Khabar Odisha

ଶ୍ରୀମନ୍ଦିର ବିଶୃଙ୍ଖଳାକୁ ଆଗରୁ ହୋଇଛି ୪ଟି ବିଚାର ବିଭାଗୀୟ ତଦନ୍ତ ହେଲେ ଗୋଟିଏ ବି ରିପୋର୍ଟରେ ହୋଇନି କାର୍ଯ୍ୟାନୁଷ୍ଠାନ
ଜଗନ୍ନାଥ କେବଳ ଓଡିଆଙ୍କ ଆରାଧ୍ୟ ଦେବତା ନୁହନ୍ତି ବଂର ସାରା ଭାରତର ଅଗଣିତ ହିନ୍ଦୁମାନଙ୍କର ଆସ୍ଥାର ଭଗବାନ । ହେଲେ ପୁରୀ ଶ୍ରୀମନ୍ଦିରରେ ଯେତିକି ମାତ୍ରାରେ ବିଶୃଙ୍ଖଳା ହେଉଛି ବୋଧହୁଏ ଦେଶର ଅନ୍ୟ କୌଣସି ଧାର୍ମୀକସ୍ଥଳି ମାନଙ୍କରେ ହେଉନଥିବ । ଦିନକୁ ଦିନକୁ ବଢୁଛି ବିଶୃଙ୍ଖଳା । କେତେବେଳେ ବ୍ରହ୍ମ ଛୁଇଁବାକୁ ନେଇ ବିବାଦର କେତେବେଳେ ଜଗନ୍ନାଥ ଉପାସରେ ରହୁଛନ୍ତି । ସରକାର ଶ୍ରୀମନ୍ଦିରରେ ହେଉଥିବା ବିଶୃଙ୍ଖଳାକୁ ଶେଷ କରିବା ଭଳି ସେପରି କିଛି ଠୋସ ପଦକ୍ଷେପ ନେଉପାରୁନାହାନ୍ତି ।

ଏବେ ରତ୍ନଭଣ୍ଡାର ଚାବି ହଜିବାପରେ ବଢୁଥିବା ଜନଆକ୍ରୋଶକୁ ପ୍ରଶମିତ କରିବା ପାଇଁ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ବିଚାର ବିଭାଗୀୟ ତଦନ୍ତ କଣ ସତରେ ଚାବି ଖୋଜିପାରିବ ଏବଂ ଦୋଷିକୁ ଦଣ୍ଡ ଦେଇପାରିବ ତାକୁ ନେଇ ଉଠିଛି ପ୍ରଶ୍ନ । ଆଗରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଘଟିଥିବା ବିଭିନ୍ନ ବିଭ୍ରାଟ ସଂକ୍ରାନ୍ତରେ ଗତ କିଛି ବର୍ଷ ମଧ୍ୟରେ ଅନ୍ୟୁନ ୫ଟି ତଦନ୍ତ କମିସନ୍‌ ବସିଲାଣି । କେଉଁଠି ରିପୋର୍ଟ ଉପରେ  କାର୍ୟ୍ୟାନୁଷ୍ଠାନ ହେଉନାହିଁ ତ  କେଉଁଠି ରତ୍ନଭଣ୍ଡାର ଚାବି ହଜିଲାଭଳି କମିସନ୍‌ଙ୍କ ରିପୋର୍ଟ ହଜିଯାଉଛି । ବେଳେ ବେଳେ ତଦନ୍ତ ଦାୟିତ୍ୱ ଗୋଟିଏ କମିଶନ ପରେ ଅନ୍ୟ ଏକ କମିସନ୍‌ଙ୍କୁ ଦିଆଗଲେ ବି ରିପୋର୍ଟ ନ ମିଳି ଘଟଣା ରହସ୍ୟମୟ ହୋଇ ରହିଯାଉଛି ।

୧୯୯୩ ମସିହାରେ ଶ୍ରୀମନ୍ଦିର ପରିସରରେ ନାଗାର୍ଜୁନ ବେଶ ଅବସରରେ ଘଟିଥିବା ଦଳାଚକଟାରେ ଯେଉଁଥିରେ ୩ ଜଣ ଲୋକଙ୍କ ଜିବନ ଯାଇଥିଲା ସେ ସଂକ୍ରାନ୍ତରେ ହୋଇଥିଲା ବିଚାର ବିଭାଗୀୟ ତଦନ୍ତ ଯାହାର ଦାୟିତ୍ବ ଦିଆଯାଇଥିଲା  ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜୀବନ ମୋହନ ମହାପାତ୍ରଙ୍କୁ । ପ୍ରାୟ ୨ ବର୍ଷ ଧରି ତଦନ୍ତ କରିବା ପରେ ଜଷ୍ଟିସ୍‌ ମହାପାତ୍ର ତାଙ୍କ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହା ଉପରେ କାର୍ୟ୍ୟାନୁଷ୍ଠାନ ହେବା ତ ଦୂରର କଥା ଏବେ ସେ ରିପୋର୍ଟ ସଚିବାଳୟରେ ନାହିଁ ବୋଲି ବିଧାନସଭାରେ ସରକାର ମାନିଛନ୍ତି ।

ସେହିପରି ୨୦୦୬ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହୋଇଥିବା ଅନ୍ୟ ଏକ ଦଳାଚକଟା ଘଟଣାରେ ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ପି କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କମିସନ ବସାଇଥିଲେ । ସେହିପରି ପୁରୁଣା ନାଗାର୍ଜୁନବେଶ ଦଳଚକଟା ଘଟଣାରେ ଜଷ୍ଟିସ୍‌ ମହାପାତ୍ର କମିସନ୍‌ ରିପୋର୍ଟ ହଜିବା ସଂକ୍ରାନ୍ତରେ ବି ତଦନ୍ତ ଲାଗି ଜଷ୍ଟିସ୍‌ ମହାନ୍ତି କମିସନ୍‌ଙ୍କୁ କୁହାଯାଇଥିଲା । ଜଷ୍ଟିସ୍‌ ମହାନ୍ତି କମିସନ୍‌ ବାବଦରେ ପ୍ରାୟ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ଓ ରିପୋର୍ଟ ବି ୨୦୦୯ରେ ସରକାରଙ୍କ ହସ୍ତଗତ ହେଲା । କିନ୍ତୁ ଜଷ୍ଟିସ୍‌ ମହାପାତ୍ର ତଦନ୍ତ କମିସନ୍‌ ରିପୋର୍ଟ ବି ଅନ୍ଧାରରେ ରହିଗଲା ।

