Khabar Odisha

ପଥରଗାଡା ଆନ୍ଦୋଳନ ପଛରେ ନକ୍ସଲବାଦ ହାତ - ଜଗଦେଓ ରାଓ ଓରାମ, ଅଧ୍ୟକ୍ଷ ବନବାସୀ କଲ୍ୟାଣ ଆଶ୍ରମ
ବନବାସୀ କଲ୍ୟାଣ ଆଶ୍ରମ ସାରା ଦେଶରେ ଥିବା ୧୦ କୋଟିରୁ ଅଧିକ ବନବାସିମାନଙ୍କ ବିକାଶ ପାଇଁ କାମ କରୁଥିବା ଏକ ସାମାଜିକ ସଙ୍ଗଠନ । ୧୯୫୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବନବାସୀ କଲ୍ୟାଣ ଆଶ୍ରମ ଜନଜାତୀବର୍ଗର ଲୋକମାନଙ୍କ ମଧ୍ୟରେ ସେବା ଓ ସ୍ୱାଭିମାନ ଜାଗରଣର କାର୍ଯ୍ୟ କରିଆସୁଛି । ଏହି ବନବାସୀ କଲ୍ୟାଣର ଅଖିଳ ଭାରତୀୟ ଅଧ୍ୟକ୍ଷ ଜଗଦେଓ ରାଓ ଓରାମ ସାକ୍ଷାତକାରର ସମ୍ପାଦିତ ଅଂଶ ।

ପ୍ରଶ୍ନ – ଏବେ ପଥରଗାଡା ନାଁରେ ଚାଲିଥିବା ହିଂସା ଉପରେ ଆପଣ କଣ କହିବେ ? ଏବେ ଏବେ ଓଡିଶାରେ ପ୍ରଥମ ଥର ପାଇଁ ଜଣଙ୍କର ଜୀବନ ଯାଇଛି ଏହି ପଥରଗାଡା ଆନ୍ଦୋଳନରେ । ଆପଣଙ୍କୁ ଲାଗୁଛିକି ଏବେ ଏବେ ହିଂସାର ରୁପ ନେଉଥିବା ଏହି ପଥରଗାଡା ଆନ୍ଦୋଳନ ବନବାସୀଙ୍କର ସ୍ୱତପ୍ରବୃତ ଆନ୍ଦୋଳନ ନା ଏହା ପଛରେ ଆଉ କିଏ ଅଛି ?

ଉତର – ପଥରଗାଡା ଏକ ପ୍ରାଚୀନ ପରମ୍ପରା, ରୀତି ନୁହେଁ । ଏହା ବନବାସୀ ଗାଁମାନଙ୍କରେ ସୀମା ଚିହ୍ନଟ ଏବଂ ଲୋକମାନଙ୍କୁ ସୂଚନା ଦେବା ପାଇଁ ଏକ ମାଧ୍ୟମ ଥିଲା । ହେଲେ ଯେଉଁଭଳି ଭାବେ ଏହି ପଥରଗାଡା ନାଁରେ ଏବେ ହିଂସା ଆରମ୍ଭ ହୋଇଛି ଏହା ପଛରେ ନକ୍ସଲ ମାନେ ଅଛନ୍ତି ଏକଥା ସ୍ପଷ୍ଟ । ସରକାରୀ ଅଧୀକାରିମାନଙ୍କୁ ଗାଁ ଭିତରକୁ ନଛାଡିବା, ସରକାରୀ ସ୍କୁଲରେ ପିଲାମାନଙ୍କୁ ପାଠ ନପଢାଇବା ପାଇଁ ବାଧ୍ୟ କରିବା ଏସବୁ ତ ନକ୍ସଲମାନଙ୍କ କାମ । ସରକାରୀ ବିକାଶକୁ ଜନଜାତି ଲୋକମାନଙ୍କ ପାଖରେ ନପଂହଚାଇବା ପାଇଁ ନକ୍ସଲମାନଙ୍କର ଏହା ଏକ ନୁଆ ତରିକା । କାରଣ ନକ୍ସଲମାନଙ୍କର ଡର ଅଛି ଯଦି ଲୋକେ ଶିକ୍ଷିତ ହୁଅନ୍ତି ଏବଂ ସରକାରୀ ବିକାଶ ଗାଁରେ ପହଚେଂ ତାହେଲେ ନକ୍ସଲ ମାନଙ୍କ ସଙ୍ଗଠନ ଦୁର୍ବଳ ହୋଇଯିବ , ଲୋକମାନେ ନକ୍ସଲ ମାନଙ୍କୁ ଆଉ ସମର୍ଥନ ଦେବେ ନାହିଁ , ଲୋକମାନେ ବିକାଶ ଆଡକୁ ଢଳିବେ ସେହି ଡରରେ ନକ୍ସଲ ମାନେ ଏହାକୁ ହିଂସାତ୍ମକ କରାଉଛନ୍ତି ।

ପ୍ରଶ୍ନ – ପଥରଗାଡାରେ ଯେଉଁ ସବୁ କଥା ଲେଖାଯାଉଛି ସେଥିରେ ଗ୍ରାମ ସଭା କଥା ଅଛି । ଆପଣଙ୍କୁ ଏଥିରେ ଅସୁବିଧା କେଉଁଠି ଦେଖାଯାଉଛି । ଗ୍ରାମ ସଭା ଏବଂ ଫରେଷ୍ଟ ରାଇଟସ ଆକ୍ଟ, ପେସା ଆଇନ ଏସବୁତ ତଫସିଲ ଭୁକ୍ତ ଜନଜାତୀମାନଙ୍କ ପୁରୁଣା ଦାବି ଏବଂ ସମସ୍ୟା । ହେଲେ ଆପଣ କାହିଁକି ଏହାକୁ ନକ୍ସଲ ସହିତ ଯୋଡୁଛନ୍ତି ?

ଉତର – ଦେଖନ୍ତୁ ଗ୍ରାମ ସଭା, ଫରେଷ୍ଟ ରାଇଟସ ଆକ୍ଟ, ପେସା ଆଇନ ଏସବୁ ଲାଗୁ କରିବା ପାଇଁ ଆମ ବି ଦାବି କରୁଛୁ । ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଲୋକମାନଙ୍କୁ ଆମେ ବି ବୁଝାଉଛୁ । ହେଲେ ଆମେ ସତସଙ୍ଗ କରି ବୁଝାଉଛୁ । ଲୋକମାନଙ୍କୁ ଏକାଠି କରି ଲୋକଙ୍କ ଅଧିକାର ବିଷୟରେ ବୁଝାଉଛୁ । ହେଲେ ଯେଉଁଭଳି ପାର୍ଟନରେ ଏହି ପଥରଗାଡା ଆନ୍ଦୋଳନରେ ହିଂସା ହେଉଛି ତାହା ପୁରା ନକ୍ସଲ ମାନଙ୍କର ପାର୍ଟନ । ସାଂସଦ କାରିଆ ମୁଣ୍ଡାଙ୍କ ଅଙ୍ଗରକ୍ଷୀଙ୍କୁ ଅପହରଣ କରାଯାଇଛି । ଅପହରଣ କିଏ କରେ ? ସାଧାରଣ ବନବାସୀ ମାନେ କେବେ ଅପହରଣ କରନ୍ତି ନାହିଁ । ଅପହରଣ ନକ୍ସଲ ମାନେ କରନ୍ତି । ନକ୍ସଲ ମାନେ ଏହି ପଥରଗାଡା ପ୍ରଥାକୁ ଆଳ କରି ସେମାନେ ନିଜର କାୟା ବିସ୍ତାର ପାଇଁ ଚେଷ୍ଟା କରୁଛନ୍ତି । ସରକାର ଆସିଲେ ତ ସେଠି ସ୍କୁଲ ହେବ କି ଡାକ୍ତରଖାନା ହେବକି ବିଜୁଳି ପହଂଚିବ । ହେଲେ ଗାଁରେ କାହାକୁ ପୁରାଇ ନଦେବାର ପ୍ରଚେଷ୍ଟା କାହିଁକି ? ପୁଣି ସେଥିପାଇଁ ହିଂସାର ଆଶ୍ରୟ । ଖାଲି ନକ୍ସଲ ନୁହନ୍ତି କିଛି ଧର୍ମାନ୍ତର କରଣ କରୁଥିବା ଗୋଷ୍ଠୀ ମଧ୍ୟ ଏହାର ପଛ ଆଢୁଆଳରେ ଅଛନ୍ତି । ଦେଶର ସମ୍ବିଧାନକୁ ନମାନିବା, ସରକାରୀ ବ୍ୟବସ୍ଥାକୁ ନମାନିବା, ଲୋକଙ୍କ ଗଳା କାଟି ହତ୍ୟା କରିବା ଏସବୁ କାହାର କାମ ।

ପ୍ରଶ୍ନ – ଆପଣ ଧର୍ମାନ୍ତକରଣର କଥା କହିଲେ । ଦେଶରେ ଯାହା ନିୟମ ଅଛି ଯଦି ଜଣେ ତଫସିଲ ଭୁକ୍ତ ଜାତିର ଲୋକ ( ଏସସି ) ନିଜର ଧର୍ମାନ୍ତିକରଣ କରେ ତାହେଲେ ତାର ଆରକ୍ଷଣ ଅଧୀକାର ହରାଇବ ହେଲେ ତଫସିଲ ଭୁକ୍ତ ଜନଜାତିର ଲୋକ ( ଏସଟି ) ନିଜ ଧର୍ମ ବା ପନ୍ଥ ପରିବର୍ତନ କରୁଛି ହେଲେ ବି ସେ ନିଜର ଆରକ୍ଷଣର ସୁବିଧା ପାଇପାରୁଛି । ଆପଣଙ୍କୁ ଲାଗୁଛିକି ଏଥିପାଇଁ କନଜାତି ଅଂଚଳରେ ବେଶି ଧର୍ମାନ୍ତକରଣ ହେଉଛି ? ଏହି ନିୟମର ପରିବର୍ତନ ଆବଶ୍ୟକ ଅଛି କି ?

ଉତର – ଯେତେବେଳେ ସମ୍ବିଧାନ ଲେଖାଯାଇଥିଲା ଏବଂ ଏହାକୁ ପ୍ରସ୍ତୁତ କରିଥିବା ବିଶେଷଜ୍ଞ କମିଟିର ଯୁକ୍ତି ଥିଲା କି ଜନଜାତି ମାନେ ପରମ୍ପରା ଏବଂ ସାଂସ୍କୃତିକ ଭାବରେ ବେଶି ବନ୍ଧା । ସେମାନେ ଯଦି ଧର୍ମ ପରିବର୍ତନ କରନ୍ତି ସେମାନେ ନିଜର ଜୀବନ ଶୈଳି ବଦଳାଇବେ ନାହିଁ । ତେଣୁ ସେମାନଙ୍କର ଆର୍ଥୀକ ଏବଂ ସାମାଜିକ ବିକାଶ ପାଇଁ ଧର୍ମ ପରିବର୍ତନ କଲେ ବି ସରକ୍ଷଣ ସୁବିଧା ଦିଆଯିବା ପାଇଁ ସମ୍ବିଧାନରେ ସେତେବେଳେ ନିୟମ ରହିଲା । ଏହି ନିୟମ ସେତେବେଳ ପାଇଁ କିଛି ମାତ୍ରାରେ ଠିକ ଥିଲା । ହେଲେ ଏବେ ଏହି ନିୟମରେ ପରିବର୍ତନ ନିହାତି ଆବଶ୍ୟକ । ଧର୍ମ ପରିବର୍ତନ କରୁଥିବା ବନବାସୀ ମାନେ ସେମାନଙ୍କର ପୁରୁଣା ପରମ୍ପରାକୁ ମାନୁ ନାହାନ୍ତି । ବନବାସୀ ମାନେ ପରମ୍ପରା ଏବଂ ଆସ୍ଥାକୁ ମାନିବାର ପ୍ରବୃତି ଅଧୀକ । ଯେତେବେଳେ ଗୋଟିଏ ଗାଁରେ ପରମ୍ପରାକୁ ମାନୁଥିବା ଲୋକ ରହିବେ ଏବଂ ଏହାକୁ ନମାନୁଥିବା ଲୋକ ରହିବେ ତାହେଲେ ବିଶ୍ୱାସ ଓ ଅବିଶ୍ୱାସର ଲଢେଇ ହେବ ହିଁ ହେବ । ଧର୍ମ ପରିବର୍ତନ କରିବା କାରଣରୁ ଜନଜାତି ମାନଙ୍କ ଭିତରେ ଥିବା ସାମାଜିକ ସଂହତି କ୍ଷତି ହେଉଛି ଏବଂ କେତେ ଯାଗାରେ ଗୋଷ୍ଠି ସଂଘର୍ଷ ହେବାରେ ଲାଗିଛି । ଧର୍ମ ପରିବର୍ତନ କରୁଥିବା ଜନଜାତି ମାନଙ୍କୁ ଆରକ୍ଷଣ ବନ୍ଦ କରିବା ପାଇଁ ପ୍ରଥମେ କଂଗ୍ରେସ ସାଂସଦ କାର୍ତିକ ଓରାମ ପ୍ରୟାସ କରିଥିଲେ । ହେଲେ ସରକାର ଏହା ଉପରେ କିଛି ପଦକ୍ଷେପ ନେଉ ନାହାନ୍ତି । ଆମେ ୨୭ ଲକ୍ଷ ଦସ୍ତଖତ ଏକାଠି କରି କେନ୍ଦ୍ର ସରକାର , ବିଭିନ୍ନ ରାଜ୍ୟ ସରକାରଙ୍କୁ ଦେଇଛୁ । ଓଡିଶା ସରକାରଙ୍କୁ ବି ଦେଇଛୁ । ଏହା ଉପରେ ଝାଡଖଣ୍ଡ ସରକାର ବହୁତ ସକରାତ୍ମକ ମନୋଭାବ ଦେଖାଇଛନ୍ତି । ଆମେ ବି ଆଶା ରଖୁଛୁ ଓଡିଶା ସରକାର ମଧ୍ୟ ଏହାକୁ ଗୁରୁତର ସହ ନେବେ ।

ପ୍ରଶ୍ନ – ଆଦିବାସି ମାନେ ହିନ୍ଦୁ ନୁହନ୍ତି ବୋଲି କିଛି ଗବେଷକ, କିଛି ଧର୍ମ ପ୍ରଚାରକ କହୁଛନ୍ତି । ଏହା ଉପରେ ଆପଣଙ୍କ ରାୟ କଣ ?

