Khabar Odisha

ସ୍ପେନ ମହିଳାଙ୍କୁ ଗଣଦୁଷ୍କର୍ମ
ସ୍ପେନ ମହିଳାଙ୍କୁ ଗଣଦୁଷ୍କର୍ମ । ଭାରତ ଭ୍ରମଣ ରେ ଆସିଥିବା ଜଣେ ସ୍ପେନ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ବାଇକରେ ଯାଉଥିବା ସମୟରେ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଭାରତ ବୁଲିବାକୁ ଆସିଥିଲେ । ଏବଂ ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀଙ୍କ ସହ ବାଇକ ରେ ଯାଉଥିବା ସମୟରେ ୮-୧୦ ଜଣ ଲୋକ ତାଙ୍କୁ ଜୋରଜବରଦସ୍ତ କରି ଅଟକାଇ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ଏବଂ ସେଠାରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ସଂମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ବାବଦରେ କୈାଣସି ସୂଚନା ମିଳିନଥିବା ବେଳେ ମହିଳାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ରେ ଭର୍ତି କରାଯାଇଛି ।

ଅଧିକ ପଢନ୍ତୁ : ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା

ବିଧାନସଭାରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ପ୍ରାର୍ଥନା କଲେ ନୀତୀଶ କୁମାର
ଗତ ମଙ୍ଗଳବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ଓ ମହିଳାମାନଙ୍କ ଶିକ୍ଷା ଉପରେ ମତ ଦେଇ ବିବାଦ ଘରକୁ ଆସିଛନ୍ତି | ବିଧାୟକମାନଙ୍କୁ ସମ୍ବୋଧିତ କରିବାବେଳେ ଜନସଂଖ୍ୟା ନିୟନ୍ତ୍ରଣରେ ମହିଳାଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତା’ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ  ନୀତୀଶ କୁମାର କିଛି ଶବ୍ଦର ବ୍ୟବହାର କରିଥିଲେ, ଯାହାକୁ ଶୁଣି ହେବ ନାହିଁ କି କହି ବି ହେବ ନାହିଁ । ସେ ତାଙ୍କ ସରକାର ଦ୍ୱାରା ପରିଚାଳିତ ସର୍ବଶେଷ ଜାତି ଜନଗଣନା ତଥ୍ୟ ଉପସ୍ଥାପନ କରୁଥିବା ବେଳେ ଏଭଳି କିଛି ମନ୍ତବ୍ୟ ଦେଇଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡନ କରି ବିଜେପିର ବିହାର ୟୁନିଟ୍ ଟ୍ୱିଟରରେ ଏହାକୁ ନେଇ କହିଥିଲେ ଯେ ନୀତୀଶ କୁମାରଙ୍କ ପରି ଜଣେ ଅଶ୍ଳୀଳ ରାଜନେତାଙ୍କୁ ଭାରତୀୟ ରାଜନୀତିରେ କେବେ ଦେଖି ନଥାନ୍ତେ ...ସର୍ବସାଧାରଣରେ ତାଙ୍କର ଦ୍ୱି-ଅର୍ଥ ସଂଳାପ ଉପରେ ଏକ ନିଷେଧାଦେଶ ରହିବା ଉଚିତ୍ .. |" ସେହିଭଳି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ ମଧ୍ୟ ରାଜ୍ୟ ସଭାରେ ନୀତୀଶ କୁମାରଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ସେ କହିଛନ୍ତି ଯେ ଏକ ସଭ୍ୟ ସମାଜର ପ୍ରତିନିଧିତ୍ୱ କରିବାକୁ ମୁଖ୍ୟମନ୍ତ୍ରୀ ଆଉ ଫିଟ୍ ନାହାଁନ୍ତି। ସେ କହିଛନ୍ତି, "ନୀତୀଶ କୁମାରଙ୍କ ମାନସିକ ଭାରସାମ୍ୟ ଠିକ ନାହିଁ । ବିଧାନସଭାରେ ସେ ଯେଉଁ ଭଳି ଅଶ୍ଳୀଳ ଭାଷଣ ଦେଇ ମହିଳାଙ୍କ ପ୍ରତି ଅସମ୍ମାନ ଜଣାଇଛନ୍ତି ତାହା ସଭ୍ୟ ସମାଜର ପ୍ରତିନିଧିତ୍ୱ କରିବା ପାଇଁ ଆଦୌ ଯୋଗ୍ୟ ନୁହେଁ। ସେ ଇସ୍ତଫା ଦେବା ଉଚିତ୍।"

ଏହା ପରେ ତାଙ୍କ ବୟାନକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ମଧ୍ୟ କରାଯାଇଥିଲା। ସେ ଏପରି କିଛି ଶବ୍ଦର ପ୍ରୟୋଗ କରିଥିଲେ , ଯାହା ସମସ୍ତ ମହିଳାଙ୍କ ପାଇଁ ଅପମାନଜ୍ଜନକ ଥିଲା । ବିରୋଧୀ ଏହାକୁ କଡ଼ା ସମାଲୋଚନା କରିଛନ୍ତି ।ତେବେ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ନୀତୀଶଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା ।ବିବାଦ ବଢ଼ିବାରୁ ଆଜି ନୀତୀଶ କୁମାର କ୍ଷମା ମାଗିଛନ୍ତି। ନୀତୀଶ କହିଛନ୍ତି, ମହିଳାଙ୍କୁ ଆଘାତ ଦେବାରେ ମୋର ସେମିତି କୌଣସି ଉଦ୍ଦେଶ୍ୟ ନଥିଲା । ମୋ କଥା ଯଦି କାହାକୁ ଆଘାତ ଦେଇଛି ତେବେ ମୁଁ ମୋ ମନ୍ତବ୍ୟ ଫେରାଇ ନେଉଛି ଏହା କହି ସେ କ୍ଷମା ପ୍ରାର୍ଥନା କରିଛନ୍ତି । ମୋ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ବୋଲି ସଫେଇ ଦେଇଛନ୍ତି ନୀତୀଶ ।

