍ଭାଗ୍ୟର ବିଷୟ ମାନବିକ ଅଧିକାରର ବଡ ବଡ କଥା କହୁଥିବା ଦେଶ ମାନେ ଏ ନେଇ ମୌନ ଅଛନ୍ତି  । କେହି ପାଟି ଖୋଲୁ ନାହାନ୍ତି  । ଏହି ବର୍ଷ ମାନଙ୍କରେ ଚୀନ ପକ୍ଷରୁ ଦମନର କାର୍ୟ୍ୟ କଳାପ ବଢିଥିବା ବେଳେ ତିବତୀୟ ମାନେ ମଧ୍ୟ ସଂଘର୍ଷକୁ ଛାଡି ନାହାନ୍ତି  । ତିବତୀୟ ମାନଙ୍କ ସଂଖ୍ୟା ଖୁବ କମ ଥିବା ସତ୍ୱେତ୍ତ ସେମାନେ ସ୍ୱାଧୀନତା ସଂଗ୍ରାମର ବହ୍ନିକୁ ଜଳାଇରଖିଛନ୍ତି  । ସଫଳତା ସେମାନଙ୍କୁ ମିଳେ ଯିଏ ସଂଘର୍ଷ କରେ ଏବଂ ସତ୍ୟର ହିଁ ଜୟ ହୁଏ  । ତେଣୁ ସତ୍ୟ ଓ ଧର୍ମ ପଥରେ ଥାଇ ଅହିଂସକ ଭାବରେ ପାଶବିକ ଶକ୍ତି ବିରୁଞ୍ଚରେ ସଂଗ୍ରାମ କରୁଥିବା ତିବତୀୟ ମାନଙ୍କୁ ସଫଳତା ଯେ ନିଶ୍ଚୟ ମିଳିବ ଏଥିରେ ସନ୍ଦେହର ଅବକାଶ ନାହିଁ ।

ଜାତୀୟ ପତାକା ସମ୍ବଦ୍ଧିୟ କିଛି ଆଚମ୍ବିତ କଲା ଭଳି ତଥ୍ୟ !
ଦେଶର ଜାତୀୟ ପତାକା ଆମ ପାଇଁ ଗର୍ବ ଓ ସମ୍ମାନର ବିଷୟ । ସ୍ୱାଧିନତାର ପୂର୍ବରୁ ୧୯୦୭ ରୁ ଆରମ୍ଭ କରି ୧୯୪୭ ମଧ୍ୟରେ ଜତୀୟ ପତାକାର ରଙ୍ଗ ଏବଂ ପ୍ରକାରଭେଦ କିପରି କିପରି ଥିଲା ତାହା ସମସ୍ତେ ଜାଣିବା ନିତ୍ୟାନ୍ତ ଆବଶ୍ୟକ ।

ଆସନ୍ତୁ ଦେଖିବା ଜାତୀୟ ପତାକା ଉପରେ କିଛି ରୋଚକ ତଥ୍ୟ ।

୧୯୦୬, ୭ ଅଗଷ୍ଟ ରେ କୋଲକାତା ସହରର  ପ୍ୟାରିସ୍ ବ୍ୟାଗନ ସ୍କୋୟାରରେ ଭାରତର ପ୍ରଥମ ଜାତୀୟ  ପତାକାର ରୂପରେଖ ତିଆରି ହୋଇଥିଲା । ଏଥିରେ ଦୁଇ ଧର୍ମର ପ୍ରତୀକ ଭାବେ ସୂର୍ଯ୍ୟ ଏବଂ ଚନ୍ଦ୍ର ,୮ଟି ପଦ୍ମ ଫୁଲ ଏବଂ ବନ୍ଦେ ମାତରମ୍ ଉପସ୍ଥାପନା କରାଯାଇଥିଲା ।

୧୯୦୭ ମସିହାରେ ପୂର୍ବ ପତାକାର ସାମାନ୍ୟତମ ପରିବର୍ତନ କରାଯାଇଥିଲା ।  ମ୍ୟାଡାମ୍ ଭିକାଜି କାମା ଦ୍ୱିତୀୟ ଆନ୍ତର୍ଜାତିକ ସମାଜବାଦୀ ବୈଠକ  ସ୍ଟୁଟାଗଟ, ଜର୍ମାନିରେ ଏହି ଜାତୀୟ ପତାକାକୁ  ଉପସ୍ଥାପନ କରିଥିଲେ ଏବଂ ଏହି ପତାକାରେ ସବୁଜ ରଙ୍ଗକୁ ତଳକୁ ଅଣାଯାଇଥିଲା ଏବଂ ଉପରେ ଗେରୁଆ ରଙ୍ଗକୁ ରଖା ଯାଇଥିଲା ।

ବାଲଗଙ୍ଗାଧର ତିଲକ ୧୯୧୭ରେ ପତାକାରେ ଲାଲ ଏବଂ ସବୁଜ ରଙ୍ଗର ଗାର ,ପତାକାର ଉପର ବାମରେ ରାଜ୍ୟମାନଙ୍କର ପ୍ରତୀକ ,ଉପର ଡାହାଣରେ ଅର୍ଦ୍ଧ ଚନ୍ଦ୍ର, ତାରା ଏବଂ ସପ୍ତ-ରୁଷିର ୭ ଗୋଟି ତାରାକୁ ଉପସ୍ଥାପନ କରିଥିଲେ ।

୧୯୨୧ରେ ମହତ୍ମା ଗାନ୍ଧୀଙ୍କ ସମୟରେ ପତାକାର ରଙ୍ଗକୁ ୩ ସମ୍ପ୍ରଦାୟ ଅନୁସାରେ ବିଭକ୍ତ କରାଯାଇଥିଲା । ଉପର ଭାଗରେ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ଧଳା ରଙ୍ଗ, ମୁସଲିମ ମାନଙ୍କ ପାଇଁ ସବୁଜ,ହିନ୍ଦୁ ମାନଙ୍କ ପାଇଁ ଲାଲ ରଙ୍ଗ ଏବଂ ପତାକାର ମଝିରେ ଅରଟ ଚିହ୍ନକୁ ରଖାଯାଇଥିଲା ।

ପୁଣି ଜାତୀୟ ପତାକାର ପରିବର୍ତନ କରାଯାଇଥିଲା ୧୯୩୧ ମସିହାରେ । ଜାତୀୟ ପତାକାରେ ସାମ୍ପ୍ରଦାୟିକ ଭାବନାକୁ ହଟାଇ ଦିଆଯାଇ  କଂଗ୍ରେସ କମିଟିର ଅଧ୍ୟକ୍ଷ୍ୟତାରେ ଉପର ଭାଗରେ କମଳା ରଙ୍ଗ, ମଝିରେ ଧଳା ରଙ୍ଗ, ଶେଷରେ ସବୁଜ ରଙ୍ଗ ଏବଂ ମଝିରେ ଅରଟର ଚକ ଏବଂ ଅଖକୁ ଉପସ୍ଥାପନ କରାଯାଇଥିଲା ।

ବର୍ତମାନର ଥିବା ପତାକାକୁ ପିଙ୍ଗାଲି ଭେନକ୍ୟା ୨୨ ଜୁଲାଇ ୧୯୪୭ରେ ପରିବର୍ତିତ କରିଥିଲେ  ।