ଉତର – ଯଦି ବନବାସୀ ମାନେ ହିନ୍ଦୁ ନୁହନ୍ତି ତାହେଲେ ସେମାନେ କଣ ? ଓଡିଶାର ଜଗନ୍ନାଥ କାହାର ଦେବତା ଥିଲେ ? ନିଳମାଧବ ଭାବେ ସେ ପ୍ରଥମେ ଜଣେ ବନବାସି ରାଜାଙ୍କ ପାଖେ ପୂଜା ପାଉଥିଲେ । ତାପରେ ଏଠାକୁ ଆସିଲେ ଆଉ ପୁରୀରେ ପୁଜା ପାଇଲେ । ଖାଲି ଜଗନ୍ନାଥ ନୁହନ୍ତି ଏମିତି ଅନେକ ଦେବା ଦେବି ଅଛନ୍ତି ଯାହାଙ୍କୁ ବନବାସୀ ଏବଂ ଅଣବନବାସୀମାନେ ମିଶିକି ପୂଜା କରନ୍ତି । ମୁଁ ତ କହୁଛି ବନବାସୀଙ୍କ ଅପେକ୍ଷା ବେଶୀ ଶକ୍ତ ହିନ୍ଦୁ ଆଉ କିଏ ହୋଇନପାରେ । ରାମାୟଣ ସହ ବନବାସୀମାନଙ୍କର ଏକ ଘନିଷ୍ଠ ସମ୍ବନ୍ଧ ଅଛି ଏକଥା କିଏ ବଦଳାଇ ପାରିବ ।

କିଏ ହିନ୍ଦୁ ତାହା କଣ କେଉଁଠି ଲେଖାଯାଇଛି କି ? ଏ ଦେଶରେ ଯିଏ ଗାଇ, ଗଙ୍ଗା, ଗୀତା, ପ୍ରକୃତିକୁ ପୁଜା କଲା ସିଏ ହିନ୍ଦୁ । ପାହାଡ, ପର୍ବତ, ନଦୀ , ଝରଣାକୁ ପୁଜା କେବଳ ଭାରତରେ କରାଯାଏ । ଯଦି ସେମାନ ହିନ୍ଦୁ ନୁହନ୍ତି ତାହେଲେ ହିନ୍ଦୁ ଆଉ କିଏ ? ଏସବୁ ସେଇ କିଛି ଧର୍ମାନ୍ତକରଣ ଗୋଷ୍ଠୀଙ୍କ ଅପପ୍ରଚାର । ନୀରିହ ବନବାସୀ ମାନଙ୍କୁ ଭ୍ରମିତ କରି ସେମାନଙ୍କୁ ନିଜ ଧର୍ମରେ ଦିକ୍ଷିତ କରିବା ସେମାନଙ୍କର ଅସଲ ଉଦ୍ଦେଶ୍ୟ । ପ୍ରଥମେ ନୀରିହ ବନବାସି ମାନଙ୍କୁ ଏପରି କହି ଭ୍ରମିତ କରୁଛନ୍ତି ଏବଂ ପରେ ସେମାନଙ୍କୁ ଧର୍ମ ପରିବର୍ତନ କରିବା ସହଜ ହେବ । ଏଇଟା ଗୋଟେ ଷଡଯନ୍ତ୍ର ।

ମାୟାନଗରୀ ମୁମ୍ବାଇରେ ରାଜ୍‌ କରୁଛନ୍ତି ସଂଳାପ ଲେଖିକା ଓଡ଼ିଶାର ଚିତ୍ରା ପଟ୍ଟନାୟକ
ଭୁବନେଶ୍ୱର, ଡିସେମ୍ବର ୨୩ (ଖବର ଓଡ଼ିଶା): ହିନ୍ଦୀ ଟେଲି ଧାରାବାହିକ ଦୁନିଆରେ ଜଣେ ଚର୍ଚ୍ଚିତ ସଂଳାପ ଲେଖିକା ଚିତ୍ରା ପଟ୍ଟନାୟକ । ଓଡ଼ିଶାର ମୟୁରଭଞ୍ଜର ବାରିପଦା ସହରରୁ ଯାଇ ମାୟାନଗରୀ ମୁମ୍ବାଇରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଚିତ୍ରା । ୨୦୦୮ରୁ ଲେଖିବା ଆରମ୍ଭ କରିଥିବା ଚିତ୍ରା ସବ୍‌ ଟିଭିରେ ପ୍ରସାରିତ ହେଉଥିବା ଗୁଟୁରୁ ଗୁଁ’ ପାଇଁ ସଂଳାପ ଲେଖି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍‌ସରେ ସ୍ଥାନ ପାଇଛନ୍ତି । ପ୍ରଥମେ ସେ ଭାରତୀୟ ଟେଲିଭିନରେ ଫିଚର୍‌ ଲେଖିବାର ସୁଯୋଗ ପାଇଥିଲେ । କିନ୍ତୁ ତା’ ପରେ ବିୟଣ୍ଡ ଡ୍ରିମ୍‌ସ’ ନାମକ ଏକ ପ୍ରଯୋଜନା ସଂସ୍ଥାରେ ସିଆଇଏ’ ସଂଳାପ ଲେଖିଲେ । ଯାହାକି ପୋଗୋ ଚ୍ୟାନେଲ୍‌ ପ୍ରସାରିତ ହେଲା । ଚିତ୍ରା ଆହୁରି ବହୁତ ଗୁଡ଼ିଏ ଧାରାବାହିକ ପାଇଁ ସଂଳାପ ଲେଖିଛନ୍ତି । ନାଇନ୍‌ ଏକ୍ସରେ ପ୍ରସାରିତ ହେଉଥିବା ବବ୍ବନ ଭାଇ ଭର୍ସେସ୍‌ ବିମଲା ତାଇ’ ଚେହେରା (ଷ୍ଟାର ପ୍ଲସ୍‌) ଓ ସୋନୀରେ ପ୍ରସାରିତ ହେଉଥିବା ସିଆଇଡିଆହଟ୍‌ଅଦାଲତ ଏବଂ ସୂର୍ଯ୍ୟ,ଏଫ୍‌ଆଇଆର୍‌ ଓ ଗୁଟୁରୁ ଗୁଁ (ସବ୍‌ ଟିଭି) ପାଇଁ ସଂଳାପ ଲେଖିଥିଲେ । ଏହା ସହିତ ଚିତ୍ରା ବିଭିନ୍ନ ମରାଠୀ ଟିଭି ଧାରାବାହିକ ପାଇଁ ମଧ୍ୟ ଲେଖିଛନ୍ତି ।

ଚିତ୍ରା ନିଜର ଏକ ମରିଜୁଆନା ଫିଲ୍ମସ୍‌’ ନାମକ ସଂସ୍ଥା ଖୋଲି ସେଥିରେ କାମ କରୁଛନ୍ତି । ସେ ଏବେ ନିଜର ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଗାସ୍‌’ ନିର୍ମାଣ କାର୍ୟ୍ୟରେ ବ୍ୟସ୍ତ ରହିଛନ୍ତି ।

ଆମ ସାମ୍ବାଦିକା ଶେଫାଳି ସୁମନଙ୍କ ସହିତ ଚିତ୍ରାଙ୍କ ସାକ୍ଷାତକାର...

ସଂଳାପ ଲେଖିବା ପାଇଁ କିଏ ପ୍ରେରଣା ଦେଇଥିଲେ ?

ମୁଁ ଟିଭି ଓ ଫିଲ୍ମ ଦେଖିବାରେ ବେଶି ମନ ଦେଉଥିଲି । ଏହା ପରେ ନିଜେ ଛୋଟ ଛୋଟ ଗଳ୍ପ ଲେଖି ବାପାମା ଏବଂ ସାଙ୍ଗସାଥୀଙ୍କୁ ଦେଖାଉଥିଲି । ତା’ ପାରେ ସ୍କୁଲ ମାଗାଜିନ୍‌ ପାଇଁ ଲେଖିବା ଆରମ୍ଭ କରିଥିଲି । ମୋ ବାପା ଜଣେ ଥିଏଟର୍‌ କଳାକାର ଥିଲେ ଯିଏ ମୋତେ ସଂଳାପ ଲେଖିବା ପାଇଁ ପ୍ରେରଣା ଦେଇଥିଲେ ।

ମୟୁରଭଞ୍ଜ ବାରିପଦାର ସଂସ୍କୃତି ଆପଣଙ୍କୁ କେମିତି ପ୍ରେରଣା ଦେଇଛି ?

ବାରିପଦାରୁ ଯାଇ ମୁଁ ମୁମ୍ବାଇରେ ୯ ବର୍ଷ ହେଲା ରହିଲିଣି । କିନ୍ତୁ ବାରିପଦାରେ ବିତି ଥିବା ଦିନ ଗୁଡ଼ିକ ଏବେ ମୋ ମନରେ ସତେଜ ରହିଛି । ଏହା ସହିତ ବାରିପଦାରେ ଲୋକଙ୍କ ମଧ୍ୟରେ ବହୁତ ଭଲ ପାଇବା ଥାଏ ।  ଯାହାକି ମୋତେ କାହାଣୀ ଲେଖିବାକୁ ପ୍ରୋତ୍ସାହିତ କରିଥାଏ । ବିଶେଷ କରି ମୋ ବାପା ଯିଏ ମୋତେ କାହାଣୀ ଲେଖିବାକୁ ପ୍ରୋତ୍ସାହିତ କରନ୍ତି । ମୋ ବାପା ଭଲ ଗପ କୁହନ୍ତି ଯାହାକି ଅତ୍ୟନ୍ତ ମଜାଦାର ଥାଏ ।

ପ୍ରଥମ ଥର ପାଇଁ ଟିଭି ଧାରାବାହିକ ଲେଖିବା ପାଇଁ କିପରି ସୁଯୋଗ ପାଇଥିଲେ ?

୨୦୦୮ରେ ପ୍ରଥମେ ଛୋଟ ପିଲାଙ୍କ ପାଇଁ ଧାରାବାହିକ ପ୍ରସାରଣ କରୁଥିବା ପୋଗୋ ଚ୍ୟାନେଲ୍‌ରେ ସିଆଇଏ ପାଇଁ ଲେଖିଥିଲି ।  ଏହାର ଶ୍ରେୟ ମୁଁ ମୁମ୍ବାଇର ପ୍ରଯୋଜକ ୟସ୍‌ ପଟ୍ଟନାୟକଙ୍କୁ ଦେବାକୁ ଚାହୁଁଛି ।

ଆପଣ ଭାବୁଛନ୍ତି କି ଜଣେ ସଂଳାପ ଲେଖିବାକୁ ରୋଜଗାର ପନ୍ଥାଭାବେ ବାଛି ପାରିବ କି ?

ପ୍ରଥମେ କାହାଣୀ ଲେଖିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥାଏ । ପ୍ରଥମେ ପ୍ରଥମେ ନୂଆ ଲେଖକ ବା ଲେଖିକା ମାନଙ୍କୁ ଭଲ ସୁଯୋଗ ମିଳି ନ ଥାଏ । ଯଦି ମିଳେ ଏଥିରେ ଅଧିକ ଟଙ୍କା ମିଳି ନ ଥାଏ । କିନ୍ତୁ ଯଦି ଆପଣ ଦୃଢ଼ ମନା ହୋଇ ଲେଖିବେ ଏହା ଆପଣଙ୍କୁ ଅନେକ ସୁଯୋଗ ଦେବ । ପ୍ରଥମେ ଏଠାରେ ତଳେ ପଡ଼ିବାକୁ ହୋଇଥାଏ ପରେ ଉଠିବାକୁ ହୁଏ ।

ନିଜର ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର ‘ପ୍ରଗାସ’ ନିର୍ମାଣରେ କିଭଳି ଅନୁଭୁତି ରହିଛି ?

