ମାଲ୍ୟାଙ୍କୁ ନେଇ ମହାଭାରତ: ଜେଟଲୀଙ୍କ ବିରୋଧରେ ପ୍ରମାଣ ଆଣିଲେ ରାହୁଲ
Khabar Odisha:arun-jaitley-writes-long-blogs-but-never-mentioned-his-meeting-with-vijay-mallya-says-rahul-gandhi
ନୂଆଦିଲ୍ଲୀ,ସେପ୍ଟେମ୍ବର୧୩(ଖବର ଓଡ଼ିଶା):

ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଶ ଛାଡ଼ିବା ପୂର୍ବରୁ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିବା ଦୃଢୋକ୍ତି ପ୍ରକାଶ କରିବା ପରେ ଜାତୀୟ ରାଜନୀତି ସରଗରମ ହୋଇ ଉଠିଛି। ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୋଦ ମିଡିଆ ସାମ୍ନାକୁ ଆସି ଗୁରୁତର ଅଭିଯୋଗ  କରିଛନ୍ତି ଯେ ସଂସଦରେ ଜେଟଲୀ ଓ ମାଲ୍ୟାଙ୍କ ସାକ୍ଷାତ ଅନ୍ତରଙ୍ଗ ଥିଲା, ଯାହାକୁ ପିଏଲ ପୁନିଆ ଦେଖିଥିଲେ। ଏହି ପରି ରାହୁଲ ଗାନ୍ଧୀ ଅରୁଣ ଜେଟଲୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ଏହା ସହିତ ସେ ଅରୁଣଙ୍କ ଇସ୍ତଫା ଦାବି କରିଛନ୍ତି।

ଗୁରୁବାର ପ୍ରେସ କନଫରେନ୍ସରେ ରାହୁଲ ପ୍ରଶ୍ନ କରିଛନ୍ତି ଯେ ଅରୁଣ ଜେଟଲୀ କହିଛନ୍ତି ଯେ ବିଜୟ ମାଲ୍ୟା ତାଙ୍କୁ ଅନୌପଚାରିକ ରୂପେ ଭେଟିଥିଲେ। ମାତ୍ର ଏଠି ପ୍ରଶ୍ନ ଉଠୁଛି ଯେ ଏହି  କଥାକୁ ଏତେ ଦିନ ପର‌୍ୟ୍ୟନ୍ତ କଣ ପାଇଁ ଲୁଚା ଯାଇଥିଲା ? ରାହୁଲ କହିଛନ୍ତି ଯେ ସେ ଆଜି  ଏହି ଘଟଣାକୁ ନେଇ ପ୍ରମାଣ ଆଣିଛନ୍ତି ଏବଂ ସେହି ପ୍ରମାଣ ହେଉଛନ୍ତି ପିଏଲ ପୁନିଆ, ଯିଏ ସଂସଦରେ ମାଲ୍ୟା ଓ ଜେଟଲୀଙ୍କ ଭେଟକୁ ଦେଖିଥିଲେ ଏବଂ ଏହା କୌଣସି ଛୋଟ ସାକ୍ଷାତ ନଥିଲା। 

୨୦୧୬ ମାର୍ଚ୍ଚ ୧ରେ ପୁନିଆ କଣ ଦେଖିଲେ ?

ଏହା ପରେ ପିଏଲ ପୁନିଆ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ବଜେଟ୍ ଅଧିବେଶନ ପରେ ୨୦୧୬ ମାର୍ଚ୍ଚ ୧ରେ ମୁଁ ସଂସଦର ସେଣ୍ଟ୍ରାଲ ହଲରେ ବସିଥିଲି। ସେହି ସମୟରେ ଦେଖିଲି ଯେ ଅରୁଣ ଜେଟଲୀ ଓ ବିଜୟ ମାଲ୍ୟା ଛିଡ଼ା ହୋଇ ଏକ କୋଣରେ ଅନ୍ତରଙ୍ଗ କଥା କହୁହେଉଛନ୍ତି। ପୁନିଆ ଏହା ମଧ୍ୟ କହିଛନ୍ତି  ଯେ ୫ ରୁ ୭ ମିନିଟ୍ ପରେ ସେଣ୍ଟ୍ରାଲ ହଲର ବେଞ୍ଚରେ ମଧ୍ୟ ଉଭୟ ବସି କଥା କହୁଥିଲେ। କଂଗ୍ରେସ ନେତାଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ  ମାଲ୍ୟା ସେହି ଅଧିବେଶନରେ ପ୍ରଥମ ଥର ସେହି ଦିନ ଜେଟଲୀଙ୍କୁ ଭେଟିବାକୁ ଆସିଥିଲେ। 

