Khabar Odisha

ଧୁଆଁବାଣ ହେଲା “ଜିରୋ କାଜୁଆଲିଟ୍ ମିଶନ” ! ଏବେ ସୁଦ୍ଧା ୩୨ ମୃତ୍ୟୁ, ୩ଦିନ ପରେ ବି ପଂହଚୁନି ରିଲିଫ୍
ମାନ୍ୟବର ମୁଖ୍ୟମନ୍ତ୍ରୀ ଗୋଟିଏ କଥା ଆମକୁ କହିଛନ୍ତି “ଜିରୋ କାଜୁଆଲିଟ୍ ମିଶନ” । ଆମେ ସେହି “ଜିରୋ କାଜୁଆଲିଟ୍ ମିଶନ” ପାଇଁ ସବୁ ପଦକ୍ଷେପ ନେଇଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଗୁରୁତ୍ୱ ଅନୁସାରେ ଆମେ ପୁରା ପ୍ରିକସନ ନେଇଛୁ । ଯେକୌଣସି ପରିସ୍ଥିତି ସୃଷ୍ଟି ହେଲେ ବି କାହାର ଜୀବନ ହାନି ହେବନାହିଁ ସେଥିପାଇଁ ପୁରା ପ୍ରଶାସନ ପ୍ରସ୍ତୁତ । ଏମିତି ଅଭୟବାଣି ଶୁଣାଇଥିଲେ ସଚିବାଳୟରେ ମୁଖ୍ୟ ଶାସନ ସଚିବ । ଖାଲି ସଚିବାଳୟସ୍ତରରେ ନୁହେଁ ବଂର ଜିଲ୍ଲା ସ୍ତରୀୟ ଅଧୀକାରିମାନେ ବି ନିଶ ଫୁଲେଇ କହିଲେ ଜିରୋ କାଜୁଆଲିଟ ଆମର ମିଶନ । ହେଲେ ସବୁ ଅଭୟବାଣୀ ଫେଲ ମାରିଲା । ତିତଲି ବାତ୍ୟା ପରବର୍ତୀ ବନ୍ୟାରେ ଆଜି ସୁଦ୍ଧା ଗଲାଣି ୩୨ ଲୋକଙ୍କ ଜୀବନ ।

ଗଜପତିରେ ବନ୍ୟା ବିପ୍ତାତରୁ ରକ୍ଷା ପାଇବାକୁ ଏକ ଗୁମ୍ଫା ତଳେ ଆଶ୍ରୟ ନେଇଥିଲେ ୧୬ ଜଣ । କିନ୍ତୁ ମାଟି ଅତଡା ଖସିବା କାରଣରୁ ସେମାନେ ଦୀର୍ଘ ସମୟ ଧରି ତାଭିତରେ ଚାପି ହୋଇ ଅଣନିଶ୍ୱାସୀ ହୋଇଯିବା କାରଣରୁ ସେଥିରୁ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସେହିପରି ଗଜପତିରେ କାନ୍ଥ ଭୁଶୁଡି ବିଭିନ୍ନ ସ୍ଥାନରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲାରେ କାନ୍ଥ ଭୁଷୁଡି ସମୁଦାୟ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲାରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୪ ଟପିଛି । ଗୁରୁବାର ଦିନ ସମୁଦାୟ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ଦିନ ଆଉ ୨୪ ଜଣଙ୍କର ମୃତ୍ୟୁ ହୋଇଛି ।

ତିତଲି ପବନରେ ଦକ୍ଷିଣ ଓଡିଶାକୁ ଦୋହଲାଇଦେଲାପରେ ଏବେ ବନ୍ୟାରେ ବୁଡାଇ ଦେଇଛି । ସହର ଠାରୁ ଗାଁ ସବୁଠି ଉବୁଟୁବୁ ହେଉଛି ବନ୍ୟା ଜଳ । ସରକାରୀ ହିସାବ ଅନୁସାରେ ୬ଟି ଜିଲ୍ଲା ଗଜପତି, ଗଂଜାମ, ରାୟଗଡା, ପୁରୀ, କନ୍ଧମାଳ ଓ କେନ୍ଦ୍ରାପଡା ଜିଲ୍ଲାର ମୋଟ ୫୨ଟି ବ୍ଲକର ମୋଟ ୩୮ ଲକ୍ଷ ୭୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

