Khabar Odisha

ସାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ- ୩ ରେ ଦୁଇ ଓଡ଼ିଆ ଉଦ୍ୟୋଗୀ
ସୋନି ଟିଭିର ଲୋକପ୍ରିୟ ବ୍ୟବସାୟ ରିଆଲିଟି ସୋ ସାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ- ୩ ଧମାଲ କରୁଛି।ଭିନିତା ସିଂ, ଅମାନ ଗୁପ୍ତା ଏବଂ ରାଧିକା ଗୁପ୍ତା, ରିତେଶ ଅଗ୍ରୱାଲ ଚଳିତ ସିଜିନ୍ ରେ ବିଚାରକ ଅଟନ୍ତି। ଏହି ଶୋ’ରେ ଏକରୁ ଅଧିକ ଉଦ୍ୟୋଗୀ ଆସି ସେମାନଙ୍କ ବ୍ୟବସାୟ ଆଇଡିଆକୁ କହି ଅର୍ଥ ପାଇବାକୁ ଚେଷ୍ଟା କରୁଛନ୍ତି | ସାର୍କ ଟ୍ୟାଙ୍କ ଇଣ୍ଡିଆ ର ବିଚାରକମାନେ ମଧ୍ଯ ଯାହାର ବ୍ୟବସାୟ ମଡେଲକୁ ପସନ୍ଦ କରୁଛନ୍ତି ସେଠାରେ ବିନିଯୋଗ ମଧ୍ୟ କରୁଛନ୍ତି | ଏହି ଶୋ ସେହି ଉଦ୍ୟୋଗୀମାନଙ୍କୁ ଏକ ପ୍ଲାଟଫର୍ମ ଦେଇଥାଏ ଯେଉଁମାନେ ନିଜେ ବ୍ୟବସାୟ ଆରମ୍ଭ କରନ୍ତି ଏବଂ ସେମାନଙ୍କ ବ୍ୟବସାୟ ବଢାଇବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଚାହାଁନ୍ତି |

ଚଳିତ ସିଜିନ୍ ରେ ଓଡିଶାରୁ ଦୁଇ ଉଦ୍ୟୋଗୀ ଏହି ଶୋ ରେ ଭାଗ ନେଇଛନ୍ତି। ସେମାନେ ଦୁଇ ଜଣ ହେଲେ ଏନଆଇଟି, ରାଉରକେଲାର ଛାତ୍ର ବିଶ୍ବଜିତ ସ୍ବାଇଁ ଓ ଦେବେନ୍ଦ୍ର ପ୍ରଧାନ। ଏହି ଦୁଇ ଜଣଙ୍କ କୋରାଟିଆ ଟେକ୍ନୋଲୋଜି ଦ୍ୱାରା ଦୁଇଟି ମାନବ ବୀହିନ ରୋବର୍ଟ ତିଆରି କରିଛନ୍ତି ଯାହାର ନାମ ହେଉଛି 'ଜଳ ଦୁତ ଓ ଜଳସୀମା '। ଏହି ରୋବର୍ଟ ନଦୀ ଏବଂ ସମୁଦ୍ର ଅତି ଭିତରକୁ ଯାଇ ପରୀକ୍ଷା ନୀରିକ୍ଷା କରିବା ସହିତ ସମସ୍ତ ତଥ୍ଯ ମଧ୍ଯ ପ୍ରଦାନ କରିବ। ଏହି ରୋବର୍ଟ ଲାଇଭ୍ ରିପୋର୍ଟ ଦେବ। ଦୁଇ ଉଦ୍ୟୋଗୀଙ୍କ ପ୍ରୋଜେକ୍ଟ ସମସ୍ତ ବିଚାରକ ମଣ୍ଡଳୀଙ୍କୁ ପସନ୍ଦ ଆସିଥିବା ବେଳେ ଓୟୋ ଫଣ୍ଡର ରିତେଶ ଅଗ୍ରୱାଲ ଏହି ପ୍ରୋଜେକ୍ଟରେ ନିବେଶ କରିବାକୁ ସମ୍ମତି ହୋଇଥିଲେ।ଏହି ଚୁକ୍ତିରେ ସେମାନେ ରାଜି ମଧ୍ଯ ହୋଇଛନ୍ତି। ୧% ଇକ୍ୱିଟି ରେ ୮୦ ଲକ୍ଷ ଚୁକ୍ତିରେ ରାଜି ହୋଇଛନ୍ତି।ପ୍ରତିଯୋଗୀ ମାନେ ପ୍ରକାଶ କରିଛନ୍ତି ଯେ ସେମାନେ ୧୫୦ କୋଟି ଟଙ୍କାର ଅଫର ମଧ୍ଯ ପାଇଛନ୍ତି ହେଲେ ଅଧିକ ଗବେଷଣା ପାଇଁ ଅଫର କୁ ପ୍ରତ୍ଯାଖ୍ଯାନ କରି ଦେଇଛନ୍ତି।

