Khabar Odisha

ଗାଁ ରେ ବୁଲୁଛି ଭାଲୁ
ଗାଁ ରେ ବୁଲୁଛି ଭାଲୁ । ରାତିହେଲେ ଗାଁ ରେ ଭାଲୁ ବୁଲୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ଖୁଂଟା ଥାନା ଅଂଚଳରେ । ଯାହାର ଦୃଶ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି ରେ  କଏଦ ହୋଇଛି ।  ଭିଡିଓ ଟିରେ ଭାଲୁଟି ଘର ଆଗରେ ଖାଦ୍ୟ ଖୋଜୁଥିବାର ଦେଖିବାକୁ ମିଳିଛି । ଏବଂ ଭାଲୁଟିର ବୟସ ପାଖାପଖି ୧ ବର୍ଷ ରୁ ଦେଢ ବର୍ଷ ହୋଇଥିବା ଅନୁମାନ କରାଯାଉଛି ।  ଯାହାକୁ ଦେଖି ଗାଁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଖବର ପାଇ ବନ ବିଭାଗ ଭାଲୁଟିକୁ ଖୋଜୁଥିଲେ ମଧ୍ୟ ତାର ପତା ପାଉ ନାହିଁ । ଏବଂ ଭାଲୁଟି ପାଖରେ ଥିବା କିମ୍ଭିରା ହୁଡିରୁ ଆସିଥିବା ନେଇ ବନ ବିଭାଗ ସୂଚନା ଦେଇଛି । ତେବେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ସହର ମୁହାଁ ହୋଇଥିବା ଅନୁମାନ କରାଯାଉଛି । ବିଭିନ୍ନ ସମୟରେ ବନ୍ୟଜନ୍ତୁମାନେ ଖାଦ୍ୟ ପାଇଁ ଗାଁ ଓ ସହରକୁ ଆସି ଲୋକଙ୍କ ଭିତରେ ଭୟ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ : ବିରଳ କଇଁଛ ଜବତ

ପଠାରେ ବୁଲୁଛି ବଉଳା କୁମ୍ଭୀର
ମହାନଦୀ ବାଲି ପଠାରେ ବୁଲୁଛି କୁମ୍ଭୀର । ଗଣିଆ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମ ନିକଟସ୍ଥ  ମହାନଦୀ ବାଲି ପଠାରେ ଏକ ବଉଳା କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି । ଖବର ପାଇ ବନଲିଭାଗ ଘଟଣାସ୍ଥଳରେ ପହଂଚି କୁମ୍ଭୀର ଟିକୁ ଉଦ୍ଧାର କରିଛି । ଏବଂ ଉଦ୍ଧାର ପରେ  କୁମ୍ଭୀରଟିକୁ ସାତକୋଶିଆ ଗଣ୍ଡରେ ଛାଡିଦିଆଯାଇଛି ।

ସୂଚନା ଅନୁସାରେ ନୟାଗଡ ଜିଲ୍ଲା କେନ୍ଦୁପଲ୍ଲୀ ଗ୍ରାମର  ଟୁକୁନା ବେହେରା ନାମକ ଜଣେ ବ୍ୟକ୍ତି  ମହାନଦୀ କୁ ମାଛ ଆଣିବାକୁ ଯାଉଥିବ ବେଳେ  ହଠାତ ଏକ କୁମ୍ଭୀର କୁ ଦେଖିଥିଲେ । ଏହାପରେ ଗ୍ରାମବାସୀଙ୍କ ନିକଟକୁ ଖବର ଦେବା ସହିତ ଗଣିଆ ବନବିଭାଗ କୁ ସୂଚନା ଦେଇଥିଲେ । ପରେ ବନବିଭାଗ ଘଟଣା ସ୍ଥଳରେ ପହଂଚି କୁମ୍ଟିକୁ ଉଦ୍ଧାର କରିବା ସହିତ ସାତକୋଶିଆ ଗଣ୍ଡରେ ଛାଡିଥିବା ସୂଚନା ମିଳିଛି ।

ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨ ମୃତ, ୧୨ ମେଡ଼ିକାଲ୍‌ରେ
ଗାଁରେ ଘରକୁ ଘର ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୪ ଦିନ ଭିତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌। ଏପରି ଖବର ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରୁ ଆସିଛି। ସିନ୍ଧେକେଲା ପଞ୍ଚାୟତରେ ଗତ ୪ ଦିନ ହେଲା ବ୍ୟାପୁଛି ଝାଡାବାନ୍ତି। ୧୨ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଆହୁରି ଅନେକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି। ସିନ୍ଧେକେଲା ଗାଁର ମମତା କହଁର ଓ ସୁଶୀଲା ଚନ୍ଦନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମମିଆଁ ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ଜଣାପଡ଼ିଛି। ସିନ୍ଧେକେଲା ଦେଇ ବୋହିଯାଇଥିବା ଉନ୍ଦେର ନଦୀରେ ଇଣ୍ଟେକ ୱେଲ ଖୋଳି ପାଇପ୍‌ ପାଣି ଯୋଗାଇ ଦିଆଯାଇଛି। ହେଲେ ପୂରା ଗାଁକୁ ପାଇପ ପାଣି ଯୋଗାଇ ଦିଆଯାଇ ନାହିଁ। ଯେଉଁ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇନାହିଁ, ସେହି ଅଞ୍ଚଳର ଲୋକମାନେ ନଳକୂପ ଓ କୂପରୁ ବାହାରୁଥିବା ଦୂଷିତ ପାଣି ପିଉଛନ୍ତି। ଯାହା ଫଳରେ ଝାଡ଼ାବାନ୍ତିରେ ଆକ୍ରନ୍ତ ହେଉଛନ୍ତି ଗାଁ ଲୋକେ। ଏବେଠାରୁ ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାନଗଲେ ଆଗକୁ ସ୍ଥିତି ଭୟଙ୍କର ହୋଇପାରେ ବୋଲି କୁହାଯାଉଛି।

ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଗାଁ ଲୋକଙ୍କୁ ସଚେତନ କରାଯାଉଛି। ଦୂଷିତ ପାଣି ନପିଇବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାକୁ ମଧ୍ୟ ସେଥିରେ କୁହାଯାଇଛି। ମେଡ଼ିକାଲ୍‌ ଟିମ୍‌ ଗାଁରେ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି।

ଦାରିଙ୍ଗବାଡିରେ ଗାଈ ଚରାକୁ ନେଇ ଗୁଳିକାଣ୍ଡ: ଜଣେ ମୃତ
ଦାରିଙ୍ଗବାଡିରେ ଗାଈ ଚରାଇବାକୁ ନେଇ ତୁମୁଳକାଣ୍ଡ। ଗାଈ ଚରାକୁ ନେଇ ବିବାଦ ପରେ ଚାଷ ଜମିରେ ଫୁଟିଲା ଗୁଳି । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ହତ୍ୟାକାଣ୍ଡଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି। ଗୁଳିମାଡ଼ରେ ଖାରିଗୁଡ଼ା ଗାଁର ମାଦି ପଡ୍ରାଙ୍କ ଜୀବନ ଚାଲିଯାଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମାଦିଙ୍କ ପୁଅ ଧର୍ମେନ୍ଦ୍ର। ମିଳିଥିବା ଖବର ଅନୁସାରେ, ଗାଈ ମକା ଫସଲ ଖାଇଦେବାକୁ ନେଇ ମାଦି ପଡ୍ରା ଏବଂ ମକା ଚାଷ ମାଲିକଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା। ମକା ଚାଷ ମାଲିକ ଆକାଶ ପଡ୍ରା ସାଥିରେ ଧରି ଯାଇଥିବା ଦେଶୀ ବନ୍ଧୁକରେ ମାଦିଙ୍କୁ ଗୁଳି କରିଥିଲେ | ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ଗିରଫ କରି ବନ୍ଧୁକ ଜବତ କରିଛି ପୋଲିସ |

ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଗୁରୁବାର ମାଦି ପଡ୍ରା ଚାଷ କାମ ସାରି ଗାଁ ନିକଟ ପାହାଡକୁ ଗାଈ ଚରାଇବାକୁ ଯାଇଥିଲେ । ହେଲେ ସଂଧ୍ୟା ହୋଇଯାଇଥିଲେ ମଧ୍ୟ ମାଦି ଘରକୁ ଫେରିନଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମକା ଚାଷଜମିରେ ମାଦିଙ୍କ ମୃତଦେହ ପଡିଥିବା ଦେଖି ପରିବାର ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ ।

ବାଘ ଆକ୍ରମଣରେ ଆତଙ୍କିତ ଲୋକେ, ଘରେ ପଶିଲା ବାଛୁରୀକୁ ମାରି ଖାଇଲା
ପୁଣି ବାଛୁରୀ ମାରି ଖାଇଲା ବାଘ, ଆତଙ୍କିତ ଲୋକେ

ବାଘ ଆକ୍ରମଣରେ ଆତଙ୍କିତ ଲୋକେ, ଘରେ ପଶିଲା ବାଛୁରୀକୁ ମାରି ଖାଇଲା

ଦୀର୍ଘଦିନ ଧରି ନୂଆପଡାରେ ବାଘ ଆତଙ୍କ ଲାଗିରହିଛି । ଗାଁରେ ବାଘ ଆତଙ୍କକୁ ନେଇ ଲୋକେ ଭୟବିତ୍ତ ଥିବାବେଳେ ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରିଛି ବାଘ । ନୂଆପଡ଼ା ବନବିଭାଗ ରେଞ୍ଜ ଆମାନାରା ସେକ୍ସନ ଅନ୍ତର୍ଗତ ତରିଆମହୁଆଭଟା ଗାଁରେ ଏହି ଘଟଣା ଘଟିଛି । ଆଜି ସକାଳୁ ଗୁହାଳରେ ବାଛୁରୀକୁ ନଦେଖି ଖୋଜାଖୋଜି କରିବା ପରେ ଗାଁ ନିକଟରେ ତାର ମୃତଦେହ ଦେଖିବାକୁ ପାଇଥିଲେ । ଘଟଣା ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଏହା ଏକ କଲରାପତରିଆ ବାଘ ବୋଲି ଗାଁ ଲୋକେ ସନ୍ଦେହ କରିଛନ୍ତି । ଏହି ଘଟଣା ପରେ ଗାଁ ଲୋକେ ଆତଙ୍କିତ ଅଛନ୍ତି । ନୂଆପଡ଼ା ରେଞ୍ଜ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଘଟଣାଟି ହେଉଛି ନୂଆଗାଁ ଅଂଚଳର । ନୂଗାଁର ହୁମନ ନାଏକ ବାଛୁରୀକୁ ଗୁହାଳରେ ବାନ୍ଧି ରଖିଥିଲେ । ହେଲେ ସଖାଳୁ ଉଠି ଦେଖିଲାବେଳକୁ ବାଛୁରୀଟି ତା ଜାଗାରେ ନାହିଁ । ଖୋଜାଖୋଜି ପରେ କିଛି ଦୂରରେ ବାଛୁରୀର ମୃତ ଦେହ ମିଳିଥିଲା । ଘଟଣା ସ୍ଥାନରେ ପାଦ ଚିହ୍ନ ଏବଂ ପାଖା ପାଖି ପରିସ୍ଥିତି ଦେଖି କଲରାପତରିଆ ବାଘ ବୋଲି ସନ୍ଦେହ କରୁଛନ୍ତି ଗାଁ ଲୋକେ । ତେବେ ଏହି ଖବର ଶୁଣି ଗାଁରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।

