ଜଣେ ସ୍ତ୍ରୀର ଦୁଇଟା ଲେଖାଏଁ ସ୍ୱାମୀ ବକ୍ତବ୍ୟ, ମହାରଥୀଙ୍କ ପାଇଁ ତାମିଲ ଢାଲ ! ଅଧାରେ ଅଟକିଲା କି ବିଜେପି ଆନ୍ଦୋଳନ ? କଂଗ୍ରସର ନୀରବତାକୁ ନେଇ ବଡ ପ୍ରଶ୍ନ
Khabar Odisha:Pandiyan-Protects-pradeep-maharathy
ଭୁବନେଶ୍ୱର, ଅକ୍ଟୋବର ୮ (ଖବର ଓଡିଶା):

ଜଣେ ସ୍ତ୍ରୀର ଦୁଇଟା ଲେଖାଁଏ ସ୍ୱୀମୀ, ଏଭଳି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ।

ମହାରଥୀଙ୍କ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା କମ୍ପନ । ଜଣେ ମନ୍ତ୍ରୀଙ୍କର ମହିଳା ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା । ମନ୍ତ୍ରୀଙ୍କ ବରଖାସ୍ତ ଦାବି କରି ବିଜେପି ରାଜରାସ୍ତାକୁ ମଧ୍ୟ ଓହ୍ଲାଇଥିଲା । ତେବେ ହଠାତ୍ ବିଜେପିର ନୀରବତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନ । ଅନ୍ୟପଟେ ମହିଳାଙ୍କ ପ୍ରତି ଜଣେ ମନ୍ତ୍ରୀ ଏପରି ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ଶାସନ କ୍ଷମତାରେ ରହିଥିବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ନୀରବତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନ ।

ସାମାନ୍ୟ ଅଭିଯୋଗରେ ଆକ୍ସନ ନେଉଥିବା ବିଜେଡି ମୁଖିଆଙ୍କ ନୀରବତା ମଧ୍ୟ ଏ ପ୍ରସଙ୍ଗକୁ ଅଧିକ ଜଟିଳ କରିଦେଇଛି । ମହାରଥୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଥିବା ବେଳେ ଏବେ ତାଙ୍କ ପାଇଁ ତାମିଲ ଅଫିସର ଜଣେ ଢାଲ ସାଜିଛନ୍ତି । ଏପରିକି ବିଜେଡିର ଗଡଫାଦର କୁହାଯାଉଥିବା ଏହି ଅପିସରଙ୍କ ଛତ୍ରଛାୟା ତଳେ ଏବେ ମହାରଥୀ । ଏପରି ଚର୍ଚ୍ଚା ପାଓାର କରିଡରରେ ଜୋର ଧରିଛି ।

ମହାରଥୀଙ୍କ ବିରୋଧରେ ଥାନାରେ ଏତଲା ହୋଇଛି । ପ୍ରସଙ୍ଗକୁ ନେଇ ବିଜେପି ମହିଳାମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବା ସହ ନବୀନ ନିବାସ ମଧ୍ୟ ଘେରାଉ କରିଛି । ହେଲେ ଏହାସତ୍ୱେ ମଧ୍ୟ ବିଜେଡି ସୁପ୍ରିମୋ ବା ରାଜ୍ୟ ଶାସନର ମୁଖିଆ ଏଯାଏଁ ମୁହଁ ଖୋଲୁନଥିବା ବେଳେ ମୁଖିଆଙ୍କ ନୀରବତା ବର୍ତମାନ ମୁଖ୍ୟ ଚର୍ଚ୍ଚାର କେନ୍ଦ୍ର ସାଜିଛି । ସେପଟେ ବିଜେପି ଆନ୍ଦୋଳନ ଅଧାରେ ଅଟକିବାକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ବଡ ପ୍ରଶ୍ନ ।

ତେବେ ଏତେବଡ ଏକ ପ୍ରସଙ୍ଗରେ ମହିଳା କଂଗ୍ରେସର ନୀରବତା କଂଗ୍ରେସକୁ ଏବେ କାଠଗଡାକୁ ଟାଣିଛନ୍ତି ସାଧାରଣ ଜନତା । ମହିଳାଙ୍କ ସୁରକ୍ଷା କଥା କହୁଥିବା କଂଗ୍ରେସ ଦଳ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନୀରବତା ରହିବା ଠିକ୍ ନୁହେଁ ବୋଲି ମତପ୍ରକାଶ କରିଛନ୍ତି ବିଭିନ୍ନ ମହିଳା ସଙ୍ଗଠନ । ତେବେ ଏସବୁ ମଧ୍ୟରେ ମାକୁ ସମ୍ମାନ କଥା କହୁଥିବେ ବିଜେଡି ଦଳ ମହାରଥୀଙ୍କ ବିରୋଧରେ କେଉଁପ୍ରକାର ଆକ୍ସନ ନେଉଛନ୍ତି ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ଏଠାରେ ସୂଚନାଯୋଗ୍ୟ ଯେ, ଜଣେ ସ୍ତ୍ରୀର ଦୁଇଟି ଲେଖାଁଏ ସ୍ୱାମୀ ଭଳି ଅରୁଚିକର ମନ୍ତବ୍ୟ ଦେଇଥିବାର ଅଭିଯୋଗ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ଆଣିଥିଲା ବିଜେପି ମହିଳାମୋର୍ଚ୍ଚା । ମନ୍ତ୍ରୀଙ୍କ ବରଖାସ୍ତ ଦାବି କରି ଦଳ ପକ୍ଷରୁ ଥାନାରେ ଏତଲା ଦାଏର କରିବା ସହ ମନ୍ତ୍ରୀଙ୍କ କୁଶପତଳିକା ଦାହ ମଧ୍ୟ କରିଥିଲା ବିଜେପି ।

Subscribe

National International State Sports Entertainment