Khabar Odisha

ଆକ୍ସନ ମୋଡରେ ଅବକାରୀ ବିଭାଗ : ବିଭିନ୍ନ ଡ୍ୟାନ୍ସ ବାର , କ୍ଲବ ଏବଂ ପବ ଉପରେ ଚଢାଉ
ରାଜଧାନୀରେ ନିୟମ ଭାଙ୍ଗୁଥିବା ଡ୍ୟାନ୍ସ ବାରଙ୍କୁ ସାବାଡ୍ କରିବା ଲାଗି ଅବକାରୀ ବିଭାଗ ଏବେ ଆକ୍ସନ ମୋଡରେ । ନିର୍ଦ୍ଧାରିତ ସମୟରେ ବନ୍ଦ ନକରି ରାତି ତମାମ ଗ୍ରାହକଙ୍କୁ ମତୁଆଲା କରୁଥିବା ବାର୍ ଉପରେ ରେଡ୍ ପକାଇଛି ୩ଟି ସ୍ପେଶାଲ୍ ଟିମ୍। ବାରଗାର୍ଲଙ୍କୁ ଅନୈତିକ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ଓ ପାର୍ବଣ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ହଠାତ୍ ଆକ୍ସନ ମୋଡକୁ ଆସିଛି ଏକ୍ସାଇଜ୍ ଡିପାର୍ଟମେଣ୍ଟ।

ବିଳମ୍ବିତ ରାତିରେ ରାଜଧାନୀରେ ଥିବା ବିଭିନ୍ନ ବାର ଉପରେ ଚଢାଉ କରିଛି ଅବକାରୀ ବିଭାଗର ସ୍ପେଶାଲ୍ ଟିମ୍ । ସହରରେ ଥିବା ବିଭିନ୍ନ ବାର, ପବ, କ୍ଲବ ଓ ଡ୍ୟାନ୍ସ ଉପରେ ଚଢାଉ ପାଇଁ ତିଆରି ହୋଇଛି ୩ଟି ଟିମ୍ । ପାର୍ବଣକୁ ଆଖି ଆଗରେ ରଖି ଏହି ଟିମ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ରଖିବ କଡା ନଜର । ବିଭିନ୍ନ ସମୟରେ ରାତିରେ ଡ୍ୟାନ୍ସ ବାରଗୁଡ଼ିକ ନୀତି ନିୟମକୁ ଉଲ୍ଲଂଘନ କରି ଚାଲୁଥିବା ଅଭିଯୋଗ ରହିଛି । ପୋଲିସର ଅନେକ ଚେତାବନୀ ସତ୍ୱେ ସହରର ବିଭିନ୍ନ ସ୍ଥାନରେ ବାର୍ ଏବଂ ନାଇଟ୍ କ୍ଲବ୍ ନିର୍ଦ୍ଦିଷ୍ଟ ସମୟଠାରୁ ଅଧିକ ସମୟ ଯାଏଁ ଖୋଲା ରହୁଛି | ନାଇଟ କ୍ଲବ ଏବଂ ବାରଗୁଡିକ ମଧ୍ୟ ଖୋଲାଖୋଲି ଭାବେ ଏକ୍ସାଇଜ୍ ବିଭାଗର ସର୍ତ୍ତ ଏବଂ ସର୍ତ୍ତଗୁଡିକର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା ​​| ବହୁ ଯୁବକଙ୍କୁ ମଦ୍ୟପ ଅବସ୍ଥାରେ ଦେଖିବାକୁ ମିଳୁଛି ​​| ଏହାକୁ ନେଇ ପୁଲିସ ଓ ଅବକାରୀ ବିଭାଗ ଉପରେ ପ୍ରଶ୍ନ ଉଠିଥିବା ବେଳେ ଗତକାଲି ରାତିରେ ବାର ଗୁଡିକରେ ଅବକାରୀ ଟିମ୍ ରେଡ୍ କରିଛି । ରେଡ୍ ବେଳେ ବିଭିନ୍ନ ବାର ବନ୍ଦ ରହିଥିବା ବେଳେ କିଛି ଡ୍ୟାନ୍ସ ବାରରେ ଯୁବତୀଙ୍କ ନାଚ ଦେଖିବାକୁ ମିଳିଥିଲା । ଏହି ସମୟରେ ବାର ଗୁଡିକର ଆଇଡି ଚେକ୍ କରିବା ସହିତ ଲାଇସେନ୍ସ ଚେକ୍ କରିଥିଲା ଟିମ୍ ।

