Khabar Odisha

ମତଦାନ ସମୟ ପରିବର୍ତ୍ତନ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ
ସାଧାରଣ ନିର୍ବାଚନ ୨୦୨୪ପାଇଁ  ଆସନ୍ତା ମେ ୧୩ ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଛି ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମାନେ ବିଧିବଦ୍ଧ ଭାବେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ମେ ୧୩ ତାରିଖରେ ନବରଙ୍ଗପୁର ଜିଲ୍ଲାର ୯୯୩ ଟି ବୁଥରେ ହେବ ମତଦାନ । ସେଥି ମଧ୍ୟରୁ  ୬୨ ଟି ବୁଥରେ ମତଦାନ ସମୟ ପରିବର୍ତ୍ତନ ନେଇ ନବରଙ୍ଗପୁର ଜିଲ୍ଲାପାଳ ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ସୂଚନା ଦେଇଛନ୍ତି । ନିର୍ବାଚନ ପରିଚାଳନାଗତ ଅସଙ୍ଗତି ଦୂର କରି ବ୍ୟବସ୍ଥାଗତ ଶୃଙ୍ଖଳା ଆଣିବା  ଉଧ୍ୟଷ୍ୟ ନେଇ ଏହି ସମୟ ପରିବର୍ତ୍ତନ କରାଯାଇଥିବା ଜିଲ୍ଲାପାଳ କମଳ ଲୋଚନ ମିଶ୍ର ସୂଚନା ଦେଇଛନ୍ତି  ।

ତେବେ ସମୟ ପରିବର୍ତ୍ତନ କରାଯାଇ ୬୨ ଟି ବୁଥରେ ସକାଳ ୭ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟ ୯୩୧ ଟି ବୁଥରେ ପୂର୍ବ ନିର୍ଧାରତ ସକାଳ ୭ ରୁ ସନ୍ଧ୍ୟା ୬ ଟା ଯାଏଁ ମତଦାନ ହେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମୟ ପରିବର୍ତ୍ତନ ହୋଇଥିବା ବୁଥ ଗୁଡିକ ମଧ୍ୟରୁ ଉମରକୋଟ ବିଧାନସଭା ମଣ୍ଡଳୀରେ ୨୨ , ଝରିଗାଁ ରେ ୨୬ ନବରଙ୍ଗପୁର ରେ ୧୦ ଓ ଡାବୁଗାଁ  ବିଧାନସଭା ମଣ୍ଡଳି ରେ ୪ ଟି ବୁଥ ରହିଛି ।  ଜିଲ୍ଲାରେ ୮ ଲକ୍ଷ ୫୦ ହଜାର ୮୫୩ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜିଠାରୁ ଅର୍ଥାତ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ  ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ,  ଆସନ୍ତା ୨୬ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୯ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ମହେଶ୍ୱର ନାୟକ(ସାଧାରଣ), ଅତିରିକ୍ତ ଜିଲାପାଳ ନବୀନ ଚନ୍ଦ୍ର ନାୟକ(ରାଜସ୍ୱ), ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ପ୍ରକାଶ କୁମାର ମିଶ୍ର, ସହକାରୀ ଜିଲାପାଳ (ନିର୍ବାଚନ) ପି.ମନୋସ୍ମିତା ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ : ମହାନଦୀରେ ବୁଡ଼ିଲା ଡ଼ଙ୍ଗା : ଯାତ୍ରୀ ନିଖୋଜ

