Khabar Odisha

ଭାରତର ଆଭ୍ୟନ୍ତରୀଣ ମାମଲାରେ ଆମେରିକାର ହସ୍ତକ୍ଷେପ
ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଯେଉଁ ଭଳି ପରିସ୍ଥିତିରେ ଗିରଫ କରାଗଲା ସେ ସମ୍ପର୍କରେ ଆମେରିକା ପକ୍ଷରୁ ମନ୍ତବ୍ୟ ଦିଆଯାଇଥିବା ବେଳେ ପୁଣିଥରେ ଭାରତର ଆଭ୍ୟନ୍ତରୀଣ ମାମଲାରେ ଆମେରିକାର ହସ୍ତକ୍ଷେପ ନେଇ ଭାରତ ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ନିକଟରେ ନିର୍ବାଚନ ସମୟରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଜାରି କରିବା ନେଇ ଆମେରିକା ପକ୍ଷରୁ ମନ୍ତବ୍ୟ ପ୍ରକାଶ ପାଇଥିଲା। ତେବେ ଏ ଘଟଣାକୁ ନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶର ରାଷ୍ଟ୍ରଦୂତଙ୍କୁ ଡକାଇ ଅସନ୍ତୋଷ ପ୍ରକାଶ କରିବା ସହ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ନିକଟରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିବା ବେଳେ ଏହି ପ୍ରସଙ୍ଗରେ ଆମେରିକା ଟିପ୍ପଣୀ ଦେଇଥିବାରୁ ଆମେରିକାର କୂଟନୀତିଜ୍ଞଙ୍କୁ ଡରାଇ ଭାରତ ତାଗିଦ କରିଥିଲା। ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖ୍ୟ ମାଥ୍ୟୁ ମିଲର କେଜ୍ରିଓ୍ବାଲଙ୍କ ଗିରଫଦାରୀ ସମ୍ପର୍କରେ ଦେଶ ନ୍ୟାୟପୂର୍ଣ୍ଣ ତଥା ସ୍ୱଚ୍ଛ ଆଇନଗତ ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ପୁଣିଥରେ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳକୁ ନେଇ ବିବୃତ୍ତି ଦେଇଛି।

ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ହେଉଥିବା ବେଳେ ବୁଧବାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମାଥ୍ୟୁ ମିଲରଙ୍କୁ ଭାରତ ବିଷୟରେ ପ୍ରଶ୍ନ ପଚରାଯାଇଥିଲା ।

ଅଧିକ ପଢନ୍ତୁ: ବିଶାଳ ଶୋଭାଯାତ୍ରାରେ ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସଭା

୧୪ରୁ କମ୍‌ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌ !
ଆମେରିକାର ଫ୍ଲୋରିଡା ରାଜ୍ୟରେ ସୋସିଆଲ ମିଡିଆକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ଆସନ୍ତା ବର୍ଷ (ବା )  ୨୦୨୫ ମସିହାରୁ ୧୪ରୁ କମ୍‌ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌ କରାଯିବ ବୋଲି ଘୋଷଣା କରାଯାଇଛି । ଆଜିକାଲି ଯୁବପିଢି ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଛନ୍ତି । ଯେଉଁ କାରଣରୁ ଫ୍ଲୋରିଡା ରାଜ୍ୟର ରାଜ୍ୟପାଳ ରନ୍ ଡି ସେଣ୍ଟିସ୍ ଏହି ଘୋଷଣାରେ ସମ୍ମତି ପ୍ରକାଶ କରିଛନ୍ତି ।

୧୪ରୁ କମ୍‌ ବୟସ୍କ ପିଲା ସୋସିଆଲ ମିଡିଆରେ ଥିବା ସେମାନଙ୍କ ଆକାଉଣ୍ଟ ସହିତ ବିଭିନ୍ନ ତଥ୍ୟ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସୋସିଆଲ ମିଡିଆର କୌଣସି ଆପରେ ୧୪ରୁ କମ୍‌ ବୟସ୍କ ପିଲାଙ୍କ ଆକାଉଣ୍ଟ ଥାଏ ତେବେ ଉକ୍ତ ସୋସିଆଲ ମିଡିଆ ଆପ ସହିତ ବ୍ୟବହାରକାରୀଙ୍କ ପରେ ଜରିମାନା ଲଗାଯିବ ବୋଲି ଘୋଷଣା କରାଯାଇଛି ।  ସୋସିଆଲ ମିଡିଆ ଆପ  ବ୍ୟବହାରକାରୀଙ୍କ ବୟସକୁ ତଦାରଖ କରିସାରିବା ପରେ ସେମାନଙ୍କୁ ସୋସିଆଲ ମିଡିଆରେ ଆକ୍ଟିଭ ହେବା ପାଇଁ ଅନୁମତି ଦିଆଯିବ ।

