Khabar Odisha

ମେଲବର୍ଣ୍ଣ ଦିନିକିଆ: ଟସ ଜିଣି ଭାରତର ବୋଲିଂ ନିଷ୍ପତ୍ତି
ମେଲବର୍ଣ୍ଣ, ଜାନୁଆରୀ ୧୮ (ଖବର ଓଡ଼ିଶା): ଅଷ୍ଟ୍ରେଲିଆ ବିରୋଧରେ ଅନ୍ତିମ ଦିନିକିଆରେ ଟସ ଜିଣି ଟିମ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ କଙ୍ଗାରୁ ଦଳ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୩ ମ୍ୟାଚ ଦିନିକିଆ ଶୃଙ୍ଖଳାର ୩ୟ ତଥା ଶେଷ ମୁକାବିଲାରେ ବ୍ୟାଟିଂ କରିବ । ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ ଜିଣି କଙ୍ଗାରୁ ଦଳକୁ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଛନ୍ତି । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଆଜି ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟରେ ଟସ ପଡ଼ି ପାରି ନଥିଲା । ବର୍ଷା ଛାଡ଼ିବା ପରେ ଟସ ପଡ଼ିଛି ।

ଚଳିତ ଦିନିକିଆ ଶୃଙ୍ଖଳାରେ ଭାରତ ଦୃଢ଼ ମନୋବଳ ନେଇ ଖେଳୁଛି । ସିଡନୀ ଦିନିକିଆରେ ଧୀମା ବ୍ୟାଟିଂ ଯୋଗୁଁ ଭାରତ ମ୍ୟାଚରେ ପରାଜିତ ହୋଇଥିବା ବେଳେ ଆଡିଲେଡରେ ବିରାଟ ବାହିନୀ ମ୍ୟାଚ ଜିତିଛି । ବର୍ତ୍ତମାନ ଶୃଙ୍ଖଳା ୧-୧ରେ ଥିବା ବେଳେ ଆଜିର ବିଜେତା ହିଁ ଶୃଙ୍ଖଳାର ହକଦାର କିଏ ହେବ ମ୍ୟାଚ ପରେ ତାହା ଜଣାପଡ଼ିବ । ଆଡିଲେଡ ଦିନିକିଆରେ ବିରାଟ କୋହଲି ଶତକ ହାସଲ କରିଥିଲେ । ସେହିଭଳି ଓପନର ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ମହେନ୍ଦ୍ର ସିଂହ ଶେଷ ଓଭରର ପ୍ରଥମ ବଲକୁ ଛକା ମାରି ଭାରତୀୟ ପ୍ରଶଂସକଙ୍କ ମନରେ ଉତ୍ସାହ ଆଣିଥିଲେ । ପରବର୍ତ୍ତୀ ବଲରେ ୧ ରନ କରି ଭାରତକୁ ୬ ୱିକେଟରେ ବିଜୟ ଦେଇଥିଲେ ।

ଅଷ୍ଟ୍ରେଲିଆ: ଆଲେକ୍ସ କେରୀ (ୱିକେଟକିପର), ଆରୋନ ଫିଂଚ (ଅଧିନାୟକ), ଉସମାନ ଖାୱାଜା, ଶନ ମାର୍ସ, ପେଟର ହେଣ୍ଡସକମ, ମାକର୍ସ ଷ୍ଟୋନିସ, ଗ୍ଲେନ ମେକ୍ସୱେଲ, ଜୟ ରିଚାର୍ଡସନ, ବିଲ୍ଲୀ ଷ୍ଟେନଲେକ, ଆଦାମ ଜାମ୍ପା ଓ ପେଟର ସିଡଲେ

ଭାରତ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), କେଦାର ଯାଧବ, ଦିନେଶ କାର୍ତ୍ତିକ, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନୀ (ୱିକେଟକିପର), ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ

ରିିଲାୟନ୍ସ ରଚିଲା ଇତିହାସ, ୩ୟ ତ୍ରୟମାସରେ ରୋଜଗାର କଲା ଏତିକି କୋଟି ଟଙ୍କା
ନୂଆଦିଲ୍ଲୀ, ଜାନୁଆରୀ ୧୮ (ଖବର ଓଡ଼ିଶା): ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ପରିଚାଳିତ ରିଲାୟନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ ତିନି ମାସରେ ରେକର୍ଡ ବ୍ୟବସାୟ କରିଛି । କୌଣସି ବି ଏକ ତ୍ରୟମାସରେ ୧୦,୦୦୦ କୋଟି ଟଙ୍କା ଲାଭ କରିବାରେ ଘରୋଇ କମ୍ପାନୀ ମଧ୍ୟରେ ରିଲାୟନ୍ସ ହେଉଛି ପ୍ରଥମ କମ୍ପାନୀ । କମ୍ପାନୀ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୟମାସକି ରିପୋର୍ଟରେ କହିଛି, ୧୦,୨୫୧ କୋଟି ଟଙ୍କା ଶୁଦ୍ଧ ଲାଭ କରିଛି । କମ୍ପାନୀ ଦ୍ୱାରା ଜାରି ହୋଇଥିବା ବୟାନ ଅନୁସାରେ ପେଟ୍ରୋରସାୟନ, ଡିଲର ଏବଂ ଟେଲିକମ ବ୍ୟବସାୟରେ ଅଦ୍ଭୁତ ସଫଳତା ଯୋଗୁଁ ଅତୀତର କ୍ଷତିକୁ ପୂରଣ କରିପାରିଛି ।

