୨୦୧୯ ସହିଷ୍ଣୁତା ବର୍ଷ, ବାକି ସାଢେ ଚାରି ବର୍ଷ ଭାରତରେ ରହିଲା ଅସହିଷ୍ଣୁତା
Khabar Odisha:politics-congress-odisha-Rahuk-gandhi-slams-BJP
ଦୁବାଇ,ଜାନୁଆରୀ୧୧(ଖବର ଓଡ଼ିଶା):

ସଂଯୁକ୍ତ ଆରମ ଏମିରାଟ୍ସ(ୟୁଏଇ) ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତରେ ଅସହିଷ୍ଣୁତା ରହିଥିବା ଉଲ୍ଲେଖ କରି  ବିଜେପି ଉପରେ ହମଲା କରିଛନ୍ତି। ଶୁକ୍ରବାର ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ୟୁଏଇ ଓ ଭାରତର ଲୋକଙ୍କୁ ଏକାଠି କରିବାର ମୂଲ୍ୟ  ହେଉଛି ସହିଷ୍ଣୁତା। ବିଭିନ୍ନ ବିଚାର, ଧର୍ମ ଓ ସମୁଦାୟଙ୍କ ପାଇଁ ସହିଷ୍ଣୁତା ଜରୁରୀ ଅଟେ। ମୋତେ  କହିବାକୁ ଏହା ଦୁଃଖ ଲାଗୁଛି ଯେ ଭାରତ ସାଢେ ଚାରି ବର୍ଷ ହେବ ଅସହିଷ୍ଣୁତାର ଶିକାର ହେଉଛି।

ରାହୁଲ କହିଛନ୍ତି ଯେ ଭାରତରେ ଆଜି ସବୁଠୁ ବଡ଼ ସମସ୍ୟା  ହେଉଛି  ବେରୋଜଗାରୀ। ଆମକୁ ବାକି ଦୁନିଆକୁ ଦେଖାଇବାକୁ ଏହା ଜରୁରୀ ଯେ ଆମେ କେବଳ ବେରୋଜଗାରୀ ଦୂର କରି ପାରିବୁ ତା ନୁହେଁ ବରଂ ଚୀନକୁ ମଧ୍ୟ ଚ୍ୟାଲେଞ୍ଜ କରି ପାରିବୁ। ସେ କହିଛନ୍ତି ଯେ ୨୦୧୯ ସହିଷ୍ଣୁତାର ବର୍ଷ, ମାତ୍ର  ଗତ ସାଢେ ଚାରି ବର୍ଷରୁ ଭାରତ ଅସିଷ୍ଣୁତା ଦେଖି ଆସୁଛି। ଏହା ପୂର୍ବରୁ ରାହୁଲ ଶୁକ୍ରବାର ଦୁବାଇର ଲେବର କଲୋନୀରେ ଏକତ୍ରିତ ଭାରତୀୟ କର୍ମଜୀବିଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଯି ତାଙ୍କ ପାର୍ଟି ଆଗାମୀ ସାଧାରଣ ନିର୍ବାଚନରେ ବିଜୟୀ ହୁଏ ତେବେ ଆନ୍ଧ୍ର ପ୍ରଦେଶକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ। 

ଆମେ ବିଜେପି ମୁକ୍ତ ଭାରତ ଚାହୁଁନାହୁଁ

୨୦୧୯ ଲୋକସଭା ନିର୍ବାଚନ ନିକଟତର। ଏମିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ କହିଛନ୍ତି ଯେ କିଛି ଲୋକ କହୁଛନ୍ତି ଯେ କଂଗ୍ରେସମୁକ୍ତ ଭାରତ ଦରକାର ମାତ୍ର ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆମେ ବିଜେପି ମୁକ୍ତ ଭାରତ ଚାହୁଁନାହୁଁ। ମୁଁ ପ୍ରଥମେ ଜଣେ ଭାରତୀୟ, ପରେ ଯାଇ ବାକି ସବୁ। 

Subscribe

National International State Sports Entertainment