Khabar Odisha

ତୁଟିଲା ଦାରୁଠେଙ୍ଗ-ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ : ବନ୍ଦ ହେବ ଭୂଆସୁଣୀ ଡମ୍ପିଂୟାର୍ଡ
ପୁରଣ ହେଲା ଦୀର୍ଘ ଦିନରେ ଦାବି । ସବୁଦିନ ପାଇଁ ବନ୍ଦ ହେଲା ବିଏମସିର ଦାରୁଠେଙ୍ଗ ଡମ୍ପିଂୟାର୍ଡ। ଭୁବନେଶ୍ୱରରୁ ଆଉ ସହର ବାହାରକୁ ଯିବନି ଅଳିଆ । ଏ ନେଇ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଅବଗତ କରାଇଛି ଭୁବନେଶ୍ବର ମହାନଗର ନିଗମ ।

ସୂଚନା ମୁତବାକ, ଏନେଇ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ବିଏମସିର ଅଧିକାରୀଙ୍କୁ ନେଇ ଏକ ବୈଠକ ଗତ ବର୍ଷ ଅଗଷ୍ଟ ମାସରେ ହୋଇଥିଲା । କିପରି ଭୂଆଶୁଣି ଡମ୍ପିଂୟାର୍ଡରେ କମ୍ ଅଳିଆ ପକାଯିବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଚଳିତ ମାସ ୩୦ ତାରିଖରୁ ଏହି ଡମ୍ପିଂୟାର୍ଡ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହାର ଦୁଇ ସପ୍ତାହ ପୂର୍ବରୁ ଏହି ଡମ୍ପିଂୟାର୍ଡକୁ ବନ୍ଦ କରାଯାଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଡମ୍ପିଂୟାର୍ଡ ବନ୍ଦ ନିଷ୍ପତ୍ତି ପରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି । ବିଏମସି ପକ୍ଷରୁ ଭୁବନେଶ୍ୱରରେ MCC ଓ MRF ପ୍ରତିଷ୍ଠା କରାଯାଇଥିବା ବେଳେ ଏଣିକି ସହରର ଅଳିଆ ସହର ଭିତରେ ପ୍ରକ୍ରିୟାକରଣ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ତେବେ ସେଠାରେ ବିଏମସି ପକ୍ଷରୁ ଏକ ବାୟୋ ମାଇନିଂ ପ୍ରକଳ୍ପ ଆରମ୍ଭ କରିବ । ସେଠାରେ ଥିବା ଅଳିଆକୁ ବାୟୋ ମାଇନିଂ ଜରିଆରେ ପୁଣି ଥରେ ପୂର୍ବବସ୍ଥାକୁ ଫେରାଇ ଆଣିବାକୁ ବିଏମସି ଯୋଜନା କରିଛି । ଏଥିପାଇଁ ସ୍ୱତନ୍ତ୍ର ମେସିନ୍ ସେଠାରେ ଲଗାଯିବ । ଦାରୁଠେଙ୍ଗବାସୀ ଏଥିରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବିଏମସି ପକ୍ଷରୁ କୁହାଯାଉଛି । ଏହା ଦ୍ୱାରା ପୁଣି ଥରେ ଉକ୍ତ ଅଞ୍ଚଳ ସାଧାରଣ ଅବସ୍ଥାକୁ ଫେରିପାରିବ ଏବଂ ସାଧାରଣ ଲୋକ ଉପକୃତ ହୋଇପାରିବେ ।

ଉଠା ଦୋକାନ ଉଛେଦ ପାଇଁ ଆନ୍ଦୋଳନ , ସେପଟେ ଆନ୍ଦୋଳନ ପରେ ନରମୀଲା BMC
ରାତିରେ ପ୍ରଚାର ଆଉ ସକାଳେ ଚାଲିଲା ବୁଲଡୋଜର | ରାଜଧାନୀ ଭୁବନେଶ୍ୱରରେ ଏବେ ଉଠା ଦୋକାନୀଙ୍କ ପାଇଁ କାଳ ହୋଇଛି ହକି ବିଶ୍ୱକପ୍‌। ଉଠା ଦୋକାନୀଙ୍କ ପେଟ ପାଟଣାକୁ ଲାତ ମାରିଛି ବିଏମ୍‌ସି | ମେୟରଙ୍କ ବଦଳି ଦାବିରେ ଉଠା ଦୋକାନୀମାନେ ବିଶାଳ ରାଲି କରୁଛନ୍ତି |

ତେବେ ସୂଚନା ଯୋଗ୍ୟ ଯେ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଛି । ବିନା ଥଇଥାନ ଓ କ୍ଷତିପୂରଣରେ ବିଏମସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରୁଛନ୍ତି । ଡମଣା ଛକଠାରୁ ଉଠା ଦୋକାନୀମାନେ ରାଲି କରି ପ୍ରତିବାଦ କରିବା ସହ ଉତ୍ତର ବିଏମସି କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଡମଣା ଓ ପଟିଆ ଅଞ୍ଚଳରେ ଏବେ ବିଏମସିର ଉଚ୍ଛେଦ ବିରୋଧରେ ଶହ ଶହ ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇ ଆସିଛନ୍ତି ।