ଅଧିକ ପଢ଼ନ୍ତୁ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ମାର୍କେଟିଙ୍ଗ ଇନ୍ସପେକ୍ଟର

ଆଜି ରାଜଧାନୀରେ ମାଗଣା ଇ-ବସ୍ ସେବା
ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ। ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭୁବନେଶ୍ୱରରେ ଆଜି CRUTର ସମସ୍ତ ମୋ ଇ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ ଯାତ୍ରୀ । CRUT ପକ୍ଷରୁ ଭୁବନେଶ୍ବରରେ ଗଡୁଥିବା ୫୦ଟି ମୋ ଇ-ବସ୍ ଓ ୫୦ଟି ଇ-ରିକ୍ସାରେ ମାଗଣାରେ ଯାତ୍ରୀ ଯାଇପାରିବେ । ଏନେଇ ଆଜି ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି। ଭୁବନେଶ୍ବର ସହର ମଧ୍ୟରେ ୧୦ଟି ରୁଟରେ ଚାଲୁଛି ଇଲେକ୍ଟ୍ରିକ୍ ବସ୍ । ସ୍ବଚ୍ଛ ବାୟୁ ଦିବସ ଅବସରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରିବେଶକୁ ସ୍ବଚ୍ଛ ରଖିବା ଓ ବାୟୁ ପ୍ରଦୂଷଣ ରୋକିବା ପାଇଁ ବିଏମସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସହଯୋଗରେ ସ୍ବଚ୍ଛ ବାୟୁ ଦିବସ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ଯାତ୍ରୀମାନେ ମାଗଣାରେ ମୋ ଇ-ବସରେ ଯାତ୍ରା କରିପାରିବେ। ଭୁବନେଶ୍ୱରରେ ୧୦ଟି ରୁଟ୍‌ରେ ଏବେ ୫୦ଟି ଇ-ବସ୍ ଓ ୫୦ଟି ଇ-ରିକ୍ସା ଚଳାଚଳ କରୁଛି । CRUT ପକ୍ଷରୁ ଭୁବନେଶ୍ୱରରେ ଗଡୁଥିବା ୫୦ଟି ମୋ ଇ-ବସ ଓ ୫୦ ଇ-ରିକ୍ସାରେ ସମସ୍ତ ଯାତ୍ରୀଙ୍କ ପାଇଁ ମାଗଣା ଯାତ୍ରା କରିବାର ସୁବିଧା ରହିଛି। ଆଜି ଦିନକ ପାଇଁ  ଏହି ମାଗଣା ମୋ ଇ-ବସର ସେବା ସମସ୍ତଙ୍କୁ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି।

