Khabar Odisha

ରାମ ନବମୀ ପାଇଁ ଚଳଚଞ୍ଚଳ ଅଯୋଧ୍ୟା
ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା। ଆସନ୍ତା ଏପ୍ରିଲ ୧୭ ତାରିଖରେ ପଡୁଛି ପବିତ୍ର ରାମ ନବମୀ । ଏଥିପାଇଁ ଅଯୋଧ୍ୟା ରାମ ମନ୍ଦିରରେ ସ୍ବତନ୍ତ୍ର ବ୍ଯବସ୍ଥା ହୋଇଛି। ଏପ୍ରିଲ୍ ୮ ତାରିଖରୁ ରାମ ନବମୀ ପର୍ଯ୍ୟନ୍ତ ରାମ ମନ୍ଦିରରେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଭବ୍ୟ ମେଳା ଅନୁଷ୍ଠିତ ହେବ। ଏହି ଅବସରରେ ଅଯୋଧ୍ୟାକୁ ପ୍ରାୟ ୫୦ ଲକ୍ଷ ଭକ୍ତଙ୍କ ଆଗମନ ସମ୍ଭାବନା ରହିଛି।

ପବିତ୍ର ଚୈତ୍ର ନବରାତ୍ରି ପ୍ରଥମ ଦିନରୁ ରାମ ନବମୀ ଯାଏଁ ଏହି ସମୟ ମଧ୍ଯରେ ପ୍ରଭୁ ରାମଲାଲା ପିନ୍ଧିବେ ବିଶେଷ ଏବଂ ସ୍ବତନ୍ତ୍ର ବସ୍ତ୍ର । ଏହି ସ୍ବତନ୍ତ୍ର ବସ୍ତ୍ର ଖଦି ସୂତାରେ ନିର୍ମିତ ହୋଇଛି। ଏହି ବସ୍ତ୍ରରେ ସୁନା ଏବଂ ରୂପା ଖଚିତ ହୋଇଛି। ଏହି ବସ୍ତ୍ରରେ ମୁଦ୍ରିତ ଚିତ୍ର ବୈଷ୍ଣବ ପ୍ରଣାଳୀର ଅଟେ। ଅତି ସୁନ୍ଦର ଓ ଆକର୍ଷଣୀୟ ଭାବେ ନିର୍ମିତ ହୋଇଛି ରାମଲାଲାଙ୍କ ଏହି ପରିଧାନ ବସ୍ତ୍ର। ପ୍ରଭୁଙ୍କ ଏହି ବସ୍ତ୍ରକୁ ନେଇ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି।

ଅନ୍ୟପଟେ ରାମନବମୀ ଦିନ ରାମଲାଲାଙ୍କ ଦର୍ଶନ ପାଇବା ପାଇଁ ଅଯୋଧ୍ୟା ଯିବାର କୌଣସି ଆବଶ୍ୟକତା ନାହିଁ। ସମସ୍ତ ଭକ୍ତମାନେ ନିଜ ଘରେ ବସି ରାମଲାଲାର ଦର୍ଶନ ପାଇପାରିବ । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ନିଜ ଘରେ ଏବଂ ଅଞ୍ଚଳରେ ରହି ରାମନବମୀ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଏହା ସହିତ, ଦୂରଦର୍ଶନ ମାଧ୍ୟମରେ ଅଯୋଧ୍ୟା ରାମ ମନ୍ଦିରର ରାମଲାଲାଙ୍କୁ ଦର୍ଶନ କରନ୍ତୁ ବୋଲି ନିବେଦନ କରିଛନ୍ତି। ରାମ ନବମୀ ଦିନ ଦୂରଦର୍ଶନ ମାଧ୍ୟମରେ ରାମଲାଲା ଙ୍କ ପୂଜାର ସିଧାପ୍ରସାରଣ ହେବ ।

ସୂଚନା ଯୋଗ୍ୟ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପରଠାରୁ ଏଯାବତ ଏକ କୋଟି ୭୦ ଲକ୍ଷ ଭକ୍ତ ରାମ ମନ୍ଦିର ପରିଦର୍ଶନ କରିଛନ୍ତି। ତେଣୁ ରାମ ନବମୀ ପାଇଁ ଅଯୋଧ୍ୟାରେ ଚାଲିଥିବା ଏହି ୯ ଦିନିଆ ମେଳାରେ ୫୦ ଲକ୍ଷ ଭକ୍ତ ଯୋଗଦେବେ ବୋଲି ଆଶା କରାଯାଇଛି।

କରୁଣାମୟୀ ମା ଘଣ୍ଟେଶ୍ଵରୀ
ଆମ ରାଜ୍ୟରେ ଅନେକ ଶକ୍ତି ପୀଠ ଅଛି ଯେଉଁଠି କି ଆଦିଶକ୍ତି ମା ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ପଶ୍ଚିମ ଓଡିଶାର ପ୍ରମୁଖ ଶକ୍ତି ପୀଠର ନା ଆସିଲେ ସେଥିରେ ଅନ୍ୟତମ ପ୍ରମୁଖ ଶକ୍ତି ପୀଠ ଭାବରେ ନା ଆସିଥାଏ ମା ଘଣ୍ଟେଶ୍ଵରୀ ପିଠର । ଆଦି ଶକ୍ତି ଦେବି ହେଉଛନ୍ତି ମା ଘଣ୍ଟେଶ୍ଵରୀ । ମା ଜଗତ ଓ ଭକ୍ତଙ୍କୁ ନିଜେ ଘଣ୍ଟ ଘୋଡାଇ ରଖିଥିବାରୁ ମା ଙ୍କ ପୀଠର ନାମ ଘଣ୍ଟେଶ୍ଵରୀ ହୋଇଛି । ସମ୍ବଲପୁର ଜିଲ୍ଲା ର ଚିପିଲିମା ନିକଟରେ ମହାନଦୀ କୂଳରେ  ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶରେ ବିରାଜମାନ ହୋଇ ପୂଜା ପାଇଁ ଆସୁଛନ୍ତି ମା ଘଣ୍ଟେଶ୍ଵରୀ ।

