Khabar Odisha

ପଞ୍ଜାବ କିଙ୍ଗ୍ସ ବନାମ ମୁମ୍ବାଇ ଇଂଡିଆନ୍ସ
ଆଇପିଏଲର ୩୩ ତମ ମ୍ୟାଚରେ ଚଣ୍ଡିଗଡ଼ରେ ମୁହାଁମୁହିଁ ହେବେ ପଞ୍ଜାବ  କିଙ୍ଗ୍ସ ଓ ମୁମ୍ବାଇ ଇଂଡିଆନ୍ସ । ତେବେ ଦୁଇ ଦଳ ୬ ଟି ମ୍ୟାଚ ଖେଳିଥିବାବେଳେ ୨ ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି ଏବଂ ୪ ଟି ମ୍ୟାଚରେ ପରାସ୍ତ ହୋଇଛନ୍ତି । ପଞ୍ଜାବ ପଏଣ୍ଟସ ଟେବୁଲର ଅଷ୍ଟମ ସ୍ଥାନରେ ଥିବାବେଳେ ମୁମ୍ବାଇ ନବନ ସ୍ଥାନରେ ରହିଛି । ତେବେ ଆଇପିଏଲରେ ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ୩୧ ଥର ଟକ୍କର ହୋଇଥିବାବେଳେ ମୁମ୍ବାଇ ୧୬ ଥର ଜିତିଛି ଏବଂ ପଞ୍ଜାବ ୧୫ ଥର ଜିତିଛି । ୨୦୨୦ ପରଠାରୁ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ମୁମ୍ବାଇ ସାମାନ୍ୟ ଆଗରେ ରହିଛି । ୨୦୨୦ ପରଠାରୁ ୭ ଟି ମ୍ୟାଚରୁ ମୁମ୍ବାଇ ୪ଟି ମ୍ୟାଚରେ ବାଜି ମାରିଛି । ତେବେ ଆଜି ସନ୍ଧ୍ୟାର ମ୍ୟାଚ ମହାରାଜା ୟଦବିନ୍ଦ୍ର ସିଂ ଅନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମ, ମୁଲ୍ଲନପୁରରେ ଖେଳାଯିବ । ଏହି ଗ୍ରାଉଣ୍ଡରେ କାକର ଆସିବାର ସମ୍ଭାବନ ଅଧିକ ଥିବାରୁ ପଛରେ ବ୍ୟାଟିଂ କରିବା ସହଜ ହୋଇଥାଏ । ତେବେ ଯେଉଁ ଦଳ ଟସ୍ ଜିତିବ ଚେଜ କରିବାକୁ ଚେଷ୍ଟା କରିବ । ଆଜିର ମ୍ୟାଚ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭ ଟାରେ ଟସ୍ ହେବ ।

ପଞ୍ଜାବ କିଙ୍ଗ୍ସ ସମ୍ଭାବ୍ୟ ୧୧ : - ଅଥର୍ବ ତାଇଡେ, ଯନି ବେରଷ୍ଟୋ, ସାମ କରନ(ଅଧିନାୟକ), ଲିଅମ ଲିଭିଂଷ୍ଟୋନେ , ଜୀତେଶ ଶର୍ମା(ୱିକେଟ୍ କିପର), ଶଶାଙ୍କ ସିଂ, ଆଶୁତୋଷ ଶର୍ମା, ହରପ୍ରିତ ବ୍ରାର, ହର୍ଶଲ ପଟେଲ, ଅର୍ଶଦୀପ ସିଂ, କଗିସୋ ରବାଡା (ଇମ୍ପ୍ୟାକ୍ଟ ଖେଳାଳି - ପ୍ରଭସିମରନ ସିଂ)

ମୁମ୍ବାଇ ଇଂଡିଆନ୍ସ ସମ୍ଭାବ୍ୟ ୧୧ : - ରୋହିତ ଶର୍ମା, ଇଶାନ କିଷାନ(ୱିକେଟ୍ କିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଟିମ ଡେଭିଡ, ମହମ୍ମଦ ନବୀ, ରୋମାରିଓ ସେଫର୍ଡ, ଶ୍ରେୟସ ଗୋପାଳ, ଜେରାଲ୍ଡ଼ କୋଟଯି, ଯଶପ୍ରୀତ ବୁମରା , ଆକାଶ ମଧୱାଲ (ଇମ୍ପ୍ୟାକ୍ଟ ଖେଳାଳି - ସୂର୍ୟକୁମାର ଯାଦବ)

ଅଧିକ ପଢନ୍ତୁ : ବୋଲରଙ୍କ ଚମତ୍କାର ପ୍ରଦର୍ଶନ ସତ୍ୱେ କାହିଁକି ଋଷବ ପନ୍ତ ହେଲେ ପ୍ଲେୟାର ଅଫ ଦ ମ୍ୟାଚ !

