Khabar Odisha

ଟିକେଟ ଲବି ଜୋରଧରିଲା, ଚର୍ଚ୍ଚାରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ, କିଏ ହେବ ପ୍ରାର୍ଥୀ ପ୍ରିୟଦର୍ଶୀ ନା ଅନନ୍ତ ନାରାୟଣ !
କିଏ ହେବ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ  । ଏହାକୁ ନେଇ ଏବେଠାରୁ ଦଳରେ ନେତାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣୀ  । ଏହି ଆସନରୁ ବିଜେଡିର ପ୍ରିୟଦର୍ଶୀ ମିଶ୍ର ଏବେ ବିଧାୟକ ଭାବେ ରହିଛନ୍ତି  । ତେବେ ଏହା ଉପରେ ଏବେ ନଜର ପକାଇଛନ୍ତି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା  । ଉଭୟ ନେତା ଏବେ ଏହି ନିର୍ବାଚନ ମଣ୍ଡଳୀକୁ ଘନଘନ ଗସ୍ତ କରିବା ସହ କର୍ମୀ ସମ୍ମିଳନୀ ମଧ୍ୟ କରୁଛନ୍ତି  । ନିଜ ସରକାରୀ ବାସଭବନରେ ମଧ୍ୟ ବୈଠକ ଉପରେ ବୈଠକ କରି ସଙ୍ଗଠନ ସଜାଡିବା ପାଇଁ କର୍ମୀମାନଙ୍କୁ କହୁଛନ୍ତି  । ଯାହାକୁ ନେଇ ଏବେ ଦ୍ୱନ୍ଦରେ ପଡିଯାଇଛନ୍ତି ବିଜେଡିର କର୍ମୀମାନେ  ।

୨୦୦୯ରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଭାଗିରଥି ବଡଜେନା ଏଥିରୁ ବିଧାୟକ ହୋଇଥିବା ବେଳେ ୨୦୧୪ରେ ତାଙ୍କୁ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ନକରାଯାଇ ଜଟଣୀରୁ କରାଯାଇଥିଲା  । ତେବେ ୨୦୧୯ ସାଧାରଣ ନିର୍ବାଚନରେ ଏଠାରୁ ମେୟର ଅନନ୍ତ ନାରାୟଣ ଜେନା ପ୍ରାର୍ଥୀ ହେବା ନେଇ ଜୋର ଧରିଛି ଚର୍ଚ୍ଚା  ।

ଭୁବନେଶ୍ୱର ବିଜେଡିର ଏହି ଦୁଇନେତାଙ୍କର ତୃତୀୟ ମହଲାରେ ବେଶ ଦବଦବା ରହିଛି  । ଜଣେ ନବୀନ ନିବାସ ଏକାଡେମୀର ହୋଇଥିବା ବେଳେ ଅନ୍ୟଜଣେ ତାମିଲ ଅଫିସରଙ୍କ ଶିବିରର  । ଏପରିକି ମେୟରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଥିଲେ ମଧ୍ୟ ତାଙ୍କୁ ବହିଷ୍କାର ମଧ୍ୟ କରଯାଇନଥିଲା  । ତେଣୁ ମେୟର ଏଥର ବିଧାନସଭା ଆସନରୁ ଲଢିବା ପାଇଁ ଚର୍ଚ୍ଚା ହେଉଛି  । ଟିକେଟ ପାଇବା ପାଇଁ ଏହି ନେତା ଏବେ ନିଜ ନିଜ ଗଡଫାଦରଙ୍କ ନିକଟରେ ଲବି ଆରମ୍ଭ କରିଦେଇଥିବା ନେଇ ନିର୍ବାଚନମଣ୍ଡଳୀରେ ଜୋର ଧରିଛି ଚର୍ଚ୍ଚା  । ତେବେ କିଏ ହେବ ବିଜେଡିର ପ୍ରାର୍ଥୀ ଏହା ଉପରେ ଏବେ ରହିଛି ସମସ୍ତଙ୍କ ନଜର  ।

