Khabar Odisha

ନବୀନ କହିଲେ ମନର କଥା, ୧୨ ମିନିଟ୍ ପାଇଁ ଖର୍ଚ୍ଚ ହେଲା ୨୦ କୋଟି
ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନକଥାକୁ ଶିଶୁ ଦିବସରେ ଶିଶୁ ମାନଙ୍କ ଆଗରେ କହିଛନ୍ତି । ପ୍ରଥମଥର ପାଇଁ ହେଲେ ବି ବେଶ ଭଲ ଭାବରେ ଭାବାତ୍ମକ ଭାବରେ ମୁଖ୍ୟମନ୍ତ୍ରୀ ଶିଶୁମାନଙ୍କ ପାଖରେ ନିଜ ମନର କଥାକୁ ବଖାଣିଛନ୍ତି । କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ୧୨ ମିନିଟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନର କଥାକୁ ୨୪ଟି ବିଦ୍ୟାଳୟର ୪୫୦୦ ଛାତ୍ରଛାତ୍ରୀଙ୍କ ସାମ୍ନାରେ ମନର କଥା କହିଛନ୍ତି । ରାଜ୍ୟ ସ୍ତରୀୟ ଶିଶୁ ଦିବସ ନିଆରା ଢଙ୍ଗରେ ପାଳନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନିଜ ଅଧା ଓଡ଼ିଆ ଅଧା ଇଂରାଜୀ ଭାଷଣରେ ପିଲାମାନଙ୍କୁ ଭଲ ପାଠ ପଢ, ପିତାମାତାଙ୍କ ସ୍ୱପ୍ନକୁ ସାକାର କର ଓ ନିଜ ସମାଜ ଓ ଗାଁର ଉନ୍ନତି କରିବା ପାଇଁ ପରାମର୍ଶ ଦେଇଛନ୍ତି । ମଧୁବାବୁଙ୍କ ଆଦର୍ଶକୁ ମନେ ପକାଇବା ସହିତ ବିଜୁ ବାବୁଙ୍କ ସାହସିକତାକୁ ସ୍ମରଣ କରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅାମ ସ୍କୁଲ ସେମାନଙ୍କ ବିକାଶ ପାଇଁ ସୁଯୋଗ ସୃଷ୍ଟି କରୁ ଓ ଜୀବନର ସବୁ ଆହ୍ୱାନକୁ ସେମାନେ ସମ୍ମୁଖୀନ ହେବା ପାଇଁ ବ୍ରତୀ ହୁଅନ୍ତୁ ।

ହେଲେ ମୁଖ୍ୟମନ୍ତ୍ରୀଙ୍କର ଏହି ୧୨ ମିନିଟର ମନର କଥା କହିବା  ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ପ୍ରାୟ ୨୦ କୋଟିରୁ ଅଧିକ ଅର୍ଥ । ସରକାରଙ୍କର ଜାରି ହୋଇଥିବା ନେର୍ଦ୍ଦେଶନାମା ଅନୁସାରେ ପ୍ରତି ପଂଚାୟତ ପାଇଁ ୨୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବା ପାଇଁ ମଜୁଂର କରାଯାଇଛି ଛାତ୍ର ଛାତ୍ରୀ ମାନେ ମନର କଥା କାର୍ଯ୍ୟକ୍ରମ ଶୁଣିବା ପାଇଁ । ରାଜ୍ୟରେ ଅଛି ୭୮୮୫ ଟି ଗ୍ରାମପଂଚାୟତ । ପ୍ରତି ପଂଚାୟତ ପିଛା ୨୦ ହଜାର ଟଙ୍କା ଲେଖାଏଁ ହିସାବ କଲେ ଏ ବାବଦରେ ଖର୍ଚ୍ଚ ହୋଇଛି ୧୫ କୋଟି ୭୭ ଲକ୍ଷ ।

ଖାଲି ପଂଚାୟତ ସ୍ତରରେ ନୁହେଁ ବଂର ବ୍ଲକ, ବିଜ୍ଞାପିତ ଅଂଚଳ ପରିଷଦ, ନଗର ପାଳିକା, ଏବଂ ମହାନଗର ପାଳିକାରେ ମଧ୍ୟ ଏହି ମନର କଥା ଶୁଣିବା ପାଇଁ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତି ବ୍ଲକ ଏବଂ ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ୧ ଲକ୍ଷ ୧୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ରାଜ୍ୟରେ ସମୁଦାୟ ବ୍ଲକ , ଏନଏସି, ମୁନିସିପ୍ୟାଲିଟ ଆଦିକୁ ମିଶାଇଲେ 426 । ୧ ଲକ୍ଷ ୧୦ ହଜାର ଟଙ୍କା ଲେଖାଏଁ ହିସାବ କଲେ ଏବାବଦରେ ସମୁଦାୟ ୪ କୋଟି 68 ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କରିବେ ବୋଲି ବ୍ୟବସ୍ଥା କରିଛନ୍ତି ।

ତା ଛଡା ଶିଶୁ ଦିବସ ପାଇଁ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଲେ ପ୍ରତି ପିଲା ପିଛା ୧୦୦ ଟଙ୍କା ଦେବାର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ପ୍ରତି ଜିଲ୍ଲାରୁ ୧୨୦୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅର୍ଥ ମିଳିବ । ସମୁଦାୟ ୩୦ ଜିଲ୍ଲାରେ ଛାତ୍ର ଛାତ୍ରୀ ମାନଙ୍କର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ସରକାର ୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏଠାରେ ଉଲ୍ଲେଖଯୋଗ୍ୟକି ଆଗରୁ ପୁର୍ବ ବର୍ଷ ମାନଙ୍କରେ ଶିଶୁ ଦିବସ ମାନଙ୍କରେ ଏପରି ଛାତ୍ର ଛାତ୍ରୀ ମାନଙ୍କୁ କୌଣସି ଅର୍ଥ ଦିଆଯାଉନଥିଲା । କେବଳ ଏହି ବର୍ଷ ମୁଖ୍ୟମନ୍ତ୍ରୀଙ୍କର ମନର କଥା କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ଏପରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ପଂଚାୟତ ସ୍ତରରେ ଖର୍ଚ୍ଚ – ୭୮୮୫ X ୨୦,୦୦୦ = ୧୫ କୋଟି ୭୭ ଲକ୍ଷ
ବ୍ଲକ ସ୍ତରରେ ଖର୍ଚ୍ଚ – ୩୧୪ X ୧୧୦୦୦୦ = ୩ କୋଟି ୪୫ ଲକ୍ଷ
ସହରାଚଂଳ ପାଇଁ ଖର୍ଚ୍ଚ – ୧୧୨ X ୧୧୦୦୦୦ = ୧ କୋଟି ୨୩ ଲକ୍ଷ
ପିଲାମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମିଳିବ = ୩୬ ଲକ୍ଷ
ସମୁଦାୟ = 20.81 କୋଟି

ପେଟ୍ରୋଲ ଡିଜେଲ ଦାମରେ କାହାର ଭାଗ କେତେ, ବିଜେଡିର ହରତାଳ ଏବଂ ବିଚରା ଜନତା
ପେଟ୍ରୋଲ ଡିଜେଲ ଦାମ ବୃଦ୍ଧିକୁ ନେଇ ଶାସକ ବିଜୁ ଜନତା ଦଳ ପାଂଚ ଘଂଟିଆ ପ୍ରତିବାଦ କରିଛି । ପ୍ରତିବାଦ ଆଳରେ ଅନେକ ଯାଗାରେ ହିଂସା ହେବା ସହ ସାଧାରଣ ଲୋକଙ୍କୁ ବିଜେଡିର କର୍ମୀ ମାନେ ମାଡ ମଧ୍ୟ ମାରିଛନ୍ତି । ଅତ୍ୟାବଶ୍ୟକିୟ ସେବା ଆମ୍ବୁଲାନସ ମଧ୍ୟ ବିଜୁ ଜନତା ଦଳର ହରତାଳର ନିଆଁରୁ ବଂଚି ପାରିନି । ଲୋକଙ୍କ ସମସ୍ୟାର ନିରାକରଣ ପାଇଁ ହୋଇଥିବା ଏହି ହରତାଳ ଯୋଗୁଁ ଶେଷରେ ଅାଜି ଲୋକମାନେ ସମସ୍ୟା ଭୋଗିଛନ୍ତି ।

ପେଟ୍ରୋଲ ଦର ବଢିବା ପାଇଁ କିଏ ଦାୟୀ ? ରାଜ୍ୟରେ ଥିବା ବିଜୁ ଜନତା ଦଳ ନା କେନ୍ଦ୍ରରେ ଥିବା ବିଜେପି । ଏ ପ୍ରସଙ୍ଗରେ ସମସ୍ତ ତଥ୍ୟ ସାଧାରଣ ଲୋକ ଜାଣିବା ଦରକାର ।

ବର୍ତମାନ ପ୍ରତି ଲିଟର ପେଟ୍ରୋଲ ପିଛା ଦାମ ହେଉଛି ୬୯ ଟଙ୍କା ୩୫ ପଇସା । ସେହିପରି ପ୍ରତି ଲିଟର ପିଛା ଡିଜେଲର ଦାମ ଏବେ ୬୩ ଟଙ୍କା ୧୦ ପଇସା । ଏବେ ବିଶ୍ୱ ବଜାରରେ ଅଶୋଧିତ ତୈଳର ବ୍ୟାରେଲର ଦାମ ଯାହା ଅଛି ସେହି ଦାମକୁ ହିସାବକୁ ନେଲେ ପ୍ରତି ଲିଟର ଅଶୋଧିତ ପେଟ୍ରୋଲର ଦାମ ୨୦ ଟଙ୍କା ୧୯ ପଇସା, ଏବଂ ଡିଜେଲର ଦାମ ମଧ୍ୟ ସମାନ ୨୦ ଟଙ୍କା ୧୯ ପଇସା ।

ଏହାର ଅର୍ଥ ହେଲା କ୍ରୁଡ ପେଟ୍ରୋଲ ବା କ୍ରୁଡ ଡିଜେଲରୁୁ ଶୋଧନ କରାଯାଇ ଏହାକୁ ସାଧାରଣରେ ବିକ୍ରି କରିବା ପାଇଁ ଉପଲବଧି ହେବା ଭିତରେ ଗ୍ରାହକ ପ୍ରତି ଲିଟର ପିଛା ପାଖାପାଖି ୫୦ଟଙ୍କାରୁ ଅଧିକ ଗଣୁଛି ।

ଏହି ୫୦ ଟଙ୍କା ଭିତରୁ ଶୋଧନ ବା ରିଫାଇନାରି ପାଇଁ ହେଉଥିବା ଖର୍ଚ୍ଚ , ପ୍ରବେଶ କର, ଲ୍ୟାଣ୍ଡିଙ୍ଗ କଷ୍ଟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପେଟ୍ରୋଲ ଲିଟର ପିଛା ୬ ଟଙ୍କା ୦୩ ପଇସା, ଏବଂ ଡିଜେଲ ଲିଟର ପିଛା ୬ ଟଙ୍କା ୩୮ ପଇସା ଖର୍ଚ୍ଚ ହେଉଛି । ସେହିପରି ପରିବହନ, ରିଫାଇନାରି କମ୍ପାନୀର ଲାଭ ଇତ୍ୟାଦିରେ ଖର୍ଚ୍ଚ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୩୧ ପଇସା, ଏବଂ ଡିଜେଲ ଲିଟର ପିଛା ୨ ଟଙ୍କା ୫୫ ପଇସା ଅଧିକ ଦେବାକୁ ପଡୁଛି ।