ମହାନଦୀରେ ବୁଡ଼ିଲା ଡ଼ଙ୍ଗା : ଯାତ୍ରୀ ନିଖୋଜ
ମହାନଦୀରେ ଘଟିଲା ଅଘଟଣ । ମଝି ନଦୀରେ ଡ଼ଙ୍ଗା ଓଲଟି ପଡିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ସହିତ ପ୍ରାୟ  ୭ ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ସୂଚନା ଅନୁସାରେ, ଆଜି ବରଗଡ ବାଞ୍ଜିପଲୀରୁ ଏକ ଯାତ୍ରୀବାହୀ ଡ଼ଙ୍ଗା ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ମହାନଦୀରେ ଡ଼ଙ୍ଗା ଓଲଟି ପଡିଥିଲା । ଏହି ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ସହିତ ପ୍ରାୟ  ୭ ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି । ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ ପ୍ରାୟ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗାରେ ଅନେକ ମହିଳା ଓ ଛୁଆ ଥିବା ସୂଚନା ମିଳିଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆଗକୁ ପଢ଼ନ୍ତୁ : ଦିନରେ କବାଡି ବାଲା ସାଜି ନଜର ରଖୁଥିଲା, ରାତିର ଅନ୍ଧକାରରେ ଚୋରି କରୁଥିଲା ଚୋର

ଭିଜିଲାନ୍ସ ଜାଲରେ କିରାଣୀ
ବାରମ୍ବାର ବିଭିନ୍ନ ସରକାରୀ କର୍ମଚାରୀମାନେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି। ସେହିଭଳି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ହରଭଙ୍ଗା କାର୍ଯ୍ୟାଳୟର ବରିଷ୍ଠ କିରାଣୀ। ୨୦ ହଜାର ଲାଞ୍ଚ ନେଉଥିବା ବରିଷ୍ଠ କିରାଣୀଙ୍କୁ ପ୍ରମାଣ ସହିତ ଧରିଛି ଭିଜିଲାନ୍ସ। ସ୍କୁଲର ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ କିରାଣୀ। ତେଣୁ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ସମେତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇଛି।

ସୂଚନା ମୁତାବକ,  ବୌଦ୍ଧ ଜିଲ୍ଲାରେ ୨ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ବାଚନୀ ଛାଟ ପଡ଼ିଥିଲା। ଏପରିକି ଏଥିପାଇଁ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। କାରଣ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ବୈଠକରେ  ଯୋଗ ଦେଇଥିବାର ଫୋଟ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ  ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କରାଯାଇଥିଲା। ତେଣୁ ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ। ଯିଏ କି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ଦିନରେ କବାଡି ବାଲା ସାଜି ନଜର ରଖୁଥିଲା, ରାତିର ଅନ୍ଧକାରରେ ଚୋରି କରୁଥିଲା ଚୋର
ଦିନରେ କବାଡି ବାଲା ସାଜି ଥିବାବେଳେ ରାତିରେ କବାଟ ଖୋଲି ଲୁଟ କରୁଛି ଚୋର। ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ବଲାଙ୍ଗୀରର ବିଭିନ୍ନ ଘରେ ତଥା ଟିଟିଲାଗଡ କାଳୀ ମନ୍ଦିରରେ କ୍ରମାଗତ ଭାବେ ୪ ଥର ଚୋରି ହୋଇଥିଲା । ତେବେ ଏହି ଘଟଣା ପରେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଲା । ତେବେ ଚୋରଟି ଦିନ ବେଳା କବାଡି ବାଲା ସାଜି ବିଭିନ୍ନ ଜାଗାରେ ନଜର ରଖୁଥିଲା ଏବଂ ରାତିରେ ଯୋଜନା ବଦ୍ଧ ଭାବେ ଚୋରି କରି ଆସୁଥିଲା । ତେବେ ଚୋର ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏହି ଚୋରି କରୁଥିଲେ ୪ ଜଣ । ଦିନରେ କବାଡି ବାଲା ସାଜି ନଜର ରଖିବା ପରେ ରାତିରେ ଚୋରି କରୁଥିଲେ । ତେବେ ଟିଟିଲାଗଡର ବିଭିନ୍ନ ଅଞ୍ଚଳରୁ ଚୋରି କରି ଆସୁଥିବା ଚାରି ଅଭିଯୁକ୍ତଙ୍କୁ ଟିଟିଲାଗଡ ପୋଲିସ କାବୁ କରିବାରେ ସଫଳ ହୋଇଛି । ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଏହି ୪ ଚୋର ହେଉଛନ୍ତି ଗୋବିନ୍ଦ ଦେୱାର, ଅଜୟ ଦେୱାର୍,  ମହେଶ ଦେୱାର ଓ ଆଶିଷ ବର୍ମା । ଛଅ ଗୋଟି ଚୋରି ମାମଲାରେ ଗିରଫ କରାଯାଇଛି। ତେବେ ଏହି ଚୋରଙ୍କୁ ଧରିବା ପାଇଁ ଟିଟିଲାଗଡ ଥାନା ଅଧିକାରୀ ଅବନୀ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି ଏବଂ ଏଥିରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ କରାଯିବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ : ଚେକିଂ ବାଇକରୁ ଜବତ ହେଲା ୬ଲକ୍ଷ ୫୨ହଜାର ୮୦୦ ଟଙ୍କା