ସେହିପରି ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ଅଭିଯୋଗର ତଦନ୍ତ ୨୦୧୫ ମସିହାରେ ଶ୍ରୀମନ୍ଦିରର ତତ୍‌କାଳୀନ ମୁଖ୍ୟ ପ୍ରଶାସକ ଆରମ୍ଭ କରିଥିଲେ । ତିନି ବର୍ଷ ପରେ ୨୦୧୮ରେ ରିପୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମିଳିଛି । ହେଲେ ଏହାକୁ ସରକାର ଏବେ ସୁଦ୍ଧା ଏହାକୁ ସାର୍ବଜନିନ କରିନାହାନ୍ତି ।

ପୁରୀ ଶ୍ରୀମନ୍ଦିରରେ ଲାଗି ରହିଥିବା ଅବ୍ୟବସ୍ଥା ପ୍ରସଙ୍ଗରେ ସଂସ୍କାର ନିମନ୍ତେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ୨୦୧୬ ମସିହାରେ ଏକ କମିସନ୍‌ ଗଠନ କରାଯାଇଥିଲା । ଏହି କମିସନ୍‌ ଇତି ମଧ୍ୟରେ ୨ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି । ତେବେ ଜଷ୍ଟିସ୍‌ ଦାସ କମିସନ୍‌ଙ୍କ କାର୍ୟ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧୀନ ଥିବାରୁ ବସ୍ତୁତଃ ଏହି କମିସନ୍‌ ଅଚଳ ହୋଇପଡ଼ିଛି । ଏହି କମିସନ୍‌ ବାବଦରେ ରାଜକୋଷରୁ ୯୪ ଲକ୍ଷ ଟଙ୍କା ଖର୍ଚ୍ଚ ସରିଥିବା କଥା ସରକାର ସ୍ୱୀକାର କରିଛନ୍ତି ।

ଚାରି ଚାରିଟି ତଦନ୍ତ ସରିଥିବା ବେଳେ ଗୋଟିଏ ବି ରିପୋର୍ଟରେ ସରକାର କାର୍ୟ୍ୟାନୁଷ୍ଠାନ ନେଇପାରିନଥିବାବେଳେ ଏବେ ରତ୍ନଭଣ୍ଡାର ଚାବି ହଜିବାର ରିପୋର୍ଟ ଆସିଲା ପରେ କାର୍ୟ୍ୟାନୁଷ୍ଠାନ ନେଇପାରିବ କି ନାହିଁ ତାହା ସମୟ କହିବ  ସରକାର ଏହି ତଦନ୍ତ କମିଶନକୁ ୩ ମାସ ଭିତରେ ତଦନ୍ତ ସାରିବା ପାଇଁ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି ।

ପର୍ଯ୍ୟଟନ ନୁହେଁ ଅବହେଳାର ପଦର୍ଶନି ପାଲଟିଛି ଅଂଶୁପା - କୁଆଡେ ଗଲା ରୋପେଓ, ନୌକା ବିହାର, ହରିଣ ପାର୍କର ପ୍ରତିଶୃତି
ମହାନଦୀକୁ ନେଇ ରାଜନୀତି ଜମିଆସୁଥିବାବେଳେ ମହାନଦୀରେ ଥିବା ଅନେକ ପ୍ରାକୃତିକ ଜଳଭଣ୍ଡାର ଆଜି ଅବହେଳିତ ହୋଇ ପଡିଛି । ସେମିତି ଏକ ହେଉଛି ଅଂଶୁପା ଯାହା ଏବେ ଘୋର ଅବହେଳାର ଶିକାର ।

ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ପ୍ରକୃତି ଆମ ରାଜ୍ୟକୁ ବହୁତ କିଛି ଦେଇଛି । ଓଡିଶାରେ ଏମିତି ବହୁତ ପ୍ରାକୃତିକ ସୌନ୍ଦର୍ଯ୍ୟପୁର୍ଣ୍ଣ ଯାଗା ଅଛି ଯାହାର ବିକାଶ ହେଲେ ତାହା ବିଦେଶର ସ୍ୱିଜରଲ୍ୟାଣ୍ଡ, ପ୍ୟାରିସ ବି ପଛରେ ପକାଇଦେବ । ସାରା ଗୋଆ ରାଜ୍ୟକୁ ଯେତିକି ବିଦେଶି ପର୍ଯ୍ୟଟକ ଯାଉଛନ୍ତି ଓଡିଶାର ଗୋଟିଏ ଗୋଟିଏ ପର୍ଯ୍ୟଟନ ସ୍ଥଳିକୁ ତାଠାରୁ ଅଧିକ ପର୍ଯ୍ୟଟକ ଆସି ପାରିବେ ।  ହେଲେ ସରକାରୀ ବିଫଳତା ଏବଂ ଆନ୍ତରିକତା ଅଭାବରୁ ଅନେକ ପର୍ଯ୍ୟଟକ ସ୍ଥଳି ଆଜିବି ବାହାର ଦୁନିଆର ଅଗୋଚରରେ ରହିଛି । ସେମିତି ଗୋଟିଏ ଯାଗା ହେଉଛି  ଅଂଶୁପା ।

