ଘର ରାଜନୀତି, ପଦାରେ ପଡିଲା ରାଜ୍ୟ ସରକାରଙ୍କ ଆଉ ଏକ ମିଛ ! କେନ୍ଦ୍ର ସଫଳତାରେ ନିଜର ପ୍ରଚାର
Khabar Odisha:Biju-Pucca-Ghara-Pradhan-Mantri-Awas-Yojana

ଭୁବନେଶ୍ୱର, ୨୯ ଅଗଷ୍ଟ (ଖବର ଓଡିଶା)- ରାଜ୍ୟରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଇଥିବା ପକ୍କାଘରକୁ ନେଇ ଜୋର ଧରିଲା ରାଜନୀତି । ରାଜ୍ୟ ସରକାର ପକ୍କାଘରର ଶ୍ରେୟ ନିଜେ ନେବାପାଇଁ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରୁଥିବା ବେଳେ ରାଜ୍ୟ ସରକାରଙ୍କ ଏହି ପ୍ରଚାର ମିଛ ବୋଲି କହିଛି ବିଜେପି । ଯାହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି  ।

ଶାସକ ବିଜେଡି ମିଛ ବିଜ୍ଞାପନ ମାଧ୍ୟମରେ ନିଜର ଆତ୍ମ ପ୍ରଚାର ଚଲାଇଛି ବୋଲି ଭାରତୀୟ ଜନତା ପାର୍ଟି ପକ୍ଷ୍ୟରୁ ଅଭିଯୋଗ କରାଯାଇ ମିଛ ବିଜ୍ଞାପନ ବିରୋଧରେ ଅାଇନର ସହାୟତା ନିଅାଯିବ ବୋଲି କୁହାଯାଇଛି । ପୁଣି ଥରେ ବିଜୁ ପକ୍କା ଘର ଯୋଜନାକୁ ନେଇ ରାଜ୍ୟସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି । ରାଜ୍ୟସରକାର ୨୦୧୪ରୁ ୨୦୧୮ ପର୍ୟ୍ୟନ୍ତ ୧୮ ଲକ୍ଷ କଚା ଘରକୁ ପକ୍କା କରିଥିବା ବିଜ୍ଞାପନ ମାରି ପ୍ରଚାର କରିଥିଲେ । କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ମିଥ୍ୟା ତଥ୍ୟ ଉପରେ ଆଧାରିତ ଯାହା ବିଭାଗୀୟ ସଚିବଙ୍କ ରିପୋର୍ଟରୁ ଜଣାପଡିଛି । ତାଙ୍କ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ପୁବର୍ରୁ ଚାଲୁଥିବା ଇନ୍ଦିରା ଆବାସ ଯୋଜନାରେ ୧୬ ଲକ୍ଷ ଘର ହୋଇଛି । ସେହିପରି ବିଜୁ ପକ୍କାଘର ଏବଂ  ଖଣି ଓ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ମୋଟ ୨ ଲକ୍ଷ ଘର ନିର୍ମାଣ ହୋଇଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ପକ୍କା ଘର ମାମଲାରେ ମିଛ ତଥ୍ୟକୁ ପ୍ରଚାରିତ କରି କେନ୍ଦ୍ର ସରକାରଙ୍କ ଯୋଜନାରେ ନିର୍ମିତ ପକ୍କା ଘରକୁ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା କହି ମିଛ ପ୍ରଚାର କରୁଛନ୍ତି ବୋଲି ବିଜେପି ଅାରୋପ କରିଛି ।

୨୦୧୧ ସୋସିଓ ଇକୋନୋମିକ ସର୍ଭେ ଅନୁସାରେ ରାଜ୍ୟରେ ଗ୍ରାମାଞ୍ଚଳରେ ୮୬ ଲକ୍ଷ ୭୭ ହଜାର ୬୧୫ ପରିବାର ବସବାସ କରୁଥିବା ବେଳେ ସହରାଞ୍ଚଳରେ ୧୨ ଲକ୍ଷ ୬୪ ହଜାର ୪୮୬ ପରିବାର ଅଛନ୍ତି । ମୋଟ ୯୯ ଲକ୍ଷ ୪୨ ହଜାର ୧୦୧ ପରିବାର ବାସ କରୁଛନ୍ତି । ୧୯୯୭ ବିପିଏଲ ସର୍ଭେ ଅନୁଯାୟୀ ରାଜୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ସଂଖ୍ୟା ୪୪ ଲକ୍ଷ ୯୩ ହଜାର ୪୧୦ । ୨୦୦୦-୨୦୦୧ ଠାରୁ ୨୦୧୫-୧୬ ଭିତରେ ୧୪ ଲକ୍ଷ ୯୬ ହଜାର ୩୨୭ ସଂଖ୍ୟକ ଗୃହ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ, ୧ଲକ୍ଷ ୮୩ ହଜାର ୨୯୩ ବିଜୁ ପକ୍କାଘର, ଏପରି ୧୬ ଲକ୍ଷ ୭୯ ହଜାର ୬୨୦ ସଂଖ୍ୟାକ ପରିବାର ପାଇଁ ଗୃହ ନିର୍ମାଣ ହୋଇଛି ।

ଆର୍ଥିକ ବର୍ଷ ୨୦୧୬-୧୭ ରୁ ଅଦ୍ୟାବଧି ବିଜୁ ପକ୍କାଘର ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ୧୬୮୨ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୧ ଲକ୍ଷ ୬୨ ହାଜର ୩୯୪ ଗୃହ ନିର୍ମିତ ହୋଇଛି । ଏହି ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ ଲକ୍ଷ ୪୦ ହଜାର ୪୯୮ ପକ୍କାଘର , ବିଜୁ ପକ୍କାଘର ଯୋଜନାରେ ୧୨ ହଜାର ୨୦୯ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ୨୨୪୬ ପକ୍କାଘର ଏପରି ୩ ଲକ୍ଷ ୫୪ ହଜାର ୯୫୩ ସଂଖ୍ୟକ ଘର ମଞ୍ଜୁର ହୋଇଛି ।

Subscribe

National International State Sports Entertainment