ବୋଲରଙ୍କ ଚମତ୍କାର ପ୍ରଦର୍ଶନ ସତ୍ୱେ କାହିଁକି ଋଷବ ପନ୍ତ ହେଲେ ପ୍ଲେୟାର ଅଫ ଦ ମ୍ୟାଚ !
ଚଳିତ ଆଇପିଏଲର ୩୨ ତମ ମ୍ୟାଚରେ ୬ ୱିକେଟ୍ ରେ ବାଜି ମାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଗୁଜୁରାଟ ଟାଇଟନ୍ସକୁ ୮୯ ରନରେ ଅଲ ଆଉଟ କରିବା ପରେ ନିର୍ଧାରିତ ଲକ୍ଷ୍ୟକୁ ମାତ୍ର ୮.୫ ଓଭରରେ ହାସଲ କରିଛି । ୱିକେଟ୍ କିପିଙ୍ଗ କରୁଥିବା ତଥା ଦଳର ଅଧିନାୟକ ଋଷବ ପନ୍ତଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଛି । ତେବେ ନିଜର କ୍ୟାପିଟେନ୍ସି ବଳରେ ଋଷବ ଦିଲ୍ଲୀକୁ ମ୍ୟାଚ ଜିତାଇବା ସହ ପଏଣ୍ଟସ ଟେବୁଲରେ ମଧ୍ୟ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଗତ ସନ୍ଧ୍ୟାରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଋଷବ ପନ୍ତ ନିଜର ପ୍ରତିନିଧିତ୍ବ ବଳରେ ଗୁଜୁରାଟକୁ ୮୯ ରନରେ ସୀମିତ ରଖିଥିଲେ । କେବଳ ସେତିକି ନୁହେଁ ୱିକେଟ୍ କିପିଙ୍ଗରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଦର୍ଶନ କରିବା ସହ ଦୁଇଟି କ୍ୟାଚ ଓ ଦୁଇଟି ଷ୍ଟମ୍ପିଂ କରିଥିଲେ । କମ ରନକୁ ଚେଜ କରିବାକୁ ଆସି ୧୧ ବଲରେ ୧୬ ରନ କରି ଅପରାଜିତା ମଧ୍ୟ ରହିଥିଲେ ।

ତେବେ ଦିଲ୍ଲୀ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା । ଦିଲ୍ଲୀର ବୋଲର ନିୟମିତ ବ୍ୟବଧାନରେ ୱିକେଟ୍ ନେବା ସହ ଗୁଜୁରାଟର ବ୍ୟାଟିଂକୁ ଧ୍ବଂସ କରିଥିଲେ । ପ୍ରଥମ ୬ ଓଭରରେ ଚାରୋଟି ୱିକେଟ୍ ହରାଇ ୧୭.୩ ଓଭରରେ ଅଲ ଆଉଟ ହୋଇଥିଲେ । ଗୁଜୁରାଟ ପକ୍ଷରୁ ରାଶିଦ ଖାନ ସର୍ବାଧିକ ୩୧ ରନ କରିଥିଲେ । ମୁକେଶ କୁମାର ୩ ଟି, ଇଶାନ୍ତ ଶର୍ମା ଓ ଟ୍ରିଷ୍ଟନ ଷ୍ଟବ୍ସ ୨ଟି ଏବଂ ଅକ୍ସର ପଟେଲ ଓ ଖଲିଲ ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।  ଦିଲ୍ଲୀର ବ୍ୟାଟ୍ସମ୍ୟାନ ଆଟକିଙ୍ଗ ବ୍ୟାଟିଂ କରିବା ସହ ୬ ୱିକେଟ୍ ରେ ମ୍ୟାଚ ଜିତିଥିଲେ ।

ଅଧିକ ପଢନ୍ତୁ :ଗୋଟିଏ ଶତକ କରି ଅନେକ ରେକର୍ଡ ଭାଙ୍ଗିଲେ ସୁନୀଲ ନାରୀନ

ଗୋଟିଏ ଶତକ କରି ଅନେକ ରେକର୍ଡ ଭାଙ୍ଗିଲେ ସୁନୀଲ ନାରୀନ
କୋଲକାତା ନାଇଟ୍ ରାଇଡର୍ସର ଓପନର୍ ସୁନୀଲ ନାରୀନ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଶତକ ହାସଲ କରି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ ୫୬ ବଲରେ ୧୦୯ ରନ ସଂଗ୍ରହ କରିଥିଲେ।  ସୁନୀଲ ନାରିନ ୧୩ ଟି ଚୌକା ଓ ୬ ଟି ଛକ୍କା ମାରିବା ସହ ଦଳୀୟ ସ୍କୋର ୨୦ ଓଭରରେ ୨୨୩ ରନରେ ପହଞ୍ଚିଥିଲା ।