ଏହିପରି ଭାବରେ ରିଫାଇନାରି କାରଖାନାରୁ ଶୋଧନ ହୋଇଗଲା ପରେ ପେଟ୍ରୋଲ ଲିଟରର ଦାମ ୨୯ ଟଙ୍କା ୫୩ ପଇସା ଏବଂ ଡିଜେଲ ଲିଟରର ଦାମ ୨୯ ଟଙ୍କା ୧୨ ପଇସାରେ ପହଂଚୁଛି ।

ଏହାପରେ ଆସୁଛି ଅସଲ ହିସାବ ଯାହା ପାଇଁ ସାଧାରଣ ଲୋକ ଆଜି ପେଟ୍ରୋଲ ପ୍ରତି ଲିଟର ପିଛା ୨୯ ଟଙ୍କା ୫୩ ପଇସା ବଦଳରେ ୬୯ ଟଙ୍କା ୩୫ ପଇସା ଦେଉଛନ୍ତି ଏବଂ ଡିଜେଲ ପ୍ରତି ଲିଟର ପିଛା ୨୯ ଟଙ୍କା ୧୨ ପଇସା ବଦଳରେ ୬୩ ଟଙ୍କା ୧୦ ପଇସା ଦେଉଛନ୍ତି ।

ବର୍ତମାନ ପ୍ରତି ଲିଟର ପେଟ୍ରୋଲ ଏବଂ ଡିଜେଲ ପିଛା ପେଟ୍ରୋଲ ପମ୍ପ ଡିଲର କମିଶନ ବାବଦରେ ପାଉଛି ଯଥାକ୍ରମେ ୩ ଟଙ୍କା ୨୩ ପଇସା ଏବଂ ୨ ଟଙ୍କା ୧୭ ପଇସା ।

ସେହିପରି କେନ୍ଦ୍ରୀୟ ଏକ୍ସସାଇଜ ଟିକସ ହେଉଛି ପ୍ରତି ଲିଟର ପେଟ୍ରୋଲ ପିଛା ୨୧ ଟଙ୍କା ୪୮ ପଇସା ଏବଂ ଡିଜେଲ ପିଛା ୧୭ ଟଙ୍କା ୩୩ ପଇସା । ଏହି କେନ୍ଦ୍ରିୟ ଟିକସରେ ଖାଲି କେନ୍ଦ୍ରର ଅଂଶ ନାହିଁ ବଂର ଏଥିରେ ରାଜ୍ୟର ଭାଗ ହେଉଛି ୪୨% । କେନ୍ଦ୍ରସରକାର ତେଲ ବିକ୍ରିରୁ  ଯାହା ଟିକସ ଆଦାୟ କରୁଛନ୍ତି ତାହାର ୪୨ ପ୍ରତିଶତ ଓଡ଼ିଶା ରାଜ୍ୟ ତହବିଲକୁ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବାବାଦରେ ଫେରାଇ ଦେଉଛନ୍ତି ।

ସେହିପରି ରାଜ୍ୟ ସରକାର ନିଜସ୍ୱ ଭାଟ ଲଗାଇ ପ୍ରତି ଲିଟର ପେଟ୍ରୋଲ ପିଛା ୧୩ ଟଙ୍କା ୨୬ ପଇସା ଓ ପ୍ରତି ଲିଟର ଡିଜେଲ ପିଛା ୧୨ ଟଙ୍କା ୫୦ ପଇସା ନେଉଛନ୍ତି ।

କେନ୍ଦ୍ରୀୟ ଟିକସରେ ରାଜ୍ୟର ୪୨ପ୍ରତିଶତ ଅଂଶକୁ ରାଜ୍ୟକୁ ସିଧାସଳଖ ଦେଇଦେଲାପରେ ପ୍ରତି ଲିଟର ପେଟ୍ରୋଲ ପିଛା ବାସ୍ତବରେ କେନ୍ଦ୍ର ସରକାର ପାଆନ୍ତି ୧୨ ଟଙ୍କା ୪୬ ପଇସା ଏବଂ ଡିଜେଲ ଲିଟର ପିଛା ପାଆନ୍ତି ୧୦ ଟଙ୍କା ୩୭ ପଇସା ଏବଂ ରାଜ୍ୟ ସରକାର ନିଜସ୍ବ ଭ୍ୟାଟ ଏବଂ କେନ୍ଦ୍ରୀୟ ଟିକସରେ ନିଜସ୍ୱ ୪୨ ପ୍ରତିଶତ ଅଂଶ ବାବଦରେ ପାଉଛନ୍ତି ଯଥାକ୍ରମେ ୨୨ ଟଙ୍କା ୨୮ ପଇସା ଏବଂ ୨୦ ଟଙ୍କା ୫୦ ପଇସା ।

ଆଜି ବିଜୁ ଜନତା ଦଳ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିବା ବେଳେ ବାସ୍ତବରେ ପ୍ରତି ଲିଟର ପିଛା ଟିକସ ବାବଦରେ ରାଜ୍ୟ ସରକାର ପାଅନ୍ତି ଅଧିକ ପଇସା । ପ୍ରତି ଲିଟର ପେଟ୍ରୋଲ ପିଛା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅପେକ୍ଷା ଅଧିକ ୯ ଟଙ୍କା ୮୨ ପଇସା ଟିକସ ବାବଦରେ ପାଉଥିବା ବେଳେ ପ୍ରତି ଲିଟର ଡିଜେଲ ପିଛା ଅଧିକ ପାଆନ୍ତି ୧୦ ଟଙ୍କା ୧୩ ପଇସା ।

ପେଟ୍ରୋଲ ଜାତ ଦ୍ରବ୍ୟର ରାଜ୍ୟସରକାର ନିଜସ୍ୱ ଟିକସ ବାବଦରେ ମାସକୁ ପାଖାପାଖି ୨୬୫ କୋଟି ଓ ବାର୍ଷିକ ୩,୧୮୦କୋଟି ଟଙ୍କା ରାଜସ୍ୱ ପାଉଛନ୍ତି ।

ଏଠି ପ୍ରଶ୍ନ ଉଠୁଛି ଲିଟର ପିଛା କେନ୍ଦ୍ର ସରକାରଙ୍କ ଅପେକ୍ଷା ୧୦ ଟଙ୍କା ଅଧିକ ଟିକସ ପାଇ ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳ ଆଜି ରାସ୍ତାକୁ ଆସି କେନ୍ଦ୍ର ସରକାର ବିରୁଦ୍ଧରେ ଆନ୍ଦୋଳନ କରିବା ଧର୍ମକୁ ଆଖିଠାର ଭଳି ନୁହେଁକି ? ପ୍ରତି ଲିଟର ପିଛା ପାଖାପାଖି ୨୨ ଟଙ୍କା ନିଜ ପକେଟରେ ପୁରେଇ ରାଜ୍ୟ ଶାସନରେ ଥିବା ବିଜୁ ଜନତା ଦଳ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନ କରିବା କେତେଦୁର ଠିକ ଏହାର ତର୍ଜମା ହେବା ଦରକାର ।

ଅବହେଳା ଏବଂ ନାହିଁ ନାହିଁ ରେ ଚାଲିଛି ରାଜ୍ୟରେ ଆର୍ୟୁବେଦିକ ଚିକିସ୍ତ୍ରା ବ୍ୟବସ୍ଥା ଏବଂ ଶିକ୍ଷାଦାନ, ୧୨୪ ଶିକ୍ଷକ ପଦବୀରୁ ପୁରଣ ହୋଇଛି ମାତ୍ର ୪୬
ରାଜ୍ୟରେ ଅଛି ୩ଟି ସରକାରୀ ଆର୍ୟୁବେଦିକ ମହାବିଦ୍ୟାଳୟ । ୩ଟି ଯାକରେ ସମୁଦାୟ ଶିକ୍ଷକ ପଦବୀ ହେଉଛି ୧୨୪ । ହେଲେ ୧୨୪ ପଦବୀରୁ ଖାଲି ପଡିଛି ୭୮ । ୧୨୪ ଶିକ୍ଷକ ପଦବୀରୁ ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର ୪୬ ଜଣଙ୍କୁ । ଯାହା ସମୁଦାୟ ଶିକ୍ଷକ ପଦବୀର ମାତ୍ର ୩୭ %  । ସେହିପରି ଅଣଶିକ୍ଷକ ପଦବୀ ପୁରଣରେ ବି ସରକାରଙ୍କ ଆଗ୍ରହ ସାଂଘାତିକ । ସମୁଦାୟ ୩୮୧ ଅଣଶିକ୍ଷକ ପଦବୀ ମଧ୍ୟରୁ ଖାଲି ପଡିଛି ୧୬୪ ।

ରାଜ୍ୟର ସବୁଠାରୁ ବଡ ଆର୍ୟୁବେଦିକ ମହାବିଦ୍ୟାଳୟ ହେଉଛି ପୁରୀ ସ୍ଥିତ ଗୋପବନ୍ଧୁ ସରକାରୀ ଆର୍ୟୁବେଦିକ ମହାବିଦ୍ୟାଳୟ । ସେହି ମହାବିଦ୍ୟାଳୟର ୪୬ ଶିକ୍ଷକ ପଦବୀରୁ ୨୬ ଟି ଶିକ୍ଷକ ପଦବୀ ଖାଲି । ୧୫୯ଟି ଅନ୍ୟାନ ଅଣଶିକ୍ଷକ ପଦବୀରୁ ୬୦ଟି ଖାଲି ପଡିଛି । ସେହିପରି ବଲାଙ୍ଗୀର ସ୍ଥିତ ସରକାରୀ ଆର୍ୟୁବେଦିକ ମହାବିଦ୍ୟାଳୟର ଶିକ୍ଷାଦାନର ସ୍ଥିତି ଆହୁରି ଖରାପ । ଏହାର ୪୩ଟି ଶିକ୍ଷକ ପଦବୀରୁ ମାତ୍ର ୧୫ଟି ପଦବୀ ପୁରଣ ହୋଇଛି ଓ ୨୮ଟି ପଦବୀ ଖାଲି ପଡିଛି । ୧୧୦ ଅଣଶିକ୍ଷକ ପଦବୀ ମଧ୍ୟରୁ ୫୧ ଖାଲି । ସେହିପରି ଗଜାଂମ ସ୍ଥିତ କବିରାଜ ଅନନ୍ତ ତ୍ରିପାଠି ଶର୍ମା ଆର୍ୟୁବେଦିକ କଲେଜରେ ମୋଟ ୩୫ ଶିକ୍ଷକ ପଦବୀରୁ ୨୪ ଟି ପଦବୀ ଖାଲି ପଡିଛି  । ସେଠାରେ ଥିବା ୧୧୨ ଅଣଶିକ୍ଷକ ପଦବୀରୁ ୫୩ଟି ଅଣଶିକ୍ଷକ ପଦବୀ ଦୀର୍ଘ୍ୟ ଦିନ ଧରି ଖାଲି ପଡିଛି ।