ଅଧିକ ପଢନ୍ତୁ:ଟ୍ରାକ୍ଟର ଓଲଟି ଚାଷୀ ମୃତ

ପୋଖରୀରେ ବୁଡ଼ି ଗଲା ଦୁଇ ଶିଶୁଙ୍କ ଜୀବନ
ଅଙ୍ଗନବାଡ଼ି ଆସି ଚାଲିଗଲା ଦୁଇ ନିରୀହଙ୍କ ଜୀବନ । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ମହୁଲଡିହା ଥାନା ଖେଡ଼ିଆପଶି ଗାଁରେ । ଦୁଇ ଜଣ କୁନି ଶିଶୁ ଆଜି ସକାଳୁ ଘରୁ ବାହାରି ଅଙ୍ଗନବାଡ଼ି କେନ୍ଦ୍ର ଆସିଥିବା ବେଳେ, ପୋଖରୀରେ ବୁଡ଼ିଯାଇଥିଲେ । ସେଠାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀକୁ କୁନି ପିଲାମାନେ ଆସିଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ସେମାନଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ପୋଖରୀରେ ବୁଡ଼ି ଯାଇଥିଲେ |

ଫସର ଫାଟିଲା ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ ପ୍ରକଳ୍ପ
ହାତରେ ଗରା, ବାଲଟି ଧରି ପାଇଁ ନିଇତି ଚାଲୁଛନ୍ତି ଗାଁର ମହିଳାମାନେ । ସତେ ଯେପରି ତାଙ୍କ ମଧ୍ୟରେ କୌଣସି ପ୍ରତିଯୋଗିତା ଚାଲିଛି ଯେ କିଏ ଆଗେ ପହଂଚିବ ? ଆଉ ସେ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଏ ମୁଣ୍ଡଫଟା ଖରାରେ ସେମାନେ କୁଆଡେ ଯାଉଛନ୍ତି, ଆଉ କାହିଁକି ଯାଉଛନ୍ତି? ହେଲେ ଟାଣ ଖରାରେ ଏମିତି ଚାଲିକି ଯିବାର ପ୍ରକୃତ ସତ ଜାଣିଲେ ଆପଣ ବି ପ୍ରଶାସନକୁ ଦୋଷ ଦେବେ । ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ହେଉଛନ୍ତି ଡହଳବିକଳ । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ ସାନ ପିଲା ବି ବୋତଲରେ ପାଣି ଭରିନେଉଛନ୍ତି । ଏ ଭୟଙ୍କର ଗରମରେ ପାଣି ନମିଳିଲେ ବଞ୍ଚିବା କଷ୍ଟ ହୋଇଯିବ । ସେଥିପାଇଁ ସାନ ଠୁଁ ବଡ଼ ସମସ୍ତେ ଲାଗିପଡ଼ିଛନ୍ତି ପାଣି ଯୋଗାଡରେ ।

ଆଶ୍ଚର୍ଯ୍ୟକର କଥା ହେଉଛି ଗାଁ ମୁଣ୍ଡରେ ଠିଆ ହୋଇଛି ସରକାରଙ୍କ ପାନୀୟ ଜଳ ପ୍ରକଳ୍ପର ଆକାଶଛୁଆଁ ପାଣି ଟାଙ୍କି । ହେଲେ ତାହା ଅଚଳ ଅବସ୍ଥାରେ ରହିଛି । ମୋଟ ୧୭ ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ୪ଟି ନଳକୂଅ ରହିଥିବାବେଳେ କେଉଁ ନଳକୂଅରୁ ଖରାପ ତ ଆଉ କେଉଁଠି ବିଲକୁଲ୍ ପାଣି ବାହାରୁନି । ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ରାଜ୍ୟ ସରକାର ଏଠାରେ ୨୦୧୬ରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କଲେ । ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରକଳ୍ପ ହୋଇଥିଲା, ହେଲେ ଠିକ ସମୟ ବେଳକୁ ପାଣିରେ ମିଶିଗଲା ପ୍ରକଳ୍ପ କାର୍ଯ୍ୟ । ଗାଁ ଲୋକେ ପାଣି ପାଇଁ ପ୍ରତିଦିନ କଷ୍ଟ ଭୋଗୁଛନ୍ତି । ନିର୍ବାଚନ ଆସିଲେ ନେତା ପ୍ରତିଶୃତି ଦେଉଛନ୍ତି ହେଲେ ସମସ୍ୟାର ସମାଧାନ ହେଉନି ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ଲୋକେ ନାଳ ପାଣି ପିଇବା ଖବର ଦୁଃଖଦାୟକ । ଖୁବ୍ ଶୀଘ୍ର ବିଶୁଦ୍ଧ ପାଣି ଦିଆଯିବ ବୋଲି କହିଛନ୍ତି ରେଢାଖୋଲ ଉପଜିଲ୍ଲାପାଳ ।

