Khabar Odisha

ଧାନ ଫସଲ ନଷ୍ଟ ହୋଇଯିବାରୁ ଜୀବନ ହାରିଥିଲେ ଚାଷୀ
ପାଣି ଅଭାବରେ ଧାନ ଫସଲ ଉଜୁଡ଼ି ଯାଇଥିବାରୁ ଜଣେ ଚାଷୀ ନିଜ ଜୀବନ ହାରିଛନ୍ତି । ଏଭଳି ଅଭାବନୀୟ ଘଟଣାଟି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଓସ୍ତପଡ଼ାରେ ଘଟିଛି। ମିଳିଥିବା ସୂଚନା ଅନୁଯାଇ, ମୃତ ଚାଷୀଙ୍କ ନାମ ହେଉଛି ଗୋବିନ୍ଦ ସାହୁ। ଗୋବିନ୍ଦଙ୍କ ପୁଅ ବିକ୍ରମ ସାହୁଙ୍କ କହିବା ଅନୁସାରେ ସେମାନଙ୍କର ୫ ଏକର ଚାଷ ଜମି ଅଛି ଯେଉଁଥିରେ ସେମାନେ ଧାନ ଚାଷ କରିଛନ୍ତି । କିନ୍ତୁ ଜଳ ସେଚନର ସୁବିଧା ନଥିବାରୁ ଧାନ ଫସଲ ନଷ୍ଟ ହୋଇଗଲାଣି। ବହୁତ କଷ୍ଟରେ ଋଣ କରି ଚାଷ କାମ ଆରମ୍ଭ କରିଥିଲେ। ପାଣି ଅଭାବରୁ ଫସଲ ନଷ୍ଟ ହୋଇଯାଉଥିବା ଦେଖି ତାଙ୍କ ବାପା ବହୁତ ଚିନ୍ତିତ ରହୁଥିଲେ । ଠିକ୍‌ରେ ଖିଆପିଆ ମଧ୍ୟ କରୁ ନଥିଲେ। ଆଉ ଶେଷରେ ଆଜି ଏମିତି ଏକ ପଦକ୍ଷେପ ନେଇଛନ୍ତି। ଫସଲ ନଷ୍ଟ ହୋଇଯାଉଥିବାରୁ ଋଣ କେମିତି ସୁଝିଥାନ୍ତେ , ସେହି ଚିନ୍ତାରେ ସର୍ବଦା ସେ ରହୁଥିଲେ।

ଗାଁର ଜଣେ ଚାଷୀ କହିଛନ୍ତି, ଯେ ଆମର ଏଠାରେ ଏବେ କୌଣସି ବିଲରେ ପାଣି ନାହିଁ। ପ୍ରାୟ ବିଲରେ ଧାନ ଗଛ ମରିଗଲାଣି। ଜଳ ସେଚନର କୌଣସି ସୁବିଧା ନ ଥିବାରୁ ଅନେକ ଚାଷ ଜମି ନଷ୍ଟ ହୋଇଗଲାଣି। ଯେଉଁଠି ପାଣି ଅଛି, ସେଠାରେ କେବଳ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଅଛି, ସେମାନେ ପମ୍ପ ଲଗାଇ ପାଣି ଉଠାଇ ଚାଷ କରୁଛନ୍ତି। ଅନ୍ୟମାନଙ୍କ ପାଖରେ ପଇସା ନଥିବାରୁ ପମ୍ପ ଲଗାଇ ପାଣି ମଡ଼ାଇ ପାରୁ ନାହାନ୍ତି। ଯାହା ଫଳରେ ଆଜି ଜଣେ ଚାଷୀ ନିଜ ଜୀବନ ହାରିଛନ୍ତି।

