ଦାମଙ୍କ ୧୦ ବିତର୍କିତ ବୟାନ
Khabar Odisha:Dama-Rout-Statement-Odisha-Politics

 ସବୁବେଳେ ନିଜ ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ପୁର୍ବତନ ମନ୍ତ୍ରୀ ଦାମ ରାଉତ । ସେ ପାଟି ଖୋଲିଲେ ଟିଭିରେ ବ୍ରେକିଙ୍ଗ ଚାଲେ, ଖବର କାଗଜରେ ହେଡଲାଇନ ହୋଇକି ପ୍ରଥମ ପୃଷ୍ଠାରେ ଖବର ଛପେ ।

ଦେଖନ୍ତୁ ଦାମଙ୍କ ୧୦ଟି ବିତର୍କିତ ବୟାନ ।

୧. ଆମ ମୁଖ୍ୟମନ୍ତ୍ରୀ କିଛି ଜାଣନ୍ତି ନାହିଁ । କିଛି କିରାଣୀଙ୍କ ହାତରେ ଓଡିଶାର ଶାସନ ଚାଲିଛି ।

୨. ଓମଫେଡ ଜରି ଦୁର୍ନୀତି, ଚାରା ଦୁର୍ନୀତି, ସମବାୟ ଦୁର୍ନିତି ଏସବୁର ତଦନ୍ତକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅଟକାଇଛି । 

୩. ଏକ ଟିଭି ବିତର୍କରେ ବିଜେପିର ଜଣେ ମହିଳା ନେତ୍ରୀଙ୍କୁ କହିଥିଲେ, “ସ୍ୱାମୀ ଛାଡି ଅଙ୍ଗନବାଡି”

୪. ଏକ ସଭାରେ କହିଥିଲେ, “ବ୍ରାହ୍ମଣ ମାନେ ଭିକ ମାଗନ୍ତି” ।

୫. ଆଳୁ ଦର ବଢିଥିବା ବେଳେ କହିଥିଲେ, “ଆଳୁ ଖାଇବା ବନ୍ଦ କରିଦିଅ, ଆଳୁ ଖାଇଲେ ଡାଇବେଟିସ ହେବ” ।

୬. ଏକ ସାମ୍ବାଦିକ ସମ୍ମିଳନିରେ କହିଥିଲେ ମୁଖ୍ୟମନ୍ତ୍ରୀ ଆଗରୁ ମଦ ପିଉଥିଲେ, ଏବେ ସ୍ୱାସ୍ଥ୍ୟଗତ କାରଣ ପାଇଁ ମଦ ଛାଡିଦେଇଛନ୍ତି ।

୭. ଏକ ସାକ୍ଷାତକାରରେ କହିଥିଲେ ବିଜୁବାବୁ ଜଣେ ରାଷ୍ଟ୍ରନେତା, ନବିନ ଜଣେ ରାଷ୍ଟ୍ରନେତା ନୁହନ୍ତି ସେ କେବଳ ଜଣେ ରାଜନେତା ।

୮. ନିଆଳିରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମରୁଥିଲାବେଳେ ସେ କହିଥିଲେ ନିଆଳିରେ ମେଣ୍ଢା କିଛି ଲୋକ ତେଲେଙ୍ଗାନା ରାଜ୍ୟରୁ ଆସିଛନ୍ତି ସେମାନେ ମାରୁଛନ୍ତି ।

୯. ନିଜେ ସମବାୟ ମନ୍ତ୍ରୀ ଥିବା ବେଳେ ଦାମ ରାଉତ କହିଥିଲେ କୃୃଷି ଋଣ ଅସଲି ଚାଷୀଙ୍କୁ ମିଳୁନାହିଁ ।

୧୦. ରାଜ୍ୟ ସରକାରଙ୍କର ବିଭାଗୀୟ ସମୀକ୍ଷା ବେଳେ ସାମ୍ବାଦିକ ମାନଙ୍କ ଭାଗ ଚାଷୀ କେବେ ଗଣନା କରାଯିବ ପ୍ରଶ୍ନରେ ଦାମ ବାବୁ କହିଥିଲେ, “ତୁମେ ସାମ୍ବାଦିକ ମାନେ ଭାଗଚାଷି ଗଣୁନ”।

Subscribe

National International State Sports Entertainment