ପ୍ରଧାନମନ୍ତ୍ରୀଙ୍କ ଭିଜନରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି -ଧର୍ମେନ୍ଦ୍ର ପ୍ରଧାନ
Khabar Odisha:national-odisha-petrotech-2019-dharmendra-pradhan-and-narendra-modi
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡିଶା):

ସାମାଜିକ ଆର୍ଥିକ ବିକାଶ ଉର୍ଜା ଉପରେ ନିର୍ଭର କରେ । ଭାରତ ଏବେ ଉର୍ଜା ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଉର୍ଜା ସଂରକ୍ଷଣ କରିବା ଦିଗରେ ଭାରତ ପ୍ରଥମ ସ୍ଥାନରେ ରହିଛି ବୋଲି ନୂଆଦିଲ୍ଲୀର ଗ୍ରେଟର୍ ନୋଏଡା ଠାରେ ଆୟୋଜିତ ପେଟ୍ରୋଟେକ୍ ୨୦୧୯ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ଦେଶରେ ବିଗତ ୫ ବର୍ଷ ମଧ୍ୟରେ ଉର୍ଜା କ୍ଷେତ୍ରରେ ଭାରତ ଅଭୁତପୂର୍ବ ସଫଳତା ଆଣିଛି । ଫଳରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଚାରୋଟି ସ୍ତମ୍ଭ ଯଥା ଉର୍ଜା ପାଇବା, ଉର୍ଜା ସୁରକ୍ଷା, ଦୀର୍ଘ ମିଆଦୀ ଉର୍ଜା ଏବଂ ଉର୍ଜାର ଦକ୍ଷତା ଇତ୍ୟାଦିକୁ ଆପଣାଯାଇ ଗରିବରୁ ଅତି ଗରିବଙ୍କ ପାଖରେ ଉର୍ଜା ପହଂଚାଯିବାର ବ୍ୟବସ୍ଥା ହୋଇଛି । ଏହା ଆମକୁ ଏକ ଗତି ଦେଇଛି ବୋଲି ଏହି ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।     

ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ମୋଦି ସରକାର ତୈଳ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ସଂସ୍କାର ଆଣି ନୂତନ ନିବେଶ ଓ ନୂଆ ଜ୍ଞାନକୌଶଳ ବ୍ୟବହାର ପ୍ରକ୍ରିୟାକୁ ସୁଗମ କରିପାରିଛନ୍ତି । ଉଜ୍ଜଳା ଏବଂ ସିଟି ଗ୍ୟାସ ବିତରଣ (ସିଜିଡି)ଭଳି ଯୋଜନାମାନ ସ୍ୱଚ୍ଛ ଇନ୍ଧନ ଗ୍ୟାସ ସାଧାରଣ ଜନତାଙ୍କ ନିକଟରେ ସଫଳ ରୂପେ ପହଂଚେଇ ପାରି ସମଗ୍ର ବିଶ୍ୱରୁ ପ୍ରଶଂସା ପାଇଛି ।  ଏହି ସବୁ ମହତ୍ୱକାଂକ୍ଷୀ ଯୋଜନାମାନ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଉର୍ଜା ନ୍ୟାୟ ଦେବା ସାଙ୍ଗକୁ ବ୍ୟବସାୟୀକ ସୁଯୋଗ ସୃଷ୍ଟି ଏବଂ ଜଳବାୟୁ ପରିବର୍ତନ ଓ ସ୍ଥାନୀୟ ପ୍ରଦୂଷଣ ସମସ୍ୟାକୁ ସମାଧାନ କରିବାରେ ସଫଳ ହୋଇଛନ୍ତି । ବୈଦତୁକ ଯାନ ମଧ୍ୟ ସଂରକ୍ଷଣ ଢାଂଚାକୁ ପରିବର୍ତନ କରିଛିା ୟୁଏଏସ ବିଶ୍ୱର ସବୁଠୁ ଅଧିକ ତୈଳ ଓ ଗ୍ୟାସ ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି ।      

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପେଟ୍ରୋଟେକ୍ ଭଳି ସଂସ୍ଥା କେବଳ ଭାରତ ନୁହେଁ, ଅନ୍ୟ ପାରସ୍ପରିକ ରାଷ୍ଟ୍ର ମାନଙ୍କରେ ମଧ୍ୟ ସ୍ୱଚ୍ଛ, ସୁଲଭ ଏବଂ ସୁନିଶ୍ଚିତ ଉର୍ଜା ପ୍ରଦାନ କରିବାର ଚିନ୍ତନରେ ମଧ୍ୟ ପ୍ରୟାସ କରୁଅଛି । ଅଣପାରମ୍ପିକ ଶକ୍ତିର କ୍ରମବର୍ଦ୍ଧିଷ୍ଣୁ ବ୍ୟବହାର ପାଇଁ, ଆଗାମୀ ଦିନରେ ଉର୍ଜା ବ୍ୟବହାର କ୍ଷେତ୍ରରେ ବ୍ୟାପକ ପରିବର୍ତନ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ଉର୍ଜାର ଉପଲବ୍ଧତା କମ୍ କାରଣରୁ ଅନେକ ରାଷ୍ଟ୍ରର ବିଭିନ୍ନ ଅଂଚଳରେ ଦାରିଦ୍ର୍ୟତ ଭଳି ସମସ୍ୟା ଉପୁଜିଛି । ଆଫିକ୍ରା ଏବଂ ସାଉଥ ଏସିଆର ଅନେକ ଅଂଚଳର ପ୍ରଗତିରେ ବାଧା ଉପୁଜିଛି । ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଲିଙ୍ଗଗତ ସମାନତା, ଜୀବନଜୀବିକା ଏବଂ ଦାରିଦ୍ର୍ୟକ ଭଳି ସମସ୍ୟା ଦେଖାଯାଇଛି ବୋଲି ସେ କହିଛନ୍ତି ।     

  • Tags:

Subscribe

National International State Sports Entertainment