ଦୋଛକିରେ ବିଧାୟକ ଅରୁଣ ସାହୁ, ଛାଡିବେ ନୟାଗଡ !
ନୟାଗଡ ଛାଡିବେ ବିଧାୟକ ଅରୁଣ ସାହୁ  । ନିଜର ଗଡ ଛାଡିବା ଖବର ପ୍ରଚାର ହେବାପରେ ଏହାକୁ ନେଇ ନୟାଗଡ ବିଜେଡିରେ ସୃଷ୍ଟି ହେଲାଣୀ କମ୍ପନ  । ୨୦୦୪ ମସିହାରୁ ଏହି ଆସନରୁ ବିଧାୟକ ହୋଇ ଆସୁଥିବା ଅରୁଣଙ୍କୁ ଏଥର ଦଳ ଲୋକସଭା ଆସନରୁ ଲଢିବା ପାଇଁ ନିର୍ଦ୍ଦେଶ ଦେଇ ସାରିଥିବା କଥା ଏବେ ନୟାଗଡ ବିଜେଡିରେ କର୍ମୀମାନଙ୍କ ମହଲରେ ଆଲୋଚନା ହେଉଛି  । ଅରୁଣଙ୍କ ସ୍ଥାନ ନେବେ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ  । ଏଥିପାଇଁ ସେ ଏବେ ନୟାଗଡ ନିର୍ବାଚନ ମଣ୍ଡଳୀ ବୁଲି ଲୋକମାନଙ୍କ ସହ ଆଲୋଚନା କରୁଛନ୍ତି  । ଏପରିକି ବିଭିନ୍ନ ପଞ୍ଚାୟତରେ ପ୍ରତ୍ୟୁଷା ରାଜେଶ୍ୱରୀ ଓ ତାଙ୍କର ସମର୍ଥକ ମାନେ ଏକପ୍ରକାର ସକ୍ରିୟ ହୋଇ ପଞ୍ଚାୟତ ସ୍ତରରୁ ବୈଠକ ଆରମ୍ଭ କରିଦେଲେଣୀ  । ଯାହାକୁ ନେଇ ଏବେ ଅରୁଣ ଓ ପ୍ରତ୍ୟୁଷାଙ୍କ ସମର୍ଥକ ମଧ୍ୟରେ ଏକପ୍ରକାର ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଲାଣୀ  । ବିଜେଡିରେ ଏବେ ଫାଟ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏଥିରୁ ଫାଇଦା ନେବାପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଛି  ।

ବିଧାୟକ ଶ୍ରୀ ସାହୁଙ୍କୁ ତୃତୀୟ ମହଲାରୁ ଏପରି ନିର୍ଦ୍ଦେଶ ଯାଇଥିବା ଚର୍ଚ୍ଚା ପରେ ଦୋଛକିରେ ପଡିଯାଇଛନ୍ତି ନିଜେ ଶ୍ରୀ ସାହୁ ଓ ତାଙ୍କର ସମର୍ଥକ  । ବେଶ କିଛିଦିନ ନୟାଗଡରେ ନିଜର କାୟା ବିସ୍ତାର କରିବା ସହ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିଲେ ଅରୁଣ  । କ୍ରମାଗତ  ଭାବେ ତୃତୀୟ ଥର ପାଇଁ ସେ ନୟାଗଡ ଆସନରୁ ବିଜୟ ହାସଲ କରିଥିଲେ  । ତେବେ ୨୦୦୪ ପରେ କର୍ମୀଙ୍କୁ ଅଣଦେଖା, ନିର୍ବାଚନ ମଣ୍ଡଳୀ ପ୍ରତି ସମୟ ନଦେବା ଆଦି ଅଭିଯୋଗ ତାଙ୍କ ବିରୋଧରେ ବିଭିନ୍ନ ସମୟରେ କର୍ମୀମାନେ ଖୋଲାଖୋଲି ଭାବେ ଅଭିଯୋଗ କରି ଆସୁଥିବା ଜିଲାରେ ଦେଖିବାକୁ ମିଳିଥିଲା  । ସେହିପରି ବହୁ ବାଦ ବିବାଦ ମଧ୍ୟ ତାଙ୍କ ବିରୋଧରେ ଆସିଥିବା ବେଳେ ଏବେ ନୟାଗଡରେ ବେଶ ଦବଦବା ଥିବା ପ୍ରତ୍ୟୁଷାଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନେବା ସହ ତାଙ୍କୁ ସେ ଅଞ୍ଚଳରେ ଜନସମ୍ପର୍କ ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଯାଇଥିବା କଥା ପ୍ରତ୍ୟୁଷାଙ୍କ ସମର୍ଥକ ମାନେ କହି ବୁଲୁଥୁବା ବେଳେ ଏହାକୁ ନେଇ ଅରୁଣଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଏକପ୍ରକାର ନିରାଶ ଖେଳାଇ ଦେଇଥିବା ଦେଖିବାକୁ ମିଳିଛି  ।

ମେକ୍ ଇନ୍ ଓଡିଶା ନାରା ଧୂଆଁବାଣ, କାରଖାନାର ମାଲିକ ଭାବୁଛନ୍ତି ରାଜନେତା, ଚର୍ଚ୍ଚାରେ ବିଜେଡି ବିଧାୟକ
ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି  । ଗୋଟିଏ ପଟେ ନିଜର ବିଧାୟକ ଶିଳ୍ପ କଳକାରଖାନାକୁ ଚଳାଇ ଦେଉନାହାନ୍ତି  । ଶ୍ରମିକ ମାନଙ୍କୁ ଏକଜୁଟ କରାଇ ଆନ୍ଦୋଳନ କରାଉଛନ୍ତି ଅନ୍ୟପଟେ ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାର ମେକ୍ ଇନ୍ ଓଡିଶା ନାରା ଦେଇ ଶିଳ୍ପାୟନ ପାଇଁ ଶିଳ୍ପପତି ମାନଙ୍କୁ ଓଡିଶା ଆମନ୍ତ୍ରଣ କରୁଛନ୍ତି  । ଏଭଳି ମନ୍ତବ୍ୟ ଦେଇ ସରକାରଙ୍କୁ କାଠଗଡାକୁ ଟାଣିଛି ବିରୋଧୀ ବିଜେପି ସମେତ ଅନ୍ୟାନ୍ୟ ରାଜନୈତିକ ଦଳ  । ସରକାରଙ୍କ ଦୈତ୍ୟ ଆଭିମୁଖ୍ୟକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜନୈତିକ ଦଳ ଗୁଡିକ  ।

