Khabar Odisha

ରାତିରେ ଆଲୁଅ ଲଗାଇଲେ ହୃଦଘାତ ହୋଇଥାଏ
ଶୋଇବାର ଅନେକ ତରିକା ଅଛି। କିଛି ଲୋକ ସମ୍ପର୍ଣ୍ଣ ଅନ୍ଧାରରେ ଶୋଇବାକୁ ଭଲ ପାଆନ୍ତି । ଆଉ କିଛି ଲୋକ ହାଲୁକା ଆଲୋକରେ ଶୋଇବାକୁ ଭଲପାଆନ୍ତି । ନିକଟରେ ଆମେରିକାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ଆଲୋକରେ ଶୋଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ । ନର୍ଥଓ୍ବଷ୍ଟର୍ନ ବିଶ୍ବବିଦ୍ୟାଳୟ ଫନିବର୍ଗ ସ୍କୁଲ ଅଫ ମେଡିସିନ ଦ୍ବାରା ପରିଚାଳିତ ଏହି ଅଧ୍ୟୟନ ଅନୁସାରେ, ହାଲୁକା ଆଲୋକବି ଆପଣଙ୍କ ଆଖିରେ ପଶି ଆପଣଙ୍କର ହୃଦସ୍ପନ୍ଦନ ହାର ଓ ରକ୍ତ ଶର୍କରା ହାରକୁ ବୃଦ୍ଧି କରିପାରେ । ତେବେ ଏହା ଦ୍ବାରା ହୃଦଭାତ ଏବଂ ଡାଇବେଟିସ ଭଳି ରୋଗ ହେଇପାରେ ।

ଦିନରେ ଆମ ହୃଦ ସ୍ପନ୍ଦନ ହାର ଅଧିକା ହୋଇଥାଏ ଏବଂ ରାତିରେ ତାହା କମ ହୋଇଥିବାର ଜଣାପଡିଛି । କିନ୍ତୁ ଯେଉଁମାନେ ରିସର୍ଚ୍ଚ କରୁଥିଲେ ସେମାନେ ଜତେବେଳେ ଆଲୁଅ ଲଗାଇ ଶୋଇଲେ ସେମାନଙ୍କର ରାତିରେ ଭି ହୃଦସ୍ପନ୍ଦନର ହାର ଅଧିକ ରହିଲା । ଏହା ଦ୍ବାରା ଅକାଳ ମୃତର ଆଶଙ୍କା ବଢିଯାଏ ।

ସୂଚନାଯୋଗ୍ୟ, ରାତିରେ ଆମ ମସ୍ତିଷ୍କ ଶରୀର ମରାମତିରେ ଲାଗିପଡିଥାଏ । ତେଣୁ ହୃଦସ୍ପନ୍ଦନର ହାର କମିଯାଏ । ତେବେ ରିସର୍ଚ୍ଚରେ ସାମିଲ ଲୋକ ମାନଙ୍କର ସକାଳେ ରକ୍ତ ଶର୍କରା ସ୍ତର ମଧ୍ୟ ଚିହ୍ନଟ ହୋଲା । ଏହା ଆଗକୁ ଏହା ହାୟୀ ଟାଇପ- 2 ମଧୁମେହର କାରଣ ହୋଇପାରେ ବୋଲି ଗବେଷକ ମାନେ ଚେତାଇ ଦେଲେ । ଏହା ପୂର୍ବରୁ ହୋଇଥିବା ଅନେକ ଅଧ୍ୟୟନ ଜଣାପଡିଛି ରାତିରେ କୃତ୍ରିମ ଆଲୋକରେ ଶୋଇବା ଦ୍ବାରା ଓଜନ ବଢିଥାଏ । ଏହା ଦ୍ବାରା ମେଦବହୁଳତା ବୃଦ୍ଧି ହେବା ଆସଙ୍କା ଥାଏ । ତେବେ ଶୋଇବା ସମୟରେ ଆଲୁଅ ନ ଜଳାଇବାକୁ ଚେଷ୍ଟ କରିବେ । ତେବେ ରାତିରେ ଲାଲ ରଙ୍ଗ ଆଉ କମଳା ରଙ୍ଗର ଜଳାଇଲେ ଆଖିରେ ଅଧିକାପ୍ରଭାବ ପକାଏ ।