ଅଧିକ ପଢ଼ନ୍ତୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ ଶ୍ରୀ ରଘୁବର ଦାସ

ଏ.ଆଇ.ଡି.ଏସ.ଓ ପକ୍ଷରୁ ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସର୍ବଭାରତୀୟ 'କଳା ଦିବସ' ଅନୁଷ୍ଠିତ
ଆଇଆଇଟି ବନାରସ କ୍ୟାମ୍ପସ ଭିତରେ ଛାତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଅସଦାଚରଣ କରିବା ,ବିବସ୍ତ୍ର କରି ଭିଡ଼ିଓ ଉତ୍ତୋଳନ କରିବା ,ଚିତ୍କାର କରିବାରୁ ମାରଧର କରିବା ଭଳି ଅତ୍ୟନ୍ତ ଲଜ୍ଜ୍ୟାଜନକ ,ନିନ୍ଦନୀୟ ଓ ବର୍ବର ଘଟଣା ପ୍ରତିବାଦରେ ଏ.ଆଇ.ଡି.ଏସ.ଓ ପକ୍ଷରୁ ଆଜି ସର୍ବଭାରତୀୟ 'କଳା ଦିବସ' ପାଳନର ଆହ୍ୱାନ ଦିଆଯାଇଛି | ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସିଟି କମିଟି ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା | ଅବିଳମ୍ବେ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସମସ୍ତ ଛାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା , ସମସ୍ତ କ୍ୟାମ୍ପସରେ ଗଣତାନ୍ତ୍ରିକ ଓ ସାଂସ୍କୃତିକ ବାତାବରଣ ସୃଷ୍ଟି କରିବା ପାଇଁ ସଙ୍ଗଠନର ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ,ଭୁବନେଶ୍ୱର ସିଟି କମିଟି ସଭାପତି ନସିମ ସରକାରଙ୍କ  ସମେତ ରମାଦେବୀ ଛାତ୍ରୀମାନେ ମିଶି ଦୃଢ଼ ଦାବି କରିଛନ୍ତି |

କିଛିଦିନ ତଳେ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) କ୍ୟାମ୍ପସରେ ଏକ ଭୟାନକ ଘଟଣା ଘଟିଥିଲା | ଯାହାକୁ ନେଇ ବର୍ତ୍ତମାନ ଚାରିଆଡେ ବଡ଼ ଧରଣର ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନାନୁଯାୟୀ, ବୁଧବାର ରାତିରେ, ତିନିଜଣ ଯୁବକ ବାଇକରେ ଆସି ବନାରସ ଆଇଆଇଟି ହଷ୍ଟେଲ ନିକଟରେ ଜଣେ ବିଟେକ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ସହ ଅସଦାଚରଣ କରିଥିଲେ। ଉକ୍ତ  ଯୁବକମାନେ ଛାତ୍ରୀ ଜଣକୁ ନିର୍ଯାତନା ଦେବା ସହିତ ଘଟଣାସ୍ଥଳରେ ଭିଡ଼ିଓ ଉତ୍ତୋଳନ କରିଥିଲେ । ବୁଧବାର ବିଳମ୍ବିତ ରାତିରେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିବା ପରେ ଗୁରୁବାର ସକାଳେ କ୍ୟାମ୍ପସରେ ଉନ୍ନତ ସୁରକ୍ଷା ଦାବିରେ ଅନୁଷ୍ଠାନର ନିର୍ଦ୍ଦେଶକ କାର୍ଯ୍ୟାଳୟରେ ଶତାଧିକ ଛାତ୍ର ଏକତ୍ରିତ ହୋଇଥିଲେ ବିରୋଧ କରିଥିଲେ।

ଅଧିକ ପଢ଼ନ୍ତୁ : ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ : ଦୁଇ ଦିନ ସ୍କୁଲ ଛୁଟି

ସୁନ୍ଦରଗଡ଼ରୁ ଉଦ୍ଧାର ମା’ ଝିଅଙ୍କ ଠିକଣା ଖୋଜି ବାହାର କଲା ପୋଲିସ
ସୁନ୍ଦରଗଡ଼ରୁ ଆସିଥିଲା ମାଆ ଓ ତାଙ୍କର ତିନି ଝିଅଙ୍କ ସହ ହୋଇଥିବା ପାଶବିକ ଅପରାଧର ଛାତିଥରା କାହାଣୀ | ଉଲଗ୍ଣ ଅବସ୍ଥାରେ ରାସ୍ତାରେ ବୁଲୁଥିବାବେଳେ ମା ଓ ଝିଅଙ୍କୁ ଉଦ୍ଧାର କରିଥିଲେ ବିଧାୟିକା କୁସୁମ ଟେଟେ | ଘଟଣାକୁ ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଥିଲା ହଇଚଇ | କିନ୍ତୁ ଏହି ଘଟଣା ଏବେ ନେଇଛି ନୂତନ ମୋଡ଼ | ମା ଓ ଝିଅ ପ୍ରଥମେ  ଝାଡଖଣ୍ଡର ବୋଲି ସୂଚନା ରହିଥିଲା ବେଳେ ଏବେ କିନ୍ତୁ ସେମାନଂକ ଘର  ଛତିଶଗଡରେ ବୋଲି ଜଣା ପଡିଛି | ପୋଲିସ କହିଛି ଯେ, ପଡୋଶୀ ଛତିଶଗଡ ତୁମୁଲା ଥାନା ଖାରିବହାଲ ଗାଁରେ ମହିଳାଙ୍କ ଘର ରହିଛି । ପରିବାର ଲୋକେ ପୋଲିସ ଆଗରେ ମହିଳା ଜଣଙ୍କ ମାନସିକ ବିକୃତ ବୋଲି ବୟାନ ଦେଇଛନ୍ତି । ଏବଂ  ସଂପୃକ୍ତ ମହିଳାଙ୍କ ବଡ ଭଉଣୀ ଓ ତାଙ୍କ ସାନ ଝିଅଙ୍କ ବୟାନ ରେକର୍ଡ ହୋଇଛି |  ସୁନ୍ଦରଗଡ ଟାଉନ ଥାନାରେ ବୟାନ ରେକର୍ଡ ହୋଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ବିକୃତ ହୋଇ ଯାଇଛନ୍ତି । ୪ ଦିନ ହେବ ସେ ଘର ଛାଡି ଚାଲି ଆସିଥିଲେ ବୋଲି ପରିବାର ଲୋକେ କହିଛନ୍ତି ।

