Khabar Odisha

ଶତ୍ରୁଘ୍ନ ପାଣ୍ଡବ, ବିନୋଦ ମହାରଣା ଏବଂ ଉମେଶ କର ପାଇବେ ଶାରଳା ପୁରସ୍କାର
ଓଡ଼ିଶାର ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ଚିତ୍ରକଳା କ୍ଷେତ୍ରରେ ବିନୋଦ ମହାରଣା ଏବଂ ସଂଗୀତ କ୍ଷେତ୍ରରେ  ଉମେଶ କର ମଧ୍ୟ ମନୋନୀତ ହୋଇଛନ୍ତି । ମନୋନୀତ ହୋଇଥିବା ଲେଖକ ଶତ୍ରୁଘ୍ନ ପାଣ୍ଡବ ନିଜ କୃତି ‘ମିଶ୍ର ଧ୍ରୁପଦ’ ପାଇଁ ଏହି ପୁରସ୍କାର ପାଇବେ । ଆସନ୍ତା ୨୬ ତାରିଖ ଦିନ ଅନୁଷ୍ଠିତ ୩୯ ତମ ଶାରଳା ପୁରସ୍କାର ଉତ୍ସବରେ ତାଙ୍କୁ ପୁରସ୍କାର ବାବଦ ଅର୍ଥ ୫ ଲକ୍ଷ ଟଙ୍କାର ଚେକ୍ ସହ ମାନପତ୍ର ପ୍ରଦାନ କରାଯିବ ବୋଲି ଇମ୍ପାକ୍ଟ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଚିତ୍ରକଳାରେ ମନୋନୀତ ହୋଇଥିବା ଶ୍ରୀ ମହାରଣା ଏବଂ ସଂଗୀତରେ ଉମେଶ କରଙ୍କୁ ନଗଦ ଦେଢ଼ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଏହି ଘୋଷଣାରେ କୁହାଯାଇଛି ।

ଉଲ୍ଲେଖନୀୟ ଯେ, ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଏହି ପୁରସ୍କାର ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଓଡ଼ିଆ ଶିଳ୍ପପତି ସ୍ୱର୍ଗତ ବଂଶୀଧର ପଣ୍ଡା ଏବଂ ଇଲା ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫା ଗ୍ରୁପ ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଅଛି ।

ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ଅନୁଦାନ ରାଶି ୫୦ ହଜାରକୁ ବୃଦ୍ଧି
ରାଜ୍ୟରେ ଥିବା ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ଥିବା ଅନୁଦାନ ରାଶିକୁ ବୃଦ୍ଧି କରାଯାଇଛି। ଅନୁଦାନ ରାଶି ୨୫ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ଘୋଷଣା କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ଆଜି ଓଡିଶା ସାହିତ୍ୟ ଏକାଡେମୀର ଅତିବଡି ଜଗନ୍ନାଥ ଦାସ ପୁରସ୍କାର ବିତରଣ ଉତ୍ସବରେ ମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଭାଗବତ ଟୁଙ୍ଗିର ପ୍ରଚାର ପ୍ରସାର ପାଇଁ ଅନୁଦାନ ରାଶିକୁ ଦ୍ୱିଗୁଣିତ କରାଯାଇଛି। ପୂର୍ବରୁ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ଅନୁଦାନ ରାଶି ୨୫ ହଜାର ଟଙ୍କା ଥିଲା । ଏବେ ତାକୁ ୫୦ ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ ବଜେଟରେ ୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୬୦୦ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ହୋଇଛି। ଆଉ ୭୨୦୦ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ସେ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି।

ଏଥିସହ ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତିପୀଠର ଉନ୍ନତିକରଣ କରାଯିବ। ସ୍ମୃତିପୀଠ ପୁରୀ ଜିଲ୍ଲା କପିଳେଶ୍ୱର ଶାସନରେ ୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଘୋଷଣା କରିଛନ୍ତି।