ଅଧିକ ପଢନ୍ତୁ:ସ୍ବାଭାବିକ ହେଇପାରିଵ ଗୋଦରା ଗୋଡ

ମେକଅପ ଲଗାଇଲେ କ୍ୟାନସର ହେବ
ଦୈନନ୍ଦିନ ଜୀବନରେ ଆମେ ରାସାୟନିନିକ ପଦାର୍ଥର ବହୁଳ ବ୍ୟବହାର କରିଥାଉ । ବ୍ୟବହାର କରୁଥିବା କସମେଟିକ ପ୍ରଡକ୍ଟ ଠାରୁ ଆରମ୍ଭ କରି ବେଶପୋଷାକ ଯାଏଁ ସବୁ ରାସାୟନିକ ଜିନିଷରେ ପ୍ରସ୍ତୁତ କରାଯାଉଛି । ରାସାୟନିକ ପଦାର୍ଥ ମଧ୍ୟରୁ ଆମେ ପିଏଫଏଏସ ବା ପରଫ୍ ଲୁରୋଆଲକାଇଲ୍ ଆଣ୍ଡ ପଲିଫ୍ଲୁରୋଆଲକାଇଲ ସବଷ୍ଟାନ୍ଥସକୁ ବହୁଳ ବ୍ୟବହାର କରିଥାଉ । ଏହା ‘ଫର୍ ଏଭର କେମିକାଲ’ ନାମରେ ମଧ୍ୟ ପରିଚିତ ।

ଆପଣ ଜାଣିଛନ୍ତି କି ଏହି ରାସାୟନିକ କେମିକାଲ ଆମ ଶରୀର ପ୍ରତି ଅତ୍ୟନ୍ତ ବିପବିଜ୍ଜନକ । ଏହି କେମିକାଲ ଆମ ଡେ ଟୁଡେ ଲାଇଫରେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀରେ ବହୁଳ ବ୍ୟବହାର କରାଯାଏ । ବିଶେଷକରି ୱାଟରଫ୍ରୁଫ୍ କସମେଟିକ ବଡି ଲୋଶନ, ସନସ୍କ୍ରିମ, ଲିପଷ୍ଟିକ, ନେଲ ପଲିସ, ଫାଉଣ୍ଡେସନ, ଆଇଶ୍ୟାଡୋ, ମସ୍କାରା ଇତ୍ୟାଦିରେ କରେ ପିଏଫଏଏସ ରହିଥାଏ । ୱାଟରଫ୍ରୁପ୍ ଯୋଗୁ ପାଣି ସଂସ୍ପର୍ଶରେ ଆସିଲେ ଏଥିରେ କିଛି ପ୍ରଭାବ ପଡି ନ ଥାଏ ।

ଏକ ଅଧ୍ୟୟନରୁ ଜଣାପଡିଛି କି, ଏହି ରାସାୟନିକ ତତ୍ତ୍ୱରେ କ୍ୟାନସର ତତ୍ତ୍ୱ ରହିଛି । ଯାହା ପିଲା ଠାରୁ ଆରମ୍ଭ କରି ମହିଳା ଓ ବୃଦ୍ଧ ପର୍ଯ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ସେଣ୍ଟର ଫର୍ ଡିଜିଜି କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଅନୁସାରେ, ପିଏଫ୍ଏଏସ ରାସାୟନିକ ତତ୍ତ୍ୱ ମଣିଷର ରକ୍ତରେ ପାଣି, ଖାଦ୍ୟ, ପବନ ଆଦି ଜରିଆରିରେ ଶରୀରରେ ପ୍ରବେଶ କରିଥାଏ ।

ଅଧିକା ପଢନ୍ତୁ: ଜିଅନ୍ତା ଜଳିଗଲେ ମହିଳା

ବ୍ରହ୍ମପୁରରେ ଆଶା,ମହିଳାଙ୍କ ଆରୋଗ୍ୟ ସମ୍ମିଳନୀ
ବ୍ରହ୍ମପୁର ମହାନଗର ନିଗମରଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ଠାରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ୍ ଅନ୍ତର୍ଗତ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମପୁର ସହରରେ ଥିବା ମୋଟ ୧୭୦ଟି ମହିଳା ଆରୋଗ୍ୟ ସମିତି ଓ ୧୧୪ଟି ଆଶା କର୍ମୀଙ୍କ ସମସ୍ୟା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ୮ଟି ସହରାଞ୍ଚଳ ଜନସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ମାନିତ କରାଯାଇଥିଲା ।

ଖରାଦିନେ କାକୁଡି ଖାଆନ୍ତୁ ସୁସ୍ଥ ରହିବେ
ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ । ମାର୍ଚ୍ଚ ମାସରୁ ଏତେ ଖରା  ଯେ ଖରାରେ ଘରେ ରହିହେଉନି । ଖାରାରୁ ମୁକ୍ତି ପାଇବା ପାଇଁ ଲେକେ ଅନେକ ପ୍ରକାର କାର୍ଯ୍ୟ କରିଥାନ୍ତି । ଏହି ଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା କାକୁଡି ପିଇଲେ ଆମ ଶରୀରର କଣ ହୁଏ । କାକୁଡି ଖରା ଦିନେ ପାଣିର ଅଭାବ ଦୂର କରିବାକୁ ସାହାର୍ଯ୍ୟ କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଖରାଦିନେ କାକୁଡି ଖାଇବା ଦ୍ବାରା ଆମ ଶରୀରକୁ ଜଣ କିମ୍ବା ପାଣିର ଅଭାବ ହୋଇନଥାଏ । କାକୁଡିର ଅନେକ ଉପକାରିତା ରହିଛି ତେବେ ଆସନ୍ତୁ ଜାଣିବା କାକୁଡି ଖାଇଲେ କଣ ହୁଏ ।

ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ପ୍ରତିଦିନ ନିଜ ଡାଏଟରେ କାକୁଡି ସାମିଲ କରିବା ଉଚିତ୍ । ଏହା ଖାଇବା ଦ୍ୱାରା, ଜଲଦୀ ଭୋକ ହୋଇନଥାଏ। କାକୁଡି ଜୁସରେ ଲେମ୍ବୁ ରସ, ଅଦା, ଦହି, ଏବଂ ଧନିଆ ପତ୍ର ପକାଇ ମିଶାଇ ସେବନ କରି ପିଇଲ ଆପଣଙ୍କୁ ତାହା ହାଇଡ୍ରେଟ ରଖିଥାଏ ଏବଂ ତାହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। କାକୁଡିରେ ପାଣିର ମାତ୍ରା ଭରପୁର ରହିଥାଏ । ଯାହା ବିଶେଷ କରି ଖରାଦିନେ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ। କାକୁଡି ଖାଇବା ଦ୍ୱାରା, ଶରୀରରେ ଏହା ପାଣିର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ ବା ଶରୀରରେ ଜଳୀୟଅଂଶ ବୃଦ୍ଧି କରିଥାଏ ।ତେଣୁ ପ୍ରତିଦିନ ନିଜ ଡାଏଟରେ କାକୁଡି ସାମିଲ କରିବା ଭଲ। ସେହିପରି ପ୍ରତିଦିନ କାକୁଡି ଖାଇବା ଦ୍ୱାରା, ଏହା ଆପଣଙ୍କ ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ । ନିଜର ସୌନ୍ଦର୍ଯ୍ୟକୁ ବଜାଏ ରଖିବା ପାଇଁ କାକୁଡି ବହୁତ୍ ଲାଭଦାୟକ ହୋଇଥାଏ । ପ୍ରତିଦିନ କାକୁଡି ଖାଇବା ଏବଂ କାକୁଡିରୁ ପ୍ରସ୍ତୁତ ପ୍ୟାକ୍ ଲଗାଇବା ଫଳରେ, ଏହା ସନ୍ ଟ୍ୟାନ, ରିଙ୍କିଲ୍ସ ଆଦି ସମସ୍ୟାକୁ ଦୂର କରିବା ସହିତ, ତ୍ୱଚାକୁ ଶୁଷ୍କ ହେବାକୁ ଦେଇ ନଥାଏ। ତେଣୁ ଖରା ଦିନେ ଏହା ଆପଣଙ୍କ ପାଇଁ ଅଧିକ ଗୁରୁତ୍ୱ ରଖିଥାଏ।

ପାଣି ନପିଇ ବଞ୍ଚିଛନ୍ତି ସୁଧାଂଶୁ !
ଦର୍ଶକ ବନ୍ଧୁ ଆପଣ ପାଣି ନପିଇ ରହିପାରିବେ କି ? ଆପଣ ଙ୍କ ଉତ୍ତର ଥିବ ନାହିଁ । ଗୋଟେ ଲୋକ ପାଣି ନପିଇ କେମିତି ରହିବ ବୋଲି ଆପଣ ମାନେ ଭାବୁଥିବେ । ପିଣିର ବହୁତ ଉପକାରୀତା ଥାଏ ଯେମିତିକି ପାଣି ଆମ ଶରୀରକୁ ହାଡ୍ରେଟ ରଖିଥାଏ । ଯାହାଫଳରେ ଆମ ଶରୀର ଗ୍ଲୋ କରିଥାଏ । ତେବେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଓ କୋଷିକା ଗୁଡିକୁ ଜୀବିତ ରଖିବାକୁ ପାଣିର ଅବଶ୍ୟକ ହୋଇଥାଏ । ପାଣିର ବ୍ୟତିକ୍ରମ ମଧ୍ୟ ରହିଛି ।

ଆପଣମାନଙ୍କୁ ଆମେ ଏପରି ଏକ ଘଟଣା ସମ୍ପର୍କରେ କହିବୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଝାଡଖଣ୍ତର ଜାମସେଦପୁରର ସୁଧାଂଶୁ ଏବେ ଚର୍ଚ୍ଚାରେ । ସେ ଦୀର୍ଘ 13 ବର୍ଷ ହେଲା ପାଣି ପିଇ ନଥିବା ଦାବି କରିଛନ୍ତି । ପାଣି ନପିଇଥିବା ପାଇଁ ତାଙ୍କୁ କୌଣସି ରୋଗ ନ ହୋଇଥିବା ଦାବି କରିଛନ୍ତି  । ପାଣି ନପିଇ ମଧ୍ୟ ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ।

