ଟିଟୋ ସାମ୍ରାଜ୍ୟରେ ଆତଙ୍କବାଦୀ ସଙ୍ଗଠନ ସମ୍ପର୍କ ନେଇ ବିଜେପିର ସଙ୍ଗୀନ ଅଭିଯୋଗ, ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ, ସିବିଆଇ ଓ ଏନଆଇଏ ତଦନ୍ତ ଦାବି
Khabar Odisha:tito-terror-link-and-the-state-government-link
ଭୁବନେଶ୍ୱର, 10 ଅଗଷ୍ଟ (ଖବର ଓଡିଶା)-

କେନ୍ଦ୍ରାପଡାର ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ସୟଦ ଉସମାନ ଅଲୀ ଓରଫ ଟିଟୋ ସାମ୍ରାଜ୍ୟ ପଛରେ ରହିଛି ଆତଙ୍କବାଦର ସମ୍ପର୍କ  । ଏହିପରି ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେପି  । ଏହି ଘଟଣାର ତଦନ୍ତ ସିବିଆଇ କିମ୍ବା ଏନଆଇଏ ଦ୍ୱାରା କଲେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି  ।

ବିଜେପି ଅଭିଯୋଗ କରିଛି ବିଜେଡି ଶାସନ କାଳରେ ଶାସକ ଦଳର ବିଧାୟକ, ସାଂସଦଙ୍କ ଛତ୍ରଛାୟା ତଳେ ଟିଟୋ ତାର ସାମ୍ରଜ୍ୟ ବିସ୍ତାରର ତଥ୍ୟ ପ୍ରମାଣ ହାଟରେ ପଡି ଦାଣ୍ଡରେ ଗଡୁଛି । ଏପରି ଏକ ସମ୍ବେଦନଶୀଳ ମାମଲାରେ  ଟିଟୋକୁ ଖସାଇଦେବାପାଇଁ ସାକ୍ଷୀପ୍ରମାଣ ନଷ୍ଟ କରିବାକୁ ଷଡଯନ୍ତ୍ରର ପ୍ରମାଣ ମଧ୍ୟ ସ୍ପଷ୍ଟ ହୋଇଛି ଏହା ସହ ପାକିସ୍ଥାନରୁ କାଯ୍ୟ କରୁଥିବା ଭାରତ ବିରୋଧୀ ଆତଙ୍କବାଦୀ ସଙ୍ଗଠନ ସହ ଟିଟୋ ଓ ତାଙ୍କର ସହଯୋଗୀ ମାନଙ୍କର ଘନିଷ୍ଠ ସମ୍ପର୍କକୁ ନେଇ ଅନେକ ତଥ୍ୟ ପ୍ରମାଣ ସ୍ପଷ୍ଟ ହେବା ସେ ଅଭିଯୋଗ କରିଛନ୍ତି  ।

ଲେଖାଶ୍ରୀ କହିଛନ୍ତି କେନ୍ଦ୍ରାପଡାର ବହୁଚର୍ଚ୍ଚିତ ଟିଟୋ ସାଫସୁଟରଙ୍କ ଦ୍ୱାରା ହୋଇଥିବା ହତ୍ୟାକାଣ୍ଡର ଗୁରୁତ୍ୱପୂର୍ଣ  ସାକ୍ଷୀ ବିଚିତ୍ର ନାୟକଙ୍କୁ ଛଘରିଆ ଠାରେ ସଡକ ଦୁର୍ଘଟଣାରେ ଅଜଣା ଗାଡି ଧକ୍କାର ମୃତ୍ୟ ଘଟିଛି । ଏହା ପଛରେ ଟିଟୋର ଅପରାଧ ଦୁନିଆଁ ଉପରେ ସାକ୍ଷୀପ୍ରମଣା ନଷ୍ଟ କରି ତାକୁ ସୁରକ୍ଷା ଦେବାପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି ।

ଲେଖାଶ୍ରୀ କହିଛନ୍ତି ଏସଟିଏଫର ଟିଟୋ ଠିକଣାରେ ଚଢଉ ବେଳେ ପାକିସ୍ଥାନର କାଗଜପତ୍ର, ଲସ୍କର ଆତଙ୍କବାଦୀ ସମ୍ପର୍କିତ ପୁସ୍ତକ. ଫୋନନମ୍ବର ସମ୍ପର୍କ ଥିବା ସମ୍ପର୍କରେ ଖୋଦ ଏସଟିଏଫ କହିଥିଲା । ଏହା ମଧ୍ୟରେ ଦିଲୀରେ କେନ୍ଦ୍ରାପଡା ଜିଲାର ମୂଳବାସିନ୍ଦା ତଥା ଲସ୍କର-ଇ-ତୋଇବାର ଆତଙ୍କବାଦୀ ହବିବୁର ରେହମାନ ଗିରଫ ହୋଇଛନ୍ତି । ଏହି ସନ୍ଧିଗ୍ଧ ବ୍ୟକ୍ତି ଜଣେ କୁଖ୍ୟାତ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ସେଖ ଅବଦୁଲ ନଇମକୁ ଆଣି କଟକରେ ଲୁଚାଇ ରଖିଥିବାର ପ୍ରମାଣ ସ୍ପଷ୍ଟ ହୋଇଛି । ହବିବ କଟକରେ ନଇମକୁ ଆଶ୍ରୟ ଦେବାଛଡା ସିମ୍ , ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ସହ ଜାଲ ପରିଚୟପତ୍ର ଯୋଗାଡ କରିଥିଲା । ଭାରତର ସୁରକ୍ଷା ଓ ଓଡିଶାଭଳି ଶାନ୍ତିପ୍ରିୟ ରାଜ୍ୟ ଆତଙ୍କବାଦର ଚରାଭୂଇଁ ହୋଇଥିବା ବେଳେ ଟିଟୋ ପରି ୧୦ ହଜାର କୋଟିଟଙ୍କାର ଅପରାଧିକ ସାମ୍ରାଜ୍ୟ ସହ ଅନ୍ତରାଷ୍ଟରୀୟ ଆତଙ୍କବାଦୀ ସମ୍ପର୍କ ଓଡିଶାବାସୀଙ୍କୁ ବିବ୍ରତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି  ।

  • Tags:

Subscribe

National International State Sports Entertainment