ପ୍ରଗାସ ମୋ ମନ ଓ ଆତ୍ମାରେ ରହିଛି । ଏହା ମୋର ପ୍ରଥମ ଫିଲ୍ମ ଏବଂ ଏହା ପାଇଁ ଦୁଇ ବର୍ଷ ମୁଁ କାମ କରିଛି । ଏହାର କାହାଣୀ ନାରୀ ସଶକ୍ତିକରଣ ଉପରେ ଆଧାରିତ  । ଏହା କାଶ୍ମୀର ଜଣେ ଝିଅର ବାସ୍ତବ ଜୀବନର କାହାଣୀ ଅଟେ । ଏହାକୁ ଆମେ ବଲିଉଡ଼୍‌ ଫିଲ୍ମ କରିବାକୁ ଯୋଜନା କରୁଛୁ ।

ଆଗାମୀ ପ୍ରୋଜେକ୍ଟ କଣ ରହିଛି ?

ବର୍ତ୍ତମାନ ମୋ କମ୍ପାନୀ ଜି ଟିଭିରେ ପ୍ରସାରିତ ହେବାକୁ ଥିବା ଏକ ଡ୍ରାମା ପାଇଁ ସହ ପ୍ରଯୋଜକ ଭାବରେ କାମ କରୁଛି । ଏହା ସହିତ ବହୁତ ଗୁଡ଼ିଏ ଫିଲ୍ମ ସୁଟିଂ ମଧ୍ୟ ଜାରି ରହିଛି । ଏହା ସହିତ ଓଡ଼ିଆ ଟିଭି ଚ୍ୟାନେଲ୍‌ ତରଙ୍ଗରେ ପ୍ରସାରିତ ହେଉଥିବା ଫୁଲ ଗଡ଼ବଡ଼’ ପାଇଁ ଲେଖୁଛି ।

ଓଡ଼ିଶାର କେଉଁ ପ୍ରସଙ୍ଗ ଉପରେ କାମ କରିବାକୁ ଚାହୁଁଛନ୍ତି ?

ଓଡ଼ିଶାରେ ଏବେ ବି ଝିଅମାନଙ୍କୁ ଶିକାର କରାଯାଉଛି ଓ ଚେଙ୍କ ଦିଆଯାଉଛି । ନାରୀ ମାନଙ୍କ ହେଉଥିବା ସାମାଜିକ ଅତ୍ୟାଚାରକୁ ମୁଁ ରୋକିବାକୁ ଚାହୁଁଛି । ସେଥିପାଇଁ ଏହା ଉପରେ ଲେଖିବା ସହତି ସେମାନଙ୍କୁ ଆର୍ଥିକ ସହୟତା ମଧ୍ୟ ଯୋଗାଇବାକୁ ଚାହୁଁଛି ।

ଯୁବ ପ୍ରତିଭାଙ୍କୁ କଣ ପରାମର୍ଶ ଦେବେ ?

ଯଦି ଆପଣ ଭାବୁଛନ୍ତି ନିଜ ଭିତରେ ପ୍ରତିଭା ରହିଛି ତେବେ ଏହାକୁ ବାହାରକୁ ଆଣନ୍ତୁ । କେବେ ପଛକୁ ଫେରି ଚାହାଁନ୍ତୁ ନାହିଁ। ନିଜର ଏକ ସଫଳତାର କାହାଣୀ ସୃଷ୍ଟି କରନ୍ତୁ ।

ବଲିଓଡ଼୍‌ରେ ଦୁଇ ଓଡ଼ିଆ ଭାଇ, ଆସନ୍ତୁ ଜାଣିବା ଆଶିଷ ଓ ଅମିତ୍‌ଙ୍କ ବିଷୟରେ...
ଭୁବନେଶ୍ୱର, ଅକ୍ଟୋବର ୧୪ (ଖବର ଓଡ଼ିଶା): ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନ ଭୁଲି ସିଧାସାଧା ଧାର୍ମିକ ଭାବନାରେ ବୁଡ଼ି ରହୁଥିବା ବ୍ୟକ୍ତି ନିଜର ଅଧ୍ୟବସାୟ ବଳରେ ବଲିଓଡ଼୍ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବଡ଼ଭାଇର ସ୍ୱପ୍ନକୁ ପୂରଣ କରିବାକୁ ଚଳଚ୍ଚିତ୍ର ଦୁନିଆରେ ନିଜକୁ ହଜାଇ ଦେଇଛନ୍ତି ସାନ ଭାଇ । ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବଡ଼ବିଲର ଆଶିଷ ମିଶ୍ର ଏବଂ ତାଙ୍କ ସାନ ଭାଇ ଅମିତ ମିଶ୍ର । ଆଶିଷ ଏକ ଫିଲ୍ମ ପ୍ରଯୋଜକ ସହିତ ଏକ ଭଲ ଅଭିନେତା ମଧ୍ୟ । ସେ ବିଭିନ୍ନ ଭାଷାରେ ଯଥା ତେଲୁଗୁ, ମରାଠୀ ଓ ହିନ୍ଦୀ ଭାଷାରେ ମଧ୍ୟ ଅଭିନୟ କରିଛନ୍ତି ।

ଆଶିଷଙ୍କର ଛୋଟ ବେଳୁ ନିଶା ଥିଲା ଏକ ଭଲ ଫିଲ୍ମ ପ୍ରଯୋଜକ ସହିତ ଭଲ ନିର୍ଦ୍ଦେଶକ ହେବା ପାଇଁ । ନୂଆଦିଲ୍ଲୀରେ ଏମ୍‌ସିଏ ପଢ଼ୁଥିବା ବେଳେ ସାଙ୍ଗମାନଙ୍କଠାରୁ ଲୁଚି ଲୁଚି ଯାଇ ମଡେଲିଂ କରିବା ସହିତ ରାମ୍ପ୍‌ ଶୋରେ ମଧ୍ୟ ଭାଗ ନେଉଥିଲେ । ପଢ଼ା ସରିବା ପରେ ପ୍ରଥମେ ସେ ବ୍ୟବସାୟ ଆରମ୍ଭ କରିଥିଲେ । ମାତ୍ର ଫିଲ୍ମ କରିବାର ନିଶା ତାଙ୍କ ମନରୁ ଲିଭିନଥିଲା। ନିଜର ସ୍ୱପ୍ନକୁ ପୂରଣ କରିବାକୁ ଧାଇଁ ଆସିଥିଲେ ମାୟା ନଗରୀ ମୁମ୍ବାଇକୁ । ଆଉ ସେଠାରେ ପ୍ରଥମେ ଏକତା କପୁରଙ୍କ ସିରିଏଲ୍‌ କ୍ୟୁଁ କି ଶାଶ୍‌ ଭି କଭି ବୋହୁ ଥିରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ନ ଥିଲେ । ଗୋଟିଏ ଫିଲ୍ମ ପ୍ରୋଜେକ୍ଟ ଚାଲୁଥିବା ବେଳେ ନାଗପୁରରେ ଥରେ ଦେଖାହୁଏ ଗୁଲସନ୍‌ ଗ୍ରୋଭରଙ୍କ ସହିତ । ଦୁଇ ଭାଇ ଆଶିଷ ଓ ଅମିତ୍‌ ମିଶି କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମାତାରିଣୀଙ୍କ ନାମରେ ନିଜର ପ୍ରଡ଼କସନ୍‌ ହାଉସ୍‌ ମଧ୍ୟ ଖୋଲିଲେ । ଯାହାର ନାଁ ଥିଲା ମାତାରିଣୀ ଫିଲ୍ମସ୍‌। ଆଉ ଏହି ବ୍ୟାନରେ ଏକ ଭିନ୍ନ ଧରଣର କାହାଣୀକୁ ନେଇ ଫିଲ୍ମ ତିଆରି କଲେ ରକ୍ତ୍‌। ପ୍ରଥମେ ସେ ଫିଲ୍ମର ନାମ ରଖିଥିଲେ ରକ୍ତ ଏକ୍‌ ରିସ୍ତା। ମାତ୍ର ଏହି ନାଁକୁ ବଦଳାଇ ଏକ ଉପହାର ସ୍ୱରୁପ ବଲିଉଡ଼୍‌ର ଜଗତର ଆଗଧାଡ଼ିର ଅଭିନେତା ସୁନୀଲ ସେଟ୍ଟୀ ରଖିଥିଲେ ରକ୍ତ। ସେଥିପାଇଁ ଆଶିଷ ଓ ଅମିତ୍‌ ଏହି ଫିଲ୍ମର ଶ୍ରେୟ ସୁନୀଲ୍ ସେଟ୍ଟୀଙ୍କୁ ଦିଅନ୍ତି । ଏହି ଚଳଚ୍ଚିତ୍ର ସେ ନିର୍ମାଣ କରନ୍ତି ମାତ୍ର ରିଲିଜ୍‌ କରିପାରନ୍ତି ନାହିଁ ।  ପରେ ୨୦୧୩ରେ ସାରା ଭାରତ ଏବଂ ଭାରତ ବାହାରେ ମଧ୍ୟ ରିଲିଜ୍‌ ହୋଇଥିଲା ଏହି ଫିଲ୍ମ । ଆଉ ଏହି ‘ରକ୍ତ’ ଫିଲ୍ମ ଦର୍ଶକଙ୍କ ଦ୍ୱାରା ବେଶ୍‌ ଆଦୃତ ମଧ୍ୟ ହୋଇଥିଲା ।

ଫିଲ୍ମ ରକ୍ତସଂପର୍କରେ ଆସନ୍ତୁ ଜାଣିବା କିଛି:

ଏକ ଭିନ୍ନ ଧରଣର କାହାଣୀକୁ ନେଇ ଫିଲ୍ମ ରକ୍ତ୍‌ନିର୍ମାଣ ହୋଇଛି । ଯେଉଁଥିଲେ ମୁଖ୍ୟ ଭୂମିକାରେ ଥିଲେ ଶ୍ୱେତା ଭରଦ୍ୱାଜ, ଓ ସୀନା ସାହାବାଦୀ । ଆଉ ବଲିଉଡ଼୍‌ର ବହୁ ନାମୀଦାମି କଳାକାର ମଧ୍ୟ ଏଥିଲେ ଅଭିନୟ କରିଥିଲେ।। ଫରିଦା ଜଲାଲ, ଅର୍ଜୁନ ମହାଜନ, ଗୁଲସନ୍‌ ଗ୍ରୋଭର୍‌, ଶକ୍ତି କାପୁର, ସୁରେଶ ମେନନ ପ୍ରମୁଖ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ଫିଲ୍ମର ବିଶେଷ ଅତିଥିଭାବରେ ସୁନୀଲ ସେଟ୍ଟୀ ଥଲେ । ଏହା ଏକ ସସ୍‌ପେନ୍ସ ଥ୍ରୀଲର୍‌ ଫିଲ୍ମ । ଯେଉଁଥିରେ ବାପା ମାମରିଯିବା ପରେ ଝିଅ(ସୀନା ସାହାବାଦୀ) ତାର ମାଉସୀ(ଶ୍ୱେତା ଭରଦ୍ୱାଜ) ପାଖରେ ରୁହେ ଏବଂ ବଡ଼ ହେଲା ପରେ ସେ ତାର ମାଉସୀ ପାଖକୁ କାହାକୁ ଆସିବାକୁ ଦିଏ ନାହିଁ । ଆଉ ଯାହା ସହିତ ମାଉସୀ ଅଧିକ ମିଶନ୍ତି ଝିଅ ତାଙ୍କୁ ହତ୍ୟା କରେ । ଏହି ଫିଲ୍ମରେ ଅମାଲ୍‌ ମଲ୍ଲିକ୍‌ ସଂଗୀତ ନିର୍ଦ୍ଦେଶନା ଦେଇ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ ।

ଖବର ଓଡ଼ିଶା ସହିତ ଆଶିଷଙ୍କ ସ୍ୱତନ୍ତ୍ର ସାକ୍ଷାତକାର :

ଫିଲ୍ମ ଦୁନିଆକୁ ଆସିବାବେଳେ ସମସ୍ତଙ୍କ ପ୍ରତିକ୍ରିୟା କଣ ଥିଲା ?

ପ୍ରଥମେ କେହି ବିଶ୍ୱାସ କରିପାରୁ ନ ଥିଲେ । କାରଣ ଛୋଟ ବେଳୁ ଆମିଷ ସ୍ପର୍ଶ କରି ନ ଥିବା ଏବଂ ନିଶାଠାରୁ ବହୁତ ଦୂରରେ ଥିବା ପିଲା ଯିଏ ଘଣ୍ଟା ଘଣ୍ଟା ଧରି ଠାକୁରଙ୍କ ପାଖରେ ସମୟ ବିତାଏ ସେ ଫିଲ୍ମ କେମିତି କରିବ । କିନ୍ତୁ ତାଙ୍କୁ ଭୁଲ ବୋଲି ମୁଁ ପ୍ରମାଣିତ କରିଛି ।

ଆଗକୁ ସ୍ୱପ୍ନ କଣ ରହିଛି ?