ସୁଧାଂଶୁ ଜାମସେଦପୁର ଘୋଡା ବାନ୍ଦରା ବାସିନ୍ଦା । ସେ ଦୀର୍ଘ 13 ବର୍ଷ ହେଲା ପାଣି ପିଇ ନାହାଁନ୍ତି । ତାଙ୍କୁ ପାଣିର କେବେବି ଦରକାର ପଡିନି ସେ କହିଛନ୍ତି ପାଣି ବଦଳରେ ସମୟ ସମୟରେ ମୁଁ କ୍ଷୀର ପିଇଥାଏ ଏହା ସହିତ ମୁଁ ପ୍ରତିଦିନ କାକୁଡି ସାଲାଡ ଖାଇଥାଏ ହୁଏତ ସେଥିପାଇଁ ମତେ ପାଣିର ଆବଶ୍ୟକତା ପଡିନି । ମୁଁ ସମ୍ପୁର୍ଣ୍ଣ ନିରାମିଷ ଥିବା ବେଳେ ମତେ ଶୀତ ଦିନେ ଶୀତ ଲାଗେନାହିଁ । ମା ଦୁର୍ଗାଙ୍କ କୃପାରୁ ମତେ କେବେ ପାଣିର ଦରକାର ପଡିନି ବୋଲେ ସେ କହିଛନ୍ତି । ଅବଶ୍ୟ ସୁଧାଂଶୁ ନିଜ ଦାବି ନେଇ କୌଣସି ପ୍ରମାଣ ରଖିନାହଁନ୍ତି । ତେବେ ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ।

ଅଣ୍ତା ଖାଇବା ସ୍ବାସ୍ଥ୍ୟ ପ୍ରତି ଭଲ ନା ଖରାପ
ବହୁତ ଲୋକ ନିଜ ଖାଦ୍ୟରେ ପ୍ରୋଟିନକୁ ସାମିଲ କରିବା ପାଇଁ ଅଣ୍ତାକୁ ଆଡ କରିଥାନ୍ତି । କାରଣ ଅଣ୍ତା ବହୁତ ପୋଷକ ତତ୍ତ୍ବ ରହିଛି ଏବଂ ପ୍ରୋଟିନ, ଭିଟାମିନ ମଧ୍ୟ ରହିଛି । ଗୋଟିଏ ଅଣ୍ତାରେ ପ୍ରାୟ 78 କ୍ୟାଲୋରୀ ସହିତ 6 ଗ୍ରାମ ପ୍ରୋଟିନ ରହିଛି । ପ୍ରୋଟିନ ପାଇଁ ଜଣାଶୁଣା ଅଣ୍ତାରେ ଓମେଗା 3 ଫ୍ୟାଟ ମଧ୍ୟ ରହିଛି । ଯାହା ଆମ ହୃଦୟ ଏବଂ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ । ଅଣ୍ତାରେ କ୍ୟାଲସିୟମ ଏବଂ ଭିଟାମିନ D ରହିଛି ଯାହା ଆମ ହାଡ ଗୋଡ ଶକ୍ତ କରିବା ପାଇଁ ମଧ୍ୟ ସାହାର୍ଯ୍ୟ କରିଥାଏ । ଏହା ସହିତ ଏଥିରେ ଲ୍ୟୁଟିନ ଏବଂ ଜିଆକ୍ସଣ୍ଚିନ ମଧ୍ୟ ଥାଏ ଯାହା ଆମ ଆଖିର ସ୍ବାସ୍ଥ୍ୟ ପାଇଁ ଭଲ । ଅଣ୍ତା ଖାଇବା ଦ୍ବାରା ଆମ ଶରୀରର ବହୁତ ଉପକାର ହୋଇପାରେ ।

() ତେବେ ଅଣ୍ତା ଅନେକ ପୋଷକ ତତ୍ତ୍ବ ରହିଥାଏ । କିନ୍ତୁ ଆପଣ ମାନେ ଜଣନ୍ତି କି ଏଥିରେ ସୋଡିୟମ ଭି ଅଧିକ ଥାଏ । ଏଥିରେ ପ୍ରାୟ 400 ମିଲିଗ୍ରାମ ସୋଡିୟମ ରହିଥାଏ । ଯାହା ଆମ ସ୍ବାସ୍ଥ୍ୟ ପ୍ରତି ଖରାପ। ତେବେ ଅଣ୍ତାରେ କୋଲେଷ୍ଟ୍ରଲ 186 ମିଲିଗ୍ରାମ ଥାଏ ଯାହା ଆମ ସ୍ବସ୍ଥ୍ୟ ପାଇଁ ଖରାପ । ତେବେ ଆପଣମାନେ ଯଦି ଅଣ୍ତା ଅଧିକା ପରିମାଣର୍ ଖାଉଛନ୍ତି ତେବେ ସାବଧାନ ହୋଇ ଖାଆନ୍ତୁ ।

