ସର୍ଭେ: ଆନ୍ଧ୍ର ପ୍ରଦେଶରେ ମୋଦୀଙ୍କୁ ପଛରେ ପକାଇଲେ ରାହୁଲ ଗାନ୍ଧୀ, ୪୪% ଙ୍କ ପସନ୍ଦ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ପିଏମ !
Khabar Odisha:political-stock-exchange-aaj-tak-india-today-survey-pm-narendra-modi-rahul-gandhi-pm-post-andhra-pradesh-telangana
ନୂଅାଦିଲ୍ଲୀ, ସେପ୍ଟେମ୍ବର୧୪(ଖବର ଓଡ଼ିଶା):

ଇଣ୍ଡିଆ ଟୁଡେ ଗ୍ରୁପ ଓ ଏକ୍ସିସ ମାଇଁ ଇଣ୍ଡିଆର ସଦ୍ୟତମ ସର୍ଭେ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ(ପିଏସଇ) ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକରେ କରାଯାଇଛି। ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ପରେ ଉପରୋକ୍ତ ତିନୋଟି ରାଜ୍ୟରେ ଜନତାଙ୍କ ମୋଡ ବିଷୟରେ ଜାଣିବାକୁ ଚେଷ୍ଟା କରାଯାଇଛି।  ଏହି ଆଧାରରେ ଜନତାଙ୍କ ମତ ମଧ୍ୟ ନିଆଯାଇଛି। ଏହି ସର୍ଭେରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକପ୍ରିୟତା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଟକ୍କର ଦେଉଥିବା ଦେଖାଯାଉଛି। କେବଳ ଏତିକି ନୁହେଁ ଆନ୍ଧ୍ର ପ୍ରଦେଶରେ ରାହୁଲ ଲୋକ ପ୍ରିୟତାରେ ମୋଦୀଙ୍କୁ ପଛରେ ପକାଇ ଦେଇଛନ୍ତି।

ସର୍ଭେ ମୁତାବକ ଆନ୍ଧ୍ର ପ୍ରଦେଶର ୩୮ ପ୍ରତିଶତ ଜନତା ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦ ରୂପେ ସ୍ଵୀକାର କରିଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ୪୪ ପ୍ରତିଶତ ଜନତା ପିଏମ ପଦ ପାଇଁ ପସନ୍ଦ କରିଛନ୍ତି। ଅନ୍ୟ ପଟେ ତେଲଙ୍ଗାନା କଥା କୁହାଗଲା ଏହି ରାଜ୍ୟରେ ୪୪ ପ୍ରତିଶତ ଜନତା  ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ରୂପେ ସ୍ଵୀକାର କରିଛନ୍ତି। ଏଠାରେ ରାହୁଲଙ୍କୁ  ପିଏମ ରୂପେ ୩୯ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ଅର୍ଥାତ ତେଲଙ୍ଗାନାରେ ମୋଦୀ ଓ ରାହୁଲ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। 

ଏହା ପୂର୍ବରୁ ତିନୋଟି ରାଜ୍ୟରେ କରାଯାଇଥିବା ସର୍ଭେ ଉପରେ ନଜର ପକାଇଲେ ଜଣା ପଡେ ଯେ ରାହୁଲ ଗାନ୍ଧୀଙ୍କ ଲୋକ ପ୍ରିୟତା ଧୀରେ ଧୀରେ ବଢିବାରେ ଲାଗିଛି। ଚଳିତ ବର୍ଷର ଶେଷ ଆଡ଼କୁ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପରି ତିନୋଟି ମହତ୍ଵପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ୩ଟି ରାଜ୍ୟରେ ହୋଇଥିବା ସର୍ଭେ ମୁତାବକ ମୋଦୀ ପ୍ରଧାନମନ୍ତ୍ରୀ ରୂପେ ରାହୁଲଙ୍କଠୁ ଢେର ଆଗରେ ଅଛନ୍ତି। ନିମ୍ନରେ ଦେଖନ୍ତୁ ଏହି ରାଜ୍ୟଗୁଡିକରେ ଉଭୟ ନେତାଙ୍କୁ କେତେ ପ୍ରତିଶତ ଲୋକେ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି।

ମଧ୍ୟ ପ୍ରଦେଶ(ପ୍ରଧାନମନ୍ତ୍ରୀ ରୂପେ କିଏ ଅଧିକ ପସନ୍ଦ)

ନରେନ୍ଦ୍ର ମୋଦୀ- ୫୬%

ରାହୁଲ ଗାନ୍ଧୀ- ୩୬%

ରାଜସ୍ଥାନ

ନରେନ୍ଦ୍ର ମୋଦୀ- ୫୭%

ରାହୁଲ ଗାନ୍ଧୀ- ୩୫%

ଛତିଶଗଡ଼

ନରେନ୍ଦ୍ର ମୋଦୀ- ୫୯%

ରାହୁଲ ଗାନ୍ଧୀ- ୩୪%

  • Tags:

Subscribe

National International State Sports Entertainment