Khabar Odisha

ନିର୍ବାଚନ ଲଢିବେ ନାହିଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନିର୍ବାଚନ ଲଢିବେ ନାହିଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେଇଥିଲା, କିନ୍ତୁ ଅର୍ଥ ଅଭାବରୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେପି ସଭାପତି ଜେପି ନଡ୍ଡା ତାଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ନିର୍ବାଚନ ଲଢ଼ିବାର ବିକଳ୍ପ ଦେଇଥିଲେ। କିନ୍ତୁ ବହୁତ ଚିନ୍ତା କରିବା ପରେ ସେ ମନା କରିଦେଇଛନ୍ତି ।

ସେ କହିଛନ୍ତି ଯେ “ପ୍ରାୟ ସପ୍ତାହରୁ ୧୦ ଦିନ ଚିନ୍ତା କରିବା ପରେ, ମୁଁ କେବଳ ଏହା କହିବାକୁ ଫେରିଲି ଯେ ମୋ ଦ୍ବାରା ତାହା ହେବ ନାହିଁ । ମୁଁ ତାମିଲନାଡ଼ୁରୁ ଲଢେ କିମ୍ବା ଆନ୍ଧ୍ରପ୍ରଦେଶରୁ, ବିଜୟ ମାନଦଣ୍ଡକୁ ନେଇ ମଧ୍ଯ ମତେ ପ୍ରଶ୍ନ ପଚରାଯିବ କି ଆପଣ ଏହି ସମ୍ପ୍ରଦାୟର ଅଟନ୍ତି ନା ଆପଣ ସେହି ଧର୍ମର ଅଟନ୍ତି? ଆପଣ ସେଠାରୁ ଆସିଛନ୍ତି କି? ଏଣୁ ମୁଁ ଏପରି କରିପାରିବି ନାହିଁ ବୋଲି ଭାବିଲି ।

ସେ ଆହୁରି ମଧ୍ଯ କହିଛନ୍ତି ଯେ “ଦଳ ମୋ ଯୁକ୍ତିକୁ ଗ୍ରହଣ କରିଥିବାରୁ ମୁଁ ବହୁତ କୃତଜ୍ଞ ଅଟନ୍ତି।

ଆହୁରି ଏକ ପ୍ରଶ୍ନ ମଧ୍ଯ ତାଙ୍କୁ ପଚରା ଯାଇଥିଲା ଯେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ କାହିଁକି ପର୍ଯ୍ୟାପ୍ତ ଅର୍ଥ ନାହିଁ ? ଉତ୍ତର ରେ ସେ କହିଛନ୍ତି ଯେ ଭାରତର ପାଣ୍ଠି ତାଙ୍କର ନୁହେଁ। 'ଦରମା ମୋର, ରୋଜଗାର ମୋର, ସଞ୍ଚୟ ମୋର, କିନ୍ତୁ ଭାରତର ସଂଚିତ ହୋଇଥିବା ପାଣ୍ଠି ମୋର ନୁହେଁ'। ନିର୍ମଳା ସୀତାରମଣ ଏବେ କର୍ଣ୍ଣାଟକରୁ ରାଜ୍ୟସଭା ସଦସ୍ୟ ଅଛନ୍ତି।

ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ୍ ହେଲେ ଭର୍ତ୍ତୃହରି,ସିଦ୍ଧାନ୍ତ ,ଦମୟନ୍ତୀ
ଆଜି ବିଜେପିରେ ଯୋଗଦେଲେ ସାଂସଦ ଭର୍ତ୍ତୃହରି ମହତାବ , ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା।

ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବରେ ହେଲେ ସାମିଲ୍ ହୋଇ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।

କଟକରୁ ସାଂସଦ ଭାବେ ୬ଥର ଭର୍ତ୍ତୃହରି ନିର୍ବାଚିତ ହୋଇଛନ୍ତି । ଗତ ୨୨ରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟ ଦେଇଛନ୍ତି ଯେ ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ। ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ ।ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ, ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ' । ଏକ ନୂଆ ଟିମ୍‌ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି। ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ଆସିଲେ ଦେଖିପାରିବେ ବୋଲି ସେ କହିଛନ୍ତି ।

