ବିଜେପିର ନୂତନ ରଣନୀତି: ପୁଣେ ସିଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ମାଧୁରୀ ଦୀକ୍ଷିତ
Khabar Odisha:bjp-may-field-madhuri-dixit-from-pune-seat-in-upcoming-loksabha-elections
ମୁମ୍ବାଇ, ଡିସେମ୍ବର ୦୬ (ଖବର ଓଡିଶା) :

ଏକ ସମୟରେ ଲୋକମାନଙ୍କ ଦ୍ୱାରା ଆଦୃତ ହୋଇଥିବା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପୁଣେରୁ ନିର୍ବାଚନ ମଇଦାନରେ ଓହ୍ଲାଇ ପାରନ୍ତି ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ବିଜେପିର ସମ୍ପର୍କ ଫର ସମର୍ଥନ ଅଭିଯାନ ସମୟରେ ଦଳ ଅଧ୍ୟକ୍ଷ ଅମିତ ଶାହା ମୁମ୍ବାଇ ସ୍ଥିତ ମାଧୁରୀଙ୍କ ବାସଭବନରେ ତାଙ୍କୁ ଦେଖା କରିଥିଲେ । ଜଣେ ବରିଷ୍ଠ ବିଜେପି ନେତା ମାଧୁରୀଙ୍କୁ ପୁଣେ ଆସନରୁ ଲଢିବା ପାଇଁ ନରେନ୍ଦ୍ର ମୋଦୀଙ୍କୁ ଉପଦେଶ ଦେଇଛନ୍ତି । ତେଣୁ ଦଳ ୨୦୧୯ ଲୋକସଭା ନିର୍ବାଚନ ପାଇଁ ମାଧୁରୀଙ୍କୁ ଆଶାୟୀ ପାର୍ଥୀ କରିବା ପାଇଁ ଗମ୍ଭୀରତାର ସହ ବିଚାର କରୁଛି । ତେବେ ପୁଣେ ଆସନ ମାଧୁରୀଙ୍କ ପାଇଁ ଠିକ୍ ହେବ ବୋଲି ଶାହା କହିଛନ୍ତି ।  

ଶାହାଙ୍କ କହିବା ଅନୁଯାୟୀ, ଦଳ ଲୋକସଭା ନିର୍ବାଚନ ପାଇଁ ଆଶାୟୀଙ୍କ ନାମ ନିର୍ଦ୍ଧାରଣ କରୁଛି । ଏହି ସମୟରେ ପୁଣେ ଆସନରୁ ମାଧୁରୀଙ୍କ ନାମ ଆସିବା ପରଠାରୁ ଏହା ଉପରେ ଗମ୍ଭୀର ଭାବେ ବିଚାର କରା ଯାଉଛି । ୫୧ ବର୍ଷୀୟା ମାଧୁରୀ ତେଜାବ, ହମ ଆପକେ ହୈ କୌନ, ଦିଲ ତୋ ପାଗଲ ହୈ, ସାଜନ ଏବଂ ଦେବଦାସ ଭଳି ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ୨୦୧୪ରେ ବିଜେପି ପୁଣେ ଲୋକସଭା ଆସନରୁ କଂଗ୍ରେସ ଠାରୁ ତିନି ଲକ୍ଷ ଭୋଟ ଅନ୍ତରରେ ହାରି ଥିଲା ।

ମାଧୁରୀ ନିର୍ବାଚନ ଲଢିବାକୁ ନେଇ ବିଜେପିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ନରେନ୍ଦ୍ର ମୋଦୀ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ଉପାୟ ଆପଣେଇ ଥିଲେ । ସେ ସ୍ଥାନୀୟ ନିର୍ବାଚନର ସମସ୍ତ ଆଶାୟୀଙ୍କ ନାମ ବଦଳାଇ ଦେଇ ଥିଲେ ଏବଂ ନୂଆ ଚେହେରାକୁ ରାଜନୀତିରେ ମୌକା ଦେଇଥିଲେ । ଏଥିରେ ବିପକ୍ଷ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲା ଏବଂ ଶେଷରେ ବିଜେପି କଂଗ୍ରେସ ଠାରୁ ଅଧିକ ମତରେ ବିଜୟୀ ହୋଇ ଥିଲା । ଏହି ଭଳି ଉପୟ ୨୦୧୭ରେ ପୁଣି ଥରେ ଦିଲ୍ଲୀରେ ପ୍ରୟୋଗ କରା ଯାଇ ଥିଲା ଏବଂ ସେଠାରେ ଜିତ ହାସଲ କରି ଦଳର ନିୟନ୍ତ୍ରଣ ବଜାୟ ରଖିଥିଲା ।   

Subscribe

National International State Sports Entertainment