ଆଗକୁ ପଢ଼ନ୍ତୁ : ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ବୈଠକ ଅନୁଷ୍ଠିତ

ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ବୈଠକ ଅନୁଷ୍ଠିତ
ଭାରତ-ଚୀନ୍ ସୀମାରେ ଅଶାନ୍ତି ଭିତରେ ଏକ କୂଟନୈତିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ  ଚୀନର ରାଜଧାନୀ ବେଜିଂରେ ଅନୁଷ୍ଠିତ ହୋଇଥିବା ବେଳେ ଲାଇନ ଅଫ ଆକଚୁଆଲ କଂଟ୍ରୋଲ (LAC)ରେ ଶାନ୍ତି ରକ୍ଷା ପାଇଁ ହୋଇଛି। ଗତବର୍ଷ ନଭେମ୍ବର ମାସରେ ୨୮ତମ ବୈଠକ ବସିଥିବା ବେଳେ ଏହା ୨୯ତମ ବୈଠକ।

ବେଜିଂରେ ଅନୁଷ୍ଠିତ ଏଇ ବୈଠକରେ ଭାରତ-ଚୀନ୍ ସୀମାନ୍ତ ବ୍ୟାପାର WMCC କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ହୋଇଛି। ଏହି ସମୟରେ LACରୁ ସୈନ୍ୟ ପ୍ରତ୍ୟାହାର କରିବା ସମ୍ପର୍କରେ ବୈଠକରେ ଭାରତ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ଏ ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ହୋଇଛି। ଏହି ବୈଠକ ଦୁଇ ଦେଶ ମଧ୍ୟରେ ୨୯ତମ କୂଟନୈତିକ ବୈଠକ ହୋଇଥିବା ବେଳେ ଏଥିରେ କୂଟନୀତି ଏବଂ ସାମରିକ ଚ୍ୟାନେଲ ଖୋଲା ରଖିବା ଉପରେ ସହମତି ହୋଇଛି।

ଅଧିକ ପଢନ୍ତୁ: ନ୍ୟୁରାଲିଙ୍କର କମାଲ: ପକ୍ଷାଘାତ ରୋଗୀ ଖେଳିଲେ ଚେସ

ଏପ୍ରିଲ ୮ ତାରିଖରେ ଲାଗିବ ସୂର୍ଯ୍ୟ ପରାଗ
ଏପ୍ରିଲ ୮ ତାରିଖରେ ଲାଗିବ ସୂର୍ଯ୍ୟ ପରାଗ । ଏଥିପାଇଁ ବୈଜ୍ଞାନିକଙ୍କ ପକ୍ଷରୁ ସର୍ବସାଧାରଣଙ୍କୁ ଏକ ଚେତାବନୀ ଦିଆଯାଇଛି । ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିପାରେ । ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ସଡକ ଦୂର୍ଘଟଣା ବଢିବ ବୈଜ୍ଞାନିକ ସୂଚନା ଦେଇଛନ୍ତି । ଏଥିପାଇଁ ସେମାନେ ସମସ୍ତଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ।

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ,୨୦୧୭ ହୋଇଥିବା ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ସଡକ ଦୁର୍ଘଟଣା ହୋଇଥିଲା। ଯାହାକୁ ସେମାନେ ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି । ଗ୍ରେଟ ଆମେରିକା ଏକ୍ଲିପ୍ସ  ଅଫ ୨୦୧୭ ର ସୂଚନା ମୁତାବକ ୨୦୧୭ରେ  ହୋଇଥିବା ପୂର୍ଣ ସୂର୍ଯ୍ୟପାରାଗ କମ ସମୟ ପାଇଁ ହୋଇଥିଲେ ମଧ୍ୟ  ସଡକ ଦୁର୍ଘଟଣା ଦ୍ରୁତ ଗତିରେ ବଢିଯାଇଥିଲା । ଏହାର ଷ୍ଟଡି ରିପୋର୍ଟ JAMA Internal Medicine ରେ ପ୍ରକାଶ ପାଇଥିଲା । ତେବେ ସୂର୍ଯ୍ୟ ପରାଗ ଲାଗିବା ପର ଘଣ୍ଟାରେ ମଧ୍ୟ ଅଧିକ ଦୁର୍ଘଟଣା ହୋଇପାରେ ବୋଲି ଡା. ରିଡେଲମୀୟର କହିଛନ୍ତି । ଏଥିସହ ସମସ୍ତଙ୍କୁ ସତର୍କର ସହ ଯାତାୟାତ କରିବାକୁ ପରାମର୍ଶ ଦେଇଛନ୍ତି ।

