ମିଶନ ୨୦୧୯: ମୋଦୀ ସମ୍ଭାଳିଲେ ଦାୟିତ୍ଵ, ସାରା ଦେଶ ବୁଲି କରିବେ ରାଲି
Khabar Odisha:general-election-2019-pm-narendra-modi-will-lead-bjp-from-the-front
ନୂଆଦିଲ୍ଲୀ,ଜୁଲାଇ୦୯(ଖବର ଓଡ଼ିଶା):

ସାଧାରଣ ନିର୍ବାଚନ ପାଇଁ ଆଉ ୧୦ ମାସରୁ କମ ସମୟ ରହିଛି। ଦେଶର ସବୁ ଦଳ ନିର୍ବାଚନୀ ମୁଡରେ ଆସି ଯାଇଛନ୍ତି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଲୋକସଭା ନିର୍ବାଚନରେ ନିଜ ସରକାରକୁ ପୁର୍ନବାର କ୍ଷମତାସୀନ କରାଇବା ପାଇଁ ଜନତାଙ୍କ ସହ ସିଧାସଳଖ ସମ୍ବାଦ କରିବାର ଦାୟିତ୍ଵ ଖୋଦ୍ ସମ୍ଭାଳିଛନ୍ତି। ଆଗାମୀ କିଛି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟସ୍ତବହୁଳ କାର୍ୟ୍ୟକ୍ରମ ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବହୁତ ବ୍ୟସ୍ତ ରହିବେ। ପ୍ରଧାନମନ୍ତ୍ରୀ ଅକ୍ଟୋବର ପର୍ୟ୍ୟନ୍ତ ଦେଶର ପ୍ରାୟ ସବୁ ରାଜ୍ୟ ଗସ୍ତ  କରିବେ। 

ମୋଦୀଙ୍କ ଗସ୍ତରୁ ସକରାତ୍ମକ ମାହୋଲ ହେବାର ଆଶା ରଖିଛି ବିଜେପି

ନିଜର ଗସ୍ତରେ ମୋଦୀ ରାଜ୍ୟଗୁଡିକରେ ଯେ କୌଣସି ପ୍ରକଳ୍ପର  ଶିଳାନ୍ୟାସ୍ କିମ୍ବା ଉଦଘାଟନ କରିବେ। ବଡ଼ ରାଲିର ଆୟୋଜନ କରିବେ ଯେଉଁଥିରେ ସେ ନିଜ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାର କାମ କରିବେ। ଚଳିତ ମାସରେ ମୋଦୀ  ଏ ପର୍ୟ୍ୟନ୍ତ ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଗସ୍ତ କରି ସାରିଛନ୍ତି ଏବଂ କିଛି ଦିନରେ ସେ ପଞ୍ଜାବ, ଗୁଜରାତ ଓ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି। 

ରାଲି ସହିତ ଲୋକଙ୍କ ସହିତ ସିଧାସଳଖ ସମ୍ବାଦ କରିବେ ମୋଦୀ

ସୂତ୍ର ମୁତାବକ ରାଜ୍ୟଗୁଡିକୁ ଗସ୍ତ କରିବା ସମୟରେ ସରକାରଙ୍କ ଯୋଜନାର ଲାଭାର୍ଥୀଙ୍କୁ ମୋଦୀ ଭେଟିବା ସହିତ ଭାଷଣ ମଧ୍ୟ ଦେବେ। ଏହି ପରି ସବୁ ଗସ୍ତରେ ଏହି ପରି କାର୍ୟ୍ୟକ୍ରମ ଆୟୋଜନ ହେବ ବୋଲି କୁହାଯାଉଛି। ସରକାର ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଗତ ଚାରି ବର୍ଷରେ ହୋଇଥିବା କଲ୍ୟାଣକାରୀ ଯୋଜନା ବଳରେ ଦଳ ନିର୍ବାଚନ ଲଢିବ। ଏହି ଆଧାରରେ ମୋଦୀ ଏହି ଲାଭାର୍ଥୀଙ୍କ ମତକୁ ଦେଶ ସମ୍ମୁଖକୁ ଆଣି ଜନତାଙ୍କୁ ଭୋଟ୍ ମାଗିବେ। ଜୁଲାଇ ୭ରେ ଏହି ପରି କାର୍ୟ୍ୟକ୍ରମ ଜରିଆରେ ପିଏମ ମୋଦୀ ରାଜସ୍ଥାନରେ ଜନତାଙ୍କୁ ଭେଟିଥିଲେ। 

ଚଳିତ ବର୍ଷ ହେବ ପଟେଲଙ୍କ ସବୁଠୁ ବଡ଼ ପ୍ରତିମୂର୍ତ୍ତିର ଲୋକାର୍ପଣ  

ଅନ୍ୟ ପଟେ ଗୁଜରାତରେ ସର୍ଦ୍ଦାର ପଟେଲଙ୍କ ନିର୍ମିତ ହେଉଥିବା ଦୁନିଆର ସବୁଠୁ ଉଚ୍ଚ ମୂର୍ତ୍ତିର ଲୋକାର୍ପଣ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ପିଏମ ମୋଦୀ ଚଳିତ ବର୍ଷ ଅକ୍ଟୋବର ୩୧ରେ ଗୁଜରାତରେ ଏହାର ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ଏହି ମହତ୍ଵାକାଂକ୍ଷୀ ପ୍ରକଳ୍ପର ଆରମ୍ଭ କରିଥିଲେ। 

  • Tags:

Subscribe

National International State Sports Entertainment