ପେଟ୍ରୋଲିୟ ଠାରୁ ଦୂରସଂଚାର ସହିତ ଅନେକ ବ୍ୟବସାୟ କରୁଥିବା ରିଲାୟନ୍ସ କମ୍ପାନୀ ଏକୀକୃତ ଶୁଦ୍ଧ ଲାଭ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସିକ ରିପୋର୍ଟରେ ୮.୮ ପ୍ରତିଶତ ବଢ଼ି ୧୦,୨୫୧ କୋଟି ଟଙ୍କା ପହଂଚିଛି । ଗତ ଆର୍ଥିକ ବର୍ଷର ତ୍ରୟମାସିକରେ କମ୍ପାନୀ ୯,୪୨୦ କୋଟି ଲାଭ କରିଥିଲା ।

ଘରୋଇ କ୍ଷେତ୍ର ପାଇଁ ଏହା ହେଉଛି ୩ୟ ତ୍ରୟମାସିକରେ ବଡ଼ ଲାଭ । ଏହା ପୂର୍ବରୁ ସରକାରୀ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ କୌଣସି ୩ ମାସ ମଧ୍ୟରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ଲାଭ କରିଥିଲା । ଆଇଓସି ଆର୍ଥିକ ବର୍ଷ ୨୦୧୨-୧୩ର ଜାନୁଆରୀ-ମାର୍ଚ୍ଚ ତ୍ରୟ ମାସିକରେ ଏହି ଲାଭ କରିଥିଲା ।

କୁମ୍ଭମେଳାରେ ଭାଇଚାରା: ହିନ୍ଦୁ ଆଖଡ଼ାରେ ଆଲୋକର ବ୍ୟବସ୍ଥା କଲେ ମୁସଲିମ ବ୍ୟକ୍ତି
ପ୍ରୟାଗରାଜ, ଜାନୁଆରୀ ୧୮ (ଖବର ଓଡ଼ିଶା): ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଜାରି ଥିବା କୁମ୍ଭମେଳାରେ ପୁଣି ଏକ ଭାଇଚାରା ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ବିଶ୍ୱର ସର୍ବବୃହତ୍ତ ଆଧ୍ୟାତ୍ମିକ ମେଳାରେ ହିନ୍ଦୁ ଆଖଡ଼ାରେ ଜଣେ ମୁସଲିମ ବ୍ୟକ୍ତି ଆଲୋକର ବ୍ୟବସ୍ଥା କରୁଛନ୍ତି । ଏହା ଥରେ କି ଦୁଇଥର ନୁହେଁ ସଂପୃକ୍ତ ବ୍ୟକ୍ତି ତିନି ଦଶନ୍ଧି ଧରି ହିନ୍ଦୁ ଆଖଡ଼ାରେ ଇଲେକ୍ଟ୍ରି ଯୋଗାଉଛନ୍ତି ।

ନିଜ ଘର ଠାରୁ ଦୀର୍ଘ ୮୦୦ କିଲୋମିଟରୁ ଆସିଛନ୍ତି ମହମ୍ମଦ ମେହମୁଦ । ସେ ଜୁନା ଆଖଡ଼ାରେ ସାଧୁସନ୍ଥଙ୍କ ପାଇଁ ଆଲୋକର ବ୍ୟବସ୍ଥା କରୁଛନ୍ତି । ଖୁସିରେ ମହମ୍ମଦ କହିଛନ୍ତି, ଯେକୌଣସି ଆଖଡାକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ମୁଁ ପ୍ରସ୍ତୁତ । କୌଣସି ସାଧୁଙ୍କ ମନରେ କଷ୍ଟ ନ ଦେବା ମୋର ଲକ୍ଷ୍ୟ । ଜରୁରୀକାଳୀନ ପରିସ୍ଥିତିରେ ମୁଁ ସେବା ଯୋଗାଇବାକୁ ପ୍ରସ୍ତୁତ । ସାଧୁମାନେ ଏହି ବ୍ୟକ୍ତିଙ୍କୁ ଖୁସିରେ ମୁଲ୍ଲା ଜୀ ଡାକୁଛନ୍ତି ।