ବାସ୍ତବିକ କଥା ବସ୍ତୁକୁ ନେଇ ଫିଲ୍ମ ନିର୍ମାଣ କରିବି । ଯାହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଜିତିବା ପାଇଁ ସ୍ୱପ୍ନ ରହିଛି ।

ଓଡ଼ିଶାରେ ଫିଲ୍ମ ତିଆରି କରିବାକୁ ଇଚ୍ଛା ଅଛି କି ?

ଓଡ଼ିଶାରେ ସୁଯୋଗ ମିଳିଲେ ଏବଂ ସମୟ ମିଳିଲେ ବାସ୍ତବିକ କଥା ବସ୍ତୁକୁ ନେଇ ନିଶ୍ଚିତ ଫିଲ୍ମ ତିଆରି କରିବି ।

ସାକ୍ଷାତକାର ସମୟରେ ସେ କିଛି ମଜାଦାର କଥା ମଧ୍ୟ କହିଛନ୍ତି । କୌଣସି ଜନ୍ମ ଦିନ କିମ୍ବା ବାହାଘର ପାର୍ଟିକୁ ଯିବା ବେଳେ ସେ ଡ୍ରିଂକ୍ସ କରିବା ପରିବର୍ତ୍ତେ ସେ ହର୍ଲିକ୍ସ ପିଅନ୍ତି । ସବୁଠାରୁ ବଡ଼ କଥା ହେଲା ଏ ସବୁ ମଧ୍ୟରେ ସେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାଁନ୍ତି । ନିଜ ପିଲାଙ୍କୁ ଓଡ଼ିଶାର ସଂସ୍କୃତି ସହ ଯୋଡ଼ି ରଖିବାକୁ ମୁମ୍ବାଇରୁ ଆଣି ତାଙ୍କର ପାଠ ପଢ଼ା ଓଡ଼ିଶାରେ କରୁଛନ୍ତି ବୋଲି ଆଶିଷ କହିଛନ୍ତି ।

କ୍ରିକେଟ ମ୍ୟାଚର ଟିକେଟ୍ ଦିଅ, ବର୍ଷେ ପର୍ଯ୍ୟନ୍ତ ମାଗଣାରେ ଚୁଟି କାଟିବି
ନୂଆଦିଲ୍ଲୀ,ସେପ୍ଟେମ୍ବର୧୪(ଖବର ଓଡିଶା): କ୍ରିକେଟର ଯାଦୁ କେମିତି ଲୋକଙ୍କ ମୁଣ୍ଡରେ ଚଢ଼ିଛି ତାର ଉଦାହରଣ ଏବେ ପାକିସ୍ତାନରେ ଦେଖିବାକୁ ମିଳିଛି। ଏଠାରେ ଜଣ ବାରିକ ପାକିସ୍ତାନ ଏବଂ ବିଶ୍ଵ ଏକାଦଶ ମଧ୍ୟରେ ଚାଲିଥିବା ମ୍ୟାଚର ଟିକେଟ୍ ଦେବା ବ୍ୟକ୍ତିଙ୍କୁ ବର୍ଷେ ପର୍ୟ୍ୟନ୍ତ ମାଗଣାରେ ଚୁଟି କାଟିବାର ଅଫର ଦେଇଛନ୍ତି। ୨୦୦୯ ପରେ ପ୍ରଥମ ଥର ପାକିସ୍ତାନ ବିଶ୍ଵ ଏକାଦଶ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ ଆୟୋଜନ କରିଛି। କିନ୍ତୁ ବିଶ୍ଵ ଏକାଦଶରେ କୌଣସି ଭାରତୀୟ ଖେଳାଳି ନାହାନ୍ତି।

ଦୁଇ ଦଳ ମଧ୍ୟରେ ସିରିଜର ୨ଟି ମ୍ୟାଚ ଖେଳା ସିରିଛି ଏବଂ ସିରିଜ ୧-୧ରେ ରହିଛି। ଏହା ମଧ୍ୟରେ ବହାବଲପୁରର ବାରିକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ବାରିକ ନିଜ ଦୋକାନ ଆଗରେ ହୋର୍ଡିଂ ଲଗାଇ ଲେଖିଛି ଯେ ଯିଏ ମ୍ୟାଚର ଗୋଟିଏ ଟିକେଟ୍ ଆଣି ଦେବ ତାଙ୍କୁ ଏକ ବର୍ଷ ପର୍ୟ୍ୟନ୍ତ ମାଗଣାରେ ଚୁଟି କାଟିବେ। ପାକିସ୍ତାନର କ୍ରୀଡା ସାମ୍ବାଦିକ ଏହା ଟ୍ଵିଟ୍ କରି ସୂଚନା ଦେଇଛନ୍ତି।

ତାଙ୍କର ଟ୍ଵିଟ୍ ପରେ ଲୋକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି। କେହି କେହି ଲେଖୁଛନ୍ତି ପାକିସ୍ତାନ ସବୁଠୁ କ୍ରିକେଟ ପ୍ରିୟ ଦେଶ। କେହି ଲେଖୁଛନ୍ତି ଏଠାରେ କ୍ରିକେଟର ଆକର୍ଷକ ଶୀର୍ଷରେ ରହିଛି। ଆଉ କେହି ଲେଖୁଛନ୍ତି ଏମିତି ଅଫର ଦେଇ ବାରିକ ଫାଇଦାରେ ରହିବ। କାରଣ ଗୋଟିଏ ବ୍ୟକ୍ତି ମାସରେ ଥରୁଟିଏ ଚୁଟି କାଟିଥାଏ। ସ୍ଥାନୀୟ ବାରିକ ଚୁଟି କାଟିବା ପାଇଁ ୧୦୦ ଟଙ୍କା ନେଇଥାନ୍ତି।  ଯଦି ଜଣେ ବର୍ଷରେ ୧୨ ଥର ଚୁଟି କାଟିବେ ତେବେ ତାଙ୍କୁ ୧୨୦୦ ଟଙ୍କା ଦେବାକୁ ପଡ଼ିବ। ଏମିତିରେ କ୍ରିକେଟ ମ୍ୟାଚର ଟିକେଟ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ।

ଇସ୍ରାଏଲ ପହଞ୍ଚିଲେ ମୋଦୀ, ଅାଲିଙ୍ଗନ ସହ ନେତନୟାହୁ ହିନ୍ଦୀରେ କଲେ ଦୋସ୍ତ ମୋଦୀଙ୍କ ସ୍ଵାଗତ
ନୂଆଦିଲ୍ଲୀ/ତେଲଅବିବ,ଜୁଲାଇ୦୪(ଖବର ଓଡିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ତିନି ଦିନିଆ ଗସ୍ତରେ ଇସ୍ରାଏଲରେ ପହଞ୍ଚିଛନ୍ତି। ମୋଦୀ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟାରେ ତେଲ- ଅବିବର ବେନ ଗୁରିୟନ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନୟାହୁ ପ୍ରୋଟୋକଲ ଭାଙ୍ଗି ବିମାନବନ୍ଦରରେ ମୋଦୀଙ୍କ ଗରମାଗରମ ସ୍ଵାଗତ କରିଛନ୍ତି। ମୋଦୀ ବିମାନରୁ ଓହ୍ଲାଇବା କ୍ଷଣି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଦୁଇ ଦେଶର ରାଷ୍ଟ୍ରଗାନ ଗାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ହାଥ ଯୋଡ଼ି ହିନ୍ଦୀରେ କହିଲେ ମୋର ସାଥୀ ଆପଣଙ୍କୁ ସ୍ଵାଗତ କରୁଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଐତିହାସିକ ଯାତ୍ରା ଉପରେ ପୁରା ଦୁନିଆର ନଜର ରହିଛି। ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଇସ୍ରାଏଲ ଗସ୍ତ। ମୋଦୀଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ୧୭ ହଜାର କୋଟି ଟଙ୍କାର ରାଜିନାମା ସ୍ଵାକ୍ଷରିତ ହେବାର ସମ୍ଭାବନା ରହିଛି। ମୋଦୀଙ୍କ ଏହି ଗସ୍ତରେ ଇସ୍ରାଏଲର ୧୦ ହେରୋନ ଟିପି ଡ୍ରୋନକୁ ନେଇ ୪୦୦ ମିଲିୟନ ଡଲାରର ମହତ୍ଵପୂର୍ଣ୍ଣ ଚୁକ୍ତି ହୋଇପାରେ। ଭାରତ ଏବେ ପ୍ରାୟ ୭୦ ରୁ ୧୦୦ ଅରବ ମୂଲ୍ୟର ସୈନ୍ୟ ସାମଗ୍ରୀ ଇସ୍ରାଏଲରୁ ଆମଦାନୀ କରିଥାଏ। ଯାହା ଆଗାମୀ ୫ ବର୍ଷରେ ୧୫୦ ଅରବ ଟଙ୍କା ପର୍ୟ୍ୟନ୍ତ ପହଞ୍ଚି ପାରେ।

ମୋଦୀଙ୍କ ଏହି ଗସ୍ତରେ ଇସ୍ରାଏଲ କମ୍ପାନୀଙ୍କୁ ଭାରତରେ ନିବେଶ କରିବାର ସୁଯୋଗ ମିଳିପାରେ। ସବୁଠୁ ବଡ଼ କଥା ଇସ୍ରାଏଲ ଗସ୍ତ କରି ମୋଦୀ ଏହି ସନ୍ଦେଶ ଦେବାକୁ ଚାହୁଁଛନ୍ତି ଯେ ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ର ଦେଶ କେବଳ ଇସ୍ରାଏଲକୁ କେବଳ ଭଲ ବନ୍ଧୁ ମାନୁନାହିଁ, ବରଂ ଏକ ଭଲ ବ୍ୟବସାୟିକ କାରବାର ବନ୍ଧୁରାଷ୍ଟ୍ର ଭାବେ ସଂପର୍କ ରଖିଆସିଛି।

ଓଡିଶା କ୍ରିକେଟ୍ ଜଗତର ଦ୍ରୋଣାଚାର୍ଯ୍ୟ ପ୍ରଶାନ୍ତ କୁମାର ଦାସଙ୍କ ସହ ସାକ୍ଷାତକାର
କଟକ, ଜୁନ ୧୨(ଖବର ଓଡିଶା): ପ୍ରଶିକ୍ଷକର କେବେ ବି ଅବସର ନଥାଏ କିମ୍ବା ନିର୍ଦ୍ଦିଷ୍ଟ କୌଣସି ଚାକିରି ନଥାଏ ନିଜର ଜିଦ୍ ଏବଂ ଇଚ୍ଛାଶକ୍ତି ପ୍ରକୃତ ପ୍ରଶିକ୍ଷକର ପରିଚୟ ଦେଇଥାଏ ପରଦା ପଛର ନାୟକଙ୍କ ଭୂମିକା ସମସ୍ତଙ୍କୁ ଜଣା । କିନ୍ତୁ ଏମିତି ବି କେତେ ବ୍ୟକ୍ତି ଅଛନ୍ତି ଯାହାକୁ ପରଦା ପଛର ନାୟକ କହିଲେ ଅତ୍ୟକ୍ତି ହେବ ନାହିଁ ସେହି ନାୟକ ହେଉଛନ୍ତି ପ୍ରଶାନ୍ତ କୁମାର ଦାସ ଯିଏ କି କଟକର ଜଣେ କ୍ରିକେଟ୍ ପ୍ରଶିକ୍ଷକ ଭାବରେ ବେଶ୍ ଜଣାଶୁଣା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ଜାଣିବା..