ପୋଲ ଭୁଶୁଡିବା ଘଟଣାରେ ୨ ମୃତଦେହ ଉଦ୍ଧାର
ଆମେରିକାର ବାଲ୍ଟିମୋରରେ ପୋଲ ଭୁଶୁଡିବା ଘଟଣାରେ ଉଦ୍ଧାର ହୋଇଛି ଦୁଇ ଜଣଙ୍କ ମୃତ ଦେହ । ଆମେରିକାର ବାଲ୍ଟିମୋରରେ ପୋଲ ଭୁସୁଡ଼ିଯିବାରୁ ସେଠାରେ କାମ କରୁଥିବା ୬ ଜଣ ଶ୍ରମିକ ପାଣିରେ ବୁଡିଯାଇଥିଲେ ଶ୍ରମିକ ମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ,ବୁଧବାର ପ୍ରାୟ ୩୦୦ ମିଟର ଲମ୍ବ ବିଶିଷ୍ଟ ଏହି କାର୍ଗୋ ସିପ୍‌ ଶ୍ରୀଲଙ୍କା ରାଜଧାନୀ କଲମ୍ବୋକୁ ଯାଉଥିବା ସମୟରେ ଆମେରିକାର ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍‌କୁ ଧକ୍କା ଦେଇଥିଲା ।ଯାହାଫଳରେ ସେହି ପୋଲଟି ଭୁଶୁଡି ପଡିଥିଲା । ବନ୍ଦର ଛାଡ଼ିବାର ମାତ୍ର ୩୦ ମିନିଟ୍ ପରେ ଏଭଳି ଘଟଣା ଘଟିଥିଲା। ସେହି ସମୟରେ କିଛି ଶ୍ରମିକ ବ୍ରିଜର ମରାମତି କାମ କରୁଥିବା ୬ ଜଣ ଶ୍ରମିକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଅଧିକ ପଢନ୍ତୁ :ଜାହାଜ ଧକ୍କାରେ ଭୁଷୁଡ଼ିଲା ପୋଲ

ଆଫଗାନିସ୍ତାନରେ ୪.୨ ତୀବ୍ରତାର ଭୂକମ୍ପ
ଆଫଗାନିସ୍ତାନରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରହିଛି । ସ୍ଥାନୀୟ ସମୟ ପ୍ରାୟ ସକାଳ ୫.୪୪ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ। ଏନସିଏସ୍ ତଥ୍ୟ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୩୬.୩୬ ଅକ୍ଷାଂଶ ଏବଂ ଦ୍ରାଘିମା ୭୧.୧୮ ୧୨୪ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି।

ଅଧିକ ପଢନ୍ତୁ : ଭୂମିକମ୍ପରେ ଥରିଲା ପାପୁଆ ନ୍ୟୁ ଗିନି

ନିଲାମ ହେଲା ଟାଇଟାନିକ ଫିଲ୍ମରେ ବ୍ୟବହୃତ କବାଟ
ହଲିଉଡର ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଫିଲ୍ମ ଟାଇଟାନିକ ରିଲିଜ ହେବାର ୨୬ ବର୍ଷ ହୋଇଗଲାଣି । ଏବେ ବି ଦର୍ଶକଙ୍କ ମନରେ ଏହି ଫିଲ୍ମ ଘର କରି ରହିଛି । ଏଥିରେ ଲିୟୋନାର୍ଡ ଡିକ୍ରାପିୟୋ ଓ କେଟ ୱିନ୍ସଲେଟ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ନିକଟରେ ଏହି ଫିଲ୍ମରେ ବ୍ୟବହୃତ ଏକ କବାଟ ୫.୯୯ କୋଟି ଟଙ୍କାରେ ନିଲାମ ହୋଇଛି । ଫିଲ୍ମରେ ଏହି କବାଟ ଉପରେ ଭାସି ରହି ନାୟିକା ନିଜ ଜୀବନ ବଂଚାଇ ରଖିଥିଲା ।