ସୂଚନାଯୋଗ୍ୟ ଦୀର୍ଘ ୨ ମାସ ଧରି ଚାଲିବାକୁ ଥିବା ଏହି ମେଳାରେ ପାଖାପାଖି ୧୨ କୋଟି ଶ୍ରଦ୍ଧାଳୁଙ୍କ ସମାବେଶ ହେବ। ଉତ୍ତର ପ୍ରଦେଶ ସରକାର ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଆଗାମୀ ମାର୍ଚ୍ଚ ୦୪ ଯାଏଁ ଚାଲିବାକୁ ଥିବା ଏହି ମେଳାର ବିଭିନ୍ନ ସମୟରେ ଶ୍ରଦ୍ଧାଳୁମାନେ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବେ। କୁମ୍ଭମେଳାରେ ଲକ୍ଷାଧିକ ନାଗା ସାଧୁ ଏକତ୍ର ହେବେ। ଜାନୁଆରୀ ୧୫ରେ ଶାହୀ ସ୍ନା ବୁଡ଼ ଆରମ୍ଭ ହୋଇଯାଇଥିବା ବେଳେ ଦ୍ୱିତୀୟ ଶାହୀ ସ୍ନାନ ଫେବୃୟାରୀ ୪ ଓ ତୃତୀୟ ଶାହୀ ସ୍ନାନ ଫେବୃୟାରୀ ୧୦ରେ ଆୟୋଜନ ହେବ ।

କୁମ୍ଭସ୍ଥଳରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରି ଦିଆଯାଇଛି। ପ୍ରୟାଗରାଜ ଠାରେ ପ୍ରତି ୬ ବର୍ଷରେ କୁମ୍ଭମେଳା ଓ ପ୍ରତି ୧୨ ବର୍ଷରେ ମହାକୁମ୍ଭମେଳା ଆୟୋଜନ ହୋଇଥାଏ। ଚଳିତ ବର୍ଷ  ଉତ୍ତରପ୍ରଦଶେ ସରକାର ଅର୍ଦ୍ଧକୁମ୍ଭ ମେଳାକୁ ‘କୁମ୍ଭ’ ଓ କୁମ୍ଭକୁ ‘ମହାକୁମ୍ଭ’ ବୋଲି ଘୋଷଣା କରିଛନ୍ତି। ହିନ୍ଦୁ ଜ୍ୟେର୍ତିବିଦଙ୍କ ଦ୍ୱାରା ପ୍ରକୃତ କୁମ୍ଭମେଳା ନିର୍ଦ୍ଧାରଣ ହୋଇଥାଏ।

ପ୍ରଧାନମନ୍ତ୍ରୀ ପଦ: ମୋଦୀଙ୍କ ପରେ ମାୟାବତୀ ଲୋକପ୍ରିୟ ନେତ୍ରୀ, ରାହୁଲ ଗାନ୍ଧୀ ପଛରେ
ନୂଆଦିଲ୍ଲୀ, ଜାନୁଆରୀ ୧୮ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଉପଯୁକ୍ତ ପ୍ରାର୍ଥୀ ବୋଲି ଜାତିୟ ଗଣମାଧ୍ୟମ ଦ୍ୱାରା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଆଗାମୀ ମେ’ ମାସରେ ହେଉଥିବା ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର ପୁଣି ଥରେ କ୍ଷମତାକୁ ଆସିବ ବୋଲି ଅଧିକାଂଶ ଅନୁମାନ କରାଯାଉଛି । କାରଣ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦେଶର ଚାରିଆଡେ ରହୁଛି । ବିଦେଶରେ ମଧ୍ୟ ମୋଦୀଙ୍କୁ ପ୍ରଶଂସା କରାଯାଉଛି ।

ପ୍ରଧାନମନ୍ତ୍ରୀ ପଦ ପାଇଁ ମାୟାବତୀଙ୍କ ଦମ ମଧ୍ୟ କମ ନୁହେଁ । କାରଣ ବର୍ତ୍ତମାନ ରାଜନୈତିକ ପରିଦୃଶ୍ୟ ଅନୁସାରେ ମୋଦୀଙ୍କ ପରେ ମାୟବତୀ ହେଉଛନ୍ତି ଦ୍ୱିତୀୟ ଲୋକପ୍ରିୟ ନେତ୍ରୀ । ମାୟାବତୀଙ୍କ ଲୋକପ୍ରିୟତା ଏମିତ ବଢ଼ି ଯାଇଛି ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବହୁ ପଛରେ ପଡ଼ିଯାଇଛି । ଦେଶର ଅଧିକାଂଶ ସାଂସଦ ଥିବାର ରାଜ୍ୟ ଉତ୍ତର ପ୍ରଦେଶରେ ମାୟାବତୀ ନିଜର ବହୁଜନ ସମାଜ ପାର୍ଟି ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିଛନ୍ତି ।

ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି ଏବଂ ସମାଜବାଦୀ ମେଣ୍ଟ କରିବା ପରେ କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିବ ବୋଲି ସମର୍ଥକମାନେ ପୂର୍ବାନୁମାନ କରୁଛନ୍ତି । ବିଏସପି-ସମାଜବାଦୀଙ୍କ ଅନୁମାନ ଯେ, ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୧୦୦ ଆସନ ମିଳିବା କଷ୍ଟକର ହୋଇ ପଡ଼ିବ । କାରଣ ଅଧିକାଂଶ ଅଂଚଳରେ କଂଗ୍ରେସ ତୁଳନାରେ ଭାରତୀୟ ଜନତା ପାର୍ଟିର ଦମ ରହିଛି ।