୧. ଆପଣ କେତେ ବର୍ଷ ହେବ ଏଠାରେ ଖେଳ ପଶିକ୍ଷଣ ଦେଉଛନ୍ତି -

ଉ- କ୍ରିକେଟ୍ ପ୍ରତି ମୋର ପୂର୍ବରୁ ବହୁତ ଦୁର୍ବଳତା ଥିଲା ମୁଁ ପୂର୍ବରୁ ଅନେକ କ୍ଲବ ମ୍ୟାଚ ଖେଳିଥିଲି କିନ୍ତୁ ମୋ କ୍ରିକେଟ ଦୁନିଆରେ ମୋ ସ୍ୱପ୍ନ କ୍ଲବ ମ୍ୟାଚ ଭିତରେ ସୀମିତ ହୋଇ ରହିଗଲା କିନ୍ତୁ ମୋ ମନରେ ଦୃଢ ବିଶ୍ୱାସ ଥିଲା ଯେ ଓଡିଶା କ୍ରିକେଟ୍ ଜଗତ ପାଇଁ କିର୍ତ୍ତିଅର୍ଜନ କରିବି ବୋଲି ଅନ୍ୟ ଖେଳାଳିଙ୍କ ଭିତରେ ନିଜକୁ ଦେଖିବାକୁ ବହୁତ ଇଚ୍ଛା ଥିଲା ସେଥି ପାଇଁ ୧୯୮୦ ମସିହାରେ ଏକ କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଥିଲି ଯାହା କି ଏବେ ପ୍ରଶାନ୍ତ କ୍ରିକେଟ ଏକାଡେମି ନାମରେ ନାମିତ ଅଛି

୨.ଆପଣ ଏହି ପନ୍ଥାକୁ ପିଲାଙ୍କ କ୍ରିକେଟ୍ ଜଗତରେ କ୍ୟାରିୟର କରିବା ପାଇଁ ନା ରୋଜଗାର ହିସାବରେ
ପ୍ରଶିକ୍ଷଣ ଦେଉଛନ୍ତି –
ଉ- ପିଲାଙ୍କୁ କେବଳ କ୍ରିକେଟ୍ ପ୍ରଶିକ୍ଷଣ ଦେବା ମୋର ପେଶା ନୁହେଁ, ଏହା ହେଉଛି ମୋର ଲକ୍ଷ୍ୟ କାରଣ ଓଡିଶା କ୍ରିକେଟ ଜଗତ ପାଇଁ କିଛି ତାରକା ସୃଷ୍ଟି କରିବା ଅର୍ଥ, ଯେଉଁମାନେ ଆଗକୁ ଯାଇ ବିଶ୍ୱ ସ୍ତରରେ କିଛି ନୂଆ ଅଧ୍ୟାୟ ସୃଷ୍ଟି କରିବେ ଏବଂ ନିଜର ସାମର୍ଥ୍ୟ ଦେଖାଇପାରିବେ

୩.ପ୍ରତି ବର୍ଷ ଆପଣଙ୍କ ପାଖକୁ କେତେ ପିଲା ପ୍ରଶିକ୍ଷଣ ନେବା ପାଇଁ ଆସୁଛନ୍ତି  ଏବଂ ଆପଣଙ୍କ ପ୍ରଶିକ୍ଷତା ଆରମ୍ଭରୁ ଏବେ ପର୍ଯ୍ୟନ୍ତ କେତେ କ୍ରିକେଟ ତାରକା ସୃଷ୍ଟି କରିସାରିଲେଣି -
ଉ- ମୋର ଏହି ଏକାଡେମିରେ ବର୍ଷର ୩୬୫ ଦିନ ପ୍ରଶିକ୍ଷଣ ଦିଆଯାଏ ପ୍ରତିବର୍ଷ ଏଠାକୁ ୫୦ରୁ ୬୦ ପିଲା ତାଲିମ ନେବା ପାଇଁ ଆସନ୍ତି ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରୁଥିବା ଅଳ୍ପ କେତେକ ପିଲା କ୍ରିକେଟ ଜଗତରେ କ୍ୟାରିୟର କରିବାରେ ସକ୍ଷମ ହୁଅନ୍ତି ମୋ ପାଖରୁ ତାଲିମ ପାଇ ଅନେକ କ୍ରୀଡାବିତ ନିଜର ଯୋଗ୍ୟତା ବଳରେ ଓଡିଶା କ୍ରିକେଟ ଜଗତରେ  ନିଜର ପରିଚୟ ସୃଷ୍ଟି କଲେଣି

ସମାନଙ୍କ ମଧ୍ୟରୁ କେତେକଙ୍କ ପ୍ରତିକ୍ରିୟା -

ବିପ୍ଲବ ସାମନ୍ତରାୟ - ଓଡିଶା ରଣଜୀ କ୍ୟାପଟେନ୍,ପୂର୍ବତନ ଆଇପିଏଲ ଖେଳାଳୀ

ମୁଁ କ୍ରିକେଟ ଜଗତକୁ ଆସିବା ପୂର୍ବରୁ ଟେନିସ ଏବଂ ରବର ବଲରେ ଖେଳୁ ଥିଲି କିନ୍ତୁ ପରବର୍ତ୍ତୀ ସମୟରେ ୧୯୯୯ ମସିହା ଡିସେମ୍ବର ମାସରେ ପ୍ରଶାନ୍ତ ସାରଙ୍କ ପ୍ରଶିକ୍ଷଣରୁ ମୁଁ ପ୍ରଫେସନାଲ କ୍ରିକେଟ ଜଗତରେ ପାଦ ଥାପିଲି ସାରଙ୍କ ପାଖରୁ ମୁଁ ବ୍ୟାଟ ଧରିବା ଠାରୁ ଆରମ୍ଭ କରି  କ୍ରିକେଟରେ ଡ୍ରାଇଭ ଏବଂ ଡିଫେନ୍ସ କଣ ଶିଖିଥିଲି ସେସବୁ ଦିନ ମୋ ପାଇଁ ସବୁଠାରୁ ସ୍ମରଣୀୟ ଦିବସ ହୋଇ ରହିବ

ପ୍ରଶାନ୍ତ ସାରଙ୍କ ବ୍ୟକ୍ତିତ୍ୱ ହେଉଛି ସରଳ ଏବଂ ଅନ୍ୟୂନ ଯାହାଙ୍କ କେବଳ ଗୋଟିଏ ସ୍ୱାର୍ଥ ଯେ, ଓଡିଶା କ୍ରିକେଟ ପାଇଁ କିଛି ତାରକାମାନ ସୃଷ୍ଟି କରିବା ଓଡିଶା କ୍ରିକେଟ ଜଗତ ପାଇଁ ତାଙ୍କର ବହୁତ ଅବଦାନ ରହିଛି ସେ ହେଉଛନ୍ତି ଗୋଟିଏ ମାତ୍ର ପ୍ରଶିକ୍ଷକ ଯିଏ ନିଜର ପରିବାର ବର୍ଗଙ୍କୁ ସମୟ ଦେବା ବଦଳରେ ସାରା ଦିନ ଖେଳ ପଡିଆରେ ସମୟ ଅତିବାହିତ କରନ୍ତି ସାର ମୋ ପାଇଁ କେବଳ ଗୁରୁ ନୁହେଁ, ଭଗବାନ ସଦୃଶ ମଧ୍ୟ (ଓଡିଶା କ୍ରିକେଟ ସଂଘ)ଓସିଏ ପାଇଁ ସାରଙ୍କ ଅବଦାନ ବହୁଳ ଯାହା ସଂଘ ପାଇଁ ଗର୍ବ ଓ ଗୌରବର ବିଷୟ ସେଥିପାଇଁ ମୋର ଓସିଏ ପ୍ରାଧିକାରିଙ୍କୁ ଗୋଟିଏ ଅନୁରୋଧ ଯେ ଭବିଷ୍ୟତରେ ସାରଙ୍କୁ ଲାଇଫ ଟାଇମ ଆକ୍ଚିଭମେଣ୍ଟ ଆୱାର୍ଡ ଦିଆଯାଉ

ଅବିନାଶ ଶାହା - ଓଡିଶା ରଣଜୀ ଖେଳାଳୀ
ମୋ କ୍ୟାରିୟର ଆରମ୍ଭରେ ସାରଙ୍କ ଅବଦାନ ପ୍ରଥମ  ମୁଁ ଯେତେବେଳେ ୭ ବର୍ଷରୁ ଖେଳ ପ୍ରଶିକ୍ଷଣ ନେବା ଆରମ୍ଭ କଲି ପ୍ରଥମେ ପ୍ରଶାନ୍ତ ସାରଙ୍କଠୁ ଶିଖିଥିଲି ସାର ଗୋଟେ ପିଲାକୁ ପ୍ରଶିକ୍ଷଣ ଦେବା ସମୟରେ ଅଧିକ ଗେମ ପ୍ଲାନ ଏବଂ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥାନ୍ତି ଖରା ଏବଂ ବର୍ଷାର କୌଣସି  ପ୍ରଭାବ ତାଙ୍କ ଉପରେ ପଡେନି ପିଲାଙ୍କୁ ନେଇ କେମିତି ଗେମ ପ୍ଲାନ କରାଯିବ ତାଙ୍କୁ ବେଶ ଭଲ ଭାବରେ ଜଣା ତାଙ୍କ ପାଇଁ ସ୍ୱାଭିମାନ ବହୁତ ବଡ   ମୋ କ୍ୟାରିୟର ସବୁ ଶ୍ରେୟ ମୁଁ ସାରଙ୍କୁ ଦେବାକୁ ଚାହିଁବି

ଧୀରଜ ସିଂହ - ଓଡିଶା ରଣଜୀ ଖେଳାଳୀ
ପ୍ରଶାନ୍ତ ସାର ତାଙ୍କ ଜୀବନରେ ଅନେକ ବିଦ୍ୱାନ ଖେଳାଳୀ ବାହାର କରିଛନ୍ତି ଯେମିତିକି ଓଡିଶା ରଣଜୀ ଦଳର ଅଧିକାଂଶ ଖେଳାଳୀ ସାରଙ୍କଠୁ ପ୍ରଶିକ୍ଷଣ ନଉଥିଲେ ତାଙ୍କ ଭିତରୁ ମୁଁ ଜଣେ  ମୋ କ୍ରିକେଟ କ୍ୟାରିୟରରେ ବୋଲିଂ କରିବା ଶୈଳି ଓ ବ୍ୟାଟସମ୍ୟାନଙ୍କୁ ଧରାଶାୟୀ କରିବାର କୌଶଳ ମୁଁ ତାଙ୍କଠୁ ଶିଖିଥିଲି ତାଙ୍କ ପ୍ରତି ମୋ ଭଲ ପାଇବା ସଦାସର୍ବଦା ଅଛି ଏବଂ ରହିଥିବ ମଧ୍ୟ ସେହିଭଳି ଗୁରୁଙ୍କ ବିଷୟରେ କିଛି ବର୍ଣ୍ଣନା କରିବା ମୋ ପକ୍ଷେ ଏକ ବଡ ମୂର୍ଖାମୀ ହେବ ମୁଁ ଆଜୀବନ ତାଙ୍କୁ ଭୁଲି ପାରିବିନି

୪.ଆପଣ ନିଜ ପରିବାରକୁ ଛାଡି ସବୁବେଳେ ଖେଳ ପଡିଆରେ ପିଲାଙ୍କୁ ପ୍ରଶିକ୍ଷଣ ଦେବାରେ ସମୟ ଅତିବାହିତ କରୁଛନ୍ତି ଏହାକୁ ନେଇ ଆପଣଙ୍କ ଘର ଲୋକ କେତେ ଖୁସି -
ମୋର ଗୋଟିଏ ପୁଅ ଝିଅ ଉଭୟ ନିଜେ ନିଜର ଭରଣ ପୋଷଣ କରିବାରେ ସମ୍ପୂର୍ଣ୍ଣ ଯୋଗ୍ୟ ପୁଅ ଏକ ଇନ୍ସୁରାନ୍ସ କମ୍ପାନୀରେ ଚାକିରୀ କରୁଥିବା ବେଳେ ଝିଅ ଡିଏଭି ସ୍କଲରେ କାର୍ଯ୍ୟରତ ଅଟେ କ୍ରିକେଟ ପ୍ରତି ମୋ ପାଗଳାମୀ ଯୋଗୁଁ ଘରେ ସବୁବେଳେ ମୋ ଉପରେ ବିରକ୍ତ ହୁଅନ୍ତି କିନ୍ତୁ ମୁଁ ଗୋଟିଏ କଥା ସବୁବେଳେ ମନରେ ଭାବେ କ୍ରିକେଟ ପଡିଆ ହେଉଛି ମୋ ଘର ଏବଂ ମୋ ପାଖରେ ପ୍ରଶିକ୍ଷଣ ପାଉଥିବା ପିଲା ମାନେ ହେଉଛନ୍ତି ମୋ ପରିବାର

୫.ଆପଣଙ୍କ ଏହି ବଳିଦାନ ପାଇଁ ଆପଣ କେଉଁଠୁ ସମ୍ମାନିତ ହୋଇଛନ୍ତି -
- କୌଣସି ସଭା ବା କୌଣସି ପୁରସ୍କାର ବିତରଣ କେନ୍ଦ୍ରରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିବା ପ୍ରକୃତ ଶିକ୍ଷକର ପୁରସ୍କାର ହୋଇନଥାଏ ତା ପାଇଁ ସବୁଠୁ ବଡ ହେଉଛି ତାଠୁ ପ୍ରଶିକ୍ଷଣ ପାଇଥିବା ଶିଷ୍ୟ ଆଗକୁ ଯାଇ ସୁନାମ ଅର୍ଜନ କରିବା ଯାହା ମୋ ପାଇଁ ପ୍ରକୃତ ସମ୍ମାନ

୬.ଆପଣଙ୍କ କ୍ରିକେଟ ଆସୋସିଏସନ ପାଇଁ ସରକାର କିମ୍ବା (ଓଡିଶା କ୍ରିକେଟ ସଂଘ)ଓସିଏ ପକ୍ଷରୁ କିଛି ଟଙ୍କା ରାଶି କିମ୍ବା ସହାୟତା ମିଳେ ନା ନାହିଁ -
ଉ- ମୁଁ ଆଜିକୁ ୩୭ ବର୍ଷ ହେବ ଏଠାରେ କ୍ରିକେଟ ଖେଳ ପ୍ରଶିକ୍ଷଣ ଦେଇ ଆସୁଛି ସରକାର କିମ୍ବା ଓସିଏ ଠାରୁ ମୋତେ କୌଣସି ଆର୍ଥିକ ଅନୁଦାନ ମିଳେ ନାହିଁ  କିମ୍ବା ମୁଁ କେବେ କାହାଠୁ କିଛି ଆଶା କରିନାହିଁ ଓସିଏକୁ ନୈତିକ ଦୃଷ୍ଟିରୁ ମୁଁ ସଦାସର୍ବଦା ସମର୍ଥନ କରିଥାଏ