ମାଲକାନଗିରି, ସରକାର ବିଫଳ ହେବା ପରେ ଜଣେ ବ୍ୟବସାୟୀ ଯୋଗାଉଛନ୍ତି ୨୦ ଗାଁକୁ ପିିଇବା ପାଣି
ପ୍ରତ୍ୟେକଙ୍କୁ ମୁନ୍ଦାଏ ସ୍ୱଚ୍ଛ ପାଣି ଯୋଗାଇ ଦେବା ପ୍ରତ୍ୟେକ ନିର୍ବାଚିତ ସରକାରର ପ୍ରଥମ କର୍ତ୍ତବ୍ୟ । ମୌଳିକ ଆବଶ୍ୟକତା କୁହାଯାଉଥିବା ବିଶୁଦ୍ଧ ଜଳ ଏବେ ବି ଅନେକ ଅଂଚଳବାସୀଙ୍କ ପାଇଁ ସ୍ୱପ୍ନ ହୋଇଛି । ନାଳ, ଝରଣା ଓ ପୋଖରୀରୁ ପାଣି ନେଇ ପିଇବା ପାଣି ଭାବେ ବ୍ୟବହାର ହେଉଥିବାର ଚିତ୍ର ବିଶୁଦ୍ଧ ଏବେ ବି ଗାଁ ମାନଙ୍କରେ ଦେଖିବାକୁ ମିଳିଥାଏ । ଲୋକଙ୍କୁ ପାଣି ମୁନ୍ଦାଏ ଯୋଗାଇବା ଦିଗରେ ସରକାର ବିଫଳ ହେବା ପରେ ମାଲକାନାଗିରି ଜିଲ୍ଲାର ଉତ୍ତମ ମଲ୍ଲିକ ୧୨ଟି ଜଳ ଯୋଗାଣ ପ୍ରକଳ୍ପ ନିଜ ହାତରୁ ଖର୍ଚ୍ଚ କରି ପରିଚାଳନା କରୁଛନ୍ତି ।

ଏମଭି ୮୮ ଗ୍ରାମର ଉତ୍ତମ ପେଷାରେ ଜଣେ ବ୍ୟବସାୟୀ । ହେଲେ ଜଳ ସେବା ପାଇଁ ଆଗକୁ ଆସି ସାଲେମାରିକୋଣ୍ଡା, ସିମିଳିବାଂଚା, ଗୋରଖପାଲୀ ସମେତ ୧୯ଟି ଗାଁରେ ଜଳ ବିଶୋଧନ ଖଞ୍ଜି ପାଣି ଦେବା କାମରେ ମାତିଛନ୍ତି । କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି ଉତ୍ତମଙ୍କ କାର୍ଯ୍ୟକୁ ଅତି ଉତ୍ତମ ବୋଲି କହିଛନ୍ତି ।

କୋରାପୁଟ ଆଦିବାସୀଙ୍କ ନିଆରା ପରମ୍ପରା, ଯେଉଁଠି ବରଦିଏ କନ୍ୟାପକ୍ଷକୁ ଓଲଟା ଯୌତୁକ
ଯୌତୁକ ପାଇଁ ସମାଜରେ ନାନା ପ୍ରକାର ବିଭ୍ରାଟ ଦେଖିବାକୁ ମିଳୁଥିବାବେଳେ ରାଜ୍ୟର କେତେକ ଅଂଚଳରେ ଥିବା ଆଦିବାସୀ ସମାଜ ଏହାଠାରୁ ଦୂରରେ ଥିବା ଜଣାଯାଇଛି । କୋରାପୁଟ ଆଦିବାସୀ ସମାଜର ଯୁବକମାନେ ବିବାହ ବେଳେ କନିଆ ପକ୍ଷରୁ ଯୌତୁକ ଦେଇ ବାହା ହେଉଥିବା ଆଜିର ଯୁବ ସମାଜ ପାଇଁ ପ୍ରେରଣା ସୃଷ୍ଟି କରିଛି ।