ଆଲୁମିନିୟମ ଫଏଲ ବ୍ୟବହାର କଲେ ହୋଇପାରେ ରୋଗ
ଆଲୁମିନିୟମ ଫଏଲ ବ୍ୟବହାର ଦ୍ବାରା ଆପଣମାନଙ୍କୁ ହୋଇପାରେ କ୍ଷତି । ସାଧାରଣତଃ ଆମେ ଖାଦ୍ୟ ପ୍ୟାକ କରିବା ପାଇଁ ଏହାକୁ ବ୍ୟବହାର କରିଥାଉ । ପିଲାମାନଙ୍କୁ ତାଙ୍କ ମା ମାନେ ଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକ କରି ଦିଅନ୍ତି । ଦୋକାନରେ ମଧ୍ୟ ଦୋକାନୀ ଖାଦ୍ୟକୁ ଆଲୁମିନିୟମ ଫଏଲରେ ବାନ୍ଧି ଦିଅନ୍ତି । ଏହା ବହୁଳ ଭାବରେ ବ୍ୟବହାର ହୋଇଥାଏ କାରଣ ଏହାର ବ୍ୟବହାର ଦ୍ବାରା ଖାଦ୍ୟ ଅଧିକା ସମୟ ପର୍ଯ୍ୟନ୍ତ ଗରମ ରହିଥାଏ ।

ଆସନ୍ତୁ ଜାଣିବା ଏହା ଆମ ଶରୀରକୁ କେତେ କ୍ଷତି ପହଁଚାଏ

ଲୋକମାନେ ଖାଦ୍ୟକୁ ଗରମ ରଖିବାକୁ ଆଲୁମିନିୟମର ବ୍ୟବହାର କରିଥାନ୍ତି । କାରଣ ଆଲୁମିନିୟମ ଫଏଲରେ ପ୍ୟାକ କଲେ ଖାଦ୍ୟ ଅଧିକା ସମୟ ଗରମ ହୋଇ ରହିଥାଏ । ସେଥିପାଇଁ ଲୋକେ ଖାଦ୍ୟକୁ ଆଲୁମିନିୟମ ଫଏଲରେ ପ୍ୟାକ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଅଧିକା ଗରମ ଖାଦ୍ୟକୁ ଆଲୁମିନିୟମ ଫଏଲରେ ପ୍ୟାକ ରଖିଲେ ତାହା ତରଳି ଥାଏ । ପରେ ଖାଦ୍ୟ ମାଧ୍ୟମରେ ଆମ ଶରୀରକୁ ଯାଇ ଆମ ଶରୀରରେ କ୍ଷତି ପହଁଚାଇ ଥାଏ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଆମ ଶରୀରକୁ ଯାଇ ଆମ ଶରୀରରେ କି ପ୍ରକାରର ରୋଗ କରାଇଥାଏ ।

ଗରମ ଖାଦ୍ୟ ଆଲୁମିନିୟମ ଫଏଲରେ ପ୍ୟାକ କଲେ ଆମ ଶରୀରରେ ଡିମେନସିଆ ପରି ସମସ୍ୟା ଦେଖାଯିବାର ଆସଙ୍କା ଥାଏ ।

ସବୁବେଳେ ଫଏଲ ପ୍ୟାକ ଖାଦ୍ୟ ଖାଇବା ଦ୍ବାରା ଆଲଝପାଇମର ଶିକାର ହୋଇପାରନ୍ତି । ଏହି ରୋଗ ହେବା ଦ୍ବାରା ବ୍ୟକ୍ତି ପ୍ରାୟ କଥା ସବୁ ଭୁଲି ଯାଆନ୍ତି ।

ବାରମ୍ବର ଏହିପରି ଖାଦ୍ୟ ଖାଇବା ଦ୍ବାରା ପୁରୁଷ ମାନଙ୍କର ପ୍ରଜନନ୍ନ କ୍ଷମତା କମି ଯାଇଥାଏ । ଏହା ସହିତ ଆମ ଶରୀରର ହାଡ ଗୋଡ ମଧ୍ୟ ଦୁର୍ବଳ ହୋଇଯାଇଥାଏ । ଏବଂ କିଡୀନ ରୋଗ ମଧ୍ୟ ଦେଖାଯାଇଥାଏ ।