ଗୋଟିଏ ପଟେ ରାଜନୈତିକ ଦଳ ଗୁଡିକ ଏପରି ମନ୍ତବ୍ୟ ଦେଉଥିବା ବେଳେ ଏଥିରେ ମୋହର ଲଗାଇଛନ୍ତି କଳିଙ୍ଗନଗର ଶିଳ୍ପସଂଘ ମୁଖ୍ୟ ପି. କାଣ୍ଡୋଇ  । ଏକ ଗଣମାଧ୍ୟମରେ ନିଜର ପତିକ୍ରିୟା ଦେଇ ଶ୍ରୀ କାଣ୍ଡୋଇ କହିଛନ୍ତି ଯେ,  ଆମକୁ ଚାକର ଭଳି ବ୍ୟବହାର ସହ ନିଜକୁ ମାଲିକ ମଣୁଛନ୍ତି, କିଛି ରାଜନେତା  । ନିଜକୁ ଓଡ଼ିଶାର ରାଜା ଭାବୁଛନ୍ତି, ଶିଳ୍ପପତିଙ୍କୁ ହଇରାଣ କରିବାରେ ଟିକେ ବି ମୌକା ଛାଡ଼ୁନାହାନ୍ତି  ।

ଶ୍ରୀ କାଣ୍ଡୋଇ ଗଣମାଧ୍ୟମରେ ଆହୁରି କହିଛନ୍ତି ଓଡ଼ିଶାରେ ସ୍ଥାନୀୟ ରାଜନେତା ହିଁ ଶିଳ୍ପାୟନରେ ବାଧକ ସାଜୁଛନ୍ତି, ସାମାନ୍ୟ ଅବଦାନ ନଥାଇ ନିଜକୁ କାରଖାନା ମାଲିକ ଭାବୁଛନ୍ତି  ।

ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ଶିଳ୍ପସଂସ୍ଥା ଠାରୁ ଚାନ୍ଧା ଆଦାୟ କରିବା ଅଭିଯୋଗରେ କିଛିଦିନ ତଳେ ଚର୍ଚ୍ଚାକୁ ଆସିଥିଲେ ବିଜେଡିର କିଛି ବିଧାୟକ  । ଯାହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି  ।

ଅଶାନ୍ତ ହେଉଛି କେନ୍ଦୁଝର, ପତିଆରା ପାଇଁ ନିରଞ୍ଜନ ଓ ବଦ୍ରିଙ୍କ ମଧ୍ୟରେ ଲଢେଇ....ବଦ୍ରି କହିଲେ ମୋ ପୁଅ ବିରୋଧରେ ଏଫଆଇଆର ଲେଖନ୍ତି ନିରଞ୍ଜନ, ପ୍ରଚାର କରନ୍ତି ସୌମ୍ୟରଞ୍ଜନ
ଶାନ୍ତ ପ୍ରିୟ ଆଦିବାସୀ ଅଧୁଷିତ କେନ୍ଦୁଝରେ ଅଶାନ୍ତି ସୃଷ୍ଟି କରୁଛି କିଏ ? କିଏ ସେହି ବିଷମଞ୍ଜି ଯାହାପାଇଁ ଜିଲାରେ ସୃଷ୍ଟି ହେଉଛି ଅଶାନ୍ତ ପରିବେଶ ଏହାକୁ ନେଇ ପୁଣିଥରେ ଜିଲାରେ ଚର୍ଚ୍ଚା ଆଲୋଚନା ହୋଇଥିବା ବେଳେ ଏପରି ସ୍ଥିତିରେ ମୁହାଁମୁହିଁ ହୋଇଛନ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । ସେପଟେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଜଣେ ପୁଅ ଜେଲ୍ ରେ ଥିବା ବେଳେ ଆଉ ଏକ ଗଣ୍ଡଗୋଳ ମାମଲାରେ ଆଉ ଜଣେ ପୁଅଙ୍କ ନାଁରେ ଏତଲା ଦାଏର ହୋଇଛି  । ଯାହାକୁ ନେଇ ଏବେ ମୁହାଁମୁହିଁ ସ୍ତରରକୁ ଆସିଯାଇଛନ୍ତି ନିରଞ୍ଜନ ଓ ବଦ୍ରି  । ପରସ୍ପର ପ୍ରତିଦ୍ୱନ୍ଧୀ ଭାବେ ଜଣାଶୁଣା ଏହି ନେତା ବେଶ କିଛି ବର୍ଷ ଧରି ଚୁପ୍ ରହିଥିଲେ  । ତେବେ ସୌମ୍ୟରଞ୍ଜନ ବିଜେଡିରେ ମିଶିବା ପରେ ଏବେ ବଦ୍ରିଙ୍କ ପତିଆରାକୁ ଶେଷ କରିବା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଜିଲାରେ ଚାଲିଛି ଚର୍ଚ୍ଚା ଆଲୋଚନା  ।

ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ବିରୋଧରେ ହୋଇଥିବା ଏତଲା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପାତ୍ର କହିଛନ୍ତି ଏହି ଏଫଆଇଆର ଲେଖା ପଛରେ ରହିଛି ନିରଞ୍ଜନ ପଟ୍ଟନାୟକଙ୍କ ହାତ  । ତାଙ୍କୁ ବଦନାମ କରିବା ପାଇଁ ନିରଞ୍ଜନ ଏଫଆଇଆର ଲେଖିଛନ୍ତି  । ନିରଞ୍ଜନ ମୋ ପରିବାର ବିରୋଧରେ ଏଫଆଇଆର ଲେଖନ୍ତି ଆଉ ଏହାକୁ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଚାର କରନ୍ତି ବୋଲି କହିଛନ୍ତି ଶ୍ରୀ ପାତ୍ର  ।

ବଦ୍ରିଙ୍କ ମନ୍ତବ୍ୟ ଉପରେ ପତିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏ ଅଭିଯୋଗ ସମ୍ପୂର୍ଣ ମିଛ  । ତେବେ ଗତ ୨୦ ବର୍ଷ ଧରି ସେ ସେଠାରେ ଯେଉଁ କାମ କରୁଛନ୍ତି ତାହା ଠିକ୍ ନା ଭୁଲ ନିଜ ମନକୁ ପଚାରନ୍ତୁ  । ଆଉ ମୋତେ ବଦ୍ରି ପାତ୍ର ମହାପୁରୁଷ କହିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି  ।

ବ୍ଲାକରୋଜ ଓ ଚିଟଫଣ୍ଡ ପ୍ରସଙ୍ଗରେ ବିଷ ଓଗାଳିଲେ ଦାମ...ଶାସକ ଦଳର ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଛି, ମୁଖ୍ୟମନ୍ତ୍ରୀଙ୍କ ନୀରବତା ଉପରେ ଉଠାଇଲେ ପ୍ରଶ୍ନ
ରାଜ୍ୟରେ ହୋଇଥିବା ୨୦ ହଜାର କୋଟିଟଙ୍କାର ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି ଓ ବ୍ଲାକରୋଜ ଜାହଜ ପ୍ରସଙ୍ଗରେ ତଦନ୍ତର ଶୀଥିଳତାକୁ ନେଇ ବିଷ ଓଗାଳିଛନ୍ତି ପାରାଦ୍ୱୀପ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ  । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ  ଉଠାଇବା ସହ ଶାସକ ଦଳର ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାପାଇଁ କାମ ହେଉଥିବାର ଅଭିଯୋଗ ଆଣିଛନ୍ତି ଦାମ  । ଏପରିକି ତଦନ୍ତକାରୀ ସଂସ୍ଥା ସିବିଆଇ ଓଡିଶାରେ ବିଚିତ୍ର ଭୂମିକା ନେଇଛି ବୋଲି ସେ ଉଲେଖ କରିଛନ୍ତି  ।

ବ୍ଲାକରୋଜ ଜାହଜ ବୁଡି ପ୍ରସଙ୍ଗରେ  ଶାସକ ଦଳର ଜଣେ ପାରିବାର ବିଧାୟକ, ତାଙ୍କର ଭାଇ, ତାଙ୍କର ସମ୍ପର୍କୀୟ ସାଂସଦ ସମ୍ପୃକ୍ତି ଥିବା ନେଇ ସାଧାରଣରେ ଲୋକେ ଆଲୋଚନା କରୁଥିବା ବେଳେ ସିବିଆଇ ଅଫିସର ମାନେ ତୁଣ୍ଡ ଖୋଲୁନାହାନ୍ତି ବୋଲି ସମ୍ପାଦକୀୟ ଲେଖା ମାଧ୍ୟମରେ ନିଜର ମତ ଉପସ୍ଥାପନ କରିଛନ୍ତି ବିଜେଡିର ପୁରୁଣା ତୁଣ୍ଡ ତଥା ବିଜେଡି ଛାଡିଥିବା ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତ  ।

ଏକ ଦୈନିକ ସମ୍ବାଦପତ୍ରରେ ଓଡିଶାରେ ସିବିଆଇ ତଦନ୍ତରେ ଦ୍ୱନ୍ଧ, କେନ୍ଦ୍ର ଏବଂ ରାଜ୍ୟ କୋଳାକୋଳି ଗନ୍ଧ ଶୀର୍ଷକ ଲେଖାରେ ଅନୁଭବରୁ ଅନୁଭୂତି, ସେଦିନରୁ ଆଜି ଯାଏଁ ଶୀର୍ଷକ ଲେଖାରେ ଚିଟଫଣ୍ଡ, ଖଣି ଦୁର୍ନୀତି ଓ ବ୍ଲାକରୋଜ ପ୍ରସଙ୍ଗରେ ବିସ୍ତୁତ ଭାବେ ଲେଖି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି ଶ୍ରୀ ରାଉତ  । ବିଧାୟକ ଶ୍ରୀ ରାଉତ ଏନେଇ କୌଣସି ନେତାଙ୍କ ନାମ ନେଇଥିବା ବେଳେ ଯାଜପୁରର ବିଧାୟକ ଓ ବାଲେଶ୍ୱରରେ ସାଂସଦ ଅଭିଯୁକ୍ତ ଥିବା ନେଇ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଅନେକଥର ଅଭିଯୋଗ କରିଛନ୍ତି  ।