ପୁଅ ଯଦି ବାହା ହେବ ତ ପୁଅଘର ଲୋକ କନିଆ ଘରକୁ ନଗଦ ଟଙ୍କା, ଛେଳି, ଚାଉଳ ଭଳି ସାମଗ୍ରୀମାନ ଦେବାକୁ ହୋଇଥାଏ । ଏହି ଚାଉଳ, ଛେଳି ଓ ଟଙ୍କାରେ କନ୍ୟାପକ୍ଷ ଭୋଜି କରି ସାହି ଭାଇଙ୍କୁ ଖାଇବାକୁ ଦେଇଥାନ୍ତି । ଏହି ପରମ୍ପରାକୁ ଜଲାବିବା ବୋଲି କୁହାଯାଏ । ଦଲାବିବାରେ ବରଘର ପକ୍ଷରୁ ମାମୁଁ ମାଇଁଙ୍କୁ ନୁଆ ଲୁଗାପଟା ଦିଆଯାଏ । କନିଆ ବିଦା ବେଳକୁ କନିଆ ଗାଁର ଲୋକେ ବରଠାରୁ ଫାଇନ ମାଗନ୍ତି । ଝିଅ ନିଜ ଗାଁର ନଦୀ, ପାହାଡ଼, ବଣ ଜଙ୍ଗଲ, ରାସ୍ତାଘାଟକୁ ପର କରି ଅନ୍ୟ ଗାଁକୁ ଚାଲି ଯାଉଥିବାରୁ ବର ଫାଇନ ଦେଇଥାଏ । ଏହି ପ୍ରାଚୀନ ବିବାହ ପରମ୍ପରା ଆଦିବାସୀ ସମାଜର ଏକତା, ସଂହତି ଓ ସମ୍ମାନ ରକ୍ଷା କରିଥାଏ ବୋଲି କୁହାଯାଏ ।

ଗର୍ଭବତୀ ମହିଳାଙ୍କୁ ୮ କିମି କାନ୍ଧରେ ବୋହିଲେ, ମାଓ ପ୍ରବଣ ଅଂଚଳରେ ଦେବଦୂତ ଯବାନ
ଜୀବନକୁ ବାଜି ଲଗାଇ ସେମାନେ ଦେଶ ମାତୃକାର ସେବା ପାଇଁ ନିୟୋଜିତ ହୋଇଛନ୍ତି । ଶତୃୁ ସେନାର ଗୁଳିକୁ ଭୟ ନାହିଁ କି ଲ୍ୟାଣ୍ଡ ମାଇନ ବିସ୍ପୋରଣକୁ ଖାତିର ନାହିଁ । ସୁରକ୍ଷା ପାଇଁ ନିୟୋଜିତ ଯବାନମାନେ ଦେଶର ସୀମାରେ ଶତ୍ରୁ ସୈନ୍ୟକୁ ଜଗିଥିବାବେଳେ ଦେଶ ଭିତରେ ମାଓବାଦୀଙ୍କ ସହିତ ମୁକାବିଲା କରୁଛନ୍ତି । ଏଭଳି ସ୍ଥିତିରେ କାମ କରୁଥିବା ଯବାନମାନଙ୍କ ହୃଦୟରେ ଥିବା ମାନବିକତାର ଆଉ ଏକ ନଜିର ଦେଖିବାକୁ ମିଳିଥିଲା ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲ୍ଲା ହାଡ଼େଲ ଗ୍ରାମରେ । ଆଇଟିବିପି ୪୧ ବାଟାଲିୟନ ଯବାନମାନେ ହରିଜନପଡ଼ା ଜଙ୍ଗଲକୁ କୁମ୍ଭିଂ ପାଇଁ ଯାଇଥିବାବେଳେ ହାଡ଼େଲ ଗ୍ରାମର ରୁକୁଣୀ ବାଘେଇ ନାମ୍ନୀ ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଗାଁଟି ଅଗମ୍ୟ ହୋଇଥିବାରୁ ଆମ୍ବୁଲାନ୍ସ ଆସିପାରୁନଥିଲା । ଏହା ଦେଖିବା ପରେ ଯବାନମାନେ କୁମ୍ଭିଂକୁ ବନ୍ଦ କରି ଷ୍ଟ୍ରେଚରରେ ଗର୍ଭବତୀଙ୍କୁ ଶୁଆଇ ୮ କିମି ଦୂର ନିଜ କ୍ୟାମ୍ପରେ ପହଂଚାଇଥିଲେ । କ୍ୟାମ୍ପର ଡ଼ାକ୍ତର ଆଦିବାସୀ ମହିଳାଙ୍କ ପ୍ରସବ କରାଇଥିଲେ । ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ସେଠାରୁ ତାଙ୍କୁ କଣ୍ଡଗାଁ ମେଡ଼ିକାଲକୁ ସ୍ଥାନାନ୍ତରୀତ କରାଯାଇଛି । ଯବାନଙ୍କ ଯୋଗୁଁ ୨ଟି ଜୀବନ ବଂଚିଗଲା ବୋଲି ଆଲୋଚନା ହେଉଛି ।