ଖାଲି ଶିକ୍ଷକ ପଦବୀ ନିଯୁକ୍ତି କ୍ଷେତ୍ରରେ ଯେ ଆର୍ୟୁବେଦିକ ସରକାରଙ୍କ ନଜରରେ ପଛରେ ପଡିଛି ତା ନୁହେଁ ବଂର ଶିକ୍ଷାଦାନ ପାଇଁ ଛାତ୍ର ଛାତ୍ରୀଙ୍କ ପାଇଁ ଉପଲବଧ୍ ଥିବା ଆସନ ସଂଖ୍ୟାରେ ମଧ୍ୟ ଆର୍ୟୁବେଦିକ ଶିକ୍ଷା ଅନ୍ୟ ମେଡିକାଲ ଶିକ୍ଷା ଯେପରିକି ଏଲୋପାଥିକ ଠାରୁ ଅନକେ ପଛରେ ଅଛି । ରାଜ୍ୟରେ ଅଛି ୧୧୫୦ଟି ଏମବିବିଏସ ଆସନ ଏଲୋପାଥିକ ଡାକ୍ତରୀ ପଢିବା ପାଇଁ , ୧୯୦୦ ଆସନ ଫାର୍ମାସି ପଢିବା ପାଇଁ ରହିଥିଲା ବେଳେ ଆର୍ୟୁବେଦିକରେ ପଢିବା ପାଇଁ ଅଛି ମାତ୍ର ୧୮୦ଟି ଆସନ ।

ସେହିପରି ରାଜ୍ୟରେ ବିଭିନ୍ନ ଡାକ୍ତରଖାନାରେ ଥିବା ଆର୍ୟୁବେଦିକ ଚିକିସ୍ତ୍ରା ପାଇଁ ଥିବା ସମୁଦାୟ ୬୮୯ଟି ଆର୍ୟୁବେଦିକ ଡାକ୍ତର ପଦବୀ ମଧ୍ୟରୁ ୧୯୯ଟି ଖାଲି ପଡିଛି ।

ରାଜ୍ୟରେ ଏଲୋପ୍ୟାଥିକ ଡାକ୍ତରମାନଙ୍କର ଚାକିରି ନିୟମିତ ହୋଇଥିବା ବେଳେ ଆର୍ୟୁବେଦିକ ଡାକ୍ତର  ମାନଙ୍କ ମଧ୍ୟରୁ ଅଧୀକାଂଶ ଆୟୁଶ ଡାକ୍ତର ହୋଇଥିବାରୁ ସେମାନଙ୍କର ଚାକିରି ମଧ୍ୟ ନିୟମିତ ନୁହେଁ । ଏପରିକି ସରକାର ନିଜେ ବିଧାନସଭାରେ ସ୍ୱୀକାର କରିଛନ୍ତି କି ଆୟୁଷ ଡାକ୍ତର ମାନଙ୍କର ଚାକିରି ନିୟମିତ କରିବା ପାଇଁ ଏବେ ସୁଦ୍ଧା କୌଣସି ବ୍ୟବସ୍ଥା ନାହିଁ ।

ଆର୍ୟୁବେଦିକ ଚିକିସ୍ତ୍ରା ପଦ୍ଧତି ହେଉଛି ଆମ ଦେଶର ସବୁଠାରୁ ପୁରୁଣା ଚିକିସ୍ତ୍ରା ବିଜ୍ଞାନ । ବିଦେଶରେ ଉଦ୍ଭାବନ ହୋଇଥିବା ଏଲୋପାଥିକ, ହୋମିଓପାଥିକ ଚିକିସ୍ତ୍ରା ପଦ୍ଧତିଠାରୁ ଅନେକ ବର୍ଷ ଆଗରୁ ଆମ ଦେଶରେ ଆର୍ୟୁବେଦିକ ଚିକିସ୍ତ୍ରା ବିଜ୍ଞାନ ଗାଁ ଗାଁ ରେ ଥିଲା । କିନ୍ତୁ ବ୍ରିଟିସ ଶାସନ ଓ ତା ପରେ କ୍ରମାଗତ ଭାବେ ସରକାରୀ ଅବହେଳା ଯୋଗୁଁ ଆର୍ୟୁବେଦିକ ଚିକିସ୍ତ୍ରା ବିଜ୍ଞାନର ଅନେକ ର୍ଦୁଲୁଭ ପ୍ରକ୍ରିୟା ଆଜି ଲୋପ ପାଇଗଲାଣି । ଏହି ଭଳି ସ୍ଥିତିରେ ଯଦି ସରକାର ଆର୍ୟୁବେଦିକ ଚିକିସ୍ତ୍ରାକୁ ଧ୍ୟାନ ନଦିଅନ୍ତି ତା ହେଲେ ଆମ ଦେଶର ନିଜସ୍ବ ଜ୍ଞାନ ଏବଂ ଗାରିମାର ପରିଚୟ ବହନ କରୁଥିବା ଆର୍ୟୁବେଦ ଧିରେ ଧିରେ ଲୋପ ପାଇଯିବ । ତା ଛଡା ଓଡିଶା ଭଳି ରାଜ୍ୟରେ ଜଙ୍ଗଲ ପୁରି ରହିଛି । ଏବଂ ଆର୍ୟୁବେଦ ଔଷଧ ତିଆରି କରିବା ପାଇଁ ଆବଶ୍ୟକ ଜଡି ବୁଟି ମଧ୍ୟ ରାଜ୍ୟରେ ଭରି ରହିଛି । ପ୍ରକୃତି ଆମକୁ ଆର୍ୟୁବେଦର ଭଣ୍ଡାର ଦେଇଥିବା ବେଳେ ସରକାରଙ୍କର ଏତେ ପଛଘୁଂଚା କାହିଁକି?

କଟକ କାଜି ବଜାରରେ କୃତ୍ରିମ ବନ୍ୟା
କଟକ,ଜୁନ ୭(ଖବର ଓଡିଶା): କଟକ ସହର ଧବଳ ଟଗର । ରୂପା ଓ ତାରକସି କାମପାଇଁ ପ୍ରସିଦ୍ଧ ଥିବା କଟକରେ ଏବେ ଅବ୍ୟବସ୍ଥା ।  ସହରରେ ଆବର୍ଜନା ଓ ନାଳ ବ୍ୟବସ୍ଥା ସୁଧୁରିବାରେ ଲାଗୁନି । ଏ ହେଉଛି କଟକ ସହର କାଜି ବଜାରର ପୂରା ଶୋଚନୀୟ ଅବସ୍ଥା । ଏଠାରେ ଥିବା ସରକାରୀ ବିଦ୍ୟାଳୟକୁ ସଂଯୋଗ କରୁଥିବା ଉଭୟ ପାର୍ଶ ରାସ୍ତାର ଅବସ୍ଥା କହିଲେ ନସରେ । ଏଠାରେ ବିନା ବର୍ଷା ସତ୍ତ୍ୱେ ହରତମାମ୍ ବନ୍ୟା ସଦୃଶ । ଯାହାକି ମନୁଷ୍ୟକୃତ ଏବଂ ମହାନଗର ନିଗମର ଅବ୍ୟବସ୍ଥା କହିଲେ ଅତ୍ୟୁକ୍ତି ହେବନାହିଁ । ଏଠାରେ ଥିବା ବେହେରା ସାହି ଏବଂ ତେଲୁଗୁ ସାହିକୁ ସଂଯୋଗ କରୁଥିବା ବାହ୍ୟ ରାସ୍ତାର ଅବସ୍ଥା କହିଲେ ନଚଳେ । ବର୍ଷସାରା ରାସ୍ତା କଡରେ ଥିବା ନାଳ ଗୁଡିକର ଅପରିଷ୍କାର ପାଣି ଏବଂ ବଜ୍ୟବସ୍ତୁ ଗୁଡିକ ସବୁ ଓଭରଫ୍ଲୋ ହୋଇ ରାସ୍ତା ଉପରେ ଭାସୁଥାଏ । ଯାହା ଫଳରେ ସେଠାକାର ସ୍ଥାନୀୟବାସୀ, ବିଦ୍ୟାଳୟକୁ ଯାତାୟତ କରୁଥିବା ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ପଥଚାରୀ ମାନେ ନିରୁପାୟ ହୋଇ ସେହି ପାଣି ଭିତରେ ଯାତାୟତ କରନ୍ତି । ଯାହା ଫଳରେ ସେମାନଙ୍କୁ ପ୍ରତ୍ୟେକ ଦିନ ବହୁ ଅସୁବିଧାର ସମ୍ମୁଖୀନ ହେବାକୁପଡେ । ତନ୍ମଧ୍ୟରୁ ଅନ୍ୟ କେତେକ ଜାଗାରେ ବସବାସ କରୁଥିବା ଲୋକଙ୍କ ଘର ଭିତରକୁ ନର୍ଦ୍ଦମା ପାଣି ପ୍ରବେଶ କରୁଥିବା ହେତୁ ସେମାନଙ୍କ ଚଳପ୍ରଚଳରେ  ଅନେକ ବାଧା  ଉପୁଜୁଛି ।

ଏହା ସମ୍ପର୍ଣ୍ଣ ଭାବରେ ମନ୍ୟୁଷକୃତ ଏବଂ ମହାନଗରର ନିଗମର ଅବ୍ୟବସ୍ଥା । ପ୍ରଥମତଃ ଏଠାରେ ନର୍ଦ୍ଦମା ସଫେଇ କାମ ଠିକ ଭାବରେ ତ୍ୱରାନ୍ନିତ ହୋଇପାରୁନି । ଦ୍ୱତୀୟତଃ ଘରୁ ବାହାରୁଥବା ବର୍ଜ୍ୟବସ୍ତୁ ଗୁଡିକ ନର୍ଦ୍ଦମାର ଜଳ ନିଷ୍କାସିତ ଦ୍ୱାରରେ ଜମାଟ ହୋଇ ବ୍ଲକେଜ ହେବା ଦ୍ୱାରା ଠିକ୍ ଭାବରେ ଜଳ ନିଷ୍କାସିତ ହୋଇପାରୁନାହିଁ । ଯାହାଫଳରେ ଦୂଷିତ ଜଳ ଗୁଡିକ ନର୍ଦ୍ଦମା ସ୍ତରର ଉପରକୁ ଉଠି ମୁଖ୍ୟ ରାସ୍ତା ଉପରେ ପ୍ରଭାହିତ ହେଉଛି । ସ୍ଥାନୀୟବାସୀ ବାରମ୍ବାର ମହାନଗର ନିଗମ କତ୍ତୃପକ୍ଷ ଏବଂ କର୍ପୋରେଟରଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଆପେକ୍ଷ କରୁନାହାନ୍ତି ।

