କର୍ଣ୍ଣାଟକ: ଅଯୋଗ୍ୟ ଘୋଷିତ ହେବେ ୪ କଂଗ୍ରେସ ବିଧାୟକ
Khabar Odisha:politics-odisha-bangalore-congress-recommended-to-declare-four-rebel-mlas-unworthy
ବାଙ୍ଗାଲୋର, ଫେବୃଆରୀ ୧୨(ଖବର ଓଡିଶା):

କଂଗ୍ରେସ କର୍ଣ୍ଣାଟକରେ ନିଜର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି । ଦଳ ବିଧାନସଭାରେ ଦଳ-ବଦଳ ଆଇନ ସାହାଯ୍ୟରେ ବିଧାନସଭାରେ ଅଯୋଗ୍ୟ ଘୋଷଣା କରିବା ପାଇଁ ସୁପାରିଶ କରିଛି । ଏହି ବିଧାୟକମାନେ ଲଗାତାର ଭାବେ ଦଳର ହୁଇପ ନ ମାନିବା ସହ ସଂସଦୀୟ ବୈଠକରେ ଯୋଗ ଦେଉନାହାନ୍ତି । କଂଗ୍ରେସ ବାଚସ୍ପତି ରମେଶ କୁମାରଙ୍କୁ ଉମେଶ ଯାଦବ, ମହେଶ କୁମାଥଲୀ, ରମେଶ ଜରକିହୋଲି ଏବଂ ବି ନାଗେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛି  ।

ଏହା ପୂର୍ବରୁ ଦଳ ଏହି ବିଧାୟକଙ୍କୁ ଅନୁଶାସନ ପାଳନ କରିବା ପାଇଁ ଚେତାବନୀ ଦେଇଥିଲା । କଂଗ୍ରେସ ବିଧାୟକ ଦଳ ନେତା ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଗତକାଲି ବିଧାନସଭା ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଏକ ପତ୍ର ମାଧ୍ୟମରେ ଚାରି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦସ୍ତାବିଜ ଦାଖଲ କରିଥିଲେ । ଏହା ସହ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଡରାଓ ଏବଂ ଉପ ମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ସିଦ୍ଧରମେୟାଙ୍କୁ ସମର୍ଥନ କରିଛନ୍ତି । 

ଏଠାରେ ଉଲ୍ଲେଖଯୋଗ୍ୟ କି, ମନ୍ତ୍ରୀ ପରିଷଦରେ ସାମିଲ ନ ହେବାରୁ ଏହି ବିଧାୟକମାନେ ଅସନ୍ତୁଷ୍ଟ ଥିଲେ । ଏପରିକି ଦଳର କୌଣସୀ ବୈଠକରେ ମଧ୍ୟ ସାମିଲ ହେଉନଥିଲେ  ।

  • Tags:

Subscribe

National International State Sports Entertainment