ଜଗି ରହିଲା ବିଲେଇ, ଦ୍ୱାର ଟପି ଘରେ ପଶି ପାରିଲାନି ବିଷଧର ନାଗ
ଘର ମାନଙ୍କରେ ଆମେ ପୋଷୁଥିବା ଜୀବଜନ୍ତୁମାନେ ବିଶ୍ୱସ୍ତନୀୟତାର ଅଜସ୍ର ଉଦାହରଣ ସୃଷ୍ଟି କରିଥାନ୍ତି । ଏମିତି ଆଉ ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ନାକେଟେଶ୍ୱରୀ ମନ୍ଦିର ସାହିରେ । ସାହିର କାର୍ତ୍ତିକ ଗୁଣ୍ଠାଙ୍କ ଘର ଭିତରକୁ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଷଧର ନାଗସାପ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଦେଖି ଦେଇଥିଲା କାର୍ତ୍ତିକଙ୍କ ପୋଷା ବିଲେଇ । ସାପଟି ବାରମ୍ବାର ପ୍ରୟାସ କରି ଅସଫଳ ହେଉଥିଲା । ସାପର ଗର୍ଜନ ଓ ବିଲେଇର ଖର ଶ୍ୱାସ ତଥା ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଛକାପନଝା ଦେଖିବାକୁ ମିଳିଥିଲା । ବିଲେଇ ଓ ସାପର ଗର୍ଜନ ଶୁଣି ଆଖ ପାଖରୁ ଲୋକେ ଛୁଟି ଆସିଥିଲେ । ସାପର ଫଣାକୁ ଡ଼ରି ନଯାଇ ବିଲେଇଟି ତାର ରାସ୍ତା ଅବରୋଧ କରି ଜଗି ରହିବା ଘଟଣା ସ୍ଥାନୀୟ ଅଂଚଳରେ ବିଲେଇର ବିଶ୍ୱସ୍ତନୀୟତାର ବିରଳ ଉଦାହରଣ ସୃଷ୍ଟି କରିଥିଲା । ପୋଲିସ ବିଭାଗରେ କାର୍ଯ୍ୟରତ ଘର ମାଲିକ କାର୍ତ୍ତିକ ଗୁଣ୍ଠ ଏହି ଦୃଶ୍ୟ ଦେଖିବା ସହିତ ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ । ହେଲପ ଲାଇନ ସଦସ୍ୟମାନେ ସାପଟିକୁ ଉଦ୍ଧାର କରିଥିଲେ । କାର୍ତ୍ତିକଙ୍କ ପରିବାରର ବିପଦକୁ ଟାଳି ଦେଇଥିବା ବିଲେଇଟି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି ।