ଚାଷୀଙ୍କ ପାଇଁ ନିଜ ପଦବୀରୁ ଇସ୍ତଫା ଦେବେ କି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ? ଚାଷୀଙ୍କ ଅଭିଯୋଗ ସାଂସଦ ପରେ ଭୁଲିଗଲେ ଦେଇଥିବା ପ୍ରତିଶୃତି....ସରକାର ବିରୋଧରେ ତେଜୁଛି ଅସନ୍ତୋଷ
ଚାଷୀଙ୍କ ବଳରେ ଦିନେ ଥିଲେ ବଳିୟାନ୍ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ  । ଚାଷୀଙ୍କ ସ୍ୱାର୍ଥ କଥା କହି ସରକାରଙ୍କ ଉପରେ ବର୍ଷୁଥିଲେ  । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ କରୁଥିଲେ ଜୋରଦାର ପ୍ରତିବାଦ  । ହେଲେ ସାଂସଦ ହେବାପରେ ଚାଷୀଙ୍କ କଥା ଭୁଲିଗଲେ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ  । ଯାହାକୁ ନେଇ ଚାଷୀମାନଙ୍କ ପକ୍ଷକୁ କ୍ଷୋଭ ପ୍ରକାଶ ପାଇଛି  । ଏପରିକି ଯଦି ଚାଷୀମାନଙ୍କ ପାଇଁ ସାମାନ୍ୟ ଦରଦ ରହିଥିବ ତାହାହେଲେ ସେ ସାଂସଦ ପଦବୀରୁ ଇସ୍ତଫା ଦେଇ ସରକାରଙ୍କ ଉପରେ ଚାପ ପକାଇବା ଦରକାର ବୋଲି ନବନିର୍ମାଣ କୃଷକ ସଙ୍ଗଠନର ଅଧିକାଂଶ ଚାଷୀ ଖୋଲାଖୋଲି ଭାବେ ମତପ୍ରକାଶ କରିଛନ୍ତି  ।

ପ୍ରାଇସ୍ , ପେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଜାରି ରଖିଛି  । ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଉଛନ୍ତି ହେଲେ ଦାବି ପୂରଣ କରୁନାହାନ୍ତି  । ତେବେ ଏହି ସଙ୍ଗଠନକୁ ନେଇ ବେଶ ରାଜନୀତି କରି ଦବଦବା ସୃଷ୍ଟି କରିଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ରାଜ୍ୟସଭାକୁ ନିର୍ବାଚିତ କରିବା ପରେ ଶ୍ରୀ ପଟ୍ଟନାୟକଙ୍କର ଆଉ ଚାଷୀମାନଙ୍କ କଥା ଉପରେ ମୁହଁ ଖୋଲିବା ଦେଖିବାକୁ ମିଳୁନାହିଁ  । ଏପରିକି ନିଜେ ରାଜ୍ୟସଭାକୁ ଚାଲିଯିବା ପରେ ସେ ଚାଷୀଙ୍କ କଥାକୁ ଭୁଲିଗଲେ ବୋଲି କହିବା ସହ ବିଭିନ୍ନ ମହଲରୁ ଶ୍ରୀ ପଟ୍ଟନାୟକଙ୍କୁ ଏବେ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଛି  ।

ବୈଜୟନ୍ତ ଭୟ ଘାରିଛି ନବୀନଙ୍କୁ, ପଛରେ ଲଗାଇଲେ ଗୁଇନ୍ଦା, ବିଜେଡିର ଅସନ୍ତୁଷ୍ଟ ଏବେ ବୈଜୟନ୍ତଙ୍କ ଶିବିରର
ବିଜେଡି ଛାଡିସାରିଲେଣୀ, ସାଂସଦ ପଦବୀ ଛାଡି ସାରିଲେଣୀ ତଥାପି ବୈଜୟନ୍ତଙ୍କ ଭୟ ଘାରିଛି ବିଜେଡିକୁ  । ବୈଜୟନ୍ତଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସରକାର ଲଗାଇଛନ୍ତି ଗୁଇନ୍ଦା  । ଏପରି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଦେଇଛି  । ବିଶେଷ କରି କେନ୍ଦ୍ରାପଡା ଜିଲାରେ ଏକାଧିକ ଅସନ୍ତୁଷ୍ଟ ବିଜେଡି ନେତା ଏବେ ବୈଜୟନ୍ତଙ୍କ ଶିବିରର ଯୋଗଦେଇଥିବା ନେଇ ଜିଲାରେ ମୁଖ୍ୟ ଆଲୋଚନାର ବିଷୟ ସାଜିଛି  । ଏପରିକି ଏହି ତାଲିକାରେ ବିଧାୟକ ଓ ସାଂସଦ ମଧ୍ୟ ରହିଛନ୍ତି  । ଏହି ଖବର ପ୍ରଚାର ହେବାପରେ ବୈଜୟନ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ତୃତୀୟ ମହଲାର ଜଣେ ଆଇଏଏସ ଓ ଆଇପିଏସ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଏବେ ପାୱାର କରିଡରରେ ଆଲୋଚନାର ବିଷୟ ପାଲଟିଛି  ।