ସେପଟେ ବିଏମସିର ଉଚ୍ଛେଦ ବେଳେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ବିନା ନୋଟିସରେ ବିଏମସି ଉଚ୍ଛେଦ କରୁଥିବା କଥା କିଛି ଉଠା ଦୋକାନୀ କହିଛନ୍ତି । ତେବେ ପ୍ରତିବାଦ ବେଳେ ପୋଲିସ ଓ ଉଠା ଦୋକାନୀ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଛି । ନାଲକୋ ଛକ ବିଏମସି ନର୍ଥ ଜୋନ୍ ଅଫିସ ସାମ୍ନାରେ ଧସ୍ତାଧସ୍ତି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା |

ଏପଟେ ଏତେ ମାତ୍ରାରେ ସମ୍ପତ୍ତି ନଷ୍ଟ ହେବା ପରେ ଓ ଆନ୍ଦୋଳନ ଜୋର୍ ଧରିବା ପରେ ନରମ ପଡିଛି ବିଏମସି | କାଲିଠାରୁ ବନ୍ଦ ରହିବ ଉଛେଦ କାମ | ତେବେ କିଛି ଦିନ ପର୍ଯ୍ୟନ୍ତ ଉଛେଦ କାର୍ଯ୍ୟ ବନ୍ଦ ରହିବ ଏବଂ ପରେ ଯେବେବି ଉଛେଦ କାର୍ଯ୍ୟ କରାଯିବ ତା ପୂର୍ବରୁ ସଂଘ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଆସିଷ୍ଟାଣ୍ଡ କମିଶନର ସୁରେଶ ଲେଙ୍କା | ପରବର୍ତ୍ତୀ ପର୍ଯ୍ୟାୟରେ କିପରି ଉଠା ଦୋକାନୀ ମାନଙ୍କୁ ଥଇଥାନ କରାଯିବ, ସେନେଇ ନିଷ୍ପତ୍ତି ନିଆଯିବ । ତେବେ ସୁରେଶ ଲେଙ୍କାଙ୍କ ପ୍ରତିଶୃତି ପରେ ଏବେ ଆନ୍ଦୋଳନ ବନ୍ଦ କରିଛନ୍ତି ଉଠା ଦୋକାନୀ ବ୍ୟବସାୟୀ ସଂଘ | ଅନ୍ୟପଟେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଯେଉଁଠି ଟ୍ରାଫିକ୍ ଅସୁବିଧା ଅଛି, ସେଠାରୁ ଅନୁମତିରେ ଉଚ୍ଛେଦ ହୋଇଛି । ତେବେ ବିନା କାରଣରେ କୌଣସି ଉଠାଦୋକାନୀଙ୍କୁ ବିଏମସି ଉଛେଦ କରିନାହିଁ ବୋଲି କହିଛନ୍ତି ବିଏମସି କମିଶନର|

ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ଦେଖାଯାଇଛି ଉନ୍ନତି, AQI 200 ରୁ କମ୍ ଥିବା ରେକର୍ଡ ହୋଇଛି
ରାଜଧାନୀ ଦିଲ୍ଲୀରେ ଗତ 2ଦିନ ହେବ ବାୟୁ ଗୁଣବତ୍ତାରେ ଉନ୍ନତି ହୋଇଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଏବେ ରାଜଧାନୀରେ 200 ରୁ କମ୍ ରେକର୍ଡ କରାଯାଇଛି। ଏବେମଧ୍ୟ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ଖରାପ ବର୍ଗରେ ରହିଛି । ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଅନୁଯାୟୀ, ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) 129 (ମଧ୍ୟମ) ବର୍ଗରେ ଅଛି | ବାୟୁ ଗୁଣବତ୍ତା ସୂଚକାଙ୍କରେ ଉନ୍ନତି ଆସିବା ପରେ ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରୁଛନ୍ତି |

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତୁଳନାରେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ତରରେ ଆଂଶିକ ହ୍ରାସ ଘଟିଛି। ଏହି କାରଣରୁ, ଦିଲ୍ଲୀର ବାୟୁ ଗୁଣବତ୍ତା ବୁଧବାର ମଧ୍ୟ ମଧ୍ୟମ ବର୍ଗରେ ରହିଥିଲା | ଏନସିଆର ସହରଗୁଡ଼ିକରେ ବାୟୁ ଗୁଣବତ୍ତା ମଧ୍ୟ ମଧ୍ୟମ ବର୍ଗରେ ଅଛି | ଏହି କାରଣରୁ ଲୋକମାନେ ପ୍ରଦୂଷଣରୁ କିଛି ମାତ୍ରାରେ ଆଶ୍ବସ୍ତି ପାଇଛନ୍ତି | ସଫର ଇଣ୍ଡିଆ ଅନୁଯାୟୀ ଏହିପରି ଅବସ୍ଥା ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ବୁଧବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦିଲ୍ଲୀର ଏୟାର ଇଣ୍ଡେକ୍ସ 163 ଅଟେ, ଯାହା ମଧ୍ୟମ ବର୍ଗରେ ଅଛି। ପୂର୍ବ ଦିନ ଏୟାର ଇଣ୍ଡେକ୍ସ 177 ଥିଲା ବୋଲି ଜଣାଯାଇଛି