ରାୟଗଡ଼ା ମୁନିଗୁଡ଼ା ହାଟରେ ଲିଭିଂ ଫାର୍ମ ପକ୍ଷରୁ ଖୋଲିବ ସାର ଓ ବିଷମୁକ୍ତ ଖାଦ୍ୟ
ପ୍ରତି ବୁଧବାର ଦିନ ବସୁଥିବା ମୁନିଗୁଡ଼ା ସାପ୍ତାହିକ ହାଟରେ ଉପଲବ୍ଧ ହେବ ବିଷମୁକ୍ତ ଖାଦ୍ୟ । ଡାଲି ଚାଉଳରୁ ଆରମ୍ଭ କରି ପନିପରିବା ଯାଏ ବିନା ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ହେଉଥିବା ଫସଲକୁ ହାଟରେ ବିକ୍ରୀବଟ୍ଟା କରାଯିବ । ଏମିତି ଏକ ମହତ୍ୱାକାଂକ୍ଷୀ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି ଲିଭିଂ ଫାର୍ମ ନାମରେ ଏକ ସାମାଜିକ ସଂଗଠନ । ପାରିବାରିକ ନିରାପଦ ଖାଦ୍ୟ କେନ୍ଦ୍ର ନାମରେ ଦୋକାନ ମାନ ଖୋଲାଯିବ । ଲିଭିଂ ଫାର୍ମ ସହ ଅନୁବନ୍ଧିତ ଓ ପ୍ରୋତ୍ସାହିତ ଚାଷୀମାନେ ଏହି ବ୍ୟାନରରେ ଉତ୍ପାଦିତ ଶସ୍ୟ, ପନିପରିବା ଫଳମୂଳ ଆଦି ବିକ୍ରୀ କରିବେ । ଉତ୍ପାଦ ଉପରେ ପିଜିଏସ ନଜର ରଖିବ ଓ ଅସଲି ଉତ୍ପାଦ ଗୁଡ଼ିକରେ ପିଜିଏସର ଲୋଗୋ ରହିବ । ଏହି ବଜାରରେ ଗ୍ରାହକମାନେ ଏକ ସ୍ଥିରୀକୃତ ମୂଲ୍ୟରେ ଦ୍ରବ୍ୟ କିଣିବେ । କୌଣସି ପ୍ରକାର ମୂଲଚାଲ କରାଯିବ ନାହିଁ । ଉତ୍ପାଦ କିଣିବା ପାଇଁ ନୁଆ ଗ୍ରାହକମାନେ କୃଷକ-ଗ୍ରାହକ କମିଟି ଜରିଆରେ ଯୋଡ଼ି ହେବେ । ଏବେ ମୁନିଗୁଡ଼ା, ବିଷମକଟକ ଓ ଚନ୍ଦ୍ରପୁରର ୩ହଜାର ୫୦୦ କ୍ଷୁଦ୍ର ଓ ଭାଗଚାଷୀ ଏଥିରେ ଯୋଡ଼ି ହୋଇଛନ୍ତି ।

ଖାଦ୍ୟ ନାମରେ ଆମେ ବିଷ ଖାଉଛେ । ପ୍ରତ୍ୟେକ ଦ୍ରବ୍ୟରେ ବିଷ ଥିବାରୁ ନାନା ପ୍ରକାର ରୋଗ ହେଉଛି । ଖାଉଟିଙ୍କୁ ଅସଲି ଦ୍ରବ୍ୟ ବିକିବା ପାଇଁ ଏପ୍ରକାର ପଦକ୍ଷେପ ନିଆଯାଇଥିବା ଲିଭିଂ ଫାର୍ମ ପକ୍ଷରୁ କୁହାଯାଇଛି ।