ଶିବୁ ବେହେରା - ସ୍ଥାନୀୟ ବାସୀନ୍ଦା
ଆମ ଅଞ୍ଚଳର ମୁଖ୍ୟ ରାସ୍ତାଟି ସବୁବେଳେ ନର୍ଦ୍ଦମା ପାଣିରେ ଭରି ରହୁଥିବାରୁ ଘରୁ ବାହାରି ଅନ୍ୟତ୍ର କେଉଁଠିକୁ ଗଲାବେଳକୁ ଏହି ନର୍ଦ୍ଦମା ପାଣିରେ ପ୍ରବେଶ କରି ଯିବାକୁ ପଡୁଛି । ପୂଜାପାର୍ବଣ ସମୟରେ ମଧ୍ୟ ଏପରି ସ୍ଥିତି ଉପୁଜିବା ହେତୁ ଆମ ଅଞ୍ଚଳର ମହିଳା ମାନେ କୌଣସି ଶୁଭ କାର୍ୟ୍ୟରେ ଯୋଗ ଦେବାକୁ ଠିକ୍ ମାନୁନାହାନ୍ତି । ନର୍ଦ୍ଦମା ପାଣି ଭରି ରହିଥିବାରୁ ମନରେ ମ୍ୟାଲେରିଆ ଏବଂ ଜଣ୍ଡିସର ଭୟ ଆଶଙ୍କା ଲାଗି ରହୁଛି ।

ପ୍ରଳୟ ଦୀପ ଦତ୍ତ - ସ୍ଥାନୀୟ ବାସୀନ୍ଦା
ଅଞ୍ଚଳରେ ସଫେଇ କାର୍ୟ୍ୟ ଠିକ ଭାବରେ ହୋଇପାରୁନଥିବାରୁ ବର୍ୟ୍ୟବସ୍ତୁ ନାଳକୁ ଫଙ୍ଗିବା ଦ୍ୱାରା ନର୍ଦ୍ଦମା ପାଣି ଠିକ ଭାବରେ ନିଷ୍କାସିତ  ହୋଇପାରୁନାହିଁ । ଅନେକ ଥର ଅଭିଯୋଗ କରିବା ସତ୍ତ୍ୱେ ଏଥିପ୍ରତି କୌଣସି ସ୍ଥାୟୀ ସମାଧାନ ବାହାରି ପାରୁନାହିଁ । ଯାହା ବିଡମ୍ବନାର ବିଷୟ । ସଫେଇ କାମ ତ ଦୂର କଥା, ସବୁଆଡେ ନାଳ ସଂପ୍ରସାରଣ କାମ ଚାଲୁ ରହିବାରୁ ଏ ପର୍ୟ୍ୟନ୍ତ ଅଞ୍ଚଳରେ ସେହିଭଳି କୌଣସି କାର୍ୟ୍ୟ ଆରମ୍ଭ ହେବାର ଆଭାସ ମଧ୍ୟ ମିଳିନାହିଁ । ମହାନଗର ନିଗମର ଅବ୍ୟବସ୍ଥା ଏବଂ ସ୍ଥାନୀୟ କର୍ପୋରେଟରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ନାହିଁ ନଥିବା ଅସୁବିଧା । ସତେ ଯେମିତି ଲାଗୁଛି କଟକର ପରିମଳ ବ୍ୟବସ୍ଥା ପୂରା ଠପ ହୋଇଯାଇଛି । ବାରମ୍ବାର କଟକ ସହରରେ ମ୍ୟାଲେରିଆ ଏବଂ ଜଣ୍ଡିସ ଭଲି ମାରାତ୍ମକ ରୋଗ ବ୍ୟାପୁଥିଲେ ମଧ୍ୟ ମହାନଗର ନିଗମ କିଭଳି ଭାବରେ ଏହା ପ୍ରତି ଦୃଷ୍ଟି ଆକ୍ଷେପ କରୁନାହାନ୍ତି ତାହା ଆଶ୍ଚର୍ୟ୍ୟର ବିଷୟ  । ବର୍ଷା ଦିନ ନଆସିବା ପୂର୍ବରୁ ଯଦି ଏଭଳି ଗମ୍ଭୀର ସ୍ଥିତି ଉପୁଜି ରହୁଛି ତେବେ ବର୍ଷାଦିନ ବେଳକୁ ଏହାର ସ୍ଥିତି କଣ ନହେବ । ଏହି ଅଞ୍ଚଳର ଲୋକଙ୍କର ଭବିଷ୍ୟତ ସ୍ୱାସ୍ଥ୍ୟାଗତ ଅବସ୍ଥା ଏବେ ପ୍ରଶ୍ନ ଘେର ଭିତରେ ରହିଛି ।

ରିପୋର୍ଟ- ଶିବଶଙ୍କର ସିଂହ

କଟିଲା “ଆମ ଆଦମି”ର ନାଁ ବିଭିନ୍ନ ଯୋଜନାରୁ , ଓଡିଶାରେବି ଅଛି ବିଜୁ ଜନତା ଦଳ ଆଉ ବିଜୁଙ୍କ ନାଁରେ ଯୋଜନା
ନିକଟରେ ଦିଲ୍ଲୀ ନିର୍ବାଚନ କମିଶନ ଏକ କଡା ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାରଙ୍କୁ ।  ଦିଲ୍ଲୀରେ ସରକାରରେ ଥିବା ଦଳର ନାମ ହେଉଛି “ଆମ ଆଦମୀ” ପାର୍ଟି ଆଉ ଦିଲ୍ଲୀରେ ଅନେକ ଯୋଜନା ଚାଲୁଛି “ଆମ ଆଦମୀ” ନାଁରେ  ।  ଆମ ଆଦମୀ କ୍ଲିନିକ, ଆମ ଆଦମୀ ବସ ସେବା ଏପରି ଅନେକ ଯୋଜନା ଚାଲୁଛି ଦିଲ୍ଲୀରେ, ଯାହାର ନାଁସବୁ ସରକାରରେ ଶାସନ କରୁଥିବା ଦଳର ନାଁ ସହ ମେଳ ଖାଉଛି । ଏହା ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ନିର୍ବାଚନ କମିଶନ ହୃଦୟଙ୍ଗମ କରି ଏପରି ନିର୍ଦେଶନାମା ଜାରୀ କରିଛନ୍ତି ।

ରାଜ୍ୟରେ ମହାନଗର ନିଗମ ନିର୍ବାଚନ ଆଗରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲାଗିଥିବା ବ୍ୟାନର, ହୋର୍ଡିଙ୍ଗ ଆଦିରୁ “ଆମ ଆଦମୀ” ଶବ୍ଦକୁ କାଟିଦେବା ପାଇଁ ବା ତାକୁ ଘୋଡାଇ ଦେବା ପାଇଁ ଜାରି ହୋଇଛି ଘୋଷଣାନାମା । ପୁର୍ବରୁ ଦିଲ୍ଲୀ ବିଜେପି ବିଧାୟକ ଦଳର ନେତା ବିଜେନ୍ଦ୍ର ଗୁପ୍ତା ରାଜ୍ୟ ନିର୍ବାଚନ କମିସନଙ୍କ ଆଗରେ “ଆମ ଆଦମୀ” ନାଁକୁ ନେଇ ଅଭିଯୋଗ କରିଥିଲେ ।

କେବଳ ଦିଲ୍ଲୀ ନୁହେଁ ଓଡିଶାରେ ବି ସେପରି କିଛି ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କଲାଭଳି ଅଭିଯୋଗ ଅଛି କିନ୍ତୁ ରାଜ୍ୟ ନିର୍ବାଚନ କମିଶନ ତା ଉପରେ କିଛି କାର୍ଯ୍ୟାନୁଷ୍ଠାନ ବିଗତ ଦିନମାନଙ୍କରେ  ନେଇପାରିନାହାନ୍ତି । ରାଜ୍ୟରେ ବିଜୁ ଜନତା ଦଳର ସରକାର ଅଛି । ବିଜୁ ଜନତା ଦଳର ନାଁ ଓଡିଶାର ପ୍ରବାଦ ପୁରୁଷ ଆଉ ମହାନ ଜନନେତା ବିଜୁ ପଟ୍ଟନାୟକଙ୍କ ନାଁରେ କରାଯାଇଛି । ସାରା ଭାରତରେ ବିଜେଡି ହେଉଛି ଏକମାତ୍ର ଦଳ ଯାହାର ନାଁ କେଉଁ ବ୍ୟକ୍ତି ବିଶେଷରେ ନାମିତ ହେଇଛି । ବିଜେଡି ଗଠନ ହେଲାପରଠାରୁ ଦଳ କେବେବି ନିର୍ବାଚନ ହାରିନାହିଁ । ସେଥିରୁ ଜଣାପଡେ କେତେ ଭଲପାଆନ୍ତି ବିଜୁ ବାବୁଙ୍କୁ ଓଡିଶାର ଲୋକେ । ଆଉ ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ନାଁରେ ମୋଟ ୧୧ଟି  ଯୋଜନା ଅଛି । ଯେପରିକି ବିଜୁ ପକ୍କା ଘର, ବିଜୁ କେବିକେ, ବିଜୁ ଗାଁ ଗାଡି ଯୋଜନା, ବିଜୁ କନ୍ଧମାଳ ଓ ଗଜପତି ଯୋଜନା ଇତ୍ୟାଦି ।

ସୁପ୍ରିମ କୋର୍ଟ ମହିନ୍ଦ୍ର ସିଂ ଗିଲଙ୍କ ମାମଲାରେ ଟିପଣି ଦେଇଥିଲେକି ସମ୍ବିଧାନ ଧାରା ୩୨୪ ଅନୁସାରେ ମୁକ୍ତ ଆଉ ଅବାଧ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନଙ୍କର ଅଖଣ୍ଡ କ୍ଷମତା ରହିଛି । ଅବାଧ ନିର୍ବାଚନକୁ ନେଇ କେହି ଅଭିଯୋଗ କରୁ ବା ନକରୁ  ଯଦି ନିର୍ବାଚନ କମିଶନ ନିଜେ ହୃଦବୋଧ କରନ୍ତି କି ଯଦି କୌଣସି ରାଜନୌତିକ ଦଳ ଭୋଟରଙ୍କ ମାନସିକତାକୁ ପ୍ରଭାବିତ କଳାଭଳି  କିଛି ଯୋଜନା ବା ପ୍ରଚାର କରେ ଯାହା ଅବାଧ ନିର୍ବାଚନକୁ ପ୍ରଭାବିତ କରିପାରେ ତାହେଲେ ତାକୁ ବନ୍ଦ କରିବାର  ପୁରା ସାମ୍ବଧାନିକ କ୍ଷମତା କମିଶନଙ୍କର ଅଛି । ନିର୍ବାଚନ ପରିଚାଳନା ନିୟମ ୧୯୬୧ ଅନୁସାରେ ଅବାଧ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନରଙ୍କର ନିର୍ବାଚନ ପ୍ରକ୍ରିୟାର ପ୍ରତିଟି ସ୍ତରରେ ଗୁରୁ ଦାୟୀତ୍ୱ ଅଛି କିପରି ନିରପେକ୍ଷ ନିର୍ବାଚନ ହେଇପାରିବ । ୨୦୧୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ବହୁଜନ ସମାହ ପାର୍ଟି କ୍ଷମତାରେ ଥିଲା । ପାର୍ଟିର ନିର୍ବାଚନ ଚିହ୍ନ ଥିଲା ହାତୀ  । ଆଉ ସେଥିପାଇଁ ସେତେବେଳେର ମୁଖ୍ୟମନ୍ତ୍ରୀ ମାୟାବତୀ ସରକାରୀ ପଇସାରେ ବିଭିନ୍ନ ସ୍ଥାନରେ, ପାର୍କରେ, ଗହଳି ଛକରେ  ବଡ ବଡ ହାତୀ ନିର୍ମାଣ କରିଥିଲେ । ଉଦ୍ଦେଶ୍ୟ ଥିଲା କିପରି ଭୋଟରଙ୍କ  ମନରେ ନିଜ ଦଳିୟ ଚିହ୍ନର ଛାପକୁ ଜବରଦସ୍ତି ପକାଇବା ବା ସଧାରଣ ଭୋଟରଙ୍କ ମାନସିକତାକୁ ପ୍ରଭାବିତ କରିବା । କିନ୍ତୁ ବିଧାନସଭା ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ନିର୍ଦେଶରେ ସେସବୁକୁ ଘୋଡାଇ ଦିଆଯାଇଥିଲା, ଆଉ କିଛି ସ୍ଥାନରୁ ପୁରା ପୁରା ଭାଙ୍ଗିମଧ୍ୟ ଦିଆଗଲା  ।