ମା ଙ୍କ ମନ୍ଦିର କୁ ରାଜ୍ୟ ସମେତ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି । ବିଶ୍ଵାସ ଅଛି ଯେ ମା ଙ୍କ ମନ୍ଦିରରେ ଯେ ଯାହା ମନସ୍କାମନା କରିଛି ତାକୁ ମା ଘଣ୍ଟେଶ୍ଵରୀ ପୁରଣ କରିଥାନ୍ତି । ଆଉ ମନସ୍କାମନା ପୁରଣ ହେବା ପରେ  ଭକ୍ତ ଶ୍ରଦ୍ଧା ସ଼ହକାରେ ଯାଇ ମା ଙ୍କ ପୀଠରେ ଏକ ଘଣ୍ଟି ବାନ୍ଧିଥାନ୍ତି । ମା ଙ୍କ ମନ୍ଦିର କୁ ପ୍ରବେଶ କରିବା ପରେ ଚାରି ଦିଗରେ କେବଳ ଦେଖାଦିଏ ଘଣ୍ଟି ହିଁ ଘଣ୍ଟି । ଏହା ସେହି ସବୁ ଅସଂଖ୍ୟ ଘଣ୍ଟି ଯାହା ଭକ୍ତ ମାନେ ମନସ୍କାମନା ପୁରଣ ପରେ ଏଠାରେ ବାନ୍ଧି ଦେଇ ଯାଇଥାନ୍ତି ।

ମା ଘଣ୍ଟେଶ୍ଵରୀ ପୀଠରେ ମା ଙ୍କ ଆବିର୍ଭାବ ନେଇ ଅନେକ କିମ୍ବଦନ୍ତୀ ଓ ଲୋକ କଥା ରହିଛି । ତେବେ ମନ୍ଦିର ପୂଜକ କହନ୍ତି ଯେ ବହୁ ବର୍ଷ ହେବ ଏହି ନଦୀରେ ଗ୍ରାମର ଏକ ଲୋକ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲା । ତେବେ ସେ ଦିନେ ନଦୀକୁ ମାଛ ଧରିବାକୁ ବହୁ ଥର ଜାଳ ପକାଇବା ପରେ ବି କୌଣସି ମାଛ ଜାଳରେ ନ ଫସି କେବଳ ଏକ ପଥର ବାରମ୍ବାର ଧରି ଦେଉଥିଲା ।  ଅନ୍ୟପଟେ ସେଦିନ ମା ସ୍ବପ୍ନ ଦେଇ ସେହି ପଥରରେ ରେ ମୋର ଅଂଶ ଅଛି ତାକୁ ସେଠି ସ୍ଥାପନ କରି ପୂଜାର୍ଚ୍ଚନା କରିବା ପାଇଁ କହିଥିଲେ ‌। ଏନେଇ ମାଛ ଧରାଲି ଜଣକ ଗ୍ରାମର ଗୌନ୍ତିଆ ଙ୍କୁ ଜଣାଇବା ପରେ ନଦୀ କୂଳରେ ମା ଙ୍କ ଶକ୍ତି ଅଂଶ କୁ ଯେବେଠୁ ସେଠାରେ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଉଛି ।

ଆଉ ମା ନିଜେ ନିଜ ପୀଠରେ ଭକ୍ତ ତଥା ଜଗତକୁ ଘଣ୍ଟିର ଛତ୍ରଛାୟାରେ ଆଶୀର୍ବାଦ ଦେଇ ଆସୁଛନ୍ତି । ତେବେ ମା ଙ୍କ ପୀଠରେ ଚୈତ୍ର ପୂର୍ଣ୍ଣିମା ସମେତ ବିଭିନ୍ନ ତିଥିରେ ମା ଙ୍କ ସ୍ୱତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥାଏ । ଏବେ ଧିରେ ଧିରେ ମା ଘଣ୍ଟେଶ୍ଵରୀଙ୍କ ଅପାର କରୁଣା ଓ ମହାମାରୀ ସୁଦୂର ପ୍ରଚାର ପ୍ରସାର ହେବା ପରେ ରାଜ୍ୟ ର ଏକ ପ୍ରମୁଖ ଶକ୍ତି ପୀଠ ସହ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳିରେ ମା ଙ୍କ ପୀଠ ପରିଗଣିତ ହେଲାଣି ।

ଅଧିକ ପଢନ୍ତୁ :ପାକିସ୍ତାନର କେଉଁ ଜାଗରେ ରାମମନ୍ଦିର ଅଛି

ନ୍ୟୁରାଲିଙ୍କର କମାଲ: ପକ୍ଷାଘାତ ରୋଗୀ ଖେଳିଲେ ଚେସ
ଗତ କିଛି ଦିନ ତଳେ ନ୍ୟୁରାଲିଙ୍କ କମ୍ପାନୀକୁ ଐତିହାସିକ ସଫଳତା ମିଳିଥିବା ବେଳେ ଏହା ଇତିହାସରେ ପ୍ରଥମ ଥର ପାଇଁ ମାନବ ମସ୍ତିଷ୍କରେ ସଫଳ ଭାବେ ଲିଙ୍କ କରିଥିଲା ବ୍ରେନ ଚିପ୍। ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ମାଧ୍ୟମରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ଏହି ବ୍ରେନ ଚିପ୍ ତିଆରି କରାଯାଇଥିବା ବେଳେ ଆଉ ଏକ ସଫଳତା ହାସଲ କରିଛନ୍ତି ନ୍ୟୁରାଲିଙ୍କର ବୈଜ୍ଞାନିକ ମାନେ। ଏହି ବ୍ରେନ ଚିପ୍ ଦ୍ୱାରା ଜଣେ ପକ୍ଷାଘାତ ରୋଗୀ କମ୍ପ୍ୟୁଟର ନିୟନ୍ତ୍ରଣ କରିବା ସମୟରେ ତାଙ୍କ ଚିନ୍ତାଧାରା ବ୍ୟବହାର କରି ଚେସ୍ ଖେଳିଛନ୍ତି।

