ମଧ୍ୟପ୍ରଦେଶ ନିର୍ବାଚନ: ବିଜେପି ଜାରି କଲା ୩୨ ଆଶାୟୀଙ୍କ ତୃତୀୟ ତାଲିକା, ବାଦ୍ ପଡିଲେ ବାବୁ ଲାଲ ଗୌର
Khabar Odisha:madhya-pradesh-assembly-elections-bjp-releases-third-list-of-candidates
ନୂଆଦିଲ୍ଲୀ, ନଭେମ୍ବର ୦୮ (ଖବର ଓଡିଶା) :

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦୀପାବଳୀ ଅବସରରେ ଗତକାଲି ଚତୁର୍ଥ ତାଲିକା ଜାରି କରିଥିବା ବେଳେ ଆଜି ବିଜେପି ତୃତୀୟ ତାଲିକା ଜାରି କରିଛି । ବିଜେପିର ୩୨ ଜଣିଆ ଆଶାୟୀ ପାର୍ଥୀ ଥିବା ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କୁ ଟିକେଟ୍ ମିଳି ନାହିଁ । ସେହି ସମୟରେ ତାଙ୍କ ବୋହୂ କୃଷ୍ଣା ଗୌର ଗୋବିନ୍ଦପୁରରୁ ନିର୍ବାଚନ ଲଢୁଛନ୍ତି । ଗତ ତାଲିକା ଭଳି ଏଥରେ ମଧ୍ୟ ବହୁ ନେତା ବାଦ୍ ପଡିଛନ୍ତି । 

ଉଲ୍ଲେଖଯୋଗ୍ୟ, ବିଜେପି ଏହା ପୂର୍ବରୁ ପ୍ରଥମ ତାଲିକାରେ ୧୭୭ଜଣ ଆଶାୟୀଙ୍କ ନାମ ଘୋଷଣା କରି ଥିଲା । ଏହା ପରେ ଦ୍ୱିତୀୟ ତାଲିକାରେ ୧୭ଜଣଙ୍କର ନାମ ଘୋଷଣା କରାଯାଇଥିଲା । ଯେଉଁଥିରେ ବହୁ ବଡ ବଡ ନେତାଙ୍କୁ ଝଟକା ଲାଗିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କୁ ଟିକେଟ୍ ନମିଳିବା କାରଣରୁ ସେ ପୂର୍ବରୁ ଅଭିମାନ ଦେଖାଇ ସାରିଛନ୍ତି । ଏନେଇ ସେ କହିଥିଲେ ଯେ, ସେ ନିର୍ବାଚନ ଲଢିବେ ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନ ଦେଇଛନ୍ତି । ତେବେ ତାଙ୍କ ବଦଳରେ ତାଙ୍କ ବୋହୂ କୃଷ୍ଣା ଗୌରଙ୍କୁ ଟିକେଟ୍ ଦେବା ପାଇଁ ବିଜେପି ନିଷ୍ପତି ନେଇଛି । 

ସେହି ସମୟରେ ବିଜେପିର ରାଷ୍ଟ୍ରୀୟ ମହାସଚ୍ଚିବ କୈଳାଶ ବିଜୟ ବର୍ଗୀୟଙ୍କ ପୁଅ ଆକାଶଙ୍କୁ ମଧ୍ୟ ଟିକେଟ୍ ଦିଆଯାଇଛି । ଆକାଶ ଇନ୍ଦୋର-୩ରୁ ନିର୍ବାଚନ ଲଢିବେ । ତେବେ ନଭେମ୍ବର ୨୮ରେ ମଧ୍ୟପ୍ରଦେଶର ୨୩୦ଟି ବିଦାନସବା ଆସନରୁ ନିର୍ବାଚନ ହେବ । ଡିସେମ୍ବର ୧୧ରେ ଏହାର ଗଣନା କରାଯିବ । ଏହିଥର ମୁକାବିଲା କଂଗ୍ରେସ ଏବଂ ବିଜେପି ମଧ୍ୟରେ ହେବାକୁ ଯାଉଛି । ରାଜ୍ୟରେ ଗତ ୧୫ ବର୍ଷଧରି ବିଜେପି ସାସନ କରି ଆସୁଛି । ୨୦୦୫ରୁ ମୁଖ୍ୟମନ୍ତରୀ ଭାବେ ଶିବରାଜ ସିଂହଙ୍କର ଏହା ତୃତୀୟ କାର୍ଯ୍ୟକାଳ ଥିଲା । ତେବେ ଏହିଥର ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ କଂଗ୍ରେସ ପ୍ରସ୍ତୁତି କରୁଛି ।   

Subscribe

National International State Sports Entertainment