ମହାନଦୀ ନଦୀ କୁଳରେ ଥିବା ଅଶୁଂପା ହେଉଛି ରାଜ୍ୟର ବୃହତମ ମଧୁର ହ୍ରଦ । ପ୍ରାକୃତିକ ସବୁଜିମାରେ ପରିପୃର୍ଣ୍ଣ ଏହି ପ୍ରାକୃତିକ ହ୍ରଦରେ ଅଛି ପାହାଡ, ପାଣି, ପକ୍ଷୀ ଏବଂ ଫୁଲର ଅପୁର୍ବ ମିଳନ । ହେଲେ ସରକାରୀ ଉଦାସିନତା ଏବଂ ଦୁର୍ନୀତି ପାଇଁ ଅଂଶୁପାର ବିକାଶ ଅଟକିଯାଇଛି । ଯତ୍ନ ଅଭାବରୁ ଅଂଶୁପା ହ୍ରଦର ଆକାର ୭୪୮ ଏକରରୁ ପୋତି ହୋଇ ଏବେ ୩୪୨ ଏକରରେ ସୀମିତ ହୋଇସାରିଲାଣି । ନିକଟସ୍ଥ ସରଣ୍ଡା ପାହାଡରୁ ମାଟି ଅତଡା ଖସି ଏହି ହ୍ରଦ ଦିନକୁ ଦିନକୁ ପୋତି ହେବାରେ ଲାଗିଛି । ଖାଲି ସେତିକି ନୁହେଁ ଯେଉଁ ଅଂଶୁପାରେ ଦିନେ କାତ ପାଉନଥିଲା ସେଠି ଏବେ ଦଳ ଏବଂ ଜଳଜ ଗୁଳ୍ମ ଭର୍ତୀ ହୋଇଯିବା କାରଣରୁ ଡଙ୍ଗା ଚାଲିପାରୁନାହିଁ । ଦିନେ ଅଂଶୁପାର ରୋହି ଭାକୁରରେ କଟକ ଏବଂ ଭୁବନେଶ୍ୱର ବାସିଙ୍କ ହାଣ୍ଡିଶାଳ ବାସୁଥିଲା ହେଲେ ଏବେ ଦଳ ଭର୍ତୀ ହୋଇଯିବା କାରଣରୁ ସେଠି ଜାଲ ପଡିପାରୁନାହିଁ ।

୨୦୦୮ ମସିହାରେ ଅଂଶୁପାର ବିକାଶ ପାଇଁ ରାଜ୍ୟ ସରକାର ଦେଇଥିଲେ ୬.୪୧ କୋଟି । ଯୋଜନା ଥିଲା ହ୍ରଦରେ ରୋପେଓ ନିର୍ମାଣ ହେବ, ନୌକା ବିହାର ସୁବିଧା, ଏକ ହସ୍ତଶିଳ୍ପ ବଜାରର ନିର୍ମାଣ, ହରିଣ ପାର୍କର ବିକାଶ କରାଯିବ । ହେଲେ ସେ ଅର୍ଥ କେଉଁଠି ଆଉ କେମିତି ଖର୍ଚ୍ଚ ହେଲା ତାହା ଅଂଶୁପା ବୁଲିଲେ ଜଣାପଡୁଛି । ନୌକା ବିହାର ଦୁରର କଥା ଏଠି ୨-୩ଟି ଫାଇବର ବୋଟ ପଡିଛି ହେଲେ ତାହା ଚାରିପଟେ ଏତେ ଦଳ ଅଛି ଯେ ତାହା ୨ ହାତବି ଚାଲିବା ସମ୍ଭବ ନୁହେଁ । ହରିଣ ପାର୍କର ଚିହ୍ନ ବର୍ଣ୍ଣ ନାହିଁ । ରୋପେଓ ଯୋଜନାର କିଛି ଚିହ୍ନ ବର୍ଣ୍ଣ ନାହିଁ । ସ୍ଥାନୀୟ ନେତା ଏବଂ ଠିକାଦାର ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାକୁ ହରିଲୁଟ ହୋଇଥିବା ସ୍ପଷ୍ଟ ।

ଅଂଶୁପାକୁ ମହାନଦୀ ସହ ଯୋଡୁଥିବା ଦୁଇଟି ନାଳ ମୟୁରୀ ନାଳ ଏବଂ କାବୁଲା ନାଳର ଖନନ ପାଇଁ ବି ୨୦୧୦ ମସିହାରେ ୪ କୋଟି ଟଙ୍କା ବ୍ୟୟ ହୋଇଛି । ହେଲେ ଏହି ଦୁଇଟି ନାଳରେ ଏବେ ଏତେ ମାତ୍ରାରେ ଦଳ ଅଛି ଯେ ତାହା ଏକ ପଙ୍କୁଆ ଚାଷ ଜମି ଭଳି ଦେଖାଯାଉଛି । ନାଳ ଦୁଇଟିର ଜଳଧାରଣ କ୍ଷମତା ଏବେ ନାହିଁ କହିଲେ ଚଳେ । ସେଥିରେ ବି ବଡଧରଣର ଦୁର୍ନୀତି ହୋଇଥିବା କଥା ସାମାନାକୁ ଆସିଛି ।