୭.ଆଜି ଓଡିଶା କ୍ରିକେଟ ଖେଳାଳୀ ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ପଛରେ କାହିଁକି -
ଉ- ଏହା ସମ୍ପର୍ଣ୍ଣ ଭାବରେ ମିଥ୍ୟା ଅଟେ ଓଡିଶା କ୍ରିକେଟ ଖେଳାଳୀ ବର୍ତ୍ତମାନ କୌଣସି ସ୍ଥାନରେ ପଛରେ ନାହାନ୍ତି ସେମାନେ ଏବେ ଅନ୍ୟ ରାଜ୍ୟ ମାନଙ୍କୁ ଖେଳରେ ପଛରେ ପକାଇ ଆଗକୁ ବଢିଲେଣି ଓସିଏ ଅଧିକାରୀଙ୍କୁ ମୋର ଗୋଟିଏ ଅନୁରୋଧ ରଣଜୀ ଖେଳାଳୀ ମାନଙ୍କୁ ଆହୁରି ଉନ୍ନତ ମାନର ପ୍ରଶିକ୍ଷଣ ଦିଆଯାଉ ତେବେ ଓଡିଶା ଖେଳାଳୀଙ୍କୁ ଆଗକୁ ନେବା ପାଇଁ ଏହା ଏକ ଶୁଭ ସଂକେତ ହୋଇପାରେ

୮.ଓଡିଶା ଯୁବ ଖେଳାଳୀ ମାନଙ୍କୁ କଣ କହି ପ୍ରେରଣା ଦେବା ପାଇଁ ଚାହିଁବେ -
ଉ- କ୍ରିକେଟ ଏକ ସାଧନା ଏବଂ ତପସ୍ୟା ଅଟେ ଏହାକୁ ସ୍ୱପ୍ନ ଭାବିବା ଭୁଲ ଅଟେ ସାଧନା ତପସ୍ୟା ଯେତେ କଷ୍ଟ ହେବ ପରେ ସେତେ ମିଠା ହେବ ଠିକ୍ ସେହିପରି ରଣଜୀ ସ୍ତରକୁ ନିଜ ଲକ୍ଷ୍ୟ ସ୍ଥଳ ନଭାବି ଖେଳରେ ଭଲ ପ୍ରଦର୍ଶନ କରି ଆନ୍ତର୍ଜାତିକ ସ୍ତରକୁ ଯାଇ ସେଠି କିପରି ନିଜର ପରିଚୟ ସୃଷ୍ଟି କରିପାରିବ ତାହା ଚିନ୍ତା କଲେ ବୋଧ ହୁଏ ଭଲ ହେବ

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଓଡିଶା କ୍ରିକେଟ ଜଗତର ସେହି ପରଦା ପଛର ନାୟକ ଯିଏ କି ନିଜର ସାରା ଜୀବନ କ୍ରିକେଟ ପ୍ରଶିକ୍ଷଣ ଦେବାରେ ଉତ୍ସର୍ଗ କରିଦେଇଛନ୍ତି ତାଙ୍କ ଠାରୁ ପ୍ରଶିକ୍ଷଣ ପାଇ ଓଡିଶା କ୍ରିକେଟ ଜଗତର ସୁବର୍ଣ୍ଣ ବହୁ ନାମ ଲେଖାଇ ଥିବା ତାରକା ମାନେ ହେଲେ ହଳଧର ଦାସ (ରଣଜୀ ଖେଳାଳୀ,ପୂର୍ବତନ କ୍ୟାପଟେନ), ବିପ୍ଲବ ସାମନ୍ତରାୟ(ରଣଜୀ ଖେଳାଳୀ ଏବଂ ପୂର୍ବତନ ଆଇପିଏଲ ଖେଳାଳୀ) ରଣଜୀ ଖେଳାଳୀଙ୍କ ମଧ୍ୟରେ ଅଛନ୍ତି ଅରବିନ୍ଦ ସଂହ, ଧୀରଜ ସଂହ, ଦୀପକ ବେହେରା, ଅବିନାଶ ଶାହା ଏବଂ ଜୁନିୟର ସ୍ତରର ଖେଳାଳୀ ମାନେ ହେଲେ ପ୍ରତୀକ ଅନୁରାଗ ଦାସ (ବିଜୟ ହାଜାରେ ଟ୍ରଫି ସହ ଅଣ୍ଡର ୨୨) ସେହିପରି ୧୯ ବର୍ଷରୁ କମ୍ ଖେଳାଳୀରେ ଅଛନ୍ତି ସୁଧାଂଶୁ ସାମଲ ଓ ଶୁଭ୍ରାଂଶୁ ସାମଲ ଶେଷରେ ଇଷ୍ଟ ଜୋନ,ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଖେଳୁଥିବା ସୌଭାଗ୍ୟ ମିଶ୍ର ତାଙ୍କଠୁ ପ୍ରଶିକ୍ଷଣ ନେଇଛନ୍ତି

ଦୁଃଖର ବିଷୟ ଯେ, ଶ୍ରୀ ପ୍ରଶାନ୍ତ କୁମାର ଦାସ ତାଙ୍କ ଜୀବନର ସର୍ବସ୍ୱକୁ ଉତ୍ସର୍ଗ କରି ଏହି ଦୀପ୍ତିମାନ ପ୍ରଭାବଶାଳୀ ଖେଲାଳୀ ଓଡିଶା କ୍ରିକେଟ ଜଗତ ପାଇଁ ଭେଟି ସୂରୁପ ଦେଇଛନ୍ତି କିନ୍ତୁ ନିଜେ ଯେମିତି ଆଜି ଚୁଲିର ଅଙ୍ଗାର ହୋଇଯାଇଛନ୍ତି ଆଗରୁ ଯେମିତି ସେ ସାଇକେଲ ନେଇ ଖେଳ ପଡିଆକୁ ଆସୁଥିଲେ ଏବେ ମଧ୍ୟ ସେହିଭଳି ଆସୁଛନ୍ତି ତାଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସିନାହିଁ

ରିପୋର୍ଟ- ଶିବଶଙ୍କର ସିଂହ

ମୋ ସଫଳତାର ଶ୍ରେୟ ମୁଁ ମୋ ସ୍ୱାମୀଙ୍କୁ ଦେବି: ପଲ୍ଲବୀ (ଓଏଏସ୍‌ ମହିଳା ଟପ୍ପର)
କଥାରେ ଅଛି ପ୍ରତିଟି ପୁରୁଷର ସଫଳତା ପଛରେ ଜଣେ ନାରୀର ହାତ ଥାଏ । ତେବେ ଦୁନିଆଁରେ କିଛି ଏପରି ପୁରୁଷ ଅଛନ୍ତି, ସେ ତାଙ୍କ ପତ୍ନୀଙ୍କ ସଫଳତା ପଛର କାହାଣୀ ପାଲଟିଥାନ୍ତି। ସେପରି ଏକ ଉଦାହରଣ ମିଳିଛି ଗୁରୁବାର ପ୍ରକାଶ ପାଇଥିବା ଓଏଏସ୍‌ର ସଫଳତା ତାଲିକାରେ। ଓଏଏସ୍‌-୨୦୧୫ରେ ନାରୀଙ୍କ ମଧ୍ୟରେ ପ୍ରଥମ ଏବଂ ମୋଟାମୋଟି ଭାବେ ତୃତୀୟ ସ୍ଥାନ ଅଧିକାର କରିଥିବା ପଲ୍ଲବୀ ସ୍ୱାଇଁ ଏବଂ ତାଙ୍କ ପତି ତଥା ଓଏଏସ୍‌ରେ ୧୬ତମ ସ୍ଥାନ ଅଧିକାର କରିଥିବା ଶିବାଶିଷ ବରାଳଙ୍କ କାହାଣୀ କିଛି ଏପରି। ତେବେ ସବୁଠାରୁ ଆଶ୍ଚର୍ୟ୍ୟ କଥା ହେଉଛି ଦୁହେଁ ଏକାସାଙ୍ଗରେ ଏହି ସଫଳତା ଲାଭ କରିଛନ୍ତି। ତାଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର:-

ପ୍ରଶ୍ନ: ଓଡ଼ିଶା ପ୍ରଶାସନିକ ବିଭାଗରେ ନାରୀମାନଙ୍କ ମଧ୍ୟରେ ପ୍ରଥମ ଏବଂ ମୋଟ ଉପରେ ୩ୟସ୍ଥାନ ଅଧିକାର କରିବା ପରେ କିପରି ଲାଗୁଛି?

ଉତ୍ତର: ବହୁତ ଖୁସି ଲାଗୁଛି। ମୋର ପରିଶ୍ରମର ଫଳ ମିଳିବ ବୋଲି ଭାବିଥିଲି। ମାତ୍ର ଏତେ ଭଲ ନମ୍ବରରେ, ଭଲ  ପୋଷ୍ଟରେ ମିଳିବ ବୋଲି ଭାବିନଥିଲି। ପରିଶ୍ରମରୁ ଅଧିକ ମୋତେ ମିଳିଛି ଯାହାକୁ ଶଦ୍ଦରେ କହିବା ଅସମ୍ଭବ।

ପ୍ରଶ୍ନ: ପେଷାରେ ଆପଣ ଜଣେ ପଶୁ ଚିକିତ୍ସକ। ତେବେ ଓଏଏସ୍‌ ପରୀକ୍ଷା ଦେବା ପାଇଁ ଆଗ୍ରହ କିପରି ଆସିଲା?

ଉତ୍ତର: ଆଗ୍ରହର ସ୍ରୋତ ହେଉଛନ୍ତି ମୋର ସ୍ୱାମୀ । ମୁଁ ମୋର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପେଷାକୁ ଆପଣାଉ ଥିଲି। ମାତ୍ର ସେ ମୋତେ ପ୍ରଶାସନିକ ବିଭାଗରେ ନିଜକୁ ଆଗକୁ ନେବାପାଇଁ ଗୋଟିଏ ସୁଯୋଗ ନେବା ପାଇଁ ପ୍ରସ୍ତାବ ଦେଇଥିଲେ। ଯେହେତୁ ସେ ମଧ୍ୟ ଓଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିଲେ ମୋତେ ଏଥିରେ ସହଯୋଗ କରିବା ପାଇଁ କହିଥିଲେ। ମୁଁ ରାଜି ହୋଇଥିଲି।

ପ୍ରଶ୍ନ: ସଫଳତାର ଶ୍ରେୟ କାହାକୁ ଦେବେ ?

ଉତ୍ତର: ମୋ ସଫଳତାର ୫୦% ମୋ ଜୀବନର ପ୍ରତିଟି ପାହାଚରେ ଛିଡ଼ା ହୋଇଥିବା ବ୍ୟକ୍ତି ତଥା ମୋ ସ୍ୱାମୀଙ୍କୁ ଦେବାକୁ ଚାହିଁବି। ମାତ୍ର ତାଙ୍କ ସହିତ ମୋ ବାପା ମାଙ୍କର ମୋ ଉପରେ ବିଶ୍ୱାସ ତା ସହ ମୋ ଶାଶୁ ଶଶୁରଙ୍କର ଆର୍ଶିବାଦ ଏବଂ ସହଯୋଗ ଏଥିପାଇଁ ବିଶେଷ ଭାବେ ଦାୟୀ। ତେବେ ଆଉ ଜଣେ ବ୍ୟକ୍ତିବିଶେଷ ତଥା ଜେଜେଶ୍ୱଶୁର ଯିଏ କି ଜଣେ ଓଏସ୍‌ ଥିଲେ ଏଥିପାଇଁ ମୋତେ ବହୁତ ପ୍ରେରଣା ଦେଇଛନ୍ତି।

ପ୍ରଶ୍ନ: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ।ଏହାକୁ ନେଇ ଆପଣଙ୍କର ମତ କ?

ଉତ୍ତର: ନିଶ୍ଚିତ। ବିନା କଷ୍ଟରେ କିଛି ବି ହାସଲ କରିହେବ ନାହିଁ। କଷ୍ଟ କରିବା ପରେ ଯେଉଁ ସଫଳତା ମିଳେ ତାର ସ୍ୱାଦ ନିଆରା। ବହୁତ କାମ କରିବାକୁ ପଡ଼ୁଥିବା ସମୟରେ କଷ୍ଟ ଲାଗୁଥିଲେ ବି ତା ପଛର ସଫଳତା ବିଷୟରେ ଭାବି କଷ୍ଟ କରିଚାଲିବା ଉଚିତ୍‌ । ସଫଳତା ଆପଣାଛାଏଁ ମିଳିବ।

ପ୍ରଶ୍ନ: ଆପଣ ଓଡ଼ଶାରେ ତୃତୀୟ ସ୍ଥାନ ଏବଂ ଆପଣଙ୍କ ସ୍ୱାମୀ ୧୬ ସ୍ଥାନ ଅର୍ଜନ କରିଛନ୍ତି। ଏ ବିଷୟରେ କଣ କହିବେ ?