ଚେକିଂ ବାଇକରୁ ଜବତ ହେଲା ୬ଲକ୍ଷ ୫୨ହଜାର ୮୦୦ ଟଙ୍କା
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚାଲିଛି ଜୋରଦାର ଚେକିଂ । ଗତକାଲି ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା ଜବତ କରିଛି।

ସମ୍ପୃକ୍ତ ଯୁବକ ଦୁଇଜଣ ବରଗଡ଼ ଜିଲା ଝାରବନ୍ଧ ଥାନା ବଲାଙ୍ଗୀର ଗ୍ରାମର ବୋଲି ଜଣାପଡିଛି । ଥାନାରେ ସେମାନଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ନିର୍ବାଚନ ପୂର୍ବରୁ ଏତେ ଟଙ୍କା କାହାପାଖରୁ ଆଣି କେଉଁଠିକୁ ନେଉଥିଲେ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଯାଜପୁର ସହରରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ଯାଜପୁର ସହରରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଶ୍ରୀରାମ ସେବା ସମିତି ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ଯାଜପୁର ବିରଜା ହାଟ ନିକଟସ୍ଥ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରୁ ବାହାରି ଦେବୀଗଡା ଘାଟ ନିକଟରେ ପହଁଚି ବିସର୍ଜନ କରାଯାଇଥିଲା । ଶୋଭାଯାତ୍ରା ଯାଜପୁରର ବିଭିନ୍ନ ଛକ ଦେଇ ଯାଇଥିବା ବେଳେ ପ୍ରତ୍ୟେକ ଛକରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରୀରାମ ଭକ୍ତ ମାନଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ଏହି ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ଶ୍ରୀରାମଙ୍କ ସଚେତନତା ଶୋଭାଯାତ୍ରା ପାଇଁ ପୁରା ଯାଜପୁର ସହରରେ ଏକ ଆଧ୍ୟାମିକ ପରିବେଶ ସୃଷ୍ଟି ହେବା ସହ ପୁରା ସହର ରାମମୟ ହୋଇଥିଲା।  ଏହି ଶୋଭାଯାତ୍ରାରେ ୫ ହଜାରରୁ ଉର୍ଦ୍ଧ ଶ୍ରୀରାମ ଭକ୍ତ ସାମିଲ ହୋଇଥିଲେ।