କିନ୍ତୁ ଓଡିଶାରେ ବିଜୁ ଜନତା ଦଳର ସରକାର ଚାଲିଆସିଛି ୧୭ ବର୍ଷ ହେଲାଣି । ଆଉ ଏହି ୧୭ ବର୍ଷରେ ଅନେକ ନିର୍ବାଚନ ସରିଲାଣି । ଚାରୋଟି ପଂଚାୟତ ନିର୍ବାଚନ, ୩ଟି ସହରାଚଂଳ ନିର୍ବାଚନ, ୩ଥର ସାଧାରଣ ନିର୍ବାଚନ ଆଉ ଅନକେ ଉପନିର୍ବାଚନ । ବିଜୁ ବାବୁଙ୍କ ନାଁରେ ଥିବା ଅନକେ ଯୋଜନାର ଢେର ପ୍ରଚାର ମଧ୍ୟ କରନ୍ତି ସରକାର ଦଳ ନିଜର ନିର୍ବାଚନ ସଭାମାନଙ୍କରେ । କିନ୍ତୁ କେବେ ଦେଖାଯାଇନି କେବେବି ନିର୍ବାଚନ କମିଶନ ଏହାକୁ ନେଇ କିଛି କଡା ଆଭିମୁଖ୍ୟ ଗ୍ରହଣ କରିବା । କାହା ଆଦର୍ଶରେ ରାଜନୀତି କରିବା ପାଇଁ କିଛି ମନା ନାହିଁ । କାହା ନାଁକୁ ବ୍ୟବହାର କରି ଭୋଟ ମାଗିବାରେ ବି କିଛି ଅସୁବିଧା ନାହିଁ । ସେହିପରି ସରକାରୀ ଯୋଜନାକୁ ବି ମହାପୁରୁଷଙ୍କ ନାଁ ରେ ନାମିତ କରିବା ନିଶ୍ଚିନ୍ତ ପକ୍ଷେ ଭଲ କଥା । କିନ୍ତୁ ରାଜନୌତିକ ଦଳର ନାଁରେ ଆଉ ସରକାରୀ ଯୋଜନାର ନାଁରେ ସେ ସମାନ ନାମକୁ ଯୋଡି ତାକୁ ନେଇ ଭୋଟ ମାଗିବା ନିହାତି ପକ୍ଷେ ଅବାଧ ନିର୍ବାଚନକୁ ପ୍ରଭାବିତ କରୁଛି  । ଆଉ ଏହାକୁ ଜଗିବା ଯାହାର ଦାୟୀତ୍ୱ, ରାଜ୍ୟ ନିର୍ବାଚନ କମିଶନ ଏହାକୁ ଦେଖି କଳା ଚଷମା ପିନ୍ଧିବାର ଅଭିନୟ କରୁଛନ୍ତି ।

ଅନିଲ ବିଶ୍ୱାଳ

କଂଗ୍ରେସ ମୁକ୍ତ ଭାରତ: ପଶ୍ଚିମ, ଉତ୍ତର, ମଧ୍ୟ, ଉତ୍ତର-ପୂର୍ବରାଜ୍ୟ ମାନଙ୍କରେ ବିଜେପି ସରକାର, କଂଗେସ ମାତ୍ର ୬ ରାଜ୍ୟରେ ସୀମିତ
୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଗୋଟିଏ ପ୍ରମୁଖ ସ୍ଲୋଗାନ ଥିଲା କଂଗ୍ରେସ ମୁକ୍ତ ଭାରତ । ଏବେ ସଦ୍ୟ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ଯାହା ଚିତ୍ର ଆସିଛି ସେଥିରେ ସାରା ଭାରତରେ ଥିବା ସମସ୍ତ ବଡ ରାଜ୍ୟ ମଧ୍ୟରୁ ଅଳ୍ପ କେତୋଟିକୁ ଛାଡିଦେଲେ ବାକି ସବୁ ରାଜ୍ୟରେ ବିଜେପି ଶାସନରେ ସରକାର ଚାଲିଛି । ଉଲ୍ଲେଖ୍ୟନୀୟ କଥା ହେଲା ଦେଶର ଜନସଂଖ୍ୟା ଦୃଷ୍ଟିରୁ ବଡ ୧୦ଟି ରାଜ୍ୟ ମଧ୍ୟରୁ କେବଳ ଗୋଟିଏ, କର୍ଣାଟକରେ କଂଗ୍ରେସ ସରକାର ଥିବାବେଳେ ବିଜେପି ହାତରେ ଅଛି ୬ଟି ରାଜ୍ୟ । ଲୋକସଂଖ୍ୟା ଦୃଷ୍ଟିରୁ ଏକ ନମ୍ବର ରାଜ୍ୟ ଉତ୍ତର ପ୍ରଦେଶରେ ବିଜେପିର ସରକାର ହେବାକୁ ଯାଉଥିବା ବେଳେ ଦୁଇ ନମ୍ବର ରାଜ୍ୟ ମହାରାଷ୍ଟ୍ର ରେ ବିଜେପିର ସରକାର ଅଛି । ଏଠାରେ କହିବା ଜରୁରୀ କି କେବଳ ୟୁପି ଓ ମହାରାଷ୍ଟ୍ରର ଲୋକସଂଖ୍ୟା ଭାରତର ମୋଟ ଲୋକସଂଖ୍ୟାର ୨୫% । ସେହିପରି ସମୁଦାୟ ବଡ ରାଜ୍ୟ ୧୦ଟିରୁ ତିନୋଟି ରାଜ୍ୟରେ ଅଣ ବିଜେପି ଓ ଅଣ କଂଗ୍ରେସର ସରକାର ଅଛି ।

ସମୁଦାୟ ୩୦ ରାଜ୍ୟ ମଧ୍ୟରୁ ବିଜେପି ଓ ବିଜେପି ମେଣ୍ଟର ର ୧୬ଟି ରାଜ୍ୟରେ ସରକାର ଥିବା ବେଳେ କଂଗ୍ରେସ ଓ କଂଗ୍ରେସ ମେଣ୍ଟ ର ୭ଟିରେ, ବାମ ଦଳମାନଙ୍କର ୨ଟିରେ ଓ ଅନ୍ୟାନ୍ୟ ଦଳର ୪ ଟି ରାଜ୍ୟରେ ସରକାର ଅଛି  ।

ବିଜେପି ଏକାକୀ ୧୦ଟି ରାଜ୍ୟରେ କ୍ଷମତାରେ ଅଛି  । ସେଥିରୁ ଦେଶର ବଡ ରାଜ୍ୟ ଭିତରେ ୟୁପି, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ହରିୟାନା ଅର୍ନ୍ତଭୁକ୍ତ  । ଅନ୍ୟ ରାଜ୍ୟ ଗୁଡିକ ଯେଉଁଠି ବିଜେପି ନିଜେ ଏକାକୀ ସରକାର ଗଢିପାରିଛି ସେଗୁଡିକ ହେଲା ଉତ୍ତରାଖଣ୍ଡ, ଛତିଶଗଡ ଓ ଅ।ସାମ, ଝାରଖଣ୍ଡ । ଅନ୍ୟ ୬ଟି ରାଜ୍ୟ ଯେଉଁଠି ବିଜେପିର ମେଣ୍ଟ ସରକାର କ୍ଷମତାରେ ଅଛି ସେଗୁଡିକ ହେଲା ଜାମ୍ମୁ-କାଶ୍ମୀର, ଅ।ନ୍ଧ୍ରପ୍ରଦେଶ, ଗୋଅ।, ମଣିପୁର, ନାଗାଲାଣ୍ଡ । ସେଥିରୁ ଗୋଅ।, ମଣିପୁରରେ ଭାରତୀୟ ଜନତା ପାର୍ଟି ବଡ ଦଳ ଥିବା ବେଳେ ଅନ୍ୟରାଜ୍ୟରେ ଅ।ଚଂଳିକ ଦଳସହ ମେଣ୍ଟରେ ଅଛି ।

ଯଦିଓ କଂଗ୍ରେସର ସମୁଦାୟ ରାଜ୍ୟ ସଂଖ୍ୟା ୭, ସେଥିରୁ ବିହାରରେ କଂଗ୍ରେସ ମେଣ୍ଟ ସରକାରରେ ଛୋଟିଏ ଦଳ ଭାବରେ ଅଛି  । ଅନ୍ୟ ଦୁଇ ରାଜ୍ୟ କର୍ଣାଟକ ଓ ପଂଜାବ ହେଉଛନ୍ତି ଲୋକସଂଖ୍ୟା ଦୃଷ୍ଟିରୁ ଟିକିଏ ଅ।ଗରେ  । ବାକି ୪ଟି ରାଜ୍ୟ, ହିମାଚଳ ପ୍ରଦେଶ, ଅରୁଣା ଚଳ ପ୍ରଦେଶ, ମିଯୋରାମ ଓ ମେଘାଳୟ, ହେଉଛି ଅତି କମ  ଲୋକସଂଖ୍ୟା ବିଶିଷ୍ଟ ରାଜ୍ୟ ଯାହାର ଲୋକସଂଖ୍ୟା ଦେଶର ମୋଟ ଜନସଂଖ୍ୟା ୧% ରୁ କମ ।

ଲୋକସଂଖ୍ୟାରେ ଉପରେ ଥିବା୧୦ଟି ବଡ ରାଜ୍ୟ ମଧ୍ୟରୁ ୟୁପି ଓ ମହାରାଷ୍ଟ୍ରକୁ ଛାଡିଦେଲେ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟରେ ବିଜେପିର ସରକାର ଥିବାବେଳେ ଆନ୍ଧ୍ରପ୍ରଦେଶରେ ବିଜେପି ସମର୍ଥିତ ସରକାର ଅଛି । ସେହିପରି ଅନ୍ୟ ବଡ ରାଜ୍ୟ ତାଲିକାରେ ଥିବା ବିହାରରେ ଜେଡିୟୁ-ଆରଜେଡି,  ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସ, ତାମିଲନାଡୁରେ ଏଆଡିମକେର ସରକାର ଅଛି  ।

