ଜାନୁଆରୀ ୨୬ ସୁଦ୍ଧା ଚାଷୀଙ୍କ ଆକାଉଂଟକୁ ଯିବ କାଳିଆ ଟଙ୍କା
Khabar Odisha:politics-kalia-yojana-farmer-account
ଭୁବନେଶ୍ୱର, ଜାନୁଆରୀ ୧୨(ଖବର ଓଡିଶା):

ଜାନୁଆରୀ ୨୬ ସୁଧା କାଳିଆ ହିତାଧିକାରୀଙ୍କୁ ଟଙ୍କା ମିଳିବ । ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ସିଧାସଳଖ ଭାବେ ଅର୍ଥରାଶି ଜମା ହୋଇଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ସମବାୟ ଏବଂ ଖାଦ୍ୟ  ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । 

ସେ କହିଛନ୍ତି କି, ଆସନ୍ତା ୨୬ ତାରିଖ ସୁଧା କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଟଙ୍କା ମିଳିବ । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ସିଧାସଳଖ ଭାବେ ଜମା କରାଯିବ । ନିୟମିତ ଭାବେ ବ୍ୟାଙ୍କ ନେଣଦେଣ କରୁଥିବା ମୋଟ ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଏହି ଟଙ୍କା ମିଳିବ । ବର୍ତମାନ ଯେଉଁ ଚାଷୀମାନେ ଆବେଦନ କରୁଛନ୍ତି ସେମାନଙ୍କୁ ଯାଂଚ କରାଯାଇ ଅର୍ଥ ମିଳିବ ।  କ୍ଷମତା ପ୍ରାପ୍ତ ଅଧିକାରୀଙ୍କ ଜରିଆରେ ନୂତନ ଆବେଦନକାରୀଙ୍କ ବୈଦତା ଯାଂଚ କରାଯିବ । ଅଧିକାରୀମାନେ ତାଲିକା ଦେବା ପରେ ୨୬ ତାରିଖ ସୁଧା ଟଙ୍କା ମିଳିବା ନେଇ ଶ୍ରୀ ପାତ୍ର କହିଛନ୍ତି ।

Subscribe

National International State Sports Entertainment