ବିଜେଡିରେ ଗୋଷ୍ଠି କନ୍ଦଳ ଉଗ୍ରରୂପ ନେଲାଣୀ, ୬୦ ବିଧାୟକଙ୍କ ବଢୁଛି ଚିନ୍ତା, ଉପକୂଳିଆ ନେତାଙ୍କ ମଧ୍ୟରେ ଛନକା, ମୁଖିଆ ଖୋଜୁଛନ୍ତି ନୂଆ ମୁହଁ
Khabar Odisha:interfight-among-bjd-leaders
ଭୁବନେଶ୍ୱର, ଅକ୍ଟୋବର ୮(ଖବର ଓଡିଶା):

ବିଜେଡିରେ ଗୋଷ୍ଠିକନ୍ଦଳ ଉଗ୍ରରୂପ ଧାରଣ କଲାଣୀ । ଦଳର ଜନସମ୍ପର୍କ ପଦଯାତ୍ରାରେ ଦଳୀୟ କନ୍ଧଳ ହାଟରେ ପଡି ଦାଣ୍ଡରେ ଗଡିଲାଣୀ । ବୋଲଗଡ, କାକଟପୁର, ବଡଚଣା, ଚାନ୍ଦବାଲି, ଟିଟିଲାଗଡ, ରଣପୁରରେ ଦଳର କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡିଲାଣୀ । ଅନ୍ୟପଟେ ଦଳର ବିଧାୟକ ଓ ସାଂସଦ ମାନେ ଗୋଟିଏ ପରେ ଗୋଟିଏ ଦୁର୍ନୀତିରେ ଛନ୍ଧି ହୋଇପଡିବାରେ ଲାଗିଲେଣୀ । ଯାହା ଦଳର ହାଇକମାଣ୍ଡଙ୍କ ନିଦ ହଜାଇ ଦେଇଛି ।

ଗୋଟିଏ ପଟେ ରାଜ୍ୟରେ ବିଜେପିର ଶକ୍ତି ବଢିବାରେ ଲାଗିଥିବା ବେଳେ ଦାଗୀନେତା ଏବେ ନବୀନଙ୍କ ପାଇଁ ବୋଝ ପାଲଟିଛନ୍ତି । ଏହି କ୍ରମରେ ଦଳରେ ଥିବା ଦୁର୍ନୀତିଖୋର, ବିଭିନ୍ନ ଅଭିଯୋଗ ରହିଥିବା ପାଖାପାଖି ୬୦ ଜଣ ବିଧାୟକଙ୍କ ଟିକେଟ କାଟି ଦଳ ଏଥର ନୂଆମୁହଁ ଦେବାପାଇଁ ପକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଦଳ ତାର ପାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି । 

ବିଜେଡିର ଗଡଫାଦର କୁହାଯାଉଥିବା ତାମିଲ ଅଫିସର ଓ ତାଙ୍କର କିଛି ଚେଲାଚାମୁଣ୍ଡା ଏବେ କଟାଯୋଡା କାମରେ ଲାଗିଯାଇଥିବା କଥା ପାଓାର କରିଡରରେ ଚର୍ଚା ଜୋର ଧରିଛି । ଏପରି ଖବର ଆସିବା ପରେ ବିଶେଷ କରି ଉପକୂଳିଆ ନେତାମାନଙ୍କ ମଧ୍ୟରେ ବିଶେଷ ଭାବେ ଛନକା ଖେଳାଇ ଦେଇଛି । ଚିଟଫଣ୍ଡ, ଖଣି, ବ୍ଲାକରୋଜ, ଟିଟୋଲିଙ୍କ୍, ଚାରା ଘୋଟାଲା, ସମବାୟ ଦୁର୍ନୀତି ପରି ଅଭିଯୋଗ ଉପକୂଳିଆ ନେତାଙ୍କ ଦେହରେ ଲାଗିଛି । ଦାଗୀନେତା ଏବେ ନବୀନଙ୍କ ପାଇଁ କାଳ ସାଜିଛନ୍ତି । ଏହି କ୍ରମରେ ଏହି ନେତା ମାନଙ୍କ ଟିକେଟ କାଟି ଦଳ ଏଠାରେ ନୂଆ ମୁହଁ ଦେବାପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହି କ୍ରମରେ ଦଳ ଏବେ ବାୟୋଡାଟା ଗୋଟାଇବା କାମରେ ଲାଗିଛି । ତୃତୀୟ ମହଲାରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ସେପଟେ ଟିକେଟ କଟିବା ଖବର ସାଙ୍ଗକୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏକଧିକ ନେତାଙ୍କ ଅଭ୍ୟୁଦୟ ଏବେ ନେତାଙ୍କ ମଧ୍ୟରେ ଛନକା ଖେଳାଇ ଦେଇଛି । ଯେଉଁ କାରଣ ପାଇଁ ଏବେ ନେତା ନେତା ଓ କର୍ମୀ କର୍ମୀ ମାନଙ୍କ ମଧ୍ୟରେ ବିଜେଡିରେ ଛକାପଞ୍ଝା ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ନେତା ଏବେ ଅନ୍ୟ ଦଳ ସହ ଭିତିରି ସମ୍ପର୍କରେ ରହିବା ଆରମ୍ଭ କରିଦେଇଛନ୍ତି ।

Subscribe

National International State Sports Entertainment