ଦେଶର ମୋଟ ଲୋକସଂଖ୍ୟାର ୪%ରୁ କମ ୦.୫% ରୁ ଅଧିକ ଜନସଂଖ୍ୟା ଥିବା ବର୍ଗରେ ଥିବା ମୋଟ ୧୧ ରାଜ୍ୟ ମଧ୍ୟରୁ ବିଜେପିର ୬ଟି ରାଜ୍ୟରେ ସରକାର ଅଛି । ସେଗୁଡିକ ହେଲା ଝାରଖଣ୍ଡ, ଆସାମ, ଛତିଶଗଡ, ହରିୟାନା, ଜାମ୍ମୁ କାଶ୍ମିର, ଉତ୍ତରାଖଣ୍ଡ । ସେହିପରି କଂଗ୍ରେସ ଅଧୀନରେ ପଂଜାବ ଓ ହିମାଚଳ ପ୍ରଦେଶ ରହୁଛି । ଅନ୍ୟ ପକ୍ଷରେ ବାମ ଦଳ ହାତରେ କେରଳ ରାଜ୍ୟ ରହୁଥିବା ବେଳେ ଓଡିଶାରେ ବିଜୁ ଜନତା ଦଳ, ତେଲେଙ୍ଗାନାରେ ତେଲେଙ୍ଗାନା ରଷ୍ଟ୍ରୀୟ ସମିତିର ସରକାର ଅଛି  । ତିନୋଟି ରାଜ୍ୟ ଯଥା ଓଡିଶା, ପଶ୍ଚିମ ବଙ୍ଗ, ଓ ତାମିଲନାଡୁରେ ଅ।ଚଂଳିକ ଦଳ ମାନେ ଏକାକୀ ସରକାର ଗଢିପାରିଛନ୍ତି ।

- ଅନିଲ ବିଶ୍ୱାଳ

ଭସେଇଦେଲେ ମନ୍ତ୍ରୀ, ନବୀନ ଖପ୍ପା, ଚିନ୍ତାରେ ମହାରଥୀ !
ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଚିନ୍ତାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାକୁ ଧଳା ଓ ଧଳା କୁ କଳା କରିବା ପାଇଁ ଯେଉଁ ପ୍ରୟାସ କରିଥିଲେ ସେ ଅଡୁଆ ସୂତା ଏବେ ସରକାର ପାଇଁ ଚିନ୍ତା କାରଣ । ଏବେ ସରକାରୀ ମୁଖିଆ ତଥା ବିଜୁ ଜନତା ଦଳର ହାଇକମାଣ୍ଡଙ୍କୁ ଘାରିଛି ଚିନ୍ତା  । ସାରା ରାଜ୍ୟରେ ଏବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଏହାକୁ ନେଇ ମୁଖିଆଙ୍କର ବଢିଲାଣୀ ରକ୍ତଚାପ । ସେପଟେ ନିଜକୁ ଚଷା ପୁଅ ବୋଲି ସବୁବେଳେ କହି ବାହାସ୍ପୋଟ ମାରୁଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ସମସ୍ତ କଥା ଜାଣିଥିଲେ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି ବୋଲି ସାଧାରଣରେ ଆଲୋଚନା । ଏପରିକି ମହାରଥୀଙ୍କ ବିଧାନସଭାରେ ଦେଇଥିବା ବୟାନ ସରକାରଙ୍କୁ ଅଡୁଆରେ ପକାଇଦେଇଛି । ସରକାର ଏହାକୁ ଗିଳି ପାରୁନାହାନ୍ତି କି ଢୋକି ପାରୁନାହାନ୍ତି ।

ଅନ୍ୟପକ୍ଷରେ ଆଜି ଖୋଦ ଜିଲାପାଳ ବରଗଡର କେନ୍ଦୁପାଲି ଅଞ୍ଚଳକୁ ଯାଇ ଚାଷୀ ଖଇନୁ ବଗର୍ତୀଙ୍କ ଜମି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି  । 2ରୁ 3 ଦିନ ମଧ୍ୟରେ ସେ ରିପୋର୍ଟ ପ୍ରଦାନ କରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ବର୍ତମାନ ଜିଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି  ମୁଖ୍ୟମନ୍ତ୍ରୀ  । ଦରକାର ପଡିଲେ କୃଷିମନ୍ତ୍ରୀଙ୍କୁ ସେ ହଟାଇ ଦଳ ସହ ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରିବେ ବୋଲି ଏବେ ପାୱାର କରିଡରରେ ଚାଲିଛି ଜୋରଦାର ଚର୍ଚ୍ଚା ।

ସେପେଟ ବିଧାନସଭାରେ ଅସତ୍ୟ କଥା କହିଥିବା ଅଭିଯୋଗରେ କୃଷିମନ୍ତ୍ରୀ ଏବେ ବିରୋଧୀଙ୍କ ଟାର୍ଗେଟରେ  । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ସରକାର ଓ କୃଷିମନ୍ତ୍ରୀଙ୍କ ଅସଲ ମୁଖା ପଦାରେ ପଡିଯାଇଛି । ସରକାର ମାନିଲେ ମଲେ ନମାନିଲେ ମଲେ  । ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ଚାଷୀ ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା କାନ୍ଧୁଛନ୍ତି । ଚାଷୀ ନିଶ୍ବାସରେ ଏ ସରକାର 2019ରେ ଶେଷ ହୋଇଯିବ  । ତେବେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ ଗମମାଧ୍ୟମରେ କହିଛନ୍ତି ଚାଷୀ ଆତ୍ମହତ୍ୟା କରିବା ଘଟଣା ଦୁର୍ଭାଗ୍ୟଜନକ  । ତେବେ ଯଦି ଅମଲା  ମାନେ ଭୁଲ ତଥ୍ୟ ଦେଉଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।

ଏଠାରେ ଉଲେଖଯୋଗ୍ୟ ଯେ, ବରଗଡର ଚାଷୀ ଖଇନୁ ବଗର୍ତୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାର ଚାଷ ଜନିତ କ୍ଷୟକ୍ଷତିକୁ ସ୍ବୀକାର କରିବେ କି ଏହାକୁ କି ରୂପ ଦେବେ ଏନେଇ ତୃତୀୟ ମହଲାରୁ କସରତ ଆରମ୍ଭ ହୋଇଥିବା ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ଏପରିକି 2015 ମସିହାରେ ପାଖାପାଖି 2ଶହ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗକୁ ସରକାର ଏଡାଇ ଦେଇ ଯାଇଥିବା ବେଳେ ପୁରୁଣା ତଥ୍ୟ ଏବେ ରାଜ୍ୟ ସରକାରଙ୍କୁ ଡରାଇବାରେ ଲାଗିଛି  । ଏସବୁ ମଧ୍ୟରେ ରାଜ୍ୟ ମୁଖୁଆ ଏବେ ମହାରଥୀଙ୍କ ଉପରେ ଖପ୍ପା ଥିବା ଦଳୀୟ ମହଲରେ ଆଲୋଚନା ହେଉଛି ।

ବଜେଟରେ ବିଜୁ ପକ୍କାଘରକୁ ଅନୁଦାନ ନାହିଁ , ଯାହା ହେବ ସବୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ
ବିଜୁ ପକ୍କାଘରର ସଂଖ୍ୟାକୁ ନେଇ ରାଜ୍ୟରେ ଚର୍ଚା କିଛି କମ ନୁହେଁ । ଗତ ୨ ବର୍ଷରେ ୧୦ ଲକ୍ଷ ବିଜୁପକ୍କାଘର ନିର୍ମାଣ କରିଥିବା କଥା ରାଜ୍ୟ ସରକାରଙ୍କ ଘୋଷଣା କରିଥିଲେ । ସେ ତଥ୍ୟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଲେ ଉଭୟ ବିରୋଧି ଦଳ ବିଜେପି ଓ କଂଗ୍ରେସ । ରାଜ୍ୟ ବିଜେପି ବିଭିନ୍ନ ଗଣମାଧ୍ୟମ ଆଗରେ ବିଭିନ୍ନ ସରକାରୀ ରିପୋର୍ଟକୁ ଆଣି ଉପସ୍ଥାପନ କରଥିଲା ଯେଉଁଥିରେ ପ୍ରମାଣିତ ହେଲା ୨ ବର୍ଷ ନୁହେଁ ୧୫ ବର୍ଷରେ ରାଜ୍ୟରେ ତିଆରି ହୋଇଛି ୧୦ ଲକ୍ଷ ଘର । ସେଥିରୁ ୮.୫ ଲକ୍ଷ ହେଉଛି କେନ୍ଦ୍ର ଯୋଜନାରେ । ମାତ୍ର ୧.୫ ଲକ୍ଷ ପକ୍କା ଘର ହୋଇଛି ବିଜୁ ପକ୍କାଘର ଯୋଜନାରେ । ତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ତର୍କ ବିତର୍କ ବି ଚାଲିଲା । କେଉଁଠି ବି ସରକାରୀ ଦଳର ମୁଖପାତ୍ର ମାନେ ପ୍ରମାଣ କରିପାରିଲେ ନାହିଁ ଯେ ଗତ ୨ ବର୍ଷରେ ତିଆରି ହୋଇଛି ୧୦ ଲକ୍ଷ ପକ୍କା ଘର । ବରଂ ଗାଲୁଆମି ଭାଷାରେ କହିଲେଯେ ଘର ନିର୍ମାଣ ଆଗରୁ ସରିଥିଲା କିନ୍ତୁ ଘର ସରିବାର ପ୍ରମାଣ ପତ୍ର ଏବେ ଦିଆଗଲା । ରାଜ୍ୟ ସରକାରଙ୍କ ପ୍ରକାଶିତ ସୂଚନା ପୁସ୍ତିକା “ଆଇନା” ରେ ବି ୨ ବର୍ଷରେ ୧୦ ଲକ୍ଷ ବିଜୁପକ୍କା ଘର ନିର୍ମାଣ ହୋଇଥିବା କଥା କହିଥିଲେ ରାଜ୍ୟ ସରକାର । ପଂଚାୟତ ନିର୍ବାଚନ ସମୟରେ ବିଭିନ୍ନ ବୌଦୁତିକ ଗଣମାଧ୍ୟମରେ ଶାସକ ବିଜୁ ଜନତା ଦଳର ଦଳୀୟ ନିର୍ବାଚନ ପ୍ରଚାରରେ ବି ରାଜ୍ୟରେ ବିଜୁ ପକ୍କାଘର ଯୋଜନାରେ ଗତ ୨ ବର୍ଷରେ ୧୦ ଲକ୍ଷ ପକ୍କା ଘର ତିଆରି ହୋଇଛି ବୋଲି ବିଂଗ୍ୟାପନ ମଧ୍ୟ ବହୁଳ ମାତ୍ରାରେ ଦିଆଯାଇଥିଲା ।