ଅତିବଡି ଜଗନ୍ନାଥ ଦାସ ପୁରସ୍କାର ଗ୍ରହଣ କଲେ କବି ରମାକାନ୍ତ ରଥ
ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଆଜି ଅତିବଡି ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୮ ବର୍ଷ ପାଇଁ ପଦ୍ମଭୂଷଣ କବି ରମାକାନ୍ତ ରଥ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି । ଗୁରୁବାର ସଂଧ୍ୟାରେ ରବୀନ୍ଦ୍ରମଣ୍ଡପ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସର୍ବୋଚ୍ଚ ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଛି। ଏହାସହ ଅନ୍ୟ ୧୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ ମହାଗୋବିନ୍ଦ ମହାସୂପକାର, ଡ.ସତ୍ୟନାରାୟଣ ରଥ, କୁମାର ଚକ୍ରବର୍ତୀ, ସୀତାରାମ ବିର୍ତିଆ, ପ୍ରତିମା ମିଶ୍ର, ବଂଶୀଧର ସାହୁ, ବିଜୟ ଚନ୍ଦ୍ର ଜେନା, ଶଙ୍କର୍ଷଣ ମଙ୍ଗରାଜ, ଲକ୍ଷ୍ମୀଧର ନାୟକ ଆଦିସ୍ୟ, ଡ. ଦୁର୍ଯ୍ୟେଧନ ଦାସ, କୁଂଜ ବିହାରୀ ପାଢୀ, ଡ. ପ୍ରଫୁଲ୍ଲ କୁମାର ଦାଶ, ଡ. ସରୋଜୀନୀ ଷଡଙ୍ଗୀ, ଗିରି ଦଣ୍ଡସେନା ଓ ଡ. ବ୍ରଜ ମୋହନ ମିଶ୍ର । ଓଡିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ
୨୦୧୮ ବର୍ଷ ପାଇଁ ଅତବଡ଼ି ଜଗନ୍ନାଥ ଦାସ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ କବି ପଦ୍ମ ଭୂଷଣ ରମାକାନ୍ତ ରଥ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଶ୍ରୀ ରଥଙ୍କ ସମେତ ୧୫ ଜଣ ବରିଷ୍ଠ ଓଡ଼ିଆ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ।

ଓଡ଼ିଆ ସାହିତ୍ୟକୁ ଜୀବନବ୍ୟାପୀ ଅବଦାନ ପାଇଁ  ଶ୍ରୀ ରଥ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେ ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି । ତାଙ୍କ ଲିଖିତ କବିତା ‘ସପ୍ତମ ଋତୁ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏହା ସହ ଶ୍ରୀ ରଥ ତାଙ୍କ ଜୀବନରେ ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୧୯୮୪ରେ ‘ସଚିତ୍ର ଅନ୍ଧାର’ ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହା ପାଇଁ ସେ ସରସ୍ଵତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ‘ଶ୍ରୀରାଧା’ କାବ୍ୟ ପାଇଁ ଭାରତୀୟ ସାହିତ୍ୟରେ ସ୍ୱତନ୍ତ୍ର ପରିଚୟ ପାଇଥିଲେ ଶ୍ରୀ ରଥ ।

ଏକାଡେମୀ ପକ୍ଷରୁ ଆଗାମୀ ଦିନରେ ଆୟୋଜନ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ସମସ୍ତ ମନୋନୀତଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମୀ’ର ଆଜି ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏ ସଂପର୍କରେ ନିଆଯାଇଥିବା ସଭାପତି ହରିହର ମିଶ୍ର ସୂଚନା ଦେଇଛନ୍ତି।

୩ ଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆଜିଠାରୁ ଆରମ୍ଭ ହୋଇଛି କଳିଙ୍ଗ ଲିଟେରାରୀ ଫେଷ୍ଟିଭଲ୍ ବା କଳିଙ୍ଗ ସାହିତ୍ୟ ମହୋତ୍ସବ। ଏହି ସାହିତ୍ୟ ସମାରୋହର ଆଜି ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି। ତିନିଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ବହୁ ପ୍ରତିଷ୍ଠିତ ସାହିତ୍ୟିକଙ୍କ ସହ ପ୍ରାୟ ୩୦୦ କବି, ଲେଖକ/ଲେଖିକା, ଗୀତିକାର, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ତିନିଦିନିଆ ସମାରୋହରେ ପୁସ୍ତକ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ରମାକାନ୍ତ ରଥ, ଗୌରହରି ଦାସ, ସ୍ୱରାଜ ମିଶ୍ର ଓ ଯତୀନ ନାଏକଙ୍କ ପରି ବିଶିଷ୍ଟ ଆଲୋଚକ ଏହି ଅଧିବେଶନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ସାହତ୍ୟ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ନିରୂପମା ରାଓ, ଅମିଶ ତ୍ରିପାଠୀ ଓ ପଦ୍ମଜ ପାଳଙ୍କୁ ପ୍ରତିଷ୍ଠିତ କଳିଙ୍ଗ ସାହିତ୍ୟ ପୁରସ୍କାର – ୨୦୧୮ରେ ସମ୍ମାନିତ କରାଯିବ । ୧୦ଟି ପୁସ୍ତକ ମଧ୍ୟ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି ।

ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଓଡ଼ିଶାର ଗାୟତ୍ରୀ ସରାଫ
ଭୁବନେଶ୍ୱର, ଫେବୃୟାରୀ ୧୨ (ଖବର ଓଡ଼ିଶା): ସାହିତ୍ୟ କ୍ଷେତ୍ରରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ଲେଖକ ଓ ଲେଖିକାମାନଙ୍କୁ ଆଜି ସମ୍ମାନ ଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ କରାଯିବ । ଏଥିପାଇଁ ଓଡ଼ିଶାରୁ ମନୋନୀତ ହୋଇଥିବା ଗାଳ୍ପିକା ଗାୟତ୍ରୀ ସରାଫ ଆଜି ନୂଆଦିଲ୍ଲୀରେ ଆୟୋଜିତ ଭବ୍ୟ ସମାରୋହରେ ପୁରସ୍କାର ଗ୍ରହଣ କରିବେ । ତାଙ୍କ ଦ୍ୱାରା ରଚିତ କ୍ଷୁଦ୍ରଗଳ୍ପ ‘ଇଟାଭାଟିର ଶିଳ୍ପୀ’ ପାଇଁ ସେ ମନୋନୀତ ହୋଇଛନ୍ତି । ସେ ତାଙ୍କର ଏହି ପୁରସ୍କାରକୁ ଦାଦନ ଶ୍ରମିକଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ।