ଅଧିକ ପଢ଼ନ୍ତୁ : ୪ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡ

ଶିଶୁପାଳଗଡ଼ ହିଂସାକାଣ୍ଡ ପରେ ସଜାଗ ହେଲା କମିଶନରେଟ ପୋଲିସ : ସିସିଟିଭି ଲିଙ୍କ୍ ମାଗିଲା ପୋଲିସ
ଭୁବନେଶ୍ୱର ଶିଶୁପାଳଗଡ଼ ହିଂସାକାଣ୍ଡ ପରେ ସଜାଗ ହେଲା କମିଶନରେଟ ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସିସିଟିଭି ସର୍ଭିଲେନ୍ସରେ ରହିବ ଭୁବନେଶ୍ୱର । ଏଣିକି ଅପରାଧୀଙ୍କୁ ଧରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନୂଆ ନୀତି ଆପଣାଇଛି । ଏଥିଲାଗି ରାଜଧାନୀ ଭୁବନେଶ୍ୱରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ସୁନା ଦୋକାନ, ବ୍ୟାଙ୍କ, ମଲ ଓ ହାଉସିଂ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଗୁଡିକର ଲିଙ୍କକୁ ପୁଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। । ଏହାସହ ଦୋକାନ ଗୁଡିକରେ ଲାଗିଥିବା କ୍ୟାମେରା ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡକୁ ରଖିବା ପାଇଁ ଅନୁରୋଧ କରାଯାଇଛି । କ୍ୟାମେରା ରାସ୍ତା ଆଡକୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇପି ଆଡ୍ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ଏବଂ ସିସିଟିଭିର ତଥ୍ୟ ଗୋପନୀୟ ରଖାଯିବ ବୋଲି କୁହାଯାଇଛି ।

ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ , ଏହି ସମସ୍ତ କ୍ୟାମେରାରେ କଏଦ ଭିଡିଓ ପୁଲିସ ପକ୍ଷରୁ ଗୁପ୍ତ  ରଖାଯିବ। ୦୨୨ରେ ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରରେ ଅନେକ ପ୍ରତିଷ୍ଠାନ ପୁଲିସ କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଛନ୍ତି। ଏହି ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନ ସେମାନଙ୍କ ସିସିଟିଭି ଲିଙ୍କ୍ ଆଇପି ଆଡ୍ରେସ ପୁଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ କହିଛନ୍ତି । ଏଥିପାଇଁ ସବୁ ପ୍ରତିଷ୍ଠାନ ସ୍ଥାନୀୟ ପୋଲିସ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ । ଏଥିଲାଗି ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି ।

ଅଧିକ ପଢନ୍ତୁ;- ଶୁଟିଂ ବେଳେ ଘଟିଲା ଅଘଟଣ

ରେଳଧାରଣାରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର ବମିଖାଲ ରେଳ ଧାରଣାରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ | ମୃତଦେହକୁ ଉଦ୍ଧାର କରିଛି ପୋଲିସ । ସୂଚନାନୁଯାୟୀ, ଦମ୍ପତିଙ୍କ ଘର କଟକର  କନ୍ଦରପୁରରେ । ଦୁଇ ମାସ ଧରି ସେମାନେ ଭୁବନେଶ୍ୱର ସହିଦ ନଗର ଶାନ୍ତପଲ୍ଲୀ ଅଞ୍ଚଳରେ ରହୁଥିଲେ । ଭୁବନେଶ୍ୱରରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁଦିନ କଳହ ଲାଗିରହୁଥିଲା । ଗତକାଲି ରାତିରେ ଘରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପଡୋଶୀ କହିଛନ୍ତି । ତେବେ ଆତ୍ମହତ୍ୟା କରିବାର କୌଣସି ସଠିକ କାରଣ ଏଯାଏଁ ମିଳିନାହିଁ | ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି | ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି |

ଅନ୍ଧାରୁଆରେ ଦନ୍ତା ଆତଙ୍କ
ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ପଶିିଛି ଦନ୍ତା । ଭରତପୁର ଜଙ୍ଗଲରୁ ହାତୀ ଆସି ଅନ୍ଧାରୁଆ ଓ ତାର ଆଖପାଖ ଗାଁରେ ବୁଲୁଛି । ହାତୀକୁ ଦେଖି ଲୋକେ ଭୟରେ ଆତଙ୍କିତ । ଲୋକମାନେ ହାତରେ ଟର୍ଚ୍ଚ, ମଶାଲ ଓ ଟାୟାର ଧରି ଘଉଡ଼ାଇଥିଲେ ମଧ୍ୟ ହାତୀଟି ଜାଗା ଛାଡ଼ି ଯାଇନଥିଲା | ସ୍ଥାନୀୟ ଅଞ୍ଚଳରେ ହାତୀଟି ଖୁବ ଉତ୍ପାତ ମଚାଇଥିଲା । ଧାନ, ବିଲ, କଦଳୀ ବଗିଚା ଓ ଲୋକଙ୍କ ପନିପରିବା ଖାଇ ନଷ୍ଟ କରିଛି । ଭରତପୁର ଜଙ୍ଗଲରୁ ବାହାରି ହାତୀଟି ପ୍ରଥମେ ପାଚେରି ନିକଟରେ ରହିଥିଲା । ଲୋକେ ତାକୁ ଦେଖିବା ପରେ ଘଉଡ଼ାଇବାକୁ ଉଦ୍ୟମ଼ କରିଥିଲେ । ଲୋକେ ବାଣ ଫୁଟାଇଥିଲେ ମଧ୍ୟ ହାତୀଟି ଜଙ୍ଗଲ ଭିତରକୁ ଯାଇପାରିନାହିଁ । ହାତୀ ପାଇଁ ଖଣ୍ଡଗିରି-ଚନ୍ଦକା ରାସ୍ତାର ପ୍ରାୟ ଏକ ଘଣ୍ଟା ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଶତାଧିକ ଗାଡ଼ି ଧାଡ଼ିରେ ଛିଡ଼ା ହୋଇ ରହିଥିଲେ । ଲୋକ ହୋହଲ୍ଲା କରିବାରୁ ହାତୀଟି ଜଙ୍ଗଲ ଭିତରକୁ ଯିବା ପରିବର୍ତ୍ତେ ଅନ୍ଧାରୁଆ ମୁହାଁ ହୋଇଥିଲା । ଗୋଟିଏ ପଟେ ବନକର୍ମଚାରୀଙ୍କ ଆନ୍ଦୋଳନରେ ଥିବା ବେଳେ ହାତୀକୁ ଘଉଡ଼ାଇବାକୁ ଆସୁନାହାନ୍ତି । ଅନ୍ୟପଟେ ହାତୀ ଉତ୍ପାତ ପାଇଁ ଲୋକେ ଭୟଭୀତ ଅଛନ୍ତି ।

ଭୁବନେଶ୍ୱରର ଭବାନୀ ମଲ ନିକଟସ୍ଥ ଏକ ବାରରେ ଭୟଙ୍କର ଅଗ୍ନିକାଣ୍ଡ
ଭୁବନେଶ୍ୱର ସ୍ଥିତ ସହିଦନଗର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଲ୍ ନିକଟରେ ଥିବା ବାର୍‌ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।  ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ଏହା ସହ ଭିତରେ ଫଶି ରହିଥିବା ୪ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ଧୂଆଁ ହେବା ଯୋଗୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାରେ ବାଧା ସୃଷ୍ଟି ହେଉଛି। ଗ୍ରାଉଣ୍ଡ ଫ୍ଲୋରରେ ଥିବା ଇଲେକ୍ଟ୍ରି ରୁମରେ ନିଆଁ ଲାଗିଯାଇଛି। ଉପର ମହଲାକୁ ନିଆଁ ବ୍ୟାପିବାରେ ଲାଗିଛି। ବାର୍‌ ଭିତରକୁ ଯିବାକୁ ଗୋଟିଏ ବାଟ ରହିଛି। ଏହି ବାଟଟି ସଂକୀର୍ଣ୍ଣ ହୋଇଥିବାବେଳେ  ପ୍ରବଳ ଧୂଆଁ ବାହାରୁଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ କଷ୍ଟ ହେଉଛି। ଧୁଆଁକୁ କମ୍‌ କରିବା ପାଇଁ ପାଣି ସ୍ପ୍ରେ କରାଯାଉଛି। ଏହାସହ କାନ୍ଥକୁ କଟରରେ ଗାତ କରାଯାଇ ଭିତରକୁ ପାଣି ସ୍ପ୍ରେ କରାଯା଼ଉଛି।  କେଉଁ କାରଣରୁ ବାର୍‌ରେ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ। ସର୍ଟ ସର୍କିଟରୁ ବାର୍‌ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇପଡ଼ିଛି।  ୨ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି।