ବିଦ୍ୟାଳୟରେ ଜୈବିକ ଚାଷ, ଚଣ୍ଡିଗଡ଼ ସାଜିଛି ଉଦାହରଣ
ଭଲ ପାଠ ପଢିବା ସହ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ପ୍ରତ୍ୟେକ ବିଦ୍ୟାର୍ଥିଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ଚଣ୍ଡିଗଡ଼ ପ୍ରଶାସନ । ପ୍ରଶାସନର ନିର୍ଦ୍ଦେଶକ୍ରମେ ଗଣ୍ଡିଗଡ଼ର ସମସ୍ତ ବିଦ୍ୟାଳୟରେ ଆରମ୍ଭ ହୋଇଛି ଜୈବିକ ଚାଷ । ପ୍ରଥମରୁ ଅଭିଭାବକ ମାନେ ଏଥିପ୍ରତି କୁଣ୍ଠିତ ଥିଲେ । ନିଜ ପିଲା ଚାଷୀ ଭଳି ନ ଖଟୁ ଏହା ସେମାନେ ଚାହୁଁଥିଲେ । ହେଲେ ଶିକ୍ଷକଙ୍କ ପ୍ରବର୍ତ୍ତନା ଓ ଗୋଟିଏ ଦୁଇଟି ସ୍କୁଲର ନମୁନା ଦେଖିବା ପରେ ସେମାନଙ୍କ ଅରାଜି ହେବାର କୌଣସି କାରଣ ନଥିଲା ।

ଚଣ୍ଡିଗଡ଼ର ୬୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଏକାଠି ହୋଇ ଏକ ସେମିନାର କରିଛନ୍ତି । ଅର୍ଗାନିକ ଚାଷର ମହତ୍ତ୍ୱ୍ୱ କଣ ସେମାନେ ବୁଝିପାରିଛନ୍ତି । କିଛି ବିଦ୍ୟାଳୟରେ ଜୈବିକ ଚାଷ ପ୍ରକଳ୍ପ ଆରମ୍ଭ ହୋଇଯାଇଛି । ପିଲାମାନଙ୍କୁ ଶିକ୍ଷାଦାନ ସମୟ ପରେ ୪୫ ମିନିଟ ବଗିଚାରେ ଖତ ସାର ପ୍ରସ୍ତୁତି ୟୁନିଟ ସହିତ ଭେଣ୍ଡି, ବାଇଗଣ, ଲଙ୍କା, ଶାଗ ଆଦି ପରିବା ଜୈବିକ ଉପାୟରେ ବିନା ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ଫଳାଯାଉଥିବା କୌଶଳ ବୁଝାଯାଉଛି । ଅମଳ ପରିବା ମିଡ଼ଡ଼େ ମିଲରେ ବ୍ୟବହାର ହେଉଛି ।

କେନ୍ଦୁଝର ପୋଲିସର ଅଭିନବ ପ୍ରୟାସ, ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଦେଲେ ମିଳିବ ପ୍ରଶଂସା ପତ୍ର ଓ ଦୁଇ ହଜାର ଟଙ୍କା
ଗତ ୨୦୧୭ ଜାନୁଆରୀରୁ ଡ଼ିସେମ୍ବର ମାସ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣା ଘଟି ୩୧୨ ଜଣଙ୍କ ଜୀବନ ଯାଇଥିଲା । ୨୦୧୮ ପ୍ରଥମ ତିନି ମାସ ମଧ୍ୟରେ ଗଲାଣି ୧୦୩ ଜୀବନ । ଏପ୍ରିଲ, ମେ ଓ ଜୁନ ମାସରେ ମଧ୍ୟ ଘଟିଛି ୬୭ ମୃତ୍ୟୁ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ଜିଲ୍ଲା ପୋଲିସ ।

ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦୁଝର ଏସପି ବିଭିନ୍ନ ପ୍ରୟାସ ଜାରୀ ରଖିଛନ୍ତି । ହେଲମେଟ ନଥିଲେ ଗାଡ଼ି ପୂଜା କରିବାକୁ ଘଟଗାଁ ତାରିଣୀ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । କେନ୍ଦୁଝରର ବିଭିନ୍ନ ଧର୍ମାନୁଷ୍ଠାନର ମୁଖ୍ୟଙ୍କ ଜରିଆରେ ହେଲମେଟ ପରିଧାନର ବାର୍ତ୍ତା ଦେଇଛି ପୋଲିସ । ଏବେ ପୋଲିସ ପ୍ରଶାସନ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ମେଡ଼ିକାଲ ଆଣି ପହଂଚାଉଥିବା ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନୀତ କରାଯିବ ବୋଲି କୁହାଯାଇଛି । ପୋଲିସ ରାସ୍ତା ପାଶ୍ୱର୍ରେ ଫଳକ ଟଙ୍ଗାଇ ଏ ପ୍ରକାର ସଚେତନତାକୁ ବ୍ୟାପକ କରିଛି । ଫଳକରେ ମାନବିକତା ଦେଖାନ୍ତୁ । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ପହଂଚାନ୍ତୁ ପୋଲିସ ଆପଣଙ୍କୁ ନିରାଶ କରିବା ପରିବର୍ତ୍ତେ ଆପଣଙ୍କ ଏଭଳି କାର୍ଯ୍ୟ ପାଇଁ ପ୍ରଶଂସା ପତ୍ର ସହ ଦୁଇ ହଜାର ଟଙ୍କା ଦେବ ବୋଲି ସୂଚାଇଛନ୍ତି ।

