Khabar Odisha

କୋକାକୋଲା ସ୍ପ୍ରାଇଟ ଛାଡନ୍ତୁ ପଇଡ ପାଣି ପିଅନ୍ତୁ
ଆମେ ମାନେ ପ୍ରାୟ ସମସ୍ତେ ମୃଦ୍ୟୁ ପାନୀୟ ମୋହରେ ପଡିଯାଇଛେ । ହେଲେ ଏହି ମୃଦ୍ୟୁ ପାନୀୟ କେତେ ମାତ୍ରାରେ ଆମ ସ୍ୱାସ୍ଥ୍ୟ, ଆମ ଅର୍ଥନୀତି, ଆମ ପରିବେଶକୁ ଖରାପ କରୁଛି ତାହା ଆମେ ଜାଣିଛେ କି ? ଏବେ ସମୟ ଆସିଛି କୋକାକୋଲା, ସ୍ପ୍ରାଇଟ, ପେପସି, ଥମସଅପ, ମିରିଣ୍ଡା ଏସବୁକୁ ଛାଡିବା ଆଉ ପଇଡ ପାଣି ପିଇବା । ତାହେଲେ ଯାଇ ଆମେ ସୁସ୍ଥ ରହି ପାରିବା ଏବଂ ଆମର ଦେଶି ଅର୍ଥନୀତିକୁ ସୁରକ୍ଷିତ ରଖିପାରିବା ।

ଅର୍ଥନୀତି

ଏବେ ନିପଟ ମଫସଲ ଗାଁ ଠାରୁ ଆରମ୍ଭ କରି ରାଜଧାନୀର ବଡ ସପିଙ୍ଗମଲରେ ସବୁଠି ମିଳୁଛି ଏହି ମିଠା ବିଷ ସବୁ । ସାରା ଭାରତରେ ଏହି କୋଲ୍ଡଡ୍ରିଙ୍କସ ଯାହାକୁ ଆମେ ମୃଦ୍ୟୁ ପାନୀୟ କହୁଛେ ତାହାର ବଜାର ହେଉଛି ୧୮,୦୦୦ କୋଟି ଟଙ୍କାର । ଓଡିଶାରେ ପାଖାପାଖି ୮୦୦ କୋଟି ଟଙ୍କାର । ୪ କୋଟି ଜନ ସଂଖ୍ୟାରେ ୮୦୦ କୋଟିର ବେପାର । ଆଉ ଏହି ବେପାରରେ ବିଦେଶି କମ୍ପାନୀ କୋକାକୋଲା ଏବଂ ପେପସି କମ୍ପାନୀର ହେଉଛି ୮୦ % ସେୟାର । ଆମକୁ ପାଣୀରେ କିଛି କେମିକାଲ ଆଉ ଫ୍ଲେଭର ପକେଇ ଦେଇ ଏହାକୁ ଆକର୍ଷଣୀୟ ବୋଟଲରେ ପ୍ୟାକେଟ କରି ଏମାନେ କୋଟି କୋଟି ଲାଭ କରନ୍ତି ଏବଂ ଏହି ଅର୍ଥ ଚାଲିଯାଏ ସିଧା ସିଧା ବିଦେଶକୁ । ଆଉ ଏହି ୮୦୦ କୋଟି ଟଙ୍କା ଯଦି ଆମ ନିଜ ରାଜ୍ୟର ପଇଡ ଚାଷୀଙ୍କ ପାଖରେ ରୁହନ୍ତା ତାହେଲେ ଭାବନ୍ତୁ ତ କେତେ ଭଲ ହୁଅନ୍ତା । ସେମାନଙ୍କ ଆର୍ଥୀକ ପ୍ରଗତି ହେବା ସହ ଛୋଟ ଛୋଟ ବେପାରୀ ମାନେ ଅଧିକ ଲାଭ ପାଆନ୍ତେ ଏବଂ ଲୋକମାନେ ମଧ୍ୟ କମ ଅର୍ଥରେ ଭଲ ସ୍ବାସ୍ଥ୍ୟକର ପାନୀୟ ପିଇପାରନ୍ତେ ।

ଆପଣ ଭାବୁଥିବେ କୋଲ୍ଡଡ୍ରିଙ୍କସ ପିଇବା ବନ୍ଦ କରିଦେଲେ ଯେଉଁ ସବୁ ଦୋକାନୀମାନେ ଏବେ ବିକ୍ରି କରୁଛନ୍ତି ସେମାନ ହଇରାଣ ହେବେ । ବାସ୍ତବରେ ଗୋଟିଏ ୧୦ରୁ ୧୨ ଟଙ୍କାର କୋଲ୍ଡଡ୍ରିଙ୍କସରୁ ଦୋକାନୀ ପାଏ ମାତ୍ର ୧ ଟଙ୍କା । ମନେକରନ୍ତୁ ଏକ ଲିଟର ଥଣ୍ଡାର ଦାମ ହେଉଛି ୫୦ ଟଙ୍କା । ସେହି ୫୦ ଟଙ୍କାର କୋଲ୍ଡଡ୍ରିଙ୍କସ ରୁ ଦୋକାନୀ ପାଏ ମାତ୍ର ୩ରୁ ୫ଟଙ୍କା । ବାକି ୪୫ ଟଙ୍କାରୁ ସରକାର ଟିକସ ପାଆନ୍ତି ସର୍ବାଧୀକ ୫ ଟଙ୍କା । ବାକି ୪୦ ଟଙ୍କା ଯାଏ କମ୍ପାନୀ ପାଖକୁ । କମ୍ପାନୀର କର୍ମଚାରୀ ଦରମା ଖର୍ଚ୍ଚ, ବୋତଲ ଖର୍ଚ୍ଚ ଏବଂ ପାନିୟ ପ୍ରସ୍ତୁତି ଖର୍ଚ୍ଚରେ ଖର୍ଚ୍ଚ ହୁଏ ସର୍ବାଧୀକ ୫ ଟଙ୍କା ରୁ ୧୦ ଟଙ୍କା । ବାକି ୩୦ ଟଙ୍କା ହେଉଛି କମ୍ପାନୀର ଲାଭ । ପ୍ରାୟ ୬୦%  ଲାଭ ହୁଏ ଏବଂ ଏହା ସିଧା ସିଧା ଚାଲିଯାଏ ବିଦେଶକୁ । ହେଲେ ଯଦି ପଇଡ ଆମେ ସମସ୍ତେ ପିଅନ୍ତେ ତାହେଲେ ଏହି ପଇସା ଓଡିଆ ଚାଷୀ, ଛୋଟ ଛୋଟ ବେପାରୀଙ୍କ ପାଖରେ ରୁହନ୍ତା ।

ଓଡିଶାର ପ୍ରାକୃତିକ ଭୌଗଳିକ ପରିବେଶ ଯାହା ସେଥିରେ ପଇଡ ଚାଷ ବ୍ୟାପକ ମାତ୍ରାରେ ହୋଇପାରିବ । ଆମର ତ ଏଠି ଅନେକ ଯାଗାରେ ଖାଲି ନଡିଆ ଚାରା ପକାଇ ଦେଲେ ଗଛ ତାର ମନକୁ ମନ ହେବ । ବିଶେଷ ଯତ୍ନ ନନେଲେବି ପଇଡ ଫଳିବ । ଦେଶର ପଇଡା ବା ନଡିଆ ପାଇଁ ଉପଯୁକ୍ତ ଥିବା ମାତ୍ର ୬ଟି ରାଜ୍ୟରୁ ଓଡିଶା ଅନ୍ୟତମ । ହେଲେ ଆମ ମାନଙ୍କ କୋଲ୍ଡଡ୍ରିଙ୍କସ ପ୍ରେମ ପାଇଁ ଏହି ପଇଡ ଚାଷ ଆଜି ନଷ୍ଟ ହେବାକୁ ବସିଲାଣି । ଏବେ ରାଜ୍ୟରେ ଯେତିକି ପଇଡ ବା ନଡିଆ ଉପ୍ତାଦନ ହେଉଛି ତାହା ଆମର କ୍ଷମତାର ମାତ୍ର ୧୦% । ଆହୁରି ଅଧିକ ୯୦% ପଇଡ ଉପ୍ତାଦନ ପାଇଁ ରାଜ୍ୟ ସକ୍ଷମ । ହେଲେ ପଇଡ ବିକ୍ରି ନହୋଇ ପାରିବା କାରଣରୁ, ଏବଂ ନଡିଆରୁ ତେଲ ବାହାର କରି ଏହାର ବିକ୍ରି ସୁବିଧା ନଥିବା କାରଣରୁ ଚାଷୀ ମାନେ ଆଉ ପଇଡ ଚାଷ ପାଇଁ ଆଗ୍ରହ ଦେଖଉ ନାହାନ୍ତି ।