ସଭ୍ୟ ସମାଜର ମୁଣ୍ଡ ନୁଆଇଁ ଦେଇଥିଲା ଉଲଗ୍ନ ଅବସ୍ଥାରେ ଦୁଇ  ମହିଳାଙ୍କ  ଚାଲିବା ପଛର କାହାଣୀ। କାରଣ, ମାଇଲ ମାଇଲ୍ ଧରି ଉଲଗ୍ନ ଅବସ୍ଥାରେ ଚାଲିବା ସତ୍ତ୍ୱେ ଫୁଙ୍ଗୁଳା ଶରୀର ଉପରକୁ କେହି କନା ଖଣ୍ଡେ ଦେଇନଥିଲେ | ଏଇ ରାସ୍ତା ଦେଇ ଯାଉଥିବା ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେଙ୍କ ନଜରକୁ ଆସିଥିଲା ଏ ଦୃଶ୍ୟ। ବ୍ୟସ୍ତତା ଭିତରେ ଥାଇ ବି ଦୁଇ ମହିଳାଙ୍କୁ ଏ ଅସ୍ୱାଭାବିକ ଅବସ୍ଥା ଦେଖି ଅଟକି ଯାଇଥଲା ତାଙ୍କ କାର। ପରେ ଗାଡ଼ିରେ ଥିବା କିଛି ଉତ୍ତରୀୟରେ ଦୁଇ ମହିଳାଙ୍କ ଦେହରେ ଢାଙ୍କି ଦେଇ ସେମାନଙ୍କୁ ପ୍ରକୃତିସ୍ଥ କରିଥିଲେ।କ୍ଲାନ୍ତ, ଶ୍ରାନ୍ତ ଅବସ୍ଥାରେ ମାନସିକ ସ୍ଥିତି ପ୍ରାୟ ଠିକ ନଥିବା ଦୁଇ ମହିଳାଙ୍କୁ ତୁରନ୍ତ ଆସ୍ଥା ଗୃହକୁ ନେଇ ସେମାନଙ୍କ ଚିକିତ୍ସା କରାଯାଇଥିଲା।  ଏହାପରେ ମହିଳା ଜଣଙ୍କ  କାଉନସେଲିଂ ବେଳେ କହିଥିଲେ, ଯେ ସେ ତାଙ୍କ ଦିଅରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ ।

ଅଧିକ ପଢ଼ନ୍ତୁ : ପାଚେରୀ ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ମିଳିବ ୩୫% ସଂରକ୍ଷଣ
ଗତକାଲି ମଧ୍ୟପ୍ରଦେଶ ସରକାର ଜଙ୍ଗଲ ବିଭାଗକୁ ବାରଣ କରି ମହିଳାଙ୍କ ନିଯୁକ୍ତିରେ ୩୫ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏଣିକି ମଧ୍ୟପ୍ରଦେଶରେ ସମସ୍ତ ସରକାରୀ ଚାକିରିରେ ୩୫% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମଧ୍ୟପ୍ରଦେଶ ସରକାର  ସିଭିଲ ସର୍ଭିସେସ୍ (ମହିଳା ନିଯୁକ୍ତି ପାଇଁ ସ୍ୱତନ୍ତ୍ର ପ୍ରୋଭିଜନ୍) ନିୟମ, ୧୯୯୭ରେ ଏକ ସଂଶୋଧନ ଆଣିଛନ୍ତି। “କୌଣସି ସେବା ନିୟମରେ ଥିବା କୌଣସି ଜିନିଷକୁ ଖାତିର ନକରି, ପ୍ରତ୍ୟକ୍ଷ ନିଯୁକ୍ତି ପର୍ଯ୍ୟାୟରେ ମହିଳାଙ୍କ ସପକ୍ଷରେ ରାଜ୍ୟ ଅଧୀନରେ ଥିବା (ବନ ବିଭାଗ ବ୍ୟତୀତ) ସମସ୍ତ ପଦବୀରେ ୩୫ ପ୍ରତିଶତ ସଂରକ୍ଷିତ ରହିବ ଏବଂ ଉକ୍ତ ସଂରକ୍ଷଣ ଭୂସମାନ୍ତର ଏବଂ କମ୍ପାର୍ଟମେଣ୍ଟ ଅନୁଯାୟୀ ହେବ,” ବୋଲି ବିଜ୍ଞପ୍ତିରେ ଲେଖା ଅଛି | ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିକଟରେ ଘୋଷଣା କରିଛନ୍ତି ଯେ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ ଚାକିରିରେ ୩୫ ପ୍ରତିଶତ ପଦବୀ ମହିଳା ପୂରଣ କରିବେ। ସେ କହିଛନ୍ତି ଯେ ସରକାର ମହିଳାଙ୍କ ପାଇଁ ୫୦ ପ୍ରତିଶତ ଶିକ୍ଷାଦାନ ସଂରକ୍ଷଣ କରିବେ। ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ମଧ୍ୟପ୍ରଦେଶ ସରକାର ଖେଳିଛନ୍ତି ମହିଳା କାର୍ଡ।

ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ବନ ବିଭାଗକୁ ଛାଡ଼ିଦେଲେ ରାଜ୍ୟର ସମସ୍ତ ସରକାରୀ ବିଭାଗରେ ହେଉଥିବା ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ ସୂଚନା ମିଳିଛି। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ବିଜେପି ନାରୀ- କେନ୍ଦ୍ରୀୟ ସ୍କିମ୍‌ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଥିବା ଆଲୋଚନା ହେଉଛି। ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବାକୁ ବିଲ୍‌ ପାରିତ ହୋଇ ସାରିଥିବା ବେଳେ ଏହି କ୍ଷେତ୍ରରେ ମଧ୍ୟପ୍ରଦେଶ ସରକାର ଦୁଇ ପାଦ ଆଗରେ ଅଛନ୍ତି। ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯିଏକି, ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ମହିଳାଙ୍କ ପାଇଁ ୫୦% ଆସନ ସଂରକ୍ଷଣ ବ୍ୟବସ୍ଥା କରିଛି।

ଏହାବାଦ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ କ୍ଷମତାରେ ଥିବା ବିଜେପି ସରକାର ମଧ୍ୟପ୍ରଦେଶରେ ‘ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା’ ବି ଲଞ୍ଚ କରି ସାରିଛନ୍ତି। ଏହାପରେ ମଧ୍ୟପ୍ରଦେଶ ସରକାର ‘ଲାଡଲି ବେହନା ଯୋଜନା’ ଲଞ୍ଚ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧୩.୨ ମିଲିୟନ ମହିଳା ଉପକୃତ ହେଉଥିବା ବେଳେ ସେମାନଙ୍କୁ ମାସିକ ୧୨୫୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଅଯାଉଛି।

ଅଧିକ ପଢ଼ନ୍ତୁ : ୧୮ ରୁ ପାର୍ଲିଆମେଣ୍ଟର ସ୍ବତନ୍ତ୍ର ଅଧିବେଶନ

ଏସୀୟ କ୍ରୀଡାର ପ୍ରଥମ ଦିନରେ ଭାରତ ଦମଦାର ପ୍ରଦର୍ଶନ ଦେଖାଇ ୨ ପଦକ ହାସଲ କରିଛି
ଚାଇନାର ହାଙ୍ଗଜୋ ବର୍ତ୍ତମାନ ଏସିଆନ୍ ଗେମ୍ସର ୧୯ତମ ସଂସ୍କରଣ ଆୟୋଜନ କରୁଛି | ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଚାଇନାର ହାଙ୍ଗଜୋଠାରେ ଆରମ୍ଭ ହୋଇଯାଇଛି 'ଏସୀୟ କ୍ରୀଡ଼ା ୨୦୨୩' । ଏହା ଏକ ମାଳଦ୍ଵୀପ ମଲ୍ଟିସପୋର୍ଟ ଇଭେଣ୍ଟ ଯାହା ଚଳିତ ବର୍ଷ 655 ସଦସ୍ୟ ବିଶିଷ୍ଟ ଭାରତୀୟ କଣ୍ଟିଜେଣ୍ଟ୍ ପ୍ରଦର୍ଶନ କରୁଛି | ଏହି ଖେଳକୁ ୨0୨୨ ପାଇଁ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ କୋଭିଡ -19 ମହାମାରୀ ହେତୁ ଇଭେଣ୍ଟକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା | ଏହି ପ୍ରତିଯୋଗିତା ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ | ଖେଳ ଆରମ୍ଭରୁ ଭାରତ ହାତେଇ ସାରିଛି ୨ଟି ପଦକ । ସୁଟିଂରେ ପଦକ ଜିତିଲେ ମହିଳା ଟିମ୍‌ । ୧୦ ମିଟର ଏୟାର ରାଇଫଲରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ରମିତା, ମେହୁଲି ଘୋଷ ଏବଂ ଅଶି ଚୌକ୍ସି । ସେହିପରି ରୋଇଂରେ ମଧ୍ୟ ଭାରତକୁ ମିଳିଲା ପଦକ । ଭାରତ ପାଇଁ ରୌପ୍ୟ ପଦକ ଆଣିଲେ ଅର୍ଜୁନ ଲାଲ ଜାଟ୍‌ ଏବଂ ଅରବିନ୍ଦ ସିଂହ । ପ୍ରଥମ ଦିନ ଖେଳ ଆରମ୍ଭରୁ ୨ଟି ପଦକ ଜିତିଛି ଭାରତ । ଭାରତର ୬୫୫ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଉଦଘାଟନୀ ସମାରୋହରେ ଭାରତର ଧ୍ବଜା ବାହାକ ହୋଇଥିଲେ ହରମନପ୍ରୀତ ଓ ଲଭଲିନା ।