୨୦୧୪ ମସିହାରେ ବି ଅଂଶୁପା ହ୍ରଦର ବିକାଶ ପାଇଁ ୮ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଅଂଶୁପା ପାଖରେ ଏକ କ୍ୟାଫେଟେରିଆ, ବିଶ୍ରାମସ୍ଥଳି, ସାରଙ୍ଗଗଡରେ ପାନ୍ଥନିବାସ ଶୈଳିରେ ରାତ୍ର ରହଣି ସ୍ଥଳର ବିକାଶ ଆଦି ପାଇଁ ଆସିଥିଲା ଏହି ହ୍ରଦ । କ୍ୟାଫେଟେରିଆ, ବିଶ୍ରାମସ୍ଥଳିର ନିର୍ମାଣ କାମ ସରିନଥିବାବେଳେ ସାରଙ୍ଗଗଡରେ ଥିବା ପାନ୍ଥନିବାସର ନିର୍ମାଣ କାମ ସରି ଏବେ ସେଠାରେ ପର୍ଯ୍ୟଟକ ରହିବାର ସୁବିଧା ଅଛି । ହେଲେ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ନଥିବା କାରଣରୁ ଏବଂ ରାତ୍ରିକୁ ୪୦୦୦ ଟଙ୍କା ଦେୟ ଦେବାକୁ ପଡୁଥିବାରୁ ଏଠାକୁ ଖୁବ କମ ପର୍ଯ୍ୟଟକ ଆସୁଥିବା ଜଣାପଡିଛି । ମାସକୁ ମାତ୍ର ୭ ରୁ ୮ ଟି ବୁକିଙ୍ଗ ହେଉଥିବା କଥା ସେଠି କାମକରୁଥିବା କେୟାର ଟେକର କହିଛନ୍ତି ।

୨୦୧୬ ମସିହାରେ ମହାନଦୀ ଉପରେ ଅଂଶୁପା ପାଖରେ ବ୍ରିଜ ହୋଇଯିବା କାରଣରୁ ଏବେ ଏଠାକୁ ଭୁବନେଶ୍ୱର ଏବଂ କଟକରୁ ଦୁରତା କମି ଯାଇଛି । ପର୍ଯ୍ୟଟକ ମାନେ ବ୍ୟାପକ ମାତ୍ରାରେ ଆସିବାର ସମ୍ଭାବନା ଥିବାବେଳେ ଅଂଶୁପାର ଅବ୍ୟବସ୍ଥା ଏଥିରେ ବାଧକ ସାଜିଛି ।

ଆଧ୍ୟାତ୍ମିକ ପର୍ଯ୍ୟଟନରେ ଲୋକପ୍ରିୟତା ବଢୁଛି, ଶ୍ରୀକ୍ଷେତ୍ର ପୁରୀ ପାଲଟିଛି ପ୍ରଥମ ପସନ୍ଦ
ଦେଶରେ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ସମାଗମ ବଢୁଛି । ବେଳାଭୂମି, ଜଙ୍ଗଲ, ଶୃଙ୍ଗ ଓ ସହର ତଥା ଆଦିବାସୀ ବହୁଳ ଅଂଚଳ ବୁଲିଯିବା ଅପେକ୍ଷା ଭାରତୀୟ ପର୍ଯ୍ୟଟକମାନେ ଆଧ୍ୟାତ୍ମିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟନରେ ଯାଉଥିବା ଜଣାଯାଇଛି ।

ନିକଟରେ ‘ଇକ୍ସିଗୋ’ ନାମକ ଏକ ଟ୍ରାଭେଲ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ପୁରୀକୁ ଅଧିକ ଲୋକଙ୍କ ପସନ୍ଦ ଥିବା କୁହାଯାଇଛି । ମାସକୁ ମାସ ପୁରୀରେ ହୋଟେଲ ବୁକିଂ ସଂଖ୍ୟା ବୃଦ୍ଧି ପାଉଛି । ପୁରୀ ପରେ ଦ୍ୱିତୀୟ ଆକର୍ଷଣର ସ୍ଥାନ ହେଉଛି ବାରାଣସୀ । ଆନ୍ଧ୍ରପ୍ରଦେଶର ତିରୁପତି, ମହାରାଷ୍ଟ୍ରର ଶିରିଡ଼ି ମଧ୍ୟ ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର । ଚଳିତ ବର୍ଷ ଗ୍ରୀଷ୍ମରେ ଏହି ସହର ଗୁଡ଼ିକରେ ହୋଇଥିବା ହୋଟେଲ ବୁକିଂ ତଥ୍ୟକୁ ଆଧାର କରି ଇକ୍ସିଗୋ ଏହି ରିପୋର୍ଟ ପ୍ରସ୍ତୁତ କରିଛି ।

ମେ’ ପହିଲାରୁ ତିନି ମାସ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
ଭିତର କନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଏବଂ ସାଧାରଣ ଲୋକଙ୍କ ପାଇଁ ୩ ମାସ ବନ୍ଦ ରହିବ। କୁମ୍ଭୀର ମାନଙ୍କ ବସା ଏବଂ ଅଣ୍ଡାଦାନ ପ୍ରକ୍ରିୟାପାଇଁ ଏହା ବନ୍ଦ ରହିବ । ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଉଦ୍ୟାନ ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି। ଭିତରକନିକା ବନଖଣ୍ଡ ଅଧିକାରୀ ବିମଳ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି ।

ବଉଳା କୁମ୍ଭୀରଙ୍କର ପ୍ରଜନନ ସମୟ ଆରମ୍ଭ ହୋଇଥିବାରୁ ତିନିମାସ ପର୍ଯ୍ୟନ୍ତ ପାଇଁ ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହି ସମୟରେ କୁମ୍ଭୀର ମାନଙ୍କୁ ବାଧାଦେଲେ ସେମାନେ କ୍ରୁଧାନ୍ୱିତ ହୋଇ ଆକ୍ରମଣ କରିଥାନ୍ତି । ଏନେଇ ଉଦ୍ୟାନ ଅଧିକାରୀ ପ୍ରତିବର୍ଷ ଏହାକୁ ବନ୍ଦ ରଖିଥାନ୍ତି । ଉଦ୍ୟାନ ମଧ୍ୟରେ ବୋଟଚାଳନାକୁ ମଧ୍ୟ ବନ୍ଦ କରାଯାଇଛି।