ଓଡ଼ିଶାର ସରପଞ୍ଚଙ୍କ ଉପରେ ବଲିଉଡ୍ ଫିଲ୍ମ ।
ଓଡ଼ିଶାର ରାଜନୀତି ଏବେ ଖାଲି ରାଜ୍ୟ କିମ୍ବା ଦେଶବ୍ୟାପୀ ଚର୍ଚ୍ଚାର ଏକ ସୀମିତ ବିଷୟ ହୋଇ ରହିନାହିଁ ବରଂ ସାରା ବିଶ୍ୱରେ ଓଡ଼ିଶାର ରାଜ୍ୟ ରାଜନୀତି ଓ ବିଶେଷ କରି ଓଡ଼ିଶାର ନାରୀନେତ୍ରୀଙ୍କ ଚର୍ଚ୍ଚା ଘରେ ଘରେ ପହଂଚିବା ସହିତ ଅନେକ ଖ୍ୟାତି ମଧ୍ୟ ଅର୍ଜନ କରିବାରେ ସଫଳ ହୋଇପାରିଛି । ତେବେ ସେହିପରି ଓଡିଶା ଇତିହାସର ଆଉ ଏକ ନୂତନ ପୃଷ୍ଠାରେ ଓଡ଼ିଶାର ଗୌରବ ବର୍ଣ୍ଣିତ, କାରଣ ଓଡିଶାର ସରପଞ୍ଚଙ୍କ ଉପରେ ପ୍ରସ୍ତୁତି ହୋଇଛି ବଲିଉଡ୍ ଫିଲ୍ମ । ଗଞ୍ଜାମ ଢୁଙ୍କାପଡାର ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉପରେ ତିଆରି ହୋଇଛି ଫିଲ୍ମ । ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ଆୱାର୍ଡ ପାଇବା ସହ ବହୁ ପ୍ରଶଂସା ସାଉଁଟିଛି ଏହି ଓଡ଼ିଆ ମହିଳା ସରପଞ୍ଚ ଙ୍କ କାହାଣୀ । ଦେଶର ସବୁଠୁାରୁ କନିଷ୍ଠ ସରପଞ୍ଚ ଥିଲେ ଆରତୀ । ତେବେ ଆରତୀ ଏକ ପ୍ରମୁଖ ବ୍ୟାଙ୍କରେ ଇନ୍ଭେଷ୍ଟମେଂଟ ଅଫିସର ଚାକିରି ଛାଡି ଗାଁ ରାଜନୀତିକୁ ଆସିଥିଲେ ଓ ତାଙ୍କ ସମୟରେ ପଂଚାୟତର ଉନ୍ନତି ଶୀର୍ଷରେ ପହଂଚିଥିଲା । ପକ୍କା ରୋଡ୍, ବିଦ୍ୟୁତ୍ ସଂଯୋଗ, ପିଡିଏସରେ ସରଳୀକରଣ ବ୍ୟବସ୍ଥା କରିବା ସହିତ ନିଜ ପଂଚାୟତରେ ଦେଢ ଲକ୍ଷ ଗଛ ଲଗାଇ ଚର୍ଚ୍ଚା ବିଷୟ ସୃଷ୍ଟି କରିଥିବାରୁ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥିଲେ । ଖାଲି ସେତିକି ନୁହେଁ ନିଜ ପଞ୍ଚାୟତରେ ଟିପ ନୁହେଁ ଦସ୍ତଖତ ଅଭିଯାନରେ ୭ ଶହ ନିରକ୍ଷର ମହିଳାଙ୍କୁ ସ୍ୱାକ୍ଷର କରାଇଥିଲେ ଆରତୀ ଦେବୀ । ତେବେ ଏଭଳି ଜଣେ ସ୍ୱତନ୍ତ୍ର ମହିଳାଙ୍କୁ ନେଇ ସାରା ଓଡିଶା ଆଜି ଗର୍ବିତ ।