ସେମାନେ ଓଡ଼ିଶାର ହୋଇଥିବାରୁ ରିତେଶ ସେମାନଙ୍କୁ ପ୍ରଥମେ 'ବନ୍ଦେ ଉତ୍କଳ ଜନନୀ' ଓଡିଆରେ ଅଭିବାଦନ କରି ସ୍ବାଗତ କରିଥିଲେ।

ବିଜେପିରୁ ଲଢିବେକି ଯୁବରାଜ!
ବିଜେପିରୁ ଲଢିବେକି ଯୁବରାଜ । ହେବକି ରାଜନୀତି ମଇଦାନରେ ଚୌକା ଛକାର ବର୍ଷା । ଏବେ କ୍ରିକେଟ ନୁହଁ ରାଜନୀତିରେ ହେବ ଚୌକା ଛକାର ବର୍ଷା । ରାଜନୀତିକୁ  ଓହ୍ଲଇପାରନ୍ତି କ୍ରିକେଟ ଷ୍ଚାର ଯୁବରଜ ସିଂ । ଖୁବ୍ ଶୀଘ୍ର ରାଜନୀତିରେ ପାଦ ପକାଇ ପରନ୍ତି କ୍ରିକେଟ ଷ୍ଟାର ବୋଲି ଚର୍ଚ୍ଚା ଜୋର ଧରିଛି । ଏପଟେ ଇଲେକ୍ସନର ତାରିଖ ପାଖଇ ଆସୁଥିବା ବେଳେ ସବୁ ଦଳ ନିଜ ଦଳକୁ ସୁଦୃଢ କରିବାରେ ଲାଗିଛନ୍ତି ।

ଭାରତୀୟ ଜନତା ପାର୍ଟିରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଖଣ୍ତନ କରିଛନ୍ତି ଯୁବରାଜ ସିଂ। ସେ ନିଜ ସୋସିଆଲ ମିଡିଆରେ ଜରିଆରେ ଜଣାଇନ୍ତି ଯେ, ସେ ନିଜ ଫାଉଣ୍ତେସନ୍‌ ଜରିଆରେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି । ରାଜନୀତି ମୈଦାନକୁ ଓହ୍ଲାଇବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯୁବରାଜଙ୍କୁ ଗୁରୁଦାସପୁର ଆସନରୁ ଲୋକସଭା ନିର୍ବାଚନ ପାଇଁ ଟିକେଟ୍‌ ଦେଇପାରେ ବିଜେପି । ୨୦୧୯ ଲୋକସଭା ନିର୍ବାଚନରେ ଏହି ଆସନରୁ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ ଅଭିନେତା ସନ୍ନି ଦେଓଲ। ସେ ବିଜୟ ମଧ୍ୟ ହୋଇଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ଦଳ ସନ୍ନିଙ୍କ ବଦଳରେ ଯୁବରାଜ ସିଂଙ୍କୁ ଟିକେଟ୍‌ ଦେବ ବୋଲି ଚର୍ଚ୍ଚା ହେଉଛି।

କିଛିଦିନ ତଳେ ଯୁବରାଜ ଓ ତାଙ୍କ ମାଆ ସବନମ୍‌ ସିଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଭେଟିଥିଲେ । ସେବେଠୁ ଯୁବରାଜ ବିଜେପିରୁ ନିର୍ବାଚନ ଲଢ଼ିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । କିନ୍ତୁ ଏକ୍ସ ରେ ଏକ ପୋଷ୍ଟ ସେୟାର କରି ଯୁବରାଜ ଗୁରଦାସପୁରରୁ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି।

ହଙ୍ଗକଙ୍ଗକୁ ହରାଇ ବିଶ୍ୱର ଚତୁର୍ଥ ବୃହତ୍ତମ ଷ୍ଟକ୍ ମାର୍କେଟ ହେଲା ଭାରତ
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଭାରତୀୟ ଷ୍ଟକ୍ ମାର୍କେଟ ହଙ୍ଗକଙ୍ଗକୁ ଅତିକ୍ରମ କରି ବିଶ୍ୱରେ ଚତୁର୍ଥ ବୃହତ୍ତମ ଇକ୍ୱିଟି ବଜାରରେ ପରିଣତ ହୋଇଛି । ବ୍ଲୁମବର୍ଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସୋମବାର ଭାରତୀୟ ବିନିମୟରେ ତାଲିକାଭୁକ୍ତ ଷ୍ଟକଗୁଡିକର ମିଳିତ ମୂଲ୍ୟ ୪.୩୩ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଏଥି ସହିତ ହଙ୍ଗକଙ୍ଗର ଷ୍ଟକଗୁଡିକର ମିଳିତ ମୂଲ୍ୟ ୪.୨୯ ଟ୍ରିଲିୟନ ଆମେରିକୀୟ ଡଲାର ଥିଲା।