ଆଗାମୀ ଲୋକସଭା ନିର୍ବାଚନରେ ମାୟାବତୀ-ଅଖିଳେଶଙ୍କ ଦ୍ୱାର ଗଠିତ ମେଣ୍ଟ ୬୦ ଆସନରେ ଜିତିବା ଆଶା ରଖୁଛି । ବର୍ଷ ୨୦୧୪ ସାଧାରଣ ନିର୍ବାଚନରେ ୮୦ରୁ ୪୧ ଆସନରେ ଏନଡିଏ ତୁଲନାରେ ଅଧିକ ଭୋଟ ମିଳିଥିଲା । ସେହିପରି ୨୦୧୭ ବିଧାନସଭା ନିର୍ବାଚନରେ ୫୭ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଏସପି ଏବଂ ସମାଜବାଦୀ ପାର୍ଟିକୁ ଭଲ ଭୋଟ ମିଳିଥିଲା ।

ଲୋକସଭା ନିର୍ବାଚନ ପରେ ମଧ୍ୟପ୍ରଦେଶରେ ଚାଲିଯିବ କମଲନାଥଙ୍କ ସରକାର: ବିଜେପି ନେତା
ଭୋପାଳ, ଜାନୁଆରୀ ୧୮ (ଖବର ଓଡ଼ିଶା): ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କ ବିରୋଧରେ ପ୍ରଥମ ଦିନରୁ ଟାର୍ଗେଟ କରିଥିବା ଭାରତୀୟ ଜନତା ପାର୍ଟିର ନେତା ଏକ ବୟାନ ଦେଇଛନ୍ତି। ବିଜେପି ନିଜର ଲୋକସଂପର୍କ ବଢ଼ାଇଛି। ଲୋକସଭା ନିର୍ବାଚନରେ ବିପୁଳ ସଫଳତା ହାସଲ କରି ମଧ୍ୟପ୍ରଦେଶରେ ପୁଣି ଥରେ ଲୋକପ୍ରିୟ ରାଜନୈତିକ ପାର୍ଟି ଭାବରେ ଉଭା ହେବାକୁ ଉଦ୍ୟମ କରୁଛି। ବିଧାନସଭାରେ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, କେନ୍ଦ୍ରରେ ମୋଦୀ ସରକାର ଫେରିବା ଏବଂ ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନରେ ଅଧିକ ଆସନରେ ବିଜୟ ହେବା ସହିତ କମଲନାଥ ସରକାର ଚାଲିଯିବ।

ବିରୋଧୀ ଦଳ ନେତା ଭାର୍ଗବ କହିଛନ୍ତି, କଂଗ୍ରେସ ସରକାର ଅଧିକ ଦିନ ତିଷ୍ଠି ପାରିବ ନାହିଁ। କଂଗ୍ରେସ ସରକାର ଖୁବ ଶୀଘ୍ର କ୍ଷମତା ହରାଇବ। ବିରୋଧୀ ଦଳ  ନେତା ଭାବରେ ଚୟନ ହେବା ପରେ ପ୍ରଥମ ଥର ନିଜର ଗୃହ ଜିଲ୍ଲା ସାଗର ପହଂଚିବା ପରେ ଭାର୍ଗବଙ୍କୁ ଦଳୀୟ କର୍ମୀଙ୍କ ଦ୍ୱାରା ବିପୁଳ ସ୍ୱାଗତ କରାଯାଇଛି। ବିଜେପି ବହୁମତ ମିଳି ନଥିବାରୁ ଦୁଃଖର ସହିତ ଭାର୍ଗବ କହିଛନ୍ତି, ରାଜ୍ୟରେ ଅଳ୍ପମତ ସରକାର ଚାଲିଛି। ଏହା ଏକ ଦୁର୍ବଳ ସରକାର ଭଳି ପରିଚାଳିତ ହେଉଛି। ଏହି ସରକାରରେ ହୃଦୟ ଜଣଙ୍କ ଏବଂ ଫୁସ୍‌ଫୁସ୍‌ ଆଉ ଜଣଙ୍କର ରହିଛି। ଏଭଳି ସରକାର ବେଶୀ ଦିନ ଚାଲିପାରିବ ନାହିଁ ବୋଲି ଭାର୍ଗବ ଦଳୀୟ କର୍ମୀଙ୍କୁ ସମ୍ବୋଧନରେ କହିଛନ୍ତି।