ଅଧିକ ପଢ଼ନ୍ତୁ : ନଦୀ ପଠାରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଅଭାବୀ ବିକ୍ରି କାରଣରୁ ହତାଶ ହୋଇପଡ଼ିଛନ୍ତି କେନ୍ଦ୍ରାପଡ଼ାର ନଳିତା ଚାଷୀ
ଶିଳ୍ପ ପ୍ରତିଷ୍ଠା ହେବ, ଲୋକେ ନିଯୁକ୍ତି ପାଇବେ, କାରଖାନାରେ ରାଜ୍ୟର କଞ୍ଚାମାଲ ଲାଗିବ, ଚାଷୀ ଅଭାବୀ ବିକ୍ରିରୁ ବଞ୍ଚିବେ କହି ବର୍ଷ ବର୍ଷ ଧରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି ରାଜ୍ୟ ସରକାର। ଶିଳ୍ପାୟନ ଓ ଚାଷୀଙ୍କ କଲ୍ୟାଣ ନାଁରେ ଏମିତି ଚାଷୀଙ୍କୁ ଓଲା ବନାଉଛନ୍ତି ରାଜ୍ୟ ସରକାର। ଆଉ ସରକାରଙ୍କୁ ଭରସା କରି କେମିତି ଲକ୍ଷ ଲକ୍ଷ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି ତାର ପ୍ରମାଣ ହେଉଛନ୍ତି କେନ୍ଦ୍ରାପଡ଼ାର ନଳିତା ଚାଷୀ। କେନ୍ଦ୍ରାପଡ଼ା ଜିଲ୍ଲାର 30 ପ୍ରତିଶତ ଚାଷୀ ନଳିତା ଚାଷ ଉପରେ ନିର୍ଭରଶୀଳ । ମହାକାଳପଡ଼ା, ମାର୍ଶାଘାଇ, କେନ୍ଦ୍ରାପଡ଼ା, ପାଟକୁରା ପଟ୍ଟାମୁଣ୍ଡାଇ, ରାଜକନିକା ଆଦି ବ୍ଲକର 10ହଜାର 7ଶହ 40ହେକ୍ଟର ଜମିରେ ଏଥର ନଳିତା ଚାଷ ହେଉଛି । କିନ୍ତୁ ଝୋଟ ଅମଳ ପରେ ବିକ୍ରି ହେବା ମୁସ୍କିଲ ହୋଇପଡୁଛି । ଜିଲ୍ଲାରେ ଝୋଟ କଳ ନାହିଁ। ବାଧ୍ୟ ହୋଇ ଶାଗ ମାଛ ଦରରେ କଷ୍ଟ ଉପାର୍ଜିତ ଫସଲ ବିକ୍ରି କରୁଛନ୍ତି ନଳିତା ଚାଷୀ। ଚାଷୀଙ୍କଠାରୁ ଝୋଟ କିଣିବା ନେଇ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଚାଷୀଙ୍କ ଅସହାୟତାର ସୁଯୋଗ ନେଇ ଚାଷୀଙ୍କୁ ଶୋଷଣ କରୁଛନ୍ତି ଦଲାଲ ।

କେବଳ କେନ୍ଦ୍ରାପଡ଼ା ନୁହେଁ କୃଷି ଭିତ୍ତିକ ଶିଳ୍ପ ଅଭାବରୁ ଦୁର୍ଦ୍ଦଶା ଭୋଗୁଛନ୍ତି ସାରା ରାଜ୍ୟର ଚାଷୀ। ଶିଳ୍ପାୟନ ଦିଗରେ ବିଜେଡି ସରକାରର ବିଫଳତା ଫଳରେ ଯନ୍ତ୍ରଣାରେ ରାଜ୍ୟବାସୀ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଯାଇ ବାହାର ରାଜ୍ୟରେ ଖଟୁଛନ୍ତି 5 ଲକ୍ଷ ଲୋକ । ଗଞ୍ଜାମ ଆସିକାରେ 15 ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି ଆସିକା ସୂତାକଳ। କିନ୍ତୁ ଏହାର ପୁନରୁଦ୍ଧାର ନେଇ ଚୁପ ରହିଛନ୍ତି ବିଜେଡି ସରକାର । ସାରା ଦେଶରେ ଶିଳ୍ପାୟନ ଦୃଷ୍ଟିରୁ ତଳଆଡୁ 5 ନଂ ସ୍ଥାନରେ ରହିଛି ଓଡ଼ିଶା । ପ୍ରତିବର୍ଷ ରାଜ୍ୟରେ ହଜାର ହଜାର ଶିଳ୍ପାନୁଷ୍ଠାନରେ ଝୁଲୁଛି ତାଲା । ବର୍ଷକ ମଧ୍ୟରେ ରାଜ୍ୟରେ 7ଟି ବୃହତ୍ ଶିଳ୍ପ ମଧ୍ୟ ବନ୍ଦ ହୋଇଥିଲା । ଆଉ ବୃହତ ଶିଳ୍ପ ବନ୍ଦ ହେବା ପଛରେ କାରଣ କଞ୍ଚାମାଲର ଅଭାବ ବୋଲି ଦର୍ଶାଇଥିଲେ ସରକାର । ଗୋଟିଏ ପଟେ କଞ୍ଚାମାଲ ଅଭାବରୁ ଶିଳ୍ପ ବନ୍ଦ ହେଉଥିବା ଦର୍ଶାଉଛନ୍ତି ସରକାର ଅନ୍ୟପଟେ ଝୋଟର ଅଭାବୀ ବିକ୍ରି କରି ହତାଶ ହେଉଛନ୍ତି ରାଜ୍ୟର ନଳିତା ଚାଷୀ ।