୧୯୫୨ ମସିହା ଅଗଷ୍ଟ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ଗାୟତ୍ରୀ ସରାଫ ବୃତ୍ତିରେ ଜଣେ ଶିକ୍ଷୟତ୍ରୀ । ମାତ୍ର ତାଙ୍କ ଦ୍ୱାରା ବିଭିନ୍ନ ଗଳ୍ପ ସଂକଳନ ତାଙ୍କୁ ବେଶ ପରିଚିତ କରାଇପାରିଛି ।  ସେ ଓଡ଼ିଶାର ଜଣେ ସୁନାମଧନ୍ୟ ଗାଳ୍ପିକା । ସେ ପ୍ରଥମେ ‘ଆଲୋକିତ ଅନ୍ଧାର’ ବୋଲି ଏକ ଗଳ୍ପ ରଚନା କରିଥିଲେ । ଏହା ପରେ ସେ ବହୁ ଗୁଡ଼ିଏ ପୁସ୍ତକ ରଚନା କରିଛନ୍ତି । ଶେଷ ବିଦାୟର ଗୀତ, ଅନାହତ ପରମ୍ପରା, ନିଜସ୍ଵ ବସନ୍ତ, ନୀଳ ଜହ୍ନରେ ଜୁଇ, ବାପା ଭଲ ଅଛନ୍ତି, ପ୍ରେମିକା ପରି କେହି ଜଣେ ଓ ବର୍ଷାର ଓଢ଼ଣା ଭଳି ବିଭିନ୍ନ ପୁସ୍ତକ ରଚନା କରି ସାରିଛନ୍ତି ।

ସେ ପାଟଣାଗଡ଼ ବାଳିକା ଉଚ୍ଚବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଗାୟତ୍ରୀ ସରାଫ ୨୦୦୫ରେ ଶ୍ରେଷ୍ଠ ଶିକ୍ଷୟତ୍ରୀ ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ସେହିପରି ୨୦୧୫ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାନେତ୍ରୀ ଭାବରେ ମନୋନୀତ ହୋଇଛନ୍ତି । ଓଡ଼ିଆ ସାହିତ୍ୟରେ ଜୀବନ ବ୍ୟାପୀ ସାଧନା ପାଇଁ ସେ ବହୁ ସମ୍ମାନ ଜନକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗାୟତ୍ରୀଙ୍କ ସମେତ ୨୨ଜଣ ଆଞ୍ଚଳିକ ଲେଖକଙ୍କୁ ମିଳିବ ଏହି ସମ୍ମାନ ପୁରସ୍କାର । ପୁରସ୍କାର ସ୍ୱରୁପ ମାନପତ୍ର ଓ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ । ୨୪ଟି ଭାଷା, ସାତୋଟି ନୋବେଲ, ୫ଟି ଲେଖାଏଁ କ୍ଷୁଦ୍ରଗଳ୍ପ ଓ କବିତା, ୫ଟି ସାହିତ୍ୟିକ ସମୀକ୍ଷା, ନାଟକ ଏବଂ ନିବନ୍ଧ ପୁସ୍ତକ ରଚନା ଆଧାରରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ  ।

ଜାମ୍ମୁ ଆର୍ମୀ କ୍ୟାମ୍ପ ଆତଙ୍କୀ ଆକ୍ରମଣ: ଅନ୍ତିମ ପ୍ରହାର ପ୍ରସ୍ତୁତିରେ ସେନା, ହେଲିକପ୍ଟରରୁ ଓହ୍ଲାଇଲେ ପାରା କମାଣ୍ଡୋଜ
ଜାମ୍ମୁ,ଫେବୃଆରୀ୧୦(ଖବର ଓଡ଼ିଶା): ଜାମ୍ମୁ-ପଠାନକୋଟ ମାର୍ଗରେ ସୁଞ୍ଜଓ୍ଵାନରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ  ସକାଳ ପ୍ରାୟ ୪ଟା ୫୫ ମିନିଟରେ ଆକ୍ରମଣ କରିଛନ୍ତି। ଏହି  ଆକ୍ରମଣରେ ଦୁଇ ଜଣ ଜେସିଓ ଯବାନ ସହିଦ ହୋଇଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି।  ସେନା ସୁଞ୍ଜବାନ କ୍ୟାମ୍ପରେ ପଶିଥିବା ଆତଙ୍କବାଦୀଙ୍କୁ ଚାରି ଆଡୁ ଘେରି ଯାଇଛନ୍ତି। ଆତଙ୍କବାଦୀଙ୍କ ବିରୁଦ୍ଧ ଅପରେସନରେ ସୈନିକଙ୍କ ସହିତ ଏବେ ପାରା କମାଣ୍ଡୋଜଙ୍କୁ ମଧ୍ୟ ସାମିଲ କରାଯାଇଛି।

