ରାଲି କରିବାକୁ ରାହୁଲ ଗାନ୍ଧୀଙ୍କୁ ଅନୁମତି ଦେଲାନି ପ୍ରଶାସନ, କହିଲା ଏନଓସି ଦେଖାଅ
Khabar Odisha:sdm-denies-permission-for-rahul-gandhis-rally-in-bharatpur
ଭରତପୁର, ଅକ୍ଟୋବର୦୮(ଖବର ଓଡ଼ିଶା):

 ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି। ନିର୍ବାଚନ ବୈତରଣୀ ପାରି କରିବା ପାଇଁ ସମସ୍ତ ରାଜନୈତିକ ପାର୍ଟି ପ୍ରସ୍ତୁତି ଜୋରଦାର କରିଛନ୍ତି। ଏହା ମଧ୍ୟରେ କଂଗ୍ରେସ ପାର୍ଟିକୁ ଲାଗିଛି ଝଟକା।  କାରଣ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭରତପୁରରେ ରାଲି କରିବା ପାଇଁ ପ୍ରଶାସନ ଅନୁମତି ଦେବାକୁ ମନା କରି ଦେଇଛି।

ରାଜସ୍ଥାନର ଭରତପୁର ଜିଲ୍ଲାରେ ଅକ୍ଟୋବର ୯ ମଙ୍ଗଳବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ସଭା ଆୟୋଜନର ପ୍ରସ୍ତାବ ଥିଲା।  ମାତ୍ର ସ୍ଥାନୀୟ ପ୍ରଶାସନ ସୋମବାର ସଭା କରିବାକୁ ରାହୁଲଙ୍କୁ ଅନୁମତି ଦେଇ ନାହାନ୍ତି। ଏସଡିଏମ ଜଗଦୀଶ ଆର‌୍ୟ୍ୟ ଆୟୋଜନ ସ୍ଥଳର ମାଲିକଙ୍କଠୁ ନୋ ଅବଜେକ୍ସନ ପତ୍ର ଦେବାକୁ କଂଗ୍ରେସକୁ କହିଛନ୍ତି। 

ଏହା ପୂର୍ବରୁ ଶନିବାର ଆଜମେରରେ ପିଏମ ମୋଦୀ ରାଲି କରି ନିର୍ବାଚନ ଅଭିଯାନ ଆରମ୍ଭ କରିଥିଲେ। ରାଲି ସମୟରେ ପିଏମ ମୋଦୀ ଜନତାଙ୍କୁ ଭରସା ଦେଇ କହିଥିଲେ ଯେ ଏଥର ରାଜସ୍ଥାନ ନିଜର ପରମ୍ପରା ବଦଳାଇବାକୁ ଯାଉଛି। ଏ ପର‌୍ୟ୍ୟନ୍ତ ରାଜସ୍ଥାନ ଜନତା କେବେ କଂଗ୍ରେସକୁ ତ କେବେ ବିଜେପିକ ସୁଯୋଗ ଦେଇ ଆସିଛି।  ମାତ୍ର ଏଥର ରାଜସ୍ଥାନ ପରମ୍ପରା ଭାଙ୍ଗି ପୁଣି ଥରେ ବିଜେପିକୁ ସୁଯୋଗ ଦେବ। ଏହି ସମୟରେ ମୋଦୀ କଂଗ୍ରେସ ଉପରେ ଜୋରଦାର ପ୍ରହାର କରିଥିଲେ।  

Subscribe

National International State Sports Entertainment