ଅଧିକ ପଢ଼ନ୍ତୁ : ୧୫୦ ବର୍ଷ ତଳର ମାଲଗୋଦାମ କଟକରୁ ଉଠିଯିବ

ଫସଲବୀମା ଯୋଜନାରୁ ବଞ୍ଚିତ ହେବାରୁ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ : ବାଙ୍କୀ-ତ୍ରିଶୂଳିଆ ରାସ୍ତାରେ ଯାତାୟାତ ଠପ୍
ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନାରୁ ବଞ୍ଚିତ ହେବାରୁ ବାଙ୍କୀରେ ଶତାଧିକ ଚାଷୀ ବାଙ୍କୀ-ତ୍ରିଶୂଳିଆ ରାଜରାସ୍ତାକୁ ଓଲ୍ଲହାଇଛନ୍ତି। ବୀମା ଯୋଜନାରୁ ବଞ୍ଚିତ ଚାଷୀମାନେ ନିଜ ଦାବି ପୂରଣକୁ ନେଇ ଆଜି ସକାଳେ ବାଙ୍କୀ ତମପଡ଼ା ବ୍ଲକ ପାଥପୁର ପଞ୍ଚାୟତ ରାଜରାସ୍ତାରେ ଧାରଣାରେ ବସିଛନ୍ତି। ବାଙ୍କୀ-ତ୍ରିଶୂଳିଆ ରାସ୍ତାର ପାଥପୁୁର ଛକ ନିକଟରେ ରାସ୍ତାରୋକ କରି ଆନ୍ଦୋଳନ କରୁଛନ୍ତି ଶହ ଶହ ଚାଷୀ । ଧାରଣା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନଗୁଡିକୁ ଅଟକ ରଖାଯାଇଛି। ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହି ପଞ୍ଚାୟତର ଚାଷୀମାନେ ବାରମ୍ବାର ବାଙ୍କୀ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ କଥାକୁ ଶୁଣିନଥିବା ଅଭିଯୋଗ କରିଛନ୍ତି ଚାଷୀ । ଶେଷରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ଚାଷୀମାନେ।