ପୁନିଆ ଏହା ମଧ୍ୟ କହିଛନ୍ତି ଯେ ମାର୍ଚ୍ଚ ୩ରେ ଯେବେ ମିଡିଆରେ ମାଲ୍ୟା ବିଦେଶ ପଳାୟନ କରିଥିବା ଖବର ଛପିଥିବା ଦେଖିବାକୁ ପାଇଲି ମୋର ପ୍ରଥମ ପ୍ରତିକ୍ରିୟା ଏହା ଥିଲା ଯେ ୨ ଦିନ ପୂର୍ବେ ତ ମାଲ୍ୟା ଅରୁଣ ଜେଟଲୀଙ୍କୁ ଭେଟିଥିଲେ। କଂଗ୍ରେସ ନେତା କହିଛନ୍ତି ଅନେକ ଥର ମୁଁ ସେହି ସାକ୍ଷାତକୁ ନେଇ ଉଲ୍ଲେଖ କରିଛି। ଅନ୍ୟ ପଟେ ଜେଟଲୀ  ଅଢେଇ ବର୍ଷ ପର‌୍ୟ୍ୟନ୍ତ  ଏହା ଉପରେ ପରଦା ପକାଇ ରଖିଥିଲେ। ସଂସଦରେ ଅନେକ ଥର ବିତର୍କ ମଧ୍ୟ ହୋଇଛି ମାତ୍ର ଏହା ଉପରେ କେବେ ମଧ୍ୟ କୌଣସି ଉଲ୍ଲେଖ କରାଯାଇନଥିଲା ଯେ ସେ ମାଲ୍ୟାଙ୍କୁ ଭେଟିଥିଲେ। ପୁନିଆ କହିଛନ୍ତି ଏହି ଭେଟ ଛୋଟ ନଥିଲା ବରଂ ବହୁତ ବଡ଼ ସାକ୍ଷାତ ଥିଲା। 

ଜେଟଲୀଙ୍କ  ପରାମର୍ଶ ନେଇ ଦେଳରୁ ପଳାୟନ କଲେ ମାଲ୍ୟା

ପୁନିଆ ଜେଟଲୀଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ସେଣ୍ଟ୍ରାଲ ହଲରେ ସିସିଟିଭି ଲାଗିଛି, ୧ ତାରିଖର ଫୁଟେଜ୍  ବାହାର କରି ଦେଖି ପାରନ୍ତି। ସେ ଯଦି ମିଛ କହୁଛନ୍ତି ତେବେ ରାଜନୀତି ଛାଡି ଦେବେ।  ପୁନିଆ କହିଛନ୍ତି ଯେ ଦେଶର ବିଶ୍ଵାସ ସହିତ ଖେଳ ଖେଳା ଯାଇଛି। ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଏହି ଭେଟରୁ ସ୍ପଷ୍ଟ ହୋଇଛି ଯେ ବିଜୟ ମାଲ୍ୟା ଦେଶର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନୁମତି ନେଇ ଏବଂ ପରାମର୍ଶକ୍ରମେ ଦେଶରୁ ପଳାୟନ କରିଛନ୍ତି। 

ରାହୁଲଙ୍କ ଦୁଇଟି ଗୁରୁତର ପ୍ରଶ୍ନ

ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରଥମ ପ୍ରଶ୍ନ ଏହା ଯେ ଅର୍ଥ ମନ୍ତ୍ରୀ ଅପରାଧୀଙ୍କ ସହ କଥା ହୋଇଛନ୍ତି ମାତ୍ର ସେ ନା ସିବିଆଇକୁ ଏହି ସାକ୍ଷାତ ବିଷୟରେ କହିଛନ୍ତି ନା ପୋଲିସକୁ ନା ଇଡିକୁ କହିଛନ୍ତି। କେବଳ ଏତିକି ନୁହେଁ ମାଲ୍ୟାଙ୍କ ପାଇଁ ଯେଉଁ ଗିରଫଦାରୀ ଜାରି କରାଯାଇଥିଲା ତାକୁ ଇନଫରମେସନ ନୋଟିସକୁ କିଏ ବଦଳାଇଥିଲା ? ତେଣୁ ଜେଟଲୀ ଏହାର ଉତ୍ତର ଦିଅନ୍ତୁ ଯେ ସେ ଏମିତି କରିବାକୁ ନିଜେ ନିଷ୍ପତ୍ତି ନେଇଥିଲେ ନା ଉପରୁ  ଏହି ପରି ଆଦେଶ ଆସିଥିଲା। 

  • Tags:

Subscribe

National International State Sports Entertainment