ଗୋଟିଏ ଶତକ ସହ ସୁନୀଲ ନାରୀନ ଅନେକ ରେକର୍ଡ କରିଛନ୍ତି :

ଆଇପିଏଲ ଇତିହାସରେ ସୁନୀଲ ନାରିନ ଏକମାତ୍ର ଖେଳାଳି ହୋଇଛନ୍ତି ଯିଏ ଗୋଟିଏ ଇନିଂସରେ ଶତକ ଏବଂ ଆଇପିଏଲର ଗୋଟିଏ ଇନିଂସରେ ପାଞ୍ଚ ୱିକେଟ୍ ନେଇଛନ୍ତି ।

କୋଲକାତାର ଘରୋଇ ମୈଦାନରେ କେକେଆର ପାଇଁ ଶତକ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି ସୁନୀଲ ନାରିନ ।

ଆଇପିଏଲ ଇତିହାସର ପ୍ରଥମ ଶତକ ବ୍ରାଣ୍ଡନ୍ ମ୍ୟାକାଲମ୍ କରିଥିଲାବେଳେ ସୁନୀଲ ନାରୀନ ୫୦ ତମ ଶତକ କରିଥିବା ଖେଳାଳି ହୋଇଛନ୍ତି ।

ପ୍ରଥମ ଶ୍ରେଣୀ, ଲିଷ୍ଟ-ଏ ଏବଂ ଟି -୨୦ ମ୍ୟାଚରେ ଶତକ ହାସଲ କରିଥିବା ସୁନୀଲ ନାରିନ ଆଇପିଏଲର ତୃତୀୟ ଖେଳାଳି ହୋଇଛନ୍ତି। ଏହାପୂର୍ବରୁ ମନୀଷ ପାଣ୍ଡେ (୨୦୦୯) ଏବଂ ପଲ୍ ଭାଲଥାଟି (୨୦୧୧) ଏହି କୀର୍ତ୍ତିମାନ କରିଥିଲେ।

ସୁନୀଲ ନାରୀନ ଆଇପିଏଲରେ ଏଭଳି ଏକ ଖେଳାଳି ହୋଇଛନ୍ତି, ଯିଏ ଗୋଟିଏ ମ୍ୟାଚରେ ଶତକ କରିବା ସହ ଗୋଟିଏ ୱିକେଟ୍ ନେଇଛନ୍ତି ଓ ଗୋଟିଏ କ୍ୟାଚ ଧରିଛନ୍ତି ।

୪୦୦୦ ରୁ ଅଧିକ ରନ୍ ସଂଗ୍ରହ କରି ଟି - ୨୦ କ୍ରିକେଟରେ ୪୦୦ ରୁ ଅଧିକ ୱିକେଟ୍ ନେଇଥିବା ସୁନୀଲ ନାରିନ ବିଶ୍ୱର ଚତୁର୍ଥ ଖେଳାଳି ହୋଇଥିଲେ। ଡ୍ବେନ ବ୍ରାଭୋ, ଆନ୍ଦ୍ରେ ରସେଲ ଏବଂ ଶାକିବ ଅଲ ହାସନ ପୂର୍ବରୁ ଏହି କୀର୍ତ୍ତିମାନ ରଚିଥିଲେ।

ଅଧିକ ପଢନ୍ତୁ : ବଟଲରଙ୍କ ଶତକ ବଳରେ ମ୍ୟାଚ ଜିତିଲା ରାଜସ୍ଥାନ

ଘରୋଇ ମୈଦାନରେ ଗୁଜୁରାଟ ଟାଇଟାନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ
ଗୁଜୁରାଟ ଟାଇଟାନ୍ସ ଆଜି ସନ୍ଧ୍ୟାରେ ଘରୋଇ ମୈଦାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଆଇପିଏଲ୍ ୨୦୨୪ ର ୩୨ ତମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ଚଳିତ ଆଇପିଏଲ ସିଜିନରେ ଗୁଜୁରାଟ ୬ ଟି ମ୍ୟାଚ ଖେଳିଥିବାବେଳେ ୩ଟିରେ ବିଜୟ ହାସଲ କରିଛି ଏବଂ ୩ ଟି ମ୍ୟାଚରେ ପରାଜୟର ସାମ୍ନା କରିଛି । ଏହା ସହ ପଏଣ୍ଟସ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଟି ମ୍ୟାଚ ମଧ୍ୟରୁ ମାତ୍ର ୨ ଟି ମ୍ୟାଚ ଜିତିଥିବାବେଳେ ୪ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି । ଏହା ସହ ଋଷବ ପନ୍ତଙ୍କ ଦିଲ୍ଲୀ ପଏଣ୍ଟସ ଟେବୁଲର ନବମ ସ୍ଥାନରେ ରହିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ବଲ୍-ବ୍ୟାଟ୍ ମଧ୍ୟରେ ଭଲ ସଂଯୋଗ ହେଉଥିବାରୁ ଭଲ ସ୍କୋର ହୋଇଥାଏ । ଦ୍ରୁତ ଆଉଟଫିଲ୍ଡ ହେତୁ ବଲ କ୍ଷିପ୍ର ଗତିରେ ସୀମା ରେଖା ପାର କରିଥାଏ । ତେବେ ଅହମ୍ମଦାବାଦର ପିଚ୍ ସ୍ପିନ ବୋଲରଙ୍କୁ ସାହାଯ୍ୟ କରିଥାଏ ।