ବୈଜୟନ୍ତଙ୍କୁ ଟାର୍ଗେଟ କରି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ଭଣ୍ଡୁର କରାଯାଉଥିବା ଦେଖିବାକୁ ମିଳିଛି  । ତାଙ୍କର ହେଲିକାପ୍ଟରକୁ ସିଜ୍ କରାଯାଇଥିବା ବେଳେ ଏହାକୁ ନେଇ ଶ୍ରୀ ପଣ୍ଡା ପ୍ରଶ୍ନ ଉଠାଇଥିଲେ  । ଏପରିକି ଯେଉଁ ହେଲିକାପ୍ଟର ବିରୋଧରେ ଅଭିଯୋଗ ନଥିଲା ତାହାକୁ ମଧ୍ୟ ସିଜ୍ କରାଯାଇଥିଲା  । ସେହିପରି ତାଳଚେରର ଏକ ସମାବେଶରେ ବୈଜୟନ୍ତ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା  । ଏପରିକି ଜିଲା ଗସ୍ତରେ ବୈଜୟନ୍ତ ଗଲେ ତାଙ୍କ ପଛରେ ଗୁଇନ୍ଦା ଲଗାଯାଉଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି  । କଣ ପାଇଁ ବୈଜୟନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ନେତୃତ୍ୱାଧୀନ ବିଜେଡି ଦଳ ଏତେ ଭୟ କରୁଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି  ।

ମହୁଚାଷ ମହାଦୁର୍ନୀତିକୁ ଚାପିଦେଲେ ସରକାର ! ଦୁର୍ନୀତିରେ ଚେର ଲମ୍ବିଛି ତୃତୀୟ ମହଲାକୁ, ଚର୍ଚ୍ଚାରେ ଖଦୀବୋର୍ଡ ଅଧ୍ୟକ୍ଷ
ମହୁଚାଷୀଙ୍କୁ ସରକାରୀ ଧୋକ୍କା  । ମହୁଚାଷ ମହାଘୋଟଲାରେ ହୋଇଥିବା ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ଶୂନ୍  । ଚାଷୀଙ୍କ ଆନ୍ଦୋଳନ, ଖଦୀବୋର୍ଡ ଅଫିସ ଘେରାଉ ପରି କାର୍ଯ୍ୟକ୍ରମ ପରେ ମଧ୍ୟ ସରକାର ଶୁଣିଲେନି ଚାଷୀଙ୍କ କଥା  । ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ରହିଲେ ଚୁପ୍  । ଏପରିକି ତୃତୀୟ ମହଲାର ଅଣଓଡିଆ ଅଫିସରଙ୍କ ଚାପରେ ଏପରି ଏକ ମହାଦୁର୍ନୀତିକୁ ଚାପି ଦିଆଯାଇଛି ବୋଲି ମହୁଚାଷୀ ମାନେ ଅଭିଯୋଗ କରିଛନ୍ତି  । ସରକାରଙ୍କ ଏହିପରି ଚାଷୀ ମାରଣ ନୀତି ପ୍ରତିବାଦରେ ଆନ୍ଦୋଳନ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ମହୁଚାଷୀ ମାନେ  ।

ଏହି ମହାଦୁର୍ନୀତିକୁ ନେଇ ବିଜେପି ନେତା ଶିଶିର ଗମାଙ୍ଗୋ ପ୍ରଥମେ ନିଜ ଫେସବୁକରେ ଏହି କଥା ଲେଖି ଘଟଣାକୁ ପଦାକୁ ଆଣିଥିଲେ  । ଏହା ଜଣା ପଡିବା ପରେ ଜାଗ୍ରତ ଓଡିଶା ପକ୍ଷରୁ ଆନ୍ଦୋଳନ କରାଯାଇଥିବା ବେଳେ ଏବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲା ଇଣ୍ଡିଆ ଏଗେନେଷ୍ଟ କରପସନ  । ଏପରି ଘଟଣାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଥିଲା  । ଏପରିକି ଖଦୀବୋର୍ଡରେ ଏକ ମହାଦୁର୍ନୀତି ହୋଇଛି  । ମନ୍ତ୍ରୀ, ଆଇଏଏସ ଅଫିସରଙ୍କ ସହ ମିଶି ଖଦୀବୋର୍ଡ ଅଧ୍ୟକ୍ଷ ଶ୍ରୀ ତେଜେଶ୍ୱର ପରିଡା ମିଶି ଏହି ସ୍କାମ୍ ରେ ଥିବା କଥା ସେ ଅଭିଯୋଗ କରିବା ସହବ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲା ସଙ୍ଗଠନ  ।  ଏନେଇ ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ସବୁଠି ଚର୍ଚ୍ଚାରେ ବିଷୟ ହୋଇଥିଲା  । ଏପରିକି ମହୁବାକ୍ସ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଥିଲେ  । ଚାଷୀମାନେ ରାସ୍ତାକୁ ଓହ୍ଲାଇବା ସତେ ସରକାର ଏବେ ମିଳିମିଶି ଏହି ଦୁର୍ନୀତିକୁ ଚାପି ଦେଇଥିବା ମହୁଚାଷୀ ମାନେ ଅଭିଯୋଗ କରିଛନ୍ତି  । ସରକାର ତୁରନ୍ତ ଏହାର ତଦନ୍ତ ନକଲେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ପାଇଁ ମହୁଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି  ।