ଡିସେମ୍ବର ୫, ୨୦୨୩ ରେ ପ୍ରଥମ ଥର ପାଇଁ ଭାରତର ଷ୍ଟକ୍ ମାର୍କେଟର ପୁଞ୍ଜିକରଣ ୪ ଟ୍ରିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଛି । ବିଶ୍ୱର ଶୀର୍ଷ ତିନୋଟି ଷ୍ଟକ୍ ମାର୍କେଟ ହେଉଛି ଆମେରିକା, ଚୀନ୍ ଏବଂ ଜାପାନ । ଗତ ୧୨ ମାସ ମଧ୍ୟରେ ଭାରତୀୟ ଷ୍ଟକ୍ ମାର୍କେଟରେ ନିବେଶ କରିଥିବା ନିବେଶକମାନେ ଭଲ ଫେରସ୍ତ ପାଇଛନ୍ତି । ତଥାପି, ସେୟାର ବଜାରରେ ଅସ୍ଥିରତା ଜାରି ରହିଛି । ଗତ ବର୍ଷ ୨୦୨୩ରେ ଷ୍ଟକ୍ ମାର୍କେଟ ନିବେଶକମାନେ ଭଲ ଫେରସ୍ତ ପାଇଥିଲେ । ଏଥି ସହିତ, ୨୦୨୩ ରେ ସେନସେକ୍ସ ଏବଂ ନିଫ୍ଟି ମଧ୍ୟ ୧୭-୧୮ ପ୍ରତିଶତ ବୃଦ୍ଧି ପାଇଛି । ଯେତେବେଳେ କି, ୨୦୨୨ ମସିହାରେ, ସେନ୍ସେକ୍ସ ଏବଂ ନିଫ୍ଟି ମାତ୍ର ୩-୪ ପ୍ରତିଶତ ବୃଦ୍ଧି ପାଇଥିଲା ।

ଦେଶର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ହେଉଛି । ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସେମାନଙ୍କର ମୁଦ୍ରା ନୀତିକୁ କଡାକଡି କରିଛନ୍ତି । ଏଥି ସହିତ ଭାରତ ଏକ ଉଜ୍ଜ୍ୱଳ ଚିତ୍ର ଉପସ୍ଥାପନ କରିଛି । ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI)ଙ୍କ ନିକଟରୁ ପ୍ରବଳ ପ୍ରବାହ ମଧ୍ୟ ଷ୍ଟକଗୁଡିକୁ ସର୍ବକାଳୀନ ଉଚ୍ଚତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଛି । ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ପୁଣିଥରେ ଭାରତରେ ନିବେଶ କରିବା ପାଇଁ ଧ୍ୟାନ ଦେଇଛନ୍ତି ।

ଅଧିକ ପଢନ୍ତୁ : ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ଭାରତ ବଡ଼ ବଡ଼ ଦେଶକୁ ପଛରେ ପକାଇବ

୪ ଓଡ଼ିଆ ୟୁନିକର୍ଣ୍ଣର ପ୍ରତିଷ୍ଠାତା
ଶିଳ୍ପ ଉଦ୍ୟୋଗ ସ୍ଥାପନ, ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଏବଂ ସବୁ କ୍ଷେତ୍ରରେ ଓଡ଼ିଆମାନେ ନିଜ ପାରଦର୍ଶିତା ଦେଖାଇଛନ୍ତି। ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଉଦ୍ୟୋଗୀଙ୍କ ଚମକ ରହିଛି କାରଣ ଦେଶରେ ୧୧୦ରୁ ଅଧିକ ୟୁନିକର୍ଣ୍ଣ ମଧ୍ୟରୁ ୪ଟି ସଂସ୍ଥାକୁ ଓଡ଼ିଆମାନେ ସ୍ଥାପନା କରିଛନ୍ତି। ସେମାନେ ହେଉଛନ୍ତି ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍‌, ଅଫ୍‌ବିଜନେସ୍‌ର ପ୍ରତିଷ୍ଠାତା ଆଶିଷ ମହାପାତ୍ର, ପର୍ପଲର ପ୍ରତିଷ୍ଠାତା ରାହୁଲ ଦାଶ ଓ ଜେଟ୍‌ୱେର୍କର ପ୍ରତିଷ୍ଠାତା ଅମୃତ ଆଚାର୍ଯ୍ୟ। ଏହି ଚାରି ଓଡ଼ିଆ ପ୍ରତିଷ୍ଠାତା ରାଜ୍ୟ ବାହାରେ ଷ୍ଟାର୍ଟଅପ୍ ସ୍ଥାପନ କରି ତାହାକୁ ୟୁନିକର୍ଣ୍ଣରେ ପରିଣତ କରିଛନ୍ତି। କୌଣସି ଷ୍ଟାର୍ଟଅପ୍ ସଂସ୍ଥାର ମୂଲ୍ୟ ୧୦୦ କୋଟି ଡଲାରରୁ ଅଧିକ ହୋଇଗଲେ ତାହାକୁ ୟୁନିକର୍ଣ୍ଣ ଭାବେ ବିଚାର କରାଯାଉଛି।

ସୂଚନା ଅନୁସାରେ, ‘ଦି କ୍ରେଡିବଲ୍‌’ ନାମକ ସଂସ୍ଥାର ତଥ୍ୟ ଅନୁସାରେ ମହାରାଷ୍ଟ୍ର ସର୍ବାଧିକ ୟୁନିକର୍ଣ୍ଣ ସୃଷ୍ଟି କରିଥିବା ବେଳେ ଏହା ପଛକୁ ରହିଛି ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ତାମିଲନାଡୁ ମଧ୍ୟ ୟୁନିକର୍ଣ୍ଣ ସୃଷ୍ଟି କରିବାରେ ଆଗରେ ରହିଛି। ଚାରି ଓଡ଼ିଆ ୟୁନିକର୍ଣ୍ଣ ପ୍ରତିଷ୍ଠାତାଙ୍କ ମଧ୍ୟରୁ ‘ଓୟୋ’ ସ୍ଥାପନ କରିଥିବା ରିତେଶ ଅଗ୍ରୱାଲ୍ ୨୦୧୧ରେ ସେ ଓରାଭେଲ୍ ଷ୍ଟେ ନାମକ ଏକ କମ୍ପାନୀ  ଗଠନ କରିଥିଲେ ଯାହା ୨୦୧୩ ମେ’ରୁ ଓୟୋ ରୁମ୍‌ସ ଭାବେ ଆଗକୁ ବଢ଼ିଥିଲା ଏବଂ ଏହା ୨୦୧୮ରେ ୟୁନିକର୍ଣ୍ଣ ମାନ୍ୟତା ହାସଲ କରିଥିଲା।

ସେହିପରି ଆଶିଷ ମହାପାତ୍ର ନିଜ ପତ୍ନୀ ରୁଚି କାଲ୍‌ରାଙ୍କ ସହ ମିଶି ଦୁଇଟି ଷ୍ଟାର୍ଟଅପ୍‌ ‘ଅଫ୍‌ବିଜନେସ୍‌’ ଓ ‘ଅକ୍ସିଜୋ’ ସ୍ଥାପନ କରିଥିଲେ। ୨୦୧୬ରେ ସେ ଅଫ୍‌ବିଜନେସ୍ ଓ ୨୦୧୭ରେ ଅକ୍ସିଜୋ ସ୍ଥାପନ କରିଥିଲେ। ଆଶିଷ ଓ ରୁଚି ହେଉଛନ୍ତି ଦେଶର ପ୍ରଥମ ୟୁନିକର୍ଣ୍ଣ ଦମ୍ପତି। ସେହିପରି ଜେଟ୍‌ୱେର୍କର ପ୍ରତିଷ୍ଠାତା ଅମୃତ ଆଚାର୍ଯ୍ୟ ତାଙ୍କ ତିନି ଜଣ ବନ୍ଧୁଙ୍କ ସହ ମିଶି ଜେଟ୍‌ୱେର୍କକୁ ସ୍ଥାପନ କରିଥିଲେ। ଯାହା ବର୍ତ୍ତମାନ ବିଭିନ୍ନ କମ୍ପାନୀ ଲାଗି ଶିଳ୍ପ ଓ ଉପଭୋକ୍ତା ଉତ୍ପାଦ ଉତ୍ପାଦନ କରୁଛି। ୨୦୨୧ରେ ଏହି ସଂସ୍ଥା ୟୁନିକର୍ଣ୍ଣରେ ପରିଣତ ହୋଇଥିଲା। ସେହିପରି ପର୍ପଲର ପ୍ରତିଷ୍ଠାତା ରାହୁଲ ଦାଶ ନିଜ ଆଇଆଇଟି ଖଡ଼ଗପୁର ପାଠପଢ଼ା ସମୟର ବନ୍ଧୁ ମନୀଷ ତନେଜାଙ୍କ ସହ ମିଶି ୨୦୧୧ରେ ମୁମ୍ବାଇରେ ପର୍ପଲ୍‌କୁ ପ୍ରତିଷ୍ଠା କରିଥିଲେ। ତାହା ହେଉଛି ଏକ ବିଉଟି ଉତ୍ପାଦ ଅନଲାଇନ୍ ରିଟେଲ୍‌ କମ୍ପାନୀ ଯାହା ୨୦୨୨ରେ ୟୁନିକର୍ଣ୍ଣରେ ପରିଣତ ହୋଇଥିଲା। ଏହି ୪ ଓଡ଼ିଆ ବିଦେଶରେ ମଧ୍ୟ ନିଜର ଜଲୱା ଦେଖାଇ ସାରିଲାଣି।

ଅଧିକ ପଢନ୍ତୁ ; ବ୍ୟାଙ୍କ ନାମରେ ହେଉଛି ଫ୍ରଡ

ବ୍ୟାଙ୍କ ନାମରେ ହେଉଛି ଫ୍ରଡ
ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକଙ୍କ ମାମଲା । ବ୍ୟାଙ୍କ ନାମରେ ହେଉଛି ଫ୍ରଡ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBI ନାମରେ ମେସେଜ କିମ୍ବା କଲ୍ ଆସୁଥିଲେ ହୋଇଯାଆନ୍ତୁ ସାବଧାନ । ବ୍ୟାଙ୍କ ନାମରେ ଲୋକଙ୍କୁ ଜାଲରେ ଫସାଉଛନ୍ତି  ସାଇବର ଠକ । ପ୍ୟାନ ଓ ଆକାଉଣ୍ଡ ନମ୍ବର ମାଗି ଆକାଉଣ୍ଡ ଠିକ କରିବା ପାଇଁ କହି ଫସାଉଛନ୍ତି । ନଦେଲେ ଅକୋଉଣ୍ଡ ସମ୍ପୂର୍ଣ ବନ୍ଦ ହୋଇଯିବ କହି ଡରାଉଛନ୍ତି ଲୋକଙ୍କୁ ।ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ପକ୍ଷରୁ ଗ୍ରାହାକଙ୍କୁ ଆର୍ଲଟ ଜାରି କରାଯାଇଛି ।  ନିଜ ବ୍ୟାଙ୍କ୍ କିମ୍ବା ବ୍ୟକ୍ତିଗତ ତଥ୍ୟ କାହାକୁ ନଦେବା ପାଇଁ ବ୍ୟାଙ୍କର ନିର୍ଦ୍ଦେଶ ରହିଛି ।

ବର୍ତ୍ତମାନ ସାଇବର ଠକ ମାନେ ବିଭିନ୍ନ ଉପାୟରେ ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି । ତେବେ ଯଦି ଆପଣଙ୍କ ପାଖକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ପକ୍ଷରୁ ପାନ୍ ସହ ଆକାଉଣ୍ଟ ଅପଡେଟ ନକଲେ ଆକାଉଣ୍ଡ ବନ୍ଦ ହୋଇଯିବାର ମେସେଜ ଆସେ ତେବେ ସାବଧାନ ରୁହନ୍ତୁ । ମେସେଜରେ ପାନ୍ ସହ ଆକାଉଣ୍ଡ ଅପଡେଟ କରିବା ପାଇଁ ଏକ ଲିଙ୍କ୍ ମଧ୍ଯ ଥାଏ । ମେସେଜ ମୁତାବକ ସେ ଲିଙ୍କ୍ କ୍ଲିକ୍ କରି ଆପଣ ଯାନ୍ ସହ ଆକାଉଣ୍ଟ ଅପଡେଟ୍ କରିପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ଆକାଉଣ୍ଡରୁ ସମସ୍ତ ଟଙ୍କା ସାଇବର ଠକ ମାନେ ଲୁଟିନେବେ ।

ଏଭଳି ଫ୍ରଡ ହେଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ଯେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଏପରି କୌଣସି ମେସେଜ ଦିଆଯାଇନାହିଁ । ଆକାଉଣ୍ଡ ବନ୍ଦ ହେବ ନେଇ ଆସୁଥିବା ସମ୍ପୂର୍ଣ୍ଣ ଭୁଲ ତଥ୍ୟ ବୋଲି ମଧ୍ୟ ବ୍ୟାଙ୍କ ତରଫରୁ କୁହାଯାଇଛି । ଏଭଳି ଫ୍ରଡ ଦ୍ୱାରା ଲୋକମାନେ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ତେଣୁ ଏମିତି କିଛି ଆସୁଥିବା ଫ୍ରଡ ମେସେଜ ଠାରୁ ସାବଧାନ ରୁହନ୍ତୁ ।

ଅଧିକ ପଢନ୍ତୁ :ସହରଗୁଡ଼ିକ ପାଇଁ ଉନ୍ମୋଚନ ହେଲା ଆଇନା ଡ୍ୟାସବୋର୍ଡ ପୋର୍ଟାଲ

ଏନସିଏପି କାର୍ଯ୍ୟକ୍ରମର ଉଦଘାଟନ କରିବେ ନୀତିନ ଗଡକରୀ
ଆଜି ଲଞ୍ଚ ହେବାକୁ ଯାଉଛି ଭାରତର 'ନିଉ କାର ଏସେସମେଣ୍ଟ ପ୍ରୋଗ୍ରାମ' ବା ଭାରତ 'ଏନସିଏପି' କାର୍ଯ୍ୟକ୍ରମ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ। ଭାରତ ଏନସିଏପି କାର୍ଯ୍ୟକ୍ରମରେ 3.5 ଟନ୍ ଓଜନ ପର୍ଯ୍ୟନ୍ତ ମୋଟର ଯାନଗୁଡିକର ସୁରକ୍ଷା ମାନ ଯାଞ୍ଚ କରି ସଡକ ସୁରକ୍ଷାକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖାଯାଇଛି। ବଜାରରେ ଉପଲବ୍ଧ ମୋଟର ଯାନଗୁଡିକର କ୍ରାସ୍ ନିରାପତ୍ତାର ତୁଳନାତ୍ମକ ମୂଲ୍ୟାଙ୍କନ କରିପାରିବେ କାର ଗ୍ରାହକ। ଏହି ପ୍ରୋଗ୍ରାମ୍ ଅଧୀନରେ, ଅଟୋ ନିର୍ମାତା ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ 197 ଅନୁଯାୟୀ ପରୀକ୍ଷଣ ପାଇଁ  ସ୍ବେଚ୍ଛାକୃତ ଭାବରେ ସେମାନଙ୍କ ଯାନ ପ୍ରଦାନ କରିପାରିବେ ।

ପରୀକ୍ଷଣରେ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ଯାନବାହନଗୁଡିକୁ ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କ ପାଇଁ ଷ୍ଟାର୍ ରେଟିଂ ପ୍ରଦାନ କରାଯିବ । ବିଭିନ୍ନ ଗାଡିର ସୁରକ୍ଷା ମାନ ତୁଳନା କରିବାକୁ ଏବଂ ସେହି ଅନୁଯାୟୀ ସେମାନଙ୍କର କ୍ରୟ ନିଷ୍ପତ୍ତି ନେବାକୁ ସମ୍ଭାବ୍ୟ କାର୍ ଗ୍ରାହକ ଏହି ଷ୍ଟାର୍ ରେଟିଂକୁ ରେଫର୍ କରିପାରିବେ । ଫଳସ୍ୱରୂପ ସୁରକ୍ଷିତ କାରଗୁଡିକର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯାହା କାର ନିର୍ମାତାମାନଙ୍କୁ ଗ୍ରାହକଙ୍କ ଆବଶ୍ୟକତା ପାଳନ କରିବାକୁ ଉତ୍ସାହିତ କରିବ |

ନେପାଳରୁ ଆମଦାନୀ ହେବ ଟମାଟୋ
ଏବେ ଦେଶରେ ଟମାଟୋ ଦର ଆକାଶଛୁଆଁ ଥିବା ବେଳେ ଏହାର ଦର କମ୍ କରିବା ପାଇଁ ସରକାର ନେପାଳରୁ ଟମାଟୋ ଆମଦାନୀ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏବେ ଟମାଟୋ ଦର ୧ କେଜି ପିଛା ୧୬୦ ଟଙ୍କା ଥିବା ବେଳେ ଅନ୍ୟ ସ୍ଥାନରେ ୨୦୦ + କୁ ଦର ଛୁଇଁସାରିଲାଣି । ଖାଉଟିମାନଙ୍କ ମଧ୍ୟରେ ଏକ ଅସନ୍ତୋଷ ଭାବ ଦେଖା ଦେଇଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧରଣଜନତା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସିତରମନ୍ ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ନେପାଳରୁ ଆସୁଥିବା ଟମାଟୋ ଉତ୍ତରପ୍ରଦେଶର ବାରାଣସୀ , ଲକ୍ଷ୍ନୌ ଓ କାନପୁର ସହରରେ ଶୁକ୍ରବାର ପହଞ୍ଚିବ । ଗତ ମାସ ଜୁଲାଇରେ ବର୍ଷା ଓ ତା ପୂର୍ବରୁ ପ୍ରଚଣ୍ଡ ଗ୍ରୀଷ୍ମ ସକାଶେ ଦେଶରେ ଟମାଟୋ ଫସଲ ନଷ୍ଟ ହେଇଥିଲା ପରେ ଏହାର ଅଭାବ ଦେଖାଦେଉଛି ।ଗତକାଲି ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଉପରେ ଆଲୋଚନା କରିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଟମାଟୋ , ଡାଲି ଓ ଅନ୍ୟ ସବୁ ସାମଗ୍ରୀ ମୂଲ୍ୟର ବୃଦ୍ଧି ମୁଦ୍ରାସ୍ପିତିକୁ ପ୍ରଭାବିତ କରୁଛି ।

ମାର୍କେଟ ବିଲଡିଂ ଖୋଲିବାକୁ ନେଇ ଉଠିଲା ପ୍ରଶ୍ନ ?
ମାର୍କେଟ ବିଲଡିଂକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାମ ନେଉନି |  ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ,କେବେ ହଟିବ ମାର୍କେଟ ବିଲ୍ଡିଂରୁ ତାଲା ? ସ୍ଥାୟୀ ବ୍ୟବସାୟୀ କିମ୍ବା ଉଠା ଦୋକାନୀ, କେହି କାହାକୁ ଛାଡ଼ିବା ପାଇଁ ରାଜି ହେଉନାହାନ୍ତି। ସପ୍ତାହେ ହେଲାଣି ଉଭୟ ସଂଘ ଧାରଣାରେ ବସିଥିବାବେଳେ, ଭୁବନେଶ୍ୱରର ଏହି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ବି ବନ୍ଦ ରହିଛି।ଉଠା ଦୋକାନୀଙ୍କୁ ହଟାଇବା ଜିଦରେ ଅଡ଼ି ବସିଥିବା ସ୍ଥାୟୀ ବ୍ୟବସାୟୀମାନେ ଗତକାଲି ଭୁବନେଶ୍ୱରର ଅନ୍ୟ ୫୦ଟି ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଛନ୍ତି ।

ଆଜି ଭିତରେ ସମସ୍ୟାର ସମାଧାନ କରିବାକୁ ସରକାରଙ୍କୁ ମହଲତ ଦେଇଛନ୍ତି। ଯଦି ସମାଧାନର ବାଟ ନ ବାହାରେ, ଆବଶ୍ୟକ ହେଲେ ଗୋଟିଏ ଦିନ ଭୁବନେଶ୍ୱରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ଉଠା ଦୋକାନୀଙ୍କ ଯୁକ୍ତି, ସେମାନେ ବର୍ଷ ବର୍ଷ ଧରି ସେଠାରେ ବ୍ୟବସାୟ କରିଆସୁଥିବା ବେଳେ, ଅନ୍ୟତ୍ର ଥଇଥାନ ନହେବା ଯାଏଁ ମାର୍କେଟ୍ ବିଲ୍ଡିଂ ନ ଛାଡ଼ିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ତୁରନ୍ତ ସେମାନଙ୍କ ଲାଗି ମାର୍କେଟ୍ ବିଲ୍ଡିଂ ଗେଟ୍ ଖୋଲାଯାଉ ।

ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ଭାରତ ବଡ଼ ବଡ଼ ଦେଶକୁ ପଛରେ ପକାଇବ
ବଡ଼ ବଡ଼ ଦେଶକୁ ପଛରେ ପକାଇ ଅର୍ଥନୈତିକ ଅଭିବୃଦ୍ଧିରେ ଆଗରେ ରହିପାରେ ଭାରତ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଅଭିବୃଦ୍ଧି ଚୀନ, ଆମେରିକା ଭଳି ଦେଶର ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇ ଆଗରେ ରହିବ ବୋଲି ଆକଳନ କରାଯାଇଛି। ବଡ଼ ବଡ଼ ଦେଶକୁ ପଛରେ ପକାଇ ଅର୍ଥନୈତିକ ଅଭିବୃଦ୍ଧିରେ ଆଗକୁ ଆସିପାରେ ଭାରତ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ଏହାର ଇକୋନୋମିକ୍‌ ଆଉଟ୍‌ଲୁକ୍‌ ରିପୋର୍ଟରେ ଏଭଳି କିଛି ଆକଳନ କରିଛି। ଯେଉଁଥିରେ କି ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଅଭିବୃଦ୍ଧି ଚୀନ, ଆମେରିକା ଭଳି ଦେଶର ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇ ଆଗରେ ରହିବ ବୋଲି ଆକଳନ କରାଯାଇଛି।

ଆଇଏମ୍‌ଏଫ୍‌ର ୱାର୍ଲଡ୍‌ ଆଉଟଲୁକ୍‌ ରିପୋର୍ଟରେ ଅନୁସାରେ, ଭାରତୀୟ ଅର୍ଥନୀତି କିମ୍ବା ଭାରତର ଜିଡିପି ଚଳିତ ଆର୍ଥିକ ବର୍ଷରେ ୫.୯% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବଡ଼ ବଡ଼ ଦେଶ ଯେପରିକି ଆମେରିକା, ଚୀନ, ବ୍ରିଟେନ, ଫ୍ରାନ୍ସ, ସାଉଦି ଆରବ ଓ କାନାଡାକୁ ପଛରେ ପକାଇ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ବଡ଼ ବଡ଼ ଦେଶକୁ ପଛରେ ପକାଇ ବିଶ୍ୱର ଜିଡିପି ଆକଳନ ୨୦୨୩(World's GDP Forecast 2023) ତାଲିକାରେ ଭାରତ ଆଗରେ ରହିଛି। ୫.୯% ଅଭିବୃଦ୍ଧି ସହ ତାଲିକାର ପ୍ରଥମ ସ୍ଥାନରେ ଭାରତ ରହିଛି। ତେଣୁ ଏଥିରୁ ଜଣାପଡ଼ୁଛି, ଭାରତର ଅର୍ଥନୀତିରେ ଅଭିବୃଦ୍ଧି ହୋଇଛି। ଆଇଏମ୍‌ଏଫ୍‌ର ବାଇଆନୁଆଲ୍‌ ରିପୋର୍ଟ ଅନୁସାରେ, ଭାରତର ଖୁଚୁରା ମୁଦ୍ରାସ୍ଫୀତି ପୂର୍ବ ବର୍ଷ ୬.୭% ଥିବାବେଳେ ଏହା ହ୍ରାସ ପାଇ ୨୦୨୩-୨୪ରେ ୪.୯% ପହଞ୍ଚିବ ବୋଲି ଆଶା କରାଯାଉଛି।

ଏବେ ବିନା ଡ୍ରାଇଭରରେ ଚାଲିବ ଗାଡି
ଏବେ ବିନା ଡ୍ରାଇଭରରେ ଚାଲିବ ଗାଡି ।  ଭାରତ ମାଟିରେ ପ୍ରଥମ କରି ଗଡ଼ିଲା  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ପରିଚାଳିତ  ଚାରି ଚକିଆ ଯାନ ।  AI ଦ୍ୱାରା ପରିଚାଳିତ ଏହି ଯାନ ବେଙ୍ଗାଳୁରୁରେ ଗଡିଛି। ର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଦ୍ୱାରା ପରିଚାଳିତ ଏହା ହେଉଛି ଅଟୋନମସ ଭେହିକିଲ ଜେଡ୍ ପଡ଼ । ବିନା ଡ୍ରାଇଭର, ବିନା  ଷ୍ଟିୟରିଂ ରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁଛି ଜେଡ୍ ପଡ଼ ।

ଏହି ଚାରି ଚକିଆ ଯାନରେ ଯାତ୍ରୀଙ୍କ ବସିବା ଲାଗି ରହିଛି 4ଟି ସିଟ୍ । ବିନା ଡ୍ରାଇଭରରେ ଅନାୟାସରେ ରାସ୍ତାରେ ସଠିକ୍ ଭାବେ ଯା ଆସ କରୁଛି ଏହି ଗାଡ଼ି। ଏମିତିକି ଜେଡ୍ ପଡ଼ ସାମ୍ନାକୁ ଅନ୍ୟ କୌଣସି ଗାଡି ଆସିଲେ ବି ନିଜର ଦିଗ ବଦଳାଉଛି ଜେଡ୍ ପଡ଼ । ଗାଡି ସାମ୍ନା ଏବଂ ପଛ ପାଖରେ ରହିଛି ଦୁଇଟି କ୍ୟାମେରା। ସେହିପରି ଗାଡିର ଦୁଇ ପାର୍ଶ୍ବରେ ଦୁଇଟି ଲେଖାଁଏ 4 ଟି କ୍ୟାମେରା ରହିଛି। ଏହି କ୍ୟାମେରା ସହାୟତାରେ ଜେଡ ପଡ଼ ନିଜଠାରୁ ଅନ୍ୟ ଗାଡିର ଦୂରତା ଆକଳନ କରିପାରୁଛି । ଏମିତିକି ଅନ୍ୟ ଗାଡିର ସ୍ପିଡକୁ ନେଇ ନିଜେ ସ୍ବୟଂକ୍ରିୟ ଭାବେ ଅନାୟସରେ ତାର ସୁରକ୍ଷିତ ପଥ ବାଛି ନେଉଛି ।

ଆହୁରି ପଡନ୍ତୁ : ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା, ରାଜ୍ୟକୁ ଆସିବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଶିଳ୍ପ

ବେଙ୍ଗଳୁରୁସ୍ଥିତ ଭାରତୀୟ ଷ୍ଟାର୍ଟଅପ କଂପାନି ମାଇନସ- ଜିରୋ ଏହି ଗାଡ଼ି ନିର୍ମାଣ କରିଛି। ତେବେ  ଜେଡ ପଡ଼ ଟ୍ରାଫିକ ସମସ୍ୟା ଏଡ଼ାଇବା ସହ ସଡ଼କ ଦୁର୍ଘଟଣା କମାଇବାରେ ସହାୟକ ହେବ ବୋଲି କୁହାଯାଉଛି । ଏହି ଗାଡି ଏବେ ଟ୍ରାଏଲ ରନ୍ ରେ ଥିବା ବେଳେ ଆଗାମୀ ଦୁଇ ବର୍ଷ ମଧ୍ୟରେ ରାସ୍ତାରେ ଚଳାଚଳ  ନେଇ ଯୋଜନା ରଖିଛି ଜେଡ୍ ଜେଡ ପଡ଼ ନିର୍ମାଣ କରିଥିବା ଷ୍ଟାର୍ଟଅପ କଂପାନି ।