ସେପଟେ ମହିଳା ଟି-20 କ୍ରିକେଟରେ ଭାରତର ଦମଦାର ବିଜୟ । ବାଂଲାଦେଶକୁ ୮ ୱିକେଟରେ ହରାଇଲା ଭାରତ । ମାତ୍ର ୮.୨ ଓଭରରେ ବିଜୟୀ ହୋଇଛି ଟିମ୍‌ । ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୧୭ ରନ ଦେଇ ୪ଟି ୱିକେଟ ନେଇଥିଲେ ପୂଜା । ଫଳରେ ମାତ୍ର ୫୧ ରନରେ ଅଲ୍‌ ଆଉଟ ହୋଇଯାଇଥିଲା ବାଂଲାଦେଶ ଟିମ୍‌ ।

ସେପଟେ ଟେବୁଲ୍ ଟେନିସ୍‌ରେ ଉଭୟ ମହିଳା ଓ ପୁରୁଷ ଖେଳିବେ ରାଉଣ୍ଡ-୪ କ୍ବିଲିଫାୟର୍ ମ୍ୟାଚ୍ । ସେହିପରି ଫୁଟବଲ୍‌ରେ ମହିଳା ଦଳ ୧ଟା ୩0ରେ ଥାଇଲାଣ୍ଡକୁ ଭେଟୁଥିବା ବେଳେ ସନ୍ଧ୍ୟାରେ ପୁରୁଷ ଦଳ ମିଆଁମାର ବିପକ୍ଷରେ ଖେଳିବେ । ଭାରତରୁ ମୋଟ ୬୫୫ ଜଣ ଆଥଲେଟ୍ ୪୦ଟି ଭିନ୍ନ ଭିନ୍ନ ଇଭେଣ୍ଟରେ ଭାଗ ନେଇଛନ୍ତି ।

ଅଧିକ ପଢ଼ନ୍ତୁ : ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ମହିଳା ସାଂସଦମାନେ ଉତ୍ସବ ମନାଇଛନ୍ତି

ସୁଇଜରଲ୍ୟାଣ୍ଡରେ ବୁର୍ଖା ବ୍ୟାନ, ନିୟମ ଉଲ୍ଲଙ୍ଘନ କଲେ ପଡିବ ଫାଇନ
ସୁଇଜରଲ୍ୟାଣ୍ଡରେ ବ୍ୟାନ୍‌ ହେଲା ବୁର୍ଖା। ଏଣିକି ସର୍ବସାଧାରଣ ଜାଗାରେ ବୁର୍ଖା ପିନ୍ଧି ପାରିବେନି ମହିଳା କିମ୍ବା ଯୁବତୀ। ନିୟମ ଉଲ୍ଲଙ୍ଘନ କଲେ ପଡ଼ିବ ଫାଇନ୍। ଏପରି ଏକ ବିଲ୍‌ ସୁଇଜାରଲ୍ୟାଣ୍ଡର ନିମ୍ନ ସଦନରେ ପାରିତ ହୋଇଛି।

ସୂଚନାନୁଯାୟୀ,ସ୍ୱିଜରଲ୍ୟାଣ୍ଡର ସଂସଦର ନିମ୍ନ ଗୃହ ବୁଧବାର ଦିନ କିଛି ମୁସଲମାନ ମହିଳାଙ୍କ ପିନ୍ଧିଥିବା ବୁର୍ଖା ସମେତ ମୁହଁ ଆବରଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭୋଟ୍ ଦେଇଛନ୍ତି। ଉପର ଗୃହ ଦ୍ୱାରା ପୂର୍ବରୁ ଅନୁମୋଦନ ହୋଇଥିବା ଏହି ଆଇନକୁ ଦକ୍ଷିଣପନ୍ଥୀ ଜନପ୍ରିୟ ସ୍ୱିସ୍ ପିପୁଲ୍ସ ପାର୍ଟି ଚାମ୍ପିୟନ କରିଥିଲା। ସେଣ୍ଟ୍ରିଷ୍ଟ ଏବଂ ଗ୍ରୀନ୍ସଙ୍କ ଦ୍ୱାରା ପ୍ରକାଶିତ ସଂରକ୍ଷଣ ସତ୍ତ୍ୱେ ଏହା ୧୫୧-୨୯ ଭୋଟ୍ ସହିତ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇଲା | ଦୁଇ ବର୍ଷ ପୂର୍ବେ ଏକ ଦେଶବ୍ୟାପୀ ଉପନିର୍ବାଚନ ପରେ ଏହି ପଦକ୍ଷେପ ନିଆଯାଇଛି ଯେଉଁଥିରେ ସ୍ୱିସ୍ ଭୋଟରମାନେ ୫୧% ନିକାବ୍, ବୁର୍ଖା ଏବଂ ବ୍ୟାଣ୍ଡାନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନିମ୍ନ ଗୃହର ଅନୁମୋଦନ କ୍ରମେ ଉଲ୍ଲଂଘନକାରୀଙ୍କ ପାଇଁ ୧୦୦୦ ସ୍ୱିସ୍ ଫ୍ରାଙ୍କ୍ (ପ୍ରାୟ ୧୧୦୦ ଡଲାର୍) ଜୋରିମାନା ସହିତ ଏହି ନିଷେଧାଦେଶ ବର୍ତ୍ତମାନ ଫେଡେରାଲ୍ ଆଇନରେ ପରିଣତ ହୋଇଛି। ଉପନିର୍ବାଚନ ସମୟରେ ମୁସଲମାନ ଗୋଷ୍ଠୀର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ମୁସଲମାନ ମହିଳା ଗୋଷ୍ଠୀର ବାଇଗଣୀ ହେଡସ୍କାର୍ଭ୍ର ମୁଖପାତ୍ର ଇନେସ୍ ଏଲ୍-ଶିଖ୍ କହିଛନ୍ତି ଯେ ସ୍ୱିଜରଲ୍ୟାଣ୍ଡରେ ବୁର୍ଖାରେ କେବଳ 30 ଜଣ ମହିଳା ଅଛନ୍ତି। ଏହି ସମୟରେ, ସ୍ୱିଜରଲ୍ୟାଣ୍ଡର ଇସଲାମିକ କେନ୍ଦ୍ରୀୟ ପରିଷଦ ସୂଚାଇ ଦେଇଛି ଯେ ଏହି ଭୋଟ୍ ସମଗ୍ର ଦେଶରେ ମୁସଲମାନ ବିରୋଧୀ ଭାବନାର ବିସ୍ତାରକୁ ପ୍ରତିଫଳିତ କରିଛି।