ସୂଚନାଯୋଗ୍ୟ ଯେ, ୮ ବର୍ଷ ପୂର୍ବେ ସେ ଏକ ଭୟଙ୍କର ଦୁର୍ଘଟଣାରେ ୨୯ ବର୍ଷୀୟ ନୋଲାଣ୍ଡ ଆର୍ବାଗ ନାମକ ଜଣେ ବ୍ୟକ୍ତି କାନ୍ଧରୁ ତଳକୁ ପକ୍ଷାଘାତରେ ଆକ୍ରାନ୍ତ ହୋଇଯାଇଥିଲେ। ସେଥିପାଇଁ ଚଳିତ ବର୍ଷ ଜାନୁଆରୀରେ ତାଙ୍କ ମସ୍ତିଷ୍କରେ ଏକ ନ୍ୟୁରାଲିଙ୍କ ବ୍ରେନ ଚିପ୍ ଲଗାଯାଇଥିଲା। ତେବେ ନିକଟରେ ସେ ଏହି ଚିପ୍ ସହାୟତାରେ କମ୍ପ୍ୟୁଟର କର୍ସର୍‌ ନିୟନ୍ତ୍ରଣ କରି ବେଶ୍ କିଛି ସମୟ ଚେସ୍ ଖେଳିଛନ୍ତି। ଦଶମ ଶ୍ରେଣୀରୁ ସେ ଚେସ୍ ଖେଳିବା ଆରମ୍ଭ କରିଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ପରେ ସେ ଚେସ୍‌ ଖେଳିବା ବନ୍ଦ କରିଥିଲେ କିନ୍ତୁ ବର୍ତ୍ତମାନ ସେ ପୁଣି ଖେଳିଛନ୍ତି। ଏହି ଘଟଣା ସହ ଜଡିତ ଏକ ଭିଡିଓ ଦ୍ୱାରା ସାମାଜିକ ଗଣମାଧ୍ୟମ ‘X’ ରେ ସେୟାର କରାଯାଇଛି।

ସୂଚନାଯୋଗ୍ୟ ଯେ, ୨୦୧୬ ରେ ମେଡିକାଲ୍ ରିସର୍ଚ୍ଚ ୟୁନିଟ୍ ଭାବରେ ଏଲନ୍‌ ମସ୍କଙ୍କ ଦ୍ୱାରା ନ୍ୟୁରାଲିଙ୍କ ପ୍ରତିଷ୍ଠା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଭିନ୍ନକ୍ଷମମାନେ ଜ୍ଞାନକୌଶଳ ସହାୟତାରେ ବିଶ୍ବବାସୀଙ୍କ ସହ ଯୋଗାଯୋଗ ସ୍ଥାପନ କରିବା। ଏହି ଟେକ୍ନୋଲୋଜିରେ ଏକ ଅତ୍ୟାଧୁନିକ ପ୍ରତିରୋପଣ ପ୍ରଣାଳୀ ଅନ୍ତର୍ଭୁକ୍ତ ଏବଂ ଏଥିରେ ଏକ ରୋବଟ୍ ମନୁଷ୍ୟ ମସ୍ତିଷ୍କରେ ସୂତା ପରି ଇଲେକ୍ଟ୍ରୋଡ୍ ଭର୍ତ୍ତି କରି ସ୍ନାୟୁର କାର୍ଯ୍ୟକଳାପ ମଧ୍ୟରେ ଯୋଗାଯୋଗକୁ ସକ୍ଷମ କରିଥାଏ। ସେପ୍ଟେମ୍ବର ୨୦୨୩ ରେ ମସ୍କଙ୍କ ଏହି କମ୍ପାନୀ ପରୀକ୍ଷା ପାଇଁ ଅନୁମତି ପାଇଥିଲା। ଗବେଷକ ଦଳ କହିଛନ୍ତି, ଏହି ବ୍ରେନ ଚିପ୍ କୁ ମାନବ ମସ୍ତିଷ୍କରେ ଲିଙ୍କ କରିବା ଦ୍ୱାରା ବିଭିନ୍ନ ସ୍ନାୟୁଜନିତ ତଥା ମନୋବିଜ୍ଞାନ ସମ୍ବନ୍ଧିତ ରୋଗର ଚିକିତ୍ସା ସମ୍ଭବ ହୋଇ ପାରିବ ବୋଲି ଆଶା କରା ଯାଉଛି।

ଅଧିକ ପଢନ୍ତୁ: ବୌଦ୍ଧ ଜିଲ୍ଲାପାଳଙ୍କ ମାରଡା ଗାଁ ପରିଦର୍ଶନ

ମଣିଷ ଶରୀରରେ ଘୁଷୁରି କିଡନୀର ସଫଳ ଟ୍ରାନ୍ସପ୍ଲାଣ୍ଟ
ଆଜିର ସମୟରେ ଅଙ୍ଗ ପ୍ରତିରୋପଣ ଏକ ସାଧାରଣ ଘଟଣା ହୋଇଯାଇଥିବା ବେଳେ କେତେବେଳେ କିଡନୀ ତ ଆଉ କେତେବେଳେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯାଉଛି। ତେବେ ନିକଟରେ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ଡାକ୍ତରମାନେ ମଣିଷ ଶରୀରରେ ଘୁଷୁରି କିଡନୀର ସଫଳ ଟ୍ରାନ୍ସପ୍ଲାଣ୍ଟ କରି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି।