ବୁଡ଼ି ଗଲା ଚାଷ ଜମି , ମୁଣ୍ଡରେ ହାତ ଦେଲେ ଚାଷୀ
ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଯାଇଛି। ବିଭିନ୍ନ ଅଞ୍ଚଳରୁ ବନ୍ୟାଜଳ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ବର୍ଷା ଛାଡ଼ିବା ପରେ ଏବେ ଚାଷ ଜମି ବୁଡି ରହିଛି , ଆଉ ଚାଷୀମାନେ ମୁଣ୍ଡରେ ହାତ ଦେଇକି ବସିଛନ୍ତି। କାହିଁକି ନା ଏତେ ପରିଶ୍ରମ କରି ଧାର କରଜରେ ଯେଉଁ ଋଣ କରିକି ଚାଷ କରିଥିଲେ ସେ ସବୁ ବର୍ଷା ପାଣିରେ ଧୋଇ ନଷ୍ଟ ହେଇଯାଇଛି | ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଥିବା ଯୋଗୁଁ ଧାନ ସହ ରବି ଫସଲ ଓ ପନିପରିବା ମଧ୍ୟ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାରେ ନଦୀ କୁଳିଆ ଅଞ୍ଚଳଗୁଡ଼ିକରେ ପ୍ରାୟ ୫୦୦ ହେକ୍ଟରୁ ଅଧିକ ଚାଷ ଜମି ବନ୍ୟାପାଣିରେ ବୁଡ଼ି ରହିଥିଲା ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ବନ୍ୟାଜଳ ହ୍ରାସ ପାଇଥିବା ବେଳେ ଶହଶହ ଏକର ଚାଷଜମି କ୍ଷତି ଗ୍ରସ୍ତ ଅଛି |  ଧାନଚାଷଠାରୁ ଆରମ୍ଭ କରି ବିରି, ମୁଗ, ରବି ଫସଲ ଓ ପନିପରିବା ଫସଲ ନଷ୍ଟ ହୋଇଯାଇଛି । । ବର୍ଷଯାକ ପରିବାରକୁ କିପରି ଚଳାଇବେ, ତାହାକୁ ନେଇ ଏବେ ଚିନ୍ତାରେ ଚାଷୀଭାଇ | ଏ ବାବଦରେ କ୍ଷତିପୂରଣ ଦେବା ଲାଗି ଚାଷୀ ନେତାମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି । କୃଷି ବିଭାଗ ପକ୍ଷରୁ ଗତକାଲି ସୁଦ୍ଧା ୫୦୦ ହେକ୍ଟର ଚାଷଜମି ଜଳମଗ୍ନ ରହିଥିଲା ବୋଲି ସୂଚନା ଦିଆଯାଇଛି। ଜଳସ୍ତର ସଂପୂର୍ଣ୍ଣ କମିଗଲେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ୍ୟୋତିଦୀପ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ରାଜ୍ୟ କ୍ୟାବିନେଟ ବୈଠକରେ 3ଟି ବଡ ନିଷ୍ପତ୍ତି : ପ୍ରତିଷ୍ଠା ହେବ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ।
ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଓ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷା ଯୋଗାଇବା ପାଇଁ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି । ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ମୋହର ବାଜିଛି । ଏଥିପାଇଁ ୩୩୦.୧୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହା ହେବା ଦ୍ୱାରା ସରକାରୀ ଡାକ୍ତର ଏବଂ ପାରାମେଡିକଙ୍କ ନିଯୁକ୍ତି ସୁନିଶ୍ଚିତ ହୋଇପାରିବ । ସେହିଭଳି ସଠିକ ପାଠ୍ୟକ୍ରମ, ଶିକ୍ଷାଦାନ ପ୍ରଣାଳୀର ବିକାଶ ସହ ଶିକ୍ଷକଙ୍କ ଦକ୍ଷତାର ବୃଦ୍ଧିରେ ବେଶ ସହାୟକ ହେବ । ଆମ ରାଜ୍ୟରେ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷାର ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ ।

ସେହିପରି ଉଭୟ ଖରିଫ ଓ ରବି ଋତୁରେ ଚାଷ ଜମିକୁ ଜଳଯୋଗାଣ ସୁନିଶ୍ଚିତ କରିବା ପାଇଁ ଜଳକ୍ଲିଷ୍ଟ ଭୂତଳ ଜଳର ପୋଷଣୀୟ ବିନିଯୋଗ ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି । ୨୦୨୨-୨୩ ଏବଂ ୨୦୨୪-୨୫ ବର୍ଷ ପାଇଁ ୩୬୪.୪୦ କୋଟି ଟଙ୍କା ଖର୍ଚ୍ଚ ହେବ । କ୍ଲଷ୍ଟର ଭିତ୍ତିରେ ଅଗଭୀର ନଳକୂପ ଖନନ କରାଯିବ । ସେହିପରି ସୌର ଶକ୍ତି ଜରିଆରେ ଜଳ ଉତ୍ତୋଳନକୁ ଯୋଗାଇବା ପାଇଁ ପ୍ରୋତ୍ସାହନ ଦିଆଯିବ । ଏହା ହେବା ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏହାସହ ‘ମୋ ଘର’ ଯୋଜନାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ମୋ ଘର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଦେବେ ସରକାର । ସେହିଭଳି ୨ଟି ଫିଲ୍ମକୁ କରମୁକ୍ତ ହୋଇଛି । ଡେଲିଭରୀ ବୟ ଓ ଜ୍ୱିଗାଟୋକୁ କରମୁକ୍ତ କରାଯାଇଛି ।