ଅଧିକ ପଢ଼ନ୍ତୁ : ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ମହିଳା ସାଂସଦମାନେ ଉତ୍ସବ ମନାଇଛନ୍ତି

ତାମିଲନାଡୁ ମନ୍ଦିରରେ ରହିବେ ଦେଶର ପ୍ରଥମ ୩ ମହିଳା ପୂଜକ
ଦେଶରେ ପ୍ରଥମ କରି ତାମିଲନାଡୁ ମନ୍ଦିରରେ ରହିବେ ମହିଳା ପୂଜକ। ଜାତି, ଲିଙ୍ଗ ନିର୍ବିଶେଷରେ ଏମାନେ ମନ୍ଦିରରେ ପୁରୋହିତ ଦାୟିତ୍ୱରେ ରହିବେ। ତାମିଲନାଡୁ ସରକାର ଆପଣାଇଛନ୍ତି ଏପରି ଏକ ପଦକ୍ଷେପ। 'ଅଲ୍-କାଷ୍ଟ ପ୍ରିଷ୍ଟ୍ସ' ଯୋଜନା ମାଧ୍ୟରେ ଏମାନେ ପୁରୋହିତ ପାଇଁ ପାଠ୍ୟକ୍ରମ ସମାପ୍ତ କରିଛନ୍ତି। ତାମିଲନାଡୁର ତିନିଜଣ ମହିଳା ମନ୍ଦିର ପୁରୋହିତ ହେବା ପାଇଁ ରାଷ୍ଟ୍ରାୟତ୍ତ କେନ୍ଦ୍ରଗୁଡ଼ିକରେ ତାଲିମ ସମାପ୍ତ କରିଛନ୍ତି, ଯାହା ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ କହିଛନ୍ତି ଯେ ଅନ୍ତର୍ଭୂକ୍ତତା ଏବଂ ସମାନତାର ଏକ ନୂତନ ଯୁଗକୁ ସୂଚିତ କରୁଛି। ଷ୍ଟାଲିନ କହିଛନ୍ତି ଯେ ମନ୍ଦିରରେ ସମସ୍ତ ଜାତି ଏବଂ ଲିଙ୍ଗର ପୁରୋହିତ ନିଯୁକ୍ତ କରିବା ଏହା ରାଜ୍ୟ ନୀତିର ଏକ ଅଂଶ ଅଟେ। ତାମିଲନାଡୁର କୃଷ୍ଣଭେନି, ଏସ୍ ରାମିଆ ଏବଂ ବି ରଣଜିତା ହେଉଛନ୍ତି ପ୍ରଥମ ତିନିଜଣ ମହିଳା ଯିଏକି ଆର୍କାକର ପାୟର୍ଚି ପାଲୀ (ପୁରୋହିତ ତାଲିମ ବିଦ୍ୟାଳୟ) ରେ ଆଗାମାସରେ ତାଲିମ ପ୍ରାପ୍ତ ହୋଇଥିଲେ। ରାଜ୍ୟର ୬ଟି ତାଲିମ ବିଦ୍ୟାଳୟ ମଧ୍ୟରୁ ଗୋଟିଏ ହେଉଛି ତ୍ରିଚିର ଶ୍ରୀରଙ୍ଗମ୍ ମନ୍ଦିରରେ ସେମାନଙ୍କୁ ତାଲିମ ଦିଆଯାଇଥିଲା। ସେମାନେ ମଙ୍ଗଳବାର ଚେନ୍ନାଇରେ ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ୍ ଏଣ୍ଡୋମେଣ୍ଟସ୍ (HR&CE) ସେକର ବାବୁଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି।