୨ ବର୍ଷରେ ୧୦ ଲକ୍ଷ ଘର ନା ୧୫ ବର୍ଷରେ ୧୦ ଲକ୍ଷ ପକ୍କା ଘରର ତର୍କ ବିତର୍କ ଥମି ନଥିଲା ବେଳେ ରାଜ୍ୟ ସରକାର କିନ୍ତୁ ନିଜ ଆଡୁ ନିଜେ ପଛପଟୁ ଖସି ପଳାଇଛନ୍ତି । ଆଗତ ହୋଇଥିବା ୨୦୧୭-୧୮ ଆର୍ଥୀକ ବଜେଟରେ ବିଜୁ ପକ୍କା ଘର ଯୋଜନା ପାଇଁ ଟଙ୍କାଟିଏବି ଅର୍ଥ ବ୍ୟୟବରାଦ କରିନାହାନ୍ତି ରାଜ୍ୟ ସରକାର । ଅର୍ଥମନ୍ତ୍ରୀ ବଜେଟ ଆଗତ ବେଳେ ଦେଇଥିବା ଅଭିଭାଷଣରେ ଉଭୟ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ ବାବଦରେ ୩୧୦୦ କୋଟିର ବ୍ୟୟବରାଦ କରାଯାଇଥିବା କଥା କହିଥିଲେ । କିନ୍ତୁ ବାସ୍ତବରେ ଅନୁଦାନ ଦାବି ବିବରଣୀ ପୁସ୍ତିକାରୁ ଜଣାପଡିଛି ଯେ ଗ୍ରାମୀଣ ପକ୍କାଘର ପାଇଁ ସମୁଦାୟ ବ୍ୟୟବରାଦ ହୋଇଥିବା ୩୧୦୦ କୋଟି ଟଙ୍କା ଖର୍ଚ ହେବ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ ଯୋଜନାରେ । ବିଜୁ ପକ୍କା ଘର ପାଇଁ ବଜେଟରେ ଅନୁଦାନ ରାଶି ହେଉଛି “ଶୂନ” । ଯଦି ବିଜୁ ପକ୍କା ଘର ପାଇଁ ବଜେଟରେ ବିଜୁ ପକ୍କା ଘର ପାଇଁ କୌଣସି ଅର୍ଥ ବ୍ୟୟ ବରାଦ କରାଯାଇନାହିଁ ତାହେଲେ ଅର୍ଥମନ୍ତ୍ରୀ କାହିଁକି ବିଜୁ ପକ୍କା ଘର ସହ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଯୋଡିକି ବିଧାନସଭାରେ ଦେଇଥିବା ବଜେଟ ଭାଷଣରେ କହିଲେ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି ।

ଚଳିତ ଆର୍ଥୀକ ବର୍ଷକୁ ମିଶେଇ ଗତ ପାଂଚୋଟି ବଜେଟରେ ରାଜ୍ୟରେ ଗରୀବ ଲୋକଙ୍କୁ ପକ୍କାଘର ନିର୍ମାଣ ପାଇଁ ସମୁଦାୟ ୧୦୫୧୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେଥିରୁ ୮୫୫୬ କୋଟି ଟଙ୍କା କେନ୍ଦ୍ରୀୟ ଯୋଜନାରେ ଓ ୧୯୪୮ କୋଟି ଟଙ୍କା ରାଜ୍ୟର ନିଜସ୍ୱ ଯୋଜନାରେ ।  କେନ୍ଦ୍ରୀୟ ଯୋଜନାରେ ବ୍ୟୟ ଅଟକଳ ଥିବା ୮୫୫୬ କୋଟି ଟଙ୍କାରୁ ଇନ୍ଦିରା ଆବାସ  ଯୋଜନାରେ ୨୦୧୩-୧୪ରେ ୨୨୪ କୋଟି ଥିଲା । ୨୦୧୪-୧୫ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଏହା ବୃଦ୍ଧି ପାଇ ୮୮୭ କୋଟି ଓ ୨୦୧୫-୧୬ରେ ପୁନଶ୍ଚ ବୃଦ୍ଧି ପାଇଁ ୧୪୭୬ କୋଟିରେ ପହଂଚିଥିଲା ।୨୦୧୬-୧୭ ଆର୍ଥୀକ ବଜେଟରେ ଇନ୍ଦିରା ଆବାସ  ଯୋଜନାର ନାମ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଯାଇଥିଲା । ୨୦୧୬-୧୭ ଆର୍ଥୀକ ବଜେଟରେ ପୁର୍ବ ଆର୍ଥୀକ ବର୍ଷ୨୦୧୫-୧୬ ରେ ଥିବା ବ୍ୟୟ ଅଟକଳର ପାଖାପାଖି ୨ଗୁଣ ଅଧିକ ଅର୍ଥ ଅର୍ଥାତ୨୮୭୨ କୋଟିର ବ୍ୟୟ ବରାଦ କରାଯାଇଥିଲା ।

ଅପରପକ୍ଷରେ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ମୋ କୁଡିଆରେ ୨୦୧୩-୧୪ରେ ୨୧୮ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ଥିବା ବେଳେ ୨୦୧୪-୧୫ରେ ୨୩୦ କୋଟି ବ୍ୟବସ୍ଥା ଥିଲା । ୨୦୧୫-୧୬ରେ ମୋ କୁଡିଆ ଯୋଜନାକୁ ବିଜୁ ପକ୍କା ଘର ଯୋଜନା ନାମରେ ପରିବର୍ତନ କରାଯାଇଥିଲା । ୨୦୧୫-୧୬ ଓ ୨୦୧୬-୧୭ର ଆର୍ଥୀକ ବଜେଟରେ ବିଜୁ ପକ୍କା ଘର ଯୋଜନାରେ ୭୦୦ କୋଟି ଲେଖାଏଁର ବ୍ୟୟବରାଦ କରାଯାଇଥିଲା । ଚଳିତ ୨୦୧୭-୧୮ରେ ଏଥିପାଇଁ କୌଣସି ଅର୍ଥ ବରାଦ କରାଯାଇନାହିଁ ।

- ଅନିଲ ବିଶ୍ୱାଳ

ରୁଣରେ ବୁଡୁଛି ରାଜ୍ୟ , ଟପି ସାରିଲାଣି ମୁଣ୍ଡ ପିଛା ୧୬ ହଜାର
୧୯୯୫-୨୦୦  ମସିହାରେ ଯେତେବେଳେ କଂଗ୍ରେସ ଦଳ ସରକାର କ୍ଷମତାରେ ଥିଲା ସେତେବେଳେ ବିରୋଧୀ ଜନତା ଦଳ ଯାହା ପରବର୍ତୀ ସମୟର ବିଜୁ ଜନତା ଦଳରେ ପରିଣତ ହୋଇଥିଲା ସେମାନଙ୍କର ପ୍ରମୁଖ ସ୍ଲୋଗାନ ଥିଲା ଓଡିଶା ରୁଣରେ ବୁଡିକି ଅଛି । ଓଡିଶାରେ ନବଜାତ ଶିଶୁ ଜନ୍ମ ହେଲା ପରଠୁ ହିଁ ତା ମୁଣ୍ଡରେ ରୂଣ ଭାର ପଡୁଛି ଏପରି ଇସ୍ୟୁ ବିଜୁ ଜନତା ଦଳ କରିଥିଲା ୨୦୦୦ ମସିହା ବିଧାନସଭା ନିର୍ବାଚନ ବେଳେ । ଆଉ ଓଡିଶାକୁ ରୂଣମୁକ୍ତ କରିବାର ଆଶ୍ୱାସନା ମଧ୍ୟ ଦଳ ତାର ନିର୍ବାଚନ ଇସ୍ତାହାରରେ ଦେଇଥିଲା । ସେ  ସମୟର ପରିସ୍ଥିତି ମଧ୍ୟ ସେପରି ଥିଲା । ସରକାର ଚାଲୁଥୀଲା ଓଭର ଡ୍ରାଫ୍ଟରେ । ଶିକ୍ଷକ ମାନଙ୍କୁ ଦରମା ଠିକ ସମୟରେ ମିଳୁ ନଥିଲା । ବହୁତ କମ ଅର୍ଥ ରାଜ୍ୟକୁ କେନ୍ଦ୍ର ଟିକସ ବାବଦରେ ମିଳୁଥିଲା । କେନ୍ଦ୍ରୀୟ ଅନୁଦାନ ବାବଦରେ ବି ସେ ସମୟରେ ଓଡିଶାକୁ ଯାହା ମିଳୁଥିଲା ତା ସମୁଦ୍ରକୁ ଶଙ୍ଖେ  । ଯାହା ରାଜ୍ୟର ନିଜସ୍ୱ ଟିକସ ଓ ଅଣ ଟିକସ ଆୟ ଭାବରେ ଆଦାୟ ହେଉଥିଲା ସେଥିରେ ରାଜ୍ୟର ବଜେଟ ତିଆରି ହେଉଥିଲା । ସେଥିପାଇଁ ରୂଣ ଛଡା ଅନ୍ୟ ପନ୍ଥା ନଥିଲା । ଅବଶ୍ୟ ରାଜ୍ୟରେ କୋଇଲା ଓ ଲୁହା ପଥର ଲିଜିଂରେ ସେତେବେଳର କଂଗ୍ରେସ ସରକାର ନିରପେକ୍ଷତା ଅବଲମ୍ବନ କରିନଥିଲେ । ଯଦି ସେମାନେ ଖଣିଜ ସମ୍ପଦର ସୁବିନିଯୋଗ କରିଥାନ୍ତେ ତାହେଲେ ହୁଏତ ଓଡିଶାର ଆର୍ଥୀକ ସ୍ଥିତି ଭିନ୍ନଥାନ୍ତା କି ଆଉ ଏତେ ରୂଣ କରିବାକୁ ପଡୁନଥାନ୍ତା ।

୨୦୦୦ରେ ସରକାର ବଦଳିଲା । ୧୭ ବର୍ଷ ହେଲାଣି ଚାଲି ଆସିଛି ସମାନ ସରକାର । ସେ ସମୟରେ ମିଳୁଥିବା କେନ୍ଦ୍ରୀୟ ଟିକସ ଆଉ କେନ୍ଦ୍ରୀୟ ଅନୁଦାନ ରାଶି ଠାରୁ ଏବେ ଢେର ବେଶୀ ଅର୍ଥ ଆସୁଛି ରାଜ୍ୟକୁ । ଚଳିତ ବଜେଟ ୨୦୧୭-୧୮ରେ ଅଟକଳ ହୋଇଥିବା ସମୁଦାୟ ୧,୦୬,୯୧୧ କୋଟିରୁ ୪୯ % ଅର୍ଥ ଆସିଛି କେନ୍ଦ୍ରରୁ । କିନ୍ତୁ ରାଜ୍ୟରେ ରୂଣ ଭାର କମିବ କଣ ରୂଣ ଭାର ବଢିଗଲାଣି ପାଖାପାଖି ୫ ଗୁଣ । ୨୦୦୦ ମସିହାରେ ରାଜ୍ୟର ରୂଣଭାର ଥିଲା ୧୮ହଜାର ୧୦୦ କୋଟି । ୨୦୧୬-୧୭ ଆର୍ଥୀକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ରୂଣଭାର ପହଂଚିଲାଣି ୬୬୯୯୨ କୋଟିରେ । ଅର୍ଥାତ ୨୦୧୬-୧୭ ଆର୍ଥୀକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ରୂଣ ଭାର ପହଂଚିଛି ମୁଣ୍ଡ ପିଛା ୧୬ ହଜାର ଟଙ୍କାରେ ।  କେବଳ୧୬ ବର୍ଷରେ ରାଜ୍ୟରେ ରୂଣ ଭାର ବଢିଛି ୪୮୮୯୨ କୋଟି ଟଙ୍କା । ସ୍ୱାଧୀନତାର ୫୦ ବର୍ଷରେ ଯେତିକି ରୂଣ ହୋଇନଥିଲା ଗତ ୧୬ ବର୍ଷରେ ତାର କେତେ ଗୁଣ ଅଧିକ ରୂଣ ହେଇସାରିଲାଣି । ୨୦୦୪-୦୫ରେ ରାଜ୍ୟରେ ରୂଣ ଭାର ୩୪,୦୫୧ କୋଟି ଥିଲା ବେଳେ ୨୦୦୯-୧୦ରେ ଏହାର ପରିମାଣ ୩୭,୭୭୦ କୋଟିକୁ ବୃଦ୍ଧି ପାଇଥିଲା  । ସେହିପରି ୨୦୧୪-୧୫ ଆର୍ଥୀକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ରୂଣ ପରିମାଣ ୪୩,୨୭୩ କୋଟିକୁ ଛୁଇଁଥିଲା ।