ଯାଇଥିଲେ ସ୍କୁଲ ହେଲେ ଫେରିଲେ ମଶାଣୀକୁ !
ଯାଇଥିଲେ ସ୍କୁଲ ଆଉ ଫେରିଲେ ମଶାଣୀକୁ   . . ଦୁର୍ଘଟଣା ସାଜିଲା ଯମ ଦଉଡି  । ଚାଲିଗଲା ୩ ନିଷ୍ପାପ ପିଲାଙ୍କ ଜୀବନ । ଏବେ ନିରବି ଯାଇଛି ପୁରା  ଗାଁ । କାନ୍ଦୁଛନ୍ତି ପରିବାର, ଝୁରି ହେଉଛନ୍ତି ଆତ୍ମୀୟ ସ୍ୱଜନ ଓ ସାଙ୍ଗସାଥି । ଗାଁ ଦାଣ୍ଡରେ ଯିଏ ବି ଛିଡା  ହେଇଛି ତା ମୁହଁରେ ଭାଷା ନାହିଁ । କରୁଣ ଚିତ୍କାରରେ ଫାଟି ପଡୁଛି ଘର । ଏବେ ଏଭଳି କିଛି ସ୍ଥିତି ରହିଛି ସୁବର୍ଣ୍ଣପୁର ଜିଲ୍ଲାର ସରଧାପାଲିରେ ।

ଏକୋଇର ବେଳା ବିସିକେଶନ ସୁବ୍ରତକୁ ହରାଇ ଘର ଭିତରେ ଛାଟିପିଟି ହୋଇ କାନ୍ଦୁଛନ୍ତି ତାର ମା । କେବଳ ସୁବ୍ରତର ମା କି ପରିବାର ନୁହେଁ ଗାଁ ର ତିନିଜଣ ନିଷ୍ପାପ ପିଲାଙ୍କ ଆକସ୍ମିକ ମୃତ୍ୟୁ ପରେ ଏବେ ପୁରା ଗାଁ କାନ୍ଦୁଛି । କାଲିଠାରୁ ଗାଁରେ କାହାଘରେ ଚୁଲି ଜଳିନି ।

ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସରଧାପାଲି ଛକରେ ସଡକ ଦୁର୍ଘଟଣାରେ ତିନିଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗାଁ ସ୍କୁଲରୁ ପରୀକ୍ଷା ଦେଇ ବାହାରିବା ସମୟରେ ସ୍କୁଲ ଫାଟକ ସାମନାରେ ସେମାନଙ୍କୁ ଏକ ଗାଡି ଧକ୍କା ଦେଇଥିଲା । ଯେଉଁଥିରେ ତିନି ସାଙ୍ଗ ସାଥିହୋଇ ଅରପାରିକୁ ଚାଲିଯାଇଥିବାବେଳେ ଅନ୍ୟ ଜଣେ ଛାତ୍ର ମୃତ୍ୟ ମୁଖରୁ ଅଳ୍ପକେ ବଂଚିଯାଇଛି ।

ସରଧାପାଲି ଛକରେ ଏଭଳି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦୀର୍ଘ ସମୟଧରି ଉତ୍ତେଜନା ଲାଗି ରହିଥିଲା । ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୁରଣ ଦାବିରେ ଘଟଣାସ୍ଥଳରେ ମୃତକଙ୍କ ଶବରଖି ୬ ଘଂଟାଧରି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ପରେ ପୋଲିସ ଓ ପ୍ରଶାସନ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଓ ସହାୟତାର ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା ।

