ରାଜ୍ୟରେ କମୁଛି ଷ୍ଟିଲ ଉପ୍ତାଦନ, ଉପ୍ତାଦନ ହେଉଛି ଅବସ୍ଥାପିତ ଉପ୍ତାଦନ କ୍ଷମତାର ମାତ୍ର ୨୧%
Khabar Odisha:Steel-Production-Down-Odisha

 ଚାଲିଛି ମେକ-ଇନ-ଓଡିଶା ପାଇଁ ବହୁତ ପ୍ରସ୍ତୁତି । ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଚାଲିଛି ଅନେକ ରୋଡ ସୋ ସହ ଅନେକ ପ୍ରଦର୍ଶନୀ । ଏହା ସହ କିପରି ଶିଳ୍ପପତିମାନେ ଆସି ଓଡିଶାରେ ଉପ୍ତାଦନ କାରଖାନା ବସାଇବେ କିପରି ନୁଆ ନୁଆ ଉଦ୍ୟୋଗ ସ୍ଥାପନା କରିବେ ସେଥିପାଇଁ ବ୍ୟାପକ ଯୋଜନା କରୁଛନ୍ତି ରାଜ୍ୟ ସରକାର । ହେଲେ ଏଣେ ଉଜୁଡି ଯାଉଛି ରାଜ୍ୟର ସ୍ଥାପିତ ହୋଇଥିବା ଶିଳ୍ପ । 

ଓଡିଶାରେ ଯଦି କେଉଁ ଶିଳ୍ପକୁ ନେଇ ବେଶି କିଛି ପ୍ରକଳ୍ପ ହୋଇଛି ତାହା ହେଉଛି ଇସ୍ପାତ ଶିଳ୍ପ । ଓଡିଶାରେ ପ୍ରଚୁର ଲୁହାପଥର ଏବଂ କୋଇଲା ଥିବାରୁ ଷ୍ଟିଲ କାରଖାନା ପ୍ରତିଷ୍ଠା ପାଇଁ ଓଡିଶା ହେଉଛି ଦେଶରେ ସବୁଠାରୁ ଉପଯୋଗୀ ରାଜ୍ୟ । ରାଜ୍ୟରେ ସ୍ଥାପିତ ହୋଇଥିବା ସମସ୍ତ ପ୍ରକାରର ମାନ୍ୟୁଫାକଚରିଙ୍ଗ ଶିଳ୍ପମଧ୍ୟରୁ ଇସ୍ପାତ ଶିଳ୍ପର ଉପ୍ତାଦନ ହେଉଛି ସର୍ବାଧୀକ । ହେଲେ ଏବେ ଦିନକୁ ଦିନକୁ କମୁଛି ଷ୍ଟିଲ ଉପ୍ତାଦନ । ସ୍ଥିତି ଆସି ଏମିତି ହେଲାଣି ଯେ ଅବସ୍ଥାପିତ ଉପ୍ତାଦନ କ୍ଷମତାର ମାତ୍ର ୨୧% ଷ୍ଟିଲ ଉପ୍ତାଦନ ହେଉପାରୁଛି ରାଜ୍ୟରେ । 

ଗତ ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ଓଡିଶାରେ ଥିବା ୧୯ଟି ଷ୍ଟିଲ କାରଖାନାର ସମୁଦାୟ ଉପ୍ତାଦନ କ୍ଷମତା ହେଉଛି ବାର୍ଷୀକ ୫୨.୫୨ମିଲିୟନ ଟନ । ହେଲେ ଉପ୍ତାଦନ ହେଉଛି ମାତ୍ର ୧୧ ମିଲିୟନ ଟନ । ଅବସ୍ଥାପିତ ଉପ୍ତାଦନ କ୍ଷମତାର ମାତ୍ର ୨୧% ଷ୍ଟିଲ ଉପ୍ତାଦିତ ହେଉଛି । କେବଳ ସରକାରୀ ଉଦ୍ୟୋଗ ରାଉରକେଲା ଷ୍ଟିଲ କାରଖାନା ହିଁ ତାର ଉପ୍ତାଦନ ଠିକ ଭାବେ କରୁଥିବା ବେଳେ ବାକି ଷ୍ଟିଲ କମ୍ପାନୀ ମାନେ ନିଜର ଉପ୍ତାଦନକୁ କମାଇ ଦେଇଛନ୍ତି । 

ରାଉରକେଲା ଷ୍ଟିଲ କାରଖାନାର ଉପ୍ତାଦନ କ୍ଷମତା ୪.୫ ବାର୍ଷୀକ ମିଲିୟନ ଟନ ହୋଇଥିବାବେଳେ ୨୦୧୭-୧୮ରେ ଏଥିରୁ ୩.୨ ମିଲିୟନ ଟନ ଉପ୍ତାଦନ ହେଇଥିଲା ଯାହା ୭୧% ଉପ୍ତାଦନ ହାର । ବାକି ସମସ୍ତ ଘରୋଇ ଷ୍ଟିଲ କାରଖାନାର ଉପ୍ତାଦନ ତଳକୁ ଖସିଯାଇଛି । ବଡ କାରଖାନାଭାବେ ଗଣାଯାଉଥିବା ଜିନ୍ଦଲ ଷ୍ଟିଲ ଏବଂ ଭୁଷଣ ଷ୍ଟିଲର ଉପ୍ତାଦନ ହାର ବି ଅତି ଖରାପ । ଜିନ୍ଦଲ ଷ୍ଟିଲର ଦୁଇଟି କାରଖାନାରେ ଉପ୍ତାଦନ କ୍ଷମତା ବାର୍ଷୀକ ୭.୬୦ ମିଲିୟନ ଟନ ହୋଇଥିବାବେଳେ ସେଥିରୁ ଉପ୍ତାଦନ ହେଉଛି ମାତ୍ର ୨.୩ ମିଲିୟନ ଟନ ( ୩୦% ) । ସେହିପରି ୭ଟି ଷ୍ଟିଲ କମ୍ପାନୀ ଯେପରିକି କନକାଷ୍ଟ ଷ୍ଟିଲ, ଦୀପକ ଷ୍ଟିଲ, ମାହେଶ୍ୱରୀ ଷ୍ଟିଲ, ରଥୀ ଷ୍ଟିଲ, ନିଲାଚଲ ଇସ୍ପାତ, ଓରିୟନ ଇସ୍ପାତ ଓ ସ୍କାନ ଷ୍ଟିଲ ସେମାନଙ୍କର ଉପ୍ତାଦନକୁ ବନ୍ଦ କରିସାରିଛନ୍ତି । କାରଖାନାଗୁଡିକ ଉପ୍ତାଦନ କମାଇବା ବା ବନ୍ଦ କରିବାର ପ୍ରଭାବ ରାଜ୍ୟର ମାନ୍ୟୁଫାକଚରିଙ୍ଗ ଇଣ୍ଡେକ୍ସ ଉପରେ କୁପ୍ରଭାବ ପକାଏ । ରାଜ୍ୟକୁ ଆସୁଥିବା ବା ଆସିବା ପାଇଁ ଯୋଜନା କରୁଥିବା ଶିଳ୍ପ ସଂସ୍ଥା ଉପରେ ଏହାର ପ୍ରଭାବ ପକାଏ । ଏହା ସହ କାରଖାନାରେ ହୋଇଥିବା ସିଧାସଳଖ ନିଯୁକ୍ତି ଏବଂ ପରୋକ୍ଷ ନିଯୁକ୍ତି ଉପରେ ଏହାର ଭାରି ପ୍ରଭାବ ପଡେ ।

Subscribe

National International State Sports Entertainment