ସ୍ବାସ୍ଥ୍ୟ

ଋିସର୍ଚ୍ଚରୁ ଜଣା ପଡିଛି ଯେ ଯେଉଁମାନେ ନିୟମିତ ଭାବେ ଦୈନିକ ୨୦୦ ମିଲିଲିଟରରୁ ଅଧିକ କୋଲ୍ଡ ଡ୍ରିଙ୍କସ ପିଅନ୍ତି ସେମାନେ ୪୦ ବର୍ଷ ବୟସରେ ପହଂଚିଲାବେଳକୁ ସୁଗାର ଡାଇବେଟିସ ଏବଂ କିଡନି  ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । କୋଲ୍ଡ ଡ୍ରିଙ୍କସ ପିଇବା ଫଳରେ ଦାନ୍ତ ଏବଂ ହାଡକୁ ଯଥେଷ୍ଟ କ୍ଷତି ପହଂଚିଥାଏ । ପରୀକ୍ଷାରୁ ଜଣାପଡିଛି ଯେ ଗୋଟିଏ ଗ୍ଲାସରେ ଯଦି କୋକାକୋଲା ବା ସେହିଭଳି ମୃଦ୍ୟୁପାନୀୟରେ ଯଦି ଏକ ଦାନ୍ତକୁ ୧ ସପ୍ତାହ ବୁଡାଇ ରଖାଯାଇରଖାଯାଏ ତାହେଲେ ଏକ ସପ୍ତାହ ପରେ ଏହି ଦାନ୍ତଟି ସେଥିରେ ମିଳେଇ ଯିବ ଏବଂ ନିଜର ଅସ୍ତିତ୍ୱ ହରାଇବ । ଏଥିରୁ ବୁଝାପଡୁଛି ଯେ ଶରୀର ପାଇଁ କୋଲ୍ଡଡ୍ରିଙ୍କସ କେତେ ହାନି କାରକ । କୋକ ଏବଂ ଅରେଂଜ ଫ୍ଲେଭର କୋଲ୍ଡଡ୍ରିଙ୍କସରେ ମିଶୁଥିବା କୃତିମ ରଙ୍ଗ ସବୁ ହେଉଛନ୍ତି କ୍ୟାନସର ବେମାରୀ ଗୋଟିଏ ଗୋଟିଏ ଏଜେଂଟ । ମୃଦ୍ୟୁପାନିୟ ପ୍ରସ୍ତୁତିରେ ଫସପରିକଏ ଏସିଡର ବ୍ୟବହାର ହୁଏ ଯାହା କିଡନିକୁ ନଷ୍ଟ କରିଦେଇଥାଏ । କୋଲା ପିଇବା ଫଳରେ ରକ୍ତରେ ଅତ୍ୟଧିକ ଫସଫେଟ ଆସିଥାଏ ଯାହା ଶରୀରରେ କ୍ୟାଲସିୟମ ମେଟାବଲିଜିମକୁ ନଷ୍ଟ କରିଦେଇଥାଏ । କ୍ୟାଲସିୟମ ମେଟାବଲିଜିମ ନଷ୍ଟ ହେବାର ପ୍ରଭାବ ମସ୍ତିଷ୍କ, ହାଡ ଏବଂ ଦାନ୍ତ ଉପରେ ପଡେ । ମୃଦ୍ୟୁପାନୀୟରେ ସେପରି କିଛି ଏନର୍ଜି ବା ଭିଟାମିନସ ନାହିଁ । କେବଳ ପାଟି ସୁଆଦ ଏବଂ ବଡ ବଡ ସିନେମା ତାରକା ଏବଂ ଖେଳାଳୀଙ୍କ ବିଜ୍ଞାପନରେ ପ୍ରଭାବିତ ହୋଇ ଲୋକମାନେ ଏହାକୁ ପିଇ ଦେଇଥାନ୍ତି ।

କିନ୍ତୁ ପଇଡ ପିଇବା ଶରୀର ପ୍ରତି ଅନେକ ଲାଭ ଦାୟକ ହୋଇଥାଏ । ପ୍ରଥମତଃ ଏହା ସମ୍ପୁର୍ଣ୍ଣ ପ୍ରାକୃତିକ । ଏଥିରେ କୋଲ୍ଡ ଡ୍ରିଙ୍କସ ଭଳି କୌଣସି କେମିକାଲର ଭୟ ନାହିଁ । ୨୫୦ ଗ୍ରାମ ପଇଡ ପାଣିରେ ୪୬ କ୍ୟାଲୋରି ଏନର୍ଜି ଥାଏ ଯାହା ସମାନ ପରିମାଣର କୋଲ୍ଡଡ୍ରିଙ୍କସରେ ଥିବା ଏନର୍ଜି ଅପେକ୍ଷା ୪ ଗୁଣ ଅଧୀକ । ଏହା ଛଡା ପଇଡ ପାଣିରେ ଫାଇବର, ପ୍ରୋଟିନ, କାବ୍ରସ, ଭିଟାମିନ-ସି, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲିସିୟମ ଏବଂ ସୋଡିୟମ ଥାଏ ଯାହା ଶରୀର ପାଇଁ ବହୁତ ଭଲ । ପଇଡ ପାଣି ଶରୀରରେ ସୁଗାର ଲେଭେଲକୁ କମ କରିଥାଏ ଯାହା ଫଳରେ ଡାଇବେଟିସ ହୋଇନଥାଏ । ସର୍ଭେରୁ ଜଣାପଡିଛି ସକାଳେ ନିୟମିତ ପଇଡ ପାଣି ପିଇଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳେ । ପଇଡ ପାଣିରେ ପଟ୍ଟାସିୟମ ଥିବାରୁ ଏହା ରକ୍ତଚ୍ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ଯଦି କାହାକୁ ଡାଇରିଆ ବା ଦଣ୍ଡିସ ହୋଇଥାଏ ତାକୁ ଯଦି କୋଲ୍ଡଡ୍ରିଙ୍କସ ଦିଆଯାଏ ତାହେଲେ ରୋଗୀର ମୃତ୍ୟୁ ସୁନିଶ୍ଚିତ ହେଲେ ଯଦି ପଇଡ ପାଣି ଦିଆଯାଏ ତାହେଲେ ଏହା ରୋଗକୁ ପ୍ରଶମିତ କରିଥାଏ । ଏଥିରୁ ଜଣାପଡୁଛି ଆମେ କାହିଁକି କୋଲ୍ଡଡ୍ରିଙ୍କସକୁ ଛାଡି ପଇଡ ପିଇବା ଉଚିତ ।