ତେବେ ଆଇପିଏଲରେ ଏପର୍ଯ୍ୟନ୍ତ ଅହମ୍ମଦାବାଦରେ ମୋଟ ୩୦ ଟି ମ୍ୟାଚ ଖେଳାଯାଇଛି, ସେଥିମଧ୍ୟରୁ ପ୍ରଥମ ବ୍ୟାଟିଂ କରିଥିବା ଦଳ ୧୪ ଟି ମ୍ୟାଚରେ ଜିତିଥିବାବେଳେ ଚେଜ କରୁଥିବା ଦଳ ୧୬ ଟି ମ୍ୟାଚରେ ବିଜୟ ହାସଲ କରିଛି । ହି ଗ୍ରାଉଣ୍ଡରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୭୩ ରନ ହୋଇଥିବାବେଳେ ଦ୍ୱିତୀୟ ଇନିଂସର ସ୍କୋର ୧୫୮ ରନ ଅଟେ । ତେଣୁ ଟସ୍ ଜିତିବା ଦଳ ବୋଲିଂର ନିଷ୍ପତି ନେଇପାରନ୍ତି । ଗୁଜୁରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୋଟ ୩ଟି ମ୍ୟାଚ ଖେଳାଯାଇଥିଲାବେଳେ ଗୁଜୁରାଟ ୨ଟି ମ୍ୟାଚ ଜିତିଛି ଏବଂ ଦିଲ୍ଲୀ ଗୋଟିଏ ମ୍ୟାଚ ଜିତିଛି ।

ଅଧିକ ପଢନ୍ତୁ : ଵଟଲରଙ୍କ ଶତକ ବଳରେ ମ୍ୟାଚ ଜିତିଲା ରାଜସ୍ଥାନ

ବଟଲରଙ୍କ ଶତକ ବଳରେ ମ୍ୟାଚ ଜିତିଲା ରାଜସ୍ଥାନ
ଏକ ରୋମାଞ୍ଚକର ମ୍ୟାଚର ଅନ୍ତ ଘଟିଛି । ଶେଷ ବଲରେ ବାଜି ମାରିଛି ରାଜସ୍ଥାନ ରୟାଲ୍ସ । ବଟଲରଙ୍କ ଶତକ ସହ ମ୍ୟାଚ ଜିତି ପଏଣ୍ଟସ ଟେବୁଲରେ ଶୀର୍ଷରେ ରହିଛି ରାଜସ୍ଥାନ । ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟ ଲକ୍ଷ୍ୟ ପାର କରାଇଥିବା ବଟଲରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ କରାଯାଇଛି ।

ଇଡେନ ଗାର୍ଡେନରେ ଖେଳାଯାଇଥିବା ଆଇପିଏଲ ୨୦୨୪ ର ୩୧ ତମ ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ରାଜସ୍ଥାନ ରୟାଲ୍ସ । କୋଲକାତାର ଓପନିଂ ବ୍ୟାଟ୍ସମ୍ୟାନ ଫିଲ ସଲ୍ଟ ୧୦ ରନରେ ୱିକେଟ୍ ହରାଇଥିବାବେଳେ ସୁନୀଲ ନାରୀନ ୧୦୯ ରନ ସଂଗ୍ରହ କରିଥିଲେ । ଅଙ୍ଗକ୍ରିସ ରଘୁବଂଶୀ ୩୦, ଶ୍ରେୟସ ଆୟାର ୧୧, ରସେଲ ୧୩, ରିଙ୍କୁ ସିଂ ୨୦, ଭେଙ୍କଟେଶ ଆୟର ୮ ଓ ରାମନଦୀପ ସିଂ ୧ ରନ ସଂଗ୍ରହ କରିଥିଲେ । ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ ଓ ଆଭେଶ ଖାନ ୨ ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ଟ୍ରେଣ୍ଟ ବୋଲ୍ଟ  ଓ ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଦ୍ଵିତୀୟ ଇନିଂସରେ ୟଶସ୍ଵୀ ଜେସୱାଲ ୧୯, ବଟଲର ୧୦୭, ସଂଜୁ ସାମସନ ୧୨, ରିୟାନ ପରାଗ ୩୪, ଯୁରେଲ ୨, ଅଶ୍ୱିନ ୮, ରୋମାନ ପୋୱେଳ ୨୬ ରନ ସଂଗ୍ରହ କରିଥିଲେ। କୋଲକାତା ପକ୍ଷରୁ ହର୍ଷିତ ରାଣା, ସୁନୀଲ ନାରୀନ ଓ ବରୁନ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ବୈଭବ ଅରୋରା ଗୋଟିଏ ୱିକେଟ୍ ନେଇଥିଲେ । ଏହା ସହ ପଏଣ୍ଟସ ଟେବୁଲରେ ରାଜସ୍ଥାନ ଶୀର୍ଷରେ ରହିଛି । ରାଜସ୍ଥାନ ୭ ଟି ମ୍ୟାଚରୁ ୬ଟି ମ୍ୟାଚରେ ବିଜୟ ହାସଲ କରିଛି ଏବଂ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି । କୋଲକାତା ଗତ କାଲିର ପରାଜୟ ସତ୍ୱେ ଦ୍ଵିତୀୟ ସ୍ଥାନରେ ରହିଛି । କୋଲକାତା ୬ଟି ମ୍ୟାଚ ଖେଳିଥିବାବେଳେ ୪ଟିରେ ବିଜୟ ହାସଲ କରିଛି ଏବଂ ୨ଟି ମ୍ୟାଚରେ ପରାଜୟର ସାମ୍ନା କରିଛି ।