ଉତ୍କଳ ଦିବସରେ ଚାଷୀଙ୍କ ଆକାଉଣ୍ଟକୁ ଆସିଲା କାଳିଆ ଟଙ୍କା
ଉତ୍କଳ ଦିବସରେ ହିତାଧିକାରୀ ଚାଷୀଙ୍କ ଖାତାକୁ ଆସିଲା କାଳିଆ କିସ୍ତି । ଉତ୍କଳ ଦିବସ ଅବସରରେ ଚାଷୀମାନଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ଚାଷୀ ମାନଙ୍କୁ କାଳିଆ କିସ୍ତି ବଣ୍ଟନ କରିଛନ୍ତି ରାଜ୍ୟ ସରକାର | ୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ପ୍ରଚଳନ କରିଥିଲେ । ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଛି । ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକମାନେ ଏହି ସହାୟତା ପାଇଛନ୍ତି । ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦିଆଯାଇଛି । ଏହି ଅବସରରେ ଚାଷୀ ଭାଇମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀଙ୍କ କଲ୍ୟାଣ ସହ ରାଜ୍ୟର ବିକାଶ ଯୋଡି ହୋଇ ରହିଛି ତେଣୁ ଆଜିର ପବିତ୍ର ଦିନ ରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଅର୍ଥିକ ବର୍ଷ ଆରମ୍ଭ କଲୁ । କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ପିଏମ କିଷାନ ସମ୍ମାନ ନିଧି ଯୋଜନା : ଆଜି ଚାଷୀଙ୍କ ଖାତାକୁ ଆସିବ ଟଙ୍କା
ଆଜି କେନ୍ଦ୍ର ପଠାଇବ ଚାଷୀଙ୍କ ଆକାଉଣ୍ଟକୁ ପିଏମ କିଷାନ ସମ୍ମାନ ନିଧି ଟଙ୍କା । ତେଣୁ ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାର ବେଲାଗାଭି ଠାରେ ଦେଶର ଚାଷୀଙ୍କୁ ଭେଟି ଦେବେ ପିଏମ କିଷାନ ସମ୍ମାନ ନିଧି ଟଙ୍କା । ଏହା ଦ୍ୱାରା ୮ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ । ୮ କୋଟିରୁ ଅଧିକ ହିତାଧିକାରୀ କୃଷକମାନଙ୍କୁ ପାଖାପାଖି ୧୬,୮୦୦ କୋଟି ଟଙ୍କା ୧୩ ତମ କିସ୍ତିରେ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା । ଚାଷୀଭାଇମାନଙ୍କୁ ସଶକ୍ତ କରିବା ପାଇଁ ହିତାଧିକାରୀ କୃଷକମାନଙ୍କୁ ପ୍ରତି ବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏପର୍ଯ୍ୟନ୍ତ ୧୧ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତ୍ୟକ୍ଷ ଭାବରେ ୨.୨୫ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