ରାଜଧାନୀରେ ବୁଲିଲା ଦନ୍ତା : ଭୟରେ ଆତଙ୍କିତ ସାଲିଆ ସାହି ଲୋକେ
ରାଜଧାନୀରେ ବୁଲିଲା ଦନ୍ତା । ଗତକାଲି ବିଳମ୍ବିତ ରାତିରେ ମୈତ୍ରି ବିହାର ଥାନା ନିକଟ ରାସ୍ତାରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ଘଣ୍ଟାଏ ଧରି ଭୁବନେଶ୍ୱର ସାଲିଆ ସାହିରେ ଆତଙ୍କ ସୃଷ୍ଟି କରିଥିଲା ଦନ୍ତାହାତୀ । ତେବେ ହାତୀ ଘଉଡ଼େଇବା ପାଇଁ ଦୁଇଟି ପିସିଆର ଭ୍ୟାନ୍ ସହ ବନ କର୍ମଚାରୀ ନାକେଦମ୍ ହୋଇଯାଇଥିଲେ । ମୈତ୍ରି ବିହାର ଥାନା ଅନ୍ତର୍ଗତ ରାସ୍ତାରେ ଦନ୍ତହାତୀ ବୁଲୁଥିବା ଦେଖିବାକୁ ପାଇଥିଲେ ଲୋକେ । ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ ।

IAS ପରୀକ୍ଷାରେ ସଫଳତା ହାସଲ କଲେ ଓଡିଆ ଝିଅ କସ୍ତୁରୀ ପଣ୍ଡା ।
ଆଜି ପ୍ରକାଶ ପାଇଛି ୟୁପିଏସସି ଫଳାଫଳ । ଏଥର ୟୁପିଏସସି ପରୀକ୍ଷାରେ ୧୮୦ ଜଣ ଆଇଏଏସ୍ ପାଇଥିବାବେଳେ, ୩୮ ଜଣ ଆଇଏଫଏସ୍ ଓ ୨୦୦ ଜଣ ଆଇପିଏସ୍ ପାଇଛନ୍ତି । ତେବେ ସେମାନଙ୍କ ମଧ୍ୟରେ ଓଡିଆ ଝିଅ କସ୍ତୁରୀ ପଣ୍ଡା ଆଇଏଏସ୍ ଲିଷ୍ଟର ୬୭ ତମ ସ୍ଥାନରେ ରହିଛନ୍ତି ।

ଭୁବନେଶ୍ୱରରେ ରହୁଥିବା ଓଡିଆ ଝିଅ କସ୍ତୁରୀ ପଣ୍ଡା ଏଥର ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ଏନଆଇଟି ରାଉରକେଲାରୁ ବି-ଟେକ୍ କରିଛନ୍ତି । ତେବେ ଆଇଏଏସ୍ ପରୀକ୍ଷାରେ ସଫଳତା ପାଇବା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି କସ୍ତରୀ ପଣ୍ଡା । ସେ କହିଛନ୍ତି, "ଆଶାଠୁ ଅଧିକ ପାଇଛି । ମୋ ବାପା ମାଆଙ୍କୁ ବହୁତ ବହୁତ ଧନ୍ୟବାଦ, ମୋତେ ସପୋର୍ଟ କରିଥିବାରୁ । ମୁଁ ସବୁବେଳେ ସିଡ୍ୟୁଲ ରଖି ପାଠ ପଢେ । ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲି "। ତେବେ ତାଙ୍କ ସଫଳତା ପଛର ସମସ୍ତ ଶ୍ରେୟ କସ୍ତୁରୀ ନିଜ ପିତା ମାତା ଏବଂ ସାଙ୍ଗସାଥୀଙ୍କୁ ଦେଇଛନ୍ତି ।ଅନ୍ୟପଟେ ସର୍ବଭାରତୀୟ ସ୍ତରରେ ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରକାଶିତ ଫଳାଫଳ ଅନୁଯାୟୀ, ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।

ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ମମ୍‌ରେ କର୍ମଶାଳା ଆୟୋଜିତ
ଭୁବନେଶ୍ୱର,୨୦/୫: ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲ୍‌ର ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମେତ ନର୍ସ, ପାରାମେଡିକ୍ସ ଓ ଲାବାରେଟୋରୀ ଟେକ୍ନିସିଆନ୍‌ମାନେ ଯୋଗ ଦେଇଥିଲେ । ଆଡଭାନ୍ସଡ ଷ୍ଟେରିଲାଇଜେସନ୍ ପ୍ରଡକ୍ଟସ୍ (ଏଏସ୍‌ପି) ଓ ସମ୍ମମ୍‌ର ମିଳିତ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଥିଓରେଟିକାଲ୍ ଲେକ୍‌ଚର ଓ ପ୍ରାକ୍ଟିକାଲ୍ ସେସନ୍ ଆୟୋଜନ କରାଯାଇଥିଲା ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ନିଜ ବକ୍ତବ୍ୟରେ ଉପଯୁକ୍ତ  ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଉତମ ଓ ସୁରକ୍ଷିତ ସ୍ୱାସ୍ଥ୍ୟସେବା ନିମନ୍ତେ ଏହା ହିଁ ପ୍ରକୃଷ୍ଟ ମାଧ୍ୟମ ବୋଲି ସେ କହିଥିଲେ । ଏହି କର୍ମଶାଳା ଦ୍ୱାରା ଏଥିରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ସଂକ୍ରମଣ ବିପଦମୁକ୍ତ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନେଇ ଏକ ବିସ୍ତୃତ ଓ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡକ୍ଟର) ବିରାଜ ମୋହନ ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡକ୍ଟର ପ୍ରଶାନ୍ତ କୁମାର ପଣ୍ଡା, କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ମାଇକ୍ରୋ ବାୟୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ପୁରବୀ ବରାଳ ଏବଂ ଏଏସ୍‌ପିର ସିନିୟର ମ୍ୟାନେଜର ଶ୍ରୀମତି ବର୍ଣ୍ଣାଳୀ ବାନିକ୍ ପ୍ରମୁଖ ଉପସ୍ଥିତ ଥିଲେ ।

ନିକଟରେ ଘଟିଯାଇଥିବା ମାରାତ୍ମକ କୋଭିଡ ମହାମାରୀ ସମ୍ପର୍କରେ ତଥ୍ୟ ରଖି ବ୍ରିଗେଡିୟର ମିଶ୍ର କହିଥିଲେ ଯେ ଏହା ମଣିଷର ଜୀବନର ଗୁଣବତାକୁ ମଧ୍ୟ ପ୍ରଭାବିତ କରିଥିଲା । ତେଣୁ ଭବିଷ୍ୟତରେ ଏଭଳି କୌଣସି ମାରାତ୍ମକ ବ୍ୟାଧିର ପ୍ରତିରୋଧ କରିବା ନିମନ୍ତେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଂକ୍ରମଣର ନିରାକରଣ ଓ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ସୁରକ୍ଷିତ ସ୍ୱାସ୍ଥ୍ୟସେବା ନିମନ୍ତେ ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ରୋକିବା ଆବଶ୍ୟକ ବୋଲି ଡାକ୍ତର ପଣ୍ଡା କହିଥିଲେ ।