ଏହି ଆତଙ୍କବାଦୀ ଜେସିଓ କ୍ଵାର୍ଟରରେ ପଶିବାକୁ ସଫଳ ହୋଇଥିଲେ।  ଭାରତୀୟ ଯବାନ ଏବେ ଆତଙ୍କବାଦୀଙ୍କ ସନ୍ଧାନ ପାଇଁ ପ୍ରତ୍ୟେକ ରୁମରେ ତଲାସି ଅଭିଯାନ ଚଳାଇଛନ୍ତି।  ଆକ୍ରମଣ ତୁରନ୍ତ ପରେ  ଉଧମପୁରରୁ ଭାରତୀୟ ବାୟୁ ସେନାର  ପାରା କମାଣ୍ଡୋଜଙ୍କୁ ଜାମ୍ମୁ ଏୟାରଲିଫ୍ଟ କରାଯାଇଛି। ଉତ୍ତର ପ୍ରଦେଶର ସହରାନପୁର ସ୍ଥିତ ସରସାବା ବେସରୁ ମଦ୍ୟ ପାରା କମାଣ୍ଡୋଜଙ୍କୁ ଘଟଣାସ୍ଥଳକୁ ପଠାଯାଉଛି।

ସୈନ୍ୟ ସୂତ୍ର ମୁତାବକ ଜୁନିୟର କମିସଣ୍ଡ ଅଧିକାରୀଙ୍କ କୋଠାରେ ପଶି ଯାଇଥିବା ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ପ୍ରତି ରୁମରେ ତଲାସି  ନିଆଯାଉଛି। ଏହି ଆକ୍ରମଣରେ ଦୁଇ ଜଣ ଜେସିଓ ସହିଦ ହୋଇଥିବା ବେଳେ ପ୍ରାୟ ୬ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ କ୍ୟାମ୍ପ ଭିତରେ ଜନ ଗହଳିପୂର୍ଣ୍ଣ ଇଲାକାରେ ଅକଥନୀୟ କ୍ଷତି ଘଟାଇବା ଉଦ୍ଦେଶ୍ୟରେ କ୍ୟାମ୍ପ ଭିତରେ ପଶିଥିଲେ।

ଅନ୍ୟ ପଟେ ଆକ୍ରମଣକୁ ନେଇ ଆର୍ମି ମୁଖ୍ୟ ବିପିନ ରାଓ୍ଵତ ପ୍ରତି ରକ୍ଷା ମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ଉପରେ କେନ୍ଦ୍ର ସରକାର ପୁରା ନଜର ରଖିଛନ୍ତି। ରାଜ୍ୟର ଡିଜିପି କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ପରିସ୍ଥିତିର ସୂଚନା ଦେଇଛନ୍ତି। ଆକ୍ରମଣ ପରେ ପୁରା ସହରରେ ରେଡ ଆଲର୍ଟ ଘୋଷଣା କରାଯାଇଛି। ଏବେ ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ସ୍ଥଳ ସହିତ ଆକାଶମାର୍ଗରୁ ମଧ୍ୟ ଅପରେସନ ଚଳାଯାଉଛି। ବହୁତ ବିପଦଜ୍ଜନକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ପାରା କମାଣ୍ଡୋଜ ଆତଙ୍କବାଦୀଙ୍କ ନିପାତ ପାଇଁ ହେଲିକପ୍ଟରରୁ ରସି ଜରିଆରେ କ୍ୟାମ୍ପ ଭିତରେ ପ୍ରବେଶ କରି ଅପରେସନ ଚଳାଇଛନ୍ତି।

ଜୈଶ ଆକ୍ରମଣ କରିଥିବାର ଆଶଙ୍କା

ସୂଚନା ମୁତବାକ ଏହି ଆକ୍ରମଣ ପଛରେ ଜୈଶ ଆତଙ୍କବାଦୀଙ୍କ ହାତ ରହିଥିବା କୁହାଯାଉଛି।  ମାତ୍ର ଏ ପର୍ୟ୍ୟନ୍ତ ଏହାର ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଏହି ଆକ୍ରମଣରେ ଜାମ୍ମୁରେ ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟାଙ୍କ ହାତ ଥିବା ମଧ୍ୟ ଖବର ଆସୁଛି।