ଏହି ରୋମାଣ୍ଟିକ୍ ଟାଇଟାନିକ୍ ଚଳଚ୍ଚିତ୍ର ଦୁଇଟି ମେକ୍ ଇନ୍ ଚରିତ୍ର ଜ୍ୟାକ୍ ଏବଂ ରୋଜଙ୍କ ମଧ୍ୟରେ ଥିବା ରୋମାନ୍ସକୁ ନେଇ ୧୯୧୨ ମସିହାରେ ଆରଏମ୍ଏସ୍ ଟାଇଟାନିକ୍ ବୁଡ଼ିବାର କାହାଣୀକୁ ଚିତ୍ରଣ କରିଥିଲା । ଚଳଚ୍ଚିତ୍ରଟି ଶ୍ରେଷ୍ଠ ଚିତ୍ର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ସହିତ ୧୧ ଟି ଏକାଡେମୀ ପୁରସ୍କାର ପାଇଥିଲା । ଏହାର ଚମତ୍କାର ଦୃଶ୍ୟ, ସୁନ୍ଦର କାହାଣୀ ଏବଂ ଆକର୍ଷଣୀୟ ସାଉଣ୍ଡଟ୍ରାକ୍ ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ ।

ଅଧିକ ପଢ଼ନ୍ତୁ : ଆଜି ବିଶ୍ବ ଥିଏଟର ଡେ

ମହିଳା ଏସିଆ କପ୍‌: ଜୁଲାଇ ୨୧ରେ ଭାରତ ବନାମ ପାକିସ୍ତାନ
ଜୁଲାଇ ମାସରେ ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ। ଏଥିପାଇଁ ଏସିଆନ କ୍ରିକେଟ କାଉନସିଲ(ACC) ତରଫରୁ ମ୍ୟାଚ୍‌ ସୂଚୀ ଜାରି କରିଛି। ଶ୍ରୀଲଙ୍କାର ଡମ୍ବୁଲାରେ ଖେଳାଯିବାକୁ ଥିବା ଏହି ଏସିଆ କପରେ ପ୍ରଥମଥର ପାଇଁ ୮ଟି ଟିମ ଭାଗ ନେବେ। ପ୍ରକାଶ ପାଇଥିବା ସୂଚୀ ଅନୁସାରେ ଜୁଲାଇ ୧୯ରୁ ୨୮ ଯାଏ ଟି-୨୦ ବିଶ୍ୱକପ ଫର୍ମାଟରେ ଏସିଆ କପ ଅନୁଷ୍ଠିତ ହେବ।

ପ୍ରକାଶିତ ରିପୋର୍ଟ ଅନୁସାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ 'ଗ୍ରୁପ ଏ' ରେ ରହିଥିବା ବେଳେ ଭାରତ ସମେତ ଏହି ଗ୍ରୁପରେ ପାକିସ୍ତାନ, ନେପାଳ ଓ ୟୁଏଇ ରହିଛନ୍ତି। ସେହିପରି 'ଗ୍ରୁପ ବି’ରେ ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାଲେସିୟା ଓ ଥାଇଲ୍ୟାଣ୍ଡ ଅଛନ୍ତି।

ଉଲ୍ଲେଖନୀୟ ଯେ, ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ଏସିଆ କପରେ ୭ଟି ଟିମ ଭାଗ ନେଇଥିବା ବେଳେ ୭ଥର ଏସିଆ କପ ଜିତିଥିବା ଭାରତ ଚଳିତ ବର୍ଷ ନିଜର 'ଏସିଆ କପ' ଅଭିଯାନ ଜୁଲାଇ ୧୯ରୁ ଆରମ୍ଭ କରିବ। UAE ବିପକ୍ଷରୁ ଭାରତ ତାର ପ୍ରଥମ ମ୍ୟାଚ ଆରମ୍ଭ କରିବାକୁ ଥିବା ବେଳେ ଏହାପରେ ଦଳ ଜୁଲାଇ ୨୧ରେ ପାକିସ୍ତାନ ସହ ମୁକାବିଲା କରିବା। ସେହିପରି ଶେଷ ଲିଗ ମ୍ୟାଚରେ ଭାରତର ମୁକାବିଲା ନେପାଳ ସହ ହେବ। ସମସ୍ତ ଲିଗ ମ୍ୟାଚ୍‌ ପରେ ପ୍ରତି ଗ୍ରୁପର ଶୀର୍ଷ ୨ଟି ଲେଖାଏ ଦଳ ସେମିଫାଇନାଲକୁ ଯିବେ ଏବଂ ଜୁଲାଇ ୨୬ରେ ଦୁଇଟି ଯାକ ସେମି ଫାଇନାଲ ଓ ଜୁଲାଇ ୨୮ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ତାଲିକା ପ୍ରକାଶ ପାଇଛି।

