ସପା-ବିଏସପି ମହାମେଂଟର ଔପଚାରିକ ଘୋଷଣା କାଲି, ମାୟାବତୀ ଏବଂ ଅଖିଳେଶ କରିବେ ସଂଯୁକ୍ତ ଗଣମାଧ୍ୟମ ସମ୍ମିଳନୀ
Khabar Odisha:odisha-national-political-mayawati-and-akhilesh-yadav-press-conference-in-lucknow
ଲକ୍ଷ୍ନୌ, ଜାନୁଆରୀ ୧୧ (ଖବର ଓଡିଶା) :

ୟୁପିରେ ସପା-ବିଏସପିର ମହାମେଂଟ ଘୋଷଣା ହୋଇ ସାରିଛି । ବିଏସପି ସୁପ୍ରିମୋ ମାୟାବତୀ ଏବଂ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କାଲି ଏହାର ଔପଚାରିକ ଘୋଷଣା କରିବେ । ଏଥିପାଇଁ ସପାର ରାଷ୍ଟ୍ରୀୟ ସଚିବ ରାଜେନ୍ଦ୍ର ଚୌଧୁରୀ ଏବଂ ବିଏସପି ମହାସଚିବ ଗଣମାଧ୍ୟମ ସମ୍ମିଳନୀର ଆୟୋଜନ କରିଛନ୍ତି । ତେବେ ମାୟାବତୀଙ୍କ ଜନ୍ମଦିନ ଅବସରରେ ଆସନ୍ତା କାଲି ଏହାର ଘୋଷଣା କରାଯିବ । 

ସୂଚନାଯୋଗ୍ୟ, ମହାମେଂଟର ସହେଯାଗକାରୀ ଆରଏଲଡୀର ପ୍ରମୁଖ ଅଜିତ ସିଂହ କହିଛନ୍ତି କି, ତାଙ୍କ ଦଳ ମହାମେଂଟରେ ସାମିଲ ଅଛି । କିନ୍ତୁ ଆସନକୁ ନେଇ ଏପର୍ଯ୍ୟନ୍ତ କୋଣସି ଚର୍ଚ୍ଚା କରାଯାଇ ନାହିଁ । ବିଏସପି ତାଙ୍କୁ ତିନୋଟି ଆସନ ଦେବାକୁ ଚାହୁଁଛନ୍ତି । କିନ୍ତୁ ଆରଏଲଡି ଚାରୋଟି ଆସନ ଦାବି କରିଛି । ତେବେ ୟୁପିରେ ୮୦ଟି ଲୋକସଭା ଆସନ ରହିଛି । ଏବେ ଦୁଇ ଦଳର ରାଜନୈତିକ ମହାମେଂଟ ପରେ ବିଜେପି ପାଇଁ ଏହା ଚ୍ୟାଲେଞ୍ଜର ବିଷୟ । ୨୦୧୪ରେ ଏନଡିଏ ୭୩ଟି ଆସନ ଜିତି ଥିଲା । ଆସନ୍ତା କାଲି ଆଶନ ଭାଗବଂଟାକୁ ନେଇ ଘୋଷଣା କରାଯିବ । ଦୁଇ ଦଳ ୩୭-୩୭ ଆସନରୁ ଲଢିବେ ବୋଲି ସୂଚନା ମିଳିଥିଲା । ରାୟବରେଲି ଏବଂ ଅମେଠି କଂଗ୍ରେସ ପାଇଁ ଛଡାଯିବ ବୋଲି କୁହାଯାଉଛି । 

ମାୟାବତୀ ଲକ୍ଷ୍ନୌରେ ପହଂଚିବା ପରେ ରାଜନୈତିକ ମାହୋଲ ସରଗରମ ରହିଛି । ଜାନୁଆରୀ ୨୦ରେ ସେ ଦଳର ପଦାଧିକାରୀଙ୍କ ଏକ ବୈଠକ ଡାକିଛନ୍ତି । ଏହା ପରେ ରାଜନୈତିକ ରଣନୀତିର ଖୁଲାସା ହେବ ବୋଲି ଅନୁମାନ କରାଯଅଉଛି । ୨୨ ଜାନୁଆରୀରେ ସେ ଭାଇଚାରା କମିଟି ବୈଠକରେ ଲୋକସଭା ନିର୍ବାଚନକୁ ନେଇ ଦିଶା ନିର୍ଦ୍ଦେଶ କରିବେ । ପ୍ରଥମେ ଏହି ବୈଠକ ଜାନୁଆରୀ ୧୦ରେ ପ୍ରସ୍ତାବିତ କରାଯାଇଥିଲା । ଏଥିରେ ବିଏସପିର ସମସ୍ତ ପ୍ରମୁଖ ସାମିଲ ରହିବେ । ସେହି ସମୟରେ ଆଜି ଅଖିଳେଶ ଯାଦବ କନୌଜରେ ସମାଜବାଦୀ ସମ୍ବାଦ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । 

ପ୍ରଦେଶରେ ମହାମେଂଟକୁ ନେଇ ସପା-ବିଏସପି ଠାରୁ ମିଳିଥିବା ଝଟକା ପରେ କଂଗ୍ରେସ ନିଜ ଦମରେ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରୁଛି । କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଶକ୍ତଶାଳୀ ଥିବା ଆସନ ଗୁଡିକ ଚିହ୍ନଟ କରିବ ବୋଲି ଆଶଙ୍କା କରାଯାଉଛି । ଏଭଳି ୪୦-୪୫ଟି ଆସନରୁ କଂଗ୍ରେସ ନିଜ ପ୍ରତ୍ୟାଶୀଙ୍କୁ ଓହ୍ଲାଇବ । ତେବେ କଂଗ୍ରେସ ବହୁ ଛୋଟ ଛୋଟ ଦଳଙ୍କ ସହିତ ମହାମେଂଟ କରିବ ବୋଲି ସୂଚନା ମିଳିଛି ।      

Subscribe

National International State Sports Entertainment