ପରିବେଶ

କୋଲ୍ଡଡ୍ରିଙ୍କସର ସବୁଠାରୁ ଖରାପ ପ୍ରଭାବ ଯାହା ପରିବେଶକୁ ବହୁତ କ୍ଷତି କରେ ତାହା ହେଲା ଏହାର ପ୍ଲାଷ୍ଟିକ ବୋତଲ ଏବଂ ଏହାର ଠିପି । ଭାରତରେ ବର୍ଷକୁ ଏତେ ପରିମାଣର କୋଲ୍ଡଡ୍ରିଙ୍କସ ବିକ୍ରି ହେଉଛିଯେ ଯଦି ଏହାକୁ କେବଳ ଗୋଟିଏ ଗୋଟିଏ କରି ସଜା ଯାଏ ତାହେଲେ ସାରା ଭାରତର ଅଧା କ୍ଷେତ୍ରଫଳ ଭରିଯିବ । ଭାରତରେ ବର୍ଷକୁ ୧୩ ମିଲିୟନ ମେଟ୍ରିକ ଟନର ପ୍ଲାଷ୍ଟିକ ଉପ୍ତାଦନ ହୁଏ ଯାହାର ୩୦ରୁ ୩୫ % ହେଉଛି କେବଳ ଏହି କୋଲ୍ଡ ଡ୍ରିଙ୍କସ ପାଇଁ । ଆମ ଦେଶର ଜନସଂଖ୍ୟା ଅଧୀକ ଥିବାରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣ ଅଧିକ ହୋଇଯାଉଛି । ଏହି ସବୁ ବୋତଲକୁ ରିସାଇକ୍ଲିଙ୍ଗ କରିବା ପାଇଁ ସରକାରୀ ବା ବେସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନାହିଁ । ଏତେ ବିପୁଳ ପରିମାଣ ପ୍ଲାଷ୍ଟିକ ଯିବ କୁଆଡେ । ସବୁ ଯାଉଛି ବିଭିନ୍ନ ଜଳାଶୟ, ନଦୀ, ସମୁଦ୍ର ଆଉ ମାଟିକୁ । ହେଲେ ପଇଡର କୌଣସି ବର୍ଜ୍ୟବସ୍ତୁ ନାହିଁ । ଏହାର ସମସ୍ତ ଜିନିଷ କାମରେ ଲାଗେ । ଖାଇକି ଫୋପଡା ଯାଉଥିବା ପଇଡ ଶୁଖିଲେ ସେଥିରୁ କତା ବାହାରିପାରିବ ଯେଉଁଥିରୁ ଦଉଡି ବାହାରିପାରିବ, ପା ପୋଛ, ଅଖା, ବ୍ୟାଗ, ମଶିଣା, କଣ୍ଢେଇ ଇତ୍ୟାଦି ତିଆରି ହୋଇପାରିବ । ନଡିଆ କତାରୁ ଏପରି ଅନେକ ଘରକରଣା ଜିନିଷ ତିଆରି ହୋଇପାରିବ ଯାହା ଆମର ଦୈନଦିନ ଜିବନରେ ଅନେକ କାମରେ ଆସେ । ଆଗରୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବେଳେ ଲାଗୁଥିବା ଦଉଡି ସବୁ ଆମର ସାକ୍ଷୀଗୋପାଳରେ ପ୍ରସ୍ତୁତ ହେଉଥିଲା । ଏକଥା ବେଶି ଦିନର କଥା ନୁହେଁ ମାତ୍ର ୩୦ ବର୍ଷ ତଳର କଥା । ହେଲେ ଏବେ ଏହା କେରଳରୁ ଆସୁଛି । କାରଣ ଆମେ ନଡିଆ ଚାଷକୁ ଯେତିକି ପ୍ରୋସ୍ତ୍ରାହନ ଦେବା କଥା ତାହା କରିପାରିଲେ ନାହିଁ ଯାହା ଫଳରେ ଏହି ଚାଷ ଦିନକୁ ଦିନ ଡୁବିଲା ଏବଂ ରାଜ୍ୟର ପଇଡ ଉପ୍ତାଦନ ମଧ୍ୟ କମିବାରେ ଲାଗିଲା ।

ଏସବୁର ସମାଧାନ ହେବ ଯଦି ଆମେ କୋଲ୍ଡଡ୍ରିଙ୍କସ ପିଇବା ଛାଡିବା ଏବଂ ପଡଇ ପିଇବା ।

ମଦୁଆ ହେଉଛି ଓଡିଶା, ବାର୍ଷୀକ ବିକ୍ରି ପରିମାଣ ୧୬ କୋଟି ୪୬ ଲକ୍ଷ ଲିଟର
ବଢୁଛି ମଦ ବିକ୍ରି । ଗଳି ଗଳିରେ ଖୋଲୁଛି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ । ମଦର କରାଳ ନିଶାରେ ପଡୁଛନ୍ତି ରାଜ୍ୟର ଯୁବ ଗୋଷ୍ଠୀ । ଉଜୁଡୁଛି ପାରିବାରିକ ସର୍ମ୍ପକ । ଭାଙ୍ଗୁଛି ସ୍ୱାମୀ ସ୍ତ୍ରୀର ସଂସାର । ଖାଲି ସେତିକି ନୁହେଁ ଭୟଙ୍କର ହାରରେ ବଢୁଛି କିଡନି, ଲିଭର ଏବଂ ପାକସ୍ଥଳିରୋଗୀଙ୍କ ସଂଖ୍ୟା । କିଡନି, ଲିଭର ଏବଂ ପାକସ୍ଥଳ ଖରାପ ପାଇଁ ଲିଭୁଛି ଅନେକ ସ୍ତ୍ରୀଙ୍କର ସିନ୍ଦୁର । ସଡକ ଦୁର୍ଘଟଣାରେ ଯେତିକି ଲୋକ ମରୁଛନ୍ତି ସେଥିରୁ ଅଧିକାଂଶ ମଦ୍ୟପାନ ଜନିତ ବେପରୁଆ ଗାଡି ଚାଳନା ପାଇଁ ହେଉଛି ।

ଓଡିଶାରେ ଯେତିକି ହାରରେ ନୁଆ ସ୍କୁଲ ଖୋଲୁନି କି ନୁଆ ଡାକ୍ତରଖାନା ତିଆରି ହେଉନି ତାଠାରୁ ଅଧିକ ହାରରେ ଖୋଲୁଛି ମଦ ଦୋକାନ । ସମାଜର ଏତେ କ୍ଷତି ହେବା ସତ୍ୱେ କାହିଁକି ଏତେ ମାତ୍ରାରେ ମଦ ଦୋକାନ ଖୋଲିବା ପାଇଁ ସରକାର ଅନୁମତି ଦେଉଛନ୍ତି ତାହା ଏକ ବଡ ପ୍ରଶ୍ନ ।

ରାଜ୍ୟରେ ୨୦୦୧ ମସିହାରେ ଥିଲା ମାତ୍ର ୧୩ଟି ବିୟର ପାର୍ଲର । ହେଲେ ଏବେ ଏହି ସଂଖ୍ୟା ୧୦୫କୁ ଟପି ସାରିଲାଣି । ୧୭ ବର୍ଷରେ ନୁଆ ୯୨ଟି ବିୟର ପାର୍ଲର ତିଆରି ହୋଇଛି । ଅର୍ଥାତ ବିୟର ପାର୍ଲର ସଂଖ୍ୟା ବଢିଛି ୭୦୦% ହାରରେ । ଯଦି ଫରେନ ଲିକରର ଦୋକାନକୁ ହିସାବକୁ ନିଆଯାଏ ତାହେଲେ ମଧ୍ୟ ଏହି ସଂଖ୍ୟାରେ ବି ବଢିଛି ଆକାଶଛୁଆଁ । ୨୦୦୧ ବେଳେ  ଫରେନ ଲିକର ଅଫ ସପ ଏବଂ ଅନ ସପ ମିଶି ୭୫୩ଟି ଥିଲା । ଏବେ ସହି ସଂଖ୍ୟା ଆସି ୧୪୯୩ରେ ପହଂଚିଲାଣି । ୧୭ ବର୍ଷରେ ନୁଆ ୭୪୦ଟି ମଦ ଦୋକାନ ଖୋଲିଛି ଯାହା ଏକ ଉଦବେଗଜନକ ସଂଖ୍ୟା । ରାଜ୍ୟରେ ମଦ ବିକ୍ରି ହେବାପରଠାରୁ ୨୦୦୧ ମସିହା ଭିତରେ ଯେତିକି ଦୋକାନ ଖୋଲାଯାଇଥିଲା ମାତ୍ର ୧୭ ବର୍ଷରେ ଏହି ସଂଖ୍ୟା ଏହାର ପାଖାପାଖି ହୋଇଗଲାଣି ।

ରାଜ୍ୟରେ ୨୦୦୦ ମସିହାରେ ଫରେନ ଲିକର ବର୍ଷକୁ ୪୬ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହେଉଥିବାବେଳେ ଏବେ ଏହାର ବିକ୍ରି ପରିମାଣ ୫୦୦ ଲକ୍ଷ ଲିଟରରେ ପହଂଚିଲାଣି । ମାତ୍ର ୧୮ ବର୍ଷରେ ଫରେନ ଲିକର ବିକ୍ରି ୧୧ ଗୁଣ ବଢିଗଲାଣି । ସେହିପରି ବିୟର ବିକ୍ରି ୨୦୦୦ ମସିହାରେ ୫୪ ଲକ୍ଷ ଲିଟର ଥିବା ବେଳେ ଏବେ ଏହା ୪୮୫ ଲକ୍ଷ ଲିଟରରେ ପହଂଚିଲାଣି  । ରାଜ୍ୟରେ ବାର୍ଷୀକ ବିକ୍ରି ହେଉଥିବା ସମୁଦାୟ ଦେଶି, ବିଦେଶି ଏବଂ ବିୟର ମଦର ପରିମାଣ ହେଉଛି ୧୬ କୋଟି ୪୬ ଲକ୍ଷ ଲିଟର ।

