ଉତ୍କଳ ବିଶ୍ୱବିଦ୍ୟାଳୟ କଣ ସରକାରଙ୍କର ସାବତ ପୁଅ ? ବନ୍ଦ ପଡିଛି ସମସ୍ତ ୫ ଗବେଷଣା ଚେୟାର
Khabar Odisha:Utkal-University-Odisha-Research-Bench-Khabar-Odisha

 ରାଜ୍ୟର ସବୁଠାରୁ ପୁରାତନ ବିଶ୍ୱବିଦ୍ୟାଳୟ ଏବଂ ସବୁଠାରୁ ବଡ ସରକାରି ଶିକ୍ଷାନୁଷ୍ଠାନ ପ୍ରତି ରାଜ୍ୟ ସରକାର ନଜର ଦେଉନାହାନ୍ତି । ଦିନେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ପାଇଁ ରାଜ୍ୟ ବାହାରୁ ଅନେକ ଛାତ୍ର ଛାତ୍ରୀ ଆସୁଥିଲେ । ଦେଶର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ନାଁ ଥିଲା । ହେଲେ ଏବେ କ୍ରମାଗତ ଭାବେ ଲଗାତାର ବର୍ଷମାନଙ୍କରେ ଦେଶର ୧୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟର ନାଁ ନାହିଁ ।

ଆଗରୁ ଉଚ୍ଚମାନର ଗବେଷଣା ଦିଗରେ ଅନେକ ନାଁ କମାଇଥିବା ଏହି ବିଶ୍ୱବିଦ୍ୟାଳୟ ଏବେ ଗବେଷଣା ଦିଗରେ ବହୁତ ପଛରେ । ଦେଶର ଅନ୍ୟ ସରକାରି ଏବଂ ବେସରକାରି ବିଶ୍ୱବିଦ୍ୟାଳୟ ମାନଙ୍କରେ ଗବେଷଣା କରିବା ଦିଗରେ ଯଥେଷ୍ଟ ପ୍ରୋସ୍ତ୍ରାହନ ମିଳୁଥିବା କାରଣରୁ ଅନେକ ନୁଆ ନୁଆ ଗବେଷଣା ହେଉଥିବା ବେଳେ ବାଣିବିହାର ଏହି ରେସରେ ଶୋଇପଡିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଗବେଷଣା ପାଇଁ ଅଛି ୫ଟି ଚେୟାର । ଓଡିଆ ଭାଷା, ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ପାଇଁ ଗୋଟିଏ ଲେଖାଏଁ ଗବେଷଣା ଚେୟାର ଥିଲା ବେଳେ ଅର୍ଥନୀତି ପାଇଁ ଅଛି ୨ଟି ଚେୟାର । ହେଲେ ଚିନ୍ତାର କଥା ହେଉଛି ସେହି ସମସ୍ତ ୫ ଟି ଯାକ ଚେୟାର ଅଚଳ ହୋଇପଡିଛି । ଓଡିଆ ଭାଷା ଚେୟାର ୧୯୯୯ ମସିହାରୁ ଅଚଳ ହୋଇପଡିଥିଲା ବେଳେ, ଉଦ୍ଭିଦ ବିଜ୍ଞାନ ୨୦୧୦ରେ, ପଦାର୍ଥ ବିଜ୍ଞାନ ୨୦୦୯ରେ, ଅର୍ଥନୀତି ଚେୟାରରୁ ଗୋଟିଏ ୨୦୦୦ରେ ଏବଂ ଅନ୍ୟଟି ୨୦୧୧ରୁ ଅଚଳ ହୋଇପଡିଛି । ବିଧାନସଭାରେ ବିଧାୟକ ଦିଲ୍ଲିପ ରାୟଙ୍କ ପ୍ରଶ୍ନର ଉତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହି ଭଳି ତଥ୍ୟ ଦେଇଛନ୍ତି । ଆଉ ସେହି ଉତରରେ ବଡ ଆଶ୍ଚର୍ଯ୍ୟ ଜନକ ଭାବେ ମନ୍ତ୍ରୀ କହିଛନ୍ତି କି ଏହି ଚେୟାର ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ।

Subscribe

National International State Sports Entertainment