ପିଏମ ମୋଦୀଙ୍କର ବୈଲ ଗାଡିର ଜବାବରେ କଂଗ୍ରେସ ଭାଜପାକୁ କହିଲା ଜେଲ ଗାଡି
Khabar Odisha:congress-hits-back-with-jail-gaadi-barb-at-pm-modi
ନୂଆଦିଲ୍ଲୀ, ଜୁଲାଇ ୦୮ (ଖବର ଓଡିଶା):

ଶନିବାର ଜୟପୁରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେକ କଂଗ୍ରେସ ନେତାଙ୍କର ଜାମିନକୁ ନେଇ ନିଜ ଭାଷଣରେ କଂଗ୍ରେସକୁ ବୈଲ ଗାଡି ବୋଲି କରିଥିଲେ । ଏହାର ପାଲଟା ଜବାବ ଦେଇ କଂଗ୍ରେସ ବିଜେପିକୁ ଜେଲ ଗାଡି ବୋଲି କହିଛନ୍ତି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସକିଲ ଅହମ୍ମଦ ଟ୍ୱିଟ୍ କରି କହିଛନ୍ତି ଯେ ପିଏମ ମୋଦୀ କଂଗ୍ରେସକୁ ବୈଲ ଗାଡି କହିଛନ୍ତି କାରଣ କଂଗ୍ରେସର କିଛି ନେତା ଏବେ ବେଲରେ ଅଛନ୍ତି । ଏହି ତର୍କ ହିସାବରେ ତାଙ୍କୁ ଏବଂ ତାଙ୍କ ପାର୍ଟିକୁ ଜେଲଗାଡି କହିବା ଦରକାର କାରଣ ବିଜେପିର ଦୁଇ ଜଣ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଉଭୟ କୋର୍ଟର ଆଦେଶରେ ଜେଲ୍ ଯାଇ ସାରିଛନ୍ତି। ତେଣୁ ବେଲ ସବୁବେଳେ ଜେଲ ଯିବାଠାରୁ ଭଲ ।

ଉଲ୍ଲେଖନୀୟ ଶନିବାର ଦିନ ଜୟପୁରରେ ଏକ ଜନସଭାରେ ପିଏମ ମୋଦୀ ଜନସଭାକୁ ସମ୍ବୋଦ୍ଧିତ କରି କହିଛନ୍ତି ଯେ ଏବେ ଲୋକମାନେ କଂଗ୍ରେସ ପାର୍ଟିକୁ ବୈଲ ଗାଡି କହୁଛନ୍ତି । ମୋଦୀଙ୍କର ଏହି ବକ୍ତବ୍ୟର ଜବାବରେ କଂଗ୍ରେସର ପ୍ରବକ୍ତା ଆରପିଏମ ସିଂ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ନେତାମାନଙ୍କର ଭ୍ରଷ୍ଟାଚାର  ମାମଲାରେ ଅଭିଯୋଗ କରି କହିଛନ୍ତି ଯଦି କଂଗ୍ରେସ କ୍ଷମତାକୁ ଅାସେ ତାହେଲେ ଏହି ସବୁ ମାମଲାରେ ତଦନ୍ତ କରି ସମସ୍ତଙ୍କୁ ଜେଲ ପଠାଯିବ, କେହିବି ବେଲରେ ବାହାରି ପାରିବେ ନାହିଁ ।

ସେ ଏହା ମଧ୍ୟ କହିଛନ୍ତି ସରକାର ଆସିବା ପରେ ଭ୍ରଷ୍ଟାଚାରରେ ସାମିଲ ଥିବା ବିଜେପିର ନେତାମାନେ ବେଲରେ ନୁହେଁ ବରଂ ଜେଲରେ ଥିବେ ।

  • Tags:

Subscribe

National International State Sports Entertainment