ରାହୁଲଙ୍କୁ ସାକ୍ଷୀ ମହାରାଜଙ୍କ ଚ୍ୟାଲେଞ୍ଜ, ଏହି ସିଟରୁ ନିର୍ବାଚନ ହାରିଲେ ରାଜନୀତି ଛାଡି ଦେବି ଓ ସେ ହାରିଲେ ଭାରତ ଛାଡ଼ି ଚାଲି ଯାଆନ୍ତୁ
Khabar Odisha:sakshi-maharaj-challenge-rahul-gandhi-to-contest-from-unnao-lok-sabha-constituency
କାନପୁର,ଅକ୍ଟୋବର୦୭(ଖବର ଓଡ଼ିଶା):

ରାଜନୀତିରେ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ଉନ୍ନାଓ ଜିଲ୍ଲାରୁ ବିଜେପି ସାଂସଦ ସାକ୍ଷୀ ମହାରାଜ ପୁଣି ଥରେ ରାଜନୀତି ପାଣିପାଗକୁ ସରଗରମ କରିଛନ୍ତି। ସାକ୍ଷୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଡ଼ା ଭାଷାରେ ଆକ୍ରମଣ କରିଛନ୍ତି। ସାଂସଦ ସାକ୍ଷୀ ୨୦୧୯ ସାଧାରଣ ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସାକ୍ଷୀ କହିଛନ୍ତି ଯେ ଏହି ଚ୍ୟାଲେଞ୍ଜରେ ଯଦି ସେ ହାରି ଯିବେ ତେବେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ, ଯଦି ରାହୁଲ ହାରନ୍ତି ତେବେ ତାଙ୍କୁ ଦେଶ ଛାଡି ଇଟାଲୀ ଚାଲିଯିବା ଭଲ। ସାଂସଦ ରାହୁଲଙ୍କୁ ମାନସରୋବର ଯାତ୍ରାକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି। 

ସାଂସଦ କହିଛନ୍ତି ଯେ, ଯେବେ ଲଢେଇ ହୁଏ କେଉଁ ପ୍ରସଙ୍ଗ ଅଧିକ ପ୍ରଭାବୀ ହେବ ଏହା କୁହାଯାଇ ପାରିବ ନାହିଁ।  ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ବିକାଶ, ସବକା ସାଥ ପ୍ରସଙ୍ଗ ବଡ଼ ନିର୍ବାଚନୀ ଅସ୍ତ୍ର ହେବାକୁ ଯାଉଛି। ମୋଦୀଙ୍କ କାର୍ଯ୍ୟ ଓ ଲୋକପ୍ରିୟତାରେ ଭୟଭୀତ ବିରୋଧୀ ମହାମେଣ୍ଟ କରିବାକୁ ଯାଉଛନ୍ତି।  ମାତ୍ର ଆମେ ସବକା ସାଥ, ସବକା ବିକାଶ ସହିତ ନିର୍ବାଚନ ଲଢିବୁ ବୋଲି ସାକ୍ଷୀ କହିଛନ୍ତି।

ରାହୁଲ ହାରିଲେ ଭାରତ ଛାଡି ଇଟାଲୀ ଚାଲି ଯାଆନ୍ତୁ

ସାକ୍ଷୀ ମହାରାଜ ରାହୁଲଙ୍କୁ ନିଶାଣ କରି କହିଛନ୍ତି ଯେ, ଏବେ ଯାଉଛନ୍ତି ମାନସରୋବର ଏବଂ କରୁଛନ୍ତି ଆମିଷ ଭୋଜନ। କେଉଁଠି ଟୋପି ପିନ୍ଧୁଛନ୍ତି ତ କେଉଁଠି ଶିବ ଭକ୍ତ ହେଉଛନ୍ତି ଏବଂ ଆଉ କେଉଁଠି ରାମ ଭକ୍ତର ରୂପ ଧାରଣ କରୁଛନ୍ତି। ରାହୁଲ ନିଜର ବୟାନକୁ ନେଇ ନିଜେ ହସର ପାତ୍ର ହୋଇ ଯାଉଛନ୍ତି। ଏହି ହମଲା ସମୟରେ ସାକ୍ଷୀ ୨୦୧୯ ନିର୍ବାଚନରେ ରାହୁଲଙ୍କୁ ଉନ୍ନାଓରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସାକ୍ଷୀ କହିଛନ୍ତି ଯେ ରାହୁଲ ଉନ୍ନାଓ ଲୋକସଭା ସିଟରୁ ନିର୍ବାଚନ ଲଢି ପାରନ୍ତି। ଯଦି ଏହି ସିଟରୁ ସେ ବିଜୟୀ ହୁଅନ୍ତି ତେବେ ମୁଁ ରାଜନୀତି ଛାଡି ଦେବି ଏବଂ ସେ ନିର୍ବାଚନ ହାରିଲେ ଭାରତ ଛାଡ଼ି ଇଟାଲୀ ଚାଲି ଯାଆନ୍ତୁ।  

Subscribe

National International State Sports Entertainment