ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଜେଡିୟୁର ଲାଞ୍ଜ ଧରି ମୋଦିଙ୍କ ପାଖରେ ନବୀନଙ୍କ ଆତ୍ମସମର୍ପଣ, ନୀତିଶ ସାଜିଲେ ମଧ୍ୟସ୍ଥି
Khabar Odisha:nitish-kumar-is-mediator-between-bjd-and-nda
ଭୁବନେଶ୍ୱର, ଅଗଷ୍ଟ ୯ (ଖବର ଓଡିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଆତ୍ମସମର୍ପଣ କରିବା ପାଇଁ ବିଜେଡିର ନୂଆ ଚାଲ୍  । ଜେଡିୟୁର ମୁଖ୍ୟ ନୀତିଶ କୁମାରଙ୍କ ସହାୟତା ନେଇ ମୋଦିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏପରିକି ଏନଡିଏ ସମର୍ଥିତ ଜେଡିୟୁ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ହେଲେ ତାଙ୍କୁ ପ୍ରଧାନମନ୍ତ୍ରୀ ଫୋନ କରନ୍ତୁ ବୋଲି ନୀତିଶଙ୍କ ନିକଟରେ ଦାବି ରଖିଥିଲେ ନବୀନ  । ବିହାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବାପରେ ପ୍ରଧାନମନ୍ତ୍ରୀ ନବୀନଙ୍କ ସହ କଥା ହୋଇଛନ୍ତି ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି  । ଏପରିକି ସମଦୂରତା କଥା କହି ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେଡି ଦଳ କିନ୍ତୁ ବିଜେପି ନେତୃତ୍ୱାଧୀନ ଏନଡିଏ ନିକଟରେ ବାରମ୍ବାର ଆତ୍ମସମର୍ପଣ କରିଆସିଛି  । ସେ ଅନସ୍ଥା ପ୍ରସ୍ତାବ ପ୍ରସଙ୍ଗ ହେଉ ଅବା ଉପରାଷ୍ଟ୍ରପତି ନିର୍ବାଚନ ସବୁ କ୍ଷେତ୍ରତେ ବିଜେଡିର ଏପରି ନିଷ୍ପତ୍ତିକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି  ।

ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିଜେଡି ସହ କଥା ହୋଇଥିବା ନେଇ ବାରାମ୍ବାର ବିଜେଡି ପକ୍ଷରୁ ସଫେଇ ଦିଆଯାଇଥିବା ବେଳେ ଏହା ପଛରେ ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟସ୍ଥତା କରିଥିଲେ ସେ କଥା ଏବେ ପଦାକୁ ଆସିଛି  ।

ଏନଡିଏର ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିଛି ବିଜେଡି  । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି  । ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି  । ଜୟପ୍ରକାଶ ନାରାୟଣ ଆନ୍ଦୋଳନରୁ ଜେଡିୟୁ ଓ ବିଜେଡି ଜନ୍ମ ହୋଇଥିବା ହେତୁ ବିଜେଡି ଜେଡିୟୁକୁ ସମର୍ଥନ କରିଥିବା କଥା ବିଜେଡି କହିଛି  । କଂଗ୍ରେସ ପ୍ରାର୍ଥୀ ହରିପ୍ରସାଦଙ୍କୁ ପରିବର୍ତ୍ତେ ହରିବଂଶଙ୍କୁ ସମର୍ଥନ କରିଛି ଜେଡିୟୁ  । 

  • Tags:

Subscribe

National International State Sports Entertainment