ଚିନାବାଦାମ ଚାଷ କରି ମାଲାମାଲ ଆଦିବାସୀ, ମିଶନ ଜୀବିକା ଜରିଆରେ ମିଳିଛି ଆୟର ପନ୍ଥା
ଆଦିବାସୀ ଜନଜାତିଙ୍କ ପାଇଁ ଜୀବିକା ନିର୍ବାହ ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ପରିବାରର ଆୟକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ସୁନ୍ଦରଗଡ ଜିଲ୍ଲାରେ ‘ମିଶନ୍ ଜୀଭିକା’ କାର୍ଯ୍ୟକ୍ରମ ଚାଲିଛି। ଓଡ଼ିଶା ସରକାରଙ୍କ ‘ଏସଟି ଆଣ୍ଡ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ’ କାର୍ଯ୍ୟକ୍ରମ ଅଧୀନରେ ଆଦିବାସୀ ପରିବାରମାନେ ଚିନାବାଦାମ ଏବଂ ଅନ୍ୟାନ୍ୟ ନଗଦ ଫସଲ ଚାଷ କରି ବିଶେଷ ଉପକୃତ ହେଉଛନ୍ତି।

ଆର୍ଥିକ ବର୍ଷ 2022-23 ସମୟରେ ସୁନ୍ଦରଗଡ ଜିଲ୍ଲାର ରାଜଗଙ୍ଗପୁର ଏବଂ କୁଟ୍ରା ବ୍ଲକ ଅନ୍ତର୍ଗତ 13 ଟି ଗାଁରେ ଚିନାବାଦାମ ଚାଷ କରାଯାଉଛି। ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ମୋଟ 852 କୃଷକ 600 ଏକରରୁ ଅଧିକ ଚାଷ ଜମିରେ ଏହି ଚାଷ କରି ଫସଲ ବୃଦ୍ଧି କରୁଛନ୍ତି। ଇଣ୍ଟିଗ୍ରେଟେଡ୍ ଆଦିବାସୀ ବିକାଶ ଏଜେନ୍ସି (ITDA), ସୁନ୍ଦରଗଡ ହିତାଧିକାରୀଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦିଆଯାଉଛି ବୋଲି ଚାଷୀ ନିଜର ମତ ଦେଇଛନ୍ତି |

ସୁନ୍ଦରଗଡର ଆଇଟିଡିଏର ‘ ମିଶନ୍ ଜୀବିକା ’କାର୍ଯ୍ୟକ୍ରମ ଅଧୀନରେ ଚିନାବାଦାମ ଏବଂ ବିଭିନ୍ନ ପନିପରିବା ସମେତ ତେରଟି ଅନ୍ୟାନ୍ୟ ଫସଲ ମଧ୍ୟ ଚାଷ କରାଯାଉଛି। କୃଷକମାନଙ୍କୁ ଏହି ଉଦ୍ଦେଶ୍ୟରେ ବିଭିନ୍ନ ଇନପୁଟ୍ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି | ଚିନାବାଦାମ ଉତ୍ପାଦନ ବଢାଇବା ସେମାନଙ୍କୁ ଅତିରିକ୍ତ ଲାଭ ପାଇବାରେ ମଧ୍ୟ ସାହାଯ୍ୟ କରୁଛି | ଏହା ପରବର୍ତ୍ତୀ ସମୟରେ ଆଦିବାସୀ ପରିବାରର ଆର୍ଥିକ ସଶକ୍ତିକରଣରେ ପରିଣତ ହୋଇଛି ବୋଲି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ରାମକୃଷ୍ଣ ଗଣ୍ଡ କହିଛନ୍ତି।

ଆଇଟିଡିଏ ଚାଷୀଙ୍କୁ ମାଗଣାରେ ବିହନ, ଜୈବିକ ସାର ଏବଂ କୀଟନାଶକ ଯୋଗାଇଦେଉଛି । ଏଜେନ୍ସିର ବିଶେଷଜ୍ଞ ଦଳମାନେ ଫସଲର ସ୍ଥିତି ସମୀକ୍ଷା କରିବା ପାଇଁ କ୍ଷେତ୍ର ଯାଞ୍ଚ କରୁଛନ୍ତି | କୀଟନାଶକ ଏବଂ ରୋଗ ପରିଚାଳନା ଉପରେ ସେମାନେ କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ମଧ୍ୟ ଦେଉଛନ୍ତି ବୋଲି ସେ କହିଛନ୍ତି | ଚିନାବାଦାମ ଅମଳ ହେବା ପରେ ଚାଷୀମାନେ ତାହାକୁ ପାଖ ବଜାରରେ ବିକ୍ରି କରି ଭଲ ରୋଜଗାର କରିପାରୁଛନ୍ତି। ସେହିପରି କୃଷକ ଉତ୍ପାଦକ ଗୋଷ୍ଠୀ ବା ଏଫ୍ପିଓ ଜରିଆରେ ଚାଷୀଙ୍କଠାରୁ ଚିନାବାଦାମ କିଣାଯିବାର ମଧ୍ୟ ବ୍ୟବସ୍ଥା କରିଛି ଆଇଟିଡିଏ।