ଉତ୍ତର: ମୁଁ ତୃତୀୟ ସ୍ଥାନରେ ମୁଁ ମୋ ସ୍ୱାମୀଙ୍କୁ ଦେଖୁଛି। କାରଣ ତାଙ୍କର ଚେଷ୍ଟା ଏବଂ ସାହସ ଆଜି ସଫଳ ହୋଇଛି। ସେଥିପାଇଁ ଆମେ ଜିତିଛୁ ଏବଂ ଆମେ ପାଇଛୁ କହିଲେ ଭୁଲ ହେବ ନାହିଁ ।

ପ୍ରଶ୍ନ: ବିବାହପରେ ଚାକିରି ତା ସହ ପାଠପଢ଼ା କିପରି ସନ୍ତୁଳନ ରକ୍ଷା କରୁଥିଲେ?

ଇତ୍ତର: ହଁ । ପ୍ରଥମେ ଥକା ଲାଗୁଥିଲା। ପାଠପଢ଼ିବା ପାଇଁ ସମୟ ମିଳୁନଥିଲା। ମାତ୍ର ଧିରେ ଧିରେ ସମୟର ଉପଯୋଗ କରିବା ଶିଖିଲି । ବିବାହ ପରେ ତ ଘରସଂସାର କଥା ବୁଝିବାକୁ ପଡ଼ିବ । ତାକୁ ଆଖିଠାର ମାରି ହେବ ନାହିଁ । ତେଣୁ ସବୁକାମ କରି କେମିତି ପାଠପଢ଼ି ହେବ ତାହା ନିଷ୍ପତି ନେଇଥିଲି । ଆଜି ସଫଳତା ଦେଖି ଲାଗୁଛି ସଫଳ ହୋଇଛି ।

ପ୍ରଶ୍ନ: ବିବାହ ପରେ ପଢ଼ିବାକୁ ଚାହୁଁଥିବା ଗୃହିଣୀମାନେ ସମୟର ଅଭାବ ଯୋଗୁଁ ଆଗକୁ ବଢ଼ିପାରୁ ନାହାନ୍ତି। ସେମାନଙ୍କୁ ସଫଳତା ପାଇବା ପାଇଁ କଣ କରିବା ଉଚିତ୍?

ଉତ୍ତର: ଯେଉଁମାନେ ବିବାହ ପରେ ପଢ଼ାପଢ଼ି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ କହିବି ମନୋବଳ ବଡ଼ କଥା। ଯଦି ମନୋବଳ ଅଛି ତେବେ ସବୁକିଛି କରିପାରିବେ। ବିବାହ ପରେ କାହାକୁ ମୋ ପରି ସହଯୋଗ ମିଳିପାରେ ନଚେତ୍‌ ମିଳିନପାରେ ତେବେ ଯାହା ବି ହେଉ ନିଜପାଇଁ ସମୟ ବାହାର କରନ୍ତୁ। ସମୟର ସୁବିନିଯୋଗ କରନ୍ତୁ। ମୁଁ ପାରିଲି ଆପଣ ପାରିବେ।

ପ୍ରଶ୍ନ: ଭବିଷ୍ୟତ ପାଇଁ କଣ ଯୋଜନା ରଖିଛନ୍ତି?

ଉତ୍ତର: ଏବେ ମୂଳଦୁଆ ପଡ଼ିଲା । ସମୟ ଆଗକୁ ଯୁଆଡ଼େ ନେବ ଯିବାକୁ ଚାହିଁବି ।

ଆସନ୍ତୁ ଜାଣିବା କଣ କୁହନ୍ତି ପଲ୍ଲବୀଙ୍କ ସ୍ୱାମୀ ତଥା ଓଏଏସ୍‌ରେ ୧୬ ସ୍ଥାନ ଅଧିକାର କରିଥିବା ଶିବାଶିଷ ବରାଳ:

ପ୍ରଶ୍ନ: ଆପଣଙ୍କ ପତ୍ନୀ ନାରୀମାନଙ୍କ ମଧ୍ୟରେ ପ୍ରତମ ସ୍ଥାନ ଅଧିକାର କରିବାର ସଫଳତା ଲାଭ କରିଛନ୍ତି। କେତେ ଖୁସି ଆପଣ?

ଉତ୍ତର: ସବୁଠାରୁ ଅଧିକ ଖୁସି। ମୁଁ ପଲ୍ଲବୀଙ୍କୁ ଯେଉଁ ସଫଳତା ପାଉଥିବା ଅବସ୍ଥାରେ ଦେଖିବାକୁ ଚାହୁଁଥିଲି ସେ ସେଠାରେ ପହଞ୍ଚିଛନ୍ତି। ମୋ ସଫଳତା ପୂର୍ବରୁ ମୁଁ ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି।

ପ୍ରଶ୍ନ: ଆପଣଙ୍କ ମନରେ ଓଏଏସ୍‌ ପାଇବାର ଇଚ୍ଛା କିପରି ଆସିଲା?

ଉତ୍ତର: ମୁଁ ୨୦୦୭ରେ ଓୟୁଏଟିରେ ପଢ଼ା ସାରି ଆଇସିଆଇ ଲୋମ୍ୱାର୍ଡ଼ରେ ରୁରାଲ ଏବଂ ଏଗ୍ରୀ ବିଜିନେସରେ ସାଢ଼େ ତିନିବର୍ଷ କାମ କରିଛି। ସେଠାରୁ ମୋତେ ସାହସ ମିଳିଲା ଯେ ମୁଁ ବି ପ୍ରଶାସନିକ ବିଭାଗରେ ନିଜକୁ ପ୍ରମାଣିତ କରିପାରିବି। ପରେ ୨୦୧୧ରେ ମୁଁ ଉତ୍ତରାଖଣ୍ଡର ଜେ.ବି. ପାନ୍ତ ୟୁନିଭରସିଟିରେ ମୋର ବାକି ପଢ଼ା ସାରିଥିଲି। ତା ସହ ମୁଁ ଏଥିପାଇଁ ପ୍ରସ୍ତୁତ ହେଉଥିଲି। ଶେଷରେ ସଫଳତା ମିଳିଛି ।

ପ୍ରଶ୍ନ: ଭବିଷ୍ୟତ ପାଇଁ କି ଯୋଜନା କରିଛନ୍ତି?

ଉତ୍ତର: ଏବେ ତ ହରିୟାନାର ନ୍ୟାସନାଲ୍‌ ଡ଼େଇରି ରିସର୍ଚ ଇନଷ୍ଟିଚ୍ୟୁଟ(ଏନ୍‌ ଡ଼ି ଆର୍‌ ଆଇ)ରେ ପି.ଏଚ.ଡ଼ି କରୁଛି। ତେବେ ଯେବେ ପୋଷ୍ଟିଂ ମିଳିବ ସେତେବେଳେ ଚାକିରିରେ ଯୋଗଦେବି।

ପକ୍ଷୀ ସୁରକ୍ଷାର ଇଛା କମି କମି ଯାଉଛି : ଡଃ. ୟୁ.ଏନ୍‌. ଦେବ
ଶ୍ରଦ୍ଧାରେ ତାଙ୍କୁ କେହି କେହି ପକ୍ଷୀରାଜା ଭାବେ ଡାକିଥାନ୍ତି। ବିଶିଷ୍ଟ ପକ୍ଷୀ ଗବେଷକ, ଲେଖକ, ଫଟୋଗ୍ରାଫ୍‌ର ଓ ପକ୍ଷୀ ପ୍ରେମୀ ଡଃ. ୟୁ.ଏନ୍‌.ଦେବଙ୍କୁ  ବାଦ୍‌ ଦେଇ ଓଡିଶାର ପକ୍ଷୀ ଚର୍ଚ୍ଚା ଅଧୁରା। ପକ୍ଷୀ ଶିକାର ପାଇଁ‘ବାଜ ସଂହିତା’ରୁ ପକ୍ଷୀଙ୍କ ଚରିତ୍ର ପଢ଼ୁ ପଢ଼ୁ ସେ ନିଜେ ଦେଶର ଜଣେ ସଫଳ ପକ୍ଷୀ ବିଷାରଦ ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି। ପକ୍ଷୀତୀର୍ଥ ଚିଲିକାରେ ପକ୍ଷୀ ସଂଖ୍ୟା ବ୍ରାଜକ ପକ୍ଷୀଙ୍କ ସ୍ଥିତି ଓ ସମସ୍ୟା ସମ୍ପର୍କରେ ତାଙ୍କ ସହ ଆଳାପର କିଛି ଅଂଶ।

ପ୍ରଶ୍ନ : ଚିଲିକା ପକ୍ଷୀଙ୍କ ପାଇଁ କେତେ ଅନୁକୂଳ ?

ଉତ୍ତର : ଦିନେ ମରାଳଙ୍କ ଉଡନ୍ତା ଛାଇରେ ଚିଲିକାର ଜଳ ଘନନୀଳ ହୋଇ ଯାଉଥିଲା। ଏବେ ପ୍ରତିବର୍ଷ ପକ୍ଷୀ ସଂଖ୍ୟା ଚିଲିକାରେ ବଢ଼ୁଛି ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଯାହା କହୁଛନ୍ତି ମୋର ସେଥିରେ ସନ୍ଦେହ ଅଛି। ଚିଲିକା ବକ୍ଷରେ ଚଢ଼େଇଟିଏ ବସିବା ପାଇଁ କୋଉ ଟାପୁରେ ଆଉ କଣ୍ଟାବୁଦାଟିଏ ଅଛି କି? ଡଙ୍ଗାର ଶବ୍ଦ,ଶିକାରୀର ଫାଶ,ତେଲ ମିଶା ଜଳ ଓ କମି ଆସୁଥିବା ନଳଘାସ,ଛେନାଘାସ ପକ୍ଷୀଙ୍କୁ ଆଉ ଟାଣିପାରୁନି ।

ପ୍ରଶ୍ନ : ସିଡିଏ କଣ କରିବା କଥା ?

ଉତ୍ତର : ଯାନ୍ତ୍ରିକ ଡଙ୍ଗା ଉପରେ ନିୟନ୍ତ୍ରଣ। ବ୍ୟାଟେରି ଚାଳିତ ଯାନର ପ୍ରଚଳନ। ଚିଲିକା ହ୍ରଦ ଭିତରେ ବା ତଟରେ ଭିତ୍ତିଭୂମି ନିର୍ମାଣରେ ସତର୍କତା। ଆଲୋକମାଳାର ବ୍ୟବସ୍ଥାକୁ ରୋକିବା (ସାତପଡା) ସହିତ ନଳବଣରେ ପକ୍ଷୀଙ୍କ ବିଶ୍ରାମ, ଖାଦ୍ୟ ଓ ଶାନ୍ତି ବଜାୟ ରଖିବା ପାଇଁ ବ୍ୟବସ୍ଥା କରିବା ଉଚିତ। ଆଖପାଖ ଗାଁରେ ପକ୍ଷୀଙ୍କ ଉପକାରୀତା ବିଷୟରେ ସଚେତନତା ମଧ୍ୟ ଜରୁରୀ ।

ପ୍ରଶ୍ନ : ପକ୍ଷୀଙ୍କ ଚିଲିକାକୁ ଦାନ କିଭଳି ?

ଉତ୍ତର : ପକ୍ଷୀ ଆସୁଛନ୍ତି ବୋଲି ଚିଲିକା ପର୍ଯ୍ୟଟନ ତିଷ୍ଠିଛି। ନାବିକର ଜୀବିକା ରହୁଛି। ପର୍ଯ୍ୟଟକମାନେ ଆମୋଦିତ ହେଉଛନ୍ତି। ପକ୍ଷୀମାନଙ୍କ ମଳ ମାଛଙ୍କ ଖାଦ୍ୟ ହେଉଛି। ଜଳ ବିଶୁଦ୍ଧ ରହିବାରେ ପକ୍ଷୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏପରି ଅନେକ ପ୍ରକାର ଆର୍ଥିକ,ସାମାଜିକ,ପରିବେଶୀୟ ଲାଭ ପକ୍ଷୀ ଦେଉଛନ୍ତି ।

ପ୍ରଶ୍ନ : ଓଡିଶାର ପକ୍ଷୀ ସମ୍ବଳକୁ ନେଇ ଆପଣଙ୍କ ମତ ?