ସୂଚନା ଅନୁସାରେ, ଜଣେ ୬୨ବର୍ଷୀୟ ବୃଦ୍ଧ ରିଚାର୍ଡ ସ୍ଲାଏମାନ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ କିଡନୀ ପ୍ରତିରୋପଣ ଖୁବ ଜରୁରୀ ଥିଲା। ତେବେ ଡାକ୍ତରମାନେ ଜେନେଟିକ୍ ରୂପାନ୍ତରିତ ଘୁଷୁରୀର କିଡନୀ ଆଣି ସଫଳ ପ୍ରତିରୋପଣ କରିଥିଲେ। ଗତ ମାର୍ଚ୍ଚ ୧୬ତାରିଖରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ୪ଘଣ୍ଟା ଧରି ଡାକ୍ତରମାନେ ଏହି ଅସ୍ତ୍ରୋପଚାର କରିଥିଲେ। ତେବେ ଘୁଷୁରୀର କିଡନୀ ପ୍ରତିରୋପଣ କରାଯାଇଥିବା ପ୍ରଥମ ବ୍ୟକ୍ତି ହୋଇଛନ୍ତି ରିଚାର୍ଡ ସ୍ଲାଏମାନ। ସେ ଏବେ ସୁସ୍ଥ ଥିବା ବେଳେ ୱେମାଉଥର ରିଚାର୍ଡ ସ୍ଲାଏମାନଙ୍କୁ ଖୁବଶୀଘ୍ର ଡିସଚାର୍ଜ କରିଯିବ ବୋଲି ଜଣାପଡିଛି। ତେବେ ପ୍ରତିରୋପଣ ପାଇଁ ରୋଗୀଙ୍କୁ ଅଧିକ ସହଜରେ ଉପଲବ୍ଧ ଅଙ୍ଗ ଯୋଗାଇବା ପାଇଁ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି ଡାକ୍ତରମାନଙ୍କ ପକ୍ଷରୁ କୁହାଯାଇଛି।

ଉଲ୍ଲେଖନୀୟ ଯେ, ରିଚାର୍ଡ ସ୍ଲାଏମାନଙ୍କ କିଡ୍ନୀ ପ୍ରତିରୋପଣ ପାଇଁ ମାସାଚୁସେଟ୍ସର କେମ୍ବ୍ରିଜ୍ର ଇଜେନେସିସ୍ ଦ୍ୱାରା ଏକ ଘୁଷୁରିର କିଡନୀ ଯୋଗାଡ କରାଯାଇ ଏଥିରୁ କ୍ଷତିକାରକ ଜିନ୍ ସଂପୂର୍ଣ୍ଣ ଅପସାରଣ କରିବା ପରେ ଏଥିରେ ଥିବା ଅନ୍ତର୍ନିହିତ ଜୀବାଣୁ ନିଷ୍କ୍ରିୟ କରାଯାଇଥିଲା। ପରେ ଏହାକୁ ତାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏନେଇ ଲ୍ୟାଙ୍ଗୋନ୍ ଟ୍ରାନ୍ସପ୍ଲାଣ୍ଟ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡାକ୍ତର ରବର୍ଟ ମଣ୍ଟଗୋମେରୀ କହିଛନ୍ତି ଯେ, ଜେନୋଟ୍ରାନ୍ସପ୍ଲାଣ୍ଟେସନରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏହି ପଦ୍ଧତିରେ ଗୋଟିଏ ପ୍ରଜାତିରୁ ଅନ୍ୟ ପ୍ରଜାତିଠାରେ ଅଙ୍ଗ କିମ୍ବା ଟିସୁ ପ୍ରତିରୋପଣ କରାଯାଇ ପାରେ। ତେବେ କିଡନୀ ରୋଗରେ ପୀଡିତ ହଜାର ହଜାର ଲୋକଙ୍କ ପାଇଁ ଏହା ଏକ ବିକଳ୍ପ ଉତ୍ସ ହେବାକୁ ଯାଉଛି।

ଅଧିକ ପଢନ୍ତୁ: ଜୀବନ ହାରିଲେ ପଞ୍ଚମ ଶ୍ରେଣୀ ଛାତ୍ର

ଭଲ ହୋଇପାରେ AIDS!
ହ୍ୟୁମାନ ଡେଫିସିଏନ୍ସି ଭାଇରସ୍(HIV) ଏକ ଏପରି ଭୂତାଣୁ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ। ଏହି HIV ଭୂତାଣୁ ଧୀରେ ଧୀରେ ଏକ୍ୱାୟାର୍ଡ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ୍ (AIDS) ସୃଷ୍ଟି କରିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗର କୌଣସି ପ୍ରଭାବଶାଳୀ ଚିକିତ୍ସା ନଥିବା ବେଳେ ଆଗାମୀ ଦିନରେ ଏହାର ଚିକିତ୍ସା ସମ୍ଭବ ହୋଇପାରେ ବୋଲି ତଥ୍ୟ ପ୍ରକାଶ ପାଇଛି।

ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆଗାମୀ ଦିନରେ HIV AIDSର ଚିକିତ୍ସା ସମ୍ଭବ ହୋଇପାରେ। ଶକ୍ତିଶାଳୀ ଜିନ୍-ଏଡିଟିଂ ଟେକ୍ନୋଲୋଜି CRISPR (କ୍ଲଷ୍ଟର୍ଡ ରେଗୁଲାରୀ ଇଣ୍ଟରସ୍ପେସ୍ଡ ସର୍ଟ ପଲିଣ୍ଡ୍ରୋମିକ୍ ରିପିଟ୍ସ) ମାଧ୍ୟମରେ HIV ଭୂତାଣୁକୁ କୋଷରୁ ଅପସାରଣ କରାଯାଇ ରୋଗୀଙ୍କ ଶରୀରରେ ଏହି ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ରୋକି ହେବ ବୋଲି ତଥ୍ୟ ପ୍ରକାଶ ପାଇଛି।