ଓଡ଼ିଶା ପ୍ରତି ଆକୃଷ୍ଟ ହେଉ ନାହାଁନ୍ତି ବିଦେଶୀ ପର୍ଯ୍ୟଟକ, ଆସୁଛନ୍ତି ୧ ପ୍ରତିଶତରୁ କମ୍ ବିଦେଶୀ
ଓଡ଼ିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ହାର ଆମ ଦେଶକୁ ଆସୁଥିବା ମୋଟ୍ ବିଦେଶୀ ପର୍ଯ୍ୟଟକଙ୍କ ହାର ୧ ପ୍ରତିଶତରୁ କମ୍ । କେବଳ ସେତିକି ନୁହେଁ ପର୍ଯ୍ୟଟନ କ୍ଷେତ୍ରରୁ ରାଜ୍ୟର ସାମଗ୍ରୀକ ଆଭ୍ୟନ୍ତରୀଣ ଉତ୍ପାଦ(ଜିଏସ୍‌ଡିପି)ର ପରିମାଣ ୮ ବର୍ଷ ତଳେ ଯାହା ଥିଲା ତାହା କମିଛି ବରଂ ବଢ଼ିନାହିଁ । ଏ ପ୍ରସଙ୍ଗରେ ବିଧାୟକ ଦିଲିପ ରାୟ ଓ ପ୍ରଶାନ୍ତ କୁମାର ଜଗଦେବ ପଚାରିଥିବା ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।

୨୦୧୨ ମସିହାରେ ଭାରତକୁ ଯେତେ ବିଦେଶୀ ପର୍ଯ୍ୟଟକ ଆସିଥିଲେ ତାହାର ୦.୯୮ ପ୍ରତିଶତ ଓଡ଼ିଶାକୁ ଆସିଥିବା ବେଳେ ଏହା କମି କମି ୨୦୧୫ରେ ୦.୮୩ ପ୍ରତିଶତରେ ପହଂଚିଥିଲା । ତେବେ ୨୦୧୬ ବର୍ଷରେ ଏହା ୦.୮୭ ପ୍ରତିଶତ ଓ ୨୦୧୭ ବର୍ଷରେ ୦.୯୮ ପ୍ରତିଶତକୁ ବୃଦ୍ଧି ପାଇଥିବା ମନ୍ତ୍ରୀଙ୍କ ଉତରରୁ ଜଣାପଡ଼ିଛି ।

ସେହିପରି ୨୦୧୦-୧୧ ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରୁ ରାଜ୍ୟର ଜିଏସ୍‌ଡିପିକୁ ଅବଦାନ ୧୩.୪୨ ପ୍ରତିଶତ ଥିବା ବେଳେ ଏହା କମି କମି ୨୦୧୩-୧୪ରେ ୯.୭୨ ପ୍ରତିଶତରେ ପହଂଚି ଥିଲା । ତେବେ ଏଥିରେ ସାମାନ୍ୟ ଅଭିବୃଦ୍ଧି ଘଟି ୨୦୧୬-୧୭ ବେଳକୁ ୧୦.୪୨ ପ୍ରତିଶତ ହୋଇଥିଲା । ୨୦୧୭-୧୮ ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରୁ ରାଜ୍ୟର ଜିଏସ୍‌ଡିପିକୁ ୧୦.୬୬ ପ୍ରତିଶତ ଆସିଥିବା ଜଣାପଡ଼ିଛି । ଅର୍ଥାତ୍ ଏହି ୮ ବର୍ଷ ମଧ୍ୟରେ ପର୍ଯ୍ୟଟନରୁ ରାଜ୍ୟ ଜିଏସ୍‌ଡିପିକୁ ଅବଦାନ ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ଘଟିଥିବା ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପରିସଂଖ୍ୟାନ ବିଶ୍ଳେଷଣରୁ ସ୍ପଷ୍ଟ ହୋଇଛି ।

ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଇଚ୍ଛୁକ ଥିବା ଉଦ୍ୟୋଗମାନଙ୍କୁ ପୁରୀ, କୋଣାର୍କ ଓ ଭୁବନେଶ୍ୱରଠାରେ ପର୍ଯ୍ୟଟନ ଭିତିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିଆଯାଇଥିଲା । ସେମାନଙ୍କ ଠାରୁ ବିଧିବଦ୍ଧ ପ୍ରସ୍ତାବ ଆସିଲେ ପର୍ଯ୍ୟଟନ ବିଭାଗ ବିଚାର କରି ପଦକ୍ଷେପ ନେବେ । ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୂମି ବ୍ୟାଙ୍କ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚାଇଛନ୍ତି ।

ଓଡ଼ିଶାରେ ୪୮୦ କି.ମି ଦୈର୍ଘ୍ୟର ବିସ୍ତୃତ ବେଳାଭୂମି ସମେତ ଚିଲିକା, ଅଂଶୁପା ପରି ହ୍ରଦ, ଅନେକ ଜଳପ୍ରପାତ, ଉଷ୍ନ ପ୍ରସ୍ରବଣ ଅଭୟାରଣ୍ୟ, ପାହାଡ଼ ପର୍ବତ ଭଳି ବ୍ୟାପକ ପ୍ରାକୃତିକ ସମ୍ଭାର ଭରି ରହିଥିବା ବେଳେ ଅନେକ ବିରଳ ପ୍ରାଚୀନ କିର୍ତୀ ଓ ରାଜପ୍ରସାଦ ଆଦି ରହିଛି । ବ୍ୟାପକ ପ୍ରଚାର ପ୍ରସାର ସହ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ଟାଣି ଆଣିବା ପାଇଁ ଉଦ୍ୟମ ସହିତ ପର୍ଯ୍ୟଟନ ଶିଳ୍ପର ସକରାତ୍ମକ ବିକାଶ କରାଯାଇପାରିଲେ ଏ କ୍ଷେତ୍ରରୁ ରାଜ୍ୟ ରାଜକୋଷକୁ ବିପୁଳ ଟିକସ ଆସିବା ସହିତ କର୍ମନିଯୁକ୍ତି କ୍ଷେତ୍ର ସମ୍ପ୍ରସାରିତ ହୋଇପାରିବ ଏବଂ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ହସ୍ତଶିଳ୍ପ, ହସ୍ତତନ୍ତ ଓ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ଦେଶ ବିଦେଶରେ ବିକ୍ରି ହୋଇପାରିବ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତିରେ ଉଲ୍ଲେଖ କରିଛନ୍ତି ।