ପଟୁ ଖାଉଛି ହିରାକୁଦର ପେଟ , ଜମିଗଲାଣି ୧ ଲକ୍ଷ ହେକ୍ଟୋମିଟର ପରିମାଣର ପଟୁମାଟି
ମହାନଦୀ ଯେପରି ଓଡିଶାର ଜୀବନ ରେଖା ସେହିପରି ହିରାକୁଦ ଜଳଭଣ୍ଡାର ହେଉଛି ଓଡିଶାରେ ବହୁଥିବା ମହାନଦୀର ଜୀବନରେଖା । ମହାନଦୀ ପାଇଁ ଓଡିଶା ଏବଂ ଛତିଶଗଡ ଲଢେଇରେ ଦିନକୁ ଦିନକୁ ରାଜନୈତିକ ରଙ୍ଗ ବଢିଚାଲୁଥିବା ବେଳେ ହିରାକୁଦ ଜଳଭଣ୍ଡାର କିନ୍ତୁ ଅବହେଳିତ ହୋଇପଡୁଛି । ହିରାକୁଦ ଜଳଭଣ୍ଡାର ତିଆରି ହୋଇଥିବାବେଳେ ଏହାର ଜଳଧାରଣ କ୍ଷମତା ୫ ଲକ୍ଷ ୮୧ ହଜାର ୮୦୦ ହେକ୍ଟୋମିଟର ଥିବା ବେଳେ ଏବେ ଏହାର ବର୍ତମାନ ଜଳଧାରଣ କ୍ଷମତା ୪ ଲକ୍ଷ ୮୨ ହଜାର ୧୫୫ ହେକ୍ଟୋମିଟରକୁ ଖସି ଆସିଲାଣି । ପାଖାପାଖି ୧ ଲକ୍ଷ ହେକ୍ଟର ଜଳ ଧାରଣ କ୍ଷମତା କମିଆସିଲାଣି ହିରାକୁଦ ଜଳଭଣ୍ଡାରର ଯାହା ହେଉଛି ଜଳଭଣ୍ଡାରର ଜଳଧାରଣ କ୍ଷମତାର ୧୮% ରୁ ଅଧିକ । ନିର୍ମାଣ ହୋଇଥିଲା ବେଳେ ହିରାକୁଦରେ ଯାହା ପାଣିରହିବାର କ୍ଷମତା ଥିଲା ବର୍ତମାନ ଏଥିରେ ସର୍ବାଧିକ ଏହାର ୮୨% ପାଣି ରହିପାରୁଛି । ବାକି ୧୮%କୁ ଖାଉଯାଇଛି ଜମାହୋଇ ପଡିଥିବା ପଟୁ ମାଟି ।

ବର୍ଷ ବର୍ଷ ଧରି ବର୍ଷା ଦିନେ ପାଣି ଜୋରରେ ଆସିବା ବେଳେ ସେଥିରେ ଆସୁଥିବା ପଟୁମାଟି କ୍ରମାଗର ଭାବେ ଜମା ହେବାରେ ଲାଗିଛି ଏବଂ ବର୍ଷକୁ ବର୍ଷ ଏହା ବଢିବାରେ ଲାଗିଛି । ମୃତିକା ଅବକ୍ଷୟ ଯୋଗୁଁ ନଦୀରେ ମାଟି ଆସିବା କିଛି ନୁଆ କଥା ନୁହେଁ । ହେଲେ ଆଜିର ଅତ୍ୟାଧୁନିକ ଟେକନଲୋଜି ଯୁଗରେ ବୃହତ ଜଳଭଣ୍ଡାରରୁ ମାଟି କାଢିବା ପାଇଁ ଅନେକ ପଦ୍ଧତି ବାହାରି ସାରିଲାଣି । ଅନ୍ୟ ଯାଗାରେ ମଧ୍ୟମ ଆକାରର ସବମେରାଇନ ର ବ୍ୟବହାର କରାଯାଉଛି ଏହି ପଟୁମାଟିକୁ ବାହାର କରିବା ପାଇଁ । ହେଲେ ଓଡିଶାରେ ରାଜ୍ୟ ସରକାର ସେସବୁ ପଦ୍ଧତି ଏଯାଏଁ ଆପଣେଇ ନାହାନ୍ତି । ଆଜିବି ସେଇ ପୁରୁଣା ସ୍ଲୁଇସଗେଟ ମାଧ୍ୟମରେ ପଟୁ କାଢୁଛନ୍ତି ଯାହା ସେତେଟା ଫଳପ୍ରଦ ହେଉନାହିଁ ।

ମହାନଦୀ ଏକ ଚିରୋସ୍ରୋତା ନଦୀ ହୋଇନଥିବା କାରଣରୁ ଅଣମୌସୁମି ସମୟରେ ଯାହା ପାଣି ମହାନଦୀର ତଳମୁଣ୍ଡରେ ନଦୀରେ ରୁହେ ତାହା ସବୁ ହିରାକୁଦ ଜଳଭଣ୍ଡାରରୁ ହିଁ ଆସିଥାଏ । ବନ୍ୟା ନିୟନ୍ତ୍ରଣ, ଖରାଦିନେ ଚାଷ ଜମିକୁ ଜଳସେଚନ ସହ ବିଜୁଳି ଉପ୍ତାଦନ ଏବଂ ନଦୀର ତଳମୁଣ୍ଡରେ କିଛି କିଛି ପାଣି ରଖିବା ପାଇଁ ହିରାକୁଦ ବନ୍ଧ ତିଆରି କରାଯାଇଥିଲା । ହିରାକୁଦ ବନ୍ଧ ହେବା ଆଗରୁ ପ୍ରାୟ ପ୍ରତି ବର୍ଷ ବନ୍ୟା ଆସୁଥିବା କଥା ବ୍ରିଟିସ ସରକାରଙ୍କ ରେକର୍ଡରୁ ଦେଖିବାକୁ ମିଳେ । ହେଲେ ହିରାକୁଦ ବନ୍ଧ ନିର୍ମାଣ ହେଲାପରେ ବନ୍ୟାର ମାତ୍ରା କମିଛି । ଯଦିଓ ସମ୍ପୃର୍ଣ୍ଣ ବନ୍ୟା ନିୟନ୍ତ୍ରଣ ହୋଇପାରିନାହିଁ ତଥାପି କମିଛି । ସେହିପରି ଖରା ଦିନେ ମହାନଦୀରେ କିଛି କିଛି ଗଣ୍ଡକୁ ଛାଡିଦେଲେ ନଦୀଟା ପ୍ରାୟ ଶୁଖିଲା ଥାଏ । ହେଲେ ମହାନଦୀରେ ହିରାକୁଦରେ ବନ୍ଧ ହେବା ପରେ କିଛି ଖରାଦିନେ ଚାଷ କାମ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ କିଛି ପାଣି ମିଳିଲା । ହିରାକୁଦରେ ପଟୁମାଟି ଜମିବା ଏବଂ ଏହାର ପ୍ରତିକାର କରାନଯିବାର କୁପ୍ରଭାବ ପଡୁଛି ଯାହାର ପ୍ରତିକାର ସରକାର ତୁରନ୍ତ କରିବା ଦରକାର ।

ପିଇବାକୁ ପାଣି ମିଳିବନି କଥା କହୁଥିବା ବେଳେ ୨୦୧୬ ମସିହା ପରେ ସରକାର ଦେଇଛନ୍ତି ଆହୁରି ଅଧିକ ୧୩୦ ଶିଳ୍ପକୁ ପାଣି, ମହାନଦୀରେ ୮୦ରୁ ଅଧିକ
ମହାନଦୀକୁ ନେଇ ରାଜ୍ୟ ରାଜନୀତି ପୁରା ସରଗରମ । ଛତିଶଗଡ ସରକାର ମହନଦୀରେ ବନ୍ଧ ବାନ୍ଧି ପାଣି ଅଟକାଉଥିବାରୁ ରାଜ୍ୟରେ ପିଇବାକୁ ପାଣି ମିଳିବ ନାହିଁ ଏବଂ ଚାଷ କାମ କରିବାକୁ ପାଣି ମିଳିବ ନାହିଁ ବୋଲିି ବିଜୁ ଜନତା ଦଳ କହିଆସୁଛି । ଖାଲି ସେତିକି ନୁହେଁ ମହାନଦୀ ପାଇଁ ମୁଖ୍ୟମନ୍ତ୍ରୀ ମହାସଂଗ୍ରାମର ଡାକରା ଦେଇଛନ୍ତି ଯେଉଁଥିରେ କହିଛନ୍ତି ଛତିଶଗଡ ସରକାର ଶିଳ୍ପକୁ ପାଣି ଦେବା ପାଇଁ ମହାନଦୀର ପାଣି ଅଟକାଇଛନ୍ତି ଏବଂ ଯାହାଫଳରେ ଓଡିଶାରେ ପିଇବାକୁ ଏବଂ ଚାଷ କାମ କରିବାକୁ ପାଣି ମିଳିବ ନାହିଁ । ଦଳର ଅନ୍ୟ ବରିଷ୍ଠ ନେତାମାନେ ନିଜ ବ୍ୟକ୍ତବରେ ବି ଛତିଶଗଡ ସରକାର ଶିଳ୍ପକୁ ପାଣି ଦେବା ପାଇଁ ବନ୍ଧ ବାନ୍ଧିଥିବା କଥା କହିଥିଲା ବେଳେ ଆଗାମି ଦିନରେ ମହାନଦୀରେ ପାଣି ନଆସି ଓଡିଶାର ଅଧା ଜିଲ୍ଲା ମରୁଭୂମିରେ ପରିଣତ ହୋଇଯିବ ବୋଲି ଲୋକମାନଙ୍କୁ ବୁଝାଇଛନ୍ତି ।