ଆମଷ୍ଟରଡାମ୍ ବିଶ୍ୱବିଦ୍ୟାଳୟର ଏକ ଟିମ୍ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିବା ବେଳେ ଏହାର ପ୍ରାରମ୍ଭିକ ତଥ୍ୟ ଏକ ଡାକ୍ତରୀ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା। ସେହି ଟିମର ସଦସ୍ୟ ମାନଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ପରୀକ୍ଷଣ ପ୍ରାଥମିକ ପର୍ଯ୍ୟାୟରେ ଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଯେ HIV ନିରାକରଣ ସମ୍ଭବ ହୋଇଯିବାର ସମ୍ଭାବନା ଅଛି। ତେବେ ଏଥିପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ନଟିଂହାମ୍ ବିଶ୍ୱବିଦ୍ୟାଳୟର ଷ୍ଟିମ୍-ସେଲ୍ ଏବଂ ଜିନ୍-ଥେରାପି ଟେକ୍ନୋଲୋଜି ଆସୋସିଏଟ୍ ପ୍ରଫେସର ଡ. ଜେମ୍ସ ଡିକ୍ସନ୍ କହିଛନ୍ତି।

ଉଲ୍ଲେଖନୀୟ ଯେ, ୨୦୨୦ରେ ଜିନ୍-ଏଡିଟିଂ ଟେକ୍ନୋଲୋଜିକୁ ନୋବେଲ ପୁରସ୍କାର ମିଳିଥିଲା। ଏହି ଟେକ୍ନୋଲୋଜି, କୋଷର ମଲିକୁଲାର ସ୍ତରରେ ଜେନେଟିକ୍ ସିଜର୍ସ ଭାବରେ ବ୍ୟବହୃତ ହୁଏ। ଏହା ଶରୀରରେ ନିର୍ଦ୍ଦିଷ୍ଟ ସ୍ଥାନରେ HIVର ଡିଏନ, ହାନିକାରକ କିମ୍ବା ନିଷ୍କ୍ରିୟ ବିଟକୁ କୋଷରୁ କାଟି ବାହାର କରିଦେବ। ତେବେ ଏହା ଏବେ HIV AIDS ନିରାକରଣ ଦିଗରେ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।।

ଅଧିକ ପଢନ୍ତୁ: ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ

ବିଟ୍‌କଏନ୍ ମୂଲ୍ୟ ୭୨,୦୦୦ ଡଲାରରୁ ଅଧିକ
ବିଶ୍ବର ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି 'ବିଟ୍‌କଏନ୍' ପୁଣି ଥରେ ଚର୍ଚ୍ଚାରେ। ୨୦୨୧ ପରେ ଚାହିଦା ହରାଇଥିବା ଏହି ଡିଜିଟାଲ୍ ମୁଦ୍ରା ପୁଣିଥରେ ଦ୍ରୁତ ଗତିରେ ଗ୍ରହଣୀୟ ହେବାରେ ଲାଗିଛି। ଏବେ ଏହା ଲୋକମାନଙ୍କୁ ଆକର୍ଷିତ କରିବା ଆରମ୍ଭ କରିଥିବା ବେଳେ ବିଶେଷ କରି ଆମେରିକାରେ ଏହାର ଚାହିଦା ବଢ଼ୁଥିବାର ଦେଖିବାକୁ ମିଳିଛି। ତେବେ ଏହି ବିଟ୍‌କଏନ୍ ମୂଲ୍ୟ ୭୨,୦୦୦ ଡଲାରରୁ ଅଧିକ ହୋଇଯାଇ ଥିବା ଏକ ରିପୋର୍ଟ ରେ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ନିକଟରେ ଆମେରିକା ପରେ ବ୍ରିଟେନ୍‌ରେ ବିଟ୍‌କଏନ୍‌କୁ ଡିଜିଟାଲ୍ ସମ୍ପତ୍ତି ଭାବେ କାରବାର କରିବା ଲାଗି ଅନୁମତି ପ୍ରଦାନ କରାଯାଇଥିଲା। ଫଳରେ ବ୍ରିଟେନ୍‌ରେ ମଧ୍ୟ ବିଟ୍‌କଏନ୍‌ଭିତ୍ତିକ ଏକ୍ସଚେଞ୍ଜ ଆରମ୍ଭ ହୋଇଛି। ତେବେ ୨୦୨୪ରେ ବିଟ୍‌କଏନ୍‌ ଦାମ୍‌ରେ ୭୦ ପ୍ରତିଶତ ବୃଦ୍ଧି ‌ହୋଇ ୟୁରୋପରେ ଏହାର ଦାମ୍ ୭୨,୨୩୪ ଡଲାର ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଆମେରିକାରେ ବିଟ୍‌କଏନ୍, ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ରେ କାରବାର ହେଉଥିବା ବେଳେ ଖୁବ ଶୀଘ୍ର ସେଠାରେ ସେଣ୍ଟ୍ରାଲ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ କମ୍ କରିବା ଉପରେ ବିଚାର କରୁଛି। ସେଥିପାଇଁ ବିଟ୍‌କଏନ୍‌ରେ ନିବେଶ ଆଗ୍ରହ ବୃଦ୍ଧି ପାଇଥିବା ସୂଚନା ମିଳିଛି।  ପ୍ରତି ଚାରି ବର୍ଷରେ ଥରେ ଏହି ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ସମ୍ପ୍ରତ୍ତି ସାରା ବିଶ୍ବରେ ୨୧ ନିୟୁତ ସୀମିତ ବିଟ୍‌କଏନ୍ ରହିଥିବା ବେଳେ କେବଳ ଆମେରିକାରେ ବିଟ୍‌କଏନ୍‌ ଇଟିଏଫ୍‌ରେ ୨୦୦ କୋଟି ଡଲାର ନିବେଶ ହୋଇଛି।