ଅଧିକ ପଢନ୍ତୁ: ନିର୍ବାଚନ ପାଇଁ ଲାଞ୍ଜିଗଡ଼ ପୁଲିସର ଫ୍ଲାଗମାର୍ଚ୍ଚ

ଭାରତ ଆସୁଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ
ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଡିମିଟ୍ରି କୁଲେବା ବୁଧବାର ଭାରତ ଗସ୍ତରେ ଆସିବାକୁ ଥିବା ବେଳେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଏହି ଗସ୍ତରେ ଡିମିଟ୍ରି ଦୁଇ ଦିନ ରହି ସ୍ଵିଜରଲ୍ୟାଣ୍ଡରେ ହେବାକୁ ଥିବା ଶାନ୍ତି ଶିଖର ସମ୍ମିଳନୀ ପାଇଁ ଭାରତ ସହିତ ଆଲୋଚନା କରିବେ। ତେବେ ଗତ କିଛି ଦିନ ପୂର୍ବରୁ ମୋଦିଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିବା ବେଳେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ଜେଲେନସ୍କି।

ଉଲ୍ଲେଖନୀୟ ଯେ, ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବ ଗୃହୀତ ହେବା ପରେ ମଧ୍ୟ ଗାଜାରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ୩୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ନିକଟରେ ରାଫାରେ ଇସ୍ରାଏଲ ବିମାନ ବୋମା ବର୍ଷା କରିଥିବା ବେଳେ ଏୟାର ଷ୍ଟ୍ରାଇକରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଗାଜାରେ ତୁରନ୍ତ ଯୁଦ୍ଧ ବିରତି ପାଇଁ ସୋମବାର ଜାତିସଂଘ ସୁରକ୍ଷା ପରିଷଦରେ ସଂକଳ୍ପ ଅନୁମୋଦିତ ହୋଇଥିଲା। ଏହି ସଂକଳ୍ପରେ ଯୁଦ୍ଧ ବିରତି ସ‌ହ ତୁରନ୍ତ ପଣବନ୍ଦୀଙ୍କ ମୁକ୍ତି ଦାବି କରାଯାଇଥିଲା। ତେବେ ସଂକଳ୍ପ ସପକ୍ଷରେ ୧୪ ଭୋଟ ପଡ଼ିଥିବା ବେଳେ ଆମେରିକା ଜାତିସଂଘର ଏହି ପ୍ରସ୍ତାବରେ ଭୋଟ ଦାନରୁ ନିବୃତ୍ତ ରହିଥିଲା।

ଅଧିକ ପଢନ୍ତୁ: ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ

ଜାହାଜ ଧକ୍କାରେ ଭୁଷୁଡ଼ିଲା ପୋଲ
ଆମେରିକାର ବାଲଟିମୋରରେ ଏକ ଦୁର୍ଘଟଣା ଘଟି ଜାହାଜ ଧକ୍କାରେ ଏକ ପୋଲ ଭୁଶୁଡିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଜାହାଜଟି ପୋଲ ସହ ଧକ୍କା ହେବା ଫଳରେ ପୋଲରେ ଯାଉଥିବା ଯାନବାହାନ ନଦୀକୁ ଖସିପଡିଥିଲା ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ହେବା ସହିତ ଅନେକ ଆହତ ଅଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆମେରିକାର ବାଲଟିମୋରରେ ଥିବା ଗୋଟେ ପୋଲ ସହିତ ସିଙ୍ଗାପୁରର ଗୋଟେ ମାଲବାହୀ ଜାହାଜ ଧକ୍କା ହୋଇଥିଲା । ଉକ୍ତ ଜାହାଜରେ ପ୍ରାୟ ୨୨ ଜଣ ଭାରତୀୟ କରୁ ସଦସ୍ୟ ଥିଲେ । ଜାହଜଟି ଧକ୍କା ହେବାପରେ ପୋଲଟି ନଦୀକୁ ଖସିପଡିଥିଲା । ପୋଲ ଉପରେ ବହୁ ଯାନବାହାନ ଚଳାଚଳ ହେଉଥିବାରୁ ଏହି ଦୁର୍ଘଟଣା ପରେ ସମସ୍ତ ଯାନବାହାନ ନଦୀକୁ ଖସିପଡିଥିଲା। ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଅନେକ ଲୋକ ନିଖୋଜ ଥିବାରୁ ଜାହାଜର କ୍ୟାପଟେନ ତୁରନ୍ତ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ଦେବା ପରେ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏପର୍ଯ୍ୟନ୍ତ  ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଟିମ ମଧ୍ୟ ନିୟୋଜିତ ରହି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ଅଧିକ ପଢନ୍ତୁ: ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