ସେହିପରି ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ଯେପରି କାମ କରୁଛନ୍ତି, ଆମେ ଚାହୁଁଛୁ ରାଜ୍ୟରେ ବି ସେମିତି କାମ ହେଉ । ରାଜ୍ୟବାସୀଙ୍କ ପାଇଁ ଯାହା ଭଲ ହେବ ସେହି ଅନୁସାରେ କାମ କରିବି।

ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ମିଶିଛନ୍ତି । ସେ କହିଛନ୍ତି ଓଡିଶାରେ ପରିବର୍ତ୍ତନର ସ୍ବର ବଦଳୁଛି ଏହା ଓଡିଶା ପାଇଁ ଖୁସି ହେବ। ନାରୀ ସଶକ୍ତିକରଣ ପାଇଁ ସେ କାମ କରିବେ ବୋଲି କହିଛନ୍ତି।

ଜଗା ଦର୍ଶନ କଲେ ପ୍ରଣବ ଏବଂ ମନ୍ମଥ
କାଲି ବିଜେଡିର ଲୋକସଭା ପ୍ରାର୍ଥିର ପ୍ରଥମ ପର୍ଯ୍ୟୟ ଘୋଷଣା କରାଯାଇଛି, ସେହି ଉପଲକ୍ଷେ ବିଜେଡି ସାସଂଦ ପ୍ରଣବ ପ୍ରକାଶ ଦାସ ଓ ମନ୍ମଥ ରାଉତରାୟ ମହାପ୍ରଭୁଙ୍କର ଦର୍ଶନ ପାଇଁ ପୁରୀ ଆସିଛନ୍ତି । ତେବେ ବିଧାନସଭା ଆସନରୁ ପୁରୀରୁ ସୁନୀଲ ମହାନ୍ତିଙ୍କୁ ମଧ୍ୟ ଜାଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଥିଲା । ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି । ଏହାରି ମଧ୍ୟରେ ରାଜ୍ୟସଭା ସାସଂଦ ସୁବାଶିଷ ଖୁଣ୍ଟିଆଙ୍କୁ ଭି ଏକାଠି ଦେଖିବାକୁ ମିଳିଥିଲା ।

ଅଧିକା ପଢନ୍ତୁ:ପଦଯାତ୍ରା କରି ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅପରାଜିତା

ପଦଯାତ୍ରା କରି ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅପରାଜିତା
୨୦୧୯ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ ଆସନରୁ ଅପରାଜିତା ଷଡଙ୍ଗୀ ୪ ଲକ୍ଷ ୮୬ ହଜାର ୯୯୧ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୪ ଲକ୍ଷ ୬୩ ହଜାର ୧୫୨ ଭୋଟ ମିଳିଥିଲା । ଅର୍ଥାତ ୨୩ ହଜାର ୮୩୯ ଭୋଟରେ ଅପରାଜିତା ବିଜୟୀ ହୋଇଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେବଳ ଜଟଣୀରେ କଂଗ୍ରେସ ଜିତିଥିବା ବେଳେ ବାକି ସବୁ ଆସନରେ ବିଜେଡି ବିଜୟଲାଭ କରିଥିଲା । ବିଜେପି ଗୋଟିଏ ବି ବିଧାନସଭା ଆସନ ଜିତି ନଥିବାବେଳେ ଲୋକସଭା ଆସନରୁ ଅପରାଜିତା ବିଜୟ ଲାଭ କରିଥିଲେ । କିନ୍ତୁ ଏଥର  ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ପରେ ଆଜି ରାଜଧାନୀରେ ବିରାଟ ପଦଯାତ୍ରା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହସହ ୨୦୨୪ ନିର୍ବାଚନ ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟରୁ ପଦଯାତ୍ରାରେ ବାହାରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ । ସେଠାରେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ । ଏହି ପଦଯାତ୍ରାରେ ବହୁ ଦଳୀୟ କର୍ମୀ ସାମିଲ ହୋଇ ଅପରାଜିତାଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ଅପରାଜିତା କହିଛନ୍ତି, ବିଗତ ୫ ବର୍ଷ ହେଲା ମୁଁ ନିଷ୍ଠାପର ଭାବେ ସମସ୍ତଙ୍କ ସେବା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନରେ ଭୁବନେଶ୍ୱର ପ୍ରମୁଖ ସ୍ଥାନ ନେବ । ମୋଦୀଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ ବୋଲି ଅପରାଜିତା କହିଛନ୍ତି ।