ବଦ୍ରିଙ୍କ ପକ୍ଷଛେଦନ....ସୌମ୍ୟଙ୍କୁ ଗୁରୁତ୍ୱ , ବଦ୍ରିଙ୍କ ବିରୋଧୀ ଶିବିରରେ ପଟ୍ଟନାୟକ, ଭାଗିରଥି ଫୁଙ୍କିବେ ଶଙ୍ଖ ! ଆନନ୍ଦପୁର ଉପରେ ପଟ୍ଟନାୟକଙ୍କ ନଜର
କେନ୍ଦୁଝର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟିବାରେ ଲାଗିଛି  । ଦୀର୍ଘଦିନ ଧରି ଜିଲାରେ ବିଜେଡି ସଙ୍ଗଠନକୁ ହାତରେ ରଖିଥିବା ବଦ୍ରି ନାରାୟଣ ପାତ୍ରଙ୍କ ପକ୍ଷଛେଦନ ପାଇଁ ତୃତୀୟ ମହଲାରୁ ଷଡଯନ୍ତ୍ର ଆରମ୍ଭ ହୋଇଛି  । ଏହି କ୍ରମରେ ବଦ୍ରିଙ୍କ ଦବଦବାକୁ ହ୍ରାସ କରି କେନ୍ଦୁଝର ଜିଲାରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳ ଗୁରୁତ୍ୱ ଦେଇଛି  । ଏହି କ୍ରମରେ ଜିଲାରେ ବିଜେପି କାୟା ବିସ୍ତାର କରୁଥିବା ବେଳେ ବିଜେପିର ପ୍ରଭାବକୁ ରୋକିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆାଇଥିବା ଜିଲାରେ ଏବେ ଚର୍ଚ୍ଚାର ବିଷୟ ସାଜିଛି  ।

ବେଶ କିଛିଦିନ ଧରି ଜିଲା ରାଜନୀତିରେ ପଟ୍ଟନାୟକ ପରିବାର କୋଣଠେସା ହୋଇପଡିଥିବା ବେଳେ ଏବେ ତୃତୀୟ ମହଲାର ଆଶ୍ରିର୍ବାଦରେ ସେମାନେ ବଦ୍ରିଙ୍କ ବିରୋଧୀଙ୍କ ସହ ହାତ ମିଳାଇଛନ୍ତି  । ଏହି କ୍ରମରେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ପୂର୍ବତନ ବିଧାୟକ ଭାଗିରଥି ସେଠୀଙ୍କୁ ବିଜେଡିକୁ ଆଣିବା ପାଇଁ ରାଜ୍ୟସଭା ସାଂସଦ ପ୍ରୟାସ ଆରମ୍ଭ କରିଦେଇଛନ୍ତି  । ଆନନ୍ଦପୁରରେ ବିଜେପିକୁ ଚେକ୍ ଦେବା ସହ ପଟ୍ଟନାୟକ ପରିବାରର ବିରୋଧୀ କୁହାଯାଉଥିବା କଂଗ୍ରେସର ଜୟଦେବ ଜେନାଙ୍କୁ ମଧ୍ୟ ଚେକ୍ ଦେବାପାଇଁ ତାଙ୍କର ପ୍ରତିଦ୍ୱନ୍ଧୀ ଭାଗିରଥୀ ସେଠୀଙ୍କୁ ମନାଇବା ପାଇଁ ପଟ୍ଟନାୟକଙ୍କ ଗୋଷ୍ଠି ପୁରା ଦମ୍ ରେ ଲାଗିପଡିଛନ୍ତି  । ଏହି କ୍ରମରେ ପଦ୍ମ ପୋଖରୀ ଛାଡି ଭାଗିରଥି ସେଠୀ ଶଙ୍ଖ ପୁଙ୍ଖିବେ ବୋଲି ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି  ।

ତେବେ ସୌମ୍ୟଙ୍କ ଏହିପରି ରାଜନୀତିକୁ ସହଜରେ ଗ୍ରହଣ କରୁନାହାନ୍ତି ବିଜେଡିର ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ଠାରୁ ଆରମ୍ଭ କରି ଜିଲାସ୍ତରର ନେତାମାନେ  ।