ହେଲେ ଓଡିଶା ସରକାରଙ୍କ ତଥ୍ୟ କହୁଛି ମହାନଦୀ ବିବାଦକୁ ନିଜେ ରାଜ୍ୟ ସରକାର ସାମ୍ନାକୁ ଆଣିବା ପରେ ରାଜ୍ୟ ସରକାର ମଧ୍ୟ ଶିଳ୍ପକୁ ଅଧିକ ପାଣି ଦେଇ ଚାଲିଛନ୍ତି । କଥାଟା ଅଡୁଆ ଲାଗିଲେ ବି ସତ । ଛତିଶଗଡ ସରକାର ୨୦୦୯ ମସିିହାରୁ ବନ୍ଧ ତିଆରି ଆରମ୍ଭ କରିଥିବାବେଳେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଥିଲା ୨୦୧୬ ମସିହାରେ । ୨୦୧୬ ମସିହାରୁ ରାଜ୍ୟ ସରକାର ଛତିଶଗଡ ସରକାରଙ୍କ ଏହି ନିର୍ମାଣ ବିରୋଧରେ ସ୍ୱର ଉଠାଇ ଆସିଛନ୍ତି ।

ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ୨୦୧୬ ତୁଳନାରେ ୨୦୧୭ ମସିହାରେ ସରକାର ଆହୁରି ୧୩୦ ଟି ଅଧିକ ଶିଳ୍ପକୁ ପାଣି ଦେଇଛନ୍ତି ଏବଂ ସେଥିରୁ ମହାନଦୀରେ ଅଛି ୮୦ରୁ ଅଧିକ ।

ସରକାର ଦେଇଥିବା ତଥ୍ୟ ଅନୁସାରେ ୩୧ ମାର୍ଚ୍ଚ ୨୦୧୬ ବେଳେ ୩୭୬ଟି ଶିଳ୍ପ ଏବଂ ବ୍ୟବସାୟିକ ସଂସ୍ଥାକୁ ପାଣି ଦେଉଥିବାବେଳେ ଠିକ ଏକ ବର୍ଷ ପରେ ୩୧ ମାର୍ଚ୍ଚ ୨୦୧୭ ବେଳକୁ ଏହା ବଢି ୪୬୫ରେ ପହଂଚିଥିଲ । ଏବଂ ଏହାର ୭ ମାସ ପରେ ଅର୍ଥାତ ୩୧ ଅକ୍ଟୋବର ୨୦୧୭ ବେଳକୁ ଏହା ବଢି ୫୦୬ ସଂଖ୍ୟାରେ ପହଂଚିଲା । ୨୦୧୬ ମସିହା ତୁଳନାରେ ୨୦୧୭ ମସିହାରେ ୧୩୦ ଅଧିକ ବ୍ୟବସାୟିକ ସଂସ୍ଥାକୁ ନଦୀରୁ ପାଣି ଯୋଗାଇ ଦିଆଯାଇଛି ଯେଉଁଥିରୁ ୮୦ରୁ ଅଧିକ ଅଛି କେବଳ ମହାନଦୀରୁ ।

ଉସ୍ତ୍ର - ବିଧାନସଭାରେ ବିଧାୟକ ରବି ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କର ଲିଖିତ ଉତ୍ତର

ହନି ସ୍କାମ : ଚଳୁ କରିଛନ୍ତି ୮ କୋଟି ଟଙ୍କା, ଅଡୁଆରେ ତେଜେଶ୍ୱର ଏବଂ ପ୍ରଫୁଲ୍ଲ
ଖଣି, ଡାଲି, ପାଣି, ଜଙ୍ଗଲ ପରେ ଆଉ ଗୋଟିଏ ଦୁର୍ନୀତି ଏବେ ସାମ୍ନାକୁ ଆସିଛି । ରାଜ୍ୟରେ ପ୍ରଥମ ଥର ପାଇଁ ହୋଇଛି ହନି ସ୍କାମ । ମହୁ ଚାଷ ନାଁରେ ଲୁଟ କରାଯାଇଛି କୋଟି କୋଟି ଟଙ୍କା । ଖଦୀ ବୋର୍ଡ ଅଧିନରେ ଚାଲିଥିବା ମହୁ ଚାଷ ଯୋଜନାରେ ହୋଇଛି ହରି ଲୁଟ । ରାଜ୍ୟ ସରକାର ୨୦୧୪-୧୫ ଆର୍ଥୀକ ବର୍ଷରୁ ୨୦୧୭-୧୮ ଆର୍ଥୀକ ବର୍ଷ ଭିତରେ ୪ ବର୍ଷରେ ମହୁ ଚାଷର ବିକାଶ ପାଇଁ ରାଜ୍ୟ ଖଦୀବୋର୍ଡକୁ ଦେଇଥିଲେ ୮ କୋଟିରୁ ଅଧିକ ଟଙ୍କା । ହେଲେ ୮ କୋଟି ଖର୍ଚ୍ଚ କିପରି ହୋଇଛି ଓ ଏହା ଦ୍ୱାରା କେତେ ଜଣ ମହୁଚାଷି ଲାଭବାନ ହୋଇଛନ୍ତି ଓ ରାଜ୍ୟରେ ମହୁ ଉପ୍ତାଦନ କେତେ ବଢିଛି ଏହା ଦେଖିଲେ ଆପଣଙ୍କ ହୋସ ଉଡିଯିବ । ମାତ୍ର ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବାକି ଅର୍ଥ ଯାଇଛି କାହା ପକେଟକୁ ତାକୁ ନେଇ ଏବେ ଉଠିଛି ପ୍ରଶ୍ନା ପାଖା ପାଖି ୭ କୋଟି ୯୦ ଲକ୍ଷ ଟଙ୍କା ସିଧା ସିଧା ଚଳୁ କରିଛନ୍ତି କିଛି ନେତା ଏବଂ ଅଫିସର ମାନେ । ନିଜ ରାଜନୈତିକ ଖର୍ଚ୍ଚ ଉଠାଇବା ପାଇଁ ସରକାରୀ ଅର୍ଥର କିପରି ହରିଲୁଟ କରାଯାଉଛି ତାହାର ନମୁନା ହେଉଛି ରାଜ୍ୟରେ ହୋଇଥିବା ମହୁ ଦୁର୍ନୀତି ।

ମହୁ ଚାଷର ବିକାଶ ପାଇଁ ପୁରା ଦାୟିତ୍ୱ ନେଇଥିବା ଖଦୀବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡା ଏବେ ସନ୍ଦେହରେ । ରାଜ୍ୟରେ ଅନେକ ବଡ ବଡ ଦୁର୍ନୀତି ହଜି ଯାଇଥିବା ବେଳେ ଏହି ଦୁର୍ନୀତିରେ ତେଜେଶ୍ୱରଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ତାହା ଆଗାମୀ ଦିନରେ ଜଣାପଡିବ ।

ତା ୧୫/୦୯/୨୦୧୭ରେ ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟଙ୍କ ଲିଖିତ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଲିଖିତ ଉତ୍ତରରେ କହିଥିଲେ ମହୁଚାଷର ବିକାଶ ପାଇଁ  ୨୦୧୪-୧୫ରେ ୧ କୋଟି ୪ ଲକ୍ଷ, ୨୦୧୫-୧୬ରେ ୧ କୋଟି, ୨୦୧୬-୧୭ରେ ୧ କୋଟି ୨୫ ଲକ୍ଷ, ୨୦୧୭-୧୮ରେ ୫ କୋଟି ଟଙ୍କା ରାଜ୍ୟ ସରକାର ଦେଇଛନ୍ତି । ଏହି ସବୁ ଅର୍ଥ ଖଦୀ ବୋର୍ଡକୁ ଦିଆଯାଇଛି ।  ୪ ବର୍ଷରେ ସମୁଦାୟ ୮ କୋଟି ୨୯ ଲକ୍ଷ ଟଙ୍କା ଖଦୀ ବୋର୍ଡକୁ ମିଳିଛି ମହୁ ଚାଷ ପାଇଁ ।