ଉତ୍ତର : ଚିଲିକା, ଅଂଶୁପା, କାଞ୍ଜିଆ ହ୍ରଦ ବ୍ୟତୀତ ରାଜ୍ୟର ବଡ ବଡ ଜଳଭଣ୍ଡାର,ଭିତରକନିକା ଅଭୟାରଣ୍ୟର ବଗ ଗହନ,ଶିମିଳିପାଳ,ଗନ୍ଧମାର୍ଦ୍ଦନ, ଲାଖାରି,ଉଷାକୋଠି,କର୍ଲାପାଟ,ସୁନାବେଢ଼ା ଅଭୟାରଣ୍ୟରେ ପକ୍ଷୀଙ୍କ ସମାଗମ ଦେଖାଯାଏ। ଜଳ,ଜଙ୍ଗଲ ଓ ପ୍ରାକୃତିକ ଅନ୍ୟାନ ପରିବେଶ ଉଜୁଡି ଯାଉଥିବାରୁ ସହରମାନଙ୍କରୁ ପକ୍ଷୀ ଉଭେଇ ଯାଉଛନ୍ତି। ଲୋକଙ୍କର ପକ୍ଷୀ ପ୍ରତି ଅତୀତରେ ଥିବା ସରାଗ ମରିଯିବାରୁ ପକ୍ଷୀଙ୍କ ପ୍ରତି ବିପଦ ଘନେଇ ଆସିଛି। ପଞ୍ଜୁରୀ ପକ୍ଷୀ ପ୍ରେମ ମୁକ୍ତାକାଶ ବିହଙ୍ଗକୁ ବିପଦରେ ପକାଇଛି ।

ଇଛାଶକ୍ତି, ଧୈର୍ୟ୍ୟ ଓ ଏକାଗ୍ରତା ମୋ ସଫଳତାର ଶ୍ରେୟ- ଗଣେଷ ଜେନା
କଳ୍ପନା ଦାସଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଓଡିଆ ଯିଏକି ପହଞ୍ଚି ପାରିଛନ୍ତି ଏଭ୍‌ରେଷ୍ଟ୍‌ ଶୃଙ୍ଗର ସର୍ବୋଚ୍ଚ ଚୁଡାରେ। ଦେଶର ପ୍ରଥମ ବ୍ୟକ୍ତି ଭାବେ ଟ୍ରାଭର୍ସ କ୍ଲାଇଭିଂ ଦ୍ୱାରା ଅତିକ୍ରମ କରିଛନ୍ତି ଋଷର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରସ୍‌କୁ। ଗଜପତି ଜିଲ୍ଳା ପାରଳାଖେମୁଣ୍ଡି ବିସିତାପୁର ଗ୍ରାମର ଗଣେଷ ଚନ୍ଦ୍ର ଜେନା ନିଜର ଦୃଢ଼ ଇଛାଶକ୍ତି, ଅସୀମ ଧୈର୍ୟ୍ୟ ଓ ଏକାଗ୍ରତା ବଳରେ ପର୍ବତାରୋହୀ ପରି ଦୁଃସାହସିକ କାର୍ୟ୍ୟକ୍ରମରେ ସଫଳତା ପାଇନାହାନ୍ତି ବରଂ କୀର୍ତ୍ତି ଅର୍ଜନ କରିଛନ୍ତି। ପଦଯାତ୍ରା, ସାଇକେଲ୍‌ ଚାଳନା ଓ ବାଇକ୍‌ ଦ୍ୱାରା ଦୁଃସାହସିକ ଯାତ୍ରା କରିବାରେ ଧୂରୀଣ ଗଣେଷ ଜେନାଙ୍କ ସହ ଖବର ଓଡିଶାର ଅନ୍ତରଙ୍ଗ ଆଳାପ ।

ପ୍ରଶ୍ନ : କେଉଁ କାମ ବେଶି ପସନ୍ଦ ?
ଉତ୍ତର : ପିଲାଦିନୁ ଦୁଃସାହସିକ ଯାତ୍ରା ପ୍ରତି ଦୁର୍ବାର ଆକର୍ଷଣ ରହି ଆସିଛି। ଉପକୂଳ ଓଡିଶାରେ ଲମ୍ବାଯାତ୍ରା ସହ ୨୦୦୫ ମସିହାରେ ଚଣ୍ଡିଗଡରୁ ବାରଦୁଙ୍ଗଲାରେ ବାଇକ୍‌ ଯାତ୍ରା, ୧୯୯୯ରେ କେନାଲ୍‌ ପଥରେ ୭ କି.ମି ବ୍ୟାପୀ ଦୁଃସାହସିକ ସନ୍ତରଣ, ସେହିବର୍ଷ ଭୁବନେଶ୍ୱରରୁ ଚଣ୍ଡିଗଡ ସାଇକେଲ୍‌ରେ ପରିକ୍ରମା ଇପ୍‌ସିତ ଆଶାକୁ ପୂରଣ କରାଇଛି । ତେବେ ପିଲାଟି ଦିନରୁ ପାହାଡ ଚଢ଼ିବାର ଇଛା ରହିଆସିଛି ।

ପ୍ରଶ୍ନ: ଏ ଭିତରେ କେତୋଟି ପର୍ବତାରୋହଣ କରିଛନ୍ତି ? ଅଭିଜ୍ଞତା କଣ ?
ଉତ୍ତର : ୧୯୯୬ରେ ୨୧୬୭୩ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବଦରପୁଞ୍ଜ ଶୃଙ୍ଗ ୧୯୯୮ ମସିହାରେ କାଙ୍ଗ୍ରି ଶୃଙ୍ଗ, ସେହି ବର୍ଷ ଲଦାଖ । ତେବେ ସବୁଠୁ ବେଶୀ ରୋମାଞ୍ଚକର ଯାତ୍ରା ଥିଲା  ୨୦୧୧ ଏଭ୍‌ରେଷ୍ଟ ଆରୋହଣ। ୨୦୧୧ ମାର୍ଚ୍ଚ ୩୧ରେ ବିମାନଯୋଗେ କାଠମାଣ୍ଡୁ। ଅପ୍ରେଲ୍‌ ୫ରେ ଶୃଙ୍ଗ ଚଢ଼ିବା ଆରମ୍ଭ। ୭ ଦିନ ପରେ ବେଡ୍‌ କ୍ୟାମ୍ପ୍‌ରେ ପହଞ୍ଚିବା ପରେ ସର୍ବୋଚ୍ଚ ଶୃଙ୍ଗରେ ମେ ୧୮ରେ ପହଞ୍ଚିବା ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ।

ପ୍ରଶ୍ନ : କଣ କହିବେ ଯୁବପୀଢ଼ିଙ୍କୁ ?
ଉତ୍ତର : ମୋ ପୂର୍ବରୁ ଓଡିଶାର ଜଣେ ମହିଳା କଳ୍ପନା ଦାସ ଚଢ଼ିଥିଲେ ଏଭ୍‌ରେଷ୍ଟ୍‌ । ମୁଁ ଓଡିଶାର ପ୍ରଥମ ପୁରୁଷ ଭାବେ ପହଞ୍ଚିଥିଲି ବିଶ୍ୱର ଏକ ଉଚ୍ଚତମ ଶିଖରରେ। ମୋ ପରେ କଳାହାଣ୍ଡି ଜିଲ୍ଲାର ଯୋଗଖାସ ଭୋଇ ଓ ଚତୁର୍ଥ ଓଡିଆ ଭାବେ ଭଦ୍ରକର ଦେବୀଦତ୍ତ ପଣ୍ଡାଙ୍କ ନାମ ଏଭ୍‌ରେଷ୍ଟ ଚଢ଼ିଥିବା ଓଡିଆଙ୍କ ସୂଚୀରେ ରହିଛି । ଓଡିଶାରେ ପ୍ରତିଭା ଅଛି। ଯୁବକମାନେ ଏ ଦିଗରେ ଧ୍ୟାନ ଦିଅନ୍ତୁ। ନିଶ୍ଚିତ ସଫଳତା ପାଇବେ ।

ରକ୍ତ ଦେବାରେ ମିଳେ ସ୍ୱର୍ଗୀୟ ଆନନ୍ଦ- ଗୋପୀମୋହନ
ବୟସ ୫୮,ଏହି ବୟସରେ ୪୦ ଥର ଦେଇ ସାରିଲେଣି ରକ୍ତ। ୩୨ ଥରରୁ ଅଧିକ କେବଳ ଦେଇଛନ୍ତି ପ୍ଲେଟ୍‌ଲେଟ୍‌। ନିଜର ଜନ୍ମଦିନ ଫେବୃୟାରୀ ୨୧ ଓ ବିବାହ ବାର୍ଷିକୀ ଜୁଲାଇ ୪ରେ ନିଜ ଜ୍ଞାତି କୁଟୁମ୍ବଙ୍କୁ ଏକାଠି କରି ଆୟୋଜନ କରୁଛନ୍ତି ରକ୍ତଦାନ ଶିବିର । ଖିଆପିଆ, ଅତିଥି ଚର୍ଚ୍ଚା ସହିତ ରକ୍ତ ସମ୍ପର୍କକୁ ବ୍ୟାପକ କରିବା ପାଇଁ ରାଜଧାନୀର ଏହି ଚର୍ଚ୍ଚିତ ଚେହେରା ଗୋପୀ ମୋହନ ପଟ୍ଟନାୟକ ରକ୍ତଦାନ ଶିବିର ଜରିଆରେ ବର୍ଷକୁ ୧୨ଥର ରକ୍ତ ଯୋଗାଡ କରନ୍ତି। ଜୀବନବିନ୍ଦୁ କାର୍ୟ୍ୟକ୍ରମର ଢ଼େର ପୂର୍ବରୁ ରକ୍ତଦାନକୁ ଅଭିଯାନର ଦିଶା ଦେଇଥିବା ଗୋପୀମୋହନଙ୍କ ସହ ଖବର ଓଡିଶାର ଅନ୍ତରଙ୍ଗ ଆଳାପ।

ପ୍ରଶ୍ନ : କେବେ ଠାରୁ ଦେଇ ଆସୁଛନ୍ତି ରକ୍ତ ?

ଉତ୍ତର: ୧୯୭୯ ମସିହାର କଥା। ରାଜଭବନ ଛକ ଠାରେ ମୋ ଆଖିଆଗରେ ଘଟିଲା ମର୍ମନ୍ତୁଦ ଦୂର୍ଘଟଣା। ରକ୍ତ ଜୁଡୁବୁଡୁ ମଣିଷମାନଙ୍କୁ କାଠପଟା ଟ୍ରଲିରେ ୬ ନମ୍ବର ମେଡିକାଲକୁ ଆଣିଲୁ। ଡାକ୍ତର କହିଲେ ରକ୍ତ ନଦେଲେ ବଞ୍ଚାଇବା ଅସମ୍ଭବ। ଯୋସ୍‌ ଥିଲା। ରକ୍ତ ଦେଲି। ଘରକୁ ଯାଇ ଗାଳି ଶୁଣିଲି।

ପ୍ରଶ୍ନ : ଏବେ ପରିବାରର ସମର୍ଥନ ?

ଉତ୍ତର : ମୋ ଜନ୍ମଦିନ ଓ ବିବାହ ବାର୍ଷିକୀରେ ବନ୍ଧୁବାନ୍ଧବମାନେ ଏକାଠି ହୁଅନ୍ତି। କେବେ ମା’ ତ କେବେ ବାପା ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରନ୍ତି। ଥରକେ ୫୦ରୁ ୧୦୦ ୟୁନିଟ୍‌ ଯାଏଁ ରକ୍ତ ସଂଗ୍ରହ ହୁଏ। ମୋ ବାପା, ମା, ପତ୍ନୀ ଓ ପୁଅ ଏଭଳି ଏକ କାମ ପାଇଁ ଗର୍ବିତ ହୁଅନ୍ତି।

ପ୍ରଶ୍ନ : ରକ୍ତ ସମସ୍ୟା ଅଛି କି ?

ଉତ୍ତର : ଦାତାମାନଙ୍କ ଦାନରୁ ଆସେ ରକ୍ତ । ଏହା କାରଖାନାରେ ତିଆରି ହୁଏନି କି କିଣାବିକାର ବଜାର ନଥାଏ । ଯୁବାବର୍ଗମାନଙ୍କୁ ପ୍ରବର୍ତ୍ତାଇ ରକ୍ତଦାନ ଶିବିର କରାଯାଏ। ଖରାଦିନେ କଲେଜ୍‌ ସବୁ ଛୁଟି ରହେ। ସେ ସମୟରେ ରକ୍ତଦାନ ଶିବିର ସଂଖ୍ୟା କମିଯାଏ। ଦ୍ବିତୀୟ କଥା ହେଉଛି ନେଗେଟିଭ୍‌ ଗ୍ରୁପ୍‌ର ରକ୍ତ ବେଳେବେଳେ ମିଳିବା କଷ୍ଟକର ହୁଏ। ଥାଲାସିମିୟା, ରକ୍ତ କର୍କଟ ପରି ରୋଗୀମାନଙ୍କ ପାଇଁ ରକ୍ତଦାନ ଏକ ରୁଟିନ୍‌ ପ୍ରକ୍ରିୟା।

ପ୍ରଶ୍ନ : କିଭଳି ଆବଶ୍ୟକତା ମେଣ୍ଟା ଯାଇପାରିବ ?

ଉତ୍ତର : ନେଗେଟିଭ୍‌ ବ୍ଲଡ୍‌ ଗ୍ରୁପ୍‌ ଥିବା ଯୁବାବର୍ଗଙ୍କ ନେଟ୍‌ଓ୍ୱାର୍କ ଜରୁରୀ। ବିଭିନ୍ନ ସୋସିଆଲ୍‌ ମିଡିଆକୁ  ଉପଯୋଗ କରି କରାଯାଇପାରିବ। ସ୍ୱେଚ୍ଛାସେବୀ ସଙ୍ଗଠକ, କଲେଜ୍‌ ଓ ଆଗ୍ରହୀ ବ୍ୟକ୍ତିବିଶେଷ ଖରାଦିନେ କିଭଳି ଅଧିକ ରକ୍ତଦାନ ଶିବିର କରାଯାଇପାରିବ ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।