ଅଧିକ ପଢନ୍ତୁ : ଆଇପିଏଲର ସର୍ବାଧିକ ସ୍କୋର ବନାଇ ମ୍ୟାଚ ଜିତିଲା ହାଇଦ୍ରାବାଦ

କୋଲକାତାର ଇଡେନ ଗାର୍ଡେନରେ ଭେଟ ହେବେ ଟେବୁଲ ଟପ୍ପର
କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ୨୦୨୪ ର ୩୧ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । ରାଜସ୍ଥାନର ଖେଳାଳି ମାନଙ୍କ ପାଇଁ ଏହି ସିଜିନରେ ଭଲ ଆରମ୍ଭ ହୋଇଛି । ଦଳ ଏପର୍ଯ୍ୟନ୍ତ ଖେଳାଯାଇଥିବା ୬ ଟି ମ୍ୟାଚରୁ ୫ ଟିରେ ବିଜୟ ହାସଲ କରିଛି। ଶେଷ ମ୍ୟାଚରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ପଞ୍ଜାବ କିଙ୍ଗସକୁ ୩ ୱିକେଟରେ ପରାସ୍ତ କରିଛି। ଅନ୍ୟପକ୍ଷରେ କେକେଆର ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୮ ୱିକେଟରେ ପରାସ୍ତ କରିଥିଲା।

ଇଡେନ ଗାର୍ଡେନ୍ ଗ୍ରାଉଣ୍ଡରେ କେକେଆର୍ ଏବଂ ରାଜସ୍ଥାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ ହେବ ବୋଲି ଆଶା କରାଯାଉଛି । କେକେଆରର ଘରୋଇ ଗ୍ରାଉଣ୍ଡ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଏକ ସ୍ୱର୍ଗ ବୋଲି ବିବେଚନା କରାଯାଏ ।  କୋଲକାତାର ଏହି ଗ୍ରାଉଣ୍ଡରେ ଚୌକା ଓ ଛକ୍କା ବର୍ଷା ହୁଏ । ବଲ ଓ ବ୍ୟାଟ ମଧ୍ୟରେ ସଂଯୋଗ ଭଲ ହେଉଥିବାବେଳେ ଦ୍ରୁତ ଆଉଟଫିଲ୍ଡ ହେତୁ ବଲ କ୍ଷିପ୍ର ଗତିରେ ସୀମା ରେଖା ପାର କରିଥାଏ ।

ଇଡେନ ଗାର୍ଡେନ୍ ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ଆଇପିଏଲରେ ମୋଟ ୮୮ ଟି ମ୍ୟାଚ ଖେଳାଯାଇଛି। ଏଥି ମଧ୍ୟରୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୩୬ ଟି ମ୍ୟାଚ ଜିତିଛି । ଏଥି ସହିତ ଚେଜ କରୁଥିବା ଦଳ ୫୨ ଟି ମ୍ୟାଚରେ ଜିତିଛି। ଏହାର ଅର୍ଥ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ଏହି ଗ୍ରାଉଣ୍ଡରେ ଅଧିକ ପ୍ରଭାବଶାଳୀ ହୋଇଥାଏ ।