ସବୁବେଳେ ଏହି ଫଏଲ ପ୍ୟାକ ଖାଦ୍ୟ ଖାଇବା ଦ୍ବାରା ହାନିକାରକ ତତ୍ତ୍ବ ଏକାଠି ହୋଇ ଆମ ଶରୀରରେ ଆସ୍ଥାମା ,ଲିଭର ଏବଂ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ  ଦୁର୍ବଳ କରାଇଥାଏ ।

ଆମେ ଫଏଲ ପରିବର୍ତ୍ତେ ଯଦି ଏୟାର ଟାଇଟ କଣ୍ଟେନର ବ୍ୟବହାର କରିପାରିବା । ଏଥି ସହିତ କାଚ କଣ୍ଚେନର ମଧ୍ୟ ବ୍ୟବହାର କରିପାରିବା । ଏଥିରେ ଖାଦ୍ୟ ଗରମ ରହିବା ସହିତ ଆମ ଶରୀର ପାଇଁ ମଧ୍ୟ ଭଲ ।

ଥାଇରଏଡ୍ ହେଲେ କଣ କରିବ
ଏବେ ଥାଇରଏଡ୍ ସମସ୍ୟା ବହୁଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ମାତ୍ରାରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଥାଇରଏଡ୍ ହେଉଛି ଏକ ଛୋଟ ଗ୍ରନ୍ଥି ଯେଉଁଥିରୁ ଥାଇରଏଡ୍ ହରମୋନ୍ ନିର୍ଗତ ହୋଇଥାଏ । ଏହି ଥାଇରଏଡ୍ ଗ୍ରନ୍ଥି ଆମ ଗଳାର ନିମ୍ନ ଭାଗରେ ରହିଛି । ଏହି ହରମୋନ୍ ଶରୀରର ମେଟାବଲିଜିମକୁ ନିୟନ୍ତ୍ରଣରେ ରଖିଥାଏ । ଥାଇରଏଡ୍ ଗ୍ରନ୍ଥ Tri–lodothyronine , Thyrocalcitonin ନାମକ ହରମୋନ୍ କ୍ଷରଣ କରିଥାଏ । ଆମ ଶରୀର ସୁଚାରୁ ରୂପରେ ଚାଲିବା ପାଇଁ ଥାଇରଏଡ୍ ହରମୋନ୍ ବହୁତ ଆବଶ୍ୟକ ହୋଇଥାଏ । କିନ୍ତୁ ଯେତେବେଳେ ଏହି ହରମୋନ୍ ଅସୁନ୍ତଳିତ ହୋଇଥାଏ ସେତେବେଳେ ଲୋକମାନେ ଥାଇରଏଡ୍ ସମସ୍ୟାରେ ପୀଡିତ ହୋଇଥାନ୍ତି । ତେବେ ଏକ ଅଧ୍ୟୟନରୁ ଜଣାପଡିଛି ମହିଳାଙ୍କ ମଧ୍ୟରେ ଥାଇରଏଡ୍ କ୍ୟାନସରର ହାର ପୁରୁଷଙ୍କ ଠାରୁ ୪ ଗୁଣ ଅଧିକ । ଆପଣ ନିଜ ଲାଇଫ୍ ଷ୍ଟାଇଲରେ ପରିବର୍ତ୍ତନ ଆଣି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଷ୍ଟ୍ରେସ୍‌, ଅବସାଦ କାରଣରୁ ଥାଇରଏଡ୍ ସମସ୍ୟା ବହୁତ ଶୀଘ୍ର ବୃଦ୍ଧି ପାଇଥାଏ । ଏହା ସହିତ ଖାଦ୍ୟରେ ଆୟୋଡିନ୍ ମାତ୍ରା କମ୍ ହେଲେ ଥାଇରଏଡ୍ ଗ୍ରନ୍ଥି ପ୍ରଭାବିତ ହୋଇଥାଏ । ଏହି ସମସ୍ୟା ଜେନେଟିକ୍ ବି ହୋଇପାରେ । ମହିଳାଙ୍କ ମଧ୍ୟରେ ଗର୍ଭାବସ୍ଥା ସମୟରେ ଥାଇରଏଡ୍ ହରମୋନ୍‌ରେ ଅସନ୍ତୁଳନ ଦେଖାଦେଇଥାଏ । କାରଣ ଏହି ସମୟରେ ମହିଳାଙ୍କ ଶରୀରରେ ହରମୋନଜନିତ ବହୁ ପରିବର୍ତ୍ତନ ଦେଖାଦେଇଥାଏ । ସର୍ବଦା କ୍ଲାନ୍ତି ଲାଗିବା, ଅବସାଦ, ନଖ ପତଳା ହେବା ଓ ଭାଙ୍ଗିଯିବା, କେଶ ଅଧିକ ଝଡିବା, ଆଖି ଫୁଲିବା, ଓଜନ ବଢିବା, ଦ୍ୱନ୍ଦ୍ୱରେ ରହିବା, ପିରିୟଡ ଗଡିଯିବା, କୋଲେଷ୍ଟ୍ରଲ ବଢିବା ଇତ୍ୟାଦି । ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ଚର୍ବି ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଅଧିକ ଫଳ ଓ ସବୁଜ ପନିପରିବା ଖାଆନ୍ତୁ । ସବୁଜ ପନିପରିବାରେ ଅଧିକ ମାତ୍ରାରେ ଆଇରନ୍ ଥାଏ ଯାହା ଥାଇରଏଡ୍ ରୋଗୀଙ୍କ ଲାଗି ଲାଭଦୟକ ହୋଇଥାଏ ।