ଦେଶର ୪୦ ହଜାର କଲେଜରେ ଏହି ଶିକ୍ଷା ବର୍ଷରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା: ମୋଦୀ
ଗାନ୍ଧୀନଗର, ଜାନୁଆରୀ ୧୮ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି, ସାଧାରଣ ବର୍ଗର ଗରିବ ପିଲାମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ସାମ୍ବିଧାନିକ ସଂଶୋଧନ କରିବା କେନ୍ଦ୍ର ସରକାରଙ୍କ ରାଜନୈତିକ ଆଗ୍ରହ ଯୋଗୁଁ ସମ୍ଭବ ହୋଇଛି। ନୂତନ ସଂରକ୍ଷଣ ବ୍ୟବସ୍ଥା ଏହି ଶିକ୍ଷାବର୍ଷ ଠାରୁ ଲାଗୁ କରାଯିବ। ଦେଢ଼ ହଜାର ବେଡ ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆୟୁବିଜ୍ଞାନ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନର ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଲୋକଙ୍କୁ ଏହି ସୂଚନା ଦେଇଛନ୍ତି। ମୋଦୀ କହିଛନ୍ତି, ବର୍ତ୍ତମାନ ସାମାଜିକ ସଂରକ୍ଷଣକୁ ପ୍ରଭାବିତ ବିନା ଆର୍ଥିକ ଆଧାରରେ ସଂରକ୍ଷଣ ଦିଆଯାଇଛି।

ସରକାର ସମାଜର ସବୁ ବର୍ଗର ଲୋକଙ୍କୁ ସମାନ ସୁବିଧା ଦେବେ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନୂତନ ସଂରକ୍ଷଣ ବ୍ୟବସ୍ଥା ଏହି ବର୍ଷ ଠାରୁ ଆରମ୍ଭ ହୋଇଯାଉଛି। ଦେଶର ୯୦୦ ବିଶ୍ୱବିଦ୍ୟାଳୟର ୪୦ ହଜାର କଲେଜରେ ଏହି ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରାଯିବ। କଲେଜ ଗୁଡ଼ିକରେ ୧୦ ପ୍ରତିଶତ ସିଟ ବଢ଼ାଇ ଦିଆଯିବ। ମୋଦୀ କହିଛନ୍ତି, ତାଙ୍କ ନେତୃତ୍ୱରେ ପରିଚାଳିତ ସରକାର ସମାଜର ସବୁ ବର୍ଗକୁ ସୁଯୋଗ ଦେବାକୁ ପ୍ରତିବଦ୍ଧ। ମୋଦୀ କହିଛନ୍ତି, ଉଦ୍‌ଘାଟିତ ନୂଆ ହସ୍ପିଟାଲରେ ଆୟୁଷ୍ମାନ ଭାରତ ଯୋଜନା ସହିତ ଯୋଡ଼ାଯିବ। ଏହା ଦ୍ୱାରା ଗରିବ ଲୋକଙ୍କୁ ଚିକିତ୍ସା କରାଇବାରେ ସୁବିଧା ହେବ।

ମୋଦୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ୧୦୦ ଦିନରେ ୭ ଲକ୍ଷ ଗରିବ ଲୋକ ଚିକିତ୍ସା କରାଇଛନ୍ତି। ଏହା ପ୍ରଥମ ହସ୍ପିଟାଲ, ଯେଉଁଠାରେ ହେଲିପେଡ ବ୍ୟବସ୍ଥା ରହିବ। ବର୍ଷ ୨୦୧୨ରେ ଆରମ୍ଭ ହୋଇଥିବା ହସ୍ପିଟାଲରେ ନୂତନ ଜ୍ଞାନକୌଶଳ ମାଧ୍ୟମରେ ଲୋକଙ୍କୁ ଚିକିତ୍ସା ମିଳିବ।

ମଧ୍ୟପ୍ରଦେଶ: ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
ଭୋପାଳ, ଜାନୁଆରୀ ୧୮ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି ନେତାଙ୍କୁ ଗୁରୁବାର ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ନାଇ ଅବାଦିରେ ଗୁଳି କରି ହତ୍ୟା କରାଯାଇଛି । ରିପୋର୍ଟ ଅନୁସାରେ ମୃତ ବିଜେପି ନେତା ହେଉଛନ୍ତି ପ୍ରହଲ୍ଲାଦ ବନ୍ଦୱାର ଘଟଣାର ଶିକାର ହୋଇଛନ୍ତି । ପ୍ରହ୍ଲାଦ ମନ୍ଦସୌର ନଗରପାଳିକାର ସଭାପତି ଥିଲେ ।

