ରାହୁଲଙ୍କୁ ଲଞ୍ଚ କରିବା ପାଇଁ ଗୁଜରାତରେ ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ କରାଇଲା କଂଗ୍ରେସ: ବିଜେପି
Khabar Odisha:sambit-patra-congress-involved-in-the-attacks-on-north-indians-
ନୂଆଦିଲ୍ଲୀ, ଅକ୍ଟୋବର୦୯(ଖବର ଓଡ଼ିଶା):

କଂଗ୍ରେସ ଦେଶକୁ ବିଭାଜନ କରିବାର ଅଭିଯାନରେ ସାମିଲ ଥିବା ପୂର୍ବରୁ ବିଜେପି ଅନେକ ଥର କହି ଆସିଛି। ଏହି କ୍ରମରେ ବିଜେପି ମଙ୍ଗଳବାର ଅଭିଯୋଗ କରିଛି ଯେ ଗୁଜରାତରେ ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ କରାଇବାରେ କଂଗ୍ରେସର ହାତ ରହିଛି। ପାର୍ଟିର କାର୍ଯ୍ୟକର୍ତ୍ତା ଲୋକଙ୍କୁ ଉସୁକାଇବାର କାମ କରିଛନ୍ତି ବୋଲି ବିଜେପି କଂଗ୍ରେସ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଛି। 

ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର  କହିଛନ୍ତି ଯେ,  କଂଗ୍ରେସ ପାର୍ଟି ଅର୍ବାନ ନକ୍ସଲଙ୍କୁ ଆର୍ଥିକ ସାହାଯ୍ୟ ଦେଉଛି। ମନ୍ଦସୌରରେ ମଧ୍ୟ କଂଗ୍ରେସ ବିଧାୟକ ଲୋକଙ୍କୁ ଉସୁକାଇବା ଓ ନିଆଁ ଜଳାଇବାର ରାଜନୀତି କରିଥିଲା।  ଏହି ସବୁ ପଛର କାରଣ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ଲଞ୍ଚ କରିବାକୁ ଉଦ୍ୟମ କରୁଛି।

ସମ୍ବିତ ପାତ୍ର କହିଛନ୍ତି କି କଂଗ୍ରେସ ପାର୍ଟି ରାହୁଲ ଗାନ୍ଧୀଙ୍କୁ ଲଞ୍ଚ କରିବା ପାଇଁ କୌଣସି ସ୍ତରକୁ ମଧ୍ୟ ଯାଇପାରେ। କଂଗ୍ରେସ ଯେତେ ଚେଷ୍ଟା କଲେ ମଧ୍ୟ ଏଥିରେ ସଫଳ ହେବ ନାହିଁ। ଦେଶକୁ ବିଭାଜନ କରି କୌଣସି ନେତା ସଫଳତା ହାସଲ କରି ପାରିବ ନାହିଁ। ଗାନ୍ଧୀ ପରିବର କ୍ଷମତା ପାଇଁ ସବୁ ସ୍ତରକୁ ଯାଇ ପାରନ୍ତି ବୋଲି ପାତ୍ର କହିଛନ୍ତି।

ଗୁଜରାତରୁ ଉତ୍ତର ଭାରତୀୟ ପଳାୟନ କରିବା ମାମଲାରେ  ୩୦ରୁ ଅଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଗିରଫ ହେଲେଣି। ଏଥିରୁ କିଛି ବ୍ୟକ୍ତି କଂଗ୍ରେସ ଚିହ୍ନରେ ନିର୍ବାଚନ ମଧ୍ୟ ଲଢି ସାରିଛନ୍ତି ବୋଲି ପାତ୍ର କହିଛନ୍ତି।  ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କଂଗ୍ରେସ ଉପରେ ଗୁଜରାତରେ ହିଂସା ଘଟାଉଥିବା ଅଭିଯୋଗ ଲଗାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ  ଠାକୁର ପାର୍ଟି ନିଷ୍କାସିତ କରିବାକୁ ଦାବି କରିଥିଲେ। ନାଗରିକଙ୍କ ବିରୋଧରେ ଅଳ୍ପେଶ ଠାକୁରଙ୍କ ଘୃଣା ରାଜନୀତି ଉପରେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ ବୋଲି ଜାଭେଦକର କହିଛନ୍ତି। 

ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ପାର୍ଟି ଜେଏନୟୁରେ ରାଷ୍ଟ୍ର ବିରୋଧୀ ନାରା ଲଗାଇଥିବା ଲୋକଙ୍କ ସପକ୍ଷରେ ଛିଡ଼ା ହୋଇଥିଲା ଏବଂ ଆଉ ଏବେ ଭାରତକୁ ବିଭାଜନ କରିବା ଅଭିଯାନରେ କଂଗ୍ରେସ ଜୁଟି ଯାଇଛି। 

ଏଠାରେ କହି ରଖୁଛୁ ଯେ ଗୁଜରାତର ସାବରକାଣ୍ଠା ଜିଲ୍ଲାରେ ଜଣେ ୧୪ ମାସର  ଶିଶୁ ସହ ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ବିହାରୀ ଯୁବକଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ବିହାରର ଯୁବକ ସଂଶ୍ଳିଷ୍ଟତା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିଣାମସ୍ଵରୂପ ଅଣ ଗୁଜରାତି ଲୋକଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇ ଯାଇଥିଲା। ଏଥିରେ ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶର ଲୋକଙ୍କୁ ନିଶାଣ କରାଯାଇଥିଲା। ଯାହା ଫଳରେ ଉତ୍ତର ଭାରତୀୟ ଲୋକେ ଗୁଜରାତରୁ ପଳାୟନ କରିବାକୁ ବିବିଶ ହୋଇ ପଡ଼ିଛନ୍ତି।

Subscribe

National International State Sports Entertainment