ନିୟମିତ ରୋଗରେ ବ୍ୟାୟାମ କରନ୍ତୁ । ଫଳରେ ଆପଣଙ୍କ ଶରୀରରେ ଅଙ୍ଗ ପ୍ରତ୍ୟଙ୍ଗ ସୁସ୍ଥ ଓ ସକ୍ରିୟ ରହିବ । ଏହା ସହିତ ବ୍ୟାୟାମ କରିବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ଆସିଥାଏ ।ଥାଇରଏଡ୍‌ରୁ ମୁକ୍ତି ପାଇବା ପାଇଁ ଭିଟାମିନ୍ ଏ ଅଧିକ ସେବନ କରନ୍ତୁ । ତେଣୁ ଆପଣ ଅଧିକ ମାତ୍ରାରେ ଗାଜର ଖାଆନ୍ତୁ । ଗଜା ମୁଗ, ବୁଟ ବି ଖାଆନ୍ତୁ । ଏଥିରେ ଫାଇବର, ପ୍ରୋଟିନ, ଭିଟାମିନ୍ ଭରପୁର ମାତ୍ରାରେ ରହିଛି । ଶରୀରରେ ଭିଟାମିନ୍ ବି ୧୨ ହ୍ରାସ ପାଇବା କାରଣରୁ ଥାଇରଏଡ୍ ହରମୋନ ପ୍ରଭାବିତ ହୋଇଥାଏ । ଏଣୁ ଭିଟାମିନ୍ ବି୧୨ ଯୁକ୍ତ ଖାଦ୍ୟ ଖାଆନ୍ତୁ ।

ଅଧିକା କେଶ ଝଡିଲେ ଆପଣ କଣ କରିବେ
ସାଧାରଣତଃ ପାଣିପାଗ କିମ୍ବା ଯତ୍ନର ଅଭାବ ପାଇଁ କେଶ ଝଡିବା ସମସ୍ୟା ଦେଖାଯାଇଥାଏ । କିଛି ରିସର୍ଚ୍ଚ ଅନୁସାରେ ଖାଦ୍ୟର ଅଭାବ ପାଇଁ କେଶ ଦୁର୍ବଳ ହେବାକୁ ଲାଗିଥାଏ । ବ୍ୟସ୍ତବହୁଳ ଜୀବନରେ ଆମେ ଆମ ନିଜ ପାଇଁ ସମୟ ପାଇନଥାଉ ସେଥିପାଇଁ ଆମ କେଶ ଝଡିବାକୁ ଲାଗିଥାଏ । ଆମ ଜୀବନଶୌଳୀରେ ପରିବର୍ତ୍ତନ କିମ୍ବା ଭୁଲ ଖାଦ୍ୟର ଅଭ୍ୟସ ହେତୁ ଆମ କେଶ ଦୁର୍ବଳ ହେବାକୁ ଲାଗିଥାଏ । ଏପରି କିଛି ଖାଦ୍ୟ ରହିଛି ଯାହା କେବଳ ଚର୍ମ, ସ୍ବାସ୍ଥ୍ୟ ପାଇଁ ନୁହେଁ ବରଂ କେଶ ପାଇଁ ମଧ୍ୟ କ୍ଷତିକାରକ ।

କିଛି ରିସର୍ଚ୍ଚ ଅନୁଯାୟୀ ଅତ୍ୟଧିକ ଚିନି ଖାଇବା ଦ୍ବାରା ଆମ ସ୍ବସ୍ଥ ପ୍ରତି ନୁହଁ ବରଂ ଆମ ଚର୍ମ ପ୍ରତି ମଧ୍ୟ କ୍ଷତିକାରକ ଯାହା ଆମ କେଶକୁ ଦୁର୍ବଳ କରିଥାଏ । ବ୍ରେଡ୍ କିମ୍ବା ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟ ହଜମ କରିବା ପାଇଁ ଅଧିକ ଇନସୁଲିନ୍ ନିର୍ଗତ ହୁଏ । ବିଶେଷଜ୍ଞଙ୍କ ଅନୁଯାୟୀ ଏପରି କ୍ରମାଗତ ହେଲେ କେଶ ଝଡିବା ଆରମ୍ଭ ହୋଇଥିଏ ।