ହେଲେ ଏହି ୮ କୋଟି ଟଙ୍କା ଖର୍ଚ୍ଚର ଫଳ କଣ ମିଳିଛି ? ନିକଟରେ ୨୦/୦୫/୨୦୧୮ରେ ବିଶ୍ୱ ମହୁ ଦିବସର ପାଳନ ବେଳେ ସରକାର କହିଛନ୍ତି କି ରାଜ୍ୟରେ ସମୁଦାୟ ମାତ୍ର ୧୨୦୦ ଜଣ ମହୁଚାଷୀଙ୍କୁ ତାଲିମ ମିଳିଛି ଏବଂ ୪୮୦ ଜଣ ହିତାଧୀକାରିଙ୍କୁ ସରକାର ୫୦ ପ୍ରତିଶତ ରିହାତି ହାରରେ ମହୁବାକ୍ସ ଯୋଗାଇଛନ୍ତି । ଯାହାର ମୁଲ୍ୟ ସର୍ବାଧୀକ ୧୦ ଲକ୍ଷ ଟଙ୍କା ଭିତରେ ହେବ । ତାହେଲେ ସରକାର ଯୋଗାଇଥିବା ୮ କୋଟି ଟଙ୍କା କିଏ ଖାଇଲା ତାକୁ ନେଇ ଉଠିଛି ସନ୍ଦେହ ।

ଖାଲି ସେତିକି ନୁହେଁ ରାଜ୍ୟରେ ମହୁ ଉପ୍ତାଦନ ଦେଖିଲେ ମଧ୍ୟ ସନ୍ଦେହ ଉପୁଜିବା ସ୍ୱାଭାବିକ । ତିନି ବର୍ଷରେ ଖଦୀ ବୋର୍ଡ କିଣିଥିବା ମହୁର ପରିମାଣର ମୁଲ୍ୟ ମାତ୍ର ୨୮ ଲକ୍ଷ ଟଙ୍କାର । ଯଦି ୮ କୋଟି ଟଙ୍କା ଖର୍ଚ ହେଲାପରେ ମହୁ ଉପ୍ତାଦନ ହେଉଛି ମାତ୍ର ୨୮ ଲକ୍ଷ ଟଙ୍କାର ତାହେଲେ ଯୋଜନାର ଗତି କୁଆଡେ ଯାଇଛି ତାହା ସ୍ପଷ୍ଟ । ଦୁର୍ନୀତିର ସିଧାସଳଖ ଗନ୍ଧ ବାହାରୁଥିବା ଖଦୀ ବୋର୍ଡରେ ଆହୁରି କେତେ ଦୁର୍ନୀତି ଅଛି ଆଳୁ ଖୋଳିଲେ ବାହାରନ୍ତା ।

୨୦୦୩ରେ ଶିଳାନ୍ୟାସ ହୋଇଥିବା ଗ୍ରାମୋଦ୍ୟୋଗ ଭବନର ନିର୍ମାଣ ପାଇଁ ମିଳିନି ଟଙ୍କାଟିଏ, ୨୦୦୩ରୁ ଚାଲିଛି ଶିଳାନ୍ୟାସ ଫଳକର ରକ୍ଷଣା ବେକ୍ଷଣ
ରାଜ୍ୟ ସରକାର ଖଦିର ବିକାଶ ପାଇଁ କେତେ ଚିନ୍ତିତ ତାହା ଜାଣିହେଉଛି ଗ୍ରାମୋଦ୍ୟୋଗ ଭବନର ନିର୍ମାଣ ପାଇଁ ସରକାରଙ୍କର ଆନ୍ତରିକତା କେତେ ଅଛି ସେଥିରୁ । ୨୦୦୩ ମସିହାରେ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥିରେ ନିଜେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଥିବା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ମୁଖ୍ୟ ଦପ୍ତରରେ ଏକ ଗ୍ରାମୋଦ୍ୟୋଗ ଭବନ ନିର୍ମାଣ କରାଯିବାର ଶିଳାନ୍ୟାସ କରିଥିଲେ । ଲକ୍ଷ୍ୟ ଥିଲା ଖଦିର ବିକ୍ରି ବଢିବା ପାଇଁ ଏକ ଅତ୍ୟାଧୁନିକ ସୋରୁମ ଓ ସପିଙ୍ଗମଲର ନିର୍ମାଣ କରାଯିବ । ଖଦିର ପ୍ରଚାର ପ୍ରସାର କରିବା ଦିଗରେ ଏକ କନଫେରନେସ ହଲ ତିଆରି ହେବ ଏବଂ ଖଦିର ନୁଆ କୌଶଳ ଉପରେ ଶିକ୍ଷା ଦିଆଯିବ ଇତ୍ୟାଦି ଇତ୍ୟାଦି । ମୁଖ୍ୟମନ୍ତ୍ରୀଙ୍କର ଶିଳାନ୍ୟାସକୁ ପୁରିଗଲାଣି ୧୫ ବର୍ଷ । ହେଲେ ଏବେ ସୁଦ୍ଧା ଏହାର ନିର୍ମାଣ ହେବାତ ଦୂରର କଥା ଏଥିପାଇଁ ସରକାର ଟଙ୍କାଟିଏ ହେଲେବି ଏହାର ନିର୍ମାଣ ପାଇଁ ଅନୁଦାନ ବି ଦେଇ ନାହାନ୍ତି ।

ଖାଲି ସେତିକି ନୁହେଁ ୨୦୦୩ ମସିହାରେ ଶିଳାନ୍ୟାସ ହୋଇଥିବା ଏହି ଶିଳାନ୍ୟାସ ଫଳକର ରକ୍ଷଣା ବେକ୍ଷଣ ସରକାର ସଠିକ ଭାବରେ କରୁଛନ୍ତି ବୋଲି ଲିଖିତ ଉତ୍ତର ବିଧାନସଭାରେ ଦେଉଛନ୍ତି । ଏଥିରୁ ଜଣାପଡୁଛି ସରକାର କେତେ ଚିନ୍ତିତ ଖଦିର ବିକାଶ ଦିଗରେ ।

ସୋସିଆଲ ମେଡିଆରେ ଖଦି ବୋର୍ଡର ଅଧ୍ୟକ୍ଷ ତେଜେଶ୍ବର ପରିଡା ରାତି ୧୨ରେ ଅଫିସରେ ବସି ନିଜେ ଏକା କାମ କରୁଛନ୍ତି ଫଟୋ ଅପଲୋଡ କରି ଆତ୍ମପ୍ରଚାରରେ ବ୍ୟସ୍ତ ଥିବା ବେଳେ ସେହି ଅଫିସ ପରିସରରେ ୧୫ ବର୍ଷ ହେଲାଣି ରାଜ୍ୟ ମୁଖିଆଙ୍କର ଏକ ଶିଳାନ୍ୟାସ ଫଳକର କାମ କାହିଁକି ଆଗଉନାହିଁ ଏହା ଉପରେ ଭାବିପାରୁନାହାନ୍ତି । ବିଭାଗୀୟ ମନ୍ତ୍ରୀ ମଧ୍ୟ ଏହି ଦିଗରେ ଆଦୌ ନଜର ପକାଉନାହାନ୍ତି ।

ଭୁବନେଶ୍ବରରେ ଆଜି ଯାଏ ଖଦି ପାଇଁ ଭଲ ଏବଂ ଆଧୁନିକ ସୋରୁମ ବା ସପିଙ୍ଗ ମଲଟିଏ ନିର୍ମାଣ ହୋଇପାରିଲାନି । ଯାହା ଅଛି ତାହା ସବୁ ୧୨ ଫୁଟ ରେ ୧୨ ଫୁଟିଆ ଛୋଟିଆ ଦୋକାନ । ଓଡିଶାରେ ଖଦିର ଯାହା ସୁଯୋଗ ଅଛି ଯଦି ସରକାର ଏକ ଖଦି ସପିଙ୍ଗ ମଲ ତିଆରି କରିପାରିଥାନ୍ତେ ତାହେଲେ ହୁଏତ ଖଦିର ବ୍ୟବହାର ବଢନ୍ତା ଏବଂ ଦେଶି କାରିଗର ମାନେ କାମ ପାଆନ୍ତେ ।