ପ୍ରହଲ୍ଲାଦଙ୍କ ମୃତ୍ୟୁ ନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୋଲିସ କହିଛି, ଆମକୁ ଜଣେ ବ୍ୟକ୍ତିଙ୍କ ନାଁ ମିଳିଛି । ଅଭିଯୁକ୍ତକୁ ଖିରଫ କରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରି ଦେଇଛି । ଜମି ବିବାଦକୁ ନେଇ ଏହି ଗୁଳିକାଣ୍ଡ ଘଟଣା ଘଟିଥିବା ପୂର୍ବାନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିବା ଚଳିତ ମାସରେ ଏହା ହେଉଛି ତୃତୀୟ ଘଟଣା । ଗୁଜରାଟର ପୂର୍ବତନ ବିଜେପି ବିଧାୟକ ଜୟନ୍ତୀଲାଲ ଭାନୁଶାଳୀଙ୍କୁ ଚଳିତ ମାସ ୭ ତାରିଖରେ କେହି ଜଣେ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛି । ଜୟନ୍ତୀଲାଲ ଘଟଣା ଦିନ ସାୟଜୀ ନଗରୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ । କଟିଆରା ଠାରୁ ସରବାରୀ ଷ୍ଟେସନ ମଧ୍ୟରେ ଜୟନ୍ତୀଲାଲ ବସିଥିବା ବଗିକୁ କେହି ଜଣେ ଦୁର୍ବୃତ୍ତ ପଶିଆସ ଅଚାନକ ଗୁଳି କରି ଫେରାର ହୋଇଯାଇଥିଲା । ଜିଆରପି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଗୁଜୁରାଟ ବିଜେପି ଶାଖାର ପୂର୍ବତନ ସଭାପତି ଜୟନ୍ତୀଲାଲ ଭାନୁଶାଳୀ ଏକ ମାମଲାରେ ଛନ୍ଦି ହେବା ପରେ ଗତ ବର୍ଷ ଜୁଲାଇରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଜୟନ୍ତୀଲାଲ ଅବଡାସ ବିଧାନସଭା ଆସନରୁ ୨୦୦୭ରୁ ୨୦୧୨ ବିଧାୟକ ଥିଲେ । ଜୟନ୍ତୀଲାଲଙ୍କୁ ହତ୍ୟା କରିବାର ଗୋଟିଏ ଦିନ ପରେ ବିହାରରେ ଜଣେ ଭାରତୀୟ ଜନତା ପାର୍ଟିର ନେତା ମଧ୍ୟ ଅନୁରୂପ ଭାବରେ ହତ୍ୟାର ଶିକାର ହୋଇଛନ୍ତି । ରିପୋର୍ଟ ଅନୁସାରେ ମୁଜାଫରପୁର ଜିଲ୍ଲାରେ ବାଇଜୁ ପ୍ରସାଦ ଗୁପ୍ତା ନାଁରେ ଜଣେ ବ୍ୟକ୍ତିମାନଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି ।

ମିଶନ ୨୦୧୯: ମେଣ୍ଟକୁ ମାତ୍ ଦେଇ ପଦ୍ମ ଫୁଟାଇବା ପାଇଁ ବ୍ୟୁହୋ ରଚନା କରିବେ ଶାହା
ଭାରତୀୟ ଜନତା ପାର୍ଟି ୨୦୧୯ ଲୋକସଭା ନିର୍ବାଚନରେ ୟୁପିରେ ବଡ଼ ବିଜୟ ପାଇଁ ବୁଥ୍ ଦଖଲ ରଣନୀତି ଉପରେ ଆଗକୁ  ବଢୁଛି। ପାର୍ଟିର ଅଧ୍ୟକ୍ଷ ଅମିତ୍ ଶାହା ଖୋଦ୍ ପଶ୍ଚିମ ୟୁପିର ୨୭,୫୦୦ ବୁଥ୍ ଟିମକୁ  ନିର୍ବାଚନୀ ବ୍ୟୁହୋ ରଚନା ପାଇଁ ଟିପ୍ସ ଦେବେ। ଏଥିପାଇଁ ଫେବୃଆରୀ ୨ରେ ଗଜରୌଲା ବୁଥ୍ ସମ୍ମିଳନୀର ଆୟୋଜନ କରାଯାଇଛି।  ଏଠାରେ ପାର୍ଟି ନିଜର ବୁଥ୍ କର୍ମୀଙ୍କୁ ‘ମୋର ବୁଥ୍ ସବୁଠୁ ମଜବୁତ’ ଓ ‘ବୁଥ୍ ଜିତ, ସବୁ ଜିତ’ ସନ୍ଦେଶ ଦେବ।

ଉଲ୍ଲେଖଯୋଗ୍ୟ, ଭାରତୀୟ ଜନତା ପାର୍ଟି ଦୁଇ ମାସ ପୂର୍ବରୁ ହିଁ ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ଜୁଟିଛି। ପାର୍ଟି ନିର୍ବାଚନ ପର୍ଯ୍ୟନ୍ତ ତିନି ପର୍ଯ୍ୟାୟର ପ୍ରୋଗ୍ରାମ ମଧ୍ୟ ଜାରି କରିଛି। ବିଜେପିର କହିବା କଥା ୭୩ ପ୍ଲସ ଲୋକସଭା ସିଟ୍  ହାସଲ ପାଇଁ ଦକ୍ଷିଣ ୟୁପିରେ ଏସପି-ବିଏସପି ମେଣ୍ଟକୁ ବୁଥ୍ ସ୍ତରରୁ ହିଁ ମାତ୍ ଦେବାକୁ ପଡ଼ିବ। ଏଥିପାଇଁ ଖୋଦ୍  ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହା ଓ ପିଏମ ନରେନ୍ଦ୍ର ମୋଦୀ ବୁଥ୍ ସ୍ତରର କର୍ମୀଙ୍କ ସହ ସିଧାସଳଖ କଥା ହେଉଛନ୍ତି।