ଅଧିକ ପଢନ୍ତୁ:ବାଲେଶ୍ୱରରେ ବିଜେପିର ମିଶ୍ରଣ ପର୍ବ ଆୟୋଜିତ

ଭାୟାକମ୍-୧୮ ଡିଜନୀର ଦାୟିତ୍ୱ ନେଲେ ନୀତା ଅମ୍ବାନୀ
ଭାରତ ତଥା ଏସିଆର ବିଶିଷ୍ଟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବେ ଗଣମାଧ୍ୟମ, ମନୋରଞ୍ଜନ ଏବଂ କ୍ରୀଡା ଶିଳ୍ପରେ ନିଜକୁ ଉପସ୍ଥିତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଥିପାଇଁ ରିଲାଏନ୍ସ କମ୍ପାନୀ ଦ୍ୱାରା ଭାୟାକମ୍ ୧୮ ଏବଂ ଡିସ୍ନି ଷ୍ଟାର୍ ଇଣ୍ଡିଆର ମିଶ୍ରଣରେ ୮.୫ ବିଲିୟନ ଡଲାର ମୂଲ୍ୟର ଏକ କମ୍ପାନୀ ସୃଷ୍ଟି ହୋଇଛି। ଏହି କମ୍ପାନୀର ଚେୟାରମ୍ୟାନ୍ ଭାବେ ନୀତା ଅମ୍ବାନୀ ଦାୟିତ୍ୱ ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ଭାୟାକମ୍ ୧୮ ଏବଂ ଡିସ୍ନି ଷ୍ଟାର୍ ଇଣ୍ଡିଆର ମିଶ୍ରଣରେ ସୃଷ୍ଟି ହୋଇଥିବା କମ୍ପାନୀ ଦେଶର ସବୁଠାରୁ ବଡ ମିଡିଆ ଏବଂ ମନୋରଞ୍ଜନ କମ୍ପାନୀ ଅଟେ। ଏଥିରେ ୭୫ କୋଟିରୁ ଅଧିକ ଦର୍ଶକ ଥିବା ବେଳେ ୨ ଲକ୍ଷ ଘଣ୍ଟାରୁ ଅଧିକ ବିଷୟବସ୍ତୁ ଏବଂ କ୍ରୀଡା ପାଇଁ ମିଡିଆ ଅଧିକାର ରହିଛି। ତେବେ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏହା ଏକ ଗେମ୍ ଚେଞ୍ଜର ଭାବେ ପ୍ରମାଣିତ ହେବ ବୋଲି ଆଶାବ୍ୟକ୍ତ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଗତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୋର୍ଡ ଛାଡିଥିବା ନୀତାଙ୍କୁ ପ୍ରଥମ ଥର ପାଇଁ ଏକ ବ୍ୟବସାୟର ଦାୟିତ୍ବ ପ୍ରଦାନ କରାଯାଇଛି। ନୀତା ଅମ୍ବାନୀ କ୍ରୀଡା ସହିତ ଜଡିତ କିନ୍ତୁ ସେ ମିଡିଆ ଦୁନିଆରେ ପ୍ରବେଶରେ ତାଙ୍କର ଏହା ପ୍ରଥମ ଥର ଅଭିଜ୍ଞତା ହେବ ବୋଲି ସୂଚନା ମିଳିଛି ।

ଏହି ଭାୟାକମ୍ ୧୮ ପ୍ଲାଟଫର୍ମ ସୋନି, ନେଟଫ୍ଲିକ୍ସ ଏବଂ ଆମାଜନର ପ୍ରାଇମ ଭିଡିଓ ପରି ପ୍ଲାଟଫର୍ମ ସହିତ ନିଜର ପ୍ରତିଦ୍ବନ୍ଦିତା କରିବା ପାଇଁ ଯାଉଛି। ମୁକେଶ ଅମ୍ବାନୀ  ଭାୟାକମ୍-୧୮ ମାଧ୍ୟମରେ ୨୨,୦୦୦ କୋଟି ଟଙ୍କା ନିବେଶ କରିଥିବା ବେଳେ ଏହାକୁ ଆଗକୁ ନେବା ଦାୟିତ୍ୱ ଏବେ ନୀତା ଅମ୍ବାନୀଙ୍କ ଉପରେ ରହିବା ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ: ଟିଟିଲାଗଡ ଜେଲରୁ ଦୁଇ କଏଦୀ ଫେରାର