ଉଲ୍ଲେଖଯୋଗ୍ୟ ସୁଞ୍ଜବାନ ଆର୍ମି କ୍ୟାମ୍ପରେ ଶନିବାର ଭୋର ସକାଳେ ଆତଙ୍କବାଦୀ ଗ୍ରେନେଡ ଫିଙ୍ଗି ଏବଂ ପ୍ରବଳ ଗୁଳି ମାଡ କରି ପରିସର ଭିତରକୁ ପଶି ଆସିଛନ୍ତି।   ମାତ୍ର ଏହା ପୂର୍ବରୁ ଗୁଇନ୍ଦା ବିଭାଗ ପକ୍ଷରୁ ଆତଙ୍କୀ ଆକ୍ରମଣ ନେଇ ମଧ୍ୟ ସୂଚନା ଦିଆଯାଇଥିଲା। ଏହାର ମଧ୍ୟ ଇନପୁଟ ମିଳିଥିଲା ଯେ  ଆତଙ୍କବାଦୀ ସଂଗଠନ  ଜୈଶ ଏ ମୋହମ୍ମଦର ଆତଙ୍କୀ ସଂସଦ ଆକ୍ରମଣର ଦୋଷୀ ଅଫଜଲ ଗୁରୁର ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଅବସରରେ ଆକ୍ରମଣ କରିବାର ଯୋଜନା କରୁଛନ୍ତି।

ରାଜ୍ୟପାଳଙ୍କ ଦ୍ୱାରା “ଆଶ୍ରାନ୍ତ ନିର୍ଝର” ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ଫେବୃୟାରୀ ୦୮ (ଖବର ଓଡ଼ିଶା):  ଆଜି ଭୁବନେଶ୍ୱର ଇଡକୋଲ୍ ଅଡ଼ିଟୋରିୟମରେ ଶ୍ରୀମତୀ ସୁଭଦ୍ରା ଦେବୀଙ୍କ ଲିଖିତ ଦ୍ୱି ଭାସୀ କବିତା ସଂକଳନ ପୁସ୍ତକ “ଆଶ୍ରାନ୍ତ ନିର୍ଝର” ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରେ ସୁଭଦ୍ରା ଫାଉଣ୍ଡେସନ ତରଫରୁ ୨୨ଟି ସିଲେଇ ମେସିନ ରାଜ୍ୟର ପ୍ରଥମ ମହିଳା ନାଗରିକ ଶ୍ରୀମତୀ ଇଂକଙ୍ଗଳେମେଳା ଜମୀରଙ୍କ ଦ୍ୱାରା ଆବଂଟନ କରାଯାଇଥିଲା। ବିଶିଷ୍ଟ ଲେଖକ ଓ ସମାଜ ସେବୀ ଡ଼ ଶ୍ରୀକାନ୍ତ ମିଶ୍ରଙ୍କ ପୌରହିତ୍ୟରେ ସଭାକାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହି ସଭାରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ୟ୍ୟ ବିଶିଷ୍ଟ କବି ରାଜେନ୍ଦ୍ର ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପ୍ରାକ୍ତନ ସଚିବ ଅଶ୍ୱିନୀ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମୁୁଁଁ ଆଦିବାସୀ, କଣ ମୋର ଦୋଷ
ସରିଯାଇଛି ଆଦିବାସୀ ମେଳା । ରାଜଧାନୀର ରାତିରେ ବି ଦିନଦିପହର ଭଳିଆ ଆଲୁଅ, ଆଦିବାସୀ ମେଳାର ସେ ମଂଚ ଭାରି ଭଲଲାଗୁଥିଲା । ଆଉ ଆଜି ମୁଁ ପହଚଚିଂ ଯାଇଛି ମୋର ସେଇ ପାହାଡ ତଳ ବଣ ଜଙ୍ଗଲ ଘେରା ଗାଁ । ଯେଉଁଠିକି ଯିବାକୁ ହେଲେ ମୋତେ ବସରୁ ଓହ୍ଲେଇ ଚାଲି ଚାଲି ୧୧ କିମି ବାଟ ଯିବାକୁ ପଡେ । ଏବେତ ବର୍ଷା ନାହିଁ ରାସ୍ତା ଶୁଖିଲା ଅଛି । ନହେଲେ ଆହୁରି ହଇରାଣ ହବାକୁ ପଡିଥାନ୍ତା । ରାଜଧାନୀରେ କି ସଫା ଚିକଣ ରାସ୍ତା । ବସିକି ସେଠି ଭାତ ଖାଇଦେଲାଭଳି ସଫା । ଆଉ ଆମ ଗାଁ ରେ ପିଚୁ କି କଂକ୍ରିଟ କଥା ଛାଡ, ସବୁଦିନିଆ ମାଟି ରାସ୍ତାଟିଏ ବି ନାହିଁ ।