ଏହା ରହିବ ରଣନୀତି

କୁହାଯାଉଛି ଯେ ବିଜେପି ନୀତିରେ ବିଶ୍ଵାସ ରଖୁଥିବା ୫୦ ପ୍ରତିଶତରୁ ଅଧିକ  ଭୋଟର୍ସଙ୍କୁ ପାର୍ଟି ପକ୍ଷରେ ଟାଣିବା ଲକ୍ଷ୍ୟକୁ ପୂରା କରିବା ପାଇଁ ଶାହା କାର୍ଯ୍ୟକର୍ତ୍ତାଙ୍କୁ ଟିପ୍ସ ଦେବେ। ପାର୍ଟି ଉଦ୍ୟମ କରିବ ଯେ ଯେମିତି ପ୍ରତ୍ୟେକ ବୁଥରେ ଅତି କମରେ ୮୦ ପ୍ରତିଶତରୁ ଅଧିକ ଭୋଟିଂ ପଡ଼ିବ। ଭୋଟ୍ ଦେବାରେ ଯେମିତି କେହି ବଞ୍ଚିତ ନହୁଅନ୍ତି ସେଥିପାଇଁ ବୁଥ୍ ଓ ବୁଥ୍  ପାର୍ଟି ପ୍ରମୁଖଙ୍କ ଦଳ ସହିତ ଉତ୍ତମ ସମନ୍ଵୟ ରଖାଯିବ।

୨୦୧୬ରେ ମଧ୍ୟ ପାଠ ପଢାଇଥିଲେ ଶାହା

ଉଲ୍ଲେଖଯୋଗ୍ୟ ୨୦୧୭ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ୨୦୧୬ ଜୁନ ୩୦ରେ ଅମିତ୍ ଶାହା ଦକ୍ଷିଣ ୟୁପିର ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ କରିଥିଲେ। ଏହା ପରେ ବିଧାନସଭା ନିର୍ବାଚନରେ ପାର୍ଟି ଉନ୍ନତ ପ୍ରଦର୍ଶନ କରିଥିଲା।

ଭ୍ରଷ୍ଟାଚାର ମାମଲାରେ ସାଇ ଅଧିକାରୀଙ୍କୁ ଗିରଫ କଲା ସିବିଆଇ
ସିବିଆଇ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ(ସାଇ)ରେ କଥିତ ଭ୍ରଷ୍ଟାଚାର ମାମଲାକୁ ନେଇ ଗୁରୁବାର କିଛି ଅଧିକାରୀ ତଥା  ଅନ୍ୟ ଲୋକଙ୍କୁ ଗିରଫ କରିଛି। ଏହାର ସୂଚନା ଗୁରୁବାର  ଅଧିକାରୀ ଦେଇଛନ୍ତି।

ଅଧିକାରୀଙ୍କ ସୂଚନା ମୁତାବକ ଦିଲ୍ଲୀର ଲୋଧି ରୋଡ୍ ଇଲାକା ସ୍ଥିତ କ୍ରୀଡ଼ା ପ୍ରଶାସକ କାର୍ଯ୍ୟାଳୟରେ ଚଢାଉ ସମୟରେ ଅଧିକାରୀଙ୍କୁ ଗିରଫ କରାଯାଇଛି। ସାଇ ସୂତ୍ର ମୁତାବକ ସିବିଆଇ ଅଧିକାରୀ  ସନ୍ଧ୍ୟା ପ୍ରାୟ ପାଞ୍ଚଟାରେ ଜବାହରଲାଲ ନେହେରୁ ଷ୍ଟାଡିୟମ ସ୍ଥିତ ସାଇ ମୁଖ୍ୟାଳୟ ପହଞ୍ଚିଥିଲେ। କର୍ମଚାରୀଙ୍କ ସନ୍ଧାନ ଓ ପଚରା ଉଚୁରା ପାଇଁ ପୂରା ପରିସରକୁ ସିଲ୍ କରିଥିଲା ସିବିଆଇ।