ଅଧିକ ପଢ଼ନ୍ତୁ : କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ
ଓଡ଼ିଶାର ରାଜନୀତି ମହଲରେ ଅଧିକାଂଶ ସମୟରେ ସକ୍ରିୟ ଏବଂ ଚର୍ଚ୍ଚାରେ ରହିଥିବା ନେତା ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବା ସୁର ରାଉତରାୟ । ଲୋକସଭାର ଶେଷ ଅଧିବେଶନରେ ସୁର କହିଥିଲେ ମୋ ସମୟ ସରିଲା ମୋ ସ୍ଥାନରେ ଏବେ ମୋ ପୁଅ ଲଢ଼େଇକରିବ । କିନ୍ତୁ ପୁଅ ବିଜେଡିରେ ସାମିଲ ହେବ ପରେ କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ ।

କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି ।  ସୁର ରାଉତରାୟ କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲେ ଯାହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି । ଏଣୁ ବିବେକ ଦୃଷ୍ଟିରୁ କଂଗ୍ରେସର ସମସ୍ତ କମିଟିରୁ ମୁଁ ଇସ୍ତଫା ଦେଉଛି । ମୋ ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି । ମୁଁ ମୋ ପୁଅକୁ ସମର୍ଥନ କରିବି ହେଲେ ଏ କଂଗ୍ରେସ ଛାଡି କୁଆଡେ ଯିବି ନାହିଁ ବୋଲି କହିଛନ୍ତି ସୁର ।

ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ମନ୍ମଥ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ । ମନ୍ମଥ କହିଥିଲେ ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହୋଇଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି ।

ଅଧିକ ପଢ଼ନ୍ତୁ : ବିଜେପି ପ୍ରାର୍ଥୀ ହେଲେ କଙ୍ଗନା

ଗୋଆ ନିର୍ବାଚନ ଇତିହାସର ପ୍ରଥମ ମହିଳା ଲୋକସଭା ପ୍ରାର୍ଥୀ ହେଲେ ପଲ୍ଲବି ଡେମ୍ପୋ
ଗୋଆ ନିର୍ବାଚନରେ ଏଥର ଘଟିଛି ପ୍ରଥମ ଘଟଣା। ଜଣେ ମହିଳା ଲୋକ ସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି।

ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବି ଡେମ୍ପୋ ଗୋଆରୁ ବିଜେପି ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଗୋଆ ନିର୍ବାଚନ ଇତିହାସରେ ପଲ୍ଲବି ହେଉଛନ୍ତି ପ୍ରଥମ ମହିଳା ପ୍ରାର୍ଥୀ ଯିଏ ଦଳୀୟ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ରବିବାର ସାଧାରଣ ନିର୍ବାଚନ ପାଇଁ ୧୧୧ ଜଣ ପ୍ରାର୍ଥୀଙ୍କ ତାଲିକାରେ ବିଜେପି ଦକ୍ଷିଣ ଗୋଆର ପ୍ରାର୍ଥୀ ଡେମ୍ପୋ ବୋଲି ଘୋଷଣା କରିଛି। ସୂଚନା ଯୋଗ୍ୟ ଗୋଆ ଉଦ୍ୟୋଗୀ ତଥା ଶିକ୍ଷାବିତ୍‌ ପଲ୍ଲବି ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପୁଣେର MIT ରୁ MBA ଅଧ୍ଯୟନ କରିଛନ୍ତି । ସେ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜର ମିଡିଆ ଏବଂ ରିଏଲ ଇଷ୍ଟେଟ ଶାଖାର ତଦାରଖ କରୁଛନ୍ତି।