ଆଦିବାସୀ ମେଳାରେ ଆମ ହାତ ତିଆରି ଘରକୁ ଦେଖି କିଛି ବାବୁମାନେ କହୁଥିଲେ କୁଆଡେ ଏ ଘରେ ରହିଲେ ଖରାଦିନେ ଗରମ ହବନି । ଶୁଣିକି ଭାରି ହସ ଲାଗିଥିଲା ଆଉ ସେତିକି ଲଜ୍ୟା ଆଉ ସେତିକି ଦୁଖ ବି  । ଭାବୁଥିଲି ଯାଇକି ପଚାରିଥାନ୍ତି ଯଦି ଏ ଘରେ ରହିଲେ ଖରାଦିନେ ଗରମ ହବନି ତାହେଲେ ରାଜଧାନୀରେ ଏଡେ ଏଡେ କୋଠା କାହିଁକି କରିଛ, ଆମ ଭଳିଆ ଝୁମ୍ପୁଡି ଘର କରିଦଉନ । ତମ ଭଳିଆ ରାଜଧାନୀର ସଉଖିନିଆ ଲୋକ କଣ ଜାଣିବ ଏ ଝୁମ୍ପୁଡି ଘରେ ଶୀର ଦିନେ କେମିତି ଲାଗେ ?

ରାଜଧାନୀରେ ଭଳିକି ଭଳି ଦାମୀ ପୋଷାକରେ ବାବୁ ବାବୁୟାଣିଙ୍କ ଭିଡ । ସାଙ୍ଗରେ ଥିବା ଝିଅ ପୁଅଙ୍କ ପୋଷାକ ଦେଖିଲେ ସତରେ ମୋ ସାନ ଝିଅ କଥା ଭାରି ମନେ ପଡୁଥିଲା । ନୂଆ ସାର୍ଟ ଖଣ୍ଡେ ପିନ୍ଧିବା ପାଇଁ ବର୍ଷେ ହେଲାଣି ଅପେକ୍ଷା କରିଛି । ରାଜଧାନୀର ତୋଫା ଆଲୁଅ ଦେଖି ଭାବୁଥିଲି ଆମ ଗାଁ ରେ ସେମିତି ଆଲୁଅ ନଥାନ୍ତା । ସେମିତି ଆଲୁଅ ନହେଉ ପଛେ ରାତିରେ ଘରେ ଖଣ୍ଡେ ବଲବଟିଏ ବି ଜଳନ୍ତାକି । ରାତିରେ କି ଅସୁବିଧା ଆମେ ଭୋଗୁଛୁ ସେ କଥା ଆପଣଙ୍କ ଭଳି ରାଜଧାନୀରେ ରହୁ ଥିବା ଲୋକମାନେ ଜାଣି ପାରିବେନି । ରାଜଧାନିରେ ତ ଆମକୁ ସରକାର ରଖିଥିଲେ ଛାତଘରେ । ସତରେ ଛାତଘରେ ଶୋଇବାର ଅନୁଭବ ଥିଲା ମୋ ପାଇଁ ପ୍ରଥମ । ଭାରି ନିରାପଦ ଲାଗୁଥିଲା । ଇଛାହେଉଥିଲା ଆମର ସେମିତି ଘର ଖଣ୍ଡେ ନଥାନ୍ତା । ଖରା ବର୍ଷା ଯାହା ହେଲେବି ଆମର ଚିନ୍ତା ନଥାନ୍ତା ।

ସାନ ଭାଇଟା ଦାଦନ ଯାଇଛି ଯେ ୭ ମାସ ହେଲାଣି କିଛି ଖୋଜ ଖବର ନାହିଁ । ତା କଥା ମୋ ମା କେତେ ଥର ପଚାରିଲାଣି । ମୁଁ ଜାଣିପାରୁନି ସେ କୋଉଠି ଅଛି । ରାଜଧାନୀରେ ଯାହାକୁ ଦେଖିଲି ତା ହାତରେ ଖଣ୍ଡେ ମୋବାଇଲ । ଦିଲ୍ଲି ବମ୍ବେ ଯୁଆଡେ ଚାହଁ କଥା ହେଇପାରୁଛନ୍ତି । ମନହେଉଥିଲା ମୋ ପାଖରେ ଖଣ୍ଡେ ମୋବାଇଲ ନଥାନ୍ତା । ସାନ ଭାଇଟା ସହ ପଦେ କଥା ହେଇପାରନ୍ତି ।

