ରତ୍ନଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ବଡ ପ୍ରଶ୍ନ, ପଦଯାତ୍ରା ପରେ ତୃତୀୟ ମହଲାରେ କମ୍ପନ, ସାରା ରାଜ୍ୟରେ ତେଜୁଛି ଅସନ୍ତୋଷ
Khabar Odisha:Ratna-Bhandar-Jagannath-Temple-Padajatra-Naveen

 ଭୁବନେଶ୍ୱର, ୨୧ ଅଗଷ୍ଟ (ଖବର ଓଡିଶା) - ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ରତ୍ନ ଅଛକି ନାହିଁ ଏହାକୁ ନେଇ ସାଧାରଣରେ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନ । ଏହାକୁ ନେଇ ଜଗନ୍ନାଥ ପ୍ରେମୀମାନେ ଚିନ୍ତାରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଏହି ପ୍ରସଙ୍ଗକୁ ଆହୁରି ଅଧିକ ଜଟିଳ କରିଦେଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ପାଇଁ ଏବେ ବଢୁଛି ଅଡୁଆ  । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନ ବସାଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କମିଶନ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ କିନ୍ତୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏଯାଏଁ ମୁହଁ ଖୋଲିନାହାନ୍ତି । ଅନ୍ୟପଟେ  ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ସିଂହଦ୍ୱାରରୁ ନବୀନ ନିବାସ ଯାଏଁ ପଦଯାତ୍ରା ପରେ ପୁଣିଥରେ ସରକାରଙ୍କ ପାଇଁ ବଢିଛି ଅଡୁଆ । ସାରା ରାଜ୍ୟରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ତୃତୀୟ ମହଲାରେ ଏକପ୍ରକାର କମ୍ପନ ସୃଷି ହୋଇଥିବା ନେଇ ପାୱାର କରିଡରରେ ଚାଲିଛି ଜୋରଦାର ଚର୍ଚ୍ଚା ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଜଣାପଡିବା ପର ଠାରୁ ବିଶ୍ୱ ଦରବାରରେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜନୈତିକ ଦଳ ଠାରୁ ଆରମ୍ଭ କରି ସାମାଜିକ ସଙ୍ଗଠନ ମଧ୍ୟ ଏନେଇ ରାସ୍ତାକୁ ଓହ୍ଲାଇଛନ୍ତି । ଥାନାରେ ମଧ୍ୟ ଏନେଇ ମାମଲା ଦାଏର ହୋଇଛି । ଏହାସତ୍ୱେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ସାଧାରଣରେ ବଡ ପ୍ରଶ୍ନ ଉଠିଛି । ସେପଟେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ସିଂହଦ୍ୱାର ଠାରୁ ନବୀନ ନିବାସ ଯାଏଁ ପଦଯାତ୍ରା ହୋଇଥିବା ବେଳେ ଆନ୍ଦୋଳନକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ ନକରିବା କି ସମୟ ନଦେବାକୁ ନେଇ ଏବେ ସାଧାରଣରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏପରିକି ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଯାହାକି ସମଗ୍ର ଓଡିଆଙ୍କ ଭାବାବେଗ ସହ ସମ୍ପୃକ୍ତି ରହିଛି । ଏଭଳି ପ୍ରସଙ୍ଗକୁ ରାଜ୍ୟ ସରକାର ଏଡାଇ ଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

Subscribe

National International State Sports Entertainment