“ମୁଁ ଗତ ତିନିବର୍ଷ ହେବ ଚିନାବାଦାମ ଚାଷ କରୁଛି | ଏହି ବର୍ଷ ମଧ୍ୟ ମୁଁ ଦେଢ଼ ଏକର ଜମିରେ ବାଦାମ ଚାଷ କରିଛି | ଅମଳ ଭଲ ମଧ୍ୟ ହୋଇଛି | ଆଇଟିଡିଏ ପକ୍ଷରୁ ବାଦାମ ବିକ୍ରି ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା ହୋଇଛି। ଭଲ ଚାଷ ହେତୁ ଭଲ ଆୟ ମଧ୍ୟ ହୋଇପାରିଛି | ଯାହାଦ୍ୱାରା ମୋ ଘରର ଗୁଜୁରାଣ ବର୍ତ୍ତମାନ ଭଲଭାବରେ ହୋଇପାରୁଛି" ବୋଲି ରାଜଗଙ୍ଗପୁର ବ୍ଲକର କୁକୁଡା ଗ୍ରାମପଞ୍ଚାୟତ ଧଉରାଅଢ଼ା ଗ୍ରାମର ଜଣେ ମହିଳା କୃଷକ ଜୋହାନି ମହାନନ୍ଦ କହିଛନ୍ତି। ସେପଟେ "ପୂର୍ବରୁ, ଆମେ ଧାନ ଚାଷ କରୁଥିଲୁ | ଲାଭ କମ୍ ଥିଲା | ଗତ ଏକ ବର୍ଷ ଠାରୁ, ଆମେ ବାଦାମ ଚାଷ କରୁଛୁ, ଯେଉଁଥିପାଇଁ ଆଇଟିଡିଏ ମଞ୍ଜି ଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇଦେଇଛି | ଆମେ ଭଲ ଆୟ ପାଇବାକୁ ଯାଉଛୁ | ଘରର ଖର୍ଚ୍ଚ ତଥା ଆମ ପିଲାମାନଙ୍କର ଶିକ୍ଷାର ଯତ୍ନ ନେବା ପରେ ଆମେ ବ୍ୟାଙ୍କରେ କିଛି ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସକ୍ଷମ ହୋଇଛୁ" ବୋଲି ଆଉ ଜଣେ ଯୁବ ଚାଷୀ ଆରବିନ୍ଦ ମିଞ୍ଜ କହିଛନ୍ତି।

ଏହାପୂର୍ବରୁ ରାଜଙ୍ଗପୁର ଏବଂ କୁଟ୍ରା ବ୍ଲକର କୃଷକମାନେ ଧାନ କିମ୍ବା ତେଲ ଭଳି ପାରମ୍ପାରିକ ଫସଲ ଚାଷ କରୁଥିଲେ। ତେବେ, ଆଇଟିଡିଏ ଦ୍ୱାରା ଦିଆଯାଇଥିବା ସହାୟତା ପରେ, ଏହି ଅଞ୍ଚଳର କୃଷକମାନେ ଗତ ତିନିବର୍ଷରୁ ଚିନାବାଦାମ ଚାଷ କରୁଛନ୍ତି। କମ୍ ଜଳ ଆବଶ୍ୟକ କରୁଥିବା ଚିନାବାଦାମ ଚାଷ ଭଲ ଅମଳ ହେବା ସହ ଏଥିରୁ ଅଧିକ ଲାଭ ମଧ୍ୟ ମିଳିପାରୁଛି ବୋଲି କହିଛନ୍ତି ସେଠାକାର ଆଦିବାସୀ ଚାଷୀ |