ଭିକାରୀ ଏବେ ଲକ୍ଷପତି
ଚୀନର ଜିଙ୍ଗାଙ୍ଗ୍ ନାମକ ଜଣେ ବ୍ୟକ୍ତି ଭିକ୍ଷା ମାଗି ଚର୍ଚ୍ଚାରେ। ଭିକ୍ଷାମାଗି ସେ ଭାରତୀୟ ମୁଦ୍ରାରେ ପ୍ରାୟ 8 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସବୁଠୁ ବଡ କଥା ହେଲା ଜିଙ୍ଗାଙ୍ଗ୍ ପ୍ରକୃତରେ ଜଣେ ଭିକାରୀ ନୁହଁନ୍ତି । ସେ ଜଣେ ପେସାଦାର ଅଭିନେତା । ଗତ 12 ବର୍ଷ ହେଲା ସେ ଭିକାରୀ ଭୂମିକାରେ ଅଭିନୟ କରିଆସୁଛନ୍ତି । ସେ ଭିକାରୀ ବେଶ ହୋଇ ଦେଶର ଏକ ପର୍ଯ୍ୟଟନ ସ୍ଥଳୀ ଆଖପାଖରେ ବୁଲନ୍ତି । ତାଙ୍କ ଦମଦାର ଅଭିନୟ ଦେଖି କାହାରି ମନରେ ତାଙ୍କ ସମ୍ପର୍କରେ ସାମାନ୍ୟତମ ସନ୍ଦେହ ବି ଆସିନଥାଏ । ଜିଙ୍ଗଙ୍ଗଙ୍କର ଅପରିଚ୍ଛନ୍ନ ବେଶଭୂସା , ବିପର୍ଯ୍ୟସ୍ତ କେଶ, ସାଧାରଣ ପୋଷାକ, ଉଦାସ ଚେହେରା ,ହାତରେ ବାଡି ଧରିବାକୁ ଦେଖି ଲୋକେ ତାଙ୍କୁ ଅତିଧିକ ଗରିବ ବୋଲି ଭାବି ଦୟାପୂର୍ବକ ଟଙ୍କ ସହିତ ଅନ୍ୟନ ଜିନିଷ ଭି ଦେଇଥାନ୍ତି । ସମୟ ସମୟରେ ତାଙ୍କ ବହୁତ ଭଲ ଖାଦ୍ୟ ମଧ୍ୟ ମିଳିଥାଏ । ଏ ସମ୍ପର୍କରେ ଜିଙ୍ଗଙ୍ଗ କହିଛନ୍ତି ଅଭିନୟ ମୋର ଜୀବନ । ରାସ୍ତାରେ ଭିକାରୀ ମାନଙ୍କୁ ଦେଖି ଦିନେ ସେମାନଙ୍କ ଅଭିନୟ କରିବାକୁ ମନସ୍ଥ କରୁଥିଲେ । ମତେ ଏ ଅବସ୍ଥାରେ ଦେଖି ଲୋକ ମାନଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା । କେହି ମତେ ଏ ଅବସ୍ତାରେ ଦେଖି ଚିହ୍ନି ପରିଲେ ନାହିଁ । ପ୍ରତମ ଦିନର ବେଶ ଭଲ ରୋଜଗାର ମଧ୍ୟ ହୋଇଥିଲା । ତେବେ ବିନା ଅଡିସନରେ ମିଳିଥିବା ଏହି କାମକୁ ମୁଁ ଉପଭୋଗ କଲି। ପରିବାର ଲୋକ ଜାଣିବା ପରେ ଏହାକୁ ସମର୍ଥନ କଲେ ନାହିଁ । ଚୀନର ଜିଙ୍ଗାଙ୍ଗ୍ ନାମକ ଜଣେ ବ୍ୟକ୍ତି ଭିକ୍ଷା ମାଗି ଚର୍ଚ୍ଚାରେ। ଭିକ୍ଷାମାଗି ସେ ଭାରତୀୟ ମୁଦ୍ରାରେ ପ୍ରାୟ 8 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସବୁଠୁ ବଡ କଥା ହେଲା ଜିଙ୍ଗାଙ୍ଗ୍ ପ୍ରକୃତରେ ଜଣେ ଭିକାରୀ ନୁହଁନ୍ତି ।

ଶିବରାତ୍ରୀରେ କଣ କଲେ ମନଷ୍କାମନା ପୂରଣ ହୁଏ
ଆଜି ହେଉଛି ପବିତ୍ର ଶିବରାତ୍ରୀ । ସାରା ଦେଶରେ ଲୋକମାନେ ଶିବରାତ୍ରୀକୁ ବହୁତ ଧୁମ୍ ଧାମରେ ପାଳୁଛିନ୍ତି । ତେବେ ଆପଣ ଜାଣିଛନ୍ତିକି ଶିବ ରାତ୍ରୀରେ ଦୀପକୁ ଖାଲି ଛାଡି ଆସିବା କଥା ନୁହଁ । ଯଦି ଆପଣ ଦୀପକୁ ଖାଲିରେ ଛାଡି ଆସୁଛନ୍ତି ତାହାଲେ ଆପଣଙ୍କ ସହିତ ଘଟି ପାରେ କିଛି ଅଘଟଣ । ଯଦି ମହାଦୀପ ଉଠିବା ପୂର୍ବରୁ ଆପଣ ଜଳୁଥିବା ଦୀପଟିକୁ ଛାଡି ଆସନ୍ତି ତେବେ ଆପଣଙ୍କ ସହିତ ଘଟିପାରେ ଅଘଟଣ । କଥାରେ ଅଛି କୋପେ ବର ତୋପେ ବର । ଶିବ ହେଉଛନ୍ତି ବହୁତ ଭୋଳା ସେଥିପାଇଁ ତ ତାଙ୍କ ନାମ ଭୋଳାନାଥ ।ତେବେ ଜଗରରେ ସାଧରଣତଃ ଲୋକମାନେ ସକାଳୁ ସକାଳୁ ଉଠି ଶିବଙ୍କ ଦର୍ଶନ କରିବାକୁ ଯାଅନ୍ତି । ଏବଂ ଶିବଙ୍କୁ ପ୍ରସନ୍ନ କରିବା ପାଇଁ  ନିଜ ମନପସନ୍ଦର ଜିନିଷ ଶିବଙ୍କୁ ଭେଗରେ ଲଗାଇଥାନ୍ତି ।

ଯଦି ଆପଣଙ୍କର ଆଗକୁ ବିବାହ ଅଛି ଆପଣ ଭି ଏହି ଭୁଲ କରନ୍ତୁ ନାହିଁ । ଆପଣ ଭି ଦୀପକୁ ଛାଡି ଆସନ୍ତୁ ନାହିଁ ବରଂ ଆପଣ ଦୀପରେ ଗୁଆଘିଅ ସହିତ କିଛି କେଶର ଏବଂ ହଳଦୀ ଦେଇ ଦୀପ ଜାଳିବେ ଏଥି ସହିତ ଦୀପ ତଳେ ଅଖଣ୍ତିତ ଅରୁଆ ଚାଉଳ ରଖିବେ ଏବଂ ଦୀପର ମୁଖ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ରଖିବେ ଦେଖିବେ ଆପଣଙ୍କର ମନଷ୍କାମନା ପୂରଣ ହେଇଯିବ ।