କାଚ ପରି ଚମକୁଛି ଏହି ନଦୀ, ବୋଟିଂ କରିବାକୁ ଆସନ୍ତି ପ୍ରତିଦିନ ହଜାର ସଂଖ୍ୟକ ପର୍ଯ୍ୟଟକ
ମାର୍ଚ୍ଚ ୧୯ (ଖବର ଓଡିଶା): ଅଧିକାଂଶ ଲୋକ କୌଣସି ବିଳାସମୟ ହୋଟେଲ କିମ୍ବା କୋଠାଠୁ ଅଧିକ ପ୍ରକୃତିର ନିକଟତର ଯିବାକୁ ପସନ୍ଦ କରିଥାନ୍ତି। ଆପଣଙ୍କୁ ଯଦି ଏମିତି ଜାଗା  ବୁଲିବାରେ ସଉକ ରହିଛି ତେବେ ଆମେ ଆପଣଙ୍କୁ ଏମିତି ଜାଗା ବିଷୟରେ କହିବୁ ଯେଉଁଠିକୁ ଦେଶ-ବିଦେଶରୁ ହଜାର ସଂଖ୍ୟକ ପର୍ୟ୍ୟଟକ ବୋଟିଂ କରିବାକୁ ଆସିଥାନ୍ତି।

ଭାରତ-ବାଂଲାଦେଶ ସୀମା ନିକଟ ପୂର୍ବ ଜୟନ୍ତିଆ ପାହାଡ ଜିଲ୍ଲାର ଏକ ଛୋଟ ସହର  ଦାବକୀ ମଧ୍ୟ ଦେଇ ପ୍ରବାହିତ ହେଉଛି ଉମନଗୋତ ନଦୀ। ଏହି ଛୋଟ ସହରଟି ରାଜଧାନୀ ସିଲଙ୍ଗଠୁ ୯୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ନଦୀର ସ୍ଵତନ୍ତ୍ରତା ଏହା ଯେ ଏହାର ପାଣି ଦେଖିବାକୁ କାଚ ପରି।

ନଦୀର ବିଶେଷତ୍ଵ

ଦାବକୀ ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ବ୍ୟସ୍ତମୟ  ବ୍ୟବସାୟ ମାର୍ଗ ଭାବେ କାମ କରିଥାଏ। ପ୍ରତ୍ୟେକ ଦିନ ଶହ ଶହ ଟରକ ଏହି ସହର ଦେଇ ଯାତାୟାତ କରିଥାଏ। ଉମନଗୋତ ନଦୀର ଆଖପାଖରର ମତ୍ସଜୀବୀଙ୍କ ପାଇଁ ମାଛ ଧରିବା ପାଇଁ ଏକ ପ୍ରମୁଖ ସ୍ଥଳ। ଏହି ନଦୀର ପାଣି ଏତେ ସ୍ଵଚ୍ଛ ଯେ କାଚ ପରି ଦେଖାଯାଏ। ଏହା ଉପରେ ବୋଟିଂ କଲେ ଏମିତି ଲାଗିଥାଏ ଯେମିତି କାଚ ଉପରେ ପହଁରୁଛୁ। କିଛି ଲୋକଙ୍କୁ ବିଶ୍ଵାସ ହୋଇନଥାଏ ଯେ ଏମିତି ସ୍ଵଚ୍ଛ ତଥା କାଚପରି ପାଣି ଆମ ଦେଶରେ ଥାଇପାରେ। ଏହି ନଦୀ ଉପରେ ନୌକା ଚାଲିବା ସମୟରେ ଏମିତି ଲାଗିଥାଏ ଯେମିତି କାଚ ଉପରେ ଲୋକେ ବସିଛନ୍ତି।

କେମିତି ପହଞ୍ଚିବେ

ସଡକ ପଥରେ ଆପଣ ସେହି  ଜାଗାକୁ ଯାଇ ପାରିବେ। ଏହି ଜାଗା ମେଘାଳୟର ରାଜଧାନୀ ସିଲଙ୍ଗ ସହିତ ସଡକ ପଥରେ ସଂଯୋଗ କରୁଛି। ତେଣୁ ଆପଣ କୌଣସି ଘରୋଇ ଗାଡି ମଧ୍ୟ ବୁକ୍ କରି ପାରିବେ। ଏଠାରେ ବସ୍ ସୁବିଧା ମଧ୍ୟ ଉପଲବ୍ଧ। ଟ୍ରେନରେ ଯାତ୍ରା କଲେ ଗୌହ୍ଵାଟୀ ରେଲଓ୍ଵେ ଷ୍ଟେସନ ଏହି ପର୍ୟ୍ୟଟନୀ ସ୍ଥଳୀର ନିକଟତମ ରେଲଓ୍ଵେ ଷ୍ଟେସନ।