କେଶ ପାଇଁ ଆବଶ୍ୟକ କେରାଟିନ ଉତ୍ପାଦନରେ ସମସ୍ୟା ସୃଷ୍ଟି କରେ ଆଲକହଲ୍ । ଏହା କେଶ ନଷ୍ଟ ହେବାର କାରଣ ହୋଇଥାଏ । କେଶକୁ କଳା ଏବଂ ମୋଟା କରିବା ପାଇଁସବୁଜ ପନିପନିରିବା , ଫଳ ଏବଂ ଡ୍ରାଏ ଫ୍ରୁଟ୍ସଖାଇବା ଉଚିତ୍ । ଏଗୁଡିକ ଖାଇବା ଦ୍ବାରା ଶରୀର, ଚର୍ମ ଏବଂ କେଶକୁ ପୋଷଣ ମିଳିଥାଏ ।

କେଶକୁ ସୁସ୍ଥ ରଖିବା ପାଇଁ ଡେଲି ହେୟାର ରୁଟିନ୍ଟି ବ୍ୟତୀତ ମାସ୍କ କିମ୍ବା ଆଲୋଭେରା ଜେଲ୍ ପରି ଘରୋଇ ଉପଚାର ଆପଣାନ୍ତୁ । ଏହାବ୍ୟତୀତ ଅଧିକରୁ ଅଧିକ ପାଣି ପିଇବା ଉଚିତ୍ଚି ।

ମେଦବହୁଳତାରେ ଭାରତର ସ୍ଥାନ ତୃତୀୟ
ପରିବର୍ତିତ ଜୀବନଶୌଳୀ ଏବଂ ଖାଦ୍ୟପେୟରେ ଅନିୟମିତାତ ଯୋଗୁଁ ସାରା ବିଶ୍ୱରେ ମେଦବହୁଳତା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବଂ ସାରା ବିଶ୍ୱରେ ମେଦବହୁଳତା ବା ମୋଟାପା କ୍ଷେତ୍ରରେ ଆମ ଭାରତ  ବିଶ୍ୱରେ ତୃତୀୟ ସ୍ଥାନ ରହିଛି । ଯାହା ନିକଟରେ ପ୍ରକାଶିତ ଲାନସେଟ ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱରେ ବର୍ତମାନ ୧୦୦ କୋଟିରୁ ଅଧିକ ଲୋକ ମେଦବହୁଳତାର ଶିକାର ହୋଇଥିବା ବେଳେ  ୧୯୯୦ ପରଠାରୁ ଏହା ଚାରିଗୁଣ ବୃଦ୍ଧି ପାଇଛି । ବିଶ୍ୱରେ ସବୁଠାରୁ ଅଧିକ ମେଦବହୁଳତା ରେ ଶିକାର ହୋଇଥିବା ବ୍ୟକ୍ତି ରହୁଥିବା ଶ୍ରେଷ୍ଠ ଦଶ ତାଲିକାରେ ଆମେରିକା  , ଦ୍ୱିତୀୟରେ ଚୀନ ଓ ତୃତୀୟରେ ଭାରତ ରହିଛି ।  ଏକ ରିପୋର୍ଟ ଅନୁସାରେ ଭାରତରେ ରହୁଥିବା ପ୍ରାୟ ୮ କୋଟି ଲୋକ ମୋଟାପା ର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ରୁ ୧୯ ବର୍ଷ ବୟସର ଲୋକ ପ୍ରାୟ ୧ କୋଟି ଥିବା ଜଣାପଡିଛି । ଏବଂ ସବୁଠାରୁ ବଡ କଥା ହେଉଛି କୋଭିଡ ମହାମାରୀ ପରେ ଶିଶୁଙ୍କ କ୍ଷେତ୍ରରେ ମେଦବହୁଳତା  ବହୁତ ବଢିଥିବା ଦେଖିବାକୁ ମିଳିଛି । ମହିଳାଙ୍କ କ୍ଷେତ୍ରରେ ମେଦବହୁଳତାର ହାର ୯ ପ୍ରତିଶତ ବଢିଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୫ ପ୍ରତିଶତ ବଢିଛି । ଏବଂ ୫ ରୁ ୧୯ ବର୍ଷ ବୟସ ବର୍ଗର ୭୦ ଲକ୍ଷ ପୁଅ ଓ ୫୦ ଲକ୍ଷ ଝିଅଙ୍କ ଠାରେ ମେଦବହୁଳତା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ: ଶିମିଳିପାଳରେ ବାଘକୁ ଜଗିବେ ହାତୀ