ଅଧିକ ପଢନ୍ତୁ : ସୁନାବେଶରେ ମାଁ ମଝିଘରିଆଣୀ

ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଲୁଟ
ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଲୁଟ । ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମଧ୍ୟରେ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ।  ଗୁରୁବାର ଅପରାହ୍ନ ୩ଟା ସମୟରେ ଏହି ଘଟଣା ଘଟିଥିଲା ।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାସ୍ତାଘାଟ ସୁନସାନ ରହିଥଧିବା ବେଳେ ଏହି ମୌକାର ଫାଇଦା ଉଠାଇଥିଲେ ଡକାୟତ । ଗୁରୁବାର ଅପରାହ୍ନରେ ବ୍ୟାଙ୍କର ଲୁହାସଟର ଖୋଲି ଜଣେ ୩୦ବର୍ଷିୟ ଯୁବକ ଓ ଅନ୍ୟ ଜଣେ ମହିଳା ବେଶରେ ବୁର୍ଖା ପିନ୍ଧି ପ୍ରବେଶ କରିଥିଲେ । ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ମାତ୍ରେ ପ୍ରଥମେ ବ୍ୟାଙ୍କର ସଟରକୁ ଭିତର ପଟୁ ବନ୍ଦ କରିଦେଇଥିଲେ । ଏହାପରେ ହାତରେ ଧରିଥିବା ବନ୍ଧୁକ ଓ ମାରାଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଭୟଭୀତ କରି କାଉଣ୍ଟରରୁ ନଗଦ ୯ଲକ୍ଷ ୨୬ ହଜାର ଟଙ୍କା ନେଇ ବାଇକରେ ବରଗଡ଼ ପଟକୁ ଫେରାର ମାରିଥିଲେ। ସେମାନେ ସ୍ପଷ୍ଟ ଭାବରେ ସମ୍ବଲପୁରୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ବ୍ୟାଙ୍କ ସିସି କ୍ୟାମରାରେ ଦୁର୍ବୁତ୍ତ ମାନଙ୍କ କାରସାଦି କଏଦ ହୋଇଛି । ଡକାୟତି ସମୟରେ ବ୍ୟାଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀ ବ୍ୟାଙ୍କ ସଟରକୁ ଅଧା ବନ୍ଦ କରି ମାଧ୍ୟାନ ଭୋଜନ କରୁଥିଲେ । ଅନ୍ୟ  କର୍ମଚାରୀ ମାନେ ବାହାରକୁ ଯାଇଥିଲେ ।  ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପଚରା ଉଚରା ଆରମ୍ଭ କରିଥିଲା ।

ଅଧିକ ପଢ଼ନ୍ତୁ : ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ

ବିପୁଳ ପରିମାଣର ମଦ ଜବତ : ୬ ଗିରଫ
ବିପୁଳ ପରିମାଣର ମଦ ଜବତ। ତେବେ ଏ ମାମଲାରେ ଜଡିତ ଥିବା ୬ ବେପାରୀଙ୍କୁ ଗିରଫ କରିଛି  ଅନୁଗୁଳ ପୋଲିସ। ଜବତ ହୋଇଥିବା ମଦର ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ବିପୁଳ ପରିମାଣର ମଦ କେଉଁଆଡେ ଚୋରା ଚାଲାଣ ହେଉଥିଲା ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ କରୁଛି ପୋଲିସ।

ସୂଚନା ମୁତାବକ, ଅନୁଗୋଳ ଜିଲ୍ଲାର କିଶୋର ନଗର ଥାନା କୁମୁରସିଙ୍ଗା, ହଣ୍ଡପା,ଠାକୁରଗଡ ଓ ଆଠମଲ୍ଲିକରେ ମଦ କାରବାର ହେଉଥିବା ନେଇ ପୋଲିସ ନିକଟକୁ ଖବର ଆସିଥିଲା। ଏହାପରେ ଯୋଜନା ମୁତାବକ ପୋଲିସ ନିଜର ସମ୍ପୂର୍ଣ ଟିମ ସହିତ ମଦ କାରବାର ହେଉଥିବା ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଥିଲା। ତେବେ ଚଢାଉ ବେଳେ ମୋଟ ୪୦୦ ଲିଟର ମଦ ସହ ୨ଟି ଫ୍ରିଜର ଜବତ ହୋଇଛି। ଘଟଣାସ୍ଥଳରୁ ମଦ ଚୋରା ଚାଲାଣ କରୁଥିବା ୬ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଏପରିକି ଏ ମାମଲାକୁ ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ।