ବାର୍ଷିକ ତଦାରଖ ପାଇଁ ଆଜି ପର୍ଯ୍ୟଟକଙ୍କୁ ମଧ୍ୟାହ୍ନ ଯାଏ ଚିଲିକା ପ୍ରବେଶ ମନା
ଭୁବନେଶ୍ୱର, ଫେବୃଆରୀ ୨୪(ଖବର ଓଡ଼ିଶା) : ପ୍ରଥମଥର ପାଇଁ ଚିଲିକା ହ୍ରଦର ବାର୍ଷିକ ତଦାରଖ ଶନିବାର ହେଉଛି । ଏଥିପାଇଁ ଆଜି ସକାଳୁ ଦିନ ୧୨ଟା ଯାଏଁ ଚିଲିକା ହ୍ରଦ ଭିତରକୁ ଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି ହୋଇଛି ।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡ଼ିଏ) ପକ୍ଷରୁ ପ୍ରଥମଥର ପାଇଁ ଚିଲିକା ହ୍ରଦର ତଦାରଖ ହେଉଛି । ଆଗରୁ ଚିଲିକା ଚିଙ୍ଗୁଡ଼ି ଘେରିରେ ଛନ୍ଦି ହୋଇପଡ଼ିଥିଲା । ଚିଲିକାର ମୋଟ ୧୮୨ ବର୍ଗ କିମି ଅଂଚଳରେ ଚିଙ୍ଗୁଡ଼ି ଚାଷ ପାଇଁ ଘେରି ହୋଇଥିଲା । ସେଥିରୁ ୧୫୧.୪୭ ବର୍ଗ କିମି ଘେରି ଉଚ୍ଛେଦ କରାଯାଇଛି । ଘେରିମୁକ୍ତ ଚିଲିକାର ସ୍ଥିତି ଓ ପ୍ରାଣୀମାନଙ୍କ ଉପରେ ତାର ପ୍ରଭାବ ଆକଳନ ପାଇଁ ଆଜି ପ୍ରଥମଥର ଚିଲିକାର ସ୍ୱାସ୍ଥ୍ୟ ତଦାରଖ ହେଉଥିବା ଜଣାଯାଇଛି । ଏହି ସର୍ବେକ୍ଷଣ ପାଇଁ ୨୮ଟି ଦଳ ଗଠନ କରାଯାଇଛି । ସିଡ଼ିଏ, ବନ୍ୟପ୍ରାଣୀ ଉପଖଣ୍ଡ, ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଖୋର୍ଦ୍ଧା କର୍ମଚାରୀ ଓ ପ୍ରକୃତିପ୍ରେମୀଙ୍କୁ ନିୟୋଜିତ କରାଯାଇଛି । ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଡ଼ଲଫିନ, ସ୍ପଞ୍ଜ ଓ ପୁନଃ ଘେରି ନିର୍ମାଣ ହୋଇଛି କି ନାହିଁ ତାହା ସବୁ ତଦାରଖ କରିବେ ।

ମାର୍ଚ୍ଚ ରୁ ଶ୍ରୀମନ୍ଦିର ସେବାୟତଙ୍କ ଅନୁଭବ ଯାତ୍ରା : ବୁଲି ଦେଖିବେ ମଥୁରା, ବୃନ୍ଦାବନର ବ୍ୟବସ୍ଥା
ପୁରୀ, ଫେବୃଆରୀ ୧୭(ଖବର ଓଡ଼ିଶା) : ଆସନ୍ତା ମାର୍ଚ୍ଚ ମାସରେ ଶ୍ରୀଜଗନ୍ନାଥ ମନ୍ଦିରର ୬୦ରୁ ଊଦ୍ଧ୍ୱର୍ ସେବାୟତ ଉତ୍ତର ଭାରତ ପରିଭ୍ରମଣରେ ଯାଇ ବଛାବଛା କେତେକ ମନ୍ଦିରର ନୀତିକାନ୍ତି ଦେଖି ଫେରିବାର ବ୍ୟବସ୍ଥା କରାଯାଇଛି ।

ଜଗନ୍ନାଥ ମନ୍ଦିର ପ୍ରଶାସନ ଏଥିପାଇଁ ଏକ ୬୦ ଜଣ ସେବାୟତଙ୍କ ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ଉତ୍ତରଭାରତର ମଥୁରା , ବୃନ୍ଦାବନ, ଋଷିକେଶ, ହରଦ୍ୱାର, ଅମୃତସର, ଆଗ୍ରା ଏବଂ ବୈଷ୍ଣବ ଦେବୀ ପରିଭ୍ରମଣରେ ନିଆଯିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ପଯ୍ୟାୟରେ ୬୦ ଜଣ ସେବାୟତଙ୍କୁ ଏଭଳି ଅନୁଭବ ଯାତ୍ରାରେ ସାମିଲ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସେବାୟତମାନଙ୍କୁ ସାମିଲ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ଠାରୁ ଜଣାଯାଇଛି । ସେବାୟତମାନେ ଏହି ସବୁ ମନ୍ଦିରର ରୀତିନୀତି, ପରିଚ୍ଛନ୍ନତା, ଜଳଯୋଗାଣ ବ୍ୟବସ୍ଥା ଓ ଯାତ୍ରୀଙ୍କ ସୁରକ୍ଷା ଅନୁଧ୍ୟାନ କରିବେ ।

ଆଇଆରସିଟିସିର ତୀର୍ଥଯାତ୍ରା ପ୍ୟାକେଜ, ୧୨ ହଜାରରେ ୧୨ ରାତି ଭ୍ରମଣ, ଫୋକସ ପଞ୍ଚ ଜ୍ୟୋତିର୍ଲିଙ୍ଗ
ଭୁବନେଶ୍ୱର, ଫେବୃଆରୀ ୧୭(ଖବର ଓଡ଼ିଶା) : ଆଇଆରସିଟିସି ପକ୍ଷରୁ ସ୍ପେଶାଲ ଟୁରିଷ୍ଟ ଟ୍ରେନ ଜରିଆରେ ତୀର୍ଥଯାତ୍ରା ପ୍ୟାକେଜ ପ୍ରସ୍ତୁତ କରାଯାଇଛି । ଖୁବ୍ କମ୍ ଟଙ୍କାରେ ବୁଲିବା  ଖାଇବା ଓ ରହିବା ବ୍ୟବସ୍ଥା ଉପଲବ୍ଧ ଥିବା କୁହାଯାଇଛି ।