ସରକାର କରୁଥିବା ରୂଣର ସିଂହଭାଗ ରାଶି ଭବିଷ୍ୟନିଧି ପାଣ୍ଠି ଓ ଜାତୀୟ ସ୍ୱଳ୍ପ ସଂଚୟ ପାଣ୍ଠିରୁ ଆଣିଥିବା ବେଳେ ବାକି ରାଶି ଭାରତ ସରକାରଙ୍କ ଠାରୁ ସିଧାସଳଖ ଓ ନାବାର୍ଡ ଜରିଆରେ ଆଣିଛନ୍ତିା ସମୁଦାୟ ରୂଣ ରାଶି ମଧ୍ୟରୁ ଭବିଷ୍ୟନିଧି ପାଣ୍ଠିରୁ ରୂଣ ଭାବରେ ୧୭୦୦୦ କୋଟି ରାଶି ଆସିଥିବା ବେଳେ ଭାରତ ସରକାରଙ୍କ ଠାରୁ ସିଧାସଳଖ ଓ ନାବାର୍ଡ ଜରିଆରେ ପାଖାପାଖି ୨୫୦୦୦ କୋଟି ଟଙ୍କା ଆସିଛି । ଖୋଲା ବଜାରରୁ ପାଖାପାଖି ୯୦୦୦ କୋଟି ଟଙ୍କାର ରୁଣ ଆଣଛନ୍ତି ସରକାର ।

୨୦୧୬-୧୭ ଆର୍ଥୀକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ରୂଣ ଭାର ୬୬,୯୯୨ କୋଟି ଥିଲା ବେଳେ ଚଳିତ ଆର୍ଥୀକ ବଜେଟ ୨୦୧୭-୧୮ ରେ ସରକାର ଆଉ ୧୭,୮୪୯ କୋଟିର ରୂଣ କରିବାର ଲକ୍ଷ୍ୟ ରଖିଛନ୍ତି । ଏହିପରି ଭାବେ ରାଜ୍ୟର ମୋଟ ରୂଣ ଭାର ୮୪,୮୪୧ କୋଟିରେ ପହଂଚିବାକୁ ଯାଉଛି ।

- ଅନିଲ ବିଶ୍ୱାଳ

ମହାନଦୀ କୁଳେ କୁଳେ ଫୁଟିଲା ପଦ୍ମ
ଚଳିତ ପଂଚାୟତ ନିର୍ବାଚନରେ ମହାନଦୀ ବିବାଦ ବନିଥିଲା ସବୁଠୁ ବଡ ନିର୍ବାଚନୀ ପ୍ରସଙ୍ଗ । ପ୍ରଥମେ ନବୀନଙ୍କ ମହାନଦୀ ଜଳ ବିବାଦକୁ ନେଇ ରଣହୁଙ୍କାର ଓ ତାକୁ ବିଭିନ୍ନ ଜିଲ୍ଲା ଗସ୍ତବେଳେ ପ୍ରଚାର କରିବା ପୁରା ପୁରି ସ୍ପଷ୍ଟ କରିଦେଇଥିଲାଯେ ଛତିଶଗଡ ସହ ତିଆରି ହୋଇଥିବା ମହାନଦୀ ଜଳ ବିବାଦ ଆଗାମୀ ଦିନରେ ଏକ ମୁଖ୍ୟ କେନ୍ଦ୍ର ବିରୋଧୀ ପ୍ରସଙ୍ଗ ଭାବେ ଉଭା ହେବାକୁ ଯାଉଛି । ଶାସକ ଦଳବି ପୁରା ବଳ ଲଗାଇଥିଲା ମହାନଦୀ ବିବାଦକୁ ନେଇ କିପରି ଭୋଟ ତିଆରି ହେବ । ଆଉ ଭାରତୀୟ ଜନତା ପାର୍ଟିବି ଏହାର କଡା ଜବାବ ଦେଇଥିଲା ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂକୁ ପ୍ରଚାର ମଇଦାନକୁ ଓହ୍ଲାଇ । କେତେକ ରାଜନୌତିକ ସମୀକ୍ଷକ ଭାରତୀୟ ଜନତା ପାର୍ଟି ର ଏହି ପଦକ୍ଷେପ ଦଳ ପାଇଁ ବୁମେରାଂଗ ହେବ ବୋଲି କହିଥିଲେ । ଦଳର ଜଣେ ଟାଣୁଆ ନେତା ବିଜୟ ମହାପାତ୍ର ନିଜ ଦଳର ପ୍ରଚାର ପାଇଁ ରମଣ ସିଂ ଆସିବା କଥାକୁ ନାପସନ୍ଦ କରିଥିଲେ । ହେଲେ ଭାରତୀୟ ଜନତା ପାର୍ଟିର ଯୁକ୍ତି ଥିଲା ମହାନଦୀ ବିବାଦର ସମାଧାନ କୁଆଡେ ରାଜ୍ୟ ସରକାର ଚାହୁଁନାହାନ୍ତି । କେବଳ ରାଜନୀତି କରିବାପାଇଁ ବିଜେଡି ମହାନଦୀ ପ୍ରସଙ୍ଗକୁ ଅଯଥାରେ ବିବାଦକୁ ନେଉଛି । ୧୦ ବର୍ଷ ହେଲାଣି ଛତିଶଗଡ ସରକାର ଡ୍ୟାମ ତିଆରି କଲାଣି ହେଲେ ରାଜ୍ୟ ସରକାର ଏବେ ନିଦରୁ ଉଠିଲେ ବୋଲି ବିଜେପି ଅଭିଯୋଗ କରିଥିଲେ । ଏପରି ଭାବରେ ମହାନଦୀ ପ୍ରସଙ୍ଗ ରାଜ୍ୟର ପୁରା ପଂଚାୟତ ନିର୍ବାଚନରେ ଏକପ୍ରକାରର ମୁଖ୍ୟ ପ୍ରସଙ୍ଗ ବନିଥିଲା ।

ଏବେ ନିର୍ବାଚନର ଯାହା ଫଳାଫଳ ଘୋଷଣା ହୋଇଛି ସେଥିରେ  ବିଜେପି ମହାନଦୀ କୁଳ ଜିଲ୍ଲା ମାନଙ୍କରେ ପୁରା ବାଜିମାତ କରିପାରିଛି । ମହାନଦୀ ବିବାଦଯେ ଯେ ବିଜୁ ଜନତା ଦଳର ଏକ ରାଜନୀତି ପ୍ରସଙ୍ଗ ସେକଥା ଲୋକଙ୍କୁ  ବୁଝେଇବାରେ ଦଳ ପୁରା ସକ୍ଷମ ହୋଇଛି । ଆଉ ଲୋକ ଯାହା ଜନମତ ଦେଇଛନ୍ତି ସେଥିରୁ ଜଣାପଡୁଛି ମହାନଦୀ କୁଳେ କୁଳେ ବିଜୁ ଜନତା ଦଳର ଶଙ୍ଖ ପୁରା ମହାନଦୀ ପାଣିରେ ବୁଡିଯାଇଛି ଯେଉଁଠି ବିଜେପିର ପଦ୍ମ ପୁରା ଫୁଟିଛି ।

ମହାନଦୀ କୁଳେ କୁଳେ ଓଡିଶାର ୮ଟି ଜିଲ୍ଲା ଅବସ୍ଥିତ । ସେଥିରୁ ସମ୍ବଲପୁର , ବରଗଡ, ସୋନପୁର ବିଜେପିି ହାତକୁ ଯାଇଛି । ଆଗରୁ ଏହି ଜିଲ୍ଲା ବିଜେଡି ହାତରେ ଥିଲା । ୨୦୧୨ ନିର୍ବାଚନରେ ବିଜେପିର ପଦର୍ଶନ ଏହି ଜିଲ୍ଲା ମାନଙ୍କରେ ପୁରା ନୌରାଶ ଜନକ ଥିଲା  । କିନ୍ତୁ ୨୦୧୭ ନିର୍ବାଚନରେ ଦଳ ପୁରା ଜିରୋରୁ ହିରୋ ହୋଇପାରିଛି  । ଏପରିକି ଦଳ ଯେଉଁ ୮ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହାସଲ କରିବା ସ୍ପଷ୍ଟ ହୋଇଛି ସେଥିରୁ ୩ଟି ମହାନଦୀ କୁଳ ଜିଲ୍ଲା ।

ସମ୍ବଲପୁର ରେ ମୋଟ ୧୮ ଜିଲ୍ଲା ପରିଷଦ ଆସନରୁ ବିଜେପି ୧୩ଟି ପାଇଥିଲାବେଳେ ବିଜେଡି ମାତ୍ର ୩ ଟି ପାଇଛି  । ଏଠାରେ କହିବା ଜରୁରୀ ହେବ ସମ୍ବଲପୁରରେ ବିଜୁ ଜନତା ଦଳ ଜଳ ସତ୍ୟାଗ୍ରହ କରିଥିଲା । ବରଗଡ ଜିଲ୍ଲାରେ ଥିବା ସମୁଦାୟ ୩୪ ଆସନରୁ ୨୫ଟି ବିଜେପି ପୋଛି ନେଇଛି । ସେହିପରି ବାଚସ୍ପତିଙ୍କ ଜିଲ୍ଲା ସୋନପୁରର ୧୩ ଆସନ ମଧ୍ୟରୁ ୧୦ଟିରେ ପଦ୍ମ ଫୁଟିଛି । ସମ୍ବଲପୁର, ବରଗଡ ଆଉ ସୋନପୁରରୁ ବିଜୁ ଜନତା ଦଳର ଟାଣୁଆ ନେତା ମାନେ ପ୍ରତିନିଧିତ୍ୱ କରୁଥିଲାବେଳେ ସେହି ସବୁ ଜିଲ୍ଲାରେ ପଦ୍ମ ଫୁଟିବା ନିଶ୍ଚିନ୍ତ ଭାବେ ବିଜୁ ଜନତା ଦଳର ନିଦ ହଜେଇ ଦେଇଥିବ ।

- ଅନୀଲ ବିଶ୍ୱାଳ