ସେହିପରି ଡାକ୍ତର ରାୟ କହିଥିଲେ ୧୯୯୨ ମସିହାରେ ଆଇସିୟୁରେ ଉତମ ସ୍ୱାସ୍ଥ୍ୟସେବାକୁ ଧ୍ୟାନ ଦିଆଯାଇଥିଲା । ଏକ ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଆଇସିୟୁରେ କ୍ୟାଥେଟର ଲାଗିଥିବା ରୋଗୀଙ୍କ ମଧ୍ୟରୁ ୬୩ ପ୍ରତିଶତଙ୍କ ଠାରେ ପରିସ୍ରାରେ ସଂକ୍ରମଣ ହେଉଥିଲା । ମାତ୍ର ଚିକିତ୍ସା ବିଜ୍ଞାନରେ ଉନ୍ନତି ଘଟିବା ସହିତ ସଂକ୍ରମଣକୁ ନିରାକରଣ କରିବାକୁ ଅନେକ ପଦକ୍ଷେପ ନିଆଯାଉଛି । ତେଣୁ ଆଇସିୟୁରେ କ୍ୟାଥେଟର ଲାଗିଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ରୋଗୀଙ୍କ ଠାରେ ବର୍ତମାନ ସଂକ୍ରମଣ ଦେଖିବାକୁ ମିଳୁଛି । ମାତ୍ର ଏହାକୁ ସମ୍ପୂର୍ଣ୍ଣ ନିରାକରଣ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଅବସରରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ର ମାଇକ୍ରୋ ବାୟୋଲୋଜି ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ସୁନୀତା ସାହୁ ଏବଂ ଆମ୍ରି ହସ୍ପିଟାଲ୍‌ର ସିନିୟର କନ୍‌ସଲଟାଂଟ ଡାକ୍ତର ବିଭୁଦତ ରାଉତରାୟ ଉପସ୍ଥିତ ଥିଲେ ।

ଓଡିଶାକୁ ବିଜେଡି ମୁକ୍ତ କରିବା ଲକ୍ଷରେ ବିଜେପି : ଲେଖାଶ୍ରୀ ସାମନ୍ତସିଂହାର
ଓଡିଶାକୁ ବିଜେଡି ମୁକ୍ତ କରିବା ଲକ୍ଷରେ ବିଜେପି l ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର l

ରାଜ୍ୟ କାର୍ଯ୍ୟକାରିଣୀ ଅବସରରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରି ବିଜେଡି ଓ ରାଜ୍ୟ ସରକାର ଉପରେ ଜୋରଦାର ବର୍ଷିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ କାଟ, ନାରୀ ନିର୍ଯ୍ୟାତନା, ଆଇଶୃଂଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଏବଂ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳତାର କଥାକୁ ଓଡିଶାର ୧କୋଟି ପରିବାର ପାଖରେ ପହଁଚାଇବାକୁ ବିଜେପି ଯୋଜନା କରିଥିବା କହିଥିଲେ ଲେଖାଶ୍ରୀ । ୫ – ଟି ରୂପାନ୍ତରଣ ନାଆଁରେ ଦୁର୍ନୀତି, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି । ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା, ସୀମା ସୁରକ୍ଷାରେ ରାଜ୍ୟ ସରକାର ବିଫଳ, ଜାଗା ମିଶନ, ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ ରାଜ୍ୟ ସରକାରକୁ ଘେରିବ ବିଜେପି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ଘରେ ଘରେ, ଏକ କୋଟି ପରିବାର ପାଖରେ ବିଜେପି ପହଞ୍ଚିବ। କେନ୍ଦ୍ରର ସଫଳତା ଏବଂ ରାଜ୍ୟର ବିଫଳତା କଥା କହିବ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ବିଜେପିର ଲକ୍ଷ୍ୟ।