ବାବୁ କହିଛନ୍ତି, “ଆମେ ସେମାନଙ୍କ ମଧ୍ୟରୁ ତିନି ଜଣ ଏବଂ ଅନ୍ୟ ୯୮ ଜଣଙ୍କୁ ଦେବୁ, ଯେଉଁମାନେ ଚଳିତ ବର୍ଷ ପାସ୍ କରିଛନ୍ତି, ମନ୍ଦିରରେ ଆଉ ଏକ ବର୍ଷ ତାଲିମ ଦେବେ। ଆମେ ସେମାନଙ୍କୁ ଏକ ଷ୍ଟାଇପେଣ୍ଡ ଦେବା ବିଷୟରେ ଆଲୋଚନା କରୁଛୁ। ” ପୁରୋହିତ ତାଲିମ ବିଦ୍ୟାଳୟରେ ଚଳିତ ବର୍ଷ ଅନ୍ୟ ୧୭ଜଣ ମହିଳା ନାମ ଲେଖାଇଛନ୍ତି। ଏମାନେ ତ୍ରିଚିର ଶ୍ରୀରଙ୍ଗମ ମନ୍ଦିରରେ ତାମିଲ ଏବଂ ସଂସ୍କୃତ ଭାଷାରେ ପୂଜାବିଧି ପାଇଁ ପାଠ ପଢିଛନ୍ତି। ସହକାରୀ ପୁରୋହିତ ଭାବରେ ନିଯୁକ୍ତ ହେବା ପୂର୍ବରୁ ଏହି ତିନିଜଣ ମହିଳା ତାମିଲନାଡୁର ବିଭିନ୍ନ ମନ୍ଦିରରେ ଏକ ବର୍ଷ ଧରି ତାଲିମ ନେବେ। ରାମିଆ ଗଣିତରେ ସ୍ନାତକୋତ୍ତର କରିଛନ୍ତି। ତାଙ୍କ ବାପା ଟେଲରିଂ କରନ୍ତି। ଏପରି ଏକ ସୁଯୋଗ ପାଇ ସେ ବେଶ୍ ଖୁସିଥିବା କହିବା ସହ ସର୍ବଦା ମନ୍ଦିରରେ ଭଗବାନଙ୍କ ସେବା କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି। ଯେତେବେଳେ ତାମିଲନାଡୁ ସରକାର ସମସ୍ତ ଜାତିର ଲୋକମାନେ ମନ୍ଦିର ପୁରୋହିତ ହୋଇପାରିବେ ବୋଲି ଘୋଷଣା କରିଥିଲେ ସେବେଠାରୁ ଖୁବ୍ ଉତ୍ସାହିତ ଥିଲେ ବୋଲି ରାମିଆ କହିଛନ୍ତି।

ଅଧିକ ପଢ଼ନ୍ତୁ : ସେପ୍ଟେମ୍ବର ୧୭ରୁ ଲାଗୁ ହେବ ବିଶ୍ୱକର୍ମା ଯୋଜନା

ନିଜ ହାତରେ ଡ୍ରେନ ସଫା କଲେ ହାଇଦ୍ରାବାଦର ମହିଳା ପୋଲିସ ଅଫିସର
ପୋଲିସ ଆମ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି | ଲୋକଙ୍କୁ ସୁରକ୍ଷା ଦେବାର ଦାୟିତ୍ବ ଗ୍ରହଣ କରିଥାନ୍ତି ପୋଲିସ | ଅନେକ କିଛି କାର୍ଯ୍ୟକ୍ରମରେ ପୋଲିସମାନେ ସୁରକ୍ଷା ଦେବାପାଇଁ ମାଇଲ ମାଇଲ ଦୂରତା ମଧ୍ୟ ଅତିକ୍ରମ କରିଥାନ୍ତି | ଅନେକ ବିପଦ ବ୍ୟାଘାତର ସାମ୍ନା କରିଥାନ୍ତି ପୋଲିସ ଅଫିସର | ଆପଣମାନେ ଭାବୁଥିବେ ଯେ ମୁଁ ଆଜି ପୋଲିସଙ୍କ ଉପରେ କାହିଁକି ଏତେ ଚର୍ଚ୍ଚା କରୁଛି ? କାରଣ ବର୍ତ୍ତମାନ ଏହି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଜଣେ ପୋଲିସ ଅଫିସର  | ଆଉ ସେ ବି ପୁରୁଷ ପୋଲିସକୁ ନେଇ ନୁହେଁ ଜଣେ ମହିଳା ଆସିସଷ୍ଟାଣ୍ଡ ପୋଲିସ କମିସନରଙ୍କୁ ନେଇ ଚର୍ଚ୍ଚା | ସେହିପରି ଜଣେ ପୋଲିସ ଅଫିସରଙ୍କ ଉଦାହରଣ ଏହି ଭିଡିଓରେ ଦେଖିବାକୁ ମିଳିଛି | ଯେକି ପ୍ରବଳ ବର୍ଷା ଯୋଗୁଁ ଡ୍ରେନରେ ଆବର୍ଜନା ଲାଗି ରହିଥିବାରୁ ରାସ୍ତା ଉପରେ ବନ୍ୟା ପରିସ୍ଥିତି ଉପୁଜିବାରୁ ଏହାକୁ ନିଜେ ବର୍ଷାରେ ଯାଇ ଆଣ୍ଠୁଏ ପାଣିରେ ପଶି ଡ୍ରେନ ସଫା କରିଥିଲେ |

