ଚିଟଫଣ୍ଡ ଠକେଇ, ସିବିଆଇ ପଞ୍ଝାରେ ରାଜନେତା, ସିବିଆଇ କଲାଣୀ କବାଟ ଠକ୍ ଠକ୍ !
Khabar Odisha:cbi-knock-door-of-politician-in-chit-fund-scam
ଭୁବନେଶ୍ବର , ୧୨ ଜୁଲାଇ (ଖବର ଓଡିଶା)-

ଶତାଦ୍ଧୀର ମହାଦୁର୍ନୀତି କୁହାଯାଉଥିବା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ପୁଣି ସକ୍ରିୟ । ସାଧାରଣ ଜନତାଙ୍କ ଅର୍ଥକୁ ହରିଲୁଟ କରୁଥିବାର ଲିଙ୍କ୍ ଧରିବା ପରେ ଏବେ ସିବିଆଇ ପଞ୍ଝାରେ ନେତା ଓ ଅଫିସର । କିଛି ଅଫିସରଙ୍କୁ ପଚରାଉଚୁରା କରିବା ପରେ ଏବେ କିଛି ବିଧାୟକ, ପୂର୍ବତନ ମନ୍ତ୍ରୀ, ମନ୍ତ୍ରୀଙ୍କ ପୁଅ ଓ ତଥା ବନ୍ଧୁବାନ୍ଧବକୁ ନୋଟିସ ଜାରି ହୋଇଥିବା ଚର୍ଚ୍ଚା ହେଉଛି । ଏପରି ଚର୍ଚ୍ଚା ଭିତରେ ଏହି ରାଜନୈତିକ ନେତାମାନେ ଏବେଠାରୁ ଆତ୍ମଗୋପନ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ମଧ୍ୟରେ ଚର୍ଚ୍ଚାକୁ ଆସିଛି ବିଜେଡି  । ବିଜେଡିର କିଛି ନେତାଙ୍କୁ ସିବିଆଇ ପକ୍ଷରୁ ସମନ ହୋଇଥିବା ନେଇ ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି । ଏପରିକି ଏହାକୁ ନେଇ  ପୁଣିଥରେ ବିଜେଡିର କମ୍ପନ ହୋଇଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି ।

ବେଶ କିଛିଦିନର ନୀରବତା ପରେ ରାଜ୍ୟରେ ଝାମ୍ପ ମାରିଲାଣୀ ତଦନ୍ତକାରୀ ସଂସ୍ଥା ସିବିଆଇ । ସିବିଆଇ ପଞ୍ଝାରେ ଏବେ ରହିଛନ୍ତି ରାଜନେତା ଓ ଆଇଏଏସ ଅଧିକାରୀ ଓ ବିଲଡର ।ଚିଟଫଣ୍ଡ ଠକେଇ ଘଟଣାରେ ତଥ୍ୟ ଖୋଜିବା ପାଇଁ ବିଜେଡିର କିଛି ନେତାଙ୍କୁ ସିବିଆଇ ପକ୍ଷରୁ ସମନ ଜାରି ହୋଇଥିବା ନେଇ ଚର୍ଚ୍ଚା । ଏ ସବୁ ଭିତରେ ଚର୍ଚ୍ଚାକୁ ଆସିଥିବା ନବୀନ ନିବାସର ଜଣେ କର୍ମଚାରୀ  ଓ ଜନୈକ ମନ୍ତ୍ରୀଙ୍କ ପୁଅ ।

ଏପରିକି ଚିଟଫଣ୍ଡ ଦୁର୍ନୀତିର ଘଟଣାରେ ନବୀନ ନିବାସ କର୍ମଚାରୀ ସରୋଜ ସାହୁଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ମଧ୍ୟ ସିବିଆଇ ଡାକି ତାଙ୍କୁ ପଚରାଉଚୁରା କରିଥିଲା । ଯାହାକୁ ନେଇ ଚିଟଫଣ୍ଡର ଚେର ନବୀନ ନିବାସକୁ ଲମ୍ବିଥିବାର ଅଭିଯୋଗ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ଦୁଇଜଣ ଆଇଏଏସ ଅଧିକାରୀଙ୍କୁ ପଚରାଉଚୁରା ପରେ ଏବେ କିଛି ରାଜନେତାଙ୍କୁ ନୋଟିସ ଜାରି ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ୩ ଜଣ ପୂର୍ବତନ ମନ୍ତ୍ରୀ, ଦୁଇଜଣ ବିଧାୟକ, ମନ୍ତ୍ରୀଙ୍କ ପୁଅ ରହିଥିବା କଥା ରାଜନୈତିକ ମହଲରେ ଆଲୋଚନା ହେଉଛି ।

  • Tags:

Subscribe

National International State Sports Entertainment