ଅଧିକ ପଢନ୍ତୁ : ଆଇପିଏଲର ସର୍ବାଧିକ ସ୍କୋର ବନାଇ ମ୍ୟାଚ ଜିତିଲା ହାଇଦ୍ରାବାଦ

ଆଇପିଏଲର ସର୍ବାଧିକ ସ୍କୋର ବନାଇ ମ୍ୟାଚ ଜିତିଲା ହାଇଦ୍ରାବାଦ
ଆରସିବି ବିପକ୍ଷରେ ଖେଳାଯାଉଥିବା ଆଇପିଏଲ ୨୦୨୪ ର ୩୦ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୨୮୭ ରନ ସ୍କୋର କରିଛି । କିଛି ଦିନ ପୂର୍ବରୁ ଆଇପିଏଲ ଇତିହାସର ସର୍ବାଧିକ ସ୍କୋର କରିଥିବା ସନରାଇଜର୍ସ ହାଇଦ୍ରାବାଦ ନିଜ ରେକର୍ଡକୁ ଭାଙ୍ଗି ଆଇପିଏଲର ସର୍ବାଧିକ ସ୍କୋର କରିଛି । ହାଇଦ୍ରାବାଦ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୭୭ ରନ ସ୍କୋର କରିଥିଲା। ତେବେ ଗତ କାଲି ମ୍ୟାଚରେ ହାଇଦ୍ରାବାଦର ଟ୍ରାଭିସ ହେଡ଼ ଶତକ କରିବା ସହ ହେନରୀକ କ୍ଳାସେନ ଅର୍ଦ୍ଧଶତକ କରିଥିଲେ । ଅଭିଷେକ ଶର୍ମା ୨୨ ବଲରେ ୩୪, ମାର୍କରମ ୧୭ ବଲରେ ୩୨ ଓ ଅବଦୁଲ ସମାଦ ୧୦ ବଲରେ ୩୭ ରନ ସଂଗ୍ରହ କରିଥିଲେ । ଏହା ସହ ଦଳୀୟ ସ୍କୋର ୨୮୭ ରେ ପହଞ୍ଚିଥିଲା । ବେଙ୍ଗଲୁରୁ ପକ୍ଷରୁ ଲକି ଫର୍ଗସନ ୨ଟି ଓ ଟପଲି ଗୋଟିଏ ୱିକେଟ୍ ନେଇଥିଲେ ।

ତେବେ ବେଙ୍ଗାଲୁରୁ ପକ୍ଷରୁ ଦୀନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରି ୩୫ ବଲରେ ୮୩ ରନ ସଂଗ୍ରହ କରିଥିଲେ । ବିରାଟ କୋହଲି ୪୨, ଡୁ ପ୍ଲେସିସ ୬୨, ୱିଲ ଜ୍ୟାକ୍ସ ୭, ରାଜତ୍ୱ ପାଟିଦାର ୯, ମହୀପାଲ ଲୋମରର ୧୯ ଓ ଅନୁଜ ରାୱତ ୨୫ ରନ ସ୍କୋର କରିଥିଲେ । ବେଙ୍ଗାଲୁରୁ ପକ୍ଷରୁ ସମୁର୍ଣ୍ଣ ପ୍ରଦର୍ଶନ ସତ୍ୱେ ୨୫ ରନରେ ପରାସ୍ତ ହୋଇଥିଲେ । ପ୍ୟାଟ କମିନ୍ସ ୩ଟି, ମୟଙ୍କ ମାର୍କଣ୍ଡେ ୨ଟି ଏବଂ ନଟରାଜନ ଗୋଟିଏ ୱିକେଟ୍ ନେଇଥିଲେ । ହାଇସ୍କୋରିଂ ମ୍ୟାଚରେ ଶତକ ହାସଲ କରିଥିବା ଟ୍ରାଭିସ ହେଡ଼ଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ କରାଯାଇଥିଲା ।

ଅଧିକ ପଢନ୍ତୁ : ଇଡେନ ଗାର୍ଡେନରେ କୋଲକାତାର ବଡ ବିଜୟ

ରୋହିତଙ୍କ ଶତକ ସତ୍ୱେ ମ୍ୟାଚ ହାରିଲା ମୁମ୍ବାଇ
ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ମୁମ୍ବାଇକୁ ଆଉ ଏକ ପରାଜୟର ସାମ୍ନା କରିବାକୁ ପଡିଛି । ରୋହିତ ଶର୍ମାଙ୍କ ଶତକ ସତ୍ୱେ ମୁମ୍ବାଇ ଇଂଡିଆନ୍ସକୁ ଆଉ ଏକ ପରାଜୟର ଶିକାର ହେବାକୁ ପଡିଛି । ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କ ହ୍ୟାଟ୍ରିକ ଛକ୍କାକୁ ଦର୍ଶକ ବେଶ ପସନ୍ଦ ଆସିଥିବାବେଳେ ଶେଷ ୪ ଟି ବଲରେ ଧୋନି ସଂଗ୍ରହ କରିଥିବା ୨୦ ରନ ଚେନ୍ନାଇକୁ ମ୍ୟାଚ ଜିତାଇବାରେ ସାହାଯ୍ୟ କରିଛି । ମଥିଶା ପଥିରାନାଙ୍କ ଚମତ୍କାରୀ ବୋଲିଂ ମୁମ୍ବାଇକୁ ୨୦ ରନରେ ପରାସ୍ତ କରିଛି । ଏହା ସହ ମ୍ୟାଚରେ ସର୍ବାଧିକ ୪ଟି ୱିକେଟ୍ ନେଇ ଚେନ୍ନାଇକୁ ମ୍ୟାଚ ଜିତାଇବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଛନ୍ତି ମଥିଶା ପଥିରାନା ।

ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆଜିଙ୍କ୍ୟା ରାହାନେ ୫, ରଚିନ ରବୀନ୍ଦ୍ର ୨୧, ଋତୁରାଜ ଗାଇକୱାଡ ୬୯, ଶିବମ ଦୁବେ ୬୬, ଡ୍ୟାରିଲ ମିଚିଲ ୧୭ ଏବଂ ଧୋନି ୨୦ ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୬ ରନ କରିଥିଲା । ଆଇପିଏଲ କ୍ୟାରିୟରର ୨୫୦ତମ ମ୍ୟାଚ ଖେଳୁଥିବା ଧୋନି ଶେଷ ଓଭରର ଶେଷ ଚାରୋଟି ବଲରେ ଲଗାତାର ୩ଟି ଛକା ମାରି ଦଳୀୟ ସ୍କୋରକୁ ୨୦୭ରେ ପହଞ୍ଚାଇଥିଲେ  । ମୁମ୍ବାଇ ବୋଲିଂରେ ହାର୍ଦ୍ଦିକ ୨ଟି , ଶ୍ରେୟସ ଗୋପାଳ ୧ ଏବଂ ଜେରାଲ୍ଡ କୋଟଜି ଗୋଟିଏ ୱିକେଟ୍ ଥିଲେ । ଦ୍ଵିତୀୟ ଇନିଂସରେ ରୋହିତ ଶର୍ମା ଲଢୁଆ ଇନିଂସ ଖେଳିବା ସହ ଅପରାଜିତା ରହି ୧୦୫ ରନ ସଂଗ୍ରହ କରିଥିଲେ । ଇଶାନ କିଷାନ ୨୩, ତିଲକ ବର୍ମା ୩୧, ହାର୍ଦ୍ଦିକ ୨, ଡେଭିଡ ୧୩, ରୋମାରିଓ ସେଫର୍ଡ ୧ ଏବଂ ନବୀ ୪ ରନ କରିଥିଲେ । ପଥିରାନା ୪ଟି ୱିକେଟ୍ ନେଇଥିବାବେଳେ ତୁଷାର ଦେଶପାଣ୍ଡେ ଓ ମୁସ୍ତଫିଜୁର ରେହମାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଅଧିକ ପଢନ୍ତୁ : ଇଡେନ ଗାର୍ଡେନରେ କୋଲକାତାର ବଡ ବିଜୟ

ଇଡେନ ଗାର୍ଡେନରେ କୋଲକାତାର ବଡ ବିଜୟ
କୋଲକାତାର ଇଡେନ ଗାର୍ଡେନରେ ୮ ୱିକେଟ୍ ରେ ବାଜି ମାରିଛି ଘରୋଇ ଦଳ କେକେଆର । ଫିଲ ସଲ୍ଟ ଅପରାଜିତା ରହି ୫୭ ବଲରେ ୮୯ ରନ କରିବା ସହ ୧୬୨ ରନର ଲକ୍ଷ୍ୟକୁ ୧୫.୪ ଓଭରରେ ହାସଲ କରିଛନ୍ତି ।  ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ କରି କେକେଆରକୁ ମ୍ୟାଚ ଜିତାଇବାରେ ସାହାଯ୍ୟ କରିଥିବା ଫିଲ ସଲ୍ଟଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି ।

ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲେ କେକେଆରର ଅଧିନାୟକ ଶ୍ରେୟସ ଆୟର । ବ୍ୟାଟିଂ କରିବାକୁ ଆସିଥିବା ଲକ୍ଷ୍ନୌର ଅଧିନାୟକ ରାହୁଲ ୩୭ ରନ କରି ୱିକେଟ୍ ହରାଇଥିଲେ । ଅନ୍ୟପକ୍ଷରେ  ଲକ୍ଷ୍ନୌର ଅନ୍ୟ ବ୍ୟାଟ୍ସମ୍ୟାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ । ଶେଷରେ ନିକୋଲାସ ପୂରନ ୩୨ ବଲରେ ୪୫ ରନ ସଂଗ୍ରହ କରି ଦଳକୁ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚାଇଥିଲେ । କେକେଆର ବୋଲିଂରେ ମିଚିଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ୍ ନେଇଥିଲାବେଳେ ବୈଭବ ଅରୋରା, ସୁନୀଲ ନାରୀନ, ବରୁନ ଚକ୍ରବର୍ତ୍ତୀ ଓ ରସେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସରେ ଲକ୍ଷ୍ନୌ ସମୁଦାୟ ଦୁଇଟି ୱିକେଟ୍ ହରାଇଥିଲା ଓ ଦୁଇଟି ଯାକ ୱିକେଟ୍ ମୋହସିନ ଖାନ ନେବାରେ ସଫଳ ହୋଇଥିଲେ । ୧୬୨ ରନର ଲକ୍ଷ୍ୟକୁ ଚେଜ କରୁଥିବାବେଳେ କେକାର ପକ୍ଷରୁ ଫିଲ ସଲ୍ଟ ୮୯ , ସୁନୀଲ ନାରୀନ ୬ , ଅଙ୍ଗକ୍ରିସ ରଘୁବଂଶୀ ୭ ଓ ଶ୍ରେୟସ ଆୟର ୩୮ ରନ ସଂଗ୍ରହ କରିଥିଲେ ।

ଅଧିକ ପଢନ୍ତୁ : ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡ଼ର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ

ଯୁବରାଜ ଓ ପୋଲାର୍ଡଙ୍କ ପରେ ଗୋଟିଏ ଓଭରରେ ୬ ଟି ଛକା ମାରିଲେ ଦିପେନ୍ଦ୍ର ସିଂ ଆୟରୀ
ଭାରତର ଯୁବରାଜ ସିଂ ଏବଂ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ୍ ପୋଲାର୍ଡଙ୍କ ପରେ ନେପାଳର ଦିପେନ୍ଦ୍ର ସିଂ ଆୟରୀ ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଗୋଟିଏ ଓଭରରେ ୬ ଟି ଛକା ମାରିଥିବା ତୃତୀୟ କ୍ରିକେଟର ହୋଇଛନ୍ତି। ଶନିବାର ଅଲ ଅମିରଟରେ କାତାର ବିପକ୍ଷରେ ନେପାଳର ବ୍ୟାଟ୍ସମ୍ୟାନ ଦିପେନ୍ଦ୍ର ସିଂ ଆୟରୀ ଟି-୨୦ ମ୍ୟାଚରେ ଗୋଟିଏ ଓଭରରେ ୬ ଟି ଛକା ମାରିଛନ୍ତି। ଆୟରୀ ୧୫ ଟି ବଲରୁ ୨୮ ରନ ସଂଗ୍ରହ କରିଥିଲେ ଏବଂ ନେପାଳ ୧୭୪ ରନରେ ୭ ଟି ୱିକେଟ୍ ହରାଇଥିଲେ । ଏହା ପରେ ଇନିଂସର ଶେଷ ଓଭର କାମରାନ ଖାନ ଆରମ୍ଭ କରିଥିଲାବେଳେ ଅନ୍ତିମ ଓଭରରେ ୬ ଟି ଛକ୍କା ମାରିଥିଲେ ଆୟରୀ । ଏହା ସହ ଆୟରୀ ବ୍ୟକ୍ତିଗତ ୨୧ ବଲରେ ୬୪ ରନ ସଂଗ୍ରହ କରିବା ସହ ଦଳୀୟ ସ୍କୋର ୨୧୦ ରନରେ ପହଞ୍ଚିଥିଲା ।

୨୦୦୭ ବିଶ୍ୱକପରେ ଡର୍ବାନରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କୁ ଭାରତର ଯୁବରାଜ ସିଂ ୬ଟି ବଲରେ ୬ଟି ଛକ୍କା ମାରିଥିଲେ ଏବଂ ୨୦୨୧ ରେ ଶ୍ରୀଲଙ୍କାର ଅକିଲା ଧନଞ୍ଜୟଙ୍କୁ କିରନ୍ ପୋଲାର୍ଡ ୬ଟି ବଲରେ ୬ଟି ଛକ୍କା ମାରିଥିଲେ ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ ଏବଂ ଆମେରିକାର ଜାସ୍କାରନ ମାଲହୋତ୍ରା ଏକ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଏହି ସଫଳତା ହାସଲ କରିଥିବାବେଳେ ଟେଷ୍ଟ କ୍ରିକେଟରେ ଏହି ରେକର୍ଡ କେହି କରିନାହାଁନ୍ତି।

ଅଧିକ ପଢନ୍ତୁ : ଇଣ୍ଡିଆନ୍ ପ୍ରିମିୟର ଲିଗର 'ଏଲ୍ କ୍ଲାସିକୋ' : ମୁମ୍ବାଇ ବନାମ ଚେନ୍ନାଇ