ଏହି କିଛି ଦିନ ତଳେ ହାଇଦ୍ରାବାଦର ଜଣେ ମହିଳା ପୋଲିସ ଅଫିସରଙ୍କର ଏକ ଭିଡ଼ିଓ ଭାଇରଲ ହୋଇଥିଲା | ଯେଉଁଥିରେ ସେ ନିଜର ଉତ୍ସର୍ଗୀକୃତତା ଏବଂ ମାନବିକତାକୁ ପ୍ରଦର୍ଶନ କରି ତାହାକୁ ପ୍ରମାଣିତ କରିଛନ୍ତି | ଏ ଦୃଶ୍ୟ ହେଉଛି ହାଇଦ୍ରାବାଦର ସାଉଥ ୱେଷ୍ଟ ଜୋନ ଫ୍ଲାଏ ଓଭରର | ଏଠାରେ ପ୍ରବଳ ଲଗାଣ ବର୍ଷାରେ ପାଣି ଜମା ହୋଇ ରହିଥିବା ବେଳେ ଡ୍ରେନରେ ଲାଗିଥିବା ଅଳିଆକୁ ନିଜେ ପାଣିରେ ପଶି ସଫା କରୁଛନ୍ତି ଏସିପି ଡି.ଧନଲକ୍ଷ୍ମୀ | ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଉକ୍ତ ଭିଡ଼ିଓଟିରେ ଦେଖିବାକୁ ମିଳିଛି ଯେ, ହାଇଦ୍ରାବାଦର ଦକ୍ଷିଣ-ପଶ୍ଚିମ ଜୋନରେ ଥିବା ଟୋଲିଚୋକି ଫ୍ଲାଏ ଓଭର ନିକଟରେ ଜଣେ ମହିଳା ପୋଲିସ ଅଫିସର ଆଣ୍ଠୁଏ ପାଣିରେ ପଶି ଖାଲି ହାତରେ ଏକ ଡ୍ରେନରୁ ମଇଳା ଆବର୍ଜନା ସଫା କରୁଛନ୍ତି। ଆଉ ଏହି କାମ କରିବାକୁ ସେ ଟିକେ ବି ହେଲେ କୁଣ୍ଠାବୋଧ କରୁନାହାନ୍ତି | ସେ ଦେଖିଲେ ଯେ ଅବରୋଧିତ ଡ୍ରେନ୍ ଯୋଗୁଁ ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ତେଣୁ ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଥିବାର  ଦେଖି ଉକ୍ତ ମହିଳା ସହକାରୀ ପୋଲିସ କମିଶନର (ଏସିପି) ଜଣକ ତୁରନ୍ତ ଏହାକୁ ସଫା କରିବାର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଘଟଣାର ଏକ ଭିଡିଓ ହାଇଦ୍ରାବାଦ ଟ୍ରାଫିକ ପୋଲିସ ଦ୍ୱାରା 5 ସେପ୍ଟେମ୍ବର 2023ରେ କଏଦ କରାଯାଇଥିଲା ଏବଂ ଏହି ଭିଡିଓଟିକୁ ହାଇଦ୍ରାବାଦ ଟ୍ରାଫିକ ପୋଲିସ ଦ୍ବାରା ଟ୍ବିଟରରେ ସେୟାର କରାଯାଇଥିଲା। ଏହି ଭିଡିଓଟି ଭାଇରାଲ ହେବାପରେ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲା ​​ଏବଂ ମହିଳା ଏସିପିଙ୍କୁ ଶୁଭେଛା ପ୍ରଦାନ କରାଯାଇଥିଲା। ଉକ୍ତ ଭିଡିଓକୁ ହାଇଦ୍ରାବାଦ ଟ୍ରାଫିକ ପୋଲିସ ତାଙ୍କ ଏକ୍ସ (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ସେୟାର କରି 'ଏସିପି ଟ୍ର ସାଉଥ ୱେଷ୍ଟ ଜୋନ୍' ବୋଲି ଲେଖିଛନ୍ତି।

ଅଧିକ ପଢ଼ନ୍ତୁ : ମହାନଦୀରେ ଖସିପଡ଼ିଥିବା ବୃଦ୍ଧ ସୁରକ୍ଷିତ ଉଦ୍ଧାର

ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିବେ,ଓଡିଆ ଖଦି ବୁଣାକାର ପ୍ରତିମା
ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିବେ ନୂଆପାଟଣାର ପ୍ରତିମା ଵେହେରା। ଖଦି କାରିଗରୀରେ ପାରିଦର୍ଶିତା ରଖିଥିଵା ୫୦ ଜଣ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଵାସଭବନରୁ ନିମନ୍ତ୍ରଣ ପଠାଯାଇଛି। ଏଥର ମହିଳାମାନଙ୍କୁ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି। ସେମାନଙ୍କ ମଧ୍ୟରେ କଟକ, ତିଗିରିଆ ଵ୍ଲକ ନୂଆପାଟଣା ଗ୍ରାମର ପ୍ରତିମା ଵେହେରା ସ୍ଥାନ ପାଇଛନ୍ତି।  ସ୍ଥାନୀୟ ମହିଳା ଵିକାଶ ପରିଷଦର ସେ ଜଣେ ଖଦି ଵୁଣାକାର। ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ପିନ୍ଧାଇଵା ପାଇଁ ଦେଶର କୋଣ ଅଣୁକୋଣରୁ ମହିଳା ମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏନେଇ କେନ୍ଦ୍ର ଖଦି ଓ ଗ୍ରାମଦ୍ୟୋଗ ଏଵଂ ଓଡିଶା ରାଜ୍ୟ ଶାଖା କାର୍ଯ୍ୟାଳୟ ପକ୍ଷରୁ ପ୍ରତିମାଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି। ପରେ ସେ ୩ଟି ହାତତିଆରି ରାକ୍ଷୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି। ଯାହା ରେଶମ, ସୂତା, ପାଟସୂତା, ଚନ୍ଦନ, ତୁଳସୀ, ରୁଦ୍ରାକ୍ଷକୁ ଵ୍ୟଵହାର କରି ପ୍ରସ୍ତୁତ କରାଯାଇଛି।ରକ୍ଷାବନ୍ଧନ ପାଇଁ ଦିଲ୍ଲୀରେ ଆୟୋଜିତ ହେଉଥିଵା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପାଇଁ ସେ ଭୁବନେଶ୍ଵରରୁ ସୋମଵାର ନିଜ ଯାତ୍ରା ଆରମ୍ଭ କରିଛନ୍ତି। ସେଠାରେ ଆୟୋଜିତ ହେଉଥିବା ସନ୍ଧ୍ୟା କାର୍ଯ୍ୟକ୍ରମରେ ସେ ଯୋଗଦେବେ।