ସରକାର ପାରିଲେନି : ଗ୍ରାମବାସୀ ସଜାଡ଼ିଲେ ୧୦ ବର୍ଷର ଅସଜଡ଼ା କେନାଲ, ୭ ଗ୍ରାମର ୩୦୦ ପରିବାର ପାଇବେ ଲାଭ
ଶ୍ରୀନିକେତା ଗ୍ରାମ ପଂଚାୟତର ବାହାନ ଜାର୍ଗି ଗାଁରେ ଏକ ଭଲ ଖବର ସାମ୍ନାକୁ ଆସିଛି । ତିନୋଟି ଗ୍ରାମର ଗ୍ରାମବାସୀ ଏକାଠି ହୋଇ ଶ୍ରମଦାନ ଜରିଆରେ ୧୦ ବର୍ଷ ତଳୁ ପୋତି ହୋଇପଡ଼ିଥିବା ଏକ କେନାଲରୁ ପୁନଃରୁଦ୍ଧାର କରିଛନ୍ତି । ସୁଲୁମାହା, ଡ଼ାବୁଲମାହା ଓ ତେରାବାଡ଼ି ଗ୍ରାମବାସୀଙ୍କ ଶ୍ରମଦାନ ଫଳରେ ପୋତି ହୋଇପଡ଼ିଥିବା କେନାଲଟି ନୂଆ ରୂପ ପାଇଛି । ଏବେ ସୁଲୁମାହା, ଡ଼ାବୁଲ ମାହା, କେରାବାଡ଼ି, କନାତବାଡ଼ି, ଜାରିକୁଟି, ସମାବାନ୍ଦା ଓ ସିମନବାଡ଼ି ଆଦି ୭ଟି ଗ୍ରାମର ୩୦୦ ପରିବାରର ଚାଷ ଜମିରେ ସେଚ ସୁବିଧା ପହଂଚିବ ବୋଲି ଶ୍ରମଦାନକାରୀଙ୍କ ପକ୍ଷରୁ ଆନ୍ଦ୍ରିୟ ପ୍ରଧାନ, ବାତା ପ୍ରଧାନ, ଅଜିତ ପ୍ରଧାନ ପ୍ରମୁଖ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଦାରିଙ୍ଗିବାଡ଼ି ବ୍ଲକ ଶ୍ରୀନିକେତା ପଂଚାୟତରେ ଥିବା ବାହାନ ଜାର୍ଗି ଚେକ୍ ଡ଼୍ୟାମ୍ ଠାରୁ ଡ଼ାବୁଲମାହା ଗ୍ରାମ ପର୍ଯ୍ୟନ୍ତ ତିନି କିମି ଦୈର୍ଘ୍ୟ ବିଶିଷ୍ଟ କେନାଲ ୧୦ ବର୍ଷ ତଳୁ ପୋତି ହୋଇପଡ଼ିଥିଲା । ଲୋକେ ପ୍ରଶାସନକୁ କହି କହି ଥକି ପଡ଼ିଥିଲେ । କେନାଲର ପୁନଃରୁଦ୍ଧାର ପାଇଁ ପ୍ରଶାସନ ଶୁଣିନଥିଲା । ଶେଷରେ ଖବର ପହଂଚିଲା ସ୍ଥାନୀୟ ସାମାଜିକ ସଂଗଠନ ସବୁଜବୈଦ୍ୟ ସଂଘର ମୁଖ୍ୟ ଦୀନବନ୍ଧୁ ମହାରଣାଙ୍କ କାନରେ । ଦୀନବନ୍ଧୁ ମହାରଣା ତାଙ୍କ ସହଯୋଗୀ ନରେଶ ପ୍ରଧାନ ଓ ପ୍ରେମଚାନ୍ଦ ପ୍ରଧାନ ପ୍ରମୁଖ ଗ୍ରାମବାସୀଙ୍କୁ ଶ୍ରମଦାନ ପାଇଁ ପ୍ରବର୍ତ୍ତାଇ ସଫଳ ହେଲେ । ନୂଆଦିଲ୍ଲୀର ଗୁନି ନାମକ ସଂଗଠନ ସହଯୋଗର ହାତ ବଢାଇ ଦେଲା । ଏବେ କେନାଲଟି ପୁନଃରୁଦ୍ଧାର ହେବା ସହ ଚାଷୀଙ୍କ ମନରେ ଆଶା ଜଗାଇଛି ।