କଂଗ୍ରେସ ବିଧାୟକ କୃଷ୍ଣ ଶଗରିଆଙ୍କ ଇସ୍ତଫା, ପଦ ହରାଇ ପାରନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଗୋଟିଏ ଗୁଳିରେ ଦୁଇଟି ଶିକାର, ଶଗରିଆଙ୍କ ପଛରେ କିଏ ସେହି ହେଭିୱେଟ ନେତା !
ବିଧାନସଭାରେ ବିରୋଧୀ ଦଳ ନେତା ପଦ ହରାଇ ପାରନ୍ତି ନରସିଂହ ମିଶ୍ର  । ବିଧାୟକ ପଦବୀରୁ ଇସ୍ତଫା ଦେବାନେଇ କଂଗ୍ରେସ ବିଧାୟକ କୃଷ୍ଣ ଶଗରିଆଙ୍କ ଘୋଷଣା ପରେ ଏପରି ଆଶଙ୍କା ଏବେ ଦେଖାଦେଇଛି  । ଯେହେତୁ ବିଧାୟକ ଶ୍ରୀ ଶଗରିଆ ଇସ୍ତଫା ଦେବାନେଇ ଘୋଷଣା କରିସାରିଛନ୍ତି ଏହାକୁ ନେଇ କଂଗ୍ରେସରେ ଏକପ୍ରକାର କମ୍ପନ ଦେଖାଦେଇଛି  ।

ବର୍ତମାନ ବିଧାନସଭାରେ କଂଗ୍ରେସର ୧୫ ଜଣ ବିଧାୟକ ରହିଛନ୍ତି  । ସେମାନେ ହେଲେ ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ନବ କିଶୋର ଦାସ, ଚିରଞ୍ଜିବ ବିଶ୍ୱାଳ, ପ୍ରକାଶ ବେହେରା, ଯୋଗେଶ ସିଂହ, କେ. ସୂର୍ୟ୍ୟି ରାଓ, ପ୍ରଫୁଲ ମାଝୀ, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି କୈଳାସ କୁଲେସିକା, କୃଷ୍ଣଚନ୍ଦ୍ର ଶଗରିଆ, ଭୁଜବଳ ମାଝୀ, ଚନ୍ଦ୍ରଶେଖର ମାଝୀ ଓ ଜ୍ୟାକବ ପ୍ରଧାନ ରହିଛନ୍ତି  । ଯଦି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଇସ୍ତଫା ଦିଅନ୍ତି ତାହାହେଲେ ଏହି ସଂଖ୍ୟା ୧୪କୁ ଖସିଆସିବ  ।

ବିଧାନସଭାରେ ମୋଟ ୧୪୭ ଆସନ ଥିବାବେଳେ ବିରୋଧୀ ଦଳ ନେତାପାଇଁ ୧୪.୭ ସଂଖ୍ୟା ଆବଶ୍ୟକ ପଡୁଛି  । ତେବେ ଏହି ସଂଖ୍ୟା ଏବେ ୧୪କୁ ଖସି ଆସିଥିବା ହେତୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ପଦ ହରାଇ ପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତପ୍ରକାଶ କରିଛନ୍ତି  । ସେପଟେ ଶଗରିଆଙ୍କ ଇସ୍ତଫା ପରେ ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରଫୁଲ ମାଝୀ ପ୍ରତିକ୍ରିୟା ହାଲକା ଭାବେ ଦେଇଥିବା ବେଳେ ଏନେଇ ବିଧାୟକଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ।

ଏଠାରେ ସୂଚନାଯୋଗ୍ୟ ଯେ, କଂଗ୍ରେସ ବିଧାୟକ ଶ୍ରୀ ଶଗରିଆ ବିଭିନ୍ନ ସମୟରେ ଦଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି  । ଏପରିକି କଂଗ୍ରେସ ବିଧାୟକ ଦଳ ଠାରୁ ସେ ଦୂରରେ ରହି ଚର୍ଚ୍ଚାକୁ ଆସିଥିଲେ  । ରାଜ୍ୟ କଂଗ୍ରେସ ଏସଟି ସେଲ୍ ରୁ ତାଙ୍କୁ ହଟାଇ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଥିବା ବେଳେ ସେ ସେ ପଦବୀରୁ ଇସ୍ତଫା ଦେଇଥିଲେ  । ଏନେଇ କଂଗ୍ରେସ ଭବନରେ ଥିଲେ ମଧ୍ୟ ଏହା ଘୋଷଣା ନକରି ନିଜ ସରକାରୀ ବାସଭବନରେ ଏନେଇ ଘୋଷଣା କରିଥିଲେ  । ସେହିପରି ବିଧାୟକ ପଦବୀରୁ ଇସ୍ତଫା ଦେବାନେଇ ସେ ଆଜି ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି  । ତେବେ ଶଗରିଆଙ୍କ ଇସ୍ତଫା ପଛରେ କଂଗ୍ରେସର ଜଣେ ହେଭିୱେଟ ନେତାଙ୍କ ହାତ ଥିବା ନେଇ ଚର୍ଚ୍ଚା ହେଉଛି  ।