ହେଲେ ତା’ପରର ଦୃଶ୍ୟ ସତରେ ଖୁବ୍‌ ହୃଦୟବିଦାରକ ।  ରାତିରେ ଗାଁ ନଦୀ ପଠାରେ ଶବଶତ୍କାର ପାଇଁ ସବୁ ପ୍ରସ୍ତୁତି ପରେ ସୁବ୍ରତର ବାପା ପୁଅର ଶବରେ ଅଗ୍ନି ସଂଯୋଗ କରିଛନ୍ତି । ଦୁଇ ଝିଅ ପରେ ବହୁ ପୂଜାପାଠ କରି ପାଇଥିଲେ ଏହିପୁଅକୁ । ଭାବିଥିଲେ ମୃତ୍ୟୁବେଳେ ପୁଅ ତାଙ୍କ ମୁହଁରେ ନିଆଁ ଦେବ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ପୁଅ ବଦଳରେ ଏବେ ବାପା, ପୁଅ ମୁହଁରେ ନିଆଁଦେଇଛି ।

ସେପଟେ ତିନି ନିଷ୍ପାପ ଶିଶୁଙ୍କ ଶବସତ୍କାର ସରିଛି । ଏଭଳି ଏକ ଦୁର୍ଘଟଣାକୁ ଗାଁଲୋକେ ସହଜରେ ନେଇ ପାରୁନଥିବାବେଳେ ଦୋଷୀ ଗାଡି ଡ୍ରାଇଭର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସରଧାପାଲି ଛକରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ  ଦାବୀ କରିଛନ୍ତି ।

ମାଲକାନଗିରି ସୀତାକୁଣ୍ଡରୁ ଜଳ ଯିବ ଅଯୋଧ୍ୟା, ସମାରୋହରେ ସାମିଲ ହେଲେ ରାଜ୍ୟପାଳ
ମାଲକାନଗିରି, ମାର୍ଚ୍ଚ ୨୨(ଖବର ଓଡ଼ିଶା): ମାଲକାନଗିରି ବଣ୍ଡାଘାଟିରେ ସୀତାକୁଣ୍ଡରୁ ଜଳ ଯିବ ଅଯୋଧ୍ୟା । ରାମ ମନ୍ଦିର ନିର୍ମାଣରେ ଏହି ଜଳ ଲାଗି ହେବ ବୋଲି ବହୁ ସାଧୁସନ୍ଥ ଏହି ସଂଗ୍ରହ କରିବା ପାଇଁ ଓଡ଼ିଶା ପହଞ୍ଚିଛନ୍ତି ।

ତେବେ ଏନେଇ ଆଜି ଏକ ବିରାଟ ସମାରୋହ ଆୟୋଜନ କରାଯାଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ବଣ୍ଡାଘାଟିରେ ଜଳ ସଂଗ୍ରହ ସମାରୋହରେ ଯୋଗ ଦେଇଥିଲେ ।

ଆଜି ଦିନ ୧୧ ଟା ସମୟରେ ବଣ୍ଡାଘାଟିର ସୀତାକୁଣ୍ଡରେ ପହଞ୍ଚି ସାଧୁସନ୍ଥଙ୍କ ସହ ରାଜ୍ୟପାଳ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜ୍ୟପାଳ ଏଠାରୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଛନ୍ତି ।

ଏହାଛଡ଼ା ସେ ଶ୍ରୀରାମ ବନ ଗମନ କାବ୍ୟଯାତ୍ରାର ଶୁଭାରମ୍ଭ ମଧ୍ୟ କରିଛନ୍ତି । ସୀତାକୁଣ୍ଡର ପାଣି ରାମନବମୀ ଦିନ ଅଯୋଧ୍ୟାରେ ପହଞ୍ଚିିବ ବୋଲି ସୂଚନା ରହିଛି ।

ଅନ୍ୟପଟେ ଆଜି ରାଜ୍ୟପାଳଙ୍କ ଗସ୍ତକୁ ନେଇ ପୁରା ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଥିଲା ।