ଖୋଲୁଛି ଗୁମର ସ୍ୱାମୀ ଅଗ୍ନିବେଶ ଯାଇଥିଲେ ଧର୍ମାନ୍ତକରଣ ସଭାରେ ମୁଖ୍ୟବକ୍ତା ହୋଇ
Khabar Odisha:Swami-Agnibesh-Attacked-Christian-Conversion

 ଏବେ ସାଧାରଣରେ ମାଡ ଖାଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଥିବା ଅଗ୍ନିବେଶଙ୍କ ବିଷୟରେ ଦିନକୁ ଦିନକୁ ନୁଆ ନୁଆ ତଥ୍ୟ ଆସିବାରେ ଲାଗିଛି । କିଛି ଇଂରାଜୀ ଗଣମାଧ୍ୟମ ଏବଂ ହିନ୍ଦି ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ସ୍ୱାମୀ ଅଗ୍ନିବେଶ ଝାରଖଣ୍ଡର ପାକୁର ଜିଲ୍ଲାରେ ହେଉଥିବା ଏକ ଧର୍ମାନ୍ତକରଣ ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାକାର ସ୍ଥାନୀୟ ୩୦୦୦ରୁ ଅଧିକ ଆଦିବାସୀ ହିନ୍ଦୁ ଧର୍ମ ଛାଡି ଅନ୍ୟ ଧର୍ମରେ ସାମିଲ ହୋଇଥାନ୍ତେ ।

କାର୍ଯ୍ୟକ୍ରମ ସ୍ଥିର ହେବା ସମୟରେ ଏହାକୁ କିଛି ସ୍ଥାନୀୟ ଲୋକମାନେ ବିରୋଧ କରିଥିଲେ । ହେଲେ ସ୍ୱାମୀ ଅଗ୍ନିବେଶ ଏହାକୁ ନମାନି ସଭାରେ ଯୋଗଦେବାକୁ ପାକୁର ପହଂଚିଥିଲେ । ଧର୍ମାନ୍ତକରଣ ରୋକିବା ପାଇଁ କାମ କରୁଥିବା କିଛି ସ୍ଥାନୀୟ ସଙ୍ଗଠନ ମାନେ ଏ ବିଷୟରେ ସ୍ଥାନୀୟ ପୋଲିସ ପ୍ରଶାସନରେ ଜଣାଇଥିଲେ । ହେଲେ କିଛି ଲାଭ ନହେବାରୁ ସେମାନେ ଆଇନକୁ ହାତକୁ ନେଇଥିଲେ । ସ୍ୱାମୀ ଅଗ୍ନିବେଶ ରହୁଥିବା ହୋଟେଲ ବାହାରେ ହିଁ ସେମାନେ ଅଗ୍ନିବେଶଙ୍କୁ ମାଡ ମାରିଥିଲେ । ମାଡ ମାରିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଭୟରେ ଉକ୍ତ ଧର୍ମାନ୍ତକରଣ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବା ଜଣାପଡିଛି ।

ଝାରଖଣ୍ଡର ପାକୁର ଜିଲ୍ଲାରେ ଧର୍ମାନ୍ତକରଣ ହେଉଥିବାର ଅଭିଯୋଗ ଆଗରୁ ହୋଇଆସୁଥିଲା । 

Subscribe

National International State Sports Entertainment