ମହାକାଶରୁ ରଖାଯିବ ପାକିସ୍ତାନ ସହ ଲାଗି ରହିଥିବା ସୀମା ଉପରେ ନଜର, ଚାଲିଛି ଦମଦାର ପ୍ଲାନ
ସେହି ଦେଶର ସୀମାକୁ କେହି  ଛୁଇଁ ପାରିବେ ନାହିଁ, ଯେଉଁ ଦେଶ ନିଜ ସୀମା ଉପରେ ସର୍ବଦା ନଜର ରଖୁଥିବ। ଭାରତ ପାଇଁ ସୀମାର ସୁରକ୍ଷା ସର୍ବଦା ଚ୍ୟାଲେଞ୍ଜ ରହି ଆସିଛି କାରଣ ଆମର ପଡୋଶୀ ଦେଶ ସର୍ବଦା ସୀମାରେ ଅନୁପ୍ରବେଶ କରିବା ସହିତ ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ଏହାକୁ ରୋକିବା ପାଇଁ ଭାରତୀୟ ସୁରକ୍ଷା ବଳଙ୍କୁ ଦିନ ରାତି ସୀମାରେ ପ୍ରହରା ଦେବାକୁ ପଡ଼ୁଛି। ଏଥିରେ ଧନଜୀବନ ମଧ୍ୟ କ୍ଷତି ଘଟୁଛି। ମାତ୍ର ଶୀଘ୍ର ସୀମାକୁ ଆହୁରି ସଶକ୍ତ କରିବା ପାଇଁ ଅନ୍ତରୀକ୍ଷରେ ଥିବା ସାଟେଲାଇଟ୍ ଶୀଘ୍ର ଦେଶର  ଆଖି ହେବାକୁ ଯାଉଛି। ଏହି ଉପଗ୍ରହ ସୀମାରେ କୌଣସି ପ୍ରକାରର ଗତିବିଧି ଉପରେ ନଜର ରଖିବ।

ଗୁରୁବାର ସରକାରୀ ବୟାନରେ କୁହାଯାଇଛି ଯେ  ଭାରତୀୟ  ମହାକାଶ ଗବେଷଣକାରୀ ସଂସ୍ଥା(ଇସ୍ରୋ) ପାକିସ୍ତାନ ଓ ବାଂଲାଦେଶ ସମେତ ଅନ୍ୟ ଦେଶ ସହ ଲାଗି ରହିଥିବା ସୀମାକୁ ପୂରା ସୁଦୃଢ କରିବାରେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ସାହାଯ୍ୟ ପାଇଁ ଏକ ଖାସ୍ ଉପଗ୍ରହ ଉତକ୍ଷେପଣ କରିବ।  ଗୃହ ମନ୍ତ୍ରୀ ରାଜନାଥ ସିଂହ ଏହାକୁ ସ୍ଵୀକାର କରିଛନ୍ତି ଯେ ଏହି ପ୍ରୋଜେକ୍ଟର ସମୟସୀମା- ଲଘୁ, ମଧ୍ୟମ ଓ ଦୀର୍ଘକାଳୀନ ଯୋଜନା ଆଧାରରେ ଇସ୍ରୋ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ମିଶି  5 ବର୍ଷରେ ଏହାକୁ ଲାଗୁ କରିବାକୁ ପ୍ରସ୍ତାବ ରହିଛି।

ଗୃହ ମନ୍ତ୍ରଣାଳୟ ବୟାନ ମୁତାବକ ଏହି ରିପୋର୍ଟରେ ପ୍ରମୁଖ ପ୍ରସ୍ତାବ ସୀମାରେ ମୁତୟନ ସୁରକ୍ଷାବଳଙ୍କ କ୍ଷମତା ବୃଦ୍ଧି କରିବାକୁ ନେଇ ରହିଛି। ଏଥିପାଇଁ ସୁରକ୍ଷା, ଅପରେସନାଲ ପ୍ଲାନିଂ ଓ ସୀମାରେ ଇନଫ୍ରାଷ୍ଟ୍ରକଚର ବିକାଶ ପାଇଁ  ମହାକାଶ ବିଜ୍ଞାନର ବ୍ୟବହାର କରିବାକୁ କୁହାଯାଇଛି।

ମିଡ-ଟର୍ମରେ ଏମଏଚଏର ବିଶେଷ ବ୍ୟବହାର ପାଇଁ ଇସ୍ରୋ ଦ୍ଵାରା ଏକ ଉପଗ୍ରହ ପ୍ରକ୍ଷେପଣ କରାଯିବ। ଅନ୍ୟ ପଟେ ଦୀର୍ଘକାଳୀନ ଯୋଜନା ଆଧାରରେ ଏମଏଚଏ ଏହାର ଇନଫ୍ରାଷ୍ଟ୍ରକଚର ବିକଶିତ କରିବ। ଏଥିରେ ଏଜେନ୍ସି ଉପଗ୍ରହରୁ ସୀମା ସମ୍ବନ୍ଧିତ ସୂଚନା ପାଇ ପାରିବେ। ଉପଗ୍ରହରୁ ମିଳିବାକୁ ଥିବା ଫୋଟକୁ ଗୋଟିଏ ଜାଗାରେ ଷ୍ଟୋର କରିବା ଏବଂ ଏହାକୁ ଏଜେନ୍ସିକୁ ପ୍ରଦାନ କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି।

ଗୃହ ମନ୍ତ୍ରଣାଳୟ କହିଛି ଯେ,  ସୁଦୂର ଇଲାକାରେ ମୁତୟନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳଙ୍କୁ ମଧ୍ୟ ଉପଗ୍ରହର ସୂଚନା ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ  ଭାରତ ସୀମାରେ ପାକିସ୍ତାନ, ଚୀନ, ବାଂଲାଦେଶ, ନେପାଳ, ଭୂଟାନ ଓ ମିଆନମାର ଲାଗି  ରହିଛି।