ରାଜଧାନୀରେ ମୁଁ ଯେଉଁଠି ରହୁଥିଲି ସେ ଘର ଭିତରେ ପାଣି ପାଇପ ଥିଲା । ଆମ ଗାଁ ରେ ସିନା ପିଇବା ପାଣି ଆଣିବାକୁ ୩ କିମି ଦୂର ଝରଣାକୁ ଯିବାକୁ ପଡେ ହେଲେ ସେଠି କଳ ମୋଡି ଦେଲେ ପାଣି ବାହାରେ । ମୁଁ ପିଇବି ବୋଲି ବାହାରେ ଲାଗିଥିବା ଟ୍ୟାପରୁ ପାଣି ଆଣି ପିଇଲାବେଳେ ମୋତେ ସେଠି ଥିବା ଜଗୁଆଳି କହିଲା, “ଏ ପାଣି କଣ ପିଉଛ, ଭିତରେ ମେସିନରୁ ପାଣି ପିଅ, ସେ ପାଣି ପୁରା ଭଲ ପାଣି” । ପିଇବା ପାଣି ପାଇଁ ମେସିନବି ଥାଏ ସେଦିନ ମୁଁ ପ୍ରଥମ ଥର ଜାଣିଲି । ଏଠି ଗାଧୋଇବା ପାଣି ଅଲଗା, ପିଇବା ପାଣି ବି ଅଲଗା । ମୋର ମନେପଡିଗଲା ମୋ ଗାଁ କଥା । ଯେଉଁଠି ଖରା ଦିନେ ପାଣି ପାଇଁ ଯିବାକୁ ପଡେ ଦୂର ଝରଣା ଆଡେ । ମୋ ଝିଅ ତା ମା ସାଙ୍ଗେ ଯାଏ ସାହାଯ୍ୟ କରିବାକୁ ହେଲେ ଆସିଲା ବେଳେ ଟାଣ ଖରା ଆଉ ଲମ୍ବା ରାସ୍ତାରେ ରେ ଶୁଖି କଳା କାଠ ପଡିଯାଇଥାଏ ।

ଆଉ ରାଜଧାନୀରେ ମୁଁ ଯେଉଁଠି ରହୁଥିଲି ସେଠି ଗାଧୁଆ ଘର ଆଉ ଝାଡା ଯିବା ପାଇଁ ବି ଘର ଥିଲା । ମୋ ପାଇଁ ଏ ପୁରା ଆଶ୍ଚର୍ଯ୍ୟ ଥିଲା । ଆମ ଭଳି ଜଙ୍ଗଲକୁ କେହି ସେଠି ଝାଡା ଯାଉନଥିଲେ କି ଗାଧୋଇବା ପାଇଁ ଖୋଲ ଆଡେ ଯାଉନଥିଲ । ଗାଧୁଆଘରଟା ଭାରି ବାସନା ବି ହଉଥିଲା ।

ମୁଁ ସେଠି ସବୁଦିନେ ସକାଳେ ଦେଖେ ଇସ୍କୁଲ ବସ ରେ ସବୁ ପିଲା ଇସ୍କୁଲ ଯାଆନ୍ତି । ହେଲେ ଆମ ଗାଁରେ ତ ଇସ୍କୁଲ ନାହିଁ  । ପାଖ ଗାଁ ଇସ୍କୁଲ ରେ ଯେଉଁଠି ମୋ ଝିଅ ପଢୁଛି ସେଠୁ ମାଷ୍ଟ୍ରେ ଇସ୍କୁଲ ଛାଡିକି ୨ମାସ ହେଲା ଗଲେଣିଯେ ଆଉ ଆସିନାହାନ୍ତି । ମୋ ଝିଅ ଖାଲି ଯାଉଛି ଖାଲି ଭାତ ଡାଲମା ଖାଇକି ଆଉଛି । ପାଠ ପଢା ଆଉ ହଉନି ।

ଆପଣ ଭାବୁଥିବେ ଆମେ ଏତେ ଅସୁବିଧାରେ ବଚୁଂଛୁ ବୋଧେ ଆମେ ମାନେ ବୋଧେ ବହୁତ କମ ସଂଖ୍ୟାରେ ଅଛୁ । ସେଥିପାଇଁ ସରକାର ଆମ କଥା ଶୁଣୁନାହାନ୍ତି । ନା ବାବୁ, ଆମେ ହେଉଛୁ ରାଜ୍ୟର ଜନସଂଖ୍ୟାର ୨୨ପ୍ରତିଶତ । ରାଜ୍ୟରେ ପ୍ରତି ୧୦୦ ଜଣରେ ଆମ ଜାତି ଭାଇ ହେଉଛନ୍ତି ୨୨ ଜଣ । ୫ ଜଣରେ ୧ ଜଣ ।

ତାହେଲେ ଆପଣ ଭାବୁଥିବେ ବୋଧେ ଆମ କଥା ସରକାରଙ୍କ ପାଖେ କହିବାକୁ କିଛି ସୁବିଧା ନାହିଁ । ତା ବି ସତ ନୁହେଁ । ବିଧାନସଭାରେ ପରା ଆମ ପାଇଁ ୩୩ଟି ଆସନ ସଂରକ୍ଷିତ । ତଥାପି ଆମେ ପଛରେ । ଯାହାକୁ ବି ଆମେ ଭୋଟ ଦେଲୁ ସିଏ ଆମକୁ ଠକିଲା । ସିଏ ବାହାର ଲୋକ ନୁହନ୍ତି ଆମ ଜାତିର ଲୋକ । ଜିତିଲା ପାରେ ଗାଡି କିଣିଲେ , ଘର କିଣିଲେ ହେଲେ ଆମେ ସେଇ ବଣ ଜଙ୍ଗଲର କୁଡିଆ ଘରେ ରହିଗଲୁ ।