ଦଳ ଭିତରେ ବିରୋଧର ସମ୍ମୁଖୀନ ବିଧାୟକ ଅରୁଣ ସାହୁ ! ପୋଲିସ ଭାଙ୍ଗିଲା କଳି, ମହାନଦୀ କଥା ଭୁଲି ନିଜ ଭିତରେ ସଂଗ୍ରାମ କଲେ ନେତା
ନୟାଗଡ, ୧୯ ମଇ (ଖବର ଓଡିଶା) - ନିଜ ଦଳରେ କର୍ମୀଙ୍କ ଦ୍ବାରା ବିରୋଧର ସମ୍ମୁଖୀନ ହେଲେ ବିଜେଡିର ବିଧାୟକ ଅରୁଣ ସାହୁ  । ପୋଲିସ ଉପସ୍ଥିତରେ ଶେଷରେ ସମସ୍ୟାର ହେଲା ସମାଧାନ  । ଏପରି ଚର୍ଚ୍ଚା ନୟାଗଡ ରାଜନୀତିରେ ଏବେ ଜୋରଧରିଛି  । ମହାନଦୀ ପାଇଁ ମହାସଂଗ୍ରାମ ଡାକରା ଦେଇଥିବା ବିଜେଡି ଆଜି ନିଜ ଭିତରେ ସଂଗ୍ରାମ ଆରମ୍ଭ କରି ଦେଇଥିବା ସାଧାରଣରେ ଆଲୋଚନା ହେଉଛି  । ଦଳର ମହାନଦୀ ସୁରକ୍ଷା ଯାତ୍ରା ଚାଲିଥିବା ବେଳେ ଦୁଇଜଣ ବିଧାୟକ ଆଜି ହଟହଟାର ଶିକାର ହୋଇଥିଲେ  । ସେମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ସାହୁ ଥିବା ଏବେ ନୟାଗଡ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି  ।

ମନ୍ତ୍ରୀ ପଦରୁ ବିଦା ହେବାପରେ ଏବେ ବିଧାୟକ ସହ ଛାତ୍ର ଶାଖାର ଦାୟିତ୍ବରେ ଅଛନ୍ତି ଶ୍ରୀ ସାହୁ  । ନୟାଗଡ ରାଜନୀତିରେ ତାଙ୍କର ଦବଦବା ରହିଛି  । ହେଲେ ଆଜି ଯେପରି ଭାବେ ଓ ଯେଉଁ ଢଙ୍ଗରେ ତାଙ୍କୁ ବିରୋଧ କରାଯାଇଛି ତାହା ଏବେ ନୟାଗଡ ରାଜନୀତିକୁ ସରଗରମ କରିଦେଇଛି  । ଏପରିକି ତାଙ୍କ ବିରୋଧରେ ଜିଲାରେ ରହିଥିବା ଅସନ୍ତୋଷର ଏହା ପ୍ରତିଫଳନ ବୋଲି କର୍ମୀମାନଙ୍କ ମହଲରେ ଆଲୋଚନା ହେବାରେ ଲାଗିଛି  ।

ଏଠାରେ ଉଲେଖଯୋଗ୍ୟ ଯେ, ନୟାଗଡ଼ ଦଶପଲ୍ଲାରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦେଖାଦେଇଛି । ମହାନଦୀ ସୁରକ୍ଷା ଅଭିଯାନ ଯାତ୍ରା ବେଳେ ଏଭଳି ସ୍ଥିତି ଉପୁଜିଛି । ଦୁଇ ବିଧାୟକଙ୍କ ସାମିଲକୁ ବିରୋଧ କରି ବିଜେଡ଼ିର ୨ ଦଳ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି । ଦଳର ଏହି ଅଭିଯାନରେ ସାମିଲ ହୋଇଥିଲେ ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟକ ଅରୁଣ ସାହୁ ଓ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ । ଏହି ଦୁଇ ବିଧାୟକଙ୍କ ସାମିଲକୁ ନେଇ ବିଜେଡିର ଗୋଟେ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ବିଜେଡି ମୁଖପାତ୍ରଙ୍କ ମଧ୍ୟରେ ଫାଟ, ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡା ହେଲେ ଏକଘରକିଆ, ନବୀନଙ୍କ ଗୁଡ ବୁକରୁ ଖସିବା ପଛର ରହସ୍ୟକୁ ନେଇ ଚର୍ଚା
ଭୁବନେଶ୍ବର, ୧୬ ମଇ (ଖବର ଓଡିଶା)-ଉତ୍ତରପ୍ରଦେଶର ବାରଣାସୀରେ ହୋଇଥିବା ଦୁର୍ଘଟଣାକୁ ନେଇ ବିଜେଡି ପ୍ୟାନେଲିଷ୍ଟ ତେଜେଶ୍ବର ପରିଡା ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛି ବିଜୁ ଜନତା ଦଳ  । ଏନେଇ ଦଳ ଜାରି କରିଛି ପ୍ରେସ ରିଲିଜ  । ସିଧାସଳଖ ଭାବେ ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି ସେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ତାଙ୍କର ନିଜସ୍ବ ମନ୍ତବ୍ୟ  । ଖଦୀ ବୋର୍ଡର ଅଧ୍ୟକ୍ଷ ତଥା ଦଳର ପ୍ୟାନେଲିଷ୍ଟ ତେଜେଶ୍ବର ପରିଡାଙ୍କ ମତକୁ ଦଳ ସବୁବେଳେ ଗୁରୁତ୍ବ ଦେଉଥିବା ବେଳେ ହଠାତ ତାଙ୍କର ହାତ ଛାଡିବାକୁ ନେଇ ଏବେ ଦଳୀୟ ମହଲରେ ଆଲୋଚନା ଆରମ୍ଭ ହୋଇଛି  । ଏପରିକି ତେଜେଶ୍ବର ଏବେ ଆଉ ମୁଖିଆଙ୍କ ଗୁଡ ବୁକରେ ନଥିବା ନେଇ ଚର୍ଚ୍ଚା ହେଉଛି  । ଏପରିକି ସେ ଜଣେ ସାଂସଦଙ୍କ ସହ ଯୋଗାଯୋଗ ରହିଥିବା ହେତୁ ଦଳ ତାଙ୍କୁ ଆଉ ଆଗଭଳି ଗୁରୁତ୍ବ ଦେଉନଥିବା କଥା କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ପାଲଟିଛି  । ଏବେ ଦଳରେ ସେ ଏକଘରକିଆ ହୋଇଥିବା କେନ୍ଦ୍ରାପଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି  ।

ଏଠାରେ ସୂଚନା ଯୋଗ୍ୟ ଯେ, ବାରଣାସୀରେ ହୋଇଥିବା ଦୁର୍ଘଟଣାକୁ ନେଇ ଶ୍ରୀ ପରିଡା ବିଜେଡି ଦଳର ଆଭିମୁ୍ଖ୍ୟ ରଖିଥିଲେ  । ତେବେ ଏହି ଘଟଣାରେ ଦଳ ତାଙ୍କର ମନ୍ତବ୍ୟକୁ ଗ୍ରହଣ ନକରିବା ସହ ଦଳର ମତ ରଖିଥିଲା  । ଦଳର ସମ୍ପାଦକ ବିଜୟ ନାୟକ କହିଛନ୍ତି ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦାୟକ  । ଏଥିରେ ବିଜେଡି ସମବେଦନା ଜ୍ଞାପନ କରୁଛି  । ଏଭଳି ଘଟଣା ସାରା ଦେଶରେ ଦେଖାଦେଇଛି  । ଧନଜୀବନର ସୁରକ୍ଷା ପାଇଁ ସମସ୍ତେ ତତ୍ପର ହେବା ଆବଶ୍ୟକ  । ଏଭଳି ଘଟଣାକୁ ନେଇ ରାଜନୀତି ସ୍ପୃହଣୀୟ ନୁହେଁ  । ବିଜେଡି ସକାରତ୍ମକ ରାଜନୀତିରେ ବିଶ୍ବାସ କରେ  । ତେଣୁ ତେଜେଶ୍ବର ପରିଡା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଦଳୀୟ ମନ୍ତବ୍ୟ ଭାବେ ଗ୍ରହଣ ନକରିବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି  ।