ଉଦ୍ଧାର ହେଲା ଚାରି ହଜର ବର୍ଷ ତଳର ଲିପଷ୍ଟିକ୍
ଏକ ସଦ୍ୟ ଆବିଷ୍କାର ପ୍ରାଚୀନ ଦୁନିଆର ଆଧୁନିକ ସୌନ୍ଦର୍ଯ୍ୟଚର୍ଯ୍ୟାକୁ ସାମ୍ନାକୁ ଆଣିଛି । ଅନୁସନ୍ଧାକାରୀମାନେ ଲିପଷ୍ଟିକର ଟ୍ୟୁବ ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ ସର୍ବପ୍ରାଚୀନ ବୋଲି କହିଛନ୍ତି । ଇରାନର ଏୌତିହାସିକ ଜୋରେଫ୍ଟ କ୍ଷେତ୍ରରେ ଏହାକୁ ଠାବ କରାଯାଇଛି । ଏଇଟି 4 ହଜାର ବର୍ଷ ପୁରୁଣା ବୋଲି ବୌଜ୍ଞାନିକମାନେ ଅନୁମାନ କରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ କାଂସ୍ୟ ଯୁଗର ଅତ୍ୟାଧୁନିକ ସୌନ୍ଦର୍ଯ୍ୟ ପରମ୍ପରାର ଝଲକ ପ୍ରଦାନ କରିଛି । ସାଇଣ୍ଟିଫିକ ରିପୋର୍ଟସ ନାମକ ପତ୍ରିକାରେ ଏହି ଆବିଷ୍କାର ପ୍ରକାସ ପାଇଛି। ଖ୍ରୀ.ପୂ 1936-1687 ସମୟର ଏହି ଗାଢ ଲାଲ ରଙ୍ଗର ଲିପଷ୍ଟିକ୍ ଅତ୍ୟନ୍ତ ନିଖୁଣ ଭାବେ ସୁସଜ୍ଜିତ ଏକ କ୍ଲୋରାଇଟ ଶିଶିରେ ଥିଲା । ମରହସି ସଭ୍ୟତାରୁ ଏହାରି ଉତ୍ପତ୍ତି ହୋଇଥିବା ବିଶ୍ବାସ କରାଯାଇଛି । ମରହସି ଏକ ଶକ୍ତିଶାଳୀ ସମୂହ ଯାହା ଦିନେ ବର୍ତ୍ତମାନ ପର୍ବ ଇରାନରେ ସମୃଦ୍ଧ ହୋଇଥିଲା । ଏହି ଆବିଷ୍କାର ପ୍ରାଚୀନ ଇରାନ ଉନ୍ନତ ପ୍ରସାଧନ ପରମ୍ପରାକୁ ଦର୍ଶାଇଛି । ହଲିଲ ନଦୀରେ ଆସିଥିବା ବନ୍ୟା ପରେ 2001 ମସିହାରେ ଏହି ଆବିଷ୍କାର ଲୋକଲୋଚନକୁ ଆସିଥିଲା । ଉକ୍ତ ବନ୍ୟା ଯୋଗୁ ଅନେକ ପ୍ରାଚୀନ ସମାଧୀସ୍ଥଳ ଏବଂ ସେଠାରେ ପୋତା ଯାଇଥିବା ସମ୍ପତ୍ତି ଆବିଷ୍କୃତ ହୋଇଥିଲା । ପରେ ସେଗୁଡିକୁ ଜିରୋଫ୍ଟର ପ୍ରତ୍ନତାତ୍ତ୍ବିକ ସଂଗ୍ରହାୟାଳୟରେ ରଖାଯାଇଥିଲା । ଆବିଷ୍କାର ମଧ୍ୟରେ ଥିବା ଲିପଷ୍ଟିକ ଉକ୍ତ କ୍ଷେତ୍ରର ସମୃଦ୍ଧି ପ୍ରସାଧନ ଇତିହାସର ଅନନ୍ୟ ଉଦାହରଣ । କେବଳ ଓଠକୁ ରଙ୍ଗାଇବାର ସାମଗ୍ରୀ ନୁହଁ, ସୋରମେରୁ ପ୍ରସ୍ତୁତି ଆଇଲାଇନର, ଗାଲ ଓ ଭୂଲତା ପାଇଁ ପାଉଡର ଆଦିର ଆବିଷ୍କାର ବିଭିନ୍ନ ଉପାୟରେ ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ପରମ୍ପରାର ଝଲକ ପ୍ରଦାନ କରିଛି। ଲିପଷ୍ଟିକର ବିଶ୍ଲେଷଣରୁ ଜଣାପଡିଛି , ଏହା ହେମାଟାଇଟ ,ମ୍ୟାଗନାଇଟ ,ବ୍ରାନାଇଟ , ଗାଲେଲିନ , ଆଙ୍ଗଲେସାଇଟ୍ ଓ ଉଭିଦଭିତିକ ମହମର ମସଷ୍ଟିରେ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ଲିପଷ୍ଟିକରେ ଥିବା ଉପାଦନ ସହ ଏହାର ସାମଞ୍ଜସ୍ୟ ରହିଛି । ଲିପଷ୍ଟିକରେ ଥିବା ମିଶ୍ରଣ ଯେଉଁ ଶିଶିରେ ଭର୍ତ୍ତି କରାଯାଉଥିଲା ସେ ସମୟରେ  ଅନ୍ୟ ପ୍ରସାଧନ ସାମଗ୍ରୀ ଭର୍ତ୍ତି ହେଉଥିବା ପାତ୍ର ଠାରୁ ସମ୍ପୁର୍ଣ୍ଣ ଅଲଗା ।