ନିର୍ବାଚନ ଉପଲକ୍ଷେ ବାଲୁକାକଳା
ଆଜି ସାଧାରଣ ନିର୍ବାଚନ ପାଇଁ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅବସରରେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ମାଧ୍ୟମରେ ସେ ମତଦାନ ସମ୍ପର୍କରେ ସାରା ଦେଶବାସୀଙ୍କୁ ସଚେତନ କରାଇଛନ୍ତି । ଏହି ବାଲୁକା କଳାରେ ମଧ୍ୟ  DESH KA GARV ଏବଂ I VOTE FOR SUREର ଲେଖା ଲେଖିଛନ୍ତି । ଏହି ସୁନ୍ଦର ବାଲୁକା କଳାକୁ ଦେଖିବା ପାଇଁ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।

ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ
ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ । ଭୁବନେଶ୍ୱର ମୈତ୍ରିବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ହେଲା ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ହୋଇଥିବା ବେଳେ ତାଙ୍କ  ଘର ଫୁଲବାଣୀ ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେବୋଲି ଜଣାପଡିଛି । ସେ ମଙ୍ଗଳବାର ଦିନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ୱର ଆସିଥିବା ବେଳେ ଶାନ୍ତି ଗେଷ୍ଟ ହାଉସରେ ରହିଥିଲେ । ତେବେ କେମିତି ତାଙ୍କର ମୃତ୍ୟୁ ହେଲା, ଏହା ହତ୍ୟା ନା ଆଉ କିଛି ତାହା ସ୍ପଷ୍ଟ ହୋଇନି । କିନ୍ତୁ ସେ ରହୁଥିବା ରୁମ ସାରା ରକ୍ତ ପଡିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ମୈତ୍ରୀ ବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।  ତେବେ ତପନ ସବୁ ମାସ ପରି ଭୁବନେଶ୍ୱର ଆସିଥିଲେ ଏକ କର୍ପୋରେଟ ମିଟିଂ ପାଇଁ ଆଉ ମଙ୍ଗଳବାର ଶାନ୍ତି ଗେଷ୍ଟ ହାଉସରେ ଚେକ୍ ଇନ୍ କରି ୨୦୨ ନମ୍ବର ରୁମରେ ରହିଥିଲେ । ଗୁରୁବାର ତାଙ୍କ ମୃତଦେହ ପଚିସଢି ଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେଣୁ ତାଙ୍କ ମୃତ୍ୟୁ ୪୮ ଘଣ୍ଟାରୁ ଅଧିକ ସମୟ ହେଲା ହୋଇଥିବା ଅନୁମାନ କରାଯାଉଛି । ହୋଟେଲ ରୁମର ଖଟ ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଏବଂ ଏଥିସହ ରୁମ ସାରା ରକ୍ତ ଦେଖିବାକୁ ମିଳିଥିଲା ।

ତେବେ କେଉଁ ଅବସ୍ଥାରେ ଶିଳ୍ପପତିଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ ଛାନଭିନ କରିବା ସହିତ ହୋଟେଲ ରୁମର ସିସିଟିଭି ଫୁଟେଜ ଯାଞ୍ଚ ଏବଂ ହୋଟେଲ କର୍ମଚାରୀ ମାନଙ୍କୁ ପଚରାଉଚରା କରୁଛି । ଏଥିସହ ତପନ ରହୁଥିବା ପାଖ ରୁମରେ କିଏ କିଏ ରହିଛନ୍ତି ସେନେଇ ଗେଷ୍ଟ ହାଉସ ମାଲିକଙ୍କୁ ପଚରାଉଚରା କରୁଛି ମୈତ୍ରିବିହାର ଥାନା ପୋଲିସ ।

ଅଧିକ ପଢ଼ନ୍ତୁ : ଆଜି ପୁରୀରେ ପହଞ୍ଚିଲା ରଥ ଦଉଡି