ହଟିବ ଅନ୍ଧାର, ଆଲୋକିତ ହେବ ପୁରା କୋରାପୁଟ
ଏଠାରୁ ବିଜୁଳି ଉତ୍ପାଦନ ହୁଏ, କିନ୍ତୁ ଅନ୍ଧାରରେ ରହନ୍ତି କୋରାପୁଟର ସାଧାରଣ ପ୍ରଜା । ହେଲେ ସତୁରି ଦଶନ୍ଧିର ଅନ୍ଧାର ଦୂର କରିବା ପାଇଁ ଅଣ୍ଟା ଭିିଡ଼ିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଜିଲ୍ଲାର ଶତ ପ୍ରତିଶତ ଗାଁକୁ ବିଜୁଳି ସଂଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସାଉଥ କୋ ସଫଳତାର ସହ ଶ୍ରମ ବିନିଯୋଗ କରିଛନ୍ତି । ପାହାଡ଼ ଓ ଜଙ୍ଗଲ ଘେରା ଗାଁରେ ଯେଉଁଠି ପହଂଚିବା କଷ୍ଟସାଧ୍ୟ ହେଉଛି ସେହି ଗାଁରେ ସୌରଶକ୍ତି ସଂପନ୍ନ ବିଜୁଳି ଆଲୋକର ବ୍ୟବସ୍ଥା କରାଯିବା ସହ ବାକି ଗାଁରେ ବିଜୁଳି ସଂଯୋଗ ଦିଆଯାଉଛି ।

ଗତ ଦଶବର୍ଷ ମଧ୍ୟରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ୧୩୦୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାବେଳେ ୧୯୩ଟି ସହର ତଳି ଅଂଚଳରେ ବିଦ୍ୟୁତିକରଣ କରାଯାଇଛି । ଗତ ଦୁଇବର୍ଷ ମଧ୍ୟରେ ୭୭ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଡ଼ି ହୋଇଛି । ଜିଲ୍ଲାର ୨୨୩୩ଟି ରାସ୍ତାପାଶ୍ୱର୍ ଖୁଣ୍ଟରେ ବିଜୁଳିବତୀ ଲଗାଯାଇଛି । ୭୨ଟି ସୌରଶକ୍ତିରେ ସଂଚାଳିତ ବିଦ୍ୟୁତ ବ୍ୟବସ୍ଥା ପହଂଚାଯାଇଛି । ଜୟପୁର ଗ୍ରୀଡ଼ ଠାରୁ କୁନ୍ଦୁରା ପର୍ଯ୍ୟନ୍ତ ୩୩ କେଭି ତାର ବିଛାଯାଇଛି । ଖୁବ୍ ଶୀଘ୍ର ବିଦ୍ୟୁତ ସଂଯୋଗ ହୋଇନଥିବା ଗାଁ ଗୁଡ଼ିକର ଅନ୍ଧାର ହଟିବ ବୋଲି କହିଛନ୍ତି ସାଉଥକୋ ମଣ୍ଡଳର ଡ଼ିଜିଏମ୍ ନେତାଜୀ ସୁବୁଦ୍ଧି ।