ଲୋକାୟୁକ୍ତ ନିଯୁକ୍ତି କରିବେନି ବୋଲି ସୁପ୍ରିମକୋର୍ଟର ସତ୍ୟପାଠକୁ ନମାନିବାକୁ ବି ପଛେଇଲେନି ସରକାର !
Khabar Odisha:Odisha-Lokayukta-Appointment-Naveen-Pattnaik

 ଆଜି ହେଉଛି ଜୁଲାଇ ୧୦ । ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ନିଜେ ରାଜ୍ୟ ସରକାର ଦେଇଥିବା ସତ୍ୟପାଠ ଅନୁସାରେ ଆଜି ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ହୋଇଯିବା କଥା । ହେଲେ ଏହା ହୋଇପାରିଲା ନାହିଁ । ସରକାର ଲୋକାୟୁକ୍ତ ନିଯୁକ୍ତି କଥା ଛାଡନ୍ତୁ ଏଥିପାଇଁ ନୋଟିସ ବା ସର୍ଚ୍ଚ କମିଟି ବି ଗଠନ କରିନାହାନ୍ତି ।  ଲୋକାୟୁକ୍ତ ନିଯୁକ୍ତି ପାଇଁ ରାଜ୍ୟ ସରକାର ସତରେ ଚାହାନ୍ତି ନା ଚାହାନ୍ତି ନାହିଁ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଲୋକାୟୁକ୍ତ ବିଲକୁ ୨୦୧୪ ମସିହାରେ ବିଧାନସଭାରେ ପାସ କରାଇଥିଲେ । ପ୍ରଥମ ରାଜ୍ୟଭାବେ ଏପରି କରି ପୁରା ସାରା ଦେଶରେ ବାହାବା ବି ନେଇଥିଲେ । ଦୁର୍ନୀତି ହଟାଇବା ପାଇଁ ନବିନ ପଟ୍ଟନାୟକଙ୍କ ସରକାର ଯେ ପୁରା ସମର୍ପିତ ଏପରି କିଛି ସନ୍ଦେଶ ଯାଇଥିଲା ସେତେବବେଳେ ସାରା ଦେଶରେ । ଏହାକୁ ୨୦୧୫ରେ ରାଷ୍ଟ୍ରପତିଙ୍କ ମୋହର ମଧ୍ୟ ବାଜିସାରିିଛି । ଏହା ଏବେ ଏକ ଆଇନ ହୋଇସାରିଛି । ହେଲେ ଅାଇନ ଖାଲି ଅାଇନ ହୋଇ ରହିଯାଇଛି କିନ୍ତୁ ଲୋକାୟୁକ୍ତ ନାହାନ୍ତି ।

ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ନକରିବା କାରଣରୁ କିଛି ସମାଜସେବୀ ୨୦୧୬ ମସିହାରେ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ । ସୁପ୍ରିମକୋର୍ଟରେ ରିଟ ପିଟିସନ ନମ୍ବର ୬୮୪/୨୦୧୬ରେ ଓଡିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ସତ୍ୟପାଠ ଦାଖଲ କରି କହିଥିଲେ କି ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକିୟା ଚାଲିଛି । ସେତେବେଳେ ସରକାର ସୁପ୍ରିମକୋର୍ଟରେ କହିଥିଲେ କି ରାଜ୍ୟ ସରକାର ଏଥିପାଇଁ ଏକ ସର୍ଚ୍ଚ କମିଟି ତୁରନ୍ତ ଗଠନ କରିବେ ଏବଂ ଲୋକାୟୁକ୍ତ ନିଯୁକ୍ତି ପ୍ରକିୟାକୁ ଜୁଲାଇ ୧୦, ୨୦୧୮ ସୁଦ୍ଧା ସାରି ମାନ୍ୟବର କୋର୍ଟକୁ ଜଣାଇବେ । ହେଲେ ଆଜି ଜୁଲାଇ ୧୦ ତାରିଖର କଂଟ ପୁରିଲାବେଳେ ରାଜ୍ୟ ସରକାର ଏବେ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି କଥା ଛାଡନ୍ତୁ ସର୍ଚ୍ଚ କମିଟିଟିଏ ବି ଗଠନ କଲେନାହିଁ ।

ଲୋକାୟୁକ୍ତ ନିଯୁକ୍ତି କମିଟିର ଅଧ୍ୟକ୍ଷ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀ କାହିଁକି ଲୋକାୟୁକ୍ତ ନିଯୁକ୍ତି କରିବା ପାଇଁ ପଛାଉଛନ୍ତି ତାହା ସନ୍ଦେହରେ । କାରଣ ବିଲ ପାସ ହେବାକୁ ୪ ବର୍ଷ ପୁରିବାକୁ ବସିଥିବାବେଳେ ଏବଂ ସୁପ୍ରିମକୋର୍ଟରେ ସତ୍ୟପାଠ ଦେଇବି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନକରିବା ନିହାତି ଚିନ୍ତାଜନକ ବିଷୟ । ସୁପ୍ରିମକୋର୍ଟରେ ସତ୍ୟପାଠ ଦେଇ ତାକୁ ନମାନିବା ଏବଂ ଲୋକାୟୁକ୍ତ ନିଯୁକ୍ତି କରିବା ପାଇଁ ରାଜ୍ୟ ସରକାର ଡରିବା ପଛରେ କଣ ଅଦୃଶ୍ୟ କାରଣ ଅଛି ତାହା ଏବେସୁଦ୍ଧା ବୁଝିହେଉନାହିଁ ।

ଏହାକୁ ନେଇ ଘେରିଛନ୍ତି ବିରୋଧୀ । ନିଜେ ବସାଇଥିବା ଜାଲରେ ନିଜେ ଛନ୍ଦି ହୋଇଯିବାର ଭୟରେ ସରକାର ଲୋକାୟୁକ୍ତ ନିଯୁକ୍ତି ଦିଗରେ ଅାଦୌ ଆଗଉନାହାନ୍ତି ବୋଲି ବିରୋଧୀ ମାନଙ୍କ ପକ୍ଷରୁ କୁହାଯାଇଛି । କାଳେ ଏହି ଆଇନକୁ ଆୟୁଧ କରି ସରକାରଙ୍କୁ ଦୁର୍ନୀତି ବିରୋଧରେ କାଠଗଡାକୁ ଟାଣିବେ ଏହି ଡରରେ ଲୋକାୟୁକ୍ତ ନିଯୁକ୍ତି ରାଜ୍ୟ ସରକାର କରୁନାହାନ୍ତି ବୋଲି ବିରୋଧୀମାନେ କହିଛନ୍ତି ।

Subscribe

National International State Sports Entertainment