ପଂଚ ଜ୍ୟୋତିର୍ଲିଙ୍ଗ ସହିତ ସାଇବାବା ଦର୍ଶନ ଆସ୍ଥା ସ୍ପେଶାଲ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖ ଠାରୁ ଯାତ୍ରାର ଶୁଭାରମ୍ଭ ହେବ । ପ୍ୟାକେଜ୍ ମୂଲ୍ୟ ୧୨,୨୮୫ ଟଙ୍କା ରହିଛି । ଜଣଙ୍କ ପିଛା ଏହି ପରିମାଣର ଟଙ୍କାରେ ୧୨ ରାତି ୧୩ ଦିନ ବୁଲିବା, ଖାଇବା ଓ ରହଣୀ ସୁବିଧା ପାଇପାରିବେ । ପ୍ୟାକେଜ୍ ରେ ଶିରିଡ଼ି ସାଇ ମନ୍ଦିର, ଶନି ଶିଗନା ପୁର, ତ୍ର୍ୟମ୍ବକେଶ୍ୱର, ନାଗେଶ୍ୱର, ସୋମନାଥ, ମହାକାଳେଶ୍ୱର, ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ ଦର୍ଶନ ସହିତ କାଳଭୈରବ, ଗୋମତୀ ଘାଟ , ଅକ୍ଷରଧାମ ମନ୍ଦିର, ମୁକ୍ତି ଧାମ ଓ ସାବରମତୀ ଆଶ୍ରମ ଦର୍ଶନ ବ୍ୟବସ୍ଥା ଉପଲବ୍ଧ ହେବ । ଯାତ୍ରା ପାଇଁ ଭୁବନେଶ୍ୱର, କଟକ, ସମ୍ବଲପୁର, ବିଳାସପୁର, ରାୟପୁରରେ ଟ୍ରେନ ବୋର୍ଡ଼ିଂ ଷ୍ଟେସନ ରହିବ ।

ସୂଚନା ଯୋଗ୍ୟ ଯେ ଆଇଆରସିଟିସି (ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେସନ) ପକ୍ଷରୁ ପୂର୍ବରୁ ୪ଥର ଏଭଳି ତୀର୍ଥଯାତ୍ରା ଟ୍ରେନ ବାହାରିଛି । ଗତ ଥରର ସଫଳତାକୁ ଦୃଷ୍ଟିରେ ରଖି ଏହି ଯାତ୍ରା ପରିକଳ୍ପନା କରାଯାଇଛି ।

ଦୁଇ ବର୍ଷରେ ବଢିବେ ଦୁଇଗୁଣା ବିଦେଶୀ ପର୍ଯ୍ୟଟକ
ଭୁବନେଶ୍ୱର, ଫେବୃଆରୀ ୧୬(ଖବର ଓଡ଼ିଶା) : ୨୦୧୬ ବର୍ଷରେ ରାଜ୍ୟକୁ ଯେତିିକି ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ୨୦୧୭ ବର୍ଷରେ ସେଥିରେ ୩୧ ପ୍ରତିଶତ ବୃଦ୍ଧି ପାଇଛି । ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ମଧ୍ୟ ୯ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତ ବର୍ଷ ରାଜ୍ୟକୁ ୧ କୋଟି ୪୧ ଲକ୍ଷ ପର୍ଯ୍ୟଟକ ଓଡ଼ିଶାକୁ ଆସିଛନ୍ତି । ୨୦୧୮ ରେ ଏହା ଦୁଇଗୁଣା ବଢିବାର ଆକଳନ କରାଯାଇଛି । ସେହିପରି ୨୦୨୦ ସୁଦ୍ଧା ଓଡ଼ିଶାକୁ ୨.୫ କୋଟି ପର୍ଯ୍ୟଟକଙ୍କୁ ଆଣିବା ନିମନ୍ତେ ପର୍ଯ୍ୟଟନ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ପର୍ଯ୍ୟଟନ ସ୍ଥଳୀରେ ପରିମଳ ବ୍ୟବସ୍ଥା, ଇ-ଭିଜା, ଶାମୁକା ପ୍ରକଳ୍ପ କାମ ତୁରନ୍ତ ସାରିବା, ୩୫୦ରୁ ଅଧିକ ପର୍ଯ୍ୟଟନ ସ୍ଥଳୀରେ ସର୍ବନିମ୍ନ ମୌଳିକ ସୁବିଧା ପର୍ଯ୍ୟଟକଙ୍କ ରହଣୀ ପାଇଁ ୨୦୨୦ ସୁଦ୍ଧା ୩ ଲକ୍ଷରୁ ଅଧିକ ହୋଟେଲ ରୁମ୍ ର ଉପଲବ୍ଧତା କିପରି କରାଯିବ ତାକୁ ନେଇ ପର୍ଯ୍ୟଟନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ପୁରୀ, ଭୁବନେଶ୍ୱର, ଦାରିଙ୍ଗିବାଡ଼ି, କୋରାପୁଟ, ରାୟଗଡ଼ା, ଅଂଚଳରେ ହୋଟେଲ ସ୍ଥାପନା ପାଇଁ ପ୍ରବର୍ତ୍ତନା ଦିଆଯିବ । ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୧ ହଜାର ଏକର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବା ସହିତ ୧୦ଟି ଦେଶରେ ରୋଡ଼ ସୋ ମାଧ୍ୟମରେ ଓଡ଼ିଶାକୁ ଆକର୍ଷିତ କରାଯିବା ଦିଗରେ ପଦକ୍ଷେପ ନିଆଯିବ । ଭୁବନେଶ୍ୱରରେ ୧୦ଟି ତାରକା ହୋଟେଲ ପ୍ରତିଷ୍ଠା ହେବା ସହ ୩୦ଟି ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଅଧିକ ଆକର୍ଷଣୀୟ କରାଯିବା ନେଇ ନିଷ୍ପତ୍ତି ହୋଇଛି ।