ଏଭଳି ଘଟଣା ପରେ ବିଜେଡି ମୁଖପାତ୍ରଙ୍କ ମଧ୍ୟରେ ବଡ ଧରଣର ଫାଟ ସୃଷ୍ଟି ହୋଇଥିବା ନେଇ ଦଳ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି  । ଏପରିକି ମୁଖପାତ୍ର ଓ ପ୍ୟାନେଲିଷ୍ଟ ସ୍ତରରେ ବଡ ଧରଣରର ପରିବର୍ତନ ହେବ ବୋଲି ଏବେ ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି  ।

ସଙ୍କଟରେ ଭାବମୂର୍ତ୍ତି ! ନବୀନଙ୍କୁ ଭରଷା ‘ମହାନଦୀ’
ଭୁବନେଶ୍ବର, ୧୬ ମଇ (ଖବର ଓଡିଶା)-ମହାନଦୀ ପାଇଁ ବିଜେଡିର ମହାସଂଗ୍ରାମ  । ଦ୍ବିତୀୟ ପ୍ରର୍ୟ୍ୟାୟ ଆନ୍ଦୋଳନ ପାଇଁ ଦଳର ସଜବାଜ  । ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ  । ବିରୋଧୀଙ୍କ ଜବାବ ୧୮ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲ, କରୁଥିଲ କଣ  । ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇପଡିଛନ୍ତି ମୁଖିଆଙ୍କ ଚେଲାଚାମୁଣ୍ଡା  । ନିଜର ଭାବମୂର୍ତ୍ତି ବୁଡିଗଲାଣୀ  । ମହାନଦୀ ପ୍ରସଙ୍ଗ ଉଠାଇ ଏବେ ଲୋକମାନଙ୍କ ପାଖକୁ ଯିବାପାଇଁ ନବୀନଙ୍କର ଏହାଚାଲ ବୋଲି କହିଛି ବିରୋଧୀ ବିଜେପି  । ସେପଟେ କଂଗ୍ରେସ କହିଛି ନିର୍ବାଚନୀ ବୈତରଣୀ ପାର ପାଇଁ ଏହା ଆଉ ଏକ ପ୍ରୟାସ  । ବିରୋଧୀ ଓ ଶାସକଙ୍କର ଏହିପରି ରାଜନୈତିକ ବୟାନବାଜିରେ ପୁଣି ମହାନଦୀ ପାଣି ହୋଇଯାଇଛି ଗୋଳିଆ  ।
ଆଜି ଦ୍ବିତୀୟ ପ୍ରର୍ୟ୍ୟାୟ ଆନ୍ଦୋଳନର ଆରମ୍ଭରୁ ନବୀନଙ୍କ ନିଶାନାରେ ଥିଲେ ବିରୋଧୀ ବିଜେପି  । ଛତିଶଗଡ, କେନ୍ଦ୍ର ସରକାରଙ୍କ ସମେତ ଓଡିଶା ବିଜେପିକୁ ନବୀନ କରିଥିଲେ ସମାଲୋଚନା  । ବିରୋଧୀଙ୍କ ଦୋମୁହାଁ କଥା କହି ବିରୋଧୀଙ୍କ ଉପରେ ବର୍ଷିଥିଲେ ନବୀନ  । ଓଡିଶାକୁ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛି ବିଜେଡି  ।
ସେପଟେ ଖଣି, ପାଣି, ଡାଲି ଟିଟଫଣ୍ଡ ପରି ଦୁର୍ନୀତିରେ ନବୀନ ସରକାର ବୁଡିରହିଛନ୍ତି । ନବୀନଙ୍କ ଧଳାକୂର୍ତ୍ତାରେ କଳା ଛିଟା ଲାଗିଲାଣୀ  । ଲୋକଙ୍କ ଆଗରେ ତାଙ୍କ ଭାବମୂର୍ତ୍ତି ନଷ୍ଟ ହୋଇଯାଇଛି  । ତେଣୁ ଭାବମୂର୍ତ୍ତି ସଜାଡିବା ପାଇଁ ଏହା ଏକ ଉଦ୍ୟମ ବୋଲି କହିଛନ୍ତି ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଗୁଡିକ  ।
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ବିଜେଡିର ଏହି କାର୍ୟ୍ୟକୁ ନାଟକ କହିବା ସହ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଏକ ଚାଲ ବୋଲି କହିଛନ୍ତି  । ସେପଟେ କଂଗ୍ରେସ ମଧ୍ୟ ଅନୁରୂପ ଭାବେ ଏହି ଘଟଣାରେ ବିଜେଡିକୁ ଦାୟୀ କରିଛି  । ବିଜେଡିର ଭୁଲ ପାଇଁ ଆଜି ଏହିପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି କହିଛି ଦଳ  ।
ସେପଟେ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ ୨୦୧୯ରେ ସାଧାରଣ ନିର୍ବାଚନ  । ମହାନଦୀ ସହ ଓଡିଶା ଲୋକଙ୍କ ଭାବାବେଗ ଜଡିତ ରହିଛି  । ତେଣୁ ଏହିପରି ଏକ ପ୍ରସଙ୍ଗ ପାଇଁ ବିଜେଡି ହାତଛଡା କରିବାକୁ ଦଳ ଚାହିୁଁନି  । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ଏହି ପ୍ରସଙ୍ଗ ଉଠାଇ ଲୋକଙ୍କ ପାଖରେ ପହଁଞ୍ଚିପାରିନଥିବା ବେଳେ ଏବେ ହେଉଥିବା ଆନ୍ଦୋଳନ ନୂଆ ତରିକା ନେଉ ହେଉଛି  । ତେଣୁ ମହାନଦୀ ପାଇଁ ଏବେ ବିଜେଡିକୁ ଭରଷା ବୋଲି ବୁଦ୍ଦିଜୀବି ମହଲରେ ଆଲୋଚନା ହେଉଛି  ।

ସରକାରଙ୍କର ଖଦି ଏବଂ ଗ୍ରାମୋଦ୍ୟୋଗ ଚିନ୍ତା - ଗ୍ରାମୋଦ୍ୟୋଗ ଭବନର ନିର୍ମାଣ ପାଇଁ ମିଳିନି ଟଙ୍କାଟିଏ, 2003ରୁ ଚାଲିଛି ଶିଳାନ୍ୟାସ ଫଳକର ରକ୍ଷଣା ବେକ୍ଷଣ
ରାଜ୍ୟ ସରକାର ଖଦିର ବିକାଶ ପାଇଁ କେତେ ଚିନ୍ତିତ ତାହା ଜାଣିହେଉଛି ଗ୍ରାମୋଦ୍ୟୋଗ ଭବନର ନିର୍ମାଣ ପାଇଁ ସରକାରଙ୍କର ଆନ୍ତରିକତା କେତେ ଅଛି ସେଥିରୁୁ । ୨୦୦୩ ମସିହାରେ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥିରେ ନିଜେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ମୁଖ୍ୟ ଦପ୍ତରରେ ଗ୍ରାମୋଦ୍ୟୋଗ ଭବନର ଶିଳାନ୍ୟାସ କରିଥିଲେ । ଲକ୍ଷ୍ୟ ଥିଲା ଖଦିର ବିକ୍ରି ବଢିବା ପାଇଁ ଏକ ଅତ୍ୟାଧୁନିକ ସୋରୁମ ନିର୍ମାଣ କରାଯିବା ସହ ଖଦିର ପ୍ରଚାର ପ୍ରସାର କରିବା ଦିଗରେ ଏକ କନଫେରନେସ ହଲ ଇତ୍ୟାଦି । ହେଲେ ମୁଖ୍ୟମନ୍ତ୍ରୀଙ୍କର ଶିଳାନ୍ୟାସକୁ ପୁରିଗଲାଣି ୧୫ ବର୍ଷ । ଏବେ ସୁଦ୍ଧା ସରକାର ଟଙ୍କା ଟିଏ ହେଲେବି ଏହାର ନିର୍ମାଣ ପାଇଁ ଅନୁଦାନ ଦେଇ ନାହାନ୍ତି ।

ବିଧାନସଭାରେ ସରକାର ମାନିଛନ୍ତି କି ୨୦୦୩ ମସିହାରେ ଶିଳାନ୍ୟାସ ହୋଇଥିବା ଏହି ଭବନର ନିର୍ମାଣ ଏବେ ସୁଦ୍ଧା ଆରମ୍ଭ ହୋଇନାହିଁ । ସରକାର କେବଳ ଶିଳାନ୍ୟାସ ହୋଇଥିବା ଫଳକର ରକ୍ଷଣା ବେକ୍ଷଣ ସଠିକ ଭାବରେ କରାଯାଉଛି ।