ଆପଣ ପୁଣି କହିବେ ତୁମେ ଆସିକି ରାଜଧାନୀରେ ବିକ୍ଷୋଭ କଲନାହିଁ କାହିଁକି ? ଏଠି ମୁଖ୍ୟମନ୍ତ୍ରୀ ରହନ୍ତି । ଆସିଛୁ ବାବୁ ହେଲେ ଆସିକି ଆମର କିଛି ଲାଭ ମିଳେନି । କିନ୍ତୁ ପରେ ଶୁଣୁ ଆମକୁ ଆଣିଥିବା ଲୋକଟାକୁ ପାର୍ଟି ଟିକଟ ମିଳିଛି । ଆଉ ସେ ବି ଜିତେ । ଜିତିଲା ପରେ ଆମକୁ ଚିହ୍ନି ପାରେନି । ଆମେ କଣ କରିବୁ ଆପଣ କୁହନ୍ତୁ ?

ଆମେ ବିଦ୍ରୋହ କରୁନୁ କାହିଁକି ବୋଲି ଆପଣ ଏବେ କହିବେ । ତା ବି ଆମେ କରିଛୁ । କିଛିଦିନ ପାଇଁ ବିଦ୍ରୋହର ନିଆଁ ଆମ ମନରେ ଢେର ଜଳିଥିଲା । ଆମ ମନରେ ସେ ନିଆଁ ଜଳେଇଥିଲେ ନକ୍ସଲ ମାନେ । ହେଲେ ସେମାନେ ସବୁଠୁ ଅଧିକ ଧୋକା ଦେଲେ । ଆମଠୁ ଖାଇଲେ, ଆମଠୁ ନେଲେ ଶେଷରେ ଆମକୁ ମାଇଲେ । ଶେଷରେ ନା ଆମେ ସରକାର ହୋଇପାରିଲୁ ନା ନକ୍ସଲ ମାନଙ୍କର । ନକ୍ସଲ ମାନେ ଆମକୁ ଏମିତି ପରିସ୍ଥିତିରେ ପକେଇ ଦେଲେଯେ,  ଆମେ ଯଦି ନକ୍ସଲ ଦୌରାତ୍ମରୁ ବଂଚିବା ପାଇଁ ପୋଲିସ ପାଖକୁ ଯିବୁ ତାହେଲେ ନକ୍ସଲ ଆମ ଗଳା କାଟିବେ ଆଉ ଯଦି ନକ୍ସଲଙ୍କ ସହ ରହିବୁ ତାହଲେ ପୋଲିସ ଗୁଳି ମାରିବ । ଆମେ କଣ କରିବୁ ଆପଣ କୁହନ୍ତୁ । ଆପଣ ତ ଶିକ୍ଷିତ ଲୋକ ।

ଆମେ ଚାହୁଁନୁ ଆମର ବଡ କୋଠା ହେଉ, କି ଆମ ପିଲା ବସରେ ବସି ଇଂରାଜି ଇସ୍କୁଲରେ ପାଠ ପଢନ୍ତୁ । ଆମ ପାଇଁ ରାଜଧାନୀ ଭଳି ଚିକିମିକି ଆଲୁଅବି ଦରକାର ନାହିଁ, କି ଉଚା କୋଠାବାଲା ଡାକ୍ତରଖାନା ବି ଦରକାର ନାହିଁ । ଆମକୁ ଦରକାର ଖାଲି ବଖରାଏ ହେଉ ପଛେ ଛାତଘରଟିଏ । ଗାଁ ମୁଣ୍ଡରେ ଛୋଟିଏ ଇସ୍କୁଲଟିଏ ଯେଉଁଠି ମାଷ୍ଟ୍ର ଥିବେ ଆମ ଛୁଆକୁ ପଢେଇବା ପାଇଁ । ଆମକୁ ଦରକାର ନଳକୁଅଟିଏ ଆମ ସାହି ଭିତରେ ଯାହା ଖରାଦିନ ଦୁଖକୁ ଆମର ଦୁର କରିଦିଅନ୍ତା । ବେଶି ମାଗୁନୁ ଆମେ । ଆମେ ଯାହା ମାଗୁଛୁ ତାହାତ ସରକାର ଯାହା ରାଜଧାନୀ ବାସୀଙ୍କୁ ଦେଇଛନ୍ତି ତାର କାଂଚି କାଣିଚାଏ । ଆମେ ମାଟିର ମଣିଷ । ମାଟିରେ ବଂଚୁ । ମାଟିକୁ ଭଲ ପାଉ । ଏଇ ମାଟିରୁ ଆମେ ବଚଂ ଯିବୁ । ଆମକୁ ସେ ରାଜଧାନୀର କଂକ୍ରିଟ ଜଙ୍ଗଲର ଲୋଭ ନାହିଁ ।