ବର୍ତ୍ତମାନ ଦକ୍ଷିଣ ଗୋଆ ଆସନ କଂଗ୍ରେସ ନେତା ଫ୍ରାନ୍ସିସ୍କୋ ସରଦିହ୍ନ ପ୍ରତିନିଧିତ୍ୱ କରୁଛନ୍ତି। ୧୯୬୨ ପରଠାରୁ ୧୯୯୯ ଏବଂ ୨୦୧୪ ନିର୍ବାଚନରେ ବିଜେପି ଦୁଇଥର ଏହି ଆସନରେ ଜିତିଛି। ତେବେ ଏଥର ଏହି ଆସନରୁ ବିଜେପି ଜିତିବ ବୋଲି ଆଶାପ୍ରକାଶ କରିଛି।

ବିଜେପି ପ୍ରାର୍ଥୀ ହେଲେ କଙ୍ଗନା
ବଲିଉଡର ନାମୀଦାମୀ କଳାକାରଙ୍କର ନାମ ଉଠିଲେ କଙ୍ଗନା ରନାଓ୍ବତଙ୍କ ନାମ ଉଠିଥାଏ । ତେବେ କଙ୍ଗନାଙ୍କ ଦମଦାର ଆକ୍ଟିଙ୍ଗି ପାଇଁ ସେ ବେଶ ଲୋକପ୍ରିୟ । ତେବେ ବଲିଉଡର ଏହି ଅଭିନେତ୍ରୀ ଏବେ ରାଜନୀତିରେ ପାଦ ଥାପିଛନ୍ତି । କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେବେ । ରବିବାର ବିଳମ୍ବିତ ସନ୍ଧ୍ୟାରେ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କରିଛି, ଯେଉଁଥିରେ କଙ୍ଗନା ରାଣାୱତଙ୍କୁ ମଣ୍ଡିରୁ ଟିକେଟ୍ ଦିଆଯାଇଛି। ଏଥର କଙ୍ଗନା ବିଜେପି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଅନୁମାନ କରାଯାଉଥିଲା। ଆଉ ଏହି ଅନୁମାନ ସତରେ ପରିଣତ ହୋଇଛି ।

ଟିକେଟ୍ ପାଇବା ପରେ କଙ୍ଗନା ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ସର୍ବଦା ମୋର ପ୍ରିୟ ଭାରତ ଏବଂ ଭାରତୀୟ ଜନତାଙ୍କ ନିଜର ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିଆସିଛି। ଆଜି ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ମୋତେ ମୋ ଜନ୍ମସ୍ଥାନ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ସେ ଲେଖିଛନ୍ତି ଯେ ସେ ଆନୁଷ୍ଠାନିକ ଭାବରେ ପାର୍ଟିରେ ଯୋଗ ଦେବା ପାଇଁ ସମ୍ମାନିତ ଏବଂ ଉତ୍ସାହିତ ।

ଅଧିକା ପଢନ୍ତୁ:ISIS ସହ ଲିଙ୍କ୍ କୁ ନେଇ ଆଇଆଇଟି ଛାତ୍ର ଗିରଫ

ଓଡ଼ିଶାରୁ ୩ ସାମ୍ଭାବ୍ୟ ପ୍ରାର୍ଥୀ : ଆଜି ହେବ ଘୋଷଣା
ଆଗକୁ ରାଜ୍ଯରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ସରଗରମ ରାଜ୍ଯ ରାଜନୀତି। ରାଜ୍ୟରେ ମେଣ୍ଟ ସରକାରଙ୍କୁ ନେଇ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ବିଜେପି ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି।

ଏହି କ୍ରମରେ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀ ବିଜେପି ମୁଖ୍ଯ କାର୍ଯ୍ୟାଳୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଓଡ଼ିଶାର ରାଜନୈତିକ ସ୍ଥିତି ଏବଂ ରଣକୌଶଳକୁ ନେଇ ଆଲୋଚନା ହୋଇଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଏହି ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଇଥିଲେ ।ରବିବାର ଦଳ ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରାଯିବାକୁ ଥିବା ବେଳେ ସେଥିରେ କିଛି ଓଡ଼ିଶା ନେତାଙ୍କ ନାମ ରହିପାରେ।

ଜାତୀୟ ଖବର ସରବରାହ ସଂସ୍ଥା ରିପୋର୍ଟ ଅନୁଯାୟୀ, ବିଜେପି ସିଇସି ବୈଠକରେ ଓଡ଼ିଶାର ସମସ୍ତ ୨୧ ଲୋକ ସଭା ଆସନ ଉପରେ ଆଲୋଚନା ହୋଇଛି। ସମ୍ବଲପୁର ଲୋକ ସଭାରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକ ସଭା ଆସନରୁ ସମ୍ବିତ ପାତ୍ର ଓ ଭୁବନେଶ୍ୱର ଲୋକ ସଭା ଆସନରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହୋଇଛି । ଏଥିସହ ରାଜ୍ୟର ୨ ଏମ୍‌ପିଙ୍କ ନାମ ଏଥର ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିପାରେ ବୋଲି କୁହାଯାଇଛି। ତେବେ ଆଉ କିଛି ଘଣ୍ଟାପରେ ଜଣାପଡିବ ଦଳ କାହା ନାମରେ ମୋହର ମାରିବ।

ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ
ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଆଜି ଏକ ପ୍ରେସମିଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ସେ ଦଳର ବିଭିନ୍ନ ପଦପଦବୀ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ସୂଚନା ଯୋଗ୍ୟ ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି। ସେ କାହିଁକି ଇସ୍ତଫା ଦେଲେ ଏନେଇ ମୁହଁ ଖୋଲିଛନ୍ତି। ବହୁତ ସହିଛି, ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଦଳର ସଂଚାଳନ ଓ ପରିଚାଳନା ରେ ମୁଁ ସନ୍ତୁଷ୍ଟ ନାହିଁ। ମୁଁ ଏହାକୁ ସୁଧାରିବା ପାଇଁ ଚେଷ୍ଟା କରିଛି କିନ୍ତୁ କିଛି ପରିବର୍ତ୍ତନ ଆସିଲା ନାହିଁ। ମୁଁ ନିଜ ର ଅନୁଭବ କୁ ଏହି ଦଳରେ ପରିପ୍ରକାଶ କରିବା ପାଇଁ ସେତିକି ସୁଯୋଗ ପାଇଲି ନାହିଁ ।ମୋ ଧର୍ଯ୍ୟର ସୀମା ଅତିକ୍ରମ ହେଇଛି ।ତେଣୁ ଦଳ ରୁ ଦୂରେଇ ଯାଉଛି । ନିର୍ବାଚନ ପୁଣି ନିର୍ବାଚନ ଲଢିବି କି ନାହିଁ ସମୟ କହିବ । ବୋଲି ଅତି କ୍ଷୋଭର ସହ କହିଛନ୍ତି।

ବିଜେପି -ବିଜେଡି ମେଣ୍ଟକୁ ନେଇ ସେ କହିଛନ୍ତି ଯେ ଗୋଟିଏ ନୀତିହୀନ ମେଣ୍ଟ ହେବାକୁ ଯାଉଥିଲା ହେଲା ନାହିଁ ଏହା ଗଣତନ୍ତ୍ର ପାଇଁ ଭଲ ଅଟେ।

ବିଜେପି ଓ ବିଜେଡି ମେଣ୍ଟରେ ପଡିଲା ପୂର୍ଣ୍ଣଚ୍ଛେଦ : ଏକା ଲଢିବ ବିଜେପି
ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଗତ ୧୭ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଏହି ଚର୍ଚ୍ଚାକୁ ପରିସମାପ୍ତି କରିବା ସହ ବିଜେପି ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି ।

ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗତକାଲି ଦିଲ୍ଲୀରୁ ଫେରିଥିବା ବେଳେ ଆଜି ଉଭୟ ହିନ୍ଦୀ ଓ ଓଡ଼ିଆରେ ଟ୍ୱିଟ୍ କରି ଓଡ଼ିଶାରେ ବିଜେପି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ଆଶା, ଅଭିଳାଷା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଚଳିତ ଥର ଏକାକୀ ସବୁ ଆସନରେ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି ।

ଏହାସହିତ ବିଗତ ୧୦ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ରାଷ୍ଟ୍ରୀୟ ମହତ୍ୱ ପ୍ରସଙ୍ଗରେ ସମର୍ଥନ ଦେଉଥିବାରୁ